ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନିଳାଦ୍ରୀବିଜେ, ଆଜି ତିନିଠାକୁର ବାହୁଡିବେ ରତ୍ନ ସିଂହାସନକୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ଦୀର୍ଘ ନଅ ଦିନ ଧରି ତିନିଠାକୁର ତିନି ରଥରେ ବିଜେ କରି ଭକ୍ତଙ୍କୁ ଦେଇଥିଲେ ଦର୍ଶନ। ସେହିପରି ଆଡପ ମଣ୍ଡପରେ ଶ୍ରୀଜୀୟୁଙ୍କୁ କରି ଭକ୍ତ ହୋଇଛି ବିଭୋର। ଆଜି ରଥରେ ତିନିଠାକୁରଙ୍କ ସଂଧ୍ୟା ଆଳତି ସରିବା ପରେ ଚାରମାଳ ବନ୍ଧାଯିବ। ଏହାପରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିର ବିଜେ କରିବେ। ଏହି ସମୟରେ ତିନିଠାକୁରଙ୍କୁ ଗୋଟି ପହଣ୍ଡି ବିଜେ କରି ନିଆଯାଇଥାଏ।
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ରଥତଇଲା ଗ୍ରାମ ନିକଟ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ଦିନ ତଳେ ନିଖୋଜ ଥିବା ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ରେଢ଼ାଖୋଲ ପୋଲିସ ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି। ରେଢ଼ାଖୋଲ କଲେଜ ଛକ ନିକଟ ଅଞ୍ଚଳର ଜଣେ କାଠ ବିକାଳି ବିଟା ପ୍ରଧାନ (୬୫) ପାରିବାରିକ କଳହରୁ ତିନି ଦିନ ଧରି ନିଖୋଜ ଥିଲେ। ଆଜି ରଥତଇଲା ଗାଁ ନିକଟ ଜଙ୍ଗଲରୁ ଏକ ଗଛରେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ଗାଁ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।
ଜ୍ୟୋତିଷ ଶାସ୍ତ୍ର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣଙ୍କ ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନର ପ୍ରତ୍ୟେକ ଦିଗରୁ ପରଦା ଅପସାରଣ କରିପାରିବ। କେଉଁ ଅକ୍ଷରର ଝିଅମାନେ ନିଜ ସ୍ୱାମୀଙ୍କ ହୃଦୟକୁ ଅଧିକ ଶାସନ କରନ୍ତି। ନାମର ପ୍ରଥମ ଅକ୍ଷର ରାଶି ସହିତ ଜଡିତ। ରାଶି ଅନୁଯାୟୀ ନାମର ପ୍ରଥମ ଅକ୍ଷରରୁ କୌଣସି ଏକ ବ୍ୟକ୍ତି ବିଷୟରେ ବହୁତ କିଛି ଜାଣିହୋଇପାରିବ। ବାସ୍ତବରେ ଆଜି ଆମେ ଆପଣଙ୍କୁ ଏପରି ତିନୋଟି ଅକ୍ଷର ବିଷୟରେ କହିବାକୁ ଯାଉଛୁ, ଯେଉଁ ଝିଅ କିମ୍ବା ମହିଳାମାନେ ସେମାନଙ୍କ ନାମ ହିସାବରେ ସ୍ୱାମୀକୁ ସମ୍ପୂର୍ଣ୍ଣ ରୂପେ ଶାସନ କରନ୍ତି। ଏହି ତିନୋଟି ଅକ୍ଷର ବିଷୟରେ ଆସନ୍ତୁ ଜାଣିବା। ଇଂରାଜୀ ଅକ୍ଷର ‘ଏ’ ରୁ ଆରମ୍ଭ ହେଉଥିବା ନାମଗୁଡିକ: ‘ଏ’ ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନଙ୍କର ନାମ ଭାଗ୍ୟବାନ। ଏହି ନାମର ଝିଅମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି। ଘର ହେଉ କିମ୍ବା ଅଫିସ୍ ହେଉ ତାଙ୍କୁ ସବୁକିଛି…
ନୂଆଦିଲ୍ଲୀ: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ମାସ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଥାଏ। ଭୋଲେନାଥଙ୍କ ପ୍ରିୟ ଶ୍ରାବଣ ମାସ, ଜୁଲାଇ ୧୪ ତାରିଖରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭକ୍ତମାନେ ଏହି ମାସରେ ଶିବଙ୍କ ଭକ୍ତିରେ ଅବତୀର୍ଣ୍ଣ ରହିଥା’ନ୍ତି। ଜଳାଭିଶେକ, ରୁଦ୍ରାଭିଷେକ, ପୂଜା ପାଠ ସମସ୍ତ ଶିବ ମନ୍ଦିରରେ ଗୁଞ୍ଜି ଉଠେ। ଶ୍ରାବଣରେ ଶିବଙ୍କ ପୂଜା ସମୟରେ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ। କେବଳ ଏହି ନିୟମ ମାନିବା ଦ୍ୱାରା ଶିବଙ୍କ ପ୍ରତି ଭକ୍ତିର ସମ୍ପୂର୍ଣ୍ଣ ଫଳ ମିଳିଥାଏ,। ଆସନ୍ତୁ ଜାଣିବା ଶ୍ରାବଣରେ କେଉଁ କାମ କରିବା ଉଚିତ୍ ନୁହେଁ। ୧- ଶ୍ରାବଣରେ କେବଳ ସାତ୍ତ୍ଵିକ ଖାଦ୍ୟ ଖାଇବା ଉଚିତ୍। ମାଂସ, ମଦ୍ୟପାନ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଭଗବାନ ଶିବଙ୍କ ପୂଜାପାଠର ଫଳ ଉପଲବ୍ଧ ନୁହେଁ, ଶ୍ରାବଣ ମାସରେ ରସୁଣ ଏବଂ ପିଆଜ ଖାଇବା ମଧ୍ୟ ବାରଣ କରାଯାଇଛି। ଏଥି ସହିତ, ବାଇଗଣକୁ…
ସ୍ୱାସ୍ଥ୍ୟ ଟିପ୍ସ: ଯଦି ଆପଣ ଏକ କପ୍ ଚା’ ସହିତ ଦିନ ଆରମ୍ଭ କରନ୍ତି, ତେବେ ଆପଣ ଦିନସାରା ସତେଜ ଏବଂ ସକ୍ରିୟ ରୁହନ୍ତି। କିନ୍ତୁ ଚା’ ପ୍ରେମୀମାନେ ବୋଧହୁଏ ଦିନକୁ ଅନେକ କପ୍ ଚା’ ପିଅନ୍ତି। ସକାଳର ଚା’ ଠାରୁ ସନ୍ଧ୍ୟା ଚା’ ପର୍ଯ୍ୟନ୍ତ ଯଦି ଆପଣ କିଛି ସ୍ନାକ୍ସ ମିଶାନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ। କାରଣ ଖାଲି ପେଟରେ ଚା’ ପିଇବା ଉଚିତ୍ ନୁହେଁ, ଏହା ଅମ୍ଳତା ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ଟିକିଏ ଯତ୍ନ ନେବା ଉଚିତ। ବାସ୍ତବରେ, ଆପଣ ଚା’ ସହିତ ସମସ୍ତ ପ୍ରକାରର ଜିନିଷ ଖାଇ ପାରିବେ ନାହିଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା କେଉଁ ଜିନିଷ ଚା’ ସହିତ ଖାଇହେବ ନାହିଁ? ବାଦାମ: ଚା’ ସହିତ ଶୁଖିଲା ଫଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ଚା’ ସହିତ ଶୁଖିଲା…
ମେଷ- ଆଜି ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଆଜି ଅର୍ଥର ବିନିଯୋଗ ବିଷୟରେ ଆଲୋଚନା କରିପାରିବେ। ରୋଜଗାର ଏବଂ ଅର୍ଥ ପାଇଁ କରାଯାଉଥିବା ପ୍ରୟାସରେ ଆଜି ଆପଣ ସଫଳତା ପାଇବେ। ଆଜି, ଛାତ୍ରମାନେ ଆଶା କରାଯାଉଥିବା ପରି ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ। ପିଲାଠାରୁ ଲାଭ ଏବଂ ସୁଖ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। ବୃଷ- ବୃଷ ରାଶିର ଲୋକମାନେ ଆଜି କିଛି ବୃଥା ଚାପ ପାଇବେ। ଆଜି ଟଙ୍କା ଅପଚୟ କାର୍ଯ୍ୟରେ ଖର୍ଚ୍ଚ ହେବ। ଆଜି ଆପଣ ଚାକିରୀ କ୍ଷେତ୍ରରେ ସମସ୍ୟା ହୋଇପାରେ, କିନ୍ତୁ ଆପଣଙ୍କର କାର୍ଯ୍ୟ ସରିଯିବ। ଆଜି ପେଟ ସହିତ ଜଡିତ ଏକ ପ୍ରକାର ଅସୁବିଧା ହୋଇପାରେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆଜି ଭ୍ରମଣରେ ଆପଣଙ୍କୁ କିଛି ଅସୁବିଧା ହୋଇପାରେ। ଆଜି ନିଜକୁ ଏବଂ ଅନ୍ୟମାନଙ୍କୁ ବିତର୍କରୁ ଦୂରରେ ରୁହନ୍ତୁ। ମିଥୁନ- ଆଜି…
ପୁରୀ: ଆଜି ମହାସମାରୋହରେ ତିନି ରଥରେ ପାଳିତ ହୋଇଛି ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା। ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖିଥିଲେ। ଏହାକୁ ରିତି ଅନୁସାରେ ଭୋଗ କରିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇଥିଲା। ଏହାର କାରଣ ହେଲା ସେହି ଭୋଗ ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରାଯାଇଥାଏ। ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି…
ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ବାଦିକ ତଥା ଡିଏନଏ ସୋର ଆଙ୍କର ସୁଧୀର ଚୌଧୁରୀ ଆଜି ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଆଜତକ ରେ ଯୋଗ ଦେଇଛନ୍ତି। ଏହି ଚ୍ୟାନେଲରେ ଯୋଗଦେବା ପରେ ସେ କଣ କହିଛନ୍ତି ଶୁଣନ୍ତୁ। ଜୀ ନ୍ୟୁଜର ଡିଏନଏ ସୋ ପରି ଆଜତକରେ ମଧ୍ୟ ଏକ ସୋ କରିବେ ବୋଲି ସୁଧୀର ଘୋଷଣା କରିଛନ୍ତି। ସେ ତାଙ୍କର ଫ୍ୟାନମାନଙ୍କୁ ନିରାଶ ନ କରିବା ପାଇଁ ସେ ପୁଣି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ସମସ୍ୟା ପିଛା ଛାଡ଼ୁନି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି। ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି। ସହରର ଜଳବନ୍ଦୀ ବର୍ତ୍ତମାନ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ତାହା କାହାକୁ ନଦିଶିବା ସହଜରେ ହଜମ ହେଉନି। ସହରର ବିଧାରପୁର ଛକରେ ପୁନଶ୍ଚ ଜଳ ଲହଡ଼ି ମାରୁଛି। ଅସରାଏ ବର୍ଷା ହେଲେ ସେଠାରେ ଫୁଟେ ଉଚ୍ଚର ପାଣି ଜମୁଛି କିନ୍ତୁ ପ୍ରଶାସନ ଓ ଏନଏସି ଅଧ୍ୟକ୍ଷ ନିରବଦ୍ରଷ୍ଟା। ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି। ବାରମ୍ବାର ଗଣମାଧ୍ୟମରେ ଖବର ବାଜିବା ପରେ ଗତ ବର୍ଷ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷାଜଳ ନିଷ୍କାସନ ନିମନ୍ତେ ବିଧାରପୁର…
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ଆଜତକରେ ଯୋଗ ଦେଇଛନ୍ତି ଲୋକପ୍ରିୟ ସାମ୍ବାଦିକ ସୁଧୀର ଚୌଧୁରୀ। ଏ ନେଇ ଆଜି ଇଣ୍ଡିଆ ଟୁଡେ ଗ୍ରୁପର ଉପାଧ୍ୟକ୍ଷ କାଲି ପୁରୀ ଘୋଷଣା କରିଛନ୍ତି। ଆଜତକ ଏବଂ ସୁଧୀର ମିଶିଲେ ସାମାଜିକ ଗଣମାଧ୍ୟମରେ 100 ମିଲିୟନ ଦର୍ଶକ ଯୋଡି ହେବେ ବୋଲି କଂପାନୀ ଆଶା କରିଛି। ଏହି କଂପାନୀରେ ସୁଧୀର ବର୍ତ୍ତମାନ କନସୁଲଟିଙ୍ଗି ଏଡିଟର ଭାବେ ଯୋଗ ଦେଇଛନ୍ତି। ସେ ଆଜତକ ଚ୍ୟାନେଲରେ ମଧ୍ୟ ତାଙ୍କର ସେହି ଲୋକପ୍ରିୟ ସୋ ଡିଏଏନ ପରି ଏକ କାର୍ଯ୍ୟକ୍ରମ କରିବେ। ଏହାର ନାମ ଖୁବ ଶିଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି। ଏହି ସୋ ଟି ଆଜତକ ର ନ୍ୟୁଜ ଡାଇରେକ୍ଟର ସୁପ୍ରିୟା ପ୍ରସାଦଙ୍କ ତତ୍ବାବଧାନରେ ପ୍ରସ୍ତୁତ ହେବ। ସୁଧୀର ଜୀ ନ୍ୟୁଜ୍ ଛାଡିବା ପରେ ସେ ନିଜେ କିଛି କରିବେ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ସେ ଆଜତକ ରେ ଯୋଗଦେଇଛନ୍ତି। ମୁଖ୍ୟତଃ…
ଭୁବନେଶ୍ବର: ସ୍କୁଲ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରିବା ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଯାଇଛି। ଏନେଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ଵାରା ବିରୋଧ କରାଯାଇଛି। ତେବେ ତୀବ୍ର ବିରୋଧକୁ ଦେଖି କଙ୍କଡାହାଡ ବିଇଓ ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ଗଣମାଧ୍ୟମ ଉପରେ ଲାଗିଥିବା କଟକଣା ଉପରେ ବିଇଓ ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ସେ ସ୍କୁଲଗୁଡିକୁ କରିଥିବା ଚିଠିକୁ ପ୍ରତ୍ୟାହାର କରିନେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କଙ୍କଡାହାଡ ଶିକ୍ଷା ଅଧିକାରୀ ଚିଠିକୁ ପ୍ରତ୍ୟାହାର କରିନେଇଛନ୍ତି।
ଭୁବନେଶ୍ବର: ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ (ଏମସିଆରଏଲ) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି। ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ କ୍ଷେତ୍ରରେ ଏମସିଆରଏଲର ରେଳ କରିଡର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହି ରେଳ କରିଡର ଧାମରା ଏବଂ ପାରାଦୀପ ବନ୍ଦରକୁ ଦ୍ରୁତ ଗତିରେ ଅଧିକ ସଂଖ୍ୟାରେ କୋଇଲା ରେକ୍ ପରିବହନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବ। ଭିଡ଼ମୁକ୍ତ ରେଳ ନେଟୱର୍କ ପ୍ରତିଷ୍ଠା ହେବା ଫଳରେ କୋଇଲା ପରିବହନ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଅନ୍ୟପଟେ ବନ୍ଦର ନିକଟରେ ସହଜରେ କୋଇଲା ପହଞ୍ଚିବା ଫଳରେ ଜାହାଜ ଯୋଗେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରକୁ ସହଜରେ କୋଇଲା ପଠାଇବା ସମ୍ଭବ ହୋଇପାରିବ। ସାମୁଦ୍ରିକ ମାର୍ଗରେ କୋଇଲା ପରିବହନ ରେଳ ନେଟୱର୍କରେ ପରିବହନ ତୁଳନାରେ ଅପେକ୍ଷାକୃତ ଶସ୍ତା ବିକଳ୍ପ ହେବ। ତାଳଚେର କୋଇଲା କ୍ଷେତ୍ରରୁ ପ୍ରଭାବୀ କୋଇଲା ପରିବହନ…
ଭୁବନେଶ୍ୱର: କୋଭିଡ଼-19 କଟକଣା ପରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଟ୍ରେନ୍ ସେବାରେ ସମନ୍ୱୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସାମୟିକ ଏକ୍ସପ୍ରେସ ସଂରକ୍ଷିତ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବିଶାଖାପାଟନମରୁ ରାୟଗଡା, ପଲାସା ଏବଂ କିରାଣ୍ଡୁଲ କୁ ତିନି ଯୋଡ଼ା ଟ୍ରେନ ଚଳାଚଳ କରାଯାଉଥିଲା। ପରିସ୍ଥିତିର ସମୀକ୍ଷା କରିବା ପରେ ଉପରୋକ୍ତ ସାମୟିକ ଏକ୍ସପ୍ରେସ ଟ୍ରେନ୍ ଗୁଡିକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। 08504/08503 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ 15 ଜୁଲାଇ 2022 ଠାରୁ ବିଶାଖାପାଟନମ୍ରୁ ଏବଂ 16 ଜୁଲାଇ 2022 ଠାରୁ ରାୟଗଡାରୁ ଚଳାଚଳ କରିବ। ଏହା ବର୍ତ୍ତମାନ ଚଳାଚଳ କରୁଥିବା 18528/18527 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସାମୟିକ ଏକ୍ସପ୍ରେସ୍ ଟ୍ରେନ ବଦଳରେ ଚଳାଚଳ କରିବ ଯାହାର ଅବଧି 14 ଜୁଲାଇ, 2022 ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 15 ଜୁଲାଇ 2022 ପର୍ଯ୍ୟନ୍ତ ରାୟଗଡା ଠାରୁ ସମାପ୍ତ ହେବାକୁ ଯାଉଛି ଚାଲିବ। 08532/08531…
ନୂଆଦିଲ୍ଲୀ: ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଭାରତ ଚୀନ୍କୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ସୋମବାର ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ ମଧ୍ୟଭାଗରେ ବିଶ୍ଵର ଜନସଂଖ୍ୟା ଆଠ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଚାଇନା ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଆସନ୍ତା ବର୍ଷ ଭାରତ ଏହାକୁ ଅତିକ୍ରମ କରିବ। ମିଳିତ ଜାତିସଂଘ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଜନସଂଖ୍ୟା ଅନୁଯାୟୀ ୨୦୨୩ ସୁଦ୍ଧା ଚୀନ୍କୁ ଭାରତ ଅତିକ୍ରମ କରିବ। ମିଳିତ ଜାତିସଂଘର ଜନସଂଖ୍ୟା ବିଭାଗର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ଦ୍ୱାରା ‘ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବର ୧୫ ତାରିଖ ୨୦୨୨ ସୁଦ୍ଧା ବିଶ୍ଵର ଜନସଂଖ୍ୟା ଆଠ ବିଲିୟନରେ ପହଞ୍ଚିବ। ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଏହି…
ଦିଲ୍ଲୀ: ନୀତି ଆୟୋଗ ଏହାର ସିଇଓ ଭାବେ ପରମେଶ୍ୱରନ ଆୟାରଙ୍କୁ ସ୍ୱାଗତ କରିଛି। ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ୨୫ ବର୍ଷରୁ ଅଧିକ ସମୟର ଅନୁଭବ ସହିତ, ଶ୍ରୀ ଆୟାର ଭାରତର ପ୍ରମୁଖ ୨୦ ଡଲାର ବିଲିୟନ୍ର ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଇଥିଲେ, ଯେଉଁଥିରେ ସେ ସଫଳତାପୂର୍ବକ ୫୫୦ ମିଲିୟନ୍ ଲୋକ ମାନଙ୍କୁ ସୁରକ୍ଷିତ ସ୍ୱଚ୍ଛତା ପ୍ରଦାନ କରିଛନ୍ତି। “ପୁଣି ଥରେ ଦେଶର ସେବା କରିବା ପାଇଁ ନୀତି ଆୟୋଗର ସିଇଓ ରୂପରେ ଏହି ଅବିଶ୍ୱସନୀୟ ସୁଯୋଗ ମିଳିଥିବାରୁ ମୁଁ ସମ୍ମାନିତ ଏବଂ ବିନମ୍ର। ଏକ ପରିବର୍ତ୍ତିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବାର ଆଉ ଏକ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଉଛି” ବୋଲି ଶ୍ରୀ ଆୟାର କହିଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ୧୯୮୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ, ଶ୍ରୀ ଆୟାର ସରକାରୀ ଏବଂ ଘରୋଇ ଉଭୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ସେ ୨୦୧୬…
କନ୍ଦର୍ପ ବେହେରା ରେଢାଖୋଲ: ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ବିଦ୍ୟାଳୟକୁ ପୁରାଇ ନ ଦେବାକୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ସାମ୍ବାଦିକ ମାନେ ଏହାର ଘୋର ବିରୋଧ କରୁଛନ୍ତି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁୁ ଓୟୁଜେ ରେଢାଖୋଲ ଶାଖା ତରଫରୁ ପ୍ରଦାନ କରାଯାଇଛି। ଓୟୁଜେ ରେଢାଖୋଲ ୟୁନିଟ୍ ର ସଭାପତି ଶରତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ସଂଘର ସଦସ୍ୟ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସରକାରଙ୍କ ଗଣଶିକ୍ଷାବିଭାଗ ଏଭଳି ଅଗଣତାନ୍ତ୍ରୀକ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଓୟୁଜେ ରେଢାଖୋଲ ଶାଖା ଦାବୀ କରିଛି। ଗଣମାଧ୍ୟମ ପ୍ରତି ଶିକ୍ଷା ବିଭାଗ ଏଭଳି ଏକ ଚରମ ନିଷ୍ପତ୍ତି ନେଇ ନିର୍ଦ୍ଦେଶନାମା ଜାରି କରିଥିବାରୁ ରେଢାଖୋଲ ୟୁନିଟ୍ ଏହାର ଏକ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କୌଣସି କାର୍ଯ୍ୟକ୍ରମକୁ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ରେଙ୍ଗାଲି ବଡ଼ମାଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବାଇକ ଚୋରି ଅଭିଯୋଗରେ ରବିବାର ତିନି ଜଣଙ୍କୁ ଗିରଫ କରିଛି ଚାରମାଳ ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼ମାଲ ଗ୍ରାମର ଶୁଭ୍ରଜିତ ସାହୁଙ୍କ ଘରୁ ଶନିବାର ରାତିରେ ଏକ ହିରୋ ପେଶନ ପ୍ରୋ ଗାଡି ଚୋରି ହୋଇଥିବା ନେଇ ବଡ଼ମାଳ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଏନେଇ ବଡ଼ମାଲ ଫାଣ୍ଡି ଅଧିକାରୀ ଗଣେଶ ବାରିକଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ବଡମାଳ ଗ୍ରାମର ଏକ ସାହିରେ ଚଢ଼ାଉ କରି ୩ଜଣକୁ ଥାନାକୁ ଅଣାଯାଇଥିଲା। ଏବଂ ତଦନ୍ତ ପରେ ଜଂଗଲ ଭିତରୁ ଭାଙ୍ଗିରୁଜି ପଡ଼ିଥିବା ଅବସ୍ଥାରେ ବାଇକ୍ ଟିକୁ ଉଦ୍ଧାର କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ଶଙ୍କର, ଘୁଙ୍ଘୁରୁ ଷଣ୍ଢ ଓ ମୋନଜ ନାୟକ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଚାରମାଳ ପୋଲିସ କେସ ନଂ ୯୪ ରେ ଏକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନୂଆ ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି। ଏଥିସହିତ ସେ ନୂତନ ସଂସଦର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ କଥାବାର୍ତ୍ତା କରିଥିଲେ। ବ୍ରୋଞ୍ଜରେ ନିର୍ମିତ ଅଶୋକ ସ୍ତମ୍ଭର ମୋଟ ଓଜନ ହେଉଛି ୯୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬.୫ ମିଟର। ଏହାକୁ ନୂଆ ସଂସଦ ଭବନର ସେଣ୍ଟ୍ରାଲ ହଲର ଶୀର୍ଷରେ ରଖା ଯାଇଅଛି। ସେହିପରି ପ୍ରାୟ ୬୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଇସ୍ପାତର ଏକ ସହାୟକ ଢାଞ୍ଚା ମଧ୍ୟ ପ୍ରତୀକର ସୁରକ୍ଷା ରଖିବା ପାଇଁ ନିର୍ମାଣ କରାଯାଇଛି। ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ କାଷ୍ଟିଙ୍ଗର ସଂକଳ୍ପ ସ୍କେଚ୍ ଏବଂ ପ୍ରକ୍ରିୟା ମାଟି ମଡେଲିଂ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସ ଠାରୁ ବ୍ରୋଞ୍ଜ କାଷ୍ଟିଂ ଏବଂ ପଲିସିଂ ପର୍ଯ୍ୟନ୍ତ ଆଠଟି ବିଭିନ୍ନ ପ୍ରସ୍ତୁତି ପର୍ୟ୍ୟାୟ ଦେଇ ନିର୍ମାଣ ହୋଇଛି।
ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଘେଇପୁଟ ଛକ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକର ପରିଚୟ ମିଳିନାହିଁ। ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ଜଣାପଡିଛି ଗୋଟିଏ ବୋଲୋରୋ ଖୋର୍ଦ୍ଧା ପଟୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଇଣ୍ଡିକା କାରକୁ ଧକ୍କା ଦେଇଥିଲା। ଏହାପରେ ଇଣ୍ଡିକା କାରଟି ଆଗରେ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତିନୋଟି ଗାଡି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡି ଯାଇଥିଲା। ଗାଡିରେ ଥିବା ଯାତ୍ରୀମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ପଠାଇଛନ୍ତି। ଦୁର୍ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ନେବା ବ୍ୟବସ୍ଥା କରିଛନ୍ତି। ଜାତୀୟ ରାଜପଥ କାର୍ଯ୍ୟରେ ନିୟୋଜିତ ଏଆଇପିଏଲ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ…
ସ୍ୱାସ୍ଥ୍ୟ ଟିପ୍ସ: କାର୍ଯ୍ୟ ଚାପ, ଥକାପଣ ଏବଂ ବେଳେବେଳେ କ୍ରୋଧ ହେତୁ ଅନେକ ଲୋକ ରାତିରେ ନ ଖାଇ ଶୋଇପଡନ୍ତି। ଏଥିସହିତ, କିଛି ଲୋକ ମେଦବହୁଳତା ଭୟରେ ରାତିରେ ଖାଦ୍ୟ ଖାଆନ୍ତି ନାହିଁ। କିନ୍ତୁ କିଛି ନ ଖାଇ ଶୋଇବାର ଅଭ୍ୟାସ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇପାରେ। ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ ଖାଲି ପେଟରେ ଶୋଇବା ଦ୍ୱାରା ଶରୀରର କ୍ଷତି ବିଷୟରେ କହିବୁ। ଖାଲି ପେଟରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଏହି କ୍ଷତି ଘଟାଇପାରେ: ଅନେକ ଲୋକ ଅନୁଭବ କରନ୍ତି ଯେ ଶରୀରକୁ ରାତିରେ ଖାଇବା ଆବଶ୍ୟକ ନାହିଁ। କିନ୍ତୁ ଶରୀର ୨୪ ଘଣ୍ଟା ପାଇଁ ଶକ୍ତି ଉତ୍ପାଦନ କରେ ଏବଂ ସବୁବେଳେ କ୍ୟାଲୋରୀ ଜାଳେ, ତେଣୁ ଶରୀରକୁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରେ। ସ୍ୱାସ୍ଥ୍ୟ ସୂତ୍ର ଅନୁଯାୟୀ, ଯେଉଁମାନେ ରାତିରେ ଶୋଇବା ପୂର୍ବରୁ ପ୍ରୋଟିନ୍…
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ସୋମବାର ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଭକ୍ତମାନେ ଭଗବାନ ଶିବଙ୍କୁ ନିୟମ ଅନୁଯାୟୀ ପୂଜା କରନ୍ତି ଏବଂ ଉପବାସ ପାଳନ କରନ୍ତି। ଏହି ଉପବାସକୁ ପାଳନ କରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଦୁଃଖ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇ ଜୀବନ ସୁଖୀ ହୁଏ। ଭଗବାନ ଶିବ ଅତ୍ୟନ୍ତ ଶୀଘ୍ର ପ୍ରସନ୍ନ ଦେବତା ଏବଂ ତାଙ୍କୁ ପାଳନ କରିବା ଏବଂ ପ୍ରସନ୍ନ କରିବା ପାଇଁ କୌଣସି ବିଶେଷ ଉପାସନା ଆବଶ୍ୟକ ନାହିଁ। ଏହି ଉପବାସ ବହୁତ ସରଳ। କିନ୍ତୁ ଏହି ଉପବାସକୁ ପାଳନ କରିବା ପାଇଁ କିଛି ନିୟମ ଅଛି, ଯାହା ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ ସୋମବାର ଉପବାସ କରୁଛନ୍ତି କିମ୍ବା ଏହା କରିବାକୁ ଯାଉଛନ୍ତି, ତେବେ ଉପବାସ ସମୟରେ କେଉଁ ନିୟମ ପାଳନ କରିବା ଆବଶ୍ୟକ ତାହା ଜାଣନ୍ତୁ। ସୋମବାର ଭଗବାନ ଶଙ୍କରଙ୍କୁ ପୂଜା କରିବାବେଳେ କେଉଁ…

