Author: Samikhsya Bureau

Elon Musk Twitter: ଟୁଇଟର ଅଧିଗ୍ରହଣ କରିବା ପରେ ବିଶ୍ବର ବଡ ଧନି ବ୍ୟକ୍ତି ଏଲନ ମସ୍କ ତାଙ୍କର ଅପରେସନ ଆରମ୍ଭ କରିଦେଇଛନ୍ତି। ଏଲନ ଟୁଇଟର ଅଧିଗ୍ରହଣ କରୁ କରୁ ସେ ଏହାର ସିଇଓ ପରାଗ ଅଗ୍ରୱାଲାଙ୍କୁ ଚାକିରୀରୁ ବହିସ୍କାର କରିଛନ୍ତି। କେବଳ ସେତିକି ନୁହେଁ ସେ ଆଉ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବହିସ୍କାର କରି ଦେଇଛନ୍ତି। ବିଦେଶ ମିଡିଆ ରିପୋର୍ଟ ଅନୁସାରେ ସିଇଓ ପରାଗ ଅଗ୍ରୱାଲାଙ୍କ ସହିତ ସିଏଫଓ ନେଡ ସିଗାଲ ଏବଂ ଲିଗାଲ ଆଫାୟାରସ ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମଧ୍ୟ ଏଲନ୍ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ମସ୍କ କହିଛନ୍ତି ଯେ, ଏମାନେ ଟୁଇଟରର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ଉପସ୍ଥାପିତ କରିପାରୁ ନାହାଁନ୍ତି। ଯାହା ଟୁଇଟର ବ୍ୟବହାରକାରୀ ଏବଂ ଅଂଶୀଦାରୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେଥିପାଇଁ ଏମାନଙ୍କୁ ବହିସ୍କାର କରାଯାଇଛି ବୋଲି ଏଲନ୍ ଦର୍ଶାଇଛନ୍ତି। ଇଲଟ୍ରିକ କାର ଟେସଲା ନିର୍ମାଣ କରି ସାରା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧି ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପ୍ରିଲ- ସେପ୍ଟେମ୍ବର ୨୦୧୩ ତୁଳନାରେ ଏପ୍ରିଲ-ସେପ୍ଟେମ୍ବର ୨୦୨୨ରେ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ୩.୫ ଗୁଣରୁ ଅଧିକ ବୃଦ୍ଧି ହୋଇଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଏହା ଉତ୍ସାହଜନକ । ବିଶ୍ୱ ସ୍ତରରେ ଭାରତୀୟ ସଂଗୀତର ଲୋକପ୍ରିୟତା ବଢୁଥିବାରୁ ଏ କ୍ଷେତ୍ରରେ ଅଗ୍ରସର ହେବାର ସୁଯୋଗ ରହିଛି ।”

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ତିନି ମୂର୍ତ୍ତି ରୋଡରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ 30 ସେପ୍ଟେମ୍ବର ସୁଦ୍ଧା 1,15,161 ପରିଦର୍ଶକ ଭ୍ରମଣ କରିଛନ୍ତି।  15 ଅକ୍ଟୋବର 2022 ରେ, ସର୍ବାଧିକ  3233 ରେକର୍ଡ଼ ସଂଖ୍ୟକ ପରିଦର୍ଶକ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।  21 ଏପ୍ରିଲ 2022 ରେ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ଅନ୍ୟାନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମାନ୍ୟବର ସଦସ୍ୟ, କୂଟନୀତିଜ୍ଞ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ବିଶିଷ୍ଟ ପରିଦର୍ଶକମାନଙ୍କ ଦ୍ବାରା କିଛି ଗୁରୁତ୍ୱପୂର୍ଣ୍ଣ ମତାମତକୁ ଏଠାରେ ପ୍ରଦାନ କରାଯାଇଛି : ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ “ଏହାକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବେ ପରିକଳ୍ପିତ କରାଯାଇଛି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ନେତାଙ୍କ ସ୍ୱତନ୍ତ୍ର ଅବଦାନର ଏକ କଳାତ୍ମକ ସ୍ମୃତି, ଏହା…

Read More

ନୂଆଦିଲ୍ଲୀ, ଶୁକ୍ରବାରର ଗ୍ରହ ହେଉଛି ଶୁକ୍ର। ଶୁକ୍ରବାରର ପ୍ରକୃତି ନରମ ଅଟେ। ଏହି ଦିନ ଉଭୟ ମା’ ଲକ୍ଷ୍ମୀ ଏବଂ ମା’ କାଳୀଙ୍କ ଦିନ। ଏହା ମଧ୍ୟ ରାକ୍ଷାସଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଦିନ। ଏହି ଦିନ ମାତା ଲକ୍ଷ୍ମୀ ଏବଂ କାଳୀ ମାତାଙ୍କୁ ପୂଜା କରାଯିବା ଉଚିତ୍। ଯଦି ରାଶିରେ ଶୁକ୍ରଙ୍କ ସ୍ଥିତି ନିମ୍ନଲିଖିତ, ତେବେ ଶୁକ୍ରବାର ପାଳନ କରାଯିବା ଉଚିତ୍। ଆସନ୍ତୁ ଜାଣିବା ଶୁକ୍ରବାର ଦିନ କିଏ ଉପବାସ ରହିବା ଉଚିତ୍ ଶୁକ୍ର ଗ୍ରହର ଦୁଇଟି ରାଶି ହେଉଛି ବୃଷ ଏବଂ ତୂଳା। ଯଦି ଆପଣଙ୍କର ଏହି ରାଶି ତେବେ ଶୁକ୍ରବାରରେ ଉପବାସ କରିବା ଉଚିତ୍। ଯଦି ଆପଣଙ୍କର କୁଣ୍ଡଳିରେ ଶୁକ୍ର ଏବଂ ଶୁକ୍ରଙ୍କ ଶତ୍ରୁ ଗ୍ରହ ସୂର୍ଯ୍ୟ ଏବଂ ଚନ୍ଦ୍ର ଅଛନ୍ତି ତେବେ ଶୁକ୍ରବାର ଦିନ ଆପଣ ଉପବାସ ପାଳନ କରିବା ଉଚିତ୍। ଯଦି ଶୁକ୍ର କନ୍ୟା ରାଶିର ଷଷ୍ଠ ଘର କିମ୍ବା ଅଷ୍ଟମ ଘରେ ଅଛିନ୍ତି ତେବେ…

Read More

ରାଶିଫଳ: ଶୁକ୍ରବାର ଦିନ ଏକାଥରେ ଛଅଟି ରାଶି କ୍ଷେତ୍ରରେ ହେଉଛି ଏକ ପରିବର୍ତ୍ତନ। ଯାହାକୁ ଜାଣିଲେ ସେହି ରାଶିର ବ୍ୟକ୍ତିମାନେ ବେଶ୍ ଖୁସି ହେବେ। ମେଷ, ମିଥୁନ:– ଆପଣଙ୍କ ମନ ଖୁସି ହେବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବଜରଙ୍ଗବାଲିଙ୍କୁ ସ୍ମରଣ କରି ଆରମ୍ଭ କରନ୍ତୁ। ଆପଣଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ । ଆଜି ଆପଣ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି। ମାଙ୍ଗଳିକ କାର୍ଯ୍ୟକ୍ରମକୁ ଯିବାକୁ ପଡିପାରେ। ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରେ ରହିବେ। ଆଜି ଆପଣଙ୍କ ପାଇଁ ଶୁଭ ହେବ। ସିଂହ, କନ୍ୟା:– ଏହି ରାଶିର ଭାଗ୍ୟ ଆଜି ଆକାଶକୁ ଛୁଇଁବ। ସେମାନେ ଚାରିଆଡ଼େ ଭଲ ଖବର ପାଇବେ। କର୍ମକ୍ଷେତ୍ରରେ ବହୁତ ସଫଳତା ପାଇବେ। ଯେଉଁଥି ପାଇଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ଆପଣ ପୈତୃକ ପାର୍ଶ୍ୱରୁ ହଠାତ୍ ଟଙ୍କା ପାଇବେ, ଯାହା ଆପଣ କେବେ ଆଶା କରି…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ‘ଚିନ୍ତନ ଶିବିର’ ର ପ୍ରଥମ ଦିନକୁ ସମ୍ବୋଧିତ କରିଛନ୍ତି। ଏହି ଚିନ୍ତନ ଶିବିରରେ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଂଚଳର ଲ୍ୟୁଟନାଂଟ ଗଭର୍ଣ୍ଣର ଏବଂ ପ୍ରଶାସକମାନେ ଅଂଶ ଗ୍ରହଣ କରିଛନ୍ତି। ନିଜ ସମ୍ବୋଧନରେ ଅମିତ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରେରଣା ନେଇ ଆୟୋଜନ କରାଯାଉଥିବା ଏହି ଚିନ୍ତନ ଶିବିର ସାଇବର ଅପରାଧ, ନିଶା କାରବାର ଏବଂ ସୀମାପାର ଆତଙ୍କବାଦ ଭଳି ଦେଶ ସମ୍ମୁଖରେ ରହିଥିବା ସମସ୍ତ ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାକୁ ଏକ ମଂଚ ପ୍ରଦାନ କରିବ। ସେ କହିଥିଲେ ଯେ, ଆଜି ଅପରାଧ ଗୁଡିକର ସ୍ୱଭାବ ବଦଳିବାରେ ଲାଗିଛି ଏବଂ ସେଗୁଡିକର କୌଣସି ସୀମା ରହୁନାହିଁ, ସେଥିପାଇଁ ସମସ୍ତ ରାଜ୍ୟ ଗୁଡିକୁ ମିଳିତ ଭାବେ ଏକ ସାଧାରଣ ରଣନୀତି ପ୍ରସ୍ତୁତ…

Read More

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର ବାସିନ୍ଦା ୩୭ ବର୍ଷିୟ ସୁଶାନ୍ତ ନାୟକ ଏବଂ ୨୪ ବର୍ଷିୟ ଶଙ୍କର ନାୟକ କେରଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ଅକ୍ଟୋବର ୨୭ ତାରିଖରେ କାର୍ଯ୍ୟରତ ଥିବା ସମୟରେ ନିର୍ମାଣାଧୀନ ଛାତ ତାଙ୍କ ଉପରେ ପଡିଯିବାରୁ କର୍ମସ୍ଥଳରେ ହିଁ ଉଭୟେ ମୃତ୍ୟୁବରଣ କରିଥିଲେ । ସମ୍ପୃକ୍ତ କମ୍ପାନୀ ସେମାନଙ୍କ ମୃତଦେହ କେରଳରୁ ଓଡ଼ିଶା ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଦେଇଥିଲା କିନ୍ତୁ ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଘରକୁ ଫେରାଇ ନେବା ପାଇଁ ନିକଟସ୍ଥ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ସ୍ଵାଇଁ ଏ ସମ୍ପର୍କରେ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ…

Read More

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ସମାରୋହ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ସକାଳେ ଭୁବନେଶ୍ୱରରେ ଶାନ୍ତି ପଦଯାତ୍ରା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବ ନିର୍ଦ୍ଧାରିତ ସମୟ ସକାଳ ୯ ଘଣ୍ଚା ସମୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ଵାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକାଓ ଟାକାଡୋ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଏହି ଶାନ୍ତି ପଦଯାତ୍ରାର ଶୁଭ ଉଦଘାଟନ କରିଥିଲେ। ରାଜ୍ୟ ସରକାର , କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ,ଧଉଳି ଉନ୍ନୟନ ପରିଷଦ କମିଟିର ମିଳିତ ଆନୁକୁଲ୍ୟରେ ଆସନ୍ତା କାଲି ୨୮ ତାରିଖରେ ଅନୁଷ୍ଠିତ ହେଉଥିବା ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆଜି ଅନୁଷ୍ଠିତ ଏହି ଶାନ୍ତି ପଦଯାତ୍ରାରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସାଧୁସନ୍ଥମାନେ ଯୋଗ ଦେଇଥିଲେ। ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ପ୍ରଥମେ ଭୁବନେଶ୍ୱର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷିଣ…

Read More

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ବଡ ବଡ ଟିମର ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ପୂର୍ବରୁ ଦୁଇ ଦୁଇ ଥର ବିଶ୍ଵକପ ବିଜେତା ୱେଷ୍ଟଇଣ୍ଡିଜ ସୁପର-୧୨ ପର୍ଯ୍ୟାୟରୁ ବିଦା ନେଇଥିବା ବେଳେ ଆଜି ସୁପର-୧୨ ମ୍ୟାଚ୍‌ରେ ଜିମ୍ବାୱେ ଠାରୁ ପାକିସ୍ତାନ ଗୋଟିଏ ରନ୍‌ରେ ପରାସ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ପାଇଁ କ୍ରମାଗତ ଦ୍ୱିତୀୟ ପରାଜୟ। ଏହି ପରାଜୟ ସହିତ ପାକିସ୍ତାନ ବର୍ତ୍ତମାନ ସେମିଫାଇନାଲକୁ ଯିବା କଷ୍ଟକର ହୋଇପଡିଛି। ପ୍ରଥମେ ଜିମ୍ବାୱେ ବ୍ୟାଟିଂ କରି ୧୩୦ ରନ୍ ସଂଗ୍ରହ କରିଥିଲା। କିନ୍ତୁ ପାକିସ୍ତାନ ମାତ୍ର ୧୨୯ ରନ୍ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେରେ ୪୨ ରନର ଓପନିଂ ଭାଗିଦାରୀ ହୋଇଥିଲା, ଯାହା ମାତ୍ର ପାଞ୍ଚ ଓଭରରେ ଆସିଥିଲା। ତେବେ ଏହା ପରେ ଦଳ ଶୀଘ୍ର ଶୀଘ୍ର ୱିକେଟ୍ ହରାଇଥିଲେ ଏବଂ ଦଶମ ଓଭରରେ ଦଳର ସ୍କୋର ୬୪/୩ ରହିଥିଲା। ଚତୁର୍ଥ ୱିକେଟ୍ ପାଇଁ ସିନ ୱିଲିୟମ୍ସ (୩୧)…

Read More

ନୂଆଦିଲ୍ଲୀ: ଆଜି ବିଜେଡିର ଏକ ଚାରି ଜଣିଆ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ସେମାନେ ଧାମନଗରରେ ହେଉଥିବା ଉପନିର୍ବାଚନରେ ବିଜେପି କଳା ଟଙ୍କା ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ନିର୍ବାଚନ କମିଶନରଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଧାମନଗରରେ ବିଜେପି ଏସଏଚଜି ମହିଳାମାନଙ୍କୁ ଅପମାନିତ କରିଛି। ଏକ ଛଦ୍ମବେଶୀ ମହିଳାଙ୍କ ଦ୍ବାରା ଟଙ୍କା ବାଣ୍ଟି ସେ ଜଣେ ଏସଏଚଜି ମହିଳା ବୋଲି ବିଜେପି ପ୍ରଚାର କରୁଛି। ଯାହା ଭୁଲ, ଏହା ବିଜେପିର ଏକ ଷଢଯନ୍ତ୍ର ବୋଲି ବିଜେଡି କହିଛି। ସେହିପରି ବିଜେପି ଧାମନଗର ଉପନିର୍ବାଚନରେ ନିୟୋଜିତ ଅଧିକାରୀଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି। ସେମାନଙ୍କ ନାମରେ ମିଛ ଅଭିଯୋଗ ଆଣି ସେମାନଙ୍କୁ ହତାଶ କରାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଏମାନେ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଅଫିସରଙ୍କୁ ଧମକ ଦେଉଛିନ୍ତି ବୋଲି ବିଜେଡି କହିଛି। ବିଜେପି…

Read More

ଭୁବନେଶ୍ୱର :  ପୁରୀ ଜିଲ୍ଲା ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରି ଆଜି ବିଜେପି ତରଫରୁ ଧାରଣା ଦିଆଯାଇଛି। ଆଜିଠାରୁ ୫୮ଟି ସବଡିଭିଜନରେ ଏହି ଆନ୍ଦୋଳନ କରାଯାଉଛି। ଯଥାଶୀର୍ଘ ରାଜ୍ୟ ସରକାର ଶ୍ରୀ ସାହୁଙ୍କୁ ଓ ଅର୍ଚ୍ଚନା କଳାକାରନାର ପର୍ଦ୍ଦାଫାସ କରନ୍ତୁ ବୋଲି ଦାବୀ କରାଯାଇଛି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା, ଜୟପ୍ରକାଶ ମିଶ୍ର, କର୍ଣ୍ଣଲ ବିରେନ୍ଦ୍ର ବସ୍ତିୟା, ପଦ୍ମନାଭ ଦାସ, କିଶୋର ମଙ୍ଗରାଜ, ଶ୍ୟାମସୁନ୍ଦର ପାଇକରାୟ, ହିମାଂଶୁ ମହାନ୍ତି, ଭଗବାନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେନାପତି, ବିବେକ ନାୟକ, ଗୋପାଳ କୁଣ୍ଡୁ, ନାରାୟଣ ବେହେରା, ସନତ ଭୋଇ ଓ କାହ୍ନୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ବର: ଲଘୁଚାପ ବାତ୍ୟା ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିବା ପରେ ଏବେ ଆସିଛି ଏକ ଖୁସି ଖବର। ତାହା ହେଲା ଆସନ୍ତା ୩୦ଯାଏଁ ପାଗ ଶୁଖିଲା ରହିବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ ୩୧ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୀବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Read More

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ  ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି, କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ। ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି। ୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ୍‌ ୭ ହଜାର ୩୬ଟି ଫସଲ…

Read More

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି । ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ତଥା ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ପିତା ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ଗୁରୁବାର ଦିନ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ଗଣେଶ ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହାସହିତ ସେ ସୀତାରାମଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ପରିବାରବର୍ଗଙ୍କ ସହ ବହୁ ସମୟ ବିତାଇଛନ୍ତି। ସେହିପରି ଭାବେ ଉକ୍ତଦିନ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପ୍ରଦେଶ ସଂଗଠନ ସମ୍ପାଦକ ତନ୍ମୟ ଦାସ ଏବଂ ପୂର୍ବତନ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସଂଗଠନ ସମ୍ପାଦକ ଶଶିକାନ୍ତ ମଲିକ ମଧ୍ୟ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ବିଜେଡି ନେତା ମନୋଜ ବାରିକୀ ମଧ୍ୟ…

Read More

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସ ୨୮ତାରିଖରେ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ, ସାଧୁ ସନ୍ଥ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ଶାନ୍ତିସ୍ତୂପର ମୁଖ୍ୟ ଦର୍ଶନ ପୀଠ ସମ୍ମୁଖ ମଣ୍ଡପ ଠାରେ ଆୟୋଜିତ ପୂଜା ଉତ୍ସବରେ ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିର ରଖିଆଗାମୀ ୨୮ ତାରିଖ ସକାଳ ୮ ଘଣ୍ଟା ସମୟରୁ ଦିନ ୧ଟା ପର‌୍ୟ୍ୟନ୍ତ ଧଉଳି ଶାନ୍ତିସ୍ତୂପପର‌୍ୟ୍ୟଟକ ତଥା ସର୍ବସାଧାରଣଙ୍କ ନିମନ୍ତେ ପରିଦର୍ଶନ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ତରଫରୁ ଆବଶ୍ୟକ ଟ୍ରାଫିକ୍ କଟକଣା ଜାରି ରହିବ। ଏଥି ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

Read More

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆଉ ଏକ ନୂଆ ନୂଆ ୱେବ୍ ସିରିଜ୍‌ “SIX” ଆସୁଅଛି। ଏହି ୱେବ୍‌ସିରିଜ୍‌ ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ। ଏହାକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି: ଏହି ୱେବ୍‌ସିରିଜ୍‌ରେ ଆପଣ ମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ। ଏବେ ସବୁ ଆଡେ ଚର୍ଚା, ଏହା ଆତ୍ମ୍ୟ ହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର। ବର୍ତ୍ତମାନ ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ? ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୁହରେ। ଏବେ ତଦନ୍ତ କରୁଥିବା ପୋଲିସ କଣ କରିବ? ଏ ମୃତ୍ୟୁ କାଣ୍ଡ ଉପରୁ ପରଦା ଉଠେଇବ? ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା…

Read More

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର‌୍ୟ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୨୯ରେ ତିହିଡି…

Read More

ଭୁବନେଶ୍ୱର: ଏକ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ଏକ ବଡ଼ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଏ ନେଇ ସମ୍ମମ୍ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଶିଶୁ କନ୍ୟାଟିର ପେଟଟି ଫୁଲିଥିବାର ଦେଖି ତା’ର ପିତାମାତା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ। ଜନ୍ମ ସମୟରେ ଶିଶୁଟିର ଓଜନ ଅଢ଼େଇ କେଜି ଥିବା ବେଳେ ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି ହସ୍ପିଟାଲ୍‌ର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ। ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ଥିବାର ଜଣାପଡ଼ିଥିଲା। ତେଣୁ ଅସ୍ତ୍ରୋପଚାର ଜରିଆରେ ଟେରାଟୋମାଟିକୁ ବାହାର କରାଯିବା ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି। ଏହି ଟେରାଟୋମା ହେଉଛି କୋଷିକାଗୁଡ଼ିକୁ ନେଇ ଗଠିତ ଏକ ଟ୍ୟୁମର…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ନିମ୍ନରେ ଦିଆଗଲା- ମୋଟ୍‌ ଉଦ୍ୟାନ କୃଷି…

Read More

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହେଲା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଆଦର୍ଶ ଆଚରଣବିଧି ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଏହା ବଳବତ୍ତର ରହିଛି। ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ ଯାହାକି ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀମାନେ ନିଶ୍ଚିତ ଭାବେ ପାଳନ କରିବେ । ଏପରିକି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣବିଧିକୁ ମାନିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଖୁବ୍‌ ଜୋରରେ ଚାଲୁଅଛି ଓ ଏହା ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ସମୟରେ…

Read More