Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକକୁ ଅହମ୍ମଦାବାଦଠାରେ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ବୈଠକ ସବକା ପ୍ରୟାସର ଏକ ସ୍ପଷ୍ଟ ଉଦାହରଣ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀ ଭାରତର ବିକାଶରେ ସହାୟକ ହେଉଛି ଓ ଏହି ଶକ୍ତି ପ୍ରତ୍ୟେକ ଅଞ୍ଚଳ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛି। ଆଜି ଭାରତ ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବ ଅଭିମୁଖେ ଅଗ୍ରସର ହେଉଛି, ଏହି କ୍ଷେତ୍ରରେ ଏହାର ଜନସାଧାରଣ ଓ ବିଜ୍ଞାନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ନୀତି ପ୍ରସ୍ତୁତି ଦିଗରେ ନିୟୋଜିତ ଜନସାଧାରଣଙ୍କ ଦାୟୀତ୍ୱ ବହୁଳ ଭାବେ ବୃଦ୍ଧି ପାଇଥାଏ। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ବିଜ୍ଞାନ ହେଉଛି ସମାଧାନ, ଉତ୍ପତ୍ତି ଓ ନବୋନ୍ମେଷର ଭିତ୍ତିଭୂମୀ। ଏହି ଉତ୍ସାହକୁ…

Read More

ନୟାଗଡ଼: ନୟାଗଡ଼ ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଚୋରା ବାଇକ ରାକେଟର ପର୍ଦ୍ଦାଫାସ କରିବା ସହ ୫୧ ଗୋଟି ଚୋରା ବାଇକ ଉଦ୍ଧାର କରିଛି ପୋଲିସ ଏବଂ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ଆଜି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ମୁତାବକ, ଗତକାଲି ସଂନ୍ଧ୍ୟାରେ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଘଡୁଆଳ ଛକରେ ଏଏସଆଇ ସିମାଞ୍ଚଳ ସ୍ୱାଇଁ ମଟରସାଇକେଲ ଯାଞ୍ଚ କରୁଥିବା ବେଳେ ହଠାତ ବିନା ହେଲମେଟରେ ଦୁଇ ଜଣ ବାଇକ ଚାଳକ ପୋଲିସ ନିକଟରେ ଫଞ୍ଚିଥିଲେ ଏବଂ ପୁନଶ୍ଚ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ପୋଲିସ ଉଭୟ ବାଇକକୁ ପିଛା କରି କାବୁ କରିବାରେ ସଫଳ ହୋଇଥିଲା ଏବଂ ଗାଡିର କାଗଜପତ୍ର ମାଗିଥିଲା। ଉଭୟ ବାଇକ ଚାଳକ କାଗଜପତ୍ର ଦେଖାଇବାକୁ ସକ୍ଷମ…

Read More

ଭୁବନେଶ୍ବର: ଆଜି ବିଧବଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରିନସ ଚାର୍ଲସ। ଏବେ ସେ କିଙ୍ଗ୍ ଚାର୍ଲସ। ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି। ଏ ନେଇ ବ୍ରିଟେନରେ ବେଶ ଖୁସିର ଲହର ଖେଳିଯାଇଛି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା ମଧ୍ୟ ଓଡିଶା ପାଇଁ ଏକ ସ୍ମରଣୀୟ ଦିନ। କାରଣ ସେ ଏକଦା ଓଡିଶା ଗସ୍ତରେ ଆସିଥିଲେ। ବିଶ୍ବ ପ୍ରସିଦ୍ଧ ଏହି ରାଜକୁମାର ଚାର୍ଲସ, ୧୯୮୦ ମସିହା ଡିସେମ୍ବର ୪ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ସେ  ଭୁବନେଶ୍ବରରେ ପହଞ୍ଚି ରାଜଭବନରେ ଅତିଥୀ ଭାବେ ରହିଥିଲେ। ସେତେବେଳେ ଓଡିଶାର ରାଜ୍ୟପାଳ ଥିଲେ ସିଏମ ପୁନାଚା ଏବଂ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିଛନ୍ତି ସିଏମ ପୁନାଚାଙ୍କ ପୁତ୍ର ଦେଶର ପ୍ରତିଷ୍ଠିତ…

Read More

କୋଲକାତା: ନକଲି ମୋବାଇଲ୍ ଗେମିଂ ଆପ୍ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଅର୍ଥାତ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ, କୋଲକାତାରେ ନକଲି ମୋବାଇଲ୍ ଗେମିଂ ଆପର ପ୍ରମୋଟରଙ୍କ ୬ ଟି ସ୍ଥାନରେ ଇଡି ଚଢାଉ କରିଛି ​​ଏବଂ ଏହି ସମୟ ମଧ୍ୟରେ ୭ କୋଟି ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ପାଇଁ, ଗଣନା ଜାରି ରହିଛି। ଇଡି ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ଏପର୍ଯ୍ୟନ୍ତ ସାତ କୋଟି ଟଙ୍କାରୁ ଅଧିକ ନକଦ ଟଙ୍କା ଜବତ କରାଯାଇଛି ଏବଂ ଏହାର ଗଣନା ଜାରି ରହିଛି। ଫେବୃଆରୀ ୨୦୨୧ରେ, କୋଲକାତା ପୋଲିସର ଏଫଆଇଆର ପରେ କମ୍ପାନୀ ଏବଂ ଏହାର ପ୍ରମୋଟରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ ହୋଇଥିଲା। ଏହି ଆପ୍ ଏବଂ ଏହାର ଅପରେଟରମାନଙ୍କର ଅନ୍ୟ ‘ଚାଇନିଜ୍-ନିୟନ୍ତ୍ରିତ’ ଆପ୍ ସହିତ ଲିଙ୍କ୍ ଅଛି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା। ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ବର ଠାରେ ‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’କୁ ଉଦଘାଟନ କରିଛନ୍ତି। ‘‘ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି’’ ପ୍ରୟାସ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଉପକୂଳ ଏବଂ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଉପକୂଳ ପ୍ରଦୂଷଣ ଆଦି ତିନୋଟି ଆନ୍ତଃସଂଯୁକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ଲାଗି ଭାରତର ୧୩ଟି ଉପକୂଳ ରାଜ୍ୟକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଅଂଶୀଦାରମାନଙ୍କର ଏକ ସକ୍ରିୟ ନେଟୱର୍କ ସୃଷ୍ଟି କରିବା ମାଧ୍ୟମରେ ଉପରୋକ୍ତ ବିଷୟବସ୍ତୁ ଉପରେ ଆପୋସ ସହଯୋଗ ବଢ଼ାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିସହିତ ଉପକୂଳ ପରିଚାଳନା, ପ୍ରଯୁକ୍ତି ଏବଂ ନବୋନ୍ମେଷ ସହିତ ଘରୋଇ ଏବଂ ଅନ୍ତର୍ଜାତୀୟ ଅର୍ଥଲଗାଣ…

Read More

ଭୁବନେଶ୍ବର: ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ ରହିଛି। ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣବଶତଃ କଲେଜରେ ନାମ ଲେଖିପାରିନାହାନ୍ତି, ସେମାନଙ୍କ ପାଇଁ ଆଉଥରେ ସୁଯୋଗ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରୁ ବଞ୍ଚିତ ଛାତ୍ରଛାତ୍ରୀ ଏବେ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପାଇଁ ଆବେଦନ କରିପାରିବେ। ତେଣୁ ଆଜିଠୁ ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିସନ ଆବଦେନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ଏହି ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିବ।

Read More

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ବର୍ଷରୁ କମ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚନ କରିଛନ୍ତି। ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଉନ୍ମୋଚନ କରିଛନ୍ତି। ଲୋଗୋ ସହ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଟ୍ରଫିକୁ ମଧ୍ୟ ଉନ୍ମୋଚନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କିକ୍ ଅଫ୍ ଦ ଡ୍ରିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୧୧ ତାରିଖରୁ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆରମ୍ଭ ହେବ। ଆଉ ଚଳିତ ବିଶ୍ୱକପର ୩ଟି ପୁଲ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୧୧, ୧୪ ଓ ୧୭ରେ ଏହି ପୁଲ୍ ମ୍ୟାଚ୍ ଖେଳାଯିବ। ତେବେ ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଛି। ଫୁଟବଲ ପରେ ପରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜିତ ହେବ। ଲଗାତାର ଦ୍ୱିତୀୟ ଥର ପାଇଁ ହକି…

Read More

ବିଦୁର ନୀତି: ମହାଭାରତର ସବୁଠାରୁ ଲୋକପ୍ରିୟ ଚରିତ୍ରମାନଙ୍କ ମଧ୍ୟରୁ ମହାତ୍ମା ବିଦୁର ଅନ୍ୟତମ। ସେ ଧର୍ମରାଜଙ୍କ ଅବତାର ଭାବରେ ବିବେଚନା କରାଯାଏ। ସେ ଜଣେ ମହାନ ଆଇନଜୀବୀ ରହିଥିଲେ। ସେ ସବୁବେଳେ ନ୍ୟାୟର ପକ୍ଷ ରଖିଥିଲେ। ସେ ମହାରାଜା ଧୃତରାଷ୍ଟ୍ରଙ୍କ ମହାମନ୍ତ୍ରୀ ତଥା ପରାମର୍ଶଦାତା ଥିଲେ। ବିଦୁର ଜୀ ପ୍ରଥମେ ମହାରାଜା ଧୃତରାଷ୍ଟ୍ରଙ୍କୁ କହିଥିଲେ ଯେ, ମହାଭାରତ ଯୁଦ୍ଧ ନିଶ୍ଚିତ ଭାବରେ ସର୍ବନାଶ କରିବ। ତେଣୁ, ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ମହାରାଜାଙ୍କୁ ପରାମର୍ଶ ଦେଇଥିଲେ। ମହାତ୍ମା ବିଦୁରଙ୍କ ସ୍ୱଚ୍ଛତା ଏବଂ ଦୂରଦୃଷ୍ଟି ହେତୁ ମହାରାଜା ଧୃତରାଷ୍ଟ୍ର ତାଙ୍କୁ ସମୟ ସମୟରେ ପରାମର୍ଶ ମାଗୁଥିଲେ। ତାଙ୍କର ପରାମର୍ଶ ବିଦୁର ନୀତି ରୂପରେ ସଂକଳିତ ହୋଇଛି। ମହାତ୍ମା ବିଦୁର ତାଙ୍କ ନୀତିରେ କହିଛନ୍ତି ଯେ, ନିଶ୍ଚିତ ଭାବରେ ତାଙ୍କ ରୋଜଗାରର ଟଙ୍କା କାହାକୁ ଦେବା ଉଚିତ୍। ପତ୍ନୀଙ୍କ ହାତରେ ଟଙ୍କା ଦିଆଯିବା ଉଚିତ୍; ବିଦୁର ନୀତି ଅନୁଯାୟୀ ଥରେ ମହାରାଜା ଧୃତରାଷ୍ଟ୍ର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପ୍ରକୃତି କଳାହାଣ୍ଡିକୁ ଆମପ ସମ୍ପଦ ଅଜାଡି ଦେଇଛି, କଳାହାଣ୍ଡି ଜିଲ୍ଲା ରତ୍ନଗର୍ଭା।  କଳାହାଣ୍ଡିର ଚାଷୀ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ପାରିଛି ବୋଲି “କଳାହାଣ୍ଡି କୃଷି ର ବିକାଶ ରେ କୃଷକ ର ଭୂମିକା” ଆଲୋଚନାରେ ଭାଗନେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି। କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ସ୍ଵନାମମଧାନ୍ୟ ଲେଖିକା, ସମ୍ପାଦିକା, ସଙ୍ଗଠିକା ତଥା ସମାଜସେବୀ ସୁନିତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିକାଶ ପରିଷଦ ଆନୁକୂଲ୍ୟରେ ଜୁନାଗଡସ୍ଥିତ ଟାଉନହଳ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସ୍ତମ୍ଭକାର ତଥା କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କଳାହାଣ୍ଡି ବାସ୍ତବରେ ରତ୍ନଗର୍ଭା ଓ ଏହାର ମୃତ୍ତିକାରେ ଧାନ ଚାଷ ଯେପରି ସଫଳ ହୋଇପାରିଛି ସେହିପରି ଚିନାବାଦାମ, କପା, ଆଖୁ, ମକା, ମାଣ୍ଡିଆ ଭଳି ଅର୍ଥକାରୀ ଫସଲ ଉତ୍ପାଦିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡିର ବାସନା ଚାଉଳ ର ଚାହିଦା ଓଡ଼ିଶା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ଭୋକର ଭୂଗୋଳ ଏବଂ ହେ କବିତା’ ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହୋଇଛି। ଡ଼. ନିଆଲଙ୍କ ‘ଭୋକର ଭୂଗୋଳ’ କବିତା ଇଂରାଜୀରେ ବଙ୍କିମ ମୁଣ୍ଡଙ୍କ ଦ୍ୱାରା ଅନୁଦିତ ହେବାପରେ ପାର୍ସୀ ଭାଷାରେ ବିଶିଷ୍ଟ ଇରାନୀୟ କବି ଏଲହମ୍ ହେମେଡ଼ି ଅନୁଦିତ କରିଛନ୍ତି। କବି ଏଲହମ୍ ହେମେଡ଼ି ଆନ୍ତର୍ଜାତୀୟ ମଲ୍ଟିମେଡ଼ିଆ କଳାକାର, କବି ତଥା କ୍ୟୁରେଟର ଏବଂ ଇରାନର ଭିଜୁଆଲ ଆର୍ଟ ସାଇଣ୍ଟିଫିକ୍ ଆସୋସିଏସନର ସ୍ଥାୟୀ ସଦସ୍ୟ ଅଛନ୍ତି। ସେ ଆନ୍ତାର୍ଜାତୀୟ ସାହିତ୍ୟ ପୁରସ୍କାର ୨୦୨୨, ୱମେନ ଫର କଲଚର ଫର ପିସ (MESTRE/VENEZIA) ପୁରସ୍କାର ପାଇଛନ୍ତି। ଡ଼. ନିଆଲଙ୍କ ‘ହେ କବିତା’ ଇଂରାଜୀରେ ଗୋବିନ୍ଦ ସାହୁଙ୍କ ଦ୍ୱାରା ଅନୁଦିତ ହେବାପରେ ସ୍ପେନିଶ ଭାଷାରେ ବିଶିଷ୍ଟ କବି ଜେଲିନ୍ ରୋକ୍ ମୋଗୋଲନ୍ ଅନୁଦିତ ସହ ପଠନ କରିଛନ୍ତି। ଇକ୍ୟୁଏଡର, ଉତ୍ତର ପଶ୍ଚିମ ଦକ୍ଷିଣ ଆମେରିକା ଦେଶର କବି…

Read More

ଭୁବନେଶ୍ବର: ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଜଲିଉଡ୍‌ର ନୂଆକରି ପାଦ ଥାପିଥିବା ଜପୁନଙ୍କ ସମ୍ପର୍କରେ ଭୀମା ନନ୍ଦଙ୍କ ରିପୋର୍ଟ.. ମଞ୍ଚ ଉପରେ ହଜାର ହଜାର ଦର୍ଶକଙ୍କ ସାମ୍ନାରେ ସେମାନଙ୍କ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୮ ଭଦ୍ରକ ଜିଲ୍ଲାରୁ- ୪ ବଲାଙ୍ଗୀରି ଜିଲ୍ଲାରୁ- ୧୧ କଟକ ଜିଲ୍ଲାରୁ- ୪୯ ଦେବଗଡ ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୯ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୫ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୬୬ ମୟୂରଭଞ୍ଜ ଜିଲ୍ଲାରୁ- ୪ ନବରଙ୍ଗପୁର ଜିଲ୍ଲାରୁ- ୧୧ ନୟାଗଡ ଜିଲ୍ଲାରୁ- ୧୪ ନୂଆପଡା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତମାନର ଶିକ୍ଷାବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କୁ ଓଡିଶା ପ୍ରତିଭା ସମ୍ମାନ ୨୦୨୨ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ସମ୍ମାନିତ କରାଯାଇଛି। ପ୍ରତିକାର ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଶୁଭାଶିଷ ମିଶ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ଶିକ୍ଷାବିତ ତଥା ଲେଖକ ଡ. ଫନୀ ମହାନ୍ତି, ଡ଼. ଶ୍ରୀବଚ୍ଛ ପରିଡା, ବରିଷ୍ଠ ସାମ୍ବାଦିକ ଜତିନ ଦାସ, ବରିଷ୍ଠ ଲେଖକ ଡ଼. ଘନ ପରିଡା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ଶୀତଳ ପାତ୍ର ପ୍ରମୁଖ ସମ୍ନାନୀତ ଅତିଥି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଜଣା ଗାଡି ଧକ୍କା ଯୋଗୁଁ ଜଣେ ବ୍ୟାଙ୍କ ପରିଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ ପରିଚାଳକ ଜଣଙ୍କ ବାଣପୁରର ପ୍ରଫୁଲ୍ଲ ବାରିକ (୫୫) ବୋଲି ଜଣାପଡିଛି। ସେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ଗତ କାଲି ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ପ୍ରଫୁଲ୍ଲ ନିଜ ସ୍କୁଟି ଯୋଗେ ବାଣପୁର ଫେରୁଥିଲେ। ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। କ୍ରମେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତ ଦେହ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ଥାନା ସାମନ୍ତସିଂହାରପୁର ଅଞ୍ଚଳର ସୁରେନ୍ଦ୍ର ପ୍ରଧାନଙ୍କ ଝିଅ ଅନିତା ନାୟକ (୨୮)। ସେ ସଲପଡିହ ଗ୍ରାମର ନିରଞ୍ଜନ ନାୟକଙ୍କୁ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ମୁମ୍ବାଇରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ତେବେ କୌଣସି କାରଣବଶତଃ ଗତକାଲି ସଂନ୍ଧ୍ୟାରେ ଅନିତା ବିଷ ପିଇଦେଇଥିଲେ।  ପରବର୍ତ୍ତୀ ସମୟରେ ପରିବାର ବର୍ଗଙ୍କ ଦ୍ୱାରା ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ଥାନାନ୍ତରଣ ସମୟରେ ବାଲୁଗାଁରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ଠାରୁ ସୂଚନା ପାଇ ନାଚୁଣୀ ଫାଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଅନିତାଙ୍କ ଶବ ଜବତ କରିବା…

Read More

ଚାଣକ୍ୟ ନୀତି: ଜଣେ ବ୍ୟକ୍ତିର ପ୍ରଣାଳୀ, ଆଚରଣ ଏବଂ ଗତିବିଧି ତାଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରିପାରିବ। ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ, ତାଙ୍କ ଜୀବନ ସାଥୀ ଭଲ ଗୁଣରେ ପରିପୂର୍ଣ୍ଣ ହୁଅନ୍ତୁ। ଯେପରି ସେ ଜୀବନ ସାରା ସାଥିରେ ରହିପାରିବେ। ଚାଣକ୍ୟଙ୍କ ଅନୁଯାୟୀ ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ସେମାନଙ୍କୁ ସର୍ବୋତ୍ତମ କରିଥାଏ। ଯଦି ଆମେ ଚାଣକ୍ୟ ନୀତିକୁ ଦେଖିବା, ତେବେ ଜଣେ ଭଲ ମଣିଷକୁ ଚିହ୍ନଟ କରାଯାଇପାରିବ। ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ଜଣେ ମହାନ ବ୍ୟକ୍ତିଙ୍କ ଗୁଣ କ’ଣ? ଆହୁରି ମଧ୍ୟ, ମହିଳାମାନେ ସେମାନଙ୍କ ବିଷୟରେ କେଉଁ ଅଭ୍ୟାସ ପସନ୍ଦ କରନ୍ତି। ସଚ୍ଚୋଟତା: ଚାଣକ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ଯିଏ ସଂପର୍କରେ ସଚ୍ଚୋଟ, ସେ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ। ଯେଉଁ ପୁରୁଷଙ୍କ ଉଦ୍ଦେଶ୍ୟ ମହିଳାମାନଙ୍କ ପ୍ରତି ଉତ୍ତମ, ସେମାନେ ନିଜ ପତ୍ନୀ, ବନ୍ଧୁକୁ କଦାପି ଠକି ପାରିବେ ନାହିଁ। ପୁରୁଷମାନଙ୍କର ଏହି ଗୁଣ ମହିଳାମାନଙ୍କୁ…

Read More

ନୂଆଦିଲ୍ଲୀ: ପିତୃପୁରୁଷଙ୍କୁ ଆଦର ସତ୍କାର କରିବାର ସମୟ ହେଉଛି ପିତୃ ପକ୍ଷ। ବିଶ୍ୱାସ କରାଯାଏ ଯେ, ଗୋଟିଏ ବର୍ଷରେ ୧୫ ଦିନ ପାଇଁ ପିତୃପୁରୁଷମାନେ ପୃଥିବୀକୁ ଆସନ୍ତି ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ନୈବେଦ୍ୟ, ପିଣ୍ଡ ଦାନ ଏବଂ ଶ୍ରାଦ୍ଧରେ ସନ୍ତୁଷ୍ଟ ହୁଅନ୍ତି। ପିତୃ ପକ୍ଷ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେଉଛି। ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଶ୍ରାଦ୍ଧକୁ ଏକ ବିଶେଷ ଉତ୍ସବ ଭାବରେ ବିବେଚନା କରାଯାଏ। ପିତୃପୁରୁଷଙ୍କ ଆଶୀର୍ବାଦ ସହିତ ପରିବାର ଏବଂ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ, କିନ୍ତୁ ଯଦି ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି, ତେବେ ଅନେକ ପିଢୀ ପାଇଁ ପିତୃ ଦୋଶ ସହିବାକୁ ପଡିବ। ଆସନ୍ତୁ ଜାଣିବା କେଉଁ ତ୍ରୁଟିଗୁଡିକ ଯୋଗୁଁ ପିତୃ ଦୋଷ ଲାଗିଥାଏ, ପିତୃ ଦୋଷର ଲକ୍ଷଣ ଏବଂ ପିତୃ ଦୋଷକୁ ଶାନ୍ତ କରିବା ପାଇଁ ପ୍ରତିକାର। ପିତୃ ଦୋଷ କାହିଁକି ଲାଗେ?: – ମୃତ୍ୟୁ ପରେ, ଯଦି…

Read More

ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…

Read More

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ସରକାରୀ ଡାକ୍ତରଖାନାଗୁଡ଼ିକର ନାମ ବର୍ତ୍ତମାନ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯିବ। ୟୁପି ସରକାର ଦେଇଥିବା ଆଦେଶରେ ଏହା ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଡାକ୍ତରଖାନାର ନାମ ରାଜ୍ୟରେ ହିନ୍ଦୀ ସହିତ ଉର୍ଦ୍ଦୁରେ ଲେଖାଯିବ। CHC-PHC ର ସମସ୍ତ ଜିଲ୍ଲା ଡାକ୍ତରଖାନା ଏବଂ କୋଠାର ନାମ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ରହିବ। ଏହି ପରିପ୍ରେକ୍ଷୀରେ ସମସ୍ତ ସିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ସରକାର ଦେଇଥିବା ଆଦେଶରେ ବିଲ୍ଡିଂର ନାମ ଲେଖିବା ସହିତ ହିନ୍ଦୀ ଏବଂ ଉର୍ଦ୍ଦୁରେ ଡାକ୍ତର ଏବଂ କର୍ମଚାରୀଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ସମସ୍ତ ୧୬୭ ସରକାରୀ ଜିଲ୍ଲା ଡାକ୍ତରଖାନା, ୮୭୩ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୨୯୩୪ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ଲେଖାଯିବ। ଏଥି ସହିତ ବିଭାଗର ଅଧିକାରୀ ଏବଂ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗାଁ ମାନଙ୍କର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥି ସକାଶେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କୌଣସି କାମରେ ଆସୁନି। ରାଜନୈତିକ ନେତା ମାନେ ଗାଁ କୁ ଗାଁ ଯାଇ ଅଭାବ ଅସୁବିଧା ସଂପର୍କରେ ବୁଝା ସୁଝା କରିବା ଏଠି ସାତ ସପନ। କେବଳ କିଛି ଠିକାଦାର ସେମାନଙ୍କର ହାତବାରିସୀ ସାଜିଛନ୍ତି। ଯେଉଁଠି ବିକାଶ ହେବା କଥା ସେଇଠି କାମ ହେଉନି। ଏଥି ସକାଶେ ଅତୀତରେ ନାକଟିଦେଉଳ ବ୍ଲକ୍ ରେ ମାଓ ମାନଙ୍କର ସଂଗଠନ ଗଢି ଉଠିଥିଲା। ମାଓ କବଳରେ ନାକଟିଦେଉଳ ଅତୀତରେ ଥିଲା। ମାଓ ମାନଙ୍କ ପାଇଁ ବହୁ ରାସ୍ତା, ପୋଲ ହୋଇଥିବା ବେଳେ ମାଓ ସଂଗଠନ ନିରବି ଯିବାରୁ ସବୁ ଫସର ଫାଟିଯାଇଛି। ସେମିତି ଗାଁ ରହିଛି ନାକଟିଦେଉଳ ବ୍ଲକ୍‌ରେ ଯେଉଁ ଗାଁ କୁ ବର୍ଷା ଦିନେ ଯିବାକୁ ରାସ୍ତା ନାହିଁ କି ପୋଲ ବି…

Read More