ଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍ସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରପତି ମିରଜିୟୋଏଭ୍ଙ୍କୁ ସେ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ସଂପୂର୍ଣ୍ଣ ଭାଷଣ….. ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ଭଳି ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାରେ ଲାଗିଛି, ସେଥିରେ ଏସ୍ସିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏସ୍ସିଓର ସଦସ୍ୟ ଦେଶ ବିଶ୍ୱ ସ୍ତରୀୟ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ ଦେଉଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ମଧ୍ୟ ଏସ୍ସିଓ ଦେଶ ଗୁଡିକରେ ଅବସ୍ଥାନ କରୁଛନ୍ତି । ଭାରତ ଏସ୍ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସକୁ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ…
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିର ଧର୍ମ, କଳା, ସଂସ୍କୃତି ଅନନ୍ୟ ଓ ସ୍ବତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। ପ୍ରସ୍ତର ଯୁଗରୁ କଳାହାଣ୍ଡିର ବିକାଶ ହୋଇଥିବା ଏବଂ ଏଠାରେ ଏକ ଅସ୍ତ୍ର ଶସ୍ତ୍ର କାରଖାନା ଥିବା ଐତିହାସିକ ସ୍ଥଳ ରେ ହୋଇଥିବା ଖନନସ୍ଥଳ ରୁ ମିଳିଥିବା ତଥ୍ୟ ରୁ ଜଣାପଡେ। ଏହି ଅଞ୍ଚଳ ର ମଣିଷ ଯାହା କରିପାରିଲା ତାକୁ ବିଜ୍ଞାନ ର ଆଖ୍ୟା ଦେଲା ଏବଂ ଯାହା କରିପାରିଲା ନାହିଁ ତାକୁ ଦୈବୀ ଶକ୍ତି ବୋଲି କହିଲା। ଯେଉଁ ସବୁ କରିପାରିଲା ସେସବୁ ଯେପରି ପରପିଢୀ ଜାଣିପାରିବେ ସେଥିପାଇଁ ବିଭିନ୍ନ ପଥର ଖୋଦେଇ କରି ଚିତ୍ର ଆଙ୍କୁ ଥିଲା। ଗୁଡାହାଣ୍ଡି, ଦେବଗିରି, ଗୁରୁ ଡଙ୍ଗରି, ଯୋଗୀମଠ ଆଦି ସ୍ଥାନର ପଥର ଖୋଦେଇ ଚିତ୍ର ଏହାର ପ୍ରମାଣ। ମୋହନଗିରି, ଅମାଠ, ବେଳଖଣ୍ଡି, ମାରାଗୁଡା, ବୁଧିକୋମନା, ଗୁଡହାଣ୍ଡି ଆଦି ସ୍ଥାନର ଭଗ୍ନାଂଶ, ପ୍ରାଚୀନ…
ଭୁବନେଶ୍ବର: ଗୃହଲକ୍ଷ୍ମୀଙ୍କୁ ଲକ୍ଷପତି କରାଇଛି ଜୀ ସାର୍ଥକ। ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା। ଯାହାର ନାଁ ରହିଥିଲା ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’। ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଜୀ ସାର୍ଥକରେ ପ୍ରତିଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ଭିତରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ କରାଯାଉଥିଲା। ଆଉ ଯେଉଁମାନେ ପ୍ରତିଦିନ ଜୀ ସାର୍ଥକକୁ ଭଲ ପାଉଛନ୍ତି ଏବଂ ବିଭିନ୍ନ ଧାରାବାହିକ ଦେଖୁଛନ୍ତି ସେମାନଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଥିଲା। ପ୍ରତିଦିନ ସଠିକ୍ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା। ତେବେ ଏପ୍ରିଲ ୯ ରୁ ମେ ୨୮ ତାରିଖ ଭିତରେ ପୁରା ପ୍ରତିଯୋଗିତାରେ ଜଣେ…
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ ସିନିୟର ଚୟନ କମିଟି ଏଥିପାଇଁ ୧୬ ଜଣିଆ ଦଳ ଚୟନ କରିଛି। ଦଳର ନେତୃତ୍ଵ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦଳରେ ଆଇପିଏଲ-୨୦୨୨ ତାରକା ଖେଳାଳି ଉମ୍ରାନ ମଲିକ ଏବଂ ତିଲକ ବର୍ମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଅଣ୍ଡର -୧୯ ବିଶ୍ୱକପ ତାରକା ରାଜ ଅଙ୍ଗଦ ବାୱା ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଆଇପିଏଲ ଏବଂ ରଣଜୀ ଟ୍ରଫିରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିବା ଶାହବାଜ ଅହମ୍ମଦଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆରେ ଖେଳିବାର ଭଲ ଅଭିଜ୍ଞତା ଥିବା ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି, ରୁତୁରାଜ ଗାଇକ୍ଵାଡ ଏବଂ ପୃଥ୍ବୀ ଶ’ ଭଳି ଖେଳାଳିଙ୍କୁ ମଧ୍ୟ ଭାରତ-ଏରେ ସ୍ଥାନ ଦିଆଯାଇଛି। ସୂଚନା ଅନୁଯାୟୀ, ଚେନ୍ନାଇର ଏମ ଚିଦାମ୍ବରମ୍…
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି। ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ। ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ। ପୁରୀ, ଖୋର୍ଦ୍ଧା, ନୟାଗଡ଼,…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଶନିବାର କନ୍ୟା ସଂକ୍ରାନ୍ତି ଦିନ ଦେବୀ ଶୟନରୁ ଉଠିବେ। ଏହି ଦିନକୁ ମୁଳାଷ୍ଟମୀ କୁହାଯାଏ। ପ୍ରଚଳିତ ପ୍ରାଚୀନ ପରମ୍ପରା ଅନୁସାରେ ସପ୍ତମୀ ଦିନ ବଙ୍କାଡଗଡର ରାଜପରିବାର ଅଧୁନା କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ମା’ଭଗବତୀଙ୍କ ମନ୍ଦିର ପୁରୋହିତ ଓ ସେବାୟତଙ୍କୁ ବାଲୁଗାଁଠାରେ ଥିବା ନିଜ ଉଆସରେ ବ୍ରାହ୍ମଣବରଣି କରି ଶକ୍ତି ପୂଜାର ବିଧି ବିଧାନ ସଂପର୍ଣ୍ଣ କରିବାକୁ ଗୁଆ ଚାଉଳ ପଇତା ମନ୍ତୁରାଇ ପୁରୋହିତଙ୍କୁ ପ୍ରଦାନ କରିବା ସହିତ ମା’ଭଗବତୀଙ୍କ ପର୍ବ ପ୍ରସାଧନ ନିମନ୍ତେ ନୂତନ ପାଟବସ୍ତ୍ର ସହିତ ଚୁଡି ,ଚନ୍ଦନ, ଅଗୁରୁ, ଅତର , ପୁଷ୍ପମାଲ୍ୟ ସହିତ ନୈବେଦ୍ୟ ଅର୍ପଣ କରିଥିଲେ। ମା’ଙ୍କ ଶାରଦୀୟ ଷୋଳ ପର୍ବ ଶୃଙ୍ଖଳିତ ଭାବରେ ପାଳିତ ହେବା ପାଇଁ…
ଭୁବନେଶ୍ୱର: ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ। ସୋଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ “ମୋଦିଅ୨୦, ଡ୍ରିମ୍ସ ମିଟ୍ ଡେଲିଭରି” ଶୀର୍ଷକ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ଶ୍ରୀ ବୈଷ୍ଣବ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ।…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ। ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ। ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଝାମୁ ଯାତ୍ରା ରେ କାଳିଶି ଦେହରେ ଅଗ୍ନି ଭୈରବ ଲାଗି କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା ସହ କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ। ଚଳିତ ବର୍ଷ ଯୁବକଳାଲ…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଆଜିଓ ଅନେକ ଗୁଡ଼ିଏ ତାରକା ଖଚିତ ଅଫରକୁ ନେଇ ଆସିଛି ଏବଂ ଏଥିରେ ରହିଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଷ୍ଟାର ବ୍ରାଣ୍ଡ୍ ସମୂହ। ଏଥିରେ ଥିବା କଲେକ୍ସନ ଓ ଅତୁଳନୀୟ ଡିଲ୍ ବେଶୂ ଆକର୍ଷଣୀୟ ରହିଛି। ଆଜିଓ ଅଲ୍ ଷ୍ଟାର ସେଲ୍ ଏବେ ସେପ୍ଟେମ୍ବର ୧୬ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଲାଇଭ୍ ରହିଛି। ୩୫୦୦+ ଅଗ୍ରଣୀ ଭାରତୀୟ ଓ ଆନ୍ତର୍ଜାତିକ ଫେସନ ବ୍ରାଣ୍ଡ୍ରେ ୧ ନିୟୁତରୁ ଅଧିକ ଷ୍ଟାଇଲ୍ ଯେଉଁଥିରେ ୫୦-୯୦% ଡିସକାଉଂଟ ଉପଲବ୍ଧ ରହିଛି। ଗ୍ରାହକମାନେ ପ୍ରଥମ ଥର ଆପ୍ରେ ସାଇନିଂ ଅପ୍ କରିବା ପରେ ତୁରନ୍ତ ଟ.୫୦୦ ମୂଲ୍ୟର ରିହାତି ପାଇପାରିବେ। ଆଜିଓରେ ରହିଛି ୱେଷ୍ଟର୍ଣ୍ଣ ଉୟର, ଡେନିମ୍ସ, ସ୍ନିକର, ଆଥଲେଜର, ଏଥିନିକ୍ ଉୟର ଓ ଆହୁରି ଅନେକ କିଛି। ଏଥିରେ ଆପଣ ପାଇପାରିବେ ଷ୍ଟାର-ଷ୍ଟଡେଡ୍ ବ୍ରାଣ୍ଡ ଲାଇନ୍ ଅପ୍ ଯେଉଁଥିରେ ରହିଛି ପ୍ରମୁଖ ନାମ ଯଥା…
ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍) ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ। ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ କ୍ୟାରିୟର ରହିଥିଲା ଓ ଜଣେ ୱିକେଟ ରକ୍ଷକ ଭାବେ ଟେଷ୍ଟରେ ସର୍ବାଧିକ ଆଉଟ୍ କରାଇବାର ରେକର୍ଡ ତାଙ୍କ ନାମରେ ରହିଛି। ଖେଳାଳି ଭାବେ ଅବସର ଗହଣ କରିବା ପରେ ଦକ୍ଷିଣ ଆଫ୍ରିକାର ଏକ ଶୀର୍ଷ ସ୍ତରର କ୍ରିକେଟ୍ ଫ୍ରାଂଚାଇଜି ଟାଇଟାନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କ ଅଧୀନରେ ଟାଇଟାନ୍ସ ପାଂଚଟି ଘରୋଇ ଟାଇଟଲ ବିଜୟୀ ହୋଇଛି। ୨୦୧୯ରେ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା ଯେଉଁଠାରେ ତାଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା ଦଳ ୧୧ ଟେଷ୍ଟ,…
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଦଳର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ନୂଆ ଦଳ ଲୋକ କଂଗ୍ରେସକୁ ବିଜେପି ସହିତ ମିଶ୍ରଣ କରିବାକୁ ଯାଉଛନ୍ତି। ଏହାର ସରକାରୀ ଘୋଷଣା ଏହି ମାସର ୧୯ ତାରିଖରେ କରାଯାଇପାରେ। ଯଦି ଉତ୍ସଗୁଡିକୁ ବିଶ୍ଵାସ କରାଯାଏ, ତେବେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ କ୍ୟାପଟେନ ଅମରିନ୍ଦର ସିଂ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ। ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ୟାପଟେନ ବହୁତ ଚିନ୍ତିତ ଥିଲେ। ସେଥିପାଇଁ ସେ ଏବେ ବିଜେପି ସହ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ ପଞ୍ଜାବର ଅର୍ଦ୍ଧ ଡଜନରୁ ଅଧିକ ପୂର୍ବତନ ବିଧାୟକ ମଧ୍ୟ ସେହି ଦିନ ବିଜେପିରେ ଯୋଗଦେବେ। କ୍ୟାପଟେନ ଅମରିନ୍ଦର ସିଂଙ୍କ ପୁଅ ରଣନ୍ଦର ସିଂ,…
ନୂଆଦିଲ୍ଲୀ: ଆଜି ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ହାତ ମିଳାଇଛନ୍ତି। ସି ଜିନପିଙ୍ଗ କହିଛନ୍ତି ଯେ, ଆସନ୍ତା ବର୍ଷ ଏହି ସମ୍ମିଳନୀ ଆୟୋଜନ କରିବାରେ ଭାରତକୁ ଚୀନ୍ ସାହାଯ୍ୟ କରିବ। ସି ଜିନପିଙ୍ଗଙ୍କ ବିବୃତ୍ତିରୁ ଜଣାପଡିଛି ଯେ, ପରବର୍ତ୍ତୀ ଏସସିଓ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ଭାରତ ଏବଂ ଚୀନ୍ ମଧ୍ୟରେ ଲଦାଖ ସୀମାରେ ସାମରିକ ଉତ୍ତେଜନା ପରେ ଉଭୟ ଦେଶର ମୁଖ୍ୟମାନେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି। ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଭାରତକୁ ଏକ ଉତ୍ପାଦନ ହବ୍ କରିବାକୁ ଚାହୁଁଛୁ। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବାକୁ ଗତକାଲି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: 2022 ମସିହାରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ପରଠାରୁ ସେ ପ୍ରତିଦିନ ନୂଆ ଉଚ୍ଚତାକୁ ଅତିକ୍ରମ କରୁଛନ୍ତି। ବର୍ତ୍ତମାନ ସେ ତାଙ୍କ ସଫଳତା ପାଇଁ ଆଉ ଏକ ରେକର୍ଡ ଯୋଡିଛନ୍ତି। ଆଜି ଫୋର୍ବସ୍ ରିଅଲ୍ ଟାଇମ୍ ବିଲିନିୟରସ ତାଲିକାରେ ଗୌତମ ଆଦାନୀ କିଛି ସମୟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେ ଫ୍ରାନ୍ସର ଶିଳ୍ପପତି ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇଥିଲେ। ଏକ ସମୟରେ ତାଙ୍କର ନିଟ୍ ମୂଲ୍ୟ 155.5 ବିଲିୟନ ଡ଼ଲାରରେ ପହଞ୍ଚିଥିଲା, କିନ୍ତୁ କିଛି ସମୟ ପରେ ସେ ପୁଣି ତିନି ନମ୍ବରକୁ ଆସିଥିଲେ। ତାଙ୍କର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ 155.2 ବିଲିୟନ ଡ଼ଲାରରେ ଅଛି। ଏଥି ସହିତ, ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲୋନ୍ ମସ୍କ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ 273.5 ବିଲିୟନ ଡ଼ଲାର୍। ଆଜି ଅର୍ଥାତ୍ 16 ସେପ୍ଟେମ୍ବର…
ନୂଆଦିଲ୍ଲୀ: ଯାନବାହାନ ଚଳାଇବା ପାଇଁ ଦେଶରେ ଏକ ନୂତନ ଇନ୍ଧନ ବିକଳ୍ପ ଆସିବାକୁ ଯାଉଛି, ଯାହାର ନାମ ଫ୍ଲେକ୍ସ ଇନ୍ଧନ। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଏହି ନୂତନ ଇନ୍ଧନ ପ୍ରଯୁକ୍ତିବିଦ୍ୟାରେ ଚଳିତ ମାସ ତଥା ସେପ୍ଟେମ୍ବର ୨୮ ତାରିଖରେ ଦେଶର ପ୍ରଥମ କାର ଉପସ୍ଥାପନ କରିବେ। ପେଟ୍ରୋଲକୁ ଇଥାନଲ କିମ୍ବା ମିଥାନୋଲ ମିଶାଇ ଏହି ଇନ୍ଧନ ପ୍ରସ୍ତୁତ କରାଯାଏ। ଫ୍ଲେକ୍ସ ଇନ୍ଧନ କଣ?: ଏହି ଇନ୍ଧନ ସାହାଯ୍ୟରେ କାରଟି ସାଧାରଣ ପେଟ୍ରୋଲ / ଡିଜେଲ ଚାଳିତ କାର ପରି ଚଲାଯାଇପାରିବ। ପେଟ୍ରୋଲକୁ ଇଥାନଲ କିମ୍ବା ମିଥାନୋଲ ମିଶାଇ ଏହା ପ୍ରସ୍ତୁତ କରାଯାଏ। ଏହା କିପରି ପ୍ରସ୍ତୁତ?: ଏହା ଏକ ଆଲକୋହଲ ଭିତ୍ତିକ ଇନ୍ଧନ, ଆଖୁ ଏବଂ ମକା ପରି ଫସଲରୁ ପ୍ରସ୍ତୁତ। ଏହାକୁ ତିଆରି କରିବା ପ୍ରକ୍ରିୟାରେ ଫର୍ମେଟେସନ ପାଇଁ ଷ୍ଟାର୍ଚ ଏବଂ ଚିନି ବ୍ୟବହୃତ ହୁଏ। ଭାରତ ଆଖୁ ଉତ୍ପାଦନକାରୀ, ତେଣୁ ଏହାକୁ ତିଆରି କରିବା ପାଇଁ ଦେଶରେ…
ଭୁବନେଶ୍ବର: ଭାରତରେ ଆସନ୍ତା 2023 ମସିହାରେ ଆରମ୍ଭ ହେବ ହାଇଡ୍ରଜୋନ ଟ୍ରେନ ଚଳାଚଳ। ଏହା ଏପରି ଏକ ଟେକନୋଲୋଜିରେ ନିର୍ମାଣ ହେବ ଯାହା ହାଇଡ୍ରୋଜେନ ଶକ୍ତିରେ ଟ୍ରେନ ଚାଲିବ। ଏହିପରି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଆଇଟି ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ଧରଣର ଟ୍ରେନଟି ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ ହେବ। ବର୍ତ୍ତମାନ ବିଶ୍ବରେ ଏହି ଧରଣର ଟ୍ରେନ ଜର୍ମାନୀରେ ଚାଲିଛି। ଗତ ଅଗଷ୍ଠମାସରେ ଏହି ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଭାରତ ବିଶ୍ବର ଦ୍ବିତୀୟ ହାଇଡ୍ରୋଜେନ ଟ୍ରେନ ନିର୍ମାତା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଟ୍ରେନ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଟ୍ରେନଟିର ଡିଜାଇନିଂ ଏବଂ…
ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ଟି ରାଜ୍ୟରେ ୪୦ ଟି ସ୍ଥାନରେ ଇଡି ଚଢାଉ କରିଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ନେଲୋର, ଚେନ୍ନାଇ ସମେତ ୪୦ ରୁ ଅଧିକ ସ୍ଥାନରେ ଚଢାଉ କରାଯାଉଛି। ଦିଲ୍ଲୀ-ଏନସିଆର, ପଞ୍ଜାବ, ହରିୟାଣା ଏବଂ ୟୁପିରେ ମଧ୍ୟ ତଲାସି ଚାଲିଛି। କୁହାଯାଉଛି ଯେ, ଦିଲ୍ଲୀର ନୂତନ ଏକ୍ସାଇଜ୍ ପଲିସିରେ ହୋଇଥିବା ଅନିୟମିତତା ଅଭିଯୋଗରେ ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ଇଡି ପ୍ରାୟ ୪୦ ଟି ସ୍ଥାନରେ ଚଢାଉ କରିଛି। ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ସେପ୍ଟେମ୍ବର ୬ ତାରିଖରେ ଅନେକ ସ୍ଥାନରେ ଚଢାଉ କରିଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ୩୦ ଟି ସ୍ଥାନରେ ଇଡି ଚଢାଉ କରିଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀର ମଦ ନୀତି ସଂପର୍କରେ ଶାସକ…
ଭୁବନେଶ୍ୱର: ଦେଶର ପ୍ରମୁଖ ଅନୁଷ୍ଠାନ ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା। ହୋଟେଲ ଏକ୍ସିଲେନ୍ସି ଠାରେ ରାଜ୍ୟ ନିର୍ଦ୍ଦେଶିକା ସସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗୀତା ସଫଳତାର ସହ ଶେଷ ହୋଇଛି। ସସ୍ମିତା ନିଜେ ଜଣେ ମଡେଲ ଓ ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କର କ୍ୟାରିୟର ମଧ୍ୟ ଏହି ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ରୁ ହିଁ ଆରମ୍ଭ ହୋଇଛି। ସସ୍ମିତାଙ୍କ ସହ ଆନ୍ତର୍ଜାତୀୟ ସ୍ତରର ମଡେଲ ବବିତା ଶବର ମଧ୍ୟ କାର୍ଯ୍ୟନିର୍ବାହୀ ଆୟୋଜକ ଭାବେ ସହଯୋଗର ହାତ ବଢ଼ାଇଥିଲେ। ଓଡିଶାର କୋଣ ଅନୁକୋଣରୁ ମଡେଲ ମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଆସି ସାମିଲ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଟପ୍ ୫ ଜଣ ମିଷ୍ଟର, ୫ଜଣ ମିସ୍ ଓ ୫ଜଣ ମିଷ୍ଟ୍ରେସ୍ ମାନଙ୍କୁ ଚୟନ କରାଯାଇଛି। ଯେଉଁମାନେ ଗୋଆ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ଓଡିଶାକୁ ପ୍ରତିନିଧିତ୍ୱ କରିବେ ବୋଲି…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗାଁରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ କନକ ନିଆଲର ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି। ଏଇ ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିବାବେଳେ କନକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ଉଠିଛି। ପାରିପାର୍ଶ୍ବିକ ଘଟଣାରୁ ଛାତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଓ ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି। ଏଣୁ ଏଇ ମାମଲାର ସିବିଆଇ ତଦନ୍ତ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯିବା, ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ପଚାଶ ଲକ୍ଷ କ୍ଷତିପୂରଣ ରାଶି ପ୍ରଦାନ ସମେତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଳିତ ନିର୍ଯାତନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶାର ୩୨ରୁ ଅଧିକ ସାମାଜିକ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୧୦ ବୌଦ୍ଧ ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ- ୨୮ ଦେବଗଡ ଜିଲ୍ଲାରୁ- ୨ ଢେଙ୍କାନାଳ ଜିଲ୍ଲାରୁ- ୬ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୬ ଯାଜପୁର ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୧୧ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରପଡା ଜିଲ୍ଲାରୁ- ୭ କେନ୍ଦୁଝର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୫୬ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୩ ନୟାଗଡ…
ଚାଣକ୍ୟ ନୀତି: ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଦ୍ଵାରା ଗରିବକୁ ଧନୀ ଏବଂ ଧନୀ ଲୋକକୁ ଗରିବ ହେବା ପାଇଁ ମଧ୍ୟ କିଛି ସମୟ ଲାଗେ ନାହିଁ। ଯିଏ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଏ, ତାଙ୍କ ଘର ଅନନ୍ୟ ହୋଇଯାଏ। ଚାଣକ୍ୟ ନୈତିକତାର ଏକ ପଦ ମାଧ୍ୟମରେ କହିଛନ୍ତି ଯେ, କେଉଁ ସ୍ଥାନରେ ମା ଲକ୍ଷ୍ମୀ ଆପେ ଆପେ ଚାଲି ଆସନ୍ତି। ଏହି ଘରଗୁଡ଼ିକରେ ସମୃଦ୍ଧିର ରହେ ଅଭାବ ନାହିଁ। ଏପରି ଘରର ଲୋକଙ୍କୁ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡେ ନାହିଁ। ଆସନ୍ତୁ ଜାଣିବା କେଉଁ ଘର ଯେଉଁଠାରେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ରୁହନ୍ତି। ମୂର୍ଖମାନଙ୍କ ପ୍ରତି ସମ୍ମାନ: ମୂର୍ଖମାନଙ୍କର ଶବ୍ଦର କୌଣସି ମୂଲ୍ୟ ନାହିଁ। ମାତା ଲକ୍ଷ୍ମୀ ଏପରି ଏକ ଘରେ ରୁହନ୍ତି ଯେଉଁଠାରେ ମୂର୍ଖମାନଙ୍କ କଥା ପ୍ରତି ଧ୍ୟାନ ଦିଆଯାଏ ନାହିଁ। ଚାଣକ୍ୟ କହିଛନ୍ତି ଯେ ଯେଉଁମାନେ ମୂର୍ଖ କିମ୍ବା ସେମାନଙ୍କର ମୂଲ୍ୟହୀନ ବାକ୍ୟକୁ ବିଶ୍ଵାସ କରନ୍ତି, ସେମାନେ…
ଜୀବନଶୈଳୀ: ବେଳେବେଳେ କିଛି ପିଲା ଆଦୌ ଅଧ୍ୟୟନରେ ମନ ଲଗାନ୍ତି ନାହିଁ। ଏଭଳି ପରିସ୍ଥିତିରେ ଅଭିଭାବକମାନେ ପିଲାମାନଙ୍କର ଅଧ୍ୟୟନ ପାଇଁ ଚିନ୍ତିତ ହେବାକୁ ବାଧ୍ୟ ହୁଅନ୍ତି। ଏଥି ସହିତ, ପିତାମାତାଙ୍କ ଉଦ୍ୟମ ସତ୍ତ୍ୱେ ପିଲା ଅଧ୍ୟୟନରୁ ଦୂରେଇ ରହିଥିବାର ଦେଖାଯାଏ। କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ପିଲାମାନଙ୍କର ଅଧ୍ୟୟନ ଟେବୁଲ ଏବଂ କୋଠରୀରେ କିଛି ପରିବର୍ତ୍ତନ କରି ପିଲାମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ବୃଦ୍ଧି ପାଇପାରେ। ବାସ୍ତବରେ, ପିଲାମାନେ ଅଧ୍ୟୟନ ପାଇଁ ଏକ ଶାନ୍ତ ପରିବେଶ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବେଳେବେଳେ ପିଲାମାନେ ମଧ୍ୟ ଅଧ୍ୟୟନ କକ୍ଷରେ ଅନେକ ବ୍ୟାକୁଳତା ଦେଖାନ୍ତି। ଯେଉଁ କାରଣରୁ ପିଲାମାନେ ଅଧ୍ୟୟନରୁ ବିଚଳିତ ହେବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ପିଲାମାନଙ୍କ କୋଠରୀରେ ସଠିକ୍ ପରିବେଶ ସୃଷ୍ଟି କରି, ଆପଣ ଅଧ୍ୟୟନରେ ସେମାନଙ୍କର ଆଗ୍ରହକୁ ଉନ୍ନତ କରିପାରିବେ। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ଅଧ୍ୟୟନ ଟେବୁଲ୍ ଏବଂ ରୁମର ରକ୍ଷଣାବେକ୍ଷଣ ପାଇଁ କିଛି…

