Author: Samikhsya Bureau

ଭୁବନେଶ୍ବର: ଆସନ୍ତା 30 ଏବଂ 31 ତାରିଖରେ ଓଡିଶାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଓଡିଶା କଂମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା ହେବ। ଏହି ପରୀକ୍ଷା ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟରେ କରାଯିବ। ସେଥିପାଇଁ ସେହି ଦୁଇଦିନ ଏହି ପରୀକ୍ଷା ପରିଚାଳନା ପାଇଁ କଲେଜରେ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବନ୍ଦ କରାଯିବ। ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜକୁ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, 30 ତାରିଖ ରବିବାର ଏବଂ 31 ତାରିଖ ସୋମବାରର ଏହି ପରୀକ୍ଷା କରାଯିବ। ରବିବାରରେ ଏହି ପରୀକ୍ଷା ସକାଳା 9 ଟା 30 ରୁ 4ଟା 30 ପର୍ଯ୍ୟନ୍ତ ଚାଲିବ। ସେହିପରି ସୋମବାରରେ ସକାଳ 9ଟା 30 ରୁ ଦିନ 12 ଟା 30 ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ କଲେଜରେ ହେବାକୁ ଥିବା କ୍ଲାସ, ପ୍ରାଟିକାଲ କ୍ଲାସ କିମ୍ବା ଏକ୍ସଟ୍ରା କ୍ଲାସକୁ ସ୍ଥଗିତ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଚୋରି ଓ ଡକାୟତି ଘଟଣାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଗତ ଦୁଇ ଦିନ ହେଲା ବାଲୁଗାଁର ଏକ ନିର୍ଦ୍ଦିଷ୍ଟ କ୍ଲବ ଘର ପିଲାର ଭାଙ୍ଗି ତନ୍ମଧରେ ବହୁ ପରିମାଣରେ ଗଚ୍ଛିତ ଥିବା ଲୁହା ରଡ଼କୁ ପାଞ୍ଚ ଜଣ ଦୁର୍ବୁତ୍ତ ଲୁଟ କରି ନେଇଯାଇଥିଲେ। ତେବେ ସମସ୍ତ ପାଞ୍ଚ ଜଣ ଦୁର୍ବୁତ୍ତଙ୍କୁ ବାଲୁଗାଁ ପୋଲିସ ଆଜି କାବୁ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଜିନିଷ ଜବତ କରିଛି। ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଲୁହା ବେପାରି ଥିବା ଜଣାପଡିଛି। ସେହିପରି ଭାବେ ଆଜି ସକାଳେ ବାଲୁଗାଁ ଗୋପୀନାଥପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରୁ ବାଣପୁର ଥାନା ଅଞ୍ଚଳର ଶିବ ପ୍ରସାଦ ପଣ୍ଡା ନାମକ ଅଭିଯୁକ୍ତ ମୋବାଇଲ ଫୋନ ଓ ମନି ପର୍ସ ଜୋରଜବରଦସ୍ତ ଛଡାଇ ନେଇ ଫେରାର ହୋଇଯାଇଥିଲେ।…

Read More

ଭୁବନେଶ୍ୱର: ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍‌ଜେନିଟାଲ୍ ଡାୟାଫ୍ରାଗ୍‌ମେଟିକ୍ ହାର୍ନିଆ (ସିଡିଏଚ୍‌) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍। ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର ଏହି ସମସ୍ୟା ସମ୍ପର୍କରେ ପରୀକ୍ଷାରୁ ଜଣାପଡ଼ିଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ଶିଶୁର ମା’ ୮ ମାସ ଗର୍ଭବତୀ ଥିବା ସମୟରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପରେ ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ଭେଂଟିଲେଟର ସାହାଯ୍ୟରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ମମ୍‌ର ପେଡିଆଟ୍ରିକ୍ ଓ ନିଓନାଟୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ। ଶିଶୁର ଶରୀରରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ହସ୍ପିଟାଲ୍ କନ୍‌ସଲ୍‌ଟାଂଟ ତଥା ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତୁରନ୍ତ…

Read More

କଲିକତା: ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏବେ ପଶ୍ଚିମବଙ୍ଗରେ ରାଜନୀତି ଆରମ୍ଭ ହୋଇଛି। ଆଇସିସି ନିର୍ବାଚନରେ ​​ସୌରଭ ଗାଙ୍ଗୁଲିଙ୍କୁ ଅନୁମତି ଦେବାକୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ମମତାଙ୍କ ଏହି ଦାବି ଉପରେ ବିଜେପି ପାଲଟା ଆକ୍ରମଣ କରିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଆଧିକାରୀ ମମତା ବାନାର୍ଜୀଙ୍କୁ କ୍ରୀଡ଼ାରେ ରାଜନୀତି ନକରିବାକୁ କହିଛନ୍ତି। ସୌରଭ ଗାଙ୍ଗୁଲିଙ୍କ କ୍ଷେତ୍ରରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ବର୍ତ୍ତମାନ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ନାମ ମଧ୍ୟ ପ୍ରବେଶ କରିଛନ୍ତି। ଆଜି ସେ କହିଛନ୍ତି ଯେ, “ମମତା ବାନାର୍ଜୀ ଶାହରୁଖ ଖାନଙ୍କୁ ହଟାଇବା ଏବଂ ସୋରଭ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଭାବେ ପରିଣତ କରିବା ଉଚିତ୍। ଯଦି ମମତା ବାନାର୍ଜୀ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢାଇଇବାକୁ ଚାହାଁନ୍ତି, ତେବେ ସେ ସୋରଭ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଭାବେ ପରିଣତ କରିବା ଉଚିତ୍। କ୍ରୀଡ଼ାରେ ରାଜନୀତି…

Read More

ଭୁବନେଶ୍ବର: ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନୂଆ ନେତାଙ୍କୁ ମିଳିଛି ନୂଆ ନିଯୁକ୍ତି। ସେମାନେ ହେଲେ ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ତେଜେଶ୍ୱର ପରିଡା।ଏହି ତିନିଜଣଙ୍କୁ ଆଜି ଦଳ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି। ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହି ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ଗଣମାଧ୍ୟମର ମୁଖ୍ୟ ତଥା ପ୍ରବକ୍ତା ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି। ତେଜେଶ୍ବର ପରିଡା ବିଜେଡିର ମୁଖପାତ୍ର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ। ସେ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ମନୋଜ ମହାପାତ୍ର ମଧ୍ୟ କଂଗ୍ରେସର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ସରକାର ଜନସାଧାରଣଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାର ସିଏନଜି ଗାଡି ମାଲିକମାନଙ୍କୁ ମଧ୍ୟ ଖୁସି କରିଛନ୍ତି। ସରକାର CNG ଏବଂ PNG ଉପରେ ଭାଟ୍ ୧୦ ପ୍ରତିଶତ ହ୍ରାସ କରିଛନ୍ତି। ବର୍ତ୍ତମାନ, CNG ଉପରେ ଭାଟ୍ ହ୍ରାସ ଯୋଗୁଁ ଗ୍ରାହକମାନେ କିଲୋଗ୍ରାମରେ ୬ ରୁ ୭ ଟଙ୍କା ଲାଭ କରୁଥିବାବେଳେ PNG ଗ୍ରାହକମାନେ କିଲୋଗ୍ରାମରେ ୫ ରୁ ୬ ଟଙ୍କା ଲାଭ କରିବେ। CNG ଏବଂ PNG ରେ ରିଲିଫ୍ ପ୍ରଦାନ କଲେ ସରକାରଙ୍କ ଉପରେ ୩୦୦ କୋଟି ବୋଝ ହେବ। ଏହା ବ୍ୟତୀତ ଏଲପିଜିରେ ରିଲିଫ୍ ହେତୁ ସରକାରଙ୍କ ମୋଟ ୧୬୫୦ କୋଟି ଟଙ୍କା ଭାର ମଧ୍ୟ ରହିବ। ସରକାରଙ୍କ ଏହି ଘୋଷଣା ୩୫ ଲକ୍ଷ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଜଟଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଜଟଣୀ ଥାନା ରାଠିପୁର ଗ୍ରାମରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ ଜମିର ଖାନ (୩୩) ଙ୍କ ନିକଟରୁ ୧୦୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାର ଟଙ୍କା ହେବ। ଏ ସଂକ୍ରାନ୍ତରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Read More

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ବର୍ତ୍ତମାନ ୧୯ ତାରିଖ ଅର୍ଥାତ୍ ବୁଧବାର ଦିନ ଭୋଟ୍ ଗଣନା କରାଯିବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଆଜି ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଏବଂ ଦେଶର ୬୫ ରୁ ଅଧିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ସଭାପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସମୟରେ ସୋନିଆ ଗାନ୍ଧୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ‘ମୁଁ ଏହି ଦିନକୁ ବହୁତ ସମୟ ଧରି ଅପେକ୍ଷା କରିଥିଲି’। ଆଜି ସକାଳ ୧୦ ଟାରୁ ମତଦାନ ଆରମ୍ଭ ହୋଇଥିଲା। ଦଳର ବରିଷ୍ଠ ନେତା ପି ଚିଦାମ୍ବରମ୍ ଏବଂ ଜୟରାମ ରମେଶଙ୍କ ସମେତ ଅନେକ ନେତା ମତଦାନ କରିଥିଲେ। ଦଳ ମୁଖ୍ୟାଳୟରେ ଚିଦାମ୍ବରମ୍ ପ୍ରଥମେ ଭୋଟ୍ ଦେଇଥିଲେ। ତାଙ୍କ ପରେ ଦଳର ସାଧାରଣ ସମ୍ପାଦକ ରମେଶ, ଅଜୟ ମାକେନ୍ ଏବଂ ଅନ୍ୟମାନେ…

Read More

ଭୁବନେଶ୍ୱର : ସରକାରୀ କର୍ମକର୍ତାମାନଙ୍କୁ ଶାସକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାବେ ବ୍ୟବହାର କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ପ୍ରବର୍ତାଇବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଅତୀତରେ ପୋଲିସ, ଆମ୍ବୁଲାନ୍ସର ସହାୟତାରେ ଟଙ୍କା ବାଂଟୁଥିବାର ଅନେକ ନଜିର ଅତୀତରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଆଉ ଗୋଟିଏ ପାଦ ଆଗେଇ ଆସି ସ୍ୱୟଂସହାୟକ ଗୋଷ୍ଠୀଙ୍କ (ଏସ୍‌ଏଚ୍‌ଜି) ସହାୟତାରେ ଅନୈତିକ ଉପାୟରେ ବ୍ୟାପକ ଟଙ୍କା ବାଂଟୁଛି ଶାସକ ବିଜେଡି। ଧାମନଗର ଉପନିର୍ବାଚନରେ ମଧ୍ୟ ସମାନ ପନ୍ଥା ଆପାଣାଇଥିବା ଶାସକ ବିଜେଡି ଏସ୍‌ଏଚ୍‌ଜି ଗ୍ରୁପ ମାଧ୍ୟମରେ ଟଙ୍କା ବାଂଟିବାର ପ୍ରୟାସ ଆରମ୍ଭ କରିଦେଇଛି ବିଜେଡି। ଏହା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଦୌ ସମ୍ଭବ ନୁହେଁ। ତେଣୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯିବାକୁ ବିଜେପି…

Read More

ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନରେ ଅନୁଷ୍ଠିତ ଉପ-ନିର୍ବାଚନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଖୁସି ଖବର ଆଣିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପ-ନିର୍ବାଚନରେ ​​ସର୍ବାଧିକ ୧୧ ଟି ସଂସଦ ଏବଂ ବିଧାନସଭା ଆସନରେ ଜିତିଛି। ପିଟିଆଇ ମୋଟ ୬ ଟି ଜାତୀୟ ବିଧାନସଭା ଏବଂ ଦୁଇଟି ପଞ୍ଜାବ ବିଧାନସଭା ଆସନ ଜିତିଛି। ଏହି ଉପ-ନିର୍ବାଚନରେ ​​ସେ ମୁଖ୍ଯତଃ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ର ସମ୍ମୁଖୀନ ହୋଇଥିଲେ। ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଇମ୍ରାନ ଖାନଙ୍କ ଦଳ ଏଥିରୁ ଅନେକ ଲାଭ ପାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଥିଲେ। ଖାନ ନିଜେ ସାତୋଟି ସଂସଦୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ସେଥିରୁ ୬ ଟି ଜିତିଥିଲେ। ସେ କରାଚି ଆସନରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ତାଙ୍କ ଦଳ ମଧ୍ୟ…

Read More

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ୍‌ ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ପିଲାମାନଙ୍କୁ ଭଲ ପାଠ ପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ଦଶମ ଶ୍ରେଣୀରୁ ୧୩ ଜଣ ଛାତ୍ରଛାତ୍ରୀ ଓ ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ବିଦ୍ୟାର୍ଥୀ ମନ୍ତ୍ରୀ ଶ୍ରୀ ଦାଶଙ୍କ ଠାରୁ ଲ୍ୟାପ୍‌ଟପ୍‌ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିକ୍ଷା ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତି୍ରପାଠୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ…

Read More

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଫର୍ମକୁ ଫେରିବାର କେଏଲ ରାହୁଲ ସଂକେତ ଦେଇଛନ୍ତି। ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଆଶ୍ଵସ୍ତି। ସେ ସୋମବାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆରେ ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ଏହାପୂର୍ବରୁ ସେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଏହିପରି ଭାବେ ସେ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୬ ରନ ସଂଗ୍ରହ କରିଥିଲା। ଟିମ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୩ ଟି ବଲରେ ୫୭ ରନ ସଂଗ୍ରହ କରିଥିଲେ। ଏହି ପାଳିରେ କେଏଲ ୩ ଟି ଛକା ଏବଂ ୬ ଟି ଚୌକା ମାରିଥିଲେ। ସେହିଭଳି ସୂର୍ଯ୍ୟକୁମାର ଯାଦବ ୩୩…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିସାମ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ କୃଷକମାନଙ୍କୁ ଦ୍ୱାଦଶ କିସ୍ତି ରାଶି ୧୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ସମ୍ମିଳନୀ ୨୦୨୨ ର ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି, PM-Kisan କୃଷକମାନଙ୍କ ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ସେ କହିଛନ୍ତି, ଆଜିର କାଯ୍ୟକ୍ରମ କୃଷକ, କୃଷି-ଷ୍ଟାର୍ଟଅପ୍ ଏବଂ ହିତାଧିକାରୀଙ୍କୁ ଏହି ପ୍ଲାଟଫର୍ମ ଏକାଠି କରିଛି। ସେ କହିଛନ୍ତି ଯେ ଦେଶରେ କୃଷି-ଷ୍ଟାର୍ଟଅପ୍ ଚାଷୀଙ୍କୁ ଅମଳ ବୃଦ୍ଧି, ମୃତ୍ତିକାର ଉର୍ବରତାରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଛି ଏବଂ କୃଷି ଫଳାଫଳରେ ଉନ୍ନତି ଆଣିବା ପାଇଁ ସହଜ ପ୍ରଯୁକ୍ତି ବିଦ୍ୟା ସୃଷ୍ଟି କରୁଛି। ଚବିଶ ଘଣ୍ଟିଆ ଟେକ୍ନୋଲୋଜି ଭିତ୍ତିକ ଆଧୁନିକ କୃଷି କୈଶଳ ଅବଲମ୍ବନ କରିବାର ଆବଶ୍ୟକତା ବୋଲି ଶ୍ରୀ ମୋଦୀ…

Read More

ଭୁବନେଶ୍ବର: ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୩.୧କିମି ଯାଏଁ ବ୍ୟାପିଛି। ଫଳରେ ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପଶ୍ଚିମକେନ୍ଦ୍ରୀୟ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଆଡକୁ ଗତିକରିବା। ଫଳରେ ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଦ୍ବାରା ବାତ୍ୟା ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

Read More

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ) ଅଧ୍ୟକ୍ଷ ସ୍ଵାତୀ ମାଲିୱାଲ ଅଭିଯୋଗ କରିଛନ୍ତି ଯେ, କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗାଡି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ଘଟିବା ବେଳେ ସେ ଘରେ ନଥିଲେ। ସେ ଏହି ଆକ୍ରମଣକୁ ଭୟ କରିବେ ନାହିଁ ବୋଲି ମାଲିୱାଲ କହିଛନ୍ତି। ସେ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବେ। ସ୍ଵାତୀ ମାଲିୱାଲ ଟ୍ୱିଟ କରି କହିଛନ୍ତି ଯେ, “କିଛି ସମୟ ପୂର୍ବରୁ କିଛି ଆକ୍ରମଣକାରୀ ମୋ ଘରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୋର ଏବଂ ମା’ଙ୍କ କାର ଭାଙ୍ଗି ଘର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଆମେ ଦୁହେଁ ଘରେ ନଥିଲୁ। କିଛି ଦିନ ପୂର୍ବରୁ ମାଲିୱାଲ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଛି। ନିକଟରେ ମିଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ବିଗ ବସ୍‌ରୁ ବାହାର…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସରେ ୨୩୦ କିଲୋମିଟର ବେଗରେ ଚାଲୁଥିବା ବିଏମଡବ୍ଲୁ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ କାର ଭିତରେ ଥିବା କାରର ଏକ ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କାର ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭରକୁ କୁହାଯାଇଥିଲା ଯେ, ବେଗ ୩୦୦ କିଲୋମିଟର ଛୁଇଁବ। ଏହି ସମୟରେ, ଜଣେ ସାଥୀ ଶୁଣିବାକୁ ପାଇଲେ ଯେ ଚାରିଜଣ ମରିଯିବେ .. ଏବଂ କିଛି ସମୟ ପରେ ସେହି ଘଟଣା ସତ୍ୟ ହେଲା। ବିଏମଡବ୍ଲୁ କାର ସୁଲତାନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଏବଂ ଜଣେ ଯାତ୍ରୀ ସ୍ପିଡୋମିଟର ପ୍ରଦର୍ଶନ କରିବା ପାଇଁ କାର ଭିତରୁ ଫେସବୁକରେ ଲାଇଭ ଭିଡିଓ ଷ୍ଟ୍ରିମିଂ କରୁଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡଟିରେ ପାଣିର ସୁଅ ଛୁଟୁଛି। ଫଳରେ ବର୍ଷା ଜଳ ଉକ୍ତ ରୋଡ ଦେଇ କେନାଲକୁ ପ୍ରବାହିତ ହେଉଥିବା ଲାଗି ପିଚୁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଛି। ଶାଳିଆ ଡ୍ୟାମ ଜଳ ବିଲ ମଧ୍ୟକୁ ପ୍ରବେଶ କରି ଉକ୍ତ ରୋଡ ଦେଇ କେନାଲକୁ ଯାଇଥାଏ। ଯାହାଫଳରେ ବାରମ୍ବାର ରୋଡଟି ନଷ୍ଟ ହେଉଛି। ତେବେ ନିମ୍ନମାନର ମରାମତି କାର୍ଯ୍ୟ ଲାଗି ରୋଡରୁ ବାରମ୍ବାର ପିଚୁ ଉଠିବା ସହ ଗତ୍ର ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏହି ରୋଡଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ…

Read More

ଭୁବନେଶ୍ୱର: ହାଇଦ୍ରାବାଦରେ ଆରମ୍ଭ ହୋଇଛି ଇନଭେଷ୍ଟର ବା ନିବେଶ ବୈଠକ। ହାଇଦ୍ରାବାଦର ବଂଜରା ହିଲସଠାରେ ଥିବା ହୋଟେଲ ତାଜ କ୍ରିଷ୍ଣାରେ ଏହି ବୈଠକ ଚାଲିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି। ଏହି ପୁର୍ବାହ୍ନ ବୈଠକରେ ପ୍ରାୟ 40 ଜଣ ଉଦ୍ୟୋଗପତି ଯୋଗ ଦେଇଛନ୍ତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶା ଶିଳ୍ପାୟନ ପାଇଁ ତଥା ପୁଂଜି ନିବେଶ ପାଇଁ କିପରି ପ୍ରକୃଷ୍ଟ କ୍ଷେତ୍ର ସେ ଉପରେ ଶିଳ୍ପପତିଙ୍କୁ ଆବଗତ କରାଉଛନ୍ତି। ଏହି ବୈଠକରେ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ସଂଧ୍ୟାରେ ଏକ ବଡ ଶିଳ୍ପପତି ଗୋଷ୍ଠିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧୀତ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଓଡିଶାରୁ ଶିଳ୍ପ ବିଭାଗର ଏକ ଟିମ ହାଇଦ୍ରାବାଦ ଗସ୍ତରେ ଅଛନ୍ତି। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପସଚିବ ହେମନ୍ତ ଶର୍ମା, 5ଟି…

Read More

ମୁମ୍ବାଇ: ମୁମ୍ବାଇର ଅନ୍ଧେରି ପୂର୍ବ ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ହୋଇପଡ଼ିଛି। ଏମଏନଏସ ମୁଖ୍ୟ ରାଜ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ବିଜେପିକୁ ନିବେଦନ କରିଛନ୍ତି ଯେ, ସ୍ୱର୍ଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ପତ୍ନୀ ରିତୁଜାଙ୍କୁ ବିନା ନିର୍ବାଚନରେ ​​ଅନୁମତି ଦିଆଯାଉ। ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନ୍ଧେରି ପୂର୍ବ ବିଧାନସଭା ଉପ-ନିର୍ବାଚନରେ ​​ଶିବସେନା ଉଦ୍ଧବ ଠାକରେ ଦଳ ପ୍ରାର୍ଥୀ ରିତୁଜା ଲଟକେଙ୍କ ବିଜୟ ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ରବିବାର ଆହ୍ଵାନ କରିଛନ୍ତି। ପ୍ରକାଶ ଯେ ରମେଶ ଲଟକେଙ୍କ ମୃତ୍ୟୁ ହେତୁ ଏହି ଆସନରେ ଉପ-ନିର୍ବାଚନ ହେବ। ବିଜେପିର ମୁରଜି ପଟେଲଙ୍କ ବିରୋଧରେ ରମେଶଙ୍କ ପତ୍ନୀ ରିତୁଜା ଲଟକେ ପ୍ରତିଦ୍ବନ୍ତିତା କରୁଛନ୍ତି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୭ ତାରିଖ। ଏହାପୂର୍ବରୁ ଏମଏନଏସ ମୁଖ୍ୟ ରାଜ ଠାକରେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ୨୦୨୨’ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କିଷାନ୍ ସମ୍ମାନ ନିଧି ର ଅଧୀନରେ ଦ୍ୱାଦଶ କିସ୍ତି ରାଶି ୧୬ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଜାରି କରିବେ। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୧୩ ହଜାର ୫୦୦ରୁ ଅଧିକ କୃଷକ ଏବଂ ଦେଶର ପ୍ରାୟ ୧୫୦୦ କୃଷି ଷ୍ଟାର୍ଟଅପ୍ ଏକତ୍ରିତ ହେବେ। କାର୍ଯ୍ୟକ୍ରମ ଅନୁଯାୟୀ, ସକାଳ ପ୍ରାୟ ୧୧.୩୦ ସମୟରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ହସ୍ତାନ୍ତର କରାଯିବ। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାରକୁ ପ୍ରତିବର୍ଷ ୨ ହଜାର ଟଙ୍କା ତିନିଟି କିସ୍ତିରେ ୬ ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଥାଏ। PM-KISAN ଅଧୀନରେ ଯୋଗ୍ୟ କୃଷକ ପରିବାର ଏପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵରରୁ ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୬ କଟକ ଜିଲ୍ଲାରୁ- ୩ ଦେବଗଡ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୬ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୨ ପୁରୀ ଜିଲ୍ଲାରୁ- ୭ ସମ୍ବଲପୁର ଜିଲ୍ଲାରୁ- ୪ ସୋନପୁର ଜିଲ୍ଲାରୁ- ୧ ସୁନ୍ଦରଗଡ ଜିଲ୍ଲାରୁ- ୧୦ ଷ୍ଟେଟ ପୁଲରୁ- ୧ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫…

Read More