Author: Samikhsya Bureau

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଅଛି। ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଦେଶର ଡିଜିଟାଲ…

Read More

ଭୁବନେଶ୍ୱର: ଆଜି ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ଶକ୍ତି ସଂଚାରଣ ନିଗମର କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦା ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଦେବ ସଂପ୍ରତି ରାଜ୍ୟ ସରକାର ରାଜ୍ୟରେ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଅଧିକ ଶକ୍ତି ଉତ୍ପାଦନର ଆବଶ୍ୟକତା ରହିଥିବା କହିଥିଲେ। ତେଣୁ ସେ ଆଗକୁ ଅଧିକ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବା ଏବଂ ସେଥି ପାଇଁ ବଜେଟ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଶକ୍ତି ନଥିଲେ ଶିଳ୍ପ ହୋଇପାରିବ ନାହିଁ, ତେଣୁ ବିକାଶର ପ୍ରତିଟି ଉପାଦାନ ପାଇଁ ଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସୌର ଶକ୍ତିର ଉତ୍ପାଦନ ହେଉ ଅବା ଅନ୍ୟ ଅଣପାରମ୍ପରିକ ଶକ୍ତି, ଆମକୁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ହେବ ବୋଲି…

Read More

ଭୁବନେଶ୍ବର: ଠିକ ଆଜିର ଦିନ 1999 ମସିହାର ଘଟଣା। ଓଡିଶାକୁ ଖିନଭିନ କରିଦେଇଥିଲା ସୁପର ସାଇକ୍ଲୋନ ବା ମହାବାତ୍ୟା। ସେହି ମହାବାତ୍ୟାର ଯନ୍ତଣା ଏପରି ଥିଲା ଯେ, ଆଜି ପର୍ଯ୍ୟନ୍ତ ଓଡିଶାକୁ ଅଣ୍ଟା ସିଧା କରିବାକୁ ଲାଗିଗଲା ସମୟ। ସେହି ମହାବାତ୍ୟା ପରେ ପରେ ସେତେବେଳେ ସାଂସଦ ଥିବା ନବୀନ ପଟ୍ଟନାୟକ କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗ ମହାବାତ୍ୟା ମୁକାବିଲା କରିବାରେ ସମର୍ଥ ହୋଇପାରି ନ ଥିଲେ। ଫଳରେ ସେତେବେଳେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ବର୍ତ୍ତମାନ କିନ୍ତୁ ସମୟ ଭିନ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ବାତ୍ୟା ବନ୍ୟା ପରିଚାଳନା ପାଇଁ ଆଣିଛି ଏକ ବିପ୍ଲବ। ଏହି ବିପର୍ଯ୍ୟୟକୁ ମୁକାବିଲା କରିବାରେ ବେଶ ପ୍ରଶଂସିତ ହୋଇପାରିଛନ୍ତି ନବୀନ ପଟ୍ଟନାୟକ।

Read More

ଭୁବନେଶ୍ବର: ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି। ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି…

Read More

ଧାମନଗର/ଭୁବନେଶ୍ୱର: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ । ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଏ ଅଞ୍ଚଳ ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି। ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ। ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ। ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି। ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ…

Read More

ଭୁବନେଶ୍ୱର : ଆଜି ବିଜେପି ମଧ୍ୟ ଧାମନଗର ଉପନିର୍ବାଚନରେ ବିଜେଡି ବିରୋଧରେ ଅଭିଯୋଗ ଦାଖଲ କରିଛି। ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି। ଏଥିରେ ଦଳ ଅଭିଯୋଗ କରିଛି ଯେ, ବିଜେଡି ନିର୍ବାଚନ ପ୍ରଚାରରେ ଏସଏଚଜି ମହିଳାଙ୍କୁ ବ୍ୟବହାର କରୁଛି। ସେମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଛି। ପୂର୍ବରୁ ବିଜେପି ଏସ୍‌ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଅବଗତ କରିଥିଲା। ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ଚାକିରୀରୁ ନିଲମ୍ବନ କରାଯାଇନାହିଁ । ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଡ. ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ନିକଟରେ ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ଗଣମାଧ୍ୟମ ମୁଖ୍ୟ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟ ରୋଜଗାର ମେଳାରେ ଅଭିଭାଷଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ଶ୍ରେଣୀରେ ନିଯୁକ୍ତି ପତ୍ର ହାସଲ କରିଥିବା ହଜାର ହଜାର ଯୁବ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଧନତେରାସ ଭଳି ପବିତ୍ର ଦିବସରେ କିପରି ଜାତୀୟ ସ୍ତରରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ତାହାର ସ୍ମୃତିଚାରଣ କରିଥିଲେ। ଧନତେରାସ ଦିନ ହିଁ ପ୍ରଧାନମନ୍ତ୍ରୀ ଏପରି ରୋଜଗାର ମେଳା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହେବ ବୋଲି କହିଥିଲେ। ଗୁଜରାଟ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଯୋଗୁଁ ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍ଇନ୍ସିପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ଆଠହଜାର ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି। ଏହିପରି ଦ୍ରୁତ ପଦକ୍ଷେପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ…

Read More

ଭୁବନେଶ୍ବର: ଅଯୋଧ୍ୟାକୁ ତୀର୍ଥ କରିବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଓଡିଆ ଯାତ୍ରୀ, କିଛି ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କିଛି ଯାତ୍ରୀ ଓଡ଼ିଶା ଫେରିଆସିଥିଲେ। ଆହତ ହୋଇଥିବା ଯାତ୍ରୀମାନଙ୍କ ପାଇଁ ସୁସ୍ଥ ହେବା ପରେ ଓଡ଼ିଶା ଫେରିବା କାଠି କର ପାଠ ଥିଲା। ଅର୍ଥ ଅଭାବରୁ ଘରକୁ ଫେରିପାରୁନଥିଲେ ସେମାନେ, ଖବର ପାଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ନିଜ ନିଜ ଘରକୁ ଫେରିଲେ ଯାତ୍ରୀଗଣ। ସୂଚନାନୁସାରେ,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରାୟ ୪୦ ରୁ ୪୫ ଭକ୍ତ ତୀର୍ଥ କରିବା ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ଏକ ବସ୍ ଯୋଗେ ଅଯୋଧ୍ୟା ବାହାରିଥିଲେ। ଦୁର୍ଭାଗ୍ୟବଶତଃ, ବସ୍ ଟି ଗତ ଅକ୍ଟୋବର ୨୧ତାରିଖରେ ଅଯୋଧ୍ୟା ବାଇ-ପାସ୍ ରୋଡ଼ରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇ…

Read More

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ଜିତିବା ପାଇଁ ସବୁ ଦଳ ନିଜ ନିଜର ରଣ ନୀତି ପ୍ରସ୍ତୁତ କରି ଯୁଦ୍ଧ କରୁଛନ୍ତି। ହେଲେ ଓଡିଶାର ନିର୍ବାଚନ ପରିଚାଳନାରେ ମାଷ୍ଟର ବିଜେଡି ଆଗରେ କେହି ନୁହଁନ୍ତି ବୋଲି ପ୍ରମାଣିତ ହେବାରେ ଲାଗିଛି। କାରଣ ଏହି ଉପନିର୍ବାଚନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଯେଉଁ ଚାଲ ଖେଳିଥିଲେ ତାହାକୁ ଭାଙ୍ଗି ଚୁରମାର କରିଦେଇଛି ବିଜେଡି। ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବା ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡିରୁ ଅମାନିଆ ହୋଇ ପ୍ରାର୍ଥୀ ପତ୍ର ଦାଖଲ କଲେ। ତେବେ ସେତେବେଳେ ପ୍ରଶ୍ନ ଉଠିଲା ଯେ , ରାଜୁ କାହା ବଳରେ ଏପରି ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି। ପରେ ଜଣାପଡିଥିଲା ଯେ, ରାଜୁ ଦାସଙ୍କର ଜଣେ ସଂପର୍କିୟ ପଶ୍ଚିମବଂଗର ନନ୍ଦି ଗ୍ରାମରେ ବଡ ବ୍ୟବସାୟ କରୁଛନ୍ତି। ବିଜେଡି ଯେତେବେଳେ ଟିକେଟ ଦେଲା ନାହିଁ ସେ କୁଆଡେ ଭରସା ଦେଲେ ଛିଡା ହେବା ପାଇଁ।…

Read More

ଭୁବନେଶ୍ବର: ଆଜି ବିଜେଡି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଭୁବନେଶ୍ବରର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରେ ଏହି ଅଭିଯୋଗ କରିଛନ୍ତି। ଏଥିରେ ଧାମନଗର ଉପନିର୍ବାଚନରେ ବିଜେପି କର୍ମିମାନେ ବିଜେଡି ମହିଳାମାନଙ୍କୁ ଭୟଭିତ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏକ ଅଭିଯୋଗ ପତ୍ରରେ ବିଜେଡି କହିଛି ଯେ, ଧାମନଗର ଉପନିର୍ବାଚନରେ ବିଜେପି ହାରିଯିବାର ଭୟ କରି ବିଭିନ୍ନ ଅନୈତିକ କାର୍ଯ୍ୟ କରିବାରେ ଲାଗିଛି। ପ୍ରଥମେ ସେମାନେ ସେଠାରେ ନିୟୋଜିତ ଅଫିସରଙ୍କୁ ଭୟଭିତ କରିବାରେ ଲାଗିଛନ୍ତି। ଏହାପରେ ଜଣେ ବିଜେପି ମହିଳା କର୍ମିଙ୍କ ମୁହଁରେ କନା ଘୋଡାଇ ଏସଏଚଜି ମହିଳା ଭାବେ ଅବହିତ କରି ବଦନାମ କରିବାରେ ଲାଗିଛି। ସେହିପରି ନିକଟରେ ଏକ ଭିଡିଓ ନିଜେ ପ୍ରସ୍ତୁତ କରି ଭାଇରାଲ କରି ବିଜେଡି ନାଁ ଯୋଡା ଯାଉଛି। ଏହିପରି ଅନୈତିକ କାର୍ଯ୍ୟକୁ ଶିଘ୍ର ରୋକିବା ପାଇଁ ପଦକ୍ଷେପ ଗ୍ରହଣ…

Read More

ଭୁବନେଶ୍ବର : ଏଣିକି ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିବ ଯାତ୍ରୀବାହୀ ବିମାନ। ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ବିମାନ ସେବା। ଏହି ବିମାନ ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ଣ ୧୦ଟା ୪୫ରେ ଉଡ଼ାଣ ଭରିବ। ଏହା ଜୟପୁର ବିମାନବନ୍ଦରରେ ୧୨ଟା ୩୦ ରେ ଅବତରଣ କରିବ। ସେହିପରି ଏହି ବିମାନ ଜୟପୁରରୁ ଅପରାହ୍ଣ ୧ଟା ୨୦ରେ ବାହାରି ଭୁବନେଶ୍ୱରରେ ୩ଟା ୫ରେ ପହଞ୍ଚିବ। ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍‌ଘାଟନ ଅବସରରେ ଯାତ୍ରୀଙ୍କ ଲାଗି ଟିକେଟ୍‌ ଦାମ୍‌ ରହିଛି ମାତ୍ର ୯୯୯ ଟଙ୍କା । ଜିଏସ୍‌ଟିକୁ ମିଶାଇଲେ ଟିକେଟ ପିଛା ଦର ରହିବ ୧୦୪୯ ଟଙ୍କା । ଏହା ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ରହିବ। ଏହି ବିମାନ ୯ ଆସନ ବିଶିଷ୍ଟ ରହିବ।

Read More

ଭୁବନେଶ୍ଵର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ। ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’। ଏ ଫିଲ୍ମରେ ବାବୁସାନଙ୍କ ସହ କଳାକାର ଭାବେ ଦେଖିବାକୁ ମିଳିବେ ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ସ୍ଥାନିତ ହୋଇଛି ଫିଲ୍ମରେ। ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି…

Read More

ଭୁବନେଶ୍ଵର: ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା। ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ ୧୧.୩୦ ମିନିଟରେ ଅନୁଷ୍ଠିତ ହେବ ପ୍ରତୀକ୍ଷାର ୱାର୍ଲ୍ଡ ପ୍ରିମିଅର୍। ତେଣୁ କେବଳ ଫିଲ୍ମ କ୍ରୁ ମେମ୍ବରଙ୍କ ପାଇଁ ନୁହେଁ ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ଏହା ଗର୍ବ ଗୌରବର ମୁହୂର୍ତ୍ତ। ୱାଶିଂଟନ୍ ଡିସିରେ ଆସନ୍ତା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷୀଣ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ପ୍ରତୀକ୍ଷା । ଏଥିରେ ଦକ୍ଷୀଣ ଏସିଆ ଉପମହାଦେଶ ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ମଧ୍ୟରୁ ଅନ୍ୟତମ ଚଳଚ୍ଚିତ୍ର ପ୍ରତୀକ୍ଷା। ତେଣୁ ବିଶ୍ବର ଯେ କୌଣସି ସ୍ଥାନରେ ଥିବା ପ୍ରତ୍ୟେକ ଓଡ଼ିଆ ଭାଇ-ଭଉଣୀଙ୍କୁ ମୋର ଆନ୍ତରିକ ଅନୁରୋଧ ଯେ ପ୍ରତୀକ୍ଷା ଫିଲ୍ମକୁ ଦେଖନ୍ତୁ ଓ ଓଡ଼ିଆ ସିନେ ଶିଳ୍ପର ଉତ୍କର୍ଷ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ ଏହାର ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ ଓ ଶୋଭାବର୍ଦ୍ଧନ କାର୍ଯ୍ୟ ଦେଶବ୍ୟାପୀ କରାଯାଇଛି। ଏହି ଅଭିଯାନ କାଳରେ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ, ଜାତୀୟ ଟେଷ୍ଟ ହାଉସ,  ଜାତୀୟ ଖାଉଟି ସମବାୟ ମହାସଂଘ ଓ ଜାତୀୟ ଖାଉଟି ଆୟୋଗର କାର୍ଯ୍ୟାଳୟ ସହିତ ମୋଟ ୭୩ଟି ଦପ୍ତରରେ ଏହି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ତାହାକୁ ସମ୍ପୂର୍ଣ୍ଣ କରାଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପରିଚ୍ଛନ୍ନତା କାର୍ଯ୍ୟ ଆନୁଷ୍ଠାନିକଭାବେ ଚଳିତମାସ ୩୧(୨୦୨୨ ଅକ୍ଟୋବର ୩୧ରେ ଶେଷ ହେବ। ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ପର୍ଯ୍ୟାୟ କାମ ହାତକୁ ନିଆଯାଇଥିଲାö। ପରିଚ୍ଛନ୍ନତା ଅଭିଯାନ କାଳରେ କେଉଁ କେଉଁ କାମ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ତଦନୁସାରେ…

Read More

ଭୁବନେଶ୍ଵର: ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ (ସେଲ) ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ମଧ୍ୟରେ ଓଡିଶାର ରାଉରକେଲାରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଏକ ଅପରେସନ ଏଣ୍ଡ ମ୍ୟାନେଜମେଣ୍ଟ (ଓ ଏଣ୍ଡ ଏମ) ବୁଝାମଣା ହୋଇଛି। ୨୦୧୮ରେ ସେଲ ଉଡାଣ ଯୋଜନା ଅନ୍ତର୍ଗତ ବାଣିଜ୍ୟିକ ଉଡାଣ ପରିଚାଳନା ପାଇଁ ନିଜ ବିମାନ ବନ୍ଦର ବ୍ୟବହାର କରିବାକୁ ବୁଝାମଣା ସ୍ୱାକ୍ଷର କରିଥିଲେ। ଏବେ ରାଉରକେଲାରୁ ବାଣିଜ୍ୟିକ ଉଡାଣ ଆରମ୍ଭ କରିବା ପାଇଁ ସେଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଜରିଆରେ ଏଏଆଇ ସହିତ ଓ ଏଣ୍ଡ ଏମ ରାଜିନାମାରେ ସ୍ୱାକ୍ଷର କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନ ବନ୍ଦରର ଉନ୍ନୟନ ପାଇଁ ବିତ୍ତୀୟ ସହାୟତା ପ୍ରଦାନ କରିଛନ୍ତି। ଓଡିଶା ସରକାର ଅନ୍ୟ ସ୍ଥାନୀୟ କ୍ଲିୟରାନ୍ସ ପ୍ରାପ୍ତିରେ ସହାୟତା ପ୍ରଦାନ କରିବା ସହ ସୁରକ୍ଷା, ଫାୟାର ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିବେ। ସେଲ-…

Read More

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ନୂଆଦିଲ୍ଲୀ: ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏମ୍ / ଏନ୍ଏସ୍ ଇଣ୍ଡିଆ) ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ପାତ କାରଖାନା ମାଧ୍ୟମରେ କେବଳ ପୁଞ୍ଜି ବିନିଯୋଗ ହେଉନାହିଁ ବରଂ ଅନେକ ନୂତନ ସମ୍ଭାବନା ପାଇଁ ଦ୍ୱାର ମଧ୍ୟ ଖୋଲୁଛି। “60 ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଗୁଜୁରାଟ ଏବଂ ଦେଶର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ସମ୍ପ୍ରସାରଣ ପରେ ହାଜିରା ଷ୍ଟିଲ ପ୍ଲାଣ୍ଟରେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା 9 ନିୟୁତ ଟନରୁ 15 ମିଲିୟନ ଟନକୁ ବୃଦ୍ଧି ପାଇବ’’ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଆଡକୁ ଯିବା ଲକ୍ଷ୍ୟରେ ଇସ୍ପାତ ଶିଳ୍ପର ବଢ଼ୁଥିବା ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଶକ୍ତିଶାଳୀ ଇସ୍ପାତ…

Read More

ଧାମନଗର/ଭୁବନେଶ୍ୱର: ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ। ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ବଜାରରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ, ଅସୁରାଳୀ ଓ ଶହୀଦ ନଗରରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ସୂରଜଙ୍କୁ ଭୋଟ୍ ଦେବା ପାଇଁ ନାଗରିକଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଭିମାନୀ ଧାମନଗର ଜନତାଙ୍କ ବିଜେପି ପ୍ରତି…

Read More

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ପ୍ରୋ ଲିଗ୍ ମ୍ୟାଚ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଉଦଘାଟନୀ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ହରାଇ ଭାରତର ଦମଦାର ବିଜୟ ଘଟିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ କୁ ୪-୩ ହରାଇଲା ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚ୍ କୁ ନିଜ ସପକ୍ଷ ରେ ନେଇ ଥିଲା। ଶନିବାର ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ନବୀନ ଏହି ମ୍ୟାଚକୁ ଉଦଘାଟନ କରିବା ସହିତ ସେଠାରେ ବସି ଖେଳ ମଧ୍ୟ ଦେଖିଥିଲେ। ତାଙ୍କ ସହିତ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଧଉଳି ଶାନ୍ତି ସ୍ତୁପର ୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ବୈଦ୍ଧ ଭିକ୍ଷୁଙ୍କ ପୂଜାପାଠ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ଲାଗି ଘୋଷଣା କରିବା ସହିତ ୯୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ସରକାର ଏହି ଶାନ୍ତିସ୍ତୂପକୁ ଏକି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ଦିଗରେ ନିରନ୍ତର କାମ କରିଚାଲିଛନ୍ତି । ଏହାର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଏକ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ସମସ୍ତ ଉପସ୍ଥିତ ବୌଦ୍ଧ ଭିକ୍ଷୁ, ଶ୍ରମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଶ୍ବର ଅନେକ ଦେଶରୁ ଆସିଥିବା ସନ୍ୟାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Read More