ଭୁବନେଶ୍ୱର :- କ୍ରମାଗତ ଭାବରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ବିଷୟରେ ଅପପ୍ରଚାର କରି ଅପମାନିତ କରିବା ଏବଂ ଏନସିଇଆରଟି ପାଠ୍ୟକ୍ରମରେ ମହାତ୍ମା ଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଭାରତ ବିଭାଜନର କାରଣ ରୂପେ ଦର୍ଶେଇ ଥିବାରୁ କଂଗ୍ରେସ ଏହାକୁ ବଳିଦାନ ଓ ତ୍ୟାଗ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତ ଦେଶର ନାଗରିକଙ୍କ ପ୍ରତି ଅପମାନ ବୋଲି କେନ୍ଦ୍ର ସରକାରଙ୍କୁ କଡା ନିନ୍ଦା କରିଛନ୍ତି । ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଏବଂ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଯେଉଁ ଦଳ ଆଜି କେନ୍ଦ୍ର ସରକାରରେ ଅଛି ସେଇ ଦଳର ଇତିହାସ ସମ୍ପୂର୍ଣ ଦେଶଦ୍ରୋହ ଉପରେ…
Author: Samikhsya Bureau
ଭୁବନେଶ୍ବର: ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଆଜି ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୋକ ସଂପର୍କ ଅଧିକାରୀମାନଙ୍କୁ ବୃତ୍ତିଗତ ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ଓଡ଼ିଶା ସୂଚନା ସେବା କ୍ୟାଡରର ଉନ୍ନତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ୨୦୨୪ ଡିସେମ୍ବର ମାସରେ ଓଡ଼ିଶା ସୂଚନା ସେବା ସଂଘର ନିର୍ବାଚନ ପରେ ଏହା ସଂଘର ପ୍ରଥମ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଥିଲା । ଏଥିରେ ରାଜ୍ୟ, ଜିଲ୍ଲା ତଥା ଉପଖଣ୍ଡରେ କାର୍ଯ୍ୟରତ ସୂଚନା ସେବା ଅଧିକାରୀ , ଜିଲ୍ଲା ଓ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ସୂଚନା ସେବା ସଂଘର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନିକଟ ଅତୀତରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ କାର୍ଯ୍ୟକରି…
ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ଡିହାଇଡ୍ରେସନ୍ କାରଣରୁ ଭୁବନେଶ୍ବରର ସେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନବୀନଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ଏ ନେଇ ବିଜେଡି ତରଫରୁ ମଧ୍ୟ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆମର ସଭାପତି ନବୀନ ପଟ୍ଟନାୟକ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତ। ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ଅସୁସ୍ଥ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶୁ ଆରୋଗ୍ୟା କାମନା କରିଛନ୍ତି।
ନୂଆଦିଲ୍ଲୀ: ସକାଳ ଜଳଖିଆ ଖାଇବା ପାଇଁ ଧାଡିରେ ଛିଡା ହୋଇ ଅପେକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହାକୁ ଯେ କେହି ଶୁଣିବ ବା ଦେଖିବା ସେ କେବେ ବିଶ୍ବାସ କରିବ ନାହିଁ। କାରଣ ହେଲା ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ବିଜେପିରେ ରହିଛି ଦବଦବା। ସେପରି ବ୍ୟକ୍ତି ଜଳଖିଆକୁ ଆ.. କରି ଡାକିଲେ ସେ ପାଖକୁ ଆସିବ। ହେଲେ ସେ ଧାଡିରେ ଛିଡା ହୋଇ ଖାଇବା ପାଇଁ ଅପେକ୍ଷା କରିବା କାହାର ହେଲେ କଥାଟି ହଜମ ହେଉ ନାହିଁ। ହେଲେ ଏ ନେଇ ନିଜେ ଧର୍ମେନ୍ଦ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ଦେଖିଲେ କଥାଟି ବିଶ୍ବାସ କରିହେବ। ତେବେ ଘଟଣା ହେଲା ଯେ, ଆଜି ସକାଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଆଇଆଇଟି କୁ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ କର୍ତ୍ତୁପକ୍ଷଙ୍କ ସହିତ ପରିଦର୍ଶନ କରୁଥିବା ବେଳେ ହଠାତ ଦେଖିଲେ ହଷ୍ଟେଲ ଛାତ୍ରମାନେ ଜଳଖିଆ ଖାଇବା ପାଇଁ…
The Samikhsya Desk: ପାଖେଇଲା ଉପରାଷ୍ଟ୍ରପତି ନିର୍ବାଚନ। ଏହି ପଦବୀରେ ଥିବା ଜଗଦୀପ ଧନଖଡ ଇସ୍ତଫା ଦେବା ପରେ ତାହା ଖାଲି ଅଛି। ସେହି ଅନୁସାରେ ଭାରତ ନିର୍ବାଚନ କମିଶନର ଏହି ଉଚ୍ଚ ପଦବୀ ପାଇଁ ନିର୍ବାଚନ କରିବାକୁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ସେଥିପାଇଁ ବର୍ତ୍ତମାନ ବିଜେପି ଓ ଏହାର ସହଯୋଗୀ ଦଳ ବେଶ ତତ୍ପର ହୋଇ ଉଠିଛନ୍ତି। ଆଜି ଏ ଏନଡିଏର ଏକ ବୈଠକ ଅଛି। ସେଥିରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି। ତେବେ ଏହି ଦୈଡରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଓ ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ । ସେହିପରି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ୍, ସିକ୍କିମ୍ ରାଜ୍ୟପାଳ ଓମ୍ ମାଥୁର, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ…
ନୂଆଦିଲ୍ଲୀ: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନିରେ ୨୦୨୫-୨୬ ର ପ୍ରଥମ ତ୍ରୈମାସିକରେ ୪୭ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଏହା ୨୦୨୪-୨୫ ର ସମାନ ତ୍ରୈମାସିକ ତୁଳନାରେ ଏହି ବୃଦ୍ଧି ଘଟିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ, ଶ୍ରୀ ଗୋୟଲ କହିଛନ୍ତି, ଏହା ମେକ୍ ଇନ୍ ଇଣ୍ଡିଆ ପାଇଁ ଏକ ବଡ ସଫଳତା। ୨୦୧୪-୧୫ ରୁ ଆରମ୍ଭ ହୋଇଥିବା ଏକ ଦଶନ୍ଧିରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ୩୧ ବିଲିୟନ ଡଲାରରୁ ୧୩୩ ବିଲିୟନ ଡଲାରକୁ ତୀବ୍ର ଅଭିବୃଦ୍ଧି ଆଣିଛି। ସେ କହିଛନ୍ତି, ସରକାର ଭାରତକୁ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ଅନେକ ଭିତ୍ତିଭୂମି ସୃଷ୍ଟି କରିଛନ୍ତି। ଫଳସ୍ୱରୂପ, ଭାରତ ୨୦୧୪ ରେ ଦୁଇଟି ମୋବାଇଲ୍ ନିର୍ମାଣ ୟୁନିଟ୍ ଥିବା ବେଳେ ଆଜି ୩୦୦ ରୁ ଅଧିକ ହୋଇଛି। ସେ କହିଛନ୍ତି, ସବୁଠାରୁ ବଡ଼ ଯାତ୍ରା ମଧ୍ୟରୁ ଗୋଟିଏ ହେଉଛି ଏକ ମୋବାଇଲ୍…
ଭୁବନେଶ୍ବର: ଆସନ୍ତାକାଲି ବିଜୁ ଜନତା ଦଳ ବରଗଡରେ କରିବ ବିରାଟ ଚାଷୀ ସମାବେଶ। ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରସଂଗକୁ ନେଇ ଏହି ସମାବେଶ କରିବ ଦଳ। ସେଥିପାଇଁ ବରଗଡରେ ଦଳ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଏ ସଂପର୍କରେ ଦଳ ତରଫରୁ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏହି ଆନ୍ଦୋଳନ କରିବା ନେଇ ଶଙ୍ଖ ଭବନରେ ବିଜୁ କୃଷକ ସାମ୍ମୁଖ୍ୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଜ୍ୟ ସରକାରଙ୍କ ଚାଷୀ ମାରଣ ନିତି ଓ ଚାଷୀଙ୍କ ସମସ୍ୟା ସଂପର୍କରେ ଏହି ବୈଠକ ହୋଇଥିଲା। ଏଥିରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନେ ଯୋଗଦେଇଥିଲା। ବିଜେଡି କହିଛି ଯେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ…
ଭୁବନେଶ୍ବର: ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମଟି ) ରେ ଡ୍ରାଇଭର ନିଯୁକ୍ତି ନିମନ୍ତେ ଶାରୀରିକ ପରୀକ୍ଷା ହେବ। ଯେଉଁମାନେ ଲିଖିତ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି ସେମାନେ ଶାରୀରିକ ପରୀକ୍ଷା ଦେବେ। ସେଥିପାଇଁ ରାଜ୍ୟ ପୋଲିସ ତରଫରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏ ନେଇ ଓଡିଶା ପୋଲିସ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଚଳିତ ମାସ ୨୨ ତାରିଖରୁ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡ୍ରାଇଭିଂ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଏବଂ କୋରାପୁଟଠାରେ ଅନୁଷ୍ଠିତ ହେବ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ପ୍ରବେଶ ପତ୍ର ଡାଉନଲୋଡ଼ କରିବା ସହ ଅଧିକ ସୂଚନା ନିମନ୍ତେ ଓଡ଼ିଶା ପୋଲିସ ୱେବସାଇଟ ବ୍ୟବହାର କରିବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି।
ଭୁବନେଶ୍ବର: ଆଜି ଭୁବନେଶ୍ବର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନସେବାର ଶୁଭାରମ୍ଭ କରିଛନ୍ତି। ୭୬ ସିଟ୍ ବିଶିଷ୍ଟ Star Airର ଏହି ବିମାନଟି Odisha New Destination Policy ଅଧିନରେ ବିମାନ ଯୋଜନାରେ Viability Gap Funding (VGF) ସହଯୋଗରେ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିମାନ ବନ୍ଦର ଠାରେ ପ୍ରଥମ ଯାତ୍ରୀଙ୍କୁ ବୋଡିଂ ପାସ୍ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିମାନଟି ସପ୍ତାହରେ ୫ ଦିନ – ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ। ମାତ୍ର ୪୫ ମିନିଟ ମଧ୍ୟରେ ଏହି ବିମାନଟି ଭୁବନେଶ୍ବରରୁ ଝାରସୁଗୁଡା ପହଞ୍ଚିବ। ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ମଧ୍ୟ ପରିଣତ କରାଯିବ। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ କେବଳ ପଶ୍ଚିମ ଓଡିଶାକୁ ରାଜ୍ୟର ରାଜଧାନୀ…
ଭୁବନେଶ୍ୱର: ଦେଶପ୍ରେମର ଅନନ୍ୟ ମହକରେ ଏମ୍ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଡ. ବିଶ୍ବାସ ସ୍ୱାସ୍ଥ୍ୟ, ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି ଅନୁଷ୍ଠାନ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଏକ ଉତ୍କର୍ଷ କେନ୍ଦ୍ର ପାଲଟିଥିବା ସେ ପ୍ରକାଶ କରିଥିଲେ। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏକାଧିକ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ ଡ. ବିଶ୍ୱାସ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏମ୍ସ ଭୁବନେଶ୍ୱର ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏନେଇ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ…
ଭୁବନେଶ୍ୱର :- ବିଜେପି ସରକାର ଗଠନ କରିବା ୧୪ ମାସ ମଧ୍ୟରେ ନାରୀ ନିର୍ଯାତନା, ଅପରାଧ, ଲୋକଙ୍କ ଦୁର୍ଦ୍ଦଶା, ମିଥ୍ୟା ପ୍ରତିଶ୍ରୁତି ଆଦି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବର୍ତ୍ତମାନ ମୋହନ ସରକାରଙ୍କ ଦ୍ୱାରା ପ୍ରତାରିତ ଶିକ୍ଷକ ରାଜରାସ୍ତାରେ । ଆଜି ଦୁଇଗୋଟି ଭିନ୍ନ ଅନୁଷ୍ଠାନ ତାଙ୍କ ଦାବି ନେଇ ସଚିବାଳୟ ସମ୍ମୁଖ ମହାତ୍ମା ଗାନ୍ଧୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତାରିତ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବିମାନ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସରକାର କର୍ପୋରେଟ ହାଉସ ଦ୍ୱାରା ପରିଚାଳିତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ନିଜ ଶିକ୍ଷାନୁଷ୍ଠାନ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି। ଶିକ୍ଷକଙ୍କୁ ପେନସନ, ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ସରକାରୀକରଣ ଏବଂ ଶିକ୍ଷକ…
ଭୁବନେଶ୍ବର : ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ପାତ୍ର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୋଟ୍ ଚୋରୀ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଏ ସଂକ୍ରାନ୍ତରେ ଏକ ପୋଷ୍ଟର ଜାରି କରିଛନ୍ତି। କଂଗ୍ରେସ ଭବନ ସମ୍ମୁଖ ରାସ୍ତାରେ ଲୋକମାନଙ୍କୁ ବୁଝାଯାଇ ସେମାନଙ୍କ ଗାଡିରେ “ଭୋଟ୍ ଚୋରି ବନ୍ଦ କର” ନାମକ ପୋଷ୍ଟର ମରାଯାଇଥିଲା । ଭୋଟ ଚୋରୀ ସଂପର୍କରେ ରାହୁଲ ଗାନ୍ଧୀଙ୍କର ଖୁଲାସାକୁ ସହରରୁ ପୁରପଲ୍ଲୀ ପର୍ଯ୍ୟନ୍ତ ନେବା ପାଇଁ ଯୁବ କଂଗ୍ରେସ ପଥପ୍ରାନ୍ତ ସଭା କରିବା ପାଇଁ ନିଷ୍ପଭି ଗ୍ରହଣ କରିଛି। ଏଥିସହ ଭୋଟ ଚୋରିକୁ ନେଇ ଲିଫଲେଟ ମଧ୍ୟ ବଣ୍ଟନ କରାଯିବ। ଏହି ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ନିର୍ବାଚନ କମିଶନକୁ ଭୋଟ ଚୋରି ଭାବରେ ଯଦି ପ୍ରଶ୍ନ ପଚରା ଯାଉଛି ତେବେ ବିଜେପି ଛାତିରେ କ’ଣ ପାଇଁ ଯନ୍ତ୍ରଣା ହେଉଛି । ଏଥିରୁ ସ୍ପଷ୍ଟ ହୋଇପଡ଼ୁଛି ଯେ ୨୦୨୪ ନିର୍ବାଚନ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍-ହୋମ୍-ରାସନ୍ ଯୋଜନାରେ ଦିଆଯାଉଥିବା ଖାଦ୍ୟ ବିଶେଷକରି ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଉପଯୁକ୍ତ ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା (Monitoring & Evaluation System) କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ଯୋଜନାରେ ମୋଟ ୪୩,୯୨,୭୦୦ ହିତାଧିକାରୀଙ୍କୁ ବିଭିନ୍ନ ପୁଷ୍ଟି ଯୋଜନା ଅଧିନରେ ଟେକ୍-ହୋମ୍-ରେସନ୍ ରେ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଉଛି। ରାଜ୍ୟର ୫୪୬ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଛତୁଆ ଉତ୍ପାଦନ କରାଯାଇ ସେଗୁଡିକର ବଣ୍ଟନ କରାଯାଉଛି। ଅପପୁଷ୍ଟି ରୋକିବା ପାଇଁ ପରିପୂରକ ପୁଷ୍ଟି ଯୋଜନା (SNP), କିଶୋରୀ ବାଳିକାଙ୍କ ପୁଷ୍ଟି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି…
The Samikhsya Desk: ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ଶିଖର ସମ୍ମିଳନୀ କୌଣସି ଚୁକ୍ତି ବିନା ସମାପ୍ତ ହୋଇଛି। ଯଦିଓ ଉଭୟ ନେତା ଆଲୋଚନାକୁ ଫଳପ୍ରଦ ବୋଲି ବର୍ଣ୍ଣନା କରିଛନ୍ତି। ହେଲେ ଏଥିରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରତି ପାଇଁ କୌଣସି ସମାଧାନ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇପାରିଲା ନାହିଁ। ଆଲାସ୍କାରେ ପ୍ରାୟ ତିନି ଘଣ୍ଟାର ବୈଠକ ପରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁଟିନ ଗଣମାଧ୍ୟମ ସମ୍ମୁଖରେ ଏକ ସଂକ୍ଷିପ୍ତ ମିଳିତ ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ ବହୁ ପ୍ରସଙ୍ଗରେ ଆଲୋଚନା ଫଳପ୍ରଦ ହୋଇଛି। ତେବେ କଣ ଅଗ୍ରଗତି ହୋଇଛି ସେ ସଂପର୍କରେ କୌଣସି ବିବରଣୀ ପ୍ରଦାନ କଲେ ନାହିଁ। ଶାନ୍ତି ଅନୁସନ୍ଧାନ” ବୋଲି ଲେଖାଥିବା ଏକ ଫ୍ଲକ୍ସ ସମ୍ମୁଖରେ ଠିଆ ହୋଇ…
ଭୁବନେଶ୍ବର: ଜୟପୁର ବିଧାୟକ ତାରାବାହିନୀ ପତିଙ୍କୁ ଚାପୁଡା ମାରିଛି ଜଣେ ଯୁବକ। ତାଙ୍କ ନାମ ହେଲା କୃଷ୍ଣ ଚନ୍ଦ୍ର କୁଲଦୀପ। କୃଷ୍ଣଙ୍କୁ ସେହିଠାରେ ତାରାଙ୍କ ସମର୍ଥକମାନେ କାବୁ କରି ନେଇ ପୋଲିସକୁ ଦେଇଥିଲେ। ତେବେ ସେ କାହିଁକି ହଠାତ ଏପରି ଚାପୁଡା ମାରିଲା ତାହା ଜଣାପଡି ନାହିଁ। ଘଟଣାରୁ ଜଣାପଡିଛି ଯେ, କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ ମଶାଲ ଶୋଭାଯାତ୍ରା ସହରରେ ଅନିଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ ଯୋଗଦେଇଥିଲେ। ଵସଷ୍ଟାଣ୍ଡ ନିକଟରେ ହଠାତ ଯୁବକ ଜଣଙ୍କ ବିଧାୟକ ଶ୍ରୀ ବାହିନୀ ପତି ଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକୀ ସଦୈବ ଅଟଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା, କିରେନ ରିଜିଜୁ, ଗଜେନ୍ଦ୍ର ସିଂହ ଶେଖାୱତ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ୨୦୧୮ରେ ଏହି ଦିନ ବିଜେପି ନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଟଳ ବିହାରୀ ବାଜପେୟୀ ତିନି ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ୧୯୯୬ରେ ମାତ୍ର ୧୩ ଦିନ ପାଇଁ ଥିଲା। ସେ ୧୯୯୮ ରୁ ୧୯୯୯ ପର୍ଯ୍ୟନ୍ତ ଏଗାର ମାସ ପାଇଁ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଏବଂ ତା’ପରେ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକାଳ ପାଳନ କରିଥିଲେ। ତାଙ୍କୁ ୨୦୧୫ ରେ ଭାରତର ସର୍ବୋଚ୍ଚ ନାଗରିକ…
ଭୁବନେଶ୍ବର: ଆଜି ସ୍ବାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ , ଆମ ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହିତ ଜନ ସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଆଉ ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୧୩୫କୁ ବୃଦ୍ଧି ପାଇବ। ସେହିପରି ସେ କହିଛନ୍ତି ଯେ, ଆମ ବିକାଶ ମଡେଲର ତୃତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ବିନା ଭିତ୍ତିଭୂମିରେ କୌଣସି ସମାଜର ବିକାଶ ସମ୍ଭବ ନୁହେଁ। ତେଣୁ ସରକାର ଚଳିତ ବଜେଟରେ ପୁଞ୍ଜି ଖର୍ଚ୍ଚ ପାଇଁ ୬୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ସାରା ଦେଶରେ, ରାଜ୍ୟ GDPର ପ୍ରତିଶତ ମାପଦଣ୍ଡରେ, ସର୍ବାଧିକ। ଏହାଦ୍ଵାରା ରାଜ୍ୟରେ…
ଭୁବନେଶ୍ବର: ଆଜି ୭୯ତମ ସ୍ବାଧିନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି। ଏଥିରେ ସେ ଓଡିଶାର ଶିଳ୍ପ ପ୍ରଗତି ଉପରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଜୀବନ ଜୀବିକାର ଆଉ ଏକ ଦିଗ ହେଉଛି “ଶିଳ୍ପାୟନ”। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ଆଉ କୌଣସି କାରଣରୁ ହେଉ, ଓଡିଶାର ସାମର୍ଥ୍ୟ ଅନୁସାରେ ରାଜ୍ୟରେ ଶିଳ୍ପାୟନ ହୋଇ ପାରିନାହିଁ। ରାଜ୍ୟର ହାତଗଣତି କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ଅଞ୍ଚଳରେ କୌଣସି ବଡ କିମ୍ବା ମଧ୍ୟମ ଆକାରର ଉଦ୍ୟୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ, ଶିଳ୍ପ ନୀତିରେ ଆମୂଳଚୁଳ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ, ରାଜ୍ୟର ପ୍ରତିଟି ଜିଲ୍ଲାରେ ହେବ ଶିଳ୍ପାୟନ। ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି…
ଭୁବନେଶ୍ବର: ଭୁବନେଶ୍ବରରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ୨୦୨୫ କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିଛନ୍ତି। ସେ ଗାନ୍ଧୀମାର୍ଗରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଶିଳ୍ପ ଓ ସୂଚନା ଲୋକସଂପର୍କ ସଚିବ ପ୍ରମୁଖ ପାଛୋଟି ନେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହାପୁରୁଷଙ୍କୁ ସ୍ମରଣ କରି ଓଡିଶାର ପ୍ରଗତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଗତ ଚଉଦ ମାସ ହେବ, ଓଡିଶା ବି ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ଆଜିର ଦିନ ରାଜନୀତି ପ୍ରସଙ୍ଗ ନୁହେଁ। କିନ୍ତୁ, ଏ କଥା ବି ସତ୍ୟ ଯେ ଓଡିଶାବାସୀ ଏକ ନୂତନ ସୁର୍ଯ୍ୟୋଦୟ ଆଶାରେ ଏକ ନୂତନ ସରକାରକୁ ନିର୍ବାଚିତ କରି ଆଣିଥିଲେ। ମୋତେ ଆଜି କହିବାରେ ସାମାନ୍ୟତମ ସଙ୍କୋଚ ନାହିଁ…
79th Independence Day: ଆଜି ସାରା ଭାରତ ବର୍ଷରେ ପାଳନ ହେଉଛି ୭୯ତମ ସ୍ୱାଧୀନତା ଦିବସ। ଚାରିଆଡେ ବେଶ ଉତ୍ସବ ମୁଖର। ସ୍କୁଲ କଲେଜଠାରୁ ଆରମ୍ଭ କରି ସରକାରୀ ଘରୋଇ କାର୍ଯ୍ୟାଳୟ ଚାରିଆଡେ ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଲାଲକିଲ୍ଲାରେ ପାଳିତ ହୋଇଛି ଜାତୀୟ ସ୍ତରର ସ୍ବାଧୀନତା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା ପରେ, ଭାରତୀୟ ବାୟୁସେନାର ଦୁଇଟି ଗସ-୧୭ ହେଲିକପ୍ଟରରୁ ଆକାଶ ମାର୍ଗରୁ ପୁଷ୍ପବୃଷ୍ଟି କରାଯାଇଥିଲା। ଗୋଟିଏ ହେଲିକପ୍ଟରରେ ଜାତୀୟ ପତାକା ଏବଂ ଅନ୍ୟଟିରେ ‘ଅପରେସନ୍ ସିନ୍ଦୂର’ର ପତାକା ଧରି ଆକାଶରେ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହି ହେଲିକପ୍ଟରଗୁଡ଼ିକୁ ୱିଙ୍ଗ କମାଣ୍ଡର ବିନୟ ପୁନିଆ ଏବଂ ୱିଙ୍ଗ କମାଣ୍ଡର ଆଦିତ୍ୟ ଜୟସୱାଲ ଉଡ଼ାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲାଲକିଲ୍ଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଏବଂ ତିନି ସେନାର ମୁଖ୍ୟ…
ବାଲୁଗାଁ:-ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ନାଚୁଣି ଓ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୨୨୭ ଲିଟର ଦେଶୀମଦ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି।ଖବର ମୁତାବକ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟ୍ରୋଲିଂ ସମୟରେ ବାଣପୁର ଥାନା ଅନ୍ତର୍ଗତ ହରିପୁର ଛକ ଓ ଦଣ୍ଡି ଗାଡ଼ିଆ ଛକ ନିକଟରେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ବେଳେ ଦୁଇ ଜଣଙ୍କୁ କାବୁ କରିବାସହ ସେମାନଙ୍କ ନିକଟରୁ ୨୦୭ ଲିଟର ଦେଶୀମଦ ଜବତ ହୋଇଥିଲା। ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖଜୁରୀ ସାହିର ବିଶ୍ୱନାଥ ଶବର ଓ ଅଭି ଶବର।ଅନୁରୂପ ଭାବେ ନାଚୁଣୀ ଥାନା ଅନ୍ତର୍ଗତ ସଲପଡିହ ଗ୍ରାମର ବାସୁଦେବ ଭୋଳଙ୍କ ନିକଟରୁ ୨୦ ଲିଟର ଦେଶୀମଦ ଜବତ କରାଯାଇଛି।ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି…

