ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ଖୋର୍ଦ୍ଧା ରୋଡ଼ ଜିଆରପି ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଲୁଟେରା ଟାଙ୍ଗୀ ଏବଂ ବାଣପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରୁ ଟ୍ରେନ ଯାଉଥିବା ସମୟରେ ଯାତ୍ରୀଙ୍କଠାରୁ ମୋବାଇଲ ଛଡାଇ ଫେରାର ହେଇଯାଉଥିଲେ। ତେବେ ଦୀର୍ଘ ଦୁଇ ଦିନର ଅପରେସନ ପରେ ଗିରଫ ହୋଇଛନ୍ତି ଉକ୍ତ ଦୁଇ ଅଭିଯୁକ୍ତ। ସେମାନଙ୍କ ନିକଟରୁ ୬ ଗୋଟି ସ୍ମାର୍ଟ ଫୋନ ଏବଂ ୪ ଗୋଟି କି ପ୍ୟାଡ଼ ଫୋନ ଜବତ କରିଛି ରେଳବାଇ ପୋଲିସ ଯାହାର ମୂଲ୍ୟ ୯୬ ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେଶ ନମ୍ବର ୧୦୬/୨୨ ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ଖୋର୍ଦ୍ଧା…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଶ୍ରୀକ୍ଷେତ୍ରପରି ଭଗବତୀ କ୍ଷେତ୍ର ବାଣପୁର ଠାରେ ମା’ ଭଗବତୀଙ୍କ ପିତ୍ରାଳୟ ଭାବରେ ପରିଚିତ ପ୍ରାଚୀନ ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଏକତ୍ର ପାଳିତ ହୋଇଯାଇଛି ଶ୍ରୀକୃଷ୍ଣ ଓ ଦେବୀ ଭଗବତୀଙ୍କ ଜନ୍ମନୀତି । କେବଳ ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଉଥିବାର ପରମ୍ପରା ଚଳି ଆସୁଥିବା ବେଳେ ବାଣପୁରର ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଚନ୍ଦ୍ରଶେଖର, ଗୋପାଳକୃଷ୍ଣ ଓ ଦେବୀ ଭଗବତୀ ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ନେଇ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହୁଏ ଜନ୍ମାଷ୍ଟମୀର ସମସ୍ତ ପରମ୍ପରା। ପ୍ରଚଳିତ ବିଧି ଅନୁସାରେ ଅଷ୍ଟମୀର ପ୍ରତ୍ୟୁଷରୁ ଦେବା ଦେବୀଙ୍କ ମନ୍ଦିର ଦ୍ଵାର ଫିଟା, ଅଙ୍ଗରାଗ (ମାଜଣା ପରେ ମହାପ୍ରସାଦ ଲାଗି, ବଲ୍ଲଭ ମଙ୍ଗଳାର୍ପଣ, ବେଶ ପରେ ସାଧାରଣ ଦର୍ଶନ,ଶଙ୍କୁଡ଼ି ଧୂପ , ଦିବା ପହୁଡ଼, ପରେ ସଂଧ୍ୟାରେ ନିଶଙ୍କୁଡ଼ି, ଆଳତୀ କରାଯାଇଥିଲା। ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା…
ଡକ୍ଟର ବି କେ ବେହେରା ହସ୍ତତନ୍ତ ଏକ ସୁନ୍ଦର ବୟନକଳା ଏବଂ ଏଥିପାଇଁ ଏହାର ବିଶେଷତ୍ୱ ରହିଛି ଯେ ଦୁଇଟି ବୁଣାବସ୍ତ୍ର ମଧ୍ୟରେ ସମାନତା ରହିନଥାଏ। ଅବଶ୍ୟ ଏହି ଉତ୍ପାଦ ବୁଣାକାରର କଳା, କୁଶଳତା ଏବଂ ପାରଦର୍ଶିତା ଉପରେ ନିର୍ଭର କରିଥାଏ। ଏଭଳି ପେଶାଦାରୀ କଳଚାତୁରୀ ସହିତ, ବିଶ୍ୱାସ କରାଯାଏ ଯେ ଅତି ସୂକ୍ଷ୍ମ ସୂତାବସ୍ତ୍ର ଯାହାକି ହସ୍ତତନ୍ତ ସାହାଯ୍ୟରେ ବୁଣାଯାଇଥାଏ। ତାହା ଜଣେ ବୁଣାକାରର ମାନସିକତା ଉପରେ ନିର୍ଭର କରିଥାଏ। ଗୋଟିଏ ଶାଢ଼ୀର ମସୃଣତା କି ପ୍ରକାର ହେବ ଏବଂ ଏହାର ବଡ଼ି ଉପରେ କି ପ୍ରକାର ଚିତ୍ର ବୁଣାଯିବ ତାହା ଜଣେ ବୁଣାକାରର ମନର ସ୍ଥିତି ଉପରେ ହିଁ ବିଶେଷ ଭାବେ ନିର୍ଭରଶୀଳ। ତେଣୁ ପ୍ରତ୍ୟେକ ଶାଢ଼ୀର ନିଜସ୍ୱ ସ୍ୱାତନ୍ତ୍ର୍ୟ ରହିଛି ଏବଂ ଏହା ବର୍ତ୍ତମାନ ସୁଦ୍ଧା ଏକ ଅନାବିଷ୍କୃତି ପ୍ରସଙ୍ଗ ଭାବେ ବିବେଚିତ। ହସ୍ତଶିଳ୍ପର ନିଜସ୍ୱ ବୈଶିଷ୍ଟ୍ୟର ସାମର୍ଥ୍ୟକୁ ଯଦି ଆମେ ଗୁରୁତ୍ୱର ସହ ବିଶ୍ଳେଷଣ କରିବା,…
ନୂଆଦିଲ୍ଲୀ: ଆଜି ଦେଶର କେତେକ ପ୍ରାନ୍ତରେ ଜନ୍ମାଷ୍ଠମୀ ପାଳନ କରାଯାଉଛି। ଏଥର ଜନ୍ମାଷ୍ଠମୀ ଦୁଇଦିନିଆ ତିଥୀରେ ରହିଥିବାରୁ ଏପରି ପରିଲକ୍ଷିତ ହୋଇଛି। ଗତକାଲି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଜନ୍ମାଷ୍ଠମୀ ଧୂମଧାମରେ ପାଳନ କରାଯାଇଥିଲା। ଆଜି ସେହି ସବୁ ସ୍ଥାନରେ ନନ୍ଦ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବର ଏକ ବଡ ପରଂପରା ହେଲା ଦହି ହାଣ୍ଡି ଭାଙ୍ଗିବା। ସେଥିପାଇଁ ଆଜି ବିଭିନ୍ନ ସହରରେ ଲୋକମାନେ ଏକାଠି ହୋଇ ଦହି ହାଣ୍ଡୀ ଭାଙ୍ଗିବା ଉତ୍ସବ ପାଳନ କରିଛନ୍ତି। ସେହିପରି କେତେକ ସ୍ଥାନରେ ଲଉଡି ଖେଳ ମଧ୍ୟ ପରିଲକ୍ଷିତ ହୋଇଛି।
ନୂଆଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ। ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ । MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଅଗଷ୍ଟ ୨୮ରେ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବିଚାର ଓ ମତାମତ ଅପେକ୍ଷାରେ ରହିଲି । MyGov କିମ୍ବା Namo Appରେ ନିଜ ବିଚାର ଲେଖନ୍ତୁ । ନଚେତ, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ କରାନ୍ତୁ ।”
ଭୁବନେଶ୍ବର: ମୋର ଯେପରି ଆକ୍ରମଣାତ୍ମ କାର୍ଯ୍ୟ କଳାପ ସେଥିପାଇଁ ମୁଁ ଦୁଃଖିତ। ମୋତେ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଏହି କଥା କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ମୋତେ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଢଯନ୍ତ୍ର କରାଯାଇଥିଲା। ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲି। ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ମୁଁ ଚିଲିକା ବ୍ଲକକୁ ଯିବି ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ। ସେଠାରେ ପହଁଞ୍ଚିବା ମାତ୍ରେ ମୋ ଉପରକୁ ଆକ୍ରମଣ କଲେ। ଠେଙ୍ଗାରେ ଲାଗିଥିବା ଦଳୀୟ ପତାକା ଧରି ସେମାନେ ମୋତେ ପିଟିଲେ। ଯାହା ସାରା ଓଡିଶା ଦେଖିଛି। ମୋ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ମୋର ଗୋଡ ଖସିଗଲା। ଫଳରେ ଗାଡି ଆଗକୁ ଗଡିଗଲା। ମିଡିଆରେ ଯାହା କୁହାଯାଉଛି ଯେ, ମୁଁ ଲୋକଙ୍କୁ ଉପରକୁ ଗାଡି…
ନୂଆଦିଲ୍ଲୀ: ବିବାଦୀୟ ଅବକାରୀ ନୀତିକୁ ନେଇ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି। ତାଙ୍କ ଘର ସମେତ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନରେ ଚଢାଉ କରାଯାଉଛି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, ” ସିବିଆଇ ଆସିଛି। ତାଙ୍କୁ ମୁଁ ସ୍ବାଗତ କରୁଛି। ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ। କିନ୍ତୁ ଆମ ଦେଶରେ ଯିଏ ଭଲ କାମ କରେ, ତାଙ୍କୁ ଏହିଭଳି ଭାବେ ହଇରାଣ କରାଯାଏ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏଥିପାଇଁ ଆମ ଦେଶ ଆଜି ଯାଏଁ ୧ ନମ୍ବର ହୋଇପାରି ନାହିଁ।”
ନୂଆଦିଲ୍ଲୀ: ଭଗବାନ କୃଷ୍ଣ ଭାଦ୍ରବ ମାସର ରୋହିଣୀ ନକ୍ଷତ୍ରରେ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ କୃଷ୍ଣ ଜନ୍ମତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନ ମଥୁରା ଏବଂ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। କୃଷ୍ଣ ଭକ୍ତିରେ ଏଠାକାର ପରିବେଶ ଭରିଯାଏ। ଏହା ବ୍ୟତୀତ ଭାରତରେ ଆହୁରି ଅନେକ ଶ୍ରୀକୃଷ୍ଣ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଭକ୍ତିର ରସପାନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚନ୍ତି। ଆଜି, କୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ଆମେ ଆପଣଙ୍କୁ ଦକ୍ଷିଣ ଭାରତରେ ଥିବା ତାଙ୍କ କୃଷ୍ଣ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁ ପ୍ରାଚୀନ ଏବଂ ପ୍ରସିଦ୍ଧ ଅଟେ। ଏଠାକୁ ଆସିବା ଦ୍ଵାରା ମଥୁରା-ଶ୍ରୀମନ୍ଦିର ଭଳି ଅନୁଭବ ହୁଏ… ଜଗନ୍ନାଥ ପୁରୀ, ଓଡ଼ିଶା: ଓଡ଼ିଶାର ଜଗନ୍ନାଥ ପୁରୀ ମନ୍ଦିରର ମହିମା କିଏ ଜାଣେ ନାହିଁ? ଭାରତର ଚାରି ଧାମ ମଧ୍ୟରୁ ଏହି ମନ୍ଦିରରେ ଭଗବାନ କୃଷ୍ଣ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ…
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବନ୍ୟା ଦେଖା ଦେଇଥିବାରୁ କେହି ଘରୁ ବାହାରି ପାରୁ ନାହାଁନ୍ତି। ଏପରି ପରିସ୍ଥିତିକୁ ଲକ୍ଷ ରଖି ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ବାରା ହେବାକୁ ଥିବା ଏଏସଓ ପରୀକ୍ଷାକୁ ବାତିଲ କରାଯାଇଛି। ଏ ନେଇ କମିସନର କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପରିସ୍ଥିତି ପାଇଁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା 21 ତାରିଖ ରବିବାରରେ ହେବାକୁ ଥିଲା। ତେବେ ପରବର୍ତ୍ତି ପରୀକ୍ଷା ଦିନ ପରେ ଜଣାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଚାଣକ୍ୟ ନୀତି: ଟଙ୍କା ଦୁନିଆର ସବୁକିଛି ନୁହେଁ। ଟଙ୍କା ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟଙ୍କା ହେଉଛି ସବୁକିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଧନ ନଷ୍ଟ ହେବା ପରେ ଆସିପାରେ, କିନ୍ତୁ ଥରେ ଏସବୁ ଜିନିଷ ଚାଲିଯିବା ପରେ ତାହା ଆଉ ଫେରେ ନାହିଁ। ତେବେ ଚାଣକ୍ୟଙ୍କ ହିସାବରେ କଣ ସେହି ଜିନିଷ ଯାହା ଟଙ୍କା ଅପେକ୍ଷା ବେଶ୍ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ….. ଅର୍ଥ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଧର୍ମ ଛାଡିବା ଉଚିତ୍ ନୁହେଁ। ଜଣେ ସର୍ବଦା ଧର୍ମର ମାର୍ଗ ଅନୁସରଣ କରିବା ଉଚିତ୍। ଧର୍ମର ପଥରେ ଚାଲୁଥିବା ବ୍ୟକ୍ତି ଜୀବନରେ ସମ୍ମାନ ପାଇଥାଏ। ଧର୍ମ ପାଇଁ ଟଙ୍କା ବଳିଦାନରେ କିଛି ଭୁଲ…
ମେଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ । ଯୋଗ ଏବଂ ଧ୍ୟାନ ସହିତ ଆପଣ ମାନସିକ ସ୍ତରରେ ଶାନ୍ତ ରହିପାରିବେ । ବୃଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ । ଆପଣ କଥାରେ କଥାରେ କ୍ରୋଧିତ ହେବେ । ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ…
ଭୁବନେଶ୍ବର: ଆଗାମୀ ୨୪ଘଣ୍ଟା ସୁଦୃଶଃ-ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, କେନ୍ଦ୍ରାପଡା, ମୟୁରଭଞ୍ଜ ଏବଂ କେନ୍ଦୁଝର। ଏହି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପ୍ରବଳ ବର୍ଷା ପାଇଁ ୟଲୋ ୱାର୍ଣ୍ଣି ଜାରୀ କରିଛି। ସେହିପରି ସମୁଦ୍ର ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ସ୍ଥିତି ରହିବ। ସେଥିପାଇଁ ୧୯ ଏବଂ ୨୦ ତାରିଖରେ ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳର ସମୁଦ୍ର ଭିତରକୁ ନି ଯିବା ପାଇଁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଆଜି ସଂଧ୍ୟାରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ହାଲକା ବର୍ଷା ଆରମ୍ଭ ହୋଇଯାଇଛି। ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ଗମ୍ଭିର ହେବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଓଡିଶା କ୍ୟାଡର ଆଇଏଏସ ରାଜେଶ ବର୍ମା ହେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଚିବ। ଆଜି ଏ ନେଇ କ୍ୟାବିନେଟ ନିଯୁକ୍ତି କମିଟ ବର୍ମାଙ୍କ ନାମରେ ମୋହର ମାରିଛନ୍ତି। ସେ ହେଉଛନ୍ତି 1987 ବ୍ୟାଚ ଓଡିଶା କ୍ୟାଡରର ଆଇଏଏସ ଅଫିସର। ବର୍ତ୍ତମାନ ରାଜେଶ ବର୍ମା କେନ୍ଦ୍ର ସରକାରଙ୍କ କରର୍ପୋରେଟ ବ୍ୟାପର ମନ୍ତ୍ରଣାଳୟର ସଚିବ ଅଛନ୍ତି। ରାଜେଶ ବର୍ମା ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ପୂର୍ବରୁ ଶକ୍ତି ବିଭାଗର ଶାସନ ସଚିବ ଥିଲେ। ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ନିଯୁକ୍ତି ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଇଛି। ଓଡିଆ ରାଷ୍ଟ୍ରପତିଙ୍କ ପାଖରେ ଜଣେ ଓଡିଶା କ୍ୟାଡରର ଆଇଏଏସ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଇ ବୋଲି ସମ୍ବୋଧୀତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସଚିବ ଥିଲେ।…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ ଘୋଷଣା କରିଛି। ସେହି ଅନୁସାରେ ଦଳର ସବୁ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ଦଳ ତରଫରୁ ସଂଗଠନ ସଂପାଦନ ପ୍ରଣବ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ଛଅ ଜଣ ବରିଷ୍ଠ ନେତାଙ୍କୁ ତିରିଶିଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଏହି ଦାୟିତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ବାତିଲ କରାଯାଇଛି।
ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ୟୁଟ୍ୟୁବ ନ୍ୟୁଜ୍ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍ ହୋଇଥିବା ୟୁଟ୍ୟୁବ ଚାନେଲକୁ ୧୧୪ କୋଟି ଥର ଦେଖାଯାଇଥିବା ବେଳେ ଏହାର ୮୫ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିଲେ। ଏସବୁ ୟୁଟ୍ୟୁବ ଚାନେଲ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ପ୍ରସାରଣ କରୁଥିଲେ। ବ୍ଲକ୍ ହୋଇଥିବା କେତେକ ୟୁଟ୍ୟୁବ ଚାନେଲରେ ମିଥ୍ୟା ଦାବିମାନ କରାଯାଇଥିଲା। ଏଥିରେ ପ୍ରସାରିତ ହୋଇଥିବା କେତେକ ମିଛ ଖବର ମଧ୍ୟରେ ରହିଛି : 1-ଧାର୍ମିକ ଢାଞ୍ଚା ଭାଙ୍ଗିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶ ( ମିଛ ଖବର ) 2- ଧାର୍ମିକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
ଭୁବନେଶ୍ବର: ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳରେ ଲଘୁଚାପ ସକ୍ରିୟ ରହିଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ ଏବଂ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ ରେ ପରିଣତ ହେବା ସମ୍ଭାବନା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। ପ୍ରଥମେ ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହାପରେ 12 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏବଂ 24 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ର ରୁପନେବାର ସମ୍ଭାବନା ରହିଛି। ଏହା ଦ୍ବାରା ଓଡିଶାରେ ପୁଣି ବର୍ଷାର ସମ୍ଭାବନା ସୃଷ୍ଟି ହୋଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।
ନୂଆଦିଲ୍ଲୀ: ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ, ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ ଦେଇନାହିଁ। ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ରୋହିଙ୍ଗ୍ୟା ବେଆଇନ ବିଦେଶୀମାନେ କାଞ୍ଚନ କୁଞ୍ଜ, ମଦନପୁର ଖଡର ଅଞ୍ଚଳରେ ବର୍ତ୍ତମାନ ଯେଭଳି ରହିବେ ତାହା ନିଶ୍ଚିତ କରିବାକୁ ଏମ୍ଏଚଏ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି, କାରଣ ଏମ୍ଏଚ୍ଏ ବିଦେଶ ମନ୍ତ୍ରାଳୟ ଜରିଆରେ ବେଆଇନ ବିଦେଶୀମାନଙ୍କୁ ଦେଶାନ୍ତରୀକରଣ ଲାଗି ସମ୍ପୃକ୍ତ ଦେଶ ସହିତ ଯୋଗାଯୋଗରେ ଅଛି। ବେଆଇନ ବିଦେଶୀମାନଙ୍କୁ ଆଇନ ଅନୁଯାୟୀ ଦେଶାନ୍ତରୀକରଣ କରାଯିବା ପର୍ଯ୍ୟନ୍ତ ଅଟକ କେନ୍ଦ୍ରରେ ରଖାଯିବ। ଦିଲ୍ଲୀ ସରକାର ବର୍ତ୍ତମାନର ରହଣି ସ୍ଥାନକୁ ଅଟକ କେନ୍ଦ୍ର ଭାବରେ ଘୋଷଣା କରି ନାହାଁନ୍ତି। ତୁରନ୍ତ ଏଭଳି ଘୋଷଣା କରିବାକୁ…
ଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ। ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ…

