Author: Samikhsya Bureau

ଭୁବନେଶ୍ବର: ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ) ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ କରୁଛି। ଏଥି ସହିତ କେଭିଆଇସି ମହୁ ଚାଷ ପାଇଁ  ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ୬ ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ତାଲିମ  ପ୍ରଦାନ କରିଛନ୍ତି। ୧୦୦ ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ ଓ ୧୦ ସେଟର ଟୁଲକିଟ୍‌ କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା ଜେନାଦେଇ ଏସଏଚଜିକୁ ପ୍ରଦାନ କରାଯାଇଛି। ଏହା ସହିତ ୨୦୦୦ ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସମୀର କୁମାର ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି, ବି.ଏନ୍. ପଣ୍ଡା, ଆସିଷ୍ଟାଣ୍ଟ ଡାଇରେକ୍ଟର, କେଭିଆଇସି, ଡା. ଚନ୍ଦ୍ର ଶେଖର ମହାନ୍ତି, ସିନିୟର…

Read More

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ, ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ଟି ୟୁଆରଏଲ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେଗୁଡିକୁ ବନ୍ଦ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି। ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସାର୍ଵଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Read More

ସୁରଟ: ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରତିଶ୍ରୁତି ଦେଇଛନ୍ତି ଯେ, ଗୁଜୁରାଟରେ ତାଙ୍କ ଦଳ କ୍ଷମତାକୁ ଆସିଲେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବେ। ଚଳିତ ବର୍ଷ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ସୁରଟରେ ଏକ ସଭାରେ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ପାଇଁ ପ୍ରତିଶୃତି ଦେଇଛନ୍ତି। କେଜ୍ରିୱାଲ ଗୁଜୁରାଟରେ ମାଗଣା ବିଦ୍ୟୁତକୁ ଏକ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ କରିଛନ୍ତି। କେଜ୍ରିୱାଲ ପ୍ରତିଶୃତି ଦେଇଛନ୍ତି ଯେ, ଡିସେମ୍ବର ୩୧ ତାରିଖ ୨୦୨୧ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ବିଚାରାଧୀନ ବିଦ୍ୟୁତ୍ ବିଲ୍ ଛାଡ କରାଯିବ। ସେ ଦାବି କରିଛନ୍ତି ଯେ, ସେହି ବିଦ୍ୟୁତ୍ ବିଲ୍ ମଧ୍ୟରୁ ଅଧିକାଂଶ ପ୍ରକୃତ ବ୍ୟବହାରଠାରୁ ଅଧିକ ଏବଂ ପାୱାର୍ କମ୍ପାନୀଗୁଡିକ ଏହି ମାମଲା ସମାଧାନ ପାଇଁ ଲୋକଙ୍କୁ ହଇରାଣ କରୁଛନ୍ତି। କେଜ୍ରିୱାଲ କହିଛନ୍ତି, “ଦିଲ୍ଲୀରେ ବିଦ୍ୟୁତ୍ ମାଗଣା…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଭୋଟ୍ ପ୍ରକ୍ରିୟାରୁ ଦୂରେଇ ରହିବ। ବୈଠକ ପରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଅଧିକାଂଶ ସାଂସଦ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବିନା ପରାମର୍ଶରେ ବିରୋଧୀ ଦଳ ମାର୍ଗରେଟ୍ ଆଲଭାଙ୍କ ନାମ ଘୋଷଣା କରିଥିଲେ। ଅଭିଷେକ ବାନାର୍ଜୀ କହିଛନ୍ତି, ମାର୍ଗରେଟ୍ ଅଲଭା ଏବଂ ମମତା ବାନାର୍ଜୀଙ୍କ ସମ୍ପର୍କ ଭଲ, କିନ୍ତୁ ବ୍ୟକ୍ତିଗତ ସମୀକରଣ ଆଧାରରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ କରାଯିବ ନାହିଁ। ଆମର ୮୫ ପ୍ରତିଶତ ସାଂସଦ ନିଷ୍ପତ୍ତି ନେଇଛନ୍ତି ଯେ, ଆମେ ଭୋଟ୍ ଦେବା ଠାରୁ ଦୂରେଇ ରହିବା ଉଚିତ୍। ବାନାର୍ଜୀ କହିଛନ୍ତି ଯେ, ଅଧିକାଂଶ ସାଂସଦ ନିଷ୍ପତ୍ତି ନେଇଛନ୍ତି ଯେ, ଯେକୌଣସି ପ୍ରକାରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ କରିବୁ ନାହିଁ। ଏଥି ସହିତ ଅଲଭାଙ୍କୁ ସମର୍ଥନ ନକରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭଲ ଅଗ୍ରଣୀ ହାସଲ କରିଛନ୍ତି ଏବଂ ସେ ଏକ ବଡ ବିଜୟ ଆଡକୁ ଯାଉଥିବା ଜଣାପଡିଛି। ଦ୍ୱିତୀୟ ରାଉଣ୍ଡରେ ଏପର୍ଯ୍ୟନ୍ତ ସମୁଦାୟ ୧୧୩୮ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୧ ଲକ୍ଷ ୪୯ ହଜାର ୫୭୫ ଅଟେ। ଏହି ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୩୨୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪୪ ହଜାର ୨୭୬ ଅଟେ। ତେବେ ପ୍ରଥମ ପର୍ଯ୍ୟାୟ ଗଣନାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଭୋଟ୍। ଅନ୍ୟପକ୍ଷରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଥିଲେ, ଯାହାର ମୂଲ୍ୟ ୧ ଲକ୍ଷ…

Read More

ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲୱାରେ ନୁପୁର ଶର୍ମାଙ୍କୁ ସମର୍ଥନ ଜଣାଇଥିବା ବଜରଙ୍ଗ ଦଳର ନେତା ଆୟୁଷ ମାଲିଙ୍କ ଉପରକୁ ଆକ୍ରମଣ ମାମଲା ଭୋପାଳରେ ପହଞ୍ଚିଛି। ଏହାକୁ ଗୁରୁତର ସହ ଗ୍ରହଣ କରି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଏହି ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅବଶିଷ୍ଟ ୫ ଜଣଙ୍କୁ ଆସନ୍ତାକାଲି ଗିରଫ କରାଯିବ। ଗୃହମନ୍ତ୍ରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶ ଏକ ଶାନ୍ତି ରାଜ୍ୟ ଏବଂ ଏଠାରେ ଶାନ୍ତି ଭଙ୍ଗ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। କେବଳ ଏତିକି ନୁହେଁ, ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେବାବେଳେ ଗୃହମନ୍ତ୍ରୀ କହିଛନ୍ତି ଯେ, ଧାରା ୩୦୭ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଥିସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ଚଳାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ଘରେ ବୁଲଡୋଜର…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି। ରାଜ୍ୟସଭା ସଚିବ ପିସି ମୋଦୀ କହିଛନ୍ତି ଯେ, ସାଂସଦଙ୍କ ଭୋଟ୍ ଗଣନା କରାଯାଇଛି। ମୋଟ ୭୪୮ ଭୋଟ୍ ଗଣତି ହୋଇଛି, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଅଟେ। ସେଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ସାଂସଦ ଭୋଟ୍ ଦେଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଅଟେ। ସେହିଭଳି ଯଶୱନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ। ରାଜ୍ୟସଭା ସଚିବ ଜେନେରାଲ ପିସି ମୋଦୀ କହିଛନ୍ତି ଯେ, ମୋଟ ୧୫ ସାଂସଦଙ୍କ ଭୋଟ୍ ନାକଚ ହୋଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ମା’ ଭଗବତୀ ପୀଠ ଦର୍ଶନକୁ ଆସିଥିଲେ। ତାଙ୍କ ସାଙ୍ଗରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ମଧ୍ୟ ସାମିଲ ଥିଲେ। ଶ୍ରୀ ମହାପାତ୍ର ମନ୍ଦିରରେ ମା’ଙ୍କ ଦର୍ଶନ ସାରି ବେଢାରେ କିଛି ସମୟ ଅତିବାହିତ କରିବା ସହ ପ୍ରସାଦ ସେବନ କରିଥିଲେ। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସେବାୟତଙ୍କ ସହ ଶ୍ରୀ ମହାପାତ୍ର ମନ୍ଦିରର ଉନ୍ନତି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ମନ୍ଦିର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ତେବେ ବାଣପୁର ଗସ୍ତର ଆଭିମୁଖ୍ୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହା…

Read More

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଘୋଷଣା ଖୁବ୍ ଶୀଘ୍ର କରାଯିବ। ଦେଶର ୩୧ ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ଭୋଟର ଗଣନା ସଂସଦ ଭବନରେ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟ ହେବାର ସମ୍ଭାବନା ରହିଛି। ବିଜୟକୁ ନେଇ ଆତ୍ମବିଶ୍ୱାସୀ ବିଜେପି ମଧ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଯଦି ଦ୍ରୌପଦୀ ମୁର୍ମୁ ଜିତନ୍ତି, ତେବେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ସଭାପତି ହେବେ ଏବଂ ଏହି ୫ ଟି ରେକର୍ଡ ମଧ୍ୟ ତାଙ୍କ ନାମରେ ରହିବ। ଆସନ୍ତୁ ଜାଣିବା ଏହି ରେକର୍ଡଗୁଡ଼ିକ କ’ଣ ହେବ? ପ୍ରଥମ ରେକର୍ଡ ହେଉଛି ଯେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ନେତା ହେବେ। ମୁର୍ମୁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସମ୍ପ୍ରଦାୟର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ…

Read More

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରାଯାଉଛି। ସୂଚନାନୁସାରେ, ସୋନିଆଙ୍କୁ ପଚରାଉଚରା ବେଳେ ଅତି କମରେ ପାଞ୍ଚଜଣ ଅଧିକାରୀ ଉପସ୍ଥିତ ରହିବେ। ଏହି ଟିମ୍ ଅତିରିକ୍ତ ନିର୍ଦ୍ଦେଶକ ସ୍ତରର ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଅତିରିକ୍ତ ନିର୍ଦ୍ଦେଶକ ମୋନିକା ଶର୍ମାଙ୍କ ନେତୃତ୍ୱରେ ଏହି ଟିମ୍ ଅଛନ୍ତି। ସୂଚନା ମୁତାବକ, ୭୫ ବର୍ଷୀୟ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ସମୟରେ ଥକିଗଲେ ତାଙ୍କୁ ବିଶ୍ରାମ ଦିଆଯିବ। କଂଗ୍ରେସ ସଭାପତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କିଛି ଅନୁରୋଧ କରିଥିବା ଜଣାଯାଇଛି। ତାଙ୍କ ଝିଅ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବିଲ୍ଡିଂରେ ରହିବାକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସୂଚନାନୁସାରେ, କଂଗ୍ରେସ ସଭାପତି ତାଙ୍କ ପଚରାଉଚରା ପାଇଁ ଏକ ଖୋଲା ଏବଂ ବାୟୁ ପ୍ରବାହିତ କୋଠରୀ ପାଇଁ ଅନୁରୋଧ କରିଛନ୍ତି। ଏଥି ସହିତ ତାଙ୍କ ସହ ଯୋଗାଯୋଗ କରିଥିବା ଅଧିକାରୀ ଏବଂ…

Read More

ନୂଆଦିଲ୍ଲୀ: କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟ ନେଇଥିବା ସ୍ଵତଃ ସଜ୍ଞାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସତ୍ତ୍ୱେ ଲୋକମାନେ ଭୋକରେ ଅଛନ୍ତି। ସରକାରୀ ଦାବି ସତ୍ତ୍ୱେ ଲୋକମାନେ ଭୋକରେ ମରୁଛନ୍ତି। ପ୍ରବାସୀ ଶ୍ରମିକମାନେ କିପରି ଉଭୟ ରାସନ ଏବଂ କାର୍ଡ ଠିକ୍ ସମୟରେ ପାଇବେ ତାହା ସରକାର ପରାମର୍ଶ ଦେବା ଉଚିତ୍। ଏହା ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନେକ ଥର କୁହାଯାଇଛି ଯେ ଦେଶର କୌଣସି ନାଗରିକ ଭୋକରେ ମରିବା ଉଚିତ୍ ନୁହେଁ। ନାଗରିକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଉଚିତ ଏବଂ ଯଦି ଉଚିତ ହିତାଧିକାରୀ ରାସନ ପାଇବା ପାଇଁ ସରକାରଙ୍କ ନିକଟରେ ପହଞ୍ଚିପାରୁ ନାହାଁନ୍ତି, ତା’ହେଲେ ସରକାର ଏହାର ଯୋଜନାର ସୁଯୋଗ ନେବାକୁ ନାଗରିକଙ୍କ ନିକଟରେ ପହଞ୍ଚିବା ଉଚିତ। ଏହି ଧାରଣାକୁ ବାସ୍ତବତାକୁ…

Read More

ପୁରୀ: ଆଉ କିଛି ସମୟ ପରେ ପ୍ରକାଶ ପାଇବ ଭାରତର ପରବର୍ତ୍ତି ରାଷ୍ଟ୍ରପତି କିଏ ହେବ। ହେଲେ ଚାରିଆଡେ ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏହି ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ବର୍ତ୍ତମାନ ସାରା ଭାରତ ବର୍ଷରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତାଙ୍କ ରାଇରଂଗପୁର ବାସଭବନରେ ମଧ୍ୟ ଚାଲିଛି ପ୍ରସ୍ତୁତି। ଏପରି ପରିସ୍ଥିତିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପଛରେ ପଡି ନାହାଁନ୍ତି। ସେ ନିଜର କଳା ମାଧ୍ୟମରେ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ଆଗେଇ ଆସିଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଦ୍ରୌପଦୀଙ୍କ ଏକ ବାଲୁକା କଳା କରି ସେଥିରେ ଇଂରାଜୀରେ ଲେଖିଛନ୍ତି ବେଷ୍ଟ ୟୁସେସ ଟୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏଥିସହିତ ସେ ଉପରେ ‘ମେରା ଭାରତ ମହାନ’ ବୋଲି ଲେଖିଛନ୍ତି।

Read More

ଭୁବନେଶ୍ୱର: ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଟଙ୍କା ହେରଫେର ନେଇ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି। ସହିଦନଗର ପୋଲିସ ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରିଛି । ସେମାନେ ହୋଟେଲର ୬ ମାସରେ ଆୟ ଜମା କରି ନାହାଁନ୍ତି। ଯାହାର ମୂଲ୍ୟ ୧୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏମାନେ ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ। ଅଡିଟ ପରେ ଏହା ଜଣାପଡିବା ପରେ ଟଙ୍କା ହେରଫେର ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।

Read More

ନୂଆଦିଲ୍ଲୀ: ଭାରତୀୟ ବଂଶଜ ଋଷି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ବୁଧବାର ଦିନ ବୋରିସ୍ ଜନସନଙ୍କ ସ୍ଥାନ ନେବା ପାଇଁ ସେ ଦୌଡର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଭାବରେ ଦଳର ନେତୃତ୍ୱ ଗ୍ରହଣ କରିବାକୁ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବ୍ରିଟେନ ଏକାଦଶ ଦେଶ ହେବ, ଯେଉଁଠାରେ ଭାରତୀୟ ଲୋକ ବିଦେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦରେ ବସିବେ। ଏପର୍ଯ୍ୟନ୍ତ ବିଶ୍ଵର ୧୦ ଟି ଦେଶରେ ଭାରତୀୟମାନେ କ୍ଷମତାରେ ଅଛନ୍ତି। ସେହି ଦେଶଗୁଡ଼ିକ ହେଲା- ୧- ମରିସସ୍ ୨- ପର୍ତ୍ତୁଗାଲ୍ ୩- ମାଲେସିଆ ୪- ସିଙ୍ଗାପୁର ୫- ସୁରିନାମ ୬- ତ୍ରିନିଦାଦ ଏବଂ ଟୋବାଗୋ ୭- ଗୁୟାନା ୮- ଫିଜି ୯- ଆୟର୍ଲାଣ୍ଡ ୧୦- ସେସେଲସ୍ ବର୍ତ୍ତମାନ ଦୁନିଆରେ ଏପରି ୬ ଟି…

Read More

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ତେବେ ଆସନ୍ତାକାଲିଠାରୁ ୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲିଠାରୁ ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ପୁରୀ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ବାକି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ଆସନ୍ତା ରବିବାର ଓ ସୋମବାର ଦିନ ମଧ୍ୟ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ସାକ୍ଷାତ କରିଛନ୍ତି ଅଭିନେତା ଆର ମାଧବନ। ଆଜି ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଂସ୍କୃତି ଓ ସିନେମା  ସଂପର୍କରେ ଆଲୋଚନା କରିଛନ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ। ମାଧବନ ଉଭୟ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ଜଣେ ପରିଚିତ ଅଭିନେତା। ସେ ଅଭିନୟ ସହିତ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଅଛନ୍ତି। ସେ ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ମଣିରତନମଙ୍କ ଚଳଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ ହିନ୍ଦି ଚଳଚିତ୍ର ତନୁ ୱେଡସ ମନୁ ରେ ମଧ୍ୟ ଅଭିନୟ କରିଛନ୍ତି। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ଓଡିଶା ଜର୍ସି ପ୍ରଦାନ କରିଥିଲେ।

Read More

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଦର ଥାନା ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ୩ କେଜି ଗଞ୍ଜେଇ ସମେତ ରତ୍ନାକର ସାହୁ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରୁ ୨.୩୦ କେଜି ଗଞ୍ଜେଇ ସମେତ ବାସୁଦେବ ପ୍ରଧାନ ନାମକ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ଗୋଟି ଏନଡ଼ିପିଏସ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଖୋର୍ଦ୍ଧା ରେଞ୍ଜ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଟାଙ୍ଗୀ ରେଞ୍ଜ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ୨ଠ୨୧-୨ଠ୨୨ରୁ ୨ଠ୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନର ଅନୁମୋଦନ କ୍ରମେ ସମାଜରେ ମହିଳାମାନଙ୍କ ନିରାପତ୍ତା ଏବଂ ସଶକ୍ତିକରଣ ଦିଗରେ ‘ମିଶନ ଶକ୍ତି’ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ‘ସମ୍ବଳ’ ଓ ‘ସାମର୍ଥ୍ୟ’ ନାମରେ ଏହି ଯୋଜନାରେ ଦୁଇଟି ଉପଯୋଜନା ରହିଛି। ‘ସମ୍ବଳ’ର ଏକ କାର୍ଯ୍ୟକ୍ରମ ଭାବରେ ‘ୱାନ ଷ୍ଟପ ସେଣ୍ଟର’ କାର୍ଯ୍ୟ କରୁଛି। ‘ସାମର୍ଥ୍ୟ’ ଅଧିନରେ ‘ସ୍ୱଧାର ଗୃହ’ କାର୍ଯ୍ୟ କରୁଛି। ଏସବୁ ‘ମିଶନ ଶକ୍ତି’ ଅନ୍ତର୍ଗତ କାର୍ଯ୍ୟକ୍ରମ। ପଞ୍ଚଦଶ ଅର୍ଥ କମିଶନ ଅବଧିରେ ମିଶନ ଶକ୍ତି ଅଧିନରେ ଥିବା ‘ସମ୍ବଳ’ କାର୍ଯ୍ୟକ୍ରମ ପାଇଁ ୨୯୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହି ପରିମାଣ ୧୦୦୨ କୋଟି ଟଙ୍କା ଥିଲା। ସେହିପରି ମିଶନ ଶକ୍ତି ଅଧିନରେ ଥିବା ‘ସାମର୍ଥ୍ୟ’ ଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଚତୁର୍ଦ୍ଦଶ ଅର୍ଥ କମିଶନ…

Read More

ଭୁବନେଶ୍ବର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର। ସେ କ୍ୟାନସର ରୋଗରେ ପିଡିତା ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ପରଲୋକରେ ଓଡିଆ ସିନେ ତଥା ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ବ୍ରେନ ଓ ଲଙ୍ଗସ କ୍ୟାନସରରେ ପୀଡିତ ଥିଲେ। ହେଲେ ତାଙ୍କର ମନୋବଳ ବହୁତ ଦୃଢ ଥିଲା। ଅନେକ କ୍ୟାନ୍ସର ପୀଡିତଙ୍କୁ ସେ ଉତ୍ସାହିତ କରିଆସିଥିଲେ। କ୍ୟାନ୍ସରକୁ ହରାଇ ଜିତିବାକୁ ଦୃଢ ଆଶା ରଖିଥିଲେ ରାଜେଶ୍ବରୀ। ହେଲେ ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା। ତାଙ୍କୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ରାଜେଶ୍ବରୀ। ରାଜେଶ୍ବରୀ ଓଡିଆ ଟେଲି ଜଗତରେ ବେଶ ପରିଚିତ ଥିଲେ।  ଧାରାବାହିକ ‘ଉଆଁସି କନ୍ୟା’, ‘ତୋ ପାଇଁ ମୁଁ,’ ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ବାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦିରେ ରାଜେଶ୍ବରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଚଳଚିତ୍ର…

Read More

ନୂଆଦିଲ୍ଲୀ: ଭାରତୀୟ ଖେଳାଳି ଅନୁ ରାନୀ ପୁଣି ଥରେ ବିଶ୍ୱ ଚାମ୍ପିଅନସିପ୍ ୨୦୨୨ ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗ୍ରୁପ୍ ବି’ର ଯୋଗ୍ୟତା ପର୍ଯ୍ୟାୟରେ ୫୯.୬୦ ମିଟର ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ଫାଇନାଲରେ ୧୨ ଜଣ ଖେଳାଳି ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯୋଗ୍ୟତା ରାଉଣ୍ଡରେ ଅନୁଙ୍କର ଖରାପ ଆରମ୍ଭ ହୋଇଥିଲା। ସେ ପ୍ରଥମ ପ୍ରୟାସରେ ଏକ ଖରାପ ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ, ସେ ୫୫.୩୫ ମିଟର ଜାଭେଲିନ୍ ଥ୍ରୋ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ତା’ପରେ ୫୯.୬୦ ମିଟର ଦୂରତା ସହିତ ଶେଷ ପ୍ରୟାସରେ ସେ ଗ୍ରୁପ୍ ବିରେ ପଞ୍ଚମ ସ୍ଥାନ ହାସଲ କରିଥିଲେ। ଏହିପରି, ଗ୍ରୁପ୍-ଏ ଏବଂ ଗ୍ରୁପ୍-ବିକୁ ମିଶାଇ ସେ ଅଷ୍ଟମ ସ୍ଥାନରେ ରହି ଫାଇନାଲକୁ ଟିକେଟ୍ ପାଇଲେ। ବର୍ତ୍ତମାନ ବିଶ୍ୱ ଚାମ୍ପିଅନସିପ୍ ଫାଇନାଲରେ ୧୨ ଖେଳାଳିଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବ। ଗ୍ରୁପ୍-ଏ ଏବଂ ବି…

Read More

ନୂଆଦିଲ୍ଲୀ: ଗତକାଲି ଦେଶରେ ୨୦ ହଜାର ୫୫୭ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ଆଜି ୨୧ ହଜାର ୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ମାମଲା ୪ କୋଟି ୩୮ ଲକ୍ଷ ୨୫ ହଜାର ୧୭୫ ରେ ପହଞ୍ଚିଛି। ବର୍ତ୍ତମାନ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୮୮୧ କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୨୯୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୧ ଲକ୍ଷ ୫୦ ହଜାର ୪୩୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୮୭୦ କୁ ବୃଦ୍ଧି ପାଇଛି।

Read More