Viral Video: ବର୍ତ୍ତମାନ ଯୁଗରେ ସିସି ଟିଭି କେତେବେଳେ କଣ ଭିଡିଓ ଉତ୍ତୋଳନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। କାରଣ ଯାହା କେହି କେବେ ଦେଖି ନ ଥିବା ତାହାକୁ ସିସିଟିଭି କ୍ୟାମେରାରେ ବାନ୍ଧି ହୋଇଯାଉଛି। ଯାହା ପରବର୍ତ୍ତି ସମୟରେ ଯେ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ସେମିତି ଏକ ଘଟଣା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଲା ଜଣେ ସ୍କୁଟି ଚାଳକ ଏକ ଡିଭାଡରରେ ସ୍କୁଟି ଧକ୍କା କରି ସୁପରମ୍ୟାନ ପରି ଉପରକୁ ଉଡିଯାଉଛି। ଏହି ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଅନେକ ଦେଶୀ ସୁପରମ୍ୟାନ ବୋଲି କହିଛନ୍ତି। ସ୍କୁଟି ଚାଳକ ଉପରକୁ ଉଡି ଅନ୍ୟପଟେ ଆସୁଥିବା ଏକ ମାଲବୋଝେଇ ଗାଡିର ବନେଟ୍ ଉପରେ ପଡିଯାଇଛି। https://twitter.com/Jeriah__/status/1861772151583326527?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1861772151583326527%7Ctwgr%5Eb692d444b4fbb64e01b63fe5344a868904eb35fa%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Fdnpindia-epaper-dh32aa52fd1e564d7ab912b538d71eaab2%2Fviralvideodesisupermanscooterriderflyhighinairafterhittingdividernetizensaysindiaisntforbeginners-newsid-n641224644 ଭାଗ୍ୟ ଭଲ ସ୍କୁଟି ଚାଳକ ସେହି ଗାଡିର ବନେଟ ଉପରେ ପଡିଥିଲେ। ନଚେତ ଅବସ୍ଥା କଣ ହୋଇଥାଆନ୍ତା ତାହା କହିବା…
Author: Samikhsya Bureau
ଭୁବନେଶ୍ବର: ଆଜି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏମାନେ ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ପୁରା ରାଜଧାନୀକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଯେପରି କେଉଁଠି କିଛି ଅଘଟଣା ନ ହୁଏ ସେଥିପାଇଁ ଉଭୟ କେନ୍ଦ୍ର ରାଜ୍ୟ ସୁରକ୍ଷା କର୍ମି ସଜାଗ ରହିଛନ୍ତି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦର ବାହାରେ ଏକ ମଞ୍ଚରେ ଅଳ୍ପ ସମୟ ପାଇଁ ସେ ନିଜର ଅଭିଭାଷଣ ରଖିବେ। ଏହାପରେ ସେ ରାଜଭବନ ଯିବେ। ସେଠାରେ କିଛି ସମୟ ରହଣୀ ପରେ ସେ ବିଜେପି ପାର୍ଟି ଅଫିସ ଆସିବେ। ସେଠାରେ ସେ ବିଜେପି ନେତାମାନଙ୍କ ସହିତ ଦୀର୍ଘ ଆଲୋଚନା କରିବେ। ଏପରିକି ନେତା, ବିଧାୟକ ସାଂସଦଙ୍କ ସହିତ ମୋଦି ରାତ୍ରୀ ଭୋଜନ କରିବେ। ସେଥିପାଇଁ ରାଜ୍ୟ ବିଜେପି…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଭୁବନେଶ୍ବରର ସମସ୍ତ ସ୍କୁଲଗୁଡିକ ଅଧା ଛୁଟି ଘୋଷଣା କରିଛନ୍ତି। ଏ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଆଜି ଅପରାହ୍ନ ଗୋଟାଏ ବେଳେ ରାଜଧାନୀର ସମସ୍ତ ସ୍କୁଲ ବନ୍ଦ ରହିବ। ଅର୍ଥାତ ଗୋଟାଏ ବେଳେ ସ୍କୁଲ ଛୁଟି ଘୋଷଣା କରାଯିବ। ଭୁବନେଶ୍ବରରେ ଆଜି ସର୍ବଭାରତୀୟ ଡିଜି ସମ୍ମିଳନୀ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଠା ସହିତ ସବୁ ରାଜ୍ୟର ଡିଜି ଏହି ସମ୍ମିଳନୀରେ ଯୋଗଦେବେ। ସେଥିପାଇଁ ରାଜଧାନୀକୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଏପରିକି ଆଜିଠାରୁ ତିନିଦିନ ପାଇଁ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି। ସେହି କାରଣରୁ ଛାତ୍ରଛାତ୍ରୀଙ୍କ ଯାତାୟତରେ ଅସୁବିଧା ନ ହେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରି ଆଜି ଅଧା ଛୁଟି ଘୋଷଣା କରିଛନ୍ତି।
ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ। ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆମନ୍ତ୍ରଣ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଏବଂ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ। ମଣ୍ଡେଇ ପର୍ବ ନବରଙ୍ଗପୁର ଜିଲ୍ଲାର ସମୃଦ୍ଧ ଲୋକ ସଂସ୍କୃତି ଓ ଅନ୍ୟାନ୍ୟ ବିଭବ ଗୁଡ଼ିକୁ ରାଜ୍ଯ ଏବଂ ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିବାର ଏକ ପ୍ରୟାସ।
ଭୁବନେଶ୍ବର: ଇନଫର୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ମାୟୋପିଆ (ସମୀପଦୃଷ୍ଟି) ପରିଚାଳନାକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଲଭିପିଇଆଇ ନେଟୱାର୍କ ମଧ୍ୟରେ ଚତୁର୍ଥ “ଇନଫର୍ ମାୟୋପିଆ ସେଣ୍ଟର” ଖୋଲିବାରେ ସହାୟତା କରିଛି। ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସରେ ଥିବା ଏହି ଅତ୍ୟାଧୁନିକ କେନ୍ଦ୍ର ଓଡ଼ିଶାର ଶିଶୁ ଓ ଯୁବବର୍ଗଙ୍କ ପାଇଁ ବିସ୍ତୃତ ମାୟୋପିଆ ପରିଚାଳନା ସେବା ପ୍ରଦାନ କରୁଥିବା ପ୍ରଥମ ଉତ୍ସର୍ଗୀକୃତ କେନ୍ଦ୍ର ଅଟେ। ୧୦ ନଭେମ୍ବର, ୨୦୨୪ ରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡା. ତାରା ପ୍ରସାଦ ଦାସ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଇନଫର୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ ରଙ୍ଗାସ୍ୱାମୀ ପୋଥୁଲା ଏବଂ ମୋହନ ବନାଲା ଆଭାସୀ ଭାବରେ ଯୋଗ ଦେଇଥିଲେ। ଇନଫର୍-ଏଲଭିପିଇଆଇ ମଧ୍ୟରେ ଚାରି ବର୍ଷର ସଫଳ ସହଭାଗିତା ୨୦୨୦ ରେ ତେଲେଙ୍ଗାନାର ହାଇଦ୍ରାବାଦରେ ଇନଫର୍ ମାୟୋପିଆ…
ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ଆୟୋଜିତ ହେବ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ସେଥିପାଇଁ ଭୁବନେଶ୍ବରରୁ ବେଶ ସଜେଇ ଦିଆଯିବା ସହିତ କଡା କଟକଣା ମଧ୍ୟ ଜାରୀ କରାଯାଇଛି। ବର୍ତ୍ତମାନ ସାରା ଭୁବନେଶ୍ବରକୁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଲୋକସେବା ଭବନ, ଏୟାରପୋର୍ଟ, ରାଜଭବନ, ଅତିଥୀ ଭବନ ପରି ସ୍ଥାନରେ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ଆସନ୍ତାକାଲି ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ। ଏହି ସମ୍ମିଳନୀ ପାଇଁ ଭିଭିଆଇପିଙ୍କ ଯାତାୟତ ପାଇଁ ଭୁବନେଶ୍ବରର ଟ୍ରାଫିକ କଟକଣା କରାଯାଇଛି। ବହୁ ରାସ୍ତାକୁ ସାଧାରଣ ଯାତାୟତ ପାଇଁ ବନ୍ଦ କରାଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। ତାହା ହେଲା ଏ ନେଇ ଜନସାଧାରଣ ସମସ୍ତ ସହଯୋଗ କରିବା ପାଇଁ ଭୁବନେଶ୍ବର ପୋଲିସ କମିଶନରେଟ ଅନୁରୋଧ କରିଛି। ଏହି କଟକଣା ଆସନ୍ତାକାଲି…
ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧୀ ଦଳ ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଓଡିଶାର ନୋଡାଲ୍ ପ୍ରତିଷ୍ଠାନ ଆଇଆଇଟି ଭୁବନେଶ୍ୱର ହୋଇଥିବାବେଳେ ମହାରାଷ୍ଟ୍ରର ନୋଡାଲ୍ ପ୍ରତିଷ୍ଠାନ ହେଉଛି ଆଇଆଇଏମ୍, ମୁମ୍ବାଇ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ଦ୍ୱାରା ମିଳିତ ଭାବେ ଏକ ସ୍ୱତନ୍ତ୍ର ସମାରୋହରେ ଛାତ୍ରଛାତ୍ରୀ ପ୍ରତିନିଧୀଙ୍କ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ସେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ,ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର), ଶ୍ରୀ ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର, ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକବୃନ୍ଦ ତଥା ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରତିନିଧୀମାନେ ୨୯ ନଭେମ୍ବରରେ ମହାରାଷ୍ଟ୍ରରେ ପହଞ୍ଚିବେ ଏବଂ ସେମାନଙ୍କର ଯାତ୍ରା ୩ ଡିସେମ୍ବରରେ ଶେଷ ହେବ। ସେମାନଙ୍କ ସହିତ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ…
ନୂଆଦିଲ୍ଲୀ: ଭୁବନେଶ୍ବରରୁ ସିଧା ସୁରତ ଏବଂ ରାଜସ୍ଥାନର ଜୟପୁରକୁ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ନୂଆଦିଲ୍ଲୀରେ ସାଂସଦ ଷଡଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅପରାଜିତା ସୁରତ ଏବଂ ଜୟପୁର ସହିତ ଜମ୍ମୁ ଏବଂ ଭାଇଜାକକୁ ମଧ୍ୟ ସିଧା ବିମାନ ଚଳାଚଳ ପାଇଁ ଦାବୀ କରିଛନ୍ତି। ସେହିପରି ସେ ଭୁବନେଶ୍ବର ବିମାନ ବନ୍ଦରର ଟର୍ମିନାଲ ତିନିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଦାବୀ କରିଛନ୍ତି।
ଭୁବନେଶ୍ବର: ରାଜସ୍ଥାନର ଜୟପୁର ସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା ସୁରୀଙ୍କ ଯୁଗ୍ମ ସମ୍ପାଦନାରେ ସମ୍ପାଦିତ ଇଂରାଜୀ ପୁସ୍ତକ “ମାଷ୍ଟରିଂ ପବ୍ଲିକ୍ ରିଲେସନସ୍- ପ୍ରିନସିପଲସ, ପ୍ରାକ୍ଟିସେସ୍ ଆଣ୍ଡ୍ ଫ୍ୟୁଚର ଟ୍ରେଣ୍ଡସ” ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ସଭାଗୃହରେ ଆୟୋଜିତ ଅଷ୍ଟମ ନ୍ୟାସନାଲ ମିଡିଆ କନକ୍ଲେଭରେ ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଛି। ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ବରିଷ୍ଠ ସଦସ୍ୟ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡକ୍ଟର ବଳଦେବ ରାଜ ଗୁପ୍ତା, ଭୋପାଳର ମାଖନଲାଲ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକାରିତା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କେ.ଜି.ସୁରେଶ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ପ୍ରଫେସର ବି.ପି. ସଂଜୟ, ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଅର୍ଚ୍ଚନା ଆର୍. ସିଂହ, ଗାନ୍ଧିନଗର ସ୍ଥିତ…
ଭୁବନେଶ୍ୱର: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଭାରତର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବର ଏକ ଅଂଶ ଭାବରେ ପ୍ରତିଷ୍ଠାନ ପକ୍ଷରୁ ୨୬ ନଭେମ୍ବର ୨୦୨୪ ରେ ପ୍ରଫେସର ଏମେରିଟସ୍ ପ୍ରଫେସର ସତ୍ୟ ନାରାୟଣ ମିଶ୍ରଙ୍କ ଦ୍ୱାରା ‘ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଆଜିର ଭାରତ’ ଶୀର୍ଷକ ଏକ ବକ୍ତବ୍ୟ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ସଦସ୍ୟମାନଙ୍କ ପାଇଁ ସମ୍ବିଧାନର ବିଭିନ୍ନ ଭାଗ ସମ୍ପର୍କରେ ନୂତନ ଦୃଷ୍ଟିକୋଣ ପ୍ରଦାନକରିବା ସହ ସେ ସାମ୍ବିଧାନିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରତିଫଳିତ କରିଥିଲେ ଯାହା ବିଭିନ୍ନ ବିକାଶମୂଳକ ସମସ୍ୟାର ସମାଧାନ କରିବାରେ ତଥା ଦେଶର ବିକାଶ ପାଇଁ ଭବିଷ୍ୟତବାଦୀ ଆଭିମୁଖ୍ୟରେ ବିଭିନ୍ନ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ ସହାୟକ ହେବ। ଡକ୍ଟର ବିଜୟକୃଷ୍ଣ କରୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହାପୂର୍ବରୁ ଅନୁଷ୍ଠାନର ସଦସ୍ୟମାନେ ଅନୁଷ୍ଠାନର ସଦସ୍ୟମାନେ ପ୍ରଫେସର ଶ୍ରୀପଦ୍ କରମଲକର, ନିର୍ଦ୍ଦେଶକ ତଥା ଅନୁଷ୍ଠାନର ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟଙ୍କ ଉପସ୍ଥିତିରେ…
ଭୁବନେଶ୍ବର: ଏବେ ପୁଣିଥରେ ଖୋଲିଛି ଓଡିଶାର ପ୍ରତିଷ୍ଠିତ ପୁସ୍ତକ ଦୋକାନ ମଡର୍ଣ୍ଣ ବୁକ ଡିପୋ। ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଏହି ଦୋକାନ ବହୁ ପରିଚିତ। ହେଲେ କିଛି ଅସୁବିଧା ପାଇଁ ଏହି ପୁରୁଣା ବୁକ ଡିପୋ ସେଠାରୁ ହଟିବାକୁ ବାଧ୍ୟ ହୋଇଥିଲା। ଫଳରେ ପୁସ୍ତକ ପ୍ରେମୀ ତଥା ଲେଖକଙ୍କ ପାଇଁ ଏହି ବହୁ ଦୁଃଖଦାୟକ ଘଟଣା ଥିଲା। ହେଲେ ଏବେ ସେହି ମଡର୍ଣ୍ଣ ବୁକ ଡିପୋ ବର୍ତ୍ତମାନ ନୂଆ ସ୍ଥାନରେ ତାହାର ବିକ୍ରି ଆରମ୍ଭ କରିଛି। ବର୍ତ୍ତମାନ ଏହି ପରିଚିତି ପୁସ୍ତକ ଭଣ୍ଡାର ଭୁବନେଶ୍ବରର ସୂର୍ଯ୍ୟ ନଗରରେ ତାହାର ବ୍ୟବସାୟ ଆରମ୍ଭ କରିଛି। ସୂର୍ଯ୍ୟ ନଗର ଏ-4 ରେ ପୁଣି ପୁସ୍ତକ ପ୍ରେମୀଙ୍କ ପାଇଁ ଦୋକାନ ପୁନଃଶୁଭାରମ୍ଭ ହୋଇଛି। ବର୍ତ୍ତମାନ ନୂଆ ସ୍ଥାନରେ ଅଧିକ ସ୍ଥାନ ମିଳିବା ସହିତ ପାଠକମାନେ ବୁଲିବୁଲି ପୁସ୍ତକ ଦେଖାବା ପରି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଏହି ନୂଆ ସ୍ଥାନ ସଂପର୍କରେ ଜାଣିବାକୁ ଚାହୁଁଛନ୍ତି…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୯ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସିଧା ରାଜଭବନକୁ ଯିବେ ଏବଂ ସେଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ। ସେଠାରେ ଉପସ୍ଥିତ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବା ପରେ ତାଙ୍କ ସହ ରାତ୍ରଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି। ଦ୍ୱିତୀୟ ଦିନ ଅର୍ଥାତ ୩୦ ତାରିଖ ଦିନ ସେ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବେ। ଡିସେମ୍ବର ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି।…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ର ସଭା କକ୍ଷରେ ଝାଂଣ୍ଡୁ ଇଣ୍ଡିଆ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ପୁରାତନ ସ୍ୱାସ୍ଥ୍ୟ ସମସ୍ୟା ରେ ଆୟୁର୍ବେଦିକ ସ୍ଵର୍ଣ ଘଟିତ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଆଲୋଚନା ଚକ୍ର ଆରମ୍ଭରେ ଆୟୁର୍ବେଦ ପ୍ରବର୍ତ୍ତକ ଭଗବାନ ଧନ୍ଵନ୍ତରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏଥିରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ସ୍ୱପ୍ନା ରାଣୀ ପଟ୍ଟନାୟକ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ବସନ୍ତ ସିଂ,ଡା ନର୍ମଦା ବିଶ୍ୱାଳ, ଡା ବିଦ୍ୟା ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ସାମ୍ପ୍ରତିକ ଶୀତ ଋତୁ ରେ ହେଉଥିବା ବିଭିନ୍ନ ଦୁରାରୋଗ୍ୟ ,ସନ୍ଧି ଗତ ବାତ ରୋଗ, ସ୍ତ୍ରୀଲୋକଙ୍କ…
ଭୁବନେଶ୍ବର: ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ ବୋଲି ଆଜି ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧା ମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ଆଜି ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ ।…
ଭୁବନେଶ୍ବର: ଅଡୁଆରେ ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ଦୀର୍ଘ ଛଅ ମାସ ଛୁଟିରେ ଯିବା ପରେ ଆଜି ତାଙ୍କର ଅବଧି ଶେଷ ହୋଇଛି। ଏହାକୁ ନେଇ ସୁଜାତା ପୁଣି ଛଅ ମାସ ଛୁଟି ବୃଦ୍ଧି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ହେଲେ ରାଜ୍ୟ ସରକାର ତାଙ୍କର ସେହି ଅନୁରୋଧକୁ ବାତିଲ କରିଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ବୁଧବାର ଦିନ ସୁଜାତା ସାଧାରଣ ପ୍ରଶାସନ ବିଭାଗରେ ଯୋଗଦେବେ। ତେବେ ତାଙ୍କୁ ରାଜ୍ୟ ସରକାର ପୁଣି କେଉଁପଦବୀରେ ବସାଇବେ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ କେତେକ ସେ ପାଣ୍ଡିଆନଙ୍କ ପରି ହୁଏତ ଭିଆରଏସ ନେବେ ବୋଲି ଅନୁମାନ କରୁଛନ୍ତି। ଗତ ନିର୍ବାଚନରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ରାଜ୍ୟ ବିଜେପିର ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଦଳୀୟ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ପରେ…
ନୂଆଦିଲ୍ଲୀ: ଓଡ଼ିଆ ସମାଜ, ଦିଲ୍ଲୀ ଆନୁକୂଲ୍ୟରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ନଭେମ୍ବର ୨୨ରୁ ୨୪ ଆୟୋଜିତ ହୋଇଥିଲା “ଓଡ଼ିଶାପର୍ବ – ୨୦୨୪। ଏହା କେବଳ ଏକ ସାଧାରଣ ଉତ୍ସବ ବା ଭେଟଘାଟ ନ ଥିଲା, ଏହା ଥିଲା ଭାରତର ରାଜଧାନୀରେ ଓଡ଼ିଆମାନଙ୍କ ଉପସ୍ଥିତି ଜାହିରର ଏକ ଅନନ୍ୟ ଉଦାହରଣ। ଚଳିତବର୍ଷ ତିନିଦିନ ବ୍ୟାପି ଆୟୋଜିତ ଏହି ସାରସ୍ୱତ ସମାରୋହରେ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କ ପୁସ୍ତକଗୁଡିକ ଦ୍ୱାରା ଷ୍ଟଲ୍ ପ୍ରଦର୍ଶନୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିକଳ୍ପନା ଓ ପ୍ରୋତ୍ସାହନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପୁସ୍ତକ ଓ ଓଡିଆ ଅନୁବାଦିତ ବହିକୁ ଅଭୁତପୂର୍ବ ପାଠକୀୟ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ସହଯୋଗରେ ଏହି ପର୍ବ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ପାଳନ କରିବାର ଅବସର ଦେଇଥିଲା ବୋଲି ଓଡିଆ ସମାଜ ପକ୍ଷରୁ କୁହାଯାଇଛି। ଓଡ଼ିଶାର ପ୍ରକାଶନ ସଂସ୍ଥା ପ୍ରାଚୀ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ସହାତି ପତ୍ନୀ କଳ୍ପନା ସୋରେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ କଣ ପାଇଁ ହେମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ସୁତ୍ର ଅନୁସାରେ ଆସନ୍ତା ୨୮ ତାରିଖରେ ହେମନ୍ତ ଝଡଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେଥିପାଇଁ ସେହି ଉତ୍ସବରେ ଯୋଗଦେବାକୁ ସେ ସପତ୍ନୀକ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଜଣାପଡିଛି। ଏଥିସହିତ ହେମନ୍ତ ରାହୁଲ, ସୋନିଆ, ପ୍ରିୟଙ୍କା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି।
ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଲେ ଯେ ପିତୃମାତୃହୀନ ଶିଶୁମାନେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ। ପୂର୍ବରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ନାମ ଥିଲା ‘ରେନ୍ବୋ’, ଯାହା ମଝିରେ ମଝିରେ ଆକାଶରେ ପରିଦୃଶ୍ୟ ହୋଇଥାଏ। ପରେ ରେନ୍ବୋ ନାମକୁ ପରିବର୍ତ୍ତନ କରି ମହକ ରଖା ଯାଇଥିଲା। ଏହି ନାମକରଣ ବାସ୍ତବିକ୍ ଯଥାର୍ଥ। କୋଭିଡ୍-୧୯ ମହାମାରୀ ସମୟରେ ପିତୃମାତୃହୀନ ଶିଶୁମାନଙ୍କ ଲାଳନ ପାଳନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ‘ପିଏମ୍ କେୟାର’ ଯୋଜନା ଆରମ୍ଭ କରିଥିଲେ। ଏବେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଶିଶୁ ଯନି ଅନୁଷ୍ଠାନ ସେହିଭଳି ସମୁଚିତ ଲାଳନ ପାଳନରେ ପ୍ରୟାସରତ। ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ…
ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛି। ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାଙ୍କ ବିକାଶ ଜଡ଼ିତ ଥିବାରୁ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଉଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ଆନୁକୂଲ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି । ଓୟୁଏଟିର ଭେଟେରିନାରୀ କଲେଜ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ମୁଣ୍ଡିପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ଥିବା ସ୍ଥଳେ…
ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମିତ ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଏପରି ଏକ ସଭାଗୃହର ଆବଶ୍ୟକତା ଥିବା କହିବା ସହ ତୋଷାଳି ଭବନରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କାର୍ଯ୍ୟାଳୟମାନେ ମଧ୍ୟ ଦରକାର ହେଲେ ଏହାର ବ୍ୟବହାର କରିପାରିବେ ବୋଲି ପ୍ରକାଶ କରିଥିଲେ। ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏହି ସଭାଗୃହର ଆବଶ୍ୟକତା ଉପରେ ଆଲୋକପାତ କରି କହିଲେ ଯେ ଏଣିକି ଭିନ୍ନକ୍ଷମ ଆୟୁକ୍ତଙ୍କ କୋର୍ଟ କାର୍ଯ୍ୟାଳୟ ତଥା ଭିନ୍ନକ୍ଷମମାନଙ୍କ ପାଇଁ ହେଉଥିବା ବିଭିନ୍ନ ସଭାସମିତି ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବୁଲି ଦେଖିବା ଅବସରରେ…
ଭୁବନେଶ୍ବର: ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ କୋରିଆ ସିଓଲ ଠାରେ ସୁଲଭ ଆବାସ ସମ୍ପର୍କରେ ଏକ ଚାରି ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି।ଏହି ସମ୍ମାନ ଜନକ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭାରତ ସରକାରଙ୍କ ପକ୍ଷରୁ ଯୋଗଦେଇଛନ୍ତି। ଏ ନେଇ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଯାଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚାରି ଦିନିଆ କର୍ମଶାଳାରେ ବିଭିନ୍ନ ଦେଶର ବିଶେଷଜ୍ଞ ଓ ପଦାଧିକାରୀ ମାନେ ଏକତ୍ରିତ ହୋଇ ସୁଲଭ ଆବାସ ଉପରେ ରଣନୀତି ଓ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋଚନା କରିବେ। ଏହି ଅନ୍ତର୍ଜାତୀୟ ମଞ୍ଚରେ ଅଂଶଗ୍ରହଣ କରି, ଶ୍ରୀମତୀ ପାଢ଼ୀ ଭାରତର ଅଭିଜ୍ଞତା ବାଣ୍ଟିବା ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସରୁ ଶିଖି ସମସ୍ତଙ୍କୁ ସୁଲଭ ଏବଂ ବାସପଯୋଗୀ ଆବାସ ଯୋଗାଇବା ପାଇଁ…

