Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନା ସଦସ୍ୟ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ବାୟୁସେନା ଦିବସରେ, ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା । ନମଃ: ସ୍ପୃଶଂ ଦିପ୍ତମ୍‍ ବାକ୍ୟ ଆଧାରରେ ଭାରତୀୟ ବାୟୁସେନା ଦଶନ୍ଧି ଧରି ତାହାର ପରାକ୍ରମ ଦେଖାଇ ଆସୁଛି । ସେମାନେ ଦେଶକୁ ସୁରକ୍ଷା ଦେବା ସହିତ ବିପର‌୍ୟ୍ୟୟ ସମୟରେ ଉଲ୍ଲେଖନୀୟ ମାନବିକତା ମଧ୍ୟ ଦେଖାଉଛନ୍ତି ।”

Read More

ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ଜାରୀ ହେବ ଇ-ମୁଦ୍ରା। ଏହି ସଙ୍କେତ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ତେବେ ଏହି ମୁଦ୍ରା କଣ, ଏହାର ଡିଜାଇନିଂ କିପରି, କେମିତି ପ୍ରଚଳନ ହେବ ସେ ନେଇ ଲୋକଙ୍କ ମତ ଲୋଡିଛି ଆରବିଆଇ। ଏହା ପ୍ରବେଶ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ଏଥିରେ ଟେକ୍ନୋଲୋଜି ଏବଂ ଡିଜାଇନ୍ ପସନ୍ଦ, ଡିଜିଟାଲ୍ ମୁଦ୍ରାର ସମ୍ଭାବ୍ୟ ବ୍ୟବହାର, ପ୍ରଦାନ ପ୍ରଣାଳୀ ଏବଂ ସିବିଡିଟି ପ୍ରବର୍ତ୍ତନରେ ଆରବିଆଇର ଭୂମିକା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଏହା ମଧ୍ୟ ବ୍ୟାଙ୍କିଂ ସିଷ୍ଟମ, ମୁଦ୍ରା ନୀତି, ଆର୍ଥିକ ସ୍ଥିରତା ଏବଂ ଗୋପନୀୟତା ଉପରେ ଡିଜିଟାଲ ମୁଦ୍ରାର ପ୍ରଭାବର ପରୀକ୍ଷଣ କରିଥାଏ। ଏହା ପରେ ଆରବିଆଇ ଖୁବ ଶୀଘ୍ର ପାଇଲଟ ଆଧାରରେ ଡିଜିଟାଲ ମୁଦ୍ରା ଆରମ୍ଭ କରିବ।

Read More

ନୂଆଦିଲ୍ଲୀ:  ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା ଟାସ୍କ ଫୋର୍ସର କାର‌୍ୟ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ। ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବକମିଟି ଗଠନ କରା ଯାଇପାରିବ। ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ। ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ। ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀରେ ସର୍ଚ୍ଚ ଅପରେସନ ବେଳେ ଅଭିଯୁକ୍ତଙ୍କ ବାସଭବନରୁ ୧ କୋଟି ଟଙ୍କା ଜବତ କରିଛି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ। ଦିଲ୍ଲୀର ନୂତନ ଅବକାରୀ ନୀତିରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗରେ ଗତକାଲି ଦିଲ୍ଲୀ ସମେତ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବର ୩୫ ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ନୀତି ସହିତ ଜଡିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଅନେକଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ସିବିଆଇ ଚଢାଉ କରିଛି। ବର୍ତ୍ତମାନ ଇଡି ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ଚଢାଉ କରି ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି। ପ୍ରକାଶ ଯେ କିଛି ଦିନ ପୂର୍ବରୁ ଇଡି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’ ପରିବାରର ଏକ ଭେଟଘାଟ ପର୍ବ ମା’ ମାଣିକେଶ୍ୱରୀଙ୍କ ପୀଠରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୪ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ମହୁରି’ ଏକ କବିତା ଆନ୍ଦୋଳନରୁ ଗତ ୨୦୦୭ ମସିହା, ମକର ସଂକ୍ରାନ୍ତିରେ ଭବାନୀପାଟଣାରେ ଜନ୍ମ ନେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ କରିବା ନିମନ୍ତେ ମହୁରିର ସଭାପତି ତଥା କବି ଭବାନୀଶଙ୍କର ନିଆଲ ଏକ କବିତା ପତ୍ରିକାର ପରିକଳ୍ପନା କରିଥିଲେ। ଉକ୍ତ କବିତା ପତ୍ରିକା ୨୦୦୮ ମସିହା ପୂଜା ସଂଖ୍ୟା ଭାବେ ଆତ୍ମପ୍ରକାଶ କଲା। ଏହି ପତ୍ରିକାର ସଂପାଦନା ଓ ପରିକଳ୍ପନା ଏତେ ସୁଦୃଢ଼ ଥିଲା ଯେ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଶୁଭାଶିଷ ତଥା ଆର୍ଥିକ ସହଯୋଗ ପାଇ ପାରିଥିଲା। ସେହିପରି ଓଡ଼ିଶାର ପୁରପଲ୍ଲୀରୁ ଶହଶହ କବି…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୨ ଢେଙ୍କାନାଳ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୧ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୩ ପୁରୀ ଜିଲ୍ଲାରୁ- ୧୧ ରାୟଗଡା ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୩ ସୁନ୍ଦରଗଡ ଜିଲ୍ଲାରୁ-…

Read More

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ। ଏଠାରେ ସେ କହିଥିଲେ ଯେ, ବର୍ଣ୍ଣ ଏବଂ ଜାତି ପ୍ରଣାଳୀ ଅତୀତ ହୋଇଯାଇଛି, ଯାହାକୁ ଭୁଲିଯିବା ଉଚିତ୍। ସଂଘ ମୁଖ୍ୟ ଭାଗବତ କହିଥିଲେ ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ସେମାନେ ସଂଘ ତଥା ହିନ୍ଦୁଙ୍କ ଦ୍ଵାରା ବିପଦରେ ଅଛନ୍ତି। ଏହା ଅତୀତରେ ଘଟି ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ ନାହିଁ। ଏହା ନା ସଂଗଠନର ପ୍ରକୃତି ନା ହିନ୍ଦୁମାନଙ୍କର। ସେ କହିଛନ୍ତି ଯେ, ଘୃଣା, ଅନ୍ୟାୟ, ଅତ୍ୟାଚାର ପ୍ରଚାର କରିବା, ସମାଜ ପ୍ରତି ଅସନ୍ତୋଷ ଓ ଶତ୍ରୁତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଛିଡା ହୋଇ “ଆତ୍ମରକ୍ଷା ଏବଂ ନିଜର ପ୍ରତିରକ୍ଷା କରିବା ଏକ କର୍ତ୍ତବ୍ୟ ହୋଇଯାଏ। ବର୍ତ୍ତମାନ ଏହି ପ୍ରକାରର ହିନ୍ଦୁ ସମାଜ ଆବଶ୍ୟକ। ଭାଇଚାରା, ସୌହାର୍ଦ୍ଦ୍ୟ…

Read More

ନୂଆଦିଲ୍ଲୀ: ମହିଳା ଟି-୨୦ ଏସିଆ କପ୍ ୨୦୨୨ରେ ପାକିସ୍ତାନ ଭାରତକୁ ୧୩ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୩୮ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୨୪ ରନ୍ ସ୍କୋର କରିପାରିଥିଲା। ନିଦା ଡାର ପାକିସ୍ତାନ ପାଇଁ ଏକ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ। ସେ ବ୍ୟାଟିଂରେ ଅର୍ଦ୍ଧଶତକ ହାସଲ କରିବା ସହିତ ଦୁଇଟି ୱିକେଟ୍ ମଧ୍ୟ ନେଇଥିଲେ। ମେଘନା ଏବଂ ସ୍ମୃତି ମନ୍ଧନା ଭାରତ ପାଇଁ ଓପନିଂ କରିବାକୁ ଆସିଥିଲେ। ମାନ୍ଧନା ୧୯ ବଲରୁ ୧୭ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୨ଟି ଚୌକା ରହିଥିଲା। ମେଘନା ୧୪ ବଲରେ ୧୫ ରନ୍ ସଂଗ୍ରହ କରିଥିଲେ। ମେଘନା ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ୨ ରନ୍ ସ୍କୋର କରିବା ପରେ ଜେମିମା ରୋଡ୍ରିଗେଜ୍ ଆଉଟ୍ ହୋଇଥିଲେ। ହେମଲତା ୨୨ ବଲରୁ ୨୦ ରନ୍ ସଂଗ୍ରହ କରିଥିଲେ।…

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନାଶିକ-ଔରଙ୍ଗାବାଦ ମାର୍ଗରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅନେକ ଲୋକ ଜଳି ଯାଇଥିବାର ଖବର ରହିଛି। ନାଶିକ ପୋଲିସ ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛି। ଏହି ଦୁର୍ଘଟଣାକୁ ନିଶ୍ଚିତ କରି ଡେପୁଟି କମିଶନର ଅମୋଲ ତାମ୍ବେ କହିଛନ୍ତି ଯେ, ଏଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ନାଶିକ ପୋଲିସ କହିଛି ଯେ ଶୁକ୍ରବାର ରାତିରେ ବସ୍ ଅଗ୍ନିକାଣ୍ଡରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତଦେହ ଏବଂ ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି। ସୂଚନାନୁସାରେ, ବସ୍ ୟଭତମାଲରୁ ମୁମ୍ବାଇ ଯାଉଥିଲା। ଧୁଲେରୁ ମୁମ୍ବାଇ ଯାଉଥିବା ଟ୍ରେଲରଟି ବସ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଆଠରୁ ଦଶ…

Read More

ଜୀବନଶୈଳୀ, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ…

Read More

ମେଷ ରାଶି: ଆୟ ଏବଂ ପ୍ରଗତି ବୃଦ୍ଧି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବିପୁଳ ଲାଭ ଦେଇପାରେ। ବେକାରୀ ହଟାଇବା ପାଇଁ ପ୍ରୟାସ ସଫଳ ହେବ। ସହଭାଗୀମାନଙ୍କର ସହଯୋଗ ଠିକ୍ ସମୟରେ ପ୍ରାପ୍ତ ହେବ। ଭ୍ରମଣ ଯୋଜନା ପ୍ରସ୍ତୁତ ହୋଇପାରେ। ଘର ବାହାରେ କିଛି ଟେନସନ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ ରାଶି: ଚାକିରିରେ ସୁବିଧା ବଢିପାରେ। ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମରେ ମନ ଲାଗିବ। ସେୟାର ବଜାରରେ ଲାଭ ହେବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ହେବାର ସୁଯୋଗ ମିଳିବ। ମିଥୁନ ରାଶି: କାମ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଚିନ୍ତା ଏବଂ ଟେନସନ ହେବେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା…

Read More

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ କରାଇ ଧାମନଗର ଉପନିର୍ବାଚନ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ଏ ନେଇ ବିଧିବଦ୍ଧ ଗେଜେଟ୍‌ ନୋଟିଫିକେସନ୍‌ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଅକ୍ଟୋବର ୧୪ ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୫ ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଓ ଅକ୍ଟୋବର ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇ ନଭେମ୍ବର ୬ ତାରିଖରେ ଭୋଟଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନଭେମ୍ବର ୮ ତାରିଖ…

Read More

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ତୁଳସୀଙ୍କର ବିଶେଷ ମହତ୍ତ୍ୱ ରହିଛି। ତୁଲସୀ ଦେବୀ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ବିଶ୍ୱାସ କରାଯାଏ। ଆପଣ ନିଶ୍ଚିତ ଭାବରେ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ପାଇବେ। ତୁଳସୀ ଗଛକୁ ପୂଜା କରାଯାଏ। କୁହାଯାଏ ଯେ, ନିୟମିତ ଭାବେ ତୁଲସୀଙ୍କୁ ପୂଜା କରି ସେଥିରେ ଜଳ ଅର୍ପଣ କରି ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ସମସ୍ତ ଦୁଃଖ ଦୂର ହୋଇଯାଏ ଏବଂ ମୃତ୍ୟୁ ପରେ ବ୍ୟକ୍ତି ସଦଗତି ପ୍ରାପ୍ତ କରେ। କୁହାଯାଏ ତୁଲସୀ ଗଛ ଘରେ ସକାରାତ୍ମକ ଶକ୍ତି ରଖେ। ନିୟମିତ ଭାବେ ତୁଲସୀଙ୍କୁ ପୂଜା ଓ ଯତ୍ନ ନେବା ଦ୍ୱାରା ସୁଖ, ସମୃଦ୍ଧତା ଏବଂ ସୁଖ ଘରେ ରହିଥାଏ। ଆପଣ ଜାଣନ୍ତି କି ତୁଲସୀ ପରି ଏହାର ଜଳର ମଧ୍ୟ ଅନେକ ଲାଭ ଅଛି। ତୁଲସୀ ପତ୍ର ମିଶାଇ ପ୍ରସ୍ତୁତ ହୋଇଥିବା ଜଳ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଏ। କୁହାଯାଏ ଯେ, ଯଦି ତୁଳସୀ…

Read More

ଭୁବନେଶ୍ୱର: ଆଜି ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଜୈବବିବିଧତା ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟରେ ବହୁ ବିରଳ ବନ୍ୟପ୍ରାଣୀ ବାସ କରୁଛନ୍ତି । ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସହଯୋଗର ହାତ ବଢାଇବା ନିମନ୍ତେ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ପରିବେଶ ପର୍ଯ୍ୟଟନସ୍ଥଳୀ ସ୍ଥାପନ ବିଷୟରେ ଉଲ୍ଲେଖ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ପରିବେଶ ପର୍ଯ୍ୟଟନସ୍ଥଳ ଆଗାମୀ ଦିନରେ ବିକଶିତ କରିବାର ଯୋଜନା ରହିଛି ବୋଲି ସେ…

Read More

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗୁରୁବାର ଆଭାସୀ ବୈଠକ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ବାଙ୍କତିରା ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବ୍ୟାପକ ଆଲୋଚନା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଆଗାମୀ ଜୁନ୍-୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାଯ୍ୟ ଶେଷ ହେବ। ଏଥିପାଇଁ ପ୍ଲେଟ୍ ଗାର୍ଡର ଓ ଦକ୍ଷିଣ ପାର୍ଶ୍ୱ ଡାଇକ୍ ନିର୍ମାଣ କାଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ…

Read More

ଭୁବନେଶ୍ଵର: ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି ତଥା ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀନିବାସ ପଢିଆରୀଙ୍କ ଆଜି ସକାଳ ୯ ଘଟିକା ସମୟରେ ଦେହାନ୍ତ ହୋଇଯାଇଛି । ସ୍ଵର୍ଗତ ପଢିଆରୀ ଓଡ଼ିଶାର ଜଣେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ମୁଦ୍ରଣ କଳା ଶିଳ୍ପୀ ଭାବେ ଖ୍ୟାତ ଥିଲେ। ସ୍ଵର୍ଗତ ଶ୍ରୀନିବାସ ପଢିଆରୀଙ୍କ ବିୟୋଗରେ ତାଙ୍କର ଶବାଧାରରେ ପୁଷ୍ପଗୁଚ୍ଛ ଅର୍ପଣ ସହ ଏକାଡେମୀର ସଚିବ ଓ ଅନ୍ୟମାନେ ଶେଷ ଦର୍ଶନ କରିଥିଲେ । ସ୍ଵର୍ଗତ ପଢିଆରୀଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ ସମ୍ପନ୍ନ ହୋଇଅଛି । ତାଙ୍କର ବିୟୋଗରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଲଳିତ କଳା ଏକାଡେମୀ କାର‌୍ୟ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶିଳ୍ପୀଙ୍କ ଫଟୋଚିତ୍ରରେ ନିର୍ଦ୍ଦେଶକ…

Read More

ନୂଆଦିଲ୍ଲୀ : ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଷ୍ଟାର୍ଟ ସମୂହଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ ଯୋଜନା ପ୍ରବର୍ତ୍ତନ ଘେନି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ଫଳରେ ଷ୍ଟାର୍ଟ ଅପ୍ଗୁଡିକୁ ଯେଉଁ ସବୁ ବିତ୍ତୀୟ ସଂସ୍ଥା /ଅନୁଷ୍ଠାନ/ ସଂଗଠନ ଋଣ ଦେଉଛନ୍ତି ସେମାନଙ୍କର ଋଣ ଅର୍ଥ ବୁଡିଯିବାର ଆଶଙ୍କା ଦୂର ହୋଇଛି । ସମ୍ପୃକ୍ତ ଷ୍ଟାର୍ଟ ଅପ୍ ଋଣ ପରିଶୋଧ କରି ନ ପାରିଲେ ତାହା ଫେରି ପାଇବାର ନିଶ୍ଚିତତା ବା ଗ୍ୟାରେଣ୍ଟି ସେମାନଙ୍କୁ ମିଳିବ । ଆହୁରି ମଧ୍ୟ ଏହି ଯୋଜନାରେ ଷ୍ଟାର୍ଟଅପ୍ଗୁଡିକ ବ୍ୟାଙ୍କ ବା ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ନିକଟରେ କୌଣସି ଜମା ବା ବଦ୍ଧକ ନ ରଖି ଋଣ ପାଇପାରିବ। ଏହା ଫଳରେ ଋଣ ପ୍ରଦାନକାରୀ ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ ସମୂହ (ସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ), ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏବଂ ଭାରତୀୟ ପ୍ରତିଭୂତି ବିନିମୟ…

Read More

ନୂଆଦିଲ୍ଲୀ: ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସରେ ତ୍ରୁଟି, ବିଶେଷ କରି ଆଉଟ ଅଫ ପକେଟ୍ ବ୍ୟୟରେ ହ୍ରାସ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ । ଏକ ଖବରର ସ୍ପଷ୍ଟିକରଣ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ। ବିଭାଗ କହିଛି ଯେ, ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସ୍ ରିପୋର୍ଟ ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ କରାଯାଇଥିବା ବ୍ୟୟ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ। ଏସବୁ ଆକଳନ ଜରୁରୀ କାରଣ ଏଥିରେ କେବଳ ଦେଶର ବର୍ତ୍ତମାନର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତିଫଳିତ ହୋଇନଥାଏ, ବରଂ ଏହା ସରକାରଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ଅର୍ଥଲଗାଣ ସୂଚକାଙ୍କକୁ ଅନୁଧ୍ୟାନ କରିବାରେ ସହାୟକ ହୋଇଥାଏ। ନିକଟରେ ହୋଇଥିବା ଏନଏଚଏ ଆକଳନ (୨୦୧୮-୧୯)ରେ ଆଉଟ ଅଫ୍ ବ୍ୟୟ (ଓଓପିଇ)ରେ ଯଥେଷ୍ଟ ହ୍ରାସ ଦେଖା ଦେଇଛି । ନାଗରିକମାନଙ୍କର ଆର୍ଥିକ ବୋଝ ହ୍ରାସ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସୁନିଶ୍ଚିତ କରୁଛି । ଏହି ଡାଟାକୁ ଏକ ଘରୋଇ ଭାରତୀୟ ବିଶ୍ବବିଦ୍ୟାଳୟରେ କାମ…

Read More

ଭୁବନେଶ୍ବର: ବିଶ୍ବର ପ୍ରତିଷ୍ଠିତ ଆଇଟି କଂପାନୀ ଡେଲୋଏଟ ଭୁବନେଶ୍ବରରେ ତାହାର କଂପାନୀ କରିବ। ଏହା ନିଶ୍ଚିତ ଖୁସିର କଥା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ବିଦେଶ ବୁଲି ବୁଲି କଂପାନୀମାନଙ୍କ ସହ କଥା ହେଉଛନ୍ତି। ତେଣୁ ତାଙ୍କ ପ୍ରଚେଷ୍ଠାରେ ଓଡିଶାକୁ ପୁଂଜି ଆସିବା ଆରମ୍ଭ ହେଉଛି। ହେଲେ ଏହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ସୂଚନା ଦେବା ପାଇଁ ପ୍ରତିଯୋଗୀତା। ଏହି ଖବରଟି ଇନଷ୍ଟାଗ୍ରାମରେ 5ଟି ସଚିବ ଭି କେ ପାଣ୍ଡିୟାନ ପ୍ରଦାନ କଲେ। ସେ ଉଲ୍ଲେଖ କଲେ ଯେ, ଭୁବନେଶ୍ବରରେ ଡେଲୋଏଟ କଂପାନୀ ଆସିବ। ସେଥିପାଇଁ ବିଏମସିର ନୂଆ ବିଲିଡିଂ ପ୍ରସ୍ତୁତ ହୋଇ ରହିଛି। ଏହି ଖବରଟି ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଆକାଉଣ୍ଟରେ ପଢିବାକୁ ମିଳିଲା। ଏଥିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ‘ ଖୁସିର ବିଷୟ, ମୋର ଅନୁରୋଧ କ୍ରମେ ଡେଲୋଏଟ କଂପାନୀ ଭୁବନେଶ୍ୱର ଓ କୋଏମ୍ବାଟୁର ଠାରେ ଏକ ବୃହତ ଟେକ୍ନୋଲୋଜି…

Read More

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ଓଏଏସ ବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଓଡିଶା ପବ୍ଲିକ ସର୍ଭିସ କମିଶନ ଓଡିଶା ଲୋକସେବା ଆୟୋଗଙ୍କ ଦ୍ବାରା ଆୟୋଜିତ କରାଯାଇଥିଲା ଏହି ପରୀକ୍ଷା। ଏଥିରେ ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିରୁ୧୪୮ ଜଣ ଛାତ୍ରୀ ଅଛନ୍ତି। ଏହି ପରୀକ୍ଷା ଫଳର ପ୍ରଥମ ୩ଟି ସ୍ଥାନରେ ଛାତ୍ରୀ ଅଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ଅଛନ୍ତି। ଏହି ପରୀକ୍ଷାରେ ତେଜସ୍ବିନୀ ବେହରା ଟପ୍ପର ହୋଇଛନ୍ତି। ଶୁଭଙ୍କରୀ ସୁଦେଷ୍ଣା ଦାଶ ୨ୟ ଓ ଅନନ୍ୟା ସୃଷ୍ଟି ଶତପଥୀ ୩ୟ ସ୍ଥାନ ହାସଲ କରିଛନ୍ତି। ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ୬ଷ୍ଠ ଏବଂ ଶୁଭଶ୍ରୀ ରଥ ୭ମ ସ୍ଥାନ ପାଇଛନ୍ତି। ସେହିପରି ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବର୍ଷିୟାନ ମହିଳାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ପୁରା ଅଣ୍ଟାକୁ ନବେ ଡିଗ୍ରୀ ଭାଙ୍ଗି ଏହି ନମସ୍କାର କରିଛନ୍ତି। ଏହାର ଫଟୋ ମଧ୍ୟ ନିଜେ ମୋଦୀ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଏହି ମହିଳା ଜଣଙ୍କ କିଏ ତାହାକୁ ନେଇ ବିଭିନ୍ନ ମହଲରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ ପାଇବାରେ ଲାଗିଛି। ସେ ହେଉଛନ୍ତି ନବେ ବର୍ଷ ବୟସର ଉମା ସୁଚେଦେବା। ସେ ସ୍ବର୍ଗତ କର୍ଣ୍ଣେଲ ଏଚ କେ ସୁଚେଦେବାଙ୍କ ଧର୍ମପତ୍ନୀ। କର୍ଣ୍ଣେଲ ସୁଚେଦେବା ହେଉଛନ୍ତି ଜଣେ ପ୍ରତିଷ୍ଠିତ ସାମରିକ ଅଫିସର ଯେ କି ଭାରତ ପାକିସ୍ଥାନ ବିଭାଜନ ବିଭିଷିକା ବେଳେ କାର୍ଯ୍ୟ କରୁଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଧର୍ମପତ୍ନୀଙ୍କୁ ସାକ୍ଷାତ କରିବା ପରେ ସେ ଟୁଇଟ ଯୋଗେ ନିଜର ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ,…

Read More