ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ । ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି । ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ବେଳେ ସଂସଦ ଭବନରେ ଦେଖାଦେଇଥିଲା ଏକ ଭିନ୍ନ ଦୃଶ୍ୟ। ତାହା ହେଲା କୋରନା ଆକ୍ରାନ୍ତ ଦୁଇ ଜଣ ମନ୍ତ୍ରୀ ଭୋଟ ଦେବା ପାଇଁ ଆସିଥିଲେ। ଉଭୟ ପିପିଇ କିଟ ପରିଧାନ କରି ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିଥିଲେ। ସେମାନେ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶକ୍ତି ମନ୍ତ୍ରୀ ଆର କେ ସିଂ। ଉଭୟ କିଛି ଦିନ ଧରି କରୋନା ଆକ୍ରାନ୍ତ ଅଛନ୍ତି। ସେ ନେଇ ସେମାନେ ସଂସଦ ସଚିବାଳୟ ଏବଂ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଥିଲେ। ସେମାନେ କିପରି ଭୋଟ ଦେବେ ସେ ନେଇ ଅନୁରୋଧ କରିଥିଲେ। ଉଭୟଙ୍କ ଅନୁରୋଧ ପରେ କରୋନା କଟକଣା ଭିତରେ ସେମାନେ ମତଦାନ କରି ସେହି ସ୍ଥାନ ପରିତ୍ୟାଗ କରିଥିଲେ।
ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ମଣିପୁର ରାଜ୍ୟପାଳ ଏଲ ଗଣେଷନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପଶ୍ଚିମବଂଗର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଶପଥପାଠ ଉତ୍ସବରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ପଶ୍ଚିମବଂଗର ରାଜ୍ୟପାଳ ଥିବା ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ସେ ସେହି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟପାଳ ପଦବୀ ଖାଲି ଥିବାରୁ ମଣିପୁର ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଓଡିଶାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ। ଏହି ମତଦାନ ପକ୍ରିୟା ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କରାଇଥିଲା। ଆଜି ଦିନ ଦଶଟାରୁ ଆରମ୍ଭ ହୋଇଥିଲା ମତଦାନ। ଏଥିରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ବିଭିନ୍ନ ସମୟରେ ଆସି ନିଜର ଭୋଟ ପ୍ରଦାନ କରିଥିଲେ। ଏହି ଭୋଟ ଗ୍ରହଣ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଧାୟକମାନଙ୍କୁ ସ୍ବତନ୍ତ୍ର ବାଲଟ ପେପର ଯୋଗାଇ ଦିଆଯାଇଥିଲା। ଏଥିରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଦୁଇ ଜଣ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶବନ୍ତ ସିହ୍ନାଙ୍କ ନାମ ରହିଥିଲା। ଯେଉଁମାନେ ଯାହାକୁ ଭୋଟ ଦେଇଛନ୍ତି ସେମାନେ ଏହି ପ୍ରାର୍ଥୀଙ୍କ ନାମ ପାଖରେ ଏକ ନମ୍ବର ବୋଲି ଲେଖିଛନ୍ତି। ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସ୍ବତନ୍ତ୍ର ପେନ ଯୋଗାଇ ଦିଆଯାଇଥିଲା। ଅପରାହ୍ନ ଗୋଟାଏ ବେଳେ ଓଡିଶାର ୧୪୭…
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଯାଇଛି। ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା। ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି। ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥାଏ। ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ରାଷ୍ଟ୍ରପତି ନିର୍ବାଚନର ମତଦାନ ସମାପନ କରିଛନ୍ତି। ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଶ୍ରୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ୩୧ଟି ସ୍ଥାନରେ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା। ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁଯାୟୀ, ଭାରତର ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସଂସଦର…
ନୂଆଦିଲ୍ଲୀ: ରବିବାର ଅନୁଷ୍ଠିତ NEET ଡାକ୍ତରୀ ପରୀକ୍ଷାରେ ମଧ୍ୟ ଏକ ବଡ ଠକେଇ ସାମ୍ନାକୁ ଆସିଛି। ଏହି ମାମଲାରେ ସିବିଆଇ ୮ ଜଣଙ୍କୁ ଗିରଫ କରିଛି। ଏଥିରେ ଠକେଇର ମାଷ୍ଟରମାଇଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଦିଲ୍ଲୀ ଫରିଦାବାଦ ସମେତ ଅନେକ ସ୍ଥାନରୁ ଏହି ଗିରଫଦାରୀ କରାଯାଇଛି। ପିଲାମାନଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ସୁଶୀଲ ରଂଜନ ଦିଲ୍ଲୀର ଗୌତମ ନଗରର ବାସିନ୍ଦା। ଏଫଆଇଆର ଅନୁଯାୟୀ, ସିବିଆଇକୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ NEET ପରୀକ୍ଷାରେ ମୂଳ ପ୍ରାର୍ଥୀଙ୍କ ବଦଳରେ ଅନ୍ୟମାନେ ପରୀକ୍ଷା ଦେଉଥିବା ସୂଚନା ମିଳିଥିଲା। ଦିଲ୍ଲୀ ଏବଂ ହରିୟାଣାର ଅନେକ କେନ୍ଦ୍ରରେ ଏଭଳି ଷଡଯନ୍ତ୍ର ହେଉଥିବା ଖବର ମିଳିଥିଲା। ସୂଚନା ଅନୁଯାୟୀ, ସୁଶୀଲ ରଂଜନ, ବ୍ରିଜମୋହନ ସିଂ, ପପୁ, ଉମାଶଙ୍କର ଗୁପ୍ତା ଏବଂ କିଛି ଅଜ୍ଞାତ ବ୍ୟକ୍ତି ଦିଲ୍ଲୀ / ହରିୟାଣାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ନିଜକୁ ପ୍ରକୃତ ପ୍ରାର୍ଥୀ ଭାବରେ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ। ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ। ଏହା ସହିତ ପ୍ରତି ବନ୍ଦରର…
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ସଭାପତି ଉଦ୍ଧବ ଠାକରେଙ୍କ ପାଇଁ ଅସୁବିଧା ବଢୁଛି। ପ୍ରଥମରୁ କ୍ଷମତା ଚାଲିଯାଇଥିବାବେଳେ ବର୍ତ୍ତମାନ ଦଳକୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି। ଯେଉଁଥିରେ ପ୍ରତିଦିନ ଏକ ନୂଆ ମୋଡ ଆସୁଛି। ଏବେ ଖବର ମିଳିଛି ଯେ, ଏକନାଥ ସିନ୍ଦେ ଦଳ ଶିବସେନାର ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ଏକନାଥ ସିନ୍ଦେ ଦଳ ପୁରୁଣା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ବରଖାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟ ନେତା ଭାବରେ ମନୋନୀତ ହୋଇଛନ୍ତି। ଶିବସେନା ପକ୍ଷର ମୁଖ୍ୟଙ୍କ ପଦ ବର୍ତ୍ତମାନ ସୁଦ୍ଧା ସ୍ପର୍ଶ ହୋଇନାହିଁ। ମୁଖପାତ୍ର ଭାବରେ ବିଧାୟକ ଦୀପକ କେସରକରଙ୍କୁ ନିଯୁକ୍ତ କରାଯାଇଛି। ଶିବସେନା ନେତା ଭାବରେ ରାମଦାସ କଦମ ଏବଂ ଆନନ୍ଦରାଓ ଅଡସୁଲ ନିଯୁକ୍ତ ହୋଇଛନ୍ତି। ଶିବସେନାର ଉପ ନେତା ଭାବରେ ଯଶୱନ୍ତ ଯାଦବ ଗୁଲାବରାଓ ପାଟିଲ, ଉଦୟ ସାମନ୍ତ, ଶରଦ ପୋଙ୍କ୍ଶେ, ତାନାଜୀ ସାୱନ୍ତ, ବିନୟ ନାହାଟା, ଶିବାଜିରାଓ ପାଟିଲ…
ନୂଆଦିଲ୍ଲୀ: ବିଜେପି ସାଂସଦ ହଂସରାଜ ହଂସ ଆଜି ଏକ ଟୁଇଟରେ ମୁଖତାର୍ ଅବ୍ବାସ ନକଭିଙ୍କୁ ରାଜ୍ୟପାଳ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ମୁଖତାର ଅବ୍ବାସ ନକଭି ଜୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ବଙ୍ଗଳାର ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିବାରୁ ଅଭିନନ୍ଦନ। ଏହା ପରେ ମୁଖତାର୍ ଅବ୍ବାସ ନକଭି ରାଜ୍ୟପାଳ ହେବାର ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଥିଲେ ମୁଁ ଜାଣେ ନାହିଁ। ଏହା ପରେ ଉତ୍ତର-ପଶ୍ଚିମ ଦିଲ୍ଲୀର ସାଂସଦ ତଥା ଗାୟକ ହଂସରାଜ ହଂସ ମଧ୍ୟ ଏହି ଟ୍ୱିଟକୁ ଡିଲିଟ କରିଛନ୍ତି। ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଜେପି ମନୋନୀତ କରିଛି। ଏହା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶଙ୍କୁ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଜଣେ ନୂତନ ରାଜ୍ୟପାଳ ନିଯୁକ୍ତ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ନକଭିଙ୍କୁ ରାଜ୍ୟପାଳ ହୋଇଥିବାରୁ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଶେଷ ହୋଇଛି। ଭୋଟ୍ ଗଣନା ଜୁଲାଇ ୨୧ ତାରିଖରେ ହେବ। ଏହି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିରୋଧରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଜ୍ୟସଭା ମହାସଚିବ ପିସି ମୋଦୀ କହିଛନ୍ତି ଯେ, ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ ଟାରେ ଶେଷ ହୋଇଛି। ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୯୯.୧୮% ଭୋଟ୍ ରେକର୍ଡ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ସମସ୍ତ ବରିଷ୍ଠ ନେତା ମତଦାନ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂ ଭୋଟ୍ ଦେବା ପାଇଁ ହ୍ୱିଲ ଚେୟାରରେ…
ଭୁବନେଶ୍ଵର: ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ପୂର୍ବ ତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ କରାଯାଉଅଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେଳପଥ ପକ୍ଷରୁ ହାତକୁ ନିଆଯାଇଅଛି। ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମର ବିଶାଳ ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀ ଶ୍ରୀବାସ୍ତବ ଉଦ୍ଘାଟନ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସ୍ବେଚ୍ଛାସେବୀମାନେ ଏକ ପଥପ୍ରାନ୍ତ ନାଟକ ନାଟକ ପରିବେଷଣ କରିଥିଲେ। ଭାରତ ସରକାରଙ୍କ ନିର୍ଦ୍ଦେଶ…
ଭୁବନେଶ୍ବର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଅଛି। ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଗତକାଲି ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମୁଖ୍ୟ ସୁରକ୍ଷା କମିଶନର, ଆରପିଏଫ୍ ପି.ଭି. ସାନ୍ଥାରାମଙ୍କ ଉପସ୍ଥିତିରେ ସବୁଜ ପତାକା ପ୍ରଦର୍ଶନ କରି ଏହି ବାଇକ ରାଲିକୁ ଶୁଭାରମ୍ଭ କରିଥିଲେ। ଏହି ବାଇକ୍ ରାଲିର ଉଦ୍ଦେଶ୍ୟ ହେଉଛି ଆଜାଦି କା ଅମୃତ ମହୋତ୍ସବ ଏବଂ ରେଳ ସୁରକ୍ଷା ବଳର ସଫଳତା ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା।
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ, ଏମ୍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଥିବା ଏହି ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ଚଳିତ ମାସ ୧୫ରେ ଅନୁଷ୍ଠିତ ଏମ୍ସର ଦଶମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏମ୍ସ ଯୋଧପୁରର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପିଲାଟିଏ ପ୍ରଶ୍ନ ପଚାରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହିପରି ସମ ପରିମାଣରେ ଖୁସି ମଧ୍ୟ ହୋଇଛନ୍ତି। କାରଣ କେହି କେବେ ଭାବି ନ ଥିଲେ ଯେ, ପିଲାଟି ହଠାତ ଏପରି ପ୍ରଶ୍ନ କିପରି ପଚାରିବ। ଏକ କାର୍ଯ୍ୟକ୍ରମରେ ଏକନାଥ ଯାଇଥିବା ବେଳେ ସେ ପିଲାଟିଏ ଦେଖି ତା ସହିତ କଥାବାର୍ତ୍ତା କରିଥିଲେ। ପିଲାଟି ପଚାରିଥିଲା ଏକନାଥ ଅଙ୍କଲ, ଆପଣ ଯେତେବେଳେ ଆସାମ ଯିବେ ମୋତେ ସାଥିରେ ନେବେ। ସେଠାରେ ମୁଁ ବନ୍ୟା ପ୍ରପିଡିତଙ୍କୁ ସାହାଯ୍ୟ କରି ଆସିବା ପରେ ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ହୋଇଯିବି। ଏହାକୁ ନେଇ ସମସ୍ତେ ହସି ଉଠିଥିଲେ।
ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ ଭୋଟ ଦେବାକୁ ଆବେଦନ କରିଥିଲେ। ସେହି ଅନୁସାରେ ତାଙ୍କୁ ଦିଲ୍ଲୀରେ ଭୋଟ ଦେବାକୁ ଅନୁମତି ଦିଆଯାଇଥିଲା। ଆଜି ସେ ଏକ ହୁଇଲ ଚ୍ୟାୟରରେ ସଂସଦ ଭବନକୁ ଆସି ଭୋଟ ଦେଇଛନ୍ତି।
ଭୁବନେଶ୍ୱର: ଚୁଡା,ମୁଢି,ଉଖୁଡା, ଖଈ ଆଦି ଦ୍ରବ୍ୟ ଉପରେ ଜିଏଷ୍ଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିବା ସହ ଏହି ନିଷ୍ପତିର ଦୃଢ଼ ନିନ୍ଦା କରିଛନ୍ତି।ଜିଏଷ୍ଟି କାଉନସିଲ ଏଭଳି ନିଷ୍ପତ୍ତି ନେବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରତିବାଦ ନ କରିବା ଦୁଃଖ ଓ ପରିତାପ ବିଷୟ ବୋଲି ସେ କହିଛନ୍ତି। ସେ ଉଭୟ ସରକାରଙ୍କୁ ତାଛଲ୍ୟ କହିଛନ୍ତି କି ଯଦି ସରକାରଙ୍କର ରାଜସ୍ୱ ନିଅଣ୍ଟ ହେଉଛି ,ସରକାର ଏତେ ବ୍ୟାକୁଳ ରାଜସ୍ୱ ବଢ଼େଇବା ପାଇଁ ତେବେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତଙ୍କ ଉପରେ ଏବଂ ଦେଉଥିବା ଦାନ ଉପରେ ମଧ୍ୟ ଜିଏଷ୍ଟି ଲଗେଇଦିଅନ୍ତୁ।ଯାହାଦ୍ୱାରା କି ସରକାରଙ୍କ ରାଜସ୍ବରେ ଉର୍ଣ୍ଣତି ଘଟିବ ଏବଂ ସରକାର ଲାଭବାନ ହୋଇପାରିବେ। ଓଡ଼ିଶାର ଜନସାଧାରଣଙ୍କ ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ…
ନୂଆଦିଲ୍ଲୀ: ଆଜି ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ଦ୍ୱିତୀୟ ମାମଲା କେରଳରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କେରଳର କନ୍ନୁର ଠାରେ ଏହା ନିଶ୍ଚିତ ହୋଇଛି। ସୂଚନା ମୁତାବକ ବିଦେଶରୁ କେରଳରେ ପହଞ୍ଚିଥିବା ଯୁବକଙ୍କୁ ମଙ୍କିପକ୍ସରେ ସଂକ୍ରମିତ ହେବାର ସନ୍ଦେହରେ କନ୍ନୁର ପ୍ୟାରୀରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏହାକୁ ଜିଲ୍ଲା ମେଡିକାଲ ଅଫିସର (ଡିଏମଓ) ନିଶ୍ଚିତ କରିଛନ୍ତି। ରବିବାର ଦିନ କେରଳରେ ମଙ୍କିପକ୍ସ ରୋଗ ହେବାର ଖବର ଆସିବା ପରେ ଥିରୁବନନ୍ତପୁରମ୍, କୋଚି, କୋଜିକୋଡେ ଏବଂ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ହେଲ୍ପ ଡେସ୍କ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ସୂଚନା ଦେଇଛନ୍ତି। ବିବୃତ୍ତି ଅନୁଯାୟୀ, ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ଦେଶମାନଙ୍କରୁ ଆସୁଥିବା ଯାତ୍ରୀଙ୍କ ବ୍ୟତୀତ ଜ୍ୱର, ଫୁଲା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଖାଦ୍ୟ ଗିଳିବାରେ ଅସୁବିଧା ଭଳି…
ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ସହିତ ମୁହାଁମୁହିଁ ହେବ। ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆ କାରିବିଆନ୍ ଯାତ୍ରା ପାଇଁ ଯିବ। ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସୂଚନା ଅନୁଯାୟୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧାୱନ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ଦିନିକିଆ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଂଶ ହେବେ ନାହିଁ। ଟି-୨୦ ସିରିଜରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ଭଲ କଥା ହେଉଛି କେଏଲ ରାହୁଲ ମଧ୍ୟ ଟି-୨୦ ସିରିଜକୁ ଫେରିବେ। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଦଳରେ ରହିବେ। ତେବେ ବିରାଟ କୋହଲି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅଞ୍ଚଳରେ ବିରଳ ପଶୁ ଶିକାର କରୁଥିବା ଅଭିଯୋଗରେ ୨ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ରଫ ଶୀକାରୀଙ୍କ ନିକଟରୁ ବିପୁଳ ଝିଙ୍କ କାଠି, ବିରଳ ପ୍ରଜାତିର ମୃତ ଗୋଧି ସହ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି। ବିଶେଷ ସୁତ୍ରରୁ ଖବର ପାଇ ବନ ବିଭାଗ ଟାଙ୍ଗୀ ବନ ବିଭାଗ ରେଂଜ୍ ଭୁଷଣ୍ଡ ପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ଚଢାଉ କରିଥିଲା। ଚଢାଉ ସମୟରେ ବିପୁଳ ଝିଙ୍କ କାଠି ସହ ଗୋଟିଏ ମୃତ ବାରହା ଓ ଗୋଟିଏ ମୃତ ଗୋଧୀ ଜବତ କରିଛି। ଗିରଫ ହୋଇଥିବା ଶୀକାରୀଙ୍କ ନାମ କେଶବ ନାୟକ ଓ ରଂଜନ ନାୟକ ବୋଲି ଜଣାପଡିଛି। ଉକ୍ତ ଚଢାଉରେ ଫରେଷ୍ଟର ଗୋଲାପ ସେଠୀ, ରାକେଶ ପଣ୍ଡା, ରଂଜୁଲତା ମିଶ୍ର, ଗାର୍ଡ ବବଲୁ ମିଶ୍ର, ନିହାର ରଂଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ବହୁ ଦିନ ହେଲା ନିକଟସ୍ଥ…
ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗଦୀପ ଧନଖଡ। ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜେଡି ତରଫରୁ ସାଂସଦ ପିନାକୀ ମିଶ୍ର ଏହି ନାମାଙ୍କନ ବେଳେ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ ପରେ 71 ବର୍ଷିୟ ଧନଖଡ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଢାଇବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ସ୍ୱପ୍ନରେ ସୁଦ୍ଧା ମୁଁ କେବେ ଭାବି ନ ଥିଲି ଯେ ମୋ ଭଳି ଜଣେ ବ୍ୟକ୍ତି ଏହି ସୁଯୋଗ ମିଳିବ। ଆସନ୍ତାକାଲି ଉପରାଷ୍ଟ୍ରପତି ପାଇଁ ନାମାଙ୍କନର ଶେଷ ତାରିଖ ରହିଛି। ଅଗଷ୍ଟ 6 ତାରିଖରେ ହେବ ମତଦାନ। ବିରୋଧୀ ଦଳ ତରଫରୁ ମାର୍ଗେଟ…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ। ହେଲେ ଏହି ଭୋଟ ଗ୍ରହଣ ବେଳେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି। ତାହା ହେଲା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପଦକ୍ଷେପ। ମୋକିମ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ସିଧା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ସେ ଖୋଲମଖୁଲା କହିଛନ୍ତି ଯେ, ମୋ ବିବେକ ଅନୁସାରେ ଭୋଟ ଦେଇଛି। ମୁଁ ମୋ ବିବେକକୁ ପଚାରିଛି। ସେହିପରି ବିଭିନ୍ନ ଲୋକଙ୍କର ଚାପ ମଧ୍ୟ ଥିଲା। ଓଡିଆ ଝିଅକୁ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରୁଥିଲେ। ତେଣୁ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତି କରି ଭୋଟ ଦେଲି। ଦଳୀୟ ତରଫରୁ କୌଣସି ଅଭିଯୋଗ ଆସିଲେ ମୁଁ ଦେଖିବି ବୋଲି ମୋକିମ କହିଛନ୍ତି।

