ଭୁବନେଶ୍ୱର: ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ‘ରୁଦ୍ରାଣୀ’। ଦୀପାବଳିରେ ମୁକ୍ତିଲାଭ କରିବ ଏହି ବହୁ ପ୍ରତିକ୍ଷୀତ ଓଡିଆ ସିନେମା। ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ିଯାଇଛି। ଝିଲିକ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ନିଜେ ଝିଲିକ ଭଟ୍ଟାଚାର୍ୟ୍ୟ ନଜର ଆସିବେ। ପ୍ରଯୋଜିକା ସହ ମୁଖ୍ୟ ନାୟିକା ଭାବେ ଝିଲିକ ସିନେମାରେ ଆସୁଥିବା ବେଳେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି କହିଛନ୍ତି ଝିଲିକ। ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ସିନେମା ହେଉଛି ‘ରୁଦ୍ରାଣୀ’। ଯେଉଁଥିରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି। ମୌଳିକ ଓଡିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ସିନେମାରେ। ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିବାକୁ ଝିଲିକ ନେଇଛନ୍ତି ନୂଆ ଅବତାର। ରୁଦ୍ରାଣୀ ଭାବେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ…
Author: Samikhsya Bureau
ଭୁବନେଶ୍ବର: ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ବୈଠକ କରିଥିଲେ। ଗୋଟିଏ ଦିନରେ ସେ ପ୍ରାୟ 18ଟି ବୈଠକ କରିଥିଲେ। ଏପରି ବୈଠକ ଦେଖି ସେଠାରେ ଥିବା ଓଡିଶା ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୁରୁବାର ଦିନ ହୋଟେଲରେ ମୁଖ୍ୟମନ୍ତ୍ରୀ ଏକ ରିଲାକ୍ସ ମୁଡରେ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ଏକ ପ୍ରଶ୍ନ କଲେ। ଯାହାର ଓଡିଆ ହେଲା, ‘ଆପଣ ଗତକାଲି ଏକାଥରେ 18ଟି ବୈଠକ କଲେ, ଆପଣ କ୍ଲାନ୍ତ ଅନୁଭବ କଲେ ନାହିଁ ?’ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଗୋଟିଏ ବାକ୍ୟରେ ଦେଲେ, ତାହା ହେଲା ‘ଲୋକଙ୍କ କାମ କରିବାରେ କ୍ଲାନ୍ତ ଲାଗେ ନାହିଁ। ‘ ଏହି ଭିଡିଓକୁ ଖୋଦ ପାଣ୍ଡିୟାନ୍ ତାଙ୍କର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯାହା ସାଧାରଣରେ ବେଶ ଆଲୋଚନା ହେଉଛି। ଏଥିରେ ବିଭିନ୍ନ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ପୀଡିତା ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ଏକ ପକ୍କା ଘର ଏବଂ ଚାଷ ପାଇଁ ଜମି ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲା ଫାଷ୍ଟ ଟ୍ରାକ କୋର୍ଟରେ ଚାଲିବ ଏବଂ ଏକ ମାସ ମଧ୍ୟରେ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଉଦ୍ୟମ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଲାଖୀମପୁର ଖେରି ଜିଲ୍ଲାର ନିଘାସାନ ଅଞ୍ଚଳରେ ଏକ ଆଖୁ କ୍ଷେତରେ ଗଛରେ ଦୁଇ ଦଲିତ ଭଉଣୀଙ୍କୁ ଝୁଲୁଥିବା ଦେଖାଯାଇଥିଲା। ଉଭୟଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ସେହି ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି…
ମେଷ:– ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ। ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ। ବୃଷ: – ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ। ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ। ମିଥୁନ: – ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ। ଆଜିର ଯାତ୍ରା ବିନିଯୋଗ ସଫଳ ହେବ। ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ। କର୍କଟ : – ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ। ସାମାନ୍ୟ ଆଘାତ,…
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପୋଲିସ ଅଭିନେତ୍ରୀ ନୋରା ଫତେହିଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମାମଲାରେ ପଚରାଉଚରା କରିଛି। ଦିଲ୍ଲୀ ପୋଲିସ ସାମ୍ନାରେ ନୋରା ଫତେହି ଅନେକ ଖୁଲାସା କରିଛନ୍ତି। ପଚରାଉଚରା ବେଳେ ନୋରା ପୋଲିସକୁ କହିଥିଲେ ଯେ, ସେ ସୁକେଶଙ୍କ ସହ ସମ୍ପର୍କ ଭାଙ୍ଗିଥିବାରୁ ସେ ବଳପୂର୍ବକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ପ୍ରକାଶ ଯୋଗ୍ୟ ଯେ, ଆଜି ନୋରା ଫତେହି ଏବଂ ପିଙ୍କି ଇରାନୀଙ୍କୁ ପଚରାଉଚରା କରାଯାଇଥିଲା। ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ୫ ଘଣ୍ଟିଆ ଜେରା ବେଳେ ଅନେକ ପ୍ରଶ୍ନ ଉଠାଇଥିଲା। ଦିଲ୍ଲୀ ସ୍ପେଶାଲ ସେଲ ସିପି କ୍ରାଇମ ରବିନ୍ଦ୍ର ସିଂ ଯାଦବ କହିଛନ୍ତି ଯେ, ଆଜି ନୋରା, ମେହବୁବ ଏବଂ ପିଙ୍କି ଇରାନୀଙ୍କୁ ଏକାଠି ବସି ପଚରାଉଚରା କରାଯାଇଥିଲା। ଆମେ ତିନିଜଣଙ୍କ ବିବୃତ୍ତି ପରେ ସନ୍ତୁଷ୍ଟ। ମେହବୁବକୁ ଉପହାର ଦିଆଯାଇଥିବା ୬୫ ଲକ୍ଷ କାରକୁ ସେ ଆଗରୁ ବିକ୍ରି…
ଭୁବନେଶ୍ଵର: ଆସୁଛି ଓଡିଆ ନୂଆ ସିନେମା। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବା ବେଳେ ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି । ଏକ ବଳିଷ୍ଠ ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସିନେମାର ନାଁ ରହିଛି ‘ଲିଙ୍ଗରାଜ ମନ୍ଦିର’। ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି। ଖାଲି ସେତିକି ନୁହେଁ ଏଥିରେ ଏକ ନିଆରା ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ନିକଟ ଖୋଳିବା ସମୟରେ ଏକ ପଥର ମୂର୍ତ୍ତୀ ମିଳୁଛି। ପରବର୍ତ୍ତୀ ସମୟରେ ଉକ୍ତ ମୂର୍ତ୍ତୀର ପ୍ରାଚୀନ ଇତିହାସ ଜଣାପଡୁଛି। ମୂର୍ତ୍ତୀଟି କାହାର ଏବଂ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ। ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡିଛି। ସବୁଠାରୁ…
ପୁରୀ/ଭୁବନେଶ୍ୱର : ପୁରୀଠାରେ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଛି । ୧୫ଟି ସତ୍ର ବିଶିଷ୍ଟ ଏହି ପ୍ରଶିକ୍ଷଣ ଶିବିରରେ ଆଜି ୪ଟି ସତ୍ର ଅନୁଷ୍ଠିତ ହୋଇଥିଲା । ଆଜିର ପ୍ରଥମ ତଥା ୧୨ତମ ସତ୍ରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ‘ରାଜ୍ୟ ବିଜେପି’ର ଜୟଲାଭ ପାଇଁ ରୋଡମ୍ୟାପ ଏବଂ ଆଗାମୀ ଦିନରେ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମୋଦି ସରକାରଙ୍କ ପରିମାଣଦାୟୀ ନୀତି ପ୍ରସଙ୍ଗର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଥିବାବେଳେ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ମୋଦି ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ନୀତିକୁ ନେଇ ଆଲୋଚନା କରିଥିଲେ । ଶେଷ ତଥା ଉଦ୍ଯାପନ ସତ୍ରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ(ସାଂଗଠନ) ଶ୍ରୀ ବି.ଏଲ୍ ସନ୍ତୋଷ ଯୋଗ ଦେଇ ପାର୍ଟିର ସଂଗଠନକୁ ସୁଦୃଢ଼ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ…
ଭୁବନେଶ୍ୱର: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ପରାମର୍ଶ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱସ୍ଥୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ବୈଠକରେ ସମୀକ୍ଷା ପୂର୍ବକ ମତାମତ ପ୍ରଦାନ କରିଥିଲେ। ଏଥିରେ ୟୁନିସେଫ୍, ଏନ୍ଏଡବ୍ଲୁ, ମହିଳା ଓ ଶିଶୁ ବିକାଶ ବିଭାଗର ପଦାଧିକାରୀ, ରେଭେନ୍ସା କଲିଜିଏଟ୍ ସ୍କୁଲର ଅଧ୍ୟକ୍ଷା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦୁଇଜଣ ପ୍ରଧାନ ଶିକ୍ଷୟିତ୍ରୀ, ଓସେପାର ବାଳିକା ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା, ରାଜ୍ୟ ବାଳିକା ଶିକ୍ଷା ସଂଯୋଜିକା ପ୍ରମୁଖ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଉପରୋକ୍ତ ବିଭାଗୀୟ କର୍ମକର୍ତ୍ତାମାନଙ୍କ ମତାମତକୁ ନେଇ ଏକ ନିୟମାବଳୀ (ଗାଇଡ୍ଲାଇନ୍) ପ୍ରସ୍ତୁତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।
ଭୁବନେଶ୍ୱର: ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଊର୍ଦ୍ଧ କୃଷିଜୀବୀ ମହିଳା ଓ କୃଷିଶ୍ରମିକ ହୋଇଥିବାବେଳେ ଛୋଟ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ସେମାନଙ୍କର ଶ୍ରମ ଲାଘବ କରାଯାଇ ପାରୁଥିବା ଦୃଷ୍ଟିରୁ ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ଓ ମହିଳା କୃଷିଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଘମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ। କୃଷି ଯାନ୍ତ୍ରିକୀକରଣ ପାଇଁ ନିର୍ଦ୍ଧାରିତ ବଜେଟ୍ରେ ଶତକଡ଼ା ୩୦ ପ୍ରତିଶତ ଗ୍ରାମୀଣ ମହିଳା କୃଷକମାନଙ୍କ ପାଇଁ ବ୍ୟବସ୍ଥା କରିବା ଉପରେ ମନ୍ତ୍ରୀ ଶ୍ରୀ…
ଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ) ବିଜ୍ଞାନ ଏବଂ ପ୍ରଯୁକ୍ତି, ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ), ଭୂ ବିଜ୍ଞାନ ବିଭାଗ, ପିଏମଓ, କାର୍ମିମ, ଜନ ଅଭିଯୋଗ, ପେନ୍ସନ, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଡିଏସ୍ଟି ଦ୍ୱାରା ଆର୍ଥିକ ସହାୟତା ପ୍ରାପ୍ତ ପ୍ରକଳ୍ପ, ଯୋଜନା, ଛାତ୍ରବୃତ୍ତି, ଫେଲୋସିପ୍ର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ନିମନ୍ତେ ସାରା ଦେଶରେ ଯାଂଚ ଏବଂ ପ୍ରତିକ୍ରିୟା ନିମନ୍ତେ ଭାରତ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସ୍ଟି)ର ଡାସବୋର୍ଡ ଆରମ୍ଭ କରିଛନ୍ତି। ମନ୍ତ୍ରୀ କହିଥିଲେ ଯେ, ଡାସବୋର୍ଡ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟରେ କୌଣସି ବି ଗୋଷ୍ଠୀ ନିମନ୍ତେ ପ୍ରତ୍ୟେକ ଯୋଜନା ଗୁଡିକର ଏବଂ କାର୍ଯ୍ୟକ୍ରମ ଗୁଡିକର ସବିଶେଷ ତଥ୍ୟ ବାସ୍ତବିକ ସମୟ ଆଧାରରେ ପ୍ରାପ୍ତ କରା ଯାଇପାରିବ ଏବଂ ଯଦି କୌଣସି ପ୍ରକାରର ପ୍ରତିକାର ଉପାୟ ରହିଛି ତେବେ ତୁରନ୍ତ ନିଆ ଯାଇ ପାରିବ। ସେ କହିଥିଲେ ଯେ,…
କନ୍ଦର୍ପ ବେହେରା ରେଢାଖୋଲ: ସର୍ବଭାରତୀୟ ନିଟ୍ ପରୀକ୍ଷାରେ ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମର ଜଣେ ଛାତ୍ର ଓ ଜଣେ ଛାତ୍ରୀ କୃତୀତ୍ୱ ହାସଲ କରି ରେଢାଖୋଲ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ନାକଟିଦେଉଳ ବ୍ଲକ୍ର ମହୁକୁଦ ଗ୍ରାମର ବିଶିଷ୍ଟ ଶିଶୁ ସାହିତ୍ୟିକ ନୃସିଂହ ଚରଣ ବିଶ୍ୱାଳଙ୍କ କନିଷ୍ଠ ପୁତ୍ର ସର୍ବଜିତ୍ ବିଶ୍ୱାଳ ୬୪୦ ନଂ ରଖି ଜାତୀୟ ସ୍ତରରେ ୬୭୮୬ ର୍ୟାଙ୍କ ହାସଲ କରିଛନ୍ତି। ଠିକ୍ ସେଇ ଗ୍ରାମର ପ୍ରହଲ୍ଲାଦ ରାଉଳଙ୍କ ଝିଅ ଶୃତି ରାଉଳ ୫୯୬ ନମ୍ବର ରଖି ଜାତୀୟ ସ୍ତରରେ ୨୨୭୦୨ ର୍ୟାଙ୍କ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏପରିକି ଗ୍ରାମାଂଚଳର ଗୋଟିଏ ଗ୍ରାମର ଛାତ୍ର ଛାତ୍ରୀ ଏହି ଡାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ମିଳିଥିବାରୁ ଗ୍ରାମାଂଚଳର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗଇବ ବୋଲି ଚର୍ଚ୍ଚା…
କୋଲକାତା: ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ପୂଜା ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି। ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଅକ୍ଟୋବର ୧,୨୦୨୨ରୁ ଅକ୍ଟୋବର ୨୯,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର ରାତି ୧୧.୫୦ରେ ସିଆଲଦାରୁ ବାହାରି ପରଦିନ ପୁରୀ ଠାରେ ସକାଳ ୯.୩୫ରେ ପହଞ୍ଚିବ ଓ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେଶାଲ ଅକ୍ଟୋବର ୨,୨୦୨୨ରୁ ଅକ୍ଟୋବର ୩୦,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ରବିବାର ପୁରୀ ଠାରୁ ଅପରାହ୍ନ ୩.୫୦ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଞ୍ଚିବ। ଏହି ସ୍ପେଶାଲ ଟ୍ରେନ ଉଭୟ ଦିଗରେ ଭଟ୍ଟନଗର, ଆନ୍ଦୁଲ, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ଅଟକିବ। ସେପ୍ଟେମ୍ବର ୧୭, ୨୦୨୨ ଠାରୁ ପିଆରଏସ ଓ ଇଣ୍ଟରନେଟ ମାଧ୍ୟମରେ ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ…
ଭୁବନେଶ୍ୱର: ମସିହାରୁ ପ୍ରସିଦ୍ଧ ଇଞ୍ଜିନିୟର ଭାରତରତ୍ନ ସାର୍ ଏମ୍. ବିଶ୍ୱେଶ୍ୱରାୟାଙ୍କ ସ୍ମୃତି ଓ ଅବଦାନ ପ୍ରତି ସମ୍ମାନ ଜଣାଇ ତାଙ୍କ ଜନ୍ମ ଦିବସକୁ ଇଞ୍ଜିନିୟର୍ସ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ମଧ୍ୟ ତାଙ୍କ ଜନ୍ମ ଦିବସକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ କହିଲେ ଯେ, ପ୍ରତ୍ୟେକ ଇଞ୍ଜିନିୟରମାନେ ଦେଶ ଓ ରାଜ୍ୟ ଗଠନ କରିବାର ଦାୟିତ୍ୱ ନେଇଛନ୍ତି। ବୈଷୟିକ ଶିକ୍ଷାର ଏଭଳି ଉନ୍ନତି ଘଟିଛି ଯେ, ଜଣେ ଇଞ୍ଜିନିୟର ଘରେ ରହି ଆମେରିକାରେ ରହୁଥିବା ତାଙ୍କର ବିରଷ୍ଠ ସହପାଠୀଙ୍କ ସହିତ ଚାର୍ଟିଂ କରିପାରୁଛନ୍ତି, କଥା ହୋଇପାରୁଛନ୍ତି। ତେଣୁ ବିନା ବୈଷୟିକ ଶିକ୍ଷାରେ କୌଣସି ଦେଶ ଅଗ୍ରଗତି କରିବା ଅସମ୍ଭବ। ସେ ଆହୁରି କହିଥିଲେ ଯେ, ଓଡ଼ିଶା ମାଟିରେ…
ଭୁବନେଶ୍ବର: ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି। ଅନୁରୂପ ଭାବରେ, ଭିନ୍ନକ୍ଷମମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟଗୁଡ଼ିକରେ ସ୍ୱତନ୍ତ୍ର ଆଇଟିଆଇ ଖୋଲାଯିବା ସହିତ ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରି ମନ୍ତ୍ରୀ ଉପରୋକ୍ତ ମର୍ମରେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଜାତୀୟ କର୍ମଶାଳାରେ ଭିନ୍ନକ୍ଷମମାନଙ୍କ ସାମାଜିକ ଓ ଆଇନଗତ ସଶକ୍ତିକରଣ, ଭିନ୍ନକ୍ଷମ ଶିଶୁମାନଙ୍କ ନିମନ୍ତେ ଡାଟାବେସ୍ ପ୍ରସ୍ତୁତି ସାଙ୍ଗକୁ ଜିଲ୍ଲାସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଉପଲବ୍ଧିଗୁଡ଼ିକ ଉପରେ…
ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମହର୍ଷି କଲେଜଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ଛାତ୍ର ଯୋଡ଼ୋ ଭାରତ ଯୋଡ଼ୋ” କାର୍ଯ୍ୟକ୍ରମରେ ଏକ ପଦଯାତ୍ରା ହୋଇଥିଲା। ଛାତ୍ର କଂଗ୍ରେସ କର୍ମକର୍ତାମାନେ ଏବଂ ଛାତ୍ରଛାତ୍ରୀମାନେ ମହର୍ଷି କଲେଜରୁ ଯାତ୍ରା ଆରମ୍ଭ କରି ରମାଦେବୀ ବିଶ୍ୱବିଦ୍ୟାଳୟ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିକ୍ରମା କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ୟାସିର ନୱାଜଙ୍କ ଆହ୍ୱାନରେ ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ କାର୍ଯ୍ୟକ୍ରମକୁ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆଗେଇ ନିଆଯିବ। ଓଡ଼ିଶାର ସାରା ମଧ୍ୟ ଏହି କାର୍ଯ୍ୟକ୍ରମ ଏବେ ଚାଲିଛି। ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରତି ତାଙ୍କର ସମର୍ଥନ ବ୍ୟକ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, କିରଣ ସାହୁ, ନିହାର ବେହେରା, ସ୍ୱାଗତ କର, ସୁନିଲ ମାଟିଆ, ଜଗଦିଶ ଗଜେନ୍ଦ୍ର, ସ୍ମୃତିରଞ୍ଜନ ତ୍ରିପାଠୀ, ନିହାର ବେହେରା,…
ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ। ଥରେ ନୁହେଁ ଦୁଇଥର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ରାଡାରରେ ଥିବା ସଲମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ବି ପ୍ରସ୍ତୁତ କରିଥିଲା। ତେବେ ଏହି ଷଡଯନ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏହି ଯୋଜନା ଅଧୀନରେ ସଲମାନ ଖାନଙ୍କୁ ତାଙ୍କ ପନଭେଲ ଫାର୍ମହାଉସ ନିକଟରେ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲା। ପଞ୍ଜାବ ପୋଲିସ କହିଛି ଯେ, ଗୋଲଡି ବରାଡ ଏବଂ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସୁଟର କପିଲ ପଣ୍ଡିତ ଏହି ଯୋଜନାକୁ ଆଗେଇ ନେଉଥିଲେ। ନିକଟରେ ପଣ୍ଡିତଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। କପିଲ ପଣ୍ଡିତ, ସାନ୍ତୋଷ ଯାଦବ ଏବଂ ଦୀପକ ମୁଣ୍ଡି ଏବଂ ଅନ୍ୟ କେତେକ ସୁଟର ମୁମ୍ବାଇ ନିକଟ ପନଭେଲରେ ଏକ ଭଡା କୋଠରୀ ସହିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ। ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ। କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି। ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି। ଏହା ବିଶ୍ୱର ପ୍ରଥମ…
ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ଥିଲେ। ନରେନ୍ଦ୍ର ମୋଦୀ ଜୀ ଦେଶରେ ଭଲ କାମ କରୁଛନ୍ତି, ଗୋଆରେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ ଭଲ କାମ କରାଯାଉଛି, ତେଣୁ ଆମେ ତାଙ୍କୁ ସ୍ୱାଗତ କରିଛୁ। ରାହୁଲ ଗାନ୍ଧୀ ‘ଭାରତ ଯୋଡ ଯାତ୍ରା’ କରୁଥିବା ସମୟରେ ଏହି ମିଶନ କାର୍ଯ୍ୟକାରୀ ହୋଇଛି କି ନାହିଁ ଏକ ପ୍ରଶ୍ନରେ ସାୱନ୍ତ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ଗୋଆରୁ କଂଗ୍ରେସ ଛାଡ ଯାତ୍ରା ଆରମ୍ଭ ହୋଇଛି। କଂଗ୍ରେସର ଅବଶିଷ୍ଟ ନେତାମାନେ ମଧ୍ୟ ଦଳ ଛାଡିବାକୁ ଯାଉଛନ୍ତି। ସେମାନେ ଦେଶର ସ୍ୱାର୍ଥରେ ବିଜେପି କିମ୍ବା ଅନ୍ୟ କୌଣସି ଦଳରେ ଯୋଗଦେବେ। ସୂଚନାଯୋଗ୍ୟ, ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବୁଧବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସରେ ତିନିଜଣ ବିଧାୟକ କାହିଁକି ରହିଗଲେ, ଆପଣ…
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି। ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜଧାନୀରେ କାର୍ଯ୍ୟରତ ପ୍ରଶାସକ ତଥା ପଦାଧିକାରୀମାନଙ୍କ ପକ୍ଷରୁ ଭୁବନେଶ୍ୱର କ୍ଲବ୍ରେ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣପର୍ବ ନୂଆଖାଇ ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନର ବାର୍ତ୍ତାବହ ବୋଲି ଉଲ୍ଲେଖ କରିଛନ୍ତି। ଭେଟ୍ଘାଟ୍ରେ ପୌରୋହିତ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପର୍ବ ଭାବରେ ଅର୍ଜନ କରିଥିବା…
ମୁମ୍ବାଇ/ଭୁବନେଶ୍ବର: ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଷ୍ଟକ ଏକ୍ସଚେଞ୍ଜର କାରାବାର ନବୀନଙ୍କ ବେଲ ମାଡରୁ ଆରମ୍ଭ ହୋଇଥିଲା। ସାଧାରଣତଃ ଷ୍ଟକ ଏକ୍ସଚେଞ୍ଜର କାରାବାର ଏକ ବେଲ୍ ବଜାଇବାରୁ ଆରମ୍ଭ ହୋଇଥାଏ। ଯାହା ନବୀନ ଆଜି କରିଛନ୍ତି। ଏଥିରେ ବିଏସଇର ଅଧ୍ୟକ୍ଷ ଏସ ଏସ ମୁନ୍ଦ୍ରାଙ୍କ ସହିତ କେତେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତିନିଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ଆୟୋଜିତ ହୋଇଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଥିରେ ଦେଶର ପ୍ରମୁଖ ଶିଳ୍ପପତି ଯୋଗଦେଇଥିଲେ।
ଭୁବନେଶ୍ବର : ଯୁକ୍ତ ୩ରେ ବିଜେବି ମହାବିଦ୍ୟାଳୟରେ ଆନ୍ଥ୍ରୋପଲୋଜି ବିଭାଗରେ ସର୍ବଶ୍ରେଷ୍ଟ ନମ୍ବର ରଖିଥିବା ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି। ଏଥି ସହ ୪ହଜାର ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ବେଳେ କଲେଜର ଅଧ୍ୟକ୍ଷ ଡ଼ ନିରଞ୍ଜନ ମିଶ୍ର, କଲେଜର ଆନ୍ଥ୍ରୋପଲୋଜି ବିଭାଗ ମୁଖ୍ୟ ଇତିଶ୍ରୀ ପାଢ଼ୀ ଓ ସୋସୋଲଜି ବିଭାଗ ମୁଖ୍ୟ ବିଭାବରୀ ବଳ ପ୍ରମୁଖ ଉପସ୍ଥିତଥିଲେ।

