ଦିଲ୍ଲୀ: କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜିଲ୍ଲାପାଳ ମାନଙ୍କୁ ହୋଟେଲ୍ ଏବଂ ରେଷ୍ଟୁରାଂଟ ଦ୍ୱାରା ସେବା କର ସମ୍ପର୍କିତ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଗୁଡିକୁ ଲାଗୁ କରିବା ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କିତ ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ସମ୍ପର୍କରେ ଯାଂଚ କରି ପାରିବେ ଏବଂ ୧୫ ଦିନ ଭିତରେ ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବେ। ସିସିପିଏ ସାରା ଭାରତରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଏବଂ ଜିଲ୍ଲାପାଳ ମାନଙ୍କୁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହାର ତତ୍କାଳ କାର୍ଯ୍ୟାନ୍ୱୟନ ସହିତ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର- ପ୍ରସାର ବ୍ୟବସ୍ଥା କରିବା ନିମନ୍ତେ ଚିଠି ଲେଖିଛନ୍ତି। ଏହି ଚିଠିରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆ ଯାଇଛି ଯେ, ସେବା ଶୁଳ୍କ ଲଗାଇବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଟେ ଏବଂ ଏହା ଅନୁଚିତ ବ୍ୟବସାୟ ପ୍ରଥା ସୃଷ୍ଟି କରିଥାଏ, ଯେଉଁଥିରେ ଏକ ଶ୍ରେଣୀର…
Author: Samikhsya Bureau
ଭୁବନେଶ୍ବର: ‘ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କଳାକାର ଯୋଗ ଦେଇଥିଲେ। ଆଜି ଏହାର ଶୁଭ ମହୁରତ ହେବା ସହ ଅଗଷ୍ଟ ପ୍ରଥମ ସପ୍ତାହରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି। ଏଥିରେ ନୂଆ ଯୋଡି ଭାବେ ପ୍ରେମ୍, ସୁସ୍ମିତା ନଜର ଆସିବେ। ଏମାନଙ୍କ ସହ ପୂଜା, ଆଶୁତୋଷ, ରବି ମିଶ୍ର, ଦେବଦତ୍ତ, ତପସ୍ୱିନୀ ପ୍ରମୁଖ ଅଭିନୟ କରିଛନ୍ତି। ସତ୍ୟ ନାରାୟଣ ସାହୁ ସିନେମାରେ ନୂଆକରି ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକ ନୂଆ କରି ପ୍ରଯୋଜନା ଭାର ତୁଲାଇଛନ୍ତି। ସେହିପରି ନନ୍ଦିନୀ ଆଇ ଲଭ ୟୁ, ମିତରେ ମିତ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢ଼ୀ ଏହି ସିନେମାରେ ସଂଗୀତ ସଜାଇଛନ୍ତି। ଓଲିଉଡର ସୁପରହିଟ ଯୋଡି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା ଏହି…
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ରରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଏହା ସେମାନଙ୍କର ପ୍ରଥମ ସାକ୍ଷାତ ଥିଲା। ସିନ୍ଦେ ଏବଂ ଫଡନାଭିସ୍ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହାରାଷ୍ଟ୍ରର ବିକାଶ ପାଇଁ ତାଙ୍କର “ଆଶୀର୍ବାଦ ଏବଂ ମାର୍ଗଦର୍ଶନ” ମାଗିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟରରେ କହିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହାପୂର୍ବରୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିନ୍ଦେ କହିଛନ୍ତି ଯେ, ସେ ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରିବେ ଏବଂ ମହାରାଷ୍ଟ୍ରକୁ ନୂତନ ଉଚ୍ଚତାକୁ ନେବାକୁ ଚେଷ୍ଟା କରିବେ। ସିନ୍ଦେ କହିଛନ୍ତି ଯେ, ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ସମୃଦ୍ଧି ଏକ୍ସପ୍ରେସୱେ, ସହରରେ ମେଟ୍ରୋ ରେଳ…
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜିକାଲି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ତାଙ୍କ ବ୍ୟାଟ୍ କ୍ରିକେଟ୍ ର ତିନୋଟି ଫର୍ମାଟରେ ଚାଲୁନାହିଁ। ନିକଟରେ ଭାରତ ଭ୍ରମଣ କରିଥିବା ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ କୋହଲିଙ୍କୁ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଏହା ପରେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ସେ ୧୧ ଓ ୨୦ ରନର ଇନିଂସ ଖେଳିଥିଲେ। ଏବେ ଇଂଲଣ୍ଡ ବିପକ୍ଷରେ ଶେଷ ଦୁଇଟି ଟି-୨୦ରେ କୋହଲିଙ୍କୁ ଦେଖିବାକୁ ମିଳିବେ। ଫେବୃଆରୀରେ ସେ ତାଙ୍କର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୟୁଏଇରେ ଟି-୨୦ ବିଶ୍ୱକପ ୨୦୨୧ ପରଠାରୁ ବିରାଟ କେବଳ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଶିଖର ଧାୱନଙ୍କୁ ଭାରତୀୟ ଦଳର ଦାୟିତ୍ଵ ଦିଆଯାଇଛି। ଏହି ସିରିଜ ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ଦଳ ପରିଚାଳନା ଉଭୟ ଖେଳାଳିଙ୍କୁ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ଲାଗି ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି। ‘‘ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ୫ରୁ ୬ ପ୍ରତିଶତ ରହୁଛି। ତେଣୁ ଲୋକେ ଭୟଭୀତ ନହୋଇ କୋଭିଡ୍ ଉପଯୋଗୀ ଆଚରଣ ପାଳନ କଲେ ଆମେ ସଫଳ ଭାବେ ଏହାର ମୁକାବିଲା କରିପାରିବା’’, କହିଛନ୍ତି ଡାକ୍ତର ସରୋଜ କୁମାର ମିଶ୍ର। ସେ ସୂଚନା ଦେଇ କହିଛନ୍ତି ଯେ,…
କଲମ୍ବୋ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମଶିଙ୍ଘେ ଇସ୍ତଫା ଦେଇଛନ୍ତି। ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟରରେ ସେ ଲେଖିଛନ୍ତି ଯେ, “ସମସ୍ତ ନାଗରିକଙ୍କ ସୁରକ୍ଷା ସମେତ ସରକାରଙ୍କ ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ମୁଁ ଆଜି ଦଳୀୟ ନେତାଙ୍କ ସର୍ବଶ୍ରେଷ୍ଠ ସୁପାରିଶକୁ ଗ୍ରହଣ କରିଛି। ଏକ ସୁବିଧା ପାଇଁ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବି।”
ଭୁବନେଶ୍ବର: ୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି। ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟର ପ୍ରିନ୍ସିପାଲ କମିଶନର ଭାବେ କାର୍ଯ୍ୟରତ ଥିଲେ। ୧୯୮୯ରେ ଆସିଷ୍ଟାଣ୍ଟ କମିଶନର ଭାବେ ବିଭାଗରେ ଯୋଗ ଦେଇ ସେ କୋଲକାତା, ବେଙ୍ଗାଲୁରୁ, ଭାଇଜାଗ, ହାଇଦ୍ରାବାଦ ଆଦି ସ୍ଥାନରେ କାମ କରିଥିଲେ। ୨୦୧୮ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ପ୍ରିନ୍ସିପାଲ କମିଶନର, ଭୁବନେଶ୍ୱର ଜିଏସଟି କମିଶନରେଟ ସହ ସେ ଅତିରିକ୍ତ ଭାବେ ଭୁବନେଶ୍ୱର ଅଡିଟ କମିଶନରେଟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଡିଟ କମିଶନରେଟରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୪୨.୪୫ ପ୍ରତିଶତ ଅଧିକ ଟିକସ ଫାଙ୍କି ଚିହ୍ନଟ ହୋଇଥିବା ବେଳେ ସେହି…
କନ୍ଦର୍ପ ବେହେରା ରେଢାଖୋଲ: ରେଢ଼ାଖୋଲ ଡାକ୍ତରଖାନାରେ ଜନୈକ ସିକ୍ୟୁରିଟି ଗାର୍ଡ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ରେଢ଼ାଖୋଲ ଡାକ୍ତରଖାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ରେଢାଖୋଲ ଏନଏସି ଅଞ୍ଚଳର ହୋଇ ଥିବା ବେଳେ ସେ ଏବେ ରେଢାଖୋଲ ବ୍ଲକ ଅଞ୍ଚଳର ଏକ ସରକାରୀ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତି। ନାବାଳିକାଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କ ଦେହ ଖରାପ ହେବାରୁ ସେ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ବାପାଙ୍କୁ ଭର୍ତ୍ତି କରିଥିଲେ। ସେ ଏବଂ ତାଙ୍କ ମାଁ ଉଭୟେ ମିଶି ବାପାଙ୍କ ପାଖରେ ଥାଇ ଜଗାରଖା କରୁଥିଲେ। ହେଲେ ଗୁରୁବାର ରାତି ୧ ଟା ତଥା ଶୁକ୍ରବାର ଭୋର ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ ଗଣେଶ ସାହୁ ନାମକ ସିକ୍ୟୁରିଟୀ ଗାର୍ଡ ଆସି ସେ ତାଙ୍କ ମାଁ ଙ୍କ ପାଖରେ ଶୋଇଥିବା ସମୟରେ ଅସଦାଚରଣ କରିବା ପାଇଁ ଜୋର୍ ଜବରଦସ୍ତ ଉଦ୍ୟମ କରିଥିଲା। ପରେ ଝିଅଟି ଏହାକୁ…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେଧିରେ ସକ୍ରିୟା ହେବାରେ ଲାଗିଛି। ଏହାର ପ୍ରଭାବରେ ଓଡିଶା ଏବଂ ପାଶ୍ବବର୍ତ୍ତି ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ମୁଖ୍ୟ ସମୁଦ୍ରରୁ ସାତ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହା ଫଳରେ ରାଜ୍ୟର ସାତୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି। ଯେଉଁ ଜିଲ୍ଲାଗୁଡିକୁ ଏହି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ସେଗୁଡିକ ହେଲା, କନ୍ଧମାଳ, ନବରଂଗପୁର, ନୂଆପଡା, କୋରାପୁଟ, ରାୟଗଡା, ମାଲକାନାଗିରି ଏବଂ ବରଗଡ। ଏହି ଜିଲ୍ଲାଗୁଡିକରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏଗାର ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରୀ କରିଯାଇଛି। ସେଗୁଡିକ ହେଲା ବଲାଙ୍ଗୀର, ଗଜପତି, ମୟୁରଭଂଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୋନପୁର, ବୈଦ୍ଧ ଏବଂ କନ୍ଧମାଳ।
ରେଢ଼ାଖୋଲ: ଆଜି ରେଢ଼ାଖୋଲ ଡାକବଙ୍ଗଳା ଠାରେ ଓୟୁଜେ ରେଢ଼ାଖୋଲ ୟୁନିଟ୍ ର ତ୍ରୈମାସିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଭ୍ୟ ଜୟନ୍ତ କୁମାର ଖଡ଼ିରତ୍ନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମୟ ର ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦୁର୍ଘଟଣାରେ ମ୍ରୁତ୍ୟୁ ହୋଇଯାଇଥିବାରୁ ତାଙ୍କର ଆତ୍ମାର ସଦ୍ ଗତି କାମନା ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶରତ କୁମାର ପ୍ରଧାନ ସଭାପତି, ତପନ କୁମାର ବିଶ୍ବାଳ ଉପସଭାପତି, ଶଙ୍କର ପ୍ରୁଷ୍ଟି, ସଂପାଦକ ସରୋଜ୍ ରାଉତ, କୋଷାଧ୍ୟକ୍ଷ ପ୍ରଶନ୍ନ କୁମାର ପ୍ରଧାନ, ସହ ସଂପାଦକ ଅନୀଲ କୁମାର ପ୍ରୁଷ୍ଟି ସାଂଗଠନିକ ସଂଯୋଜକ ଭାବରେ ମନୋନୀତ କରାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ଜୟନ୍ତ କୁମାର ଖଡ଼ିରତ୍ନ, କନ୍ଦର୍ପ ବେହେରା, ରମାକାନ୍ତ ମହାନନ୍ଦ, ସରୋଜ କୁମାର ସାହୁ, ଅରୁଣ କୁମାର ପ୍ରଧାନ, ରଶ୍ମିତା ରାଉତ ପ୍ରମୁଖ ଯୋଗଦେଇଥିଲେ।…
ସ୍ୱାସ୍ଥ୍ୟ ଟିପ୍ସ: କୋଲେଷ୍ଟ୍ରଲ ଆମ ଶରୀରରେ ମହମ ପରି ପଦାର୍ଥ। ଏହା ଶରୀରର କୋଷଗୁଡ଼ିକରେ ଦେଖାଯାଏ। ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ, ଭଲ କୋଲେଷ୍ଟ୍ରଲ ଏବଂ ଖରାପ କୋଲେଷ୍ଟ୍ରଲ ଅଛି। ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ। ଏହି କାରଣରୁ ଶରୀରରେ ଅନେକ ସମସ୍ୟାର ଆଶଙ୍କା ଥାଏ। ସେଥିପାଇଁ ଅନେକ କୋଲେଷ୍ଟ୍ରଲ ରୋଗୀ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି। କୋଲେଷ୍ଟ୍ରଲରେ ପୀଡିତ ରୋଗୀଙ୍କୁ କିଛି ଜିନିଷ ନ ଖାଇବାକୁ ପରାମର୍ଶ ଦିଆଯାଇଛି, କାରଣ ଏହିପରି ଖାଦ୍ୟ କୋଲେଷ୍ଟ୍ରଲର କ୍ଷତି ଘଟାଇପାରେ। ଆସନ୍ତୁ ଜାଣିବା ଏହି ଖାଦ୍ୟଗୁଡ଼ିକ ବିଷୟରେ- ମାଂସଠାରୁ ନିଜକୁ ଦୂରରେ ରଖନ୍ତୁ: ଯଦି ଆପଣ କୋଲେଷ୍ଟ୍ରଲର ଶିକାର ହେଉଛନ୍ତି, ତେବେ ଲାଲ ମାଂସ ଖାଅନ୍ତୁ ନାହିଁ। ଲାଲ ମାଂସ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବୃଦ୍ଧି ହେବାର ସାମର୍ଥ୍ୟ ଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଛି। ସାଧନା ଗୁପ୍ତାଙ୍କୁ ଗୁରୁଗାଓଁର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ରହିଥିଲା। ଏହାପୂର୍ବରୁ ସେ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଥିଲେ, କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଗୁରୁଗାଓଁକୁ ଅଣାଯାଇଥିଲା, ଯାହା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ସାଧନା ଗୁପ୍ତାଙ୍କୁ ଗତ ୧୫ ଦିନ ଧରି ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ସହିତ ଶର୍କରା ସମସ୍ୟା ମଧ୍ୟ ରହିଥିଲା, ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ସେ ଅନେକ ଦିନ ଭେଣ୍ଟିଲେଟରରେ ଥିଲେ। ମୁଲାୟମ ସିଂ ଯାଦବ ମଧ୍ୟ ତାଙ୍କର ନିରନ୍ତର ଯତ୍ନ ନେଉଥିଲେ। ତାଙ୍କ ପତ୍ନୀଙ୍କ ଯତ୍ନ ନେବା ପାଇଁ ମୁଲାୟମ ସିଂ ଯାଦବ…
ପୁରୀ: ତିନିଠାକୁର ରଥାଋଢ ହେବା ପରେ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ଚାରମାଳ ଫିଟା ଯିବା ପରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆରମ୍ଭ ହୋଇଥିଲା ବଡ ଭାଇ ବଳଭଦ୍ରଙ୍କ ରଥଟଣା। ଏଥର ବାହୁଡା ନିତି ନିର୍ଦ୍ଧାରିତ ସମୟ ପୂର୍ବରୁ କରାଯାଇଛି। ଏପରିକି ରଥଟଣା ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି। ଫଳରେ ଭକ୍ତଙ୍କ ମଧ୍ୟରେ ବେଶ୍ ଆନନ୍ଦର ଲହରୀ ଖେଳିଯାଇଛି। ଆଜି ଭୋର ୪ଟାରୁ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ। ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ। ପରେ ପରେ ଭଉଣୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଥିବା ବେଳେ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ…
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟକୁ ନେଇ ନିଜ ସରକାରକୁ ଉତ୍ତରପ୍ରଦେଶର ପିଲିଭୀତରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ଦୀର୍ଘ ଦିନ ଧରି ବରୁଣ ଗାନ୍ଧୀ ସାଧାରଣ ଜନତାଙ୍କ ପ୍ରଶ୍ନ ଉଠାଇ ନିଜ ସରକାରକୁ ଆକ୍ରମଣ କରୁଥିବାର ନଜର ଆସିଛନ୍ତି। ଏହି କ୍ରମରେ, ବର୍ତ୍ତମାନ ଏଲପିଜି ମୂଲ୍ୟ ବୃଦ୍ଧି ହେତୁ ସେ ଗରିବ ଲୋକଙ୍କ ଅବସ୍ଥା ବିଷୟରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ବରୁଣ ଗାନ୍ଧୀ ତାଙ୍କ ନୂତନ ଟ୍ୱିଟରେ ଲେଖିଛନ୍ତି ଯେ, ‘ଚୁଲିରେ କାଠ ଏବଂ ନାଲି ସିଲିଣ୍ଡର ସାଜସଜ୍ଜାର ବସ୍ତୁ ହୋଇ ରହିଛି, ମାସ ମାସ ଧରି ଗ୍ୟାସ ପାସବୁକ୍ ପୃଷ୍ଠାରେ କୌଣସି ପ୍ରବେଶ କରାଯାଇ ନାହିଁ। ଏହା ହେଉଛି ଲକ୍ଷ ଲକ୍ଷ ମହିଳାଙ୍କ ଯନ୍ତ୍ରଣା, ଯାହାକୁ ଆମେ ‘ଧୂଆଁରୁ ମୁକ୍ତି’ର ସ୍ୱପ୍ନ ଦେଖାଇଥିଲୁ। ବାସ୍ତବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଜ୍ଜଳା ଯୋଜନା ଅଧୀନରେ ଦେଶର ଅନେକ…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରେଢାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଆର. ବଡ଼ମାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଆର. ବଡ଼ମାଳ ଗ୍ରାମର ଲୁକୁ ପ୍ରଧାନ। ସେ ଜମିକୁ ଭୋର ସକାଳୁ ଲୁକୁ ଯାଇ ଥିବା ବେଳେ ଏକ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୁଣ୍ଡରେ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଘଟଣା ସ୍ଥଳରୁ ସେ କୌଣସି ପ୍ରକାରେ ଖସି ଆସିବା ପରେ ପରିବାର ଓ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଲୁକୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ବଡ଼ମାଳ ଅଞ୍ଚଳରେ ଦିନକୁ ଦିନ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି (ଜୁଲାଇ 9) ବର୍ମିଂହାମର ଏଜବାଷ୍ଟନ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧-୦ ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ କବ୍ଜା କରିବାକୁ ଚାହୁଁଥିବାବେଳେ ଇଂଲଣ୍ଡ ପାଇଁ ଏହା ଏକ ‘କର ବା ମର’ ମ୍ୟାଚ୍ ହେବ। ସିରିଜରେ ରହିବାକୁ ତାଙ୍କୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ଇଂଲଣ୍ଡ ପାଇଁ ଗୋଟିଏ ଭଲ କଥା ହେଉଛି ଯେ ସେମାନେ ଆଜି ପର୍ଯ୍ୟନ୍ତ ଏଜବାଷ୍ଟନ୍ ରେ କୌଣସି ଟି-୨୦ ମ୍ୟାଚ୍ ହାରି ନାହାଁନ୍ତି। ଇଂରାଜୀ ଦଳ ଏଠାରେ ତିନୋଟି ମ୍ୟାଚ୍ ଖେଳି ତିନୋଟି ଜିତିଛି। ଏଥିରେ ଭାରତ ସହ ଏକ ମ୍ୟାଚ୍ ମଧ୍ୟ ହୋଇଛି। ଆଠ ବର୍ଷ ପୂର୍ବେ ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ୩ ରନରେ ଭାରତକୁ ପରାସ୍ତ କରିଥିଲା। ପିଚ୍…
ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୦୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୮୯ ଦେବଗଡ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୮ ଯାଜପୁର ଜିଲ୍ଲାରୁ- ୧୦ ଝାରସୁଗୁଡା ଜିଲ୍ଲାରୁ- ୭ କଳାହାଣ୍ଡି ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୩ କେନ୍ଦୁଝର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୨୩୭ ମାଲକାନଗିରି ଜିଲ୍ଲାରୁ- ୩ ମୟୂରଭଞ୍ଜ ଜିଲ୍ଲାରୁ- ୮ ନୟାଗଡ…
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ବିରୋଧରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଭାରତରେ କରୋନା ମାମଲାରେ ଚିନ୍ତା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧି ପାଇଛି। ଆଜି ପୁଣି ୧୮ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୮୪୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି। ଏହି ମାମଲା ଶୁକ୍ରବାର ଅପେକ୍ଷା ସାମାନ୍ୟ ଅଧିକ। ୨୪ ଘଣ୍ଟା ମଧ୍ୟରେ ୪୩ କରୋନା ସଂକ୍ରମିତ ରୋଗୀ ପ୍ରାଣ ହରାଇଛନ୍ତି। ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୨୫ ହଜାର ୨୮ କୁ ବୃଦ୍ଧି ପାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ଫଳାଫଳ ପ୍ରକାଶ ପରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ସଫଳତା ପାଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ବାଣପୁର ବିଇଓଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ୭ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ କେବଳ ୩ ଜଣ ଛାତ୍ର ଏଥିରେ ସାମିଲ ହୋଇପାରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଜଣଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। କାରଣ ତୃତୀୟ ସ୍ଥାନରେ ଥିବା ସଂଗୀତା ପଲେଇ ଜଣେ ବାପ ଛେଉଣ୍ଡ ବାଳିକା। ତଥାପି ବହୁ ବାଧାବିଘ୍ନ ମଧ୍ୟରେ ସଂଗୀତା ପାଠ ପଢିବା ଜାରି ରଖିଥିବା ବେଳେ ଚଳିତ ପରୀକ୍ଷାରେ ସେ…
ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା, ଜନ୍ମବେଦିରୁ ଶ୍ରୀମନ୍ଦିରକୁ ଫେରିବେ ମହାବାହୁ। ସେଥିପାଇଁ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ପହଣ୍ଡି ବିଜେ। ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରିଛନ୍ତି । ଆଜି ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।ବର୍ତ୍ତମାନ ବଡ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି।ରଥଯାତ୍ରା ପରି ବହୁଡା ଯାତ୍ରାରେ ମଧ୍ୟ ବହୁ ଲୋକଙ୍କ ସମାଗମ ହୋଇଛି। ଲୋକଙ୍କ ଗଳହିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ୧୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ତିନିଠାକାୁରଙ୍କୁ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

