Author: thesamikhsya

ଭୁବନେଶ୍ବର : ଆଜି ବିଜୁ ଜନତା ଦଳ ଜଣେ ନେତାଙ୍କୁ ଦଳରୁ ବହିସ୍କାର କରିଛନ୍ତି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳ ତରଫରୁ ବହିସ୍କାର କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ବହିସ୍କାର କରାଯାଇଛି ବୋଲି କୁହାଯାଇଛି। ସେ ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ। ଏହି ବହିସ୍କାର ନେଇ ଆଜି ବିଜେଡି କାର୍ଯ୍ୟାଳୟ ତରଫରୁ ନୋଟିସ ଜାରୀ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଗଲା ବୋଲି ଉଲ୍ଲେଖ କରାଯାଇଛି।

Read More

ଭୁବନେଶ୍ବର: ଆଜି ସାରା ଉପକୂଳ ଓଡିଶା ତଥା ପଶ୍ଚିମ ଓଡିଶାର ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାର ଜଣାପଡିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ଦୁଇଦିନ ତୁଳନାରେ ରାଜ୍ୟ କୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ ଆଜିର ତାପମାତ୍ରା ବେଶ ବୃଦ୍ଧି ପାଇବାରେ ଲାଗିଛି।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ ହୀରାକୁଦ: ୪୧.୪ ଡ଼ିଗ୍ରୀ ସମ୍ବଲପୁର: ୪୧.୨ ଡ଼ିଗ୍ରୀ ଭୁବନେଶ୍ୱର: ୪୧ ଡ଼ିଗ୍ରୀ ବାଲେଶ୍ୱର: ୩୮.୨ ଡ଼ିଗ୍ରୀ କେଉଁଝର: ୩୮ ଡ଼ିଗ୍ରୀ ଚାନ୍ଦବାଲି:୩୭.୮ ଡ଼ିଗ୍ରୀ ପୁରୀ: ୩୫ ଡ଼ିଗ୍ରୀ ଗୋପାଳପୁର: ୩୪.୪ ଡ଼ିଗ୍ରୀ ପାରାଦୀପ: ୩୨.୮ ଡ଼ିଗ୍ରୀ ରହିଛି।

Read More

ଭୁବନେଶ୍ୱର: ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସର ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପ୍ରଦେଶ ସଭାପତି ଶରତ ପଟ୍ଟନାୟକ। ଦଳ କହିଛି ଯେ, ସାମାନ୍ୟ ଟିକେ ଖରାଦିନିଆ ମେଘ ପବନ ହେଲେ ରାଜଧାନୀରେ ୬ ଘଣ୍ଟାରୁ ୮ ଘଂଟା ଅନ୍ଧାରରେ ରହୁଛି । ରାଜ୍ୟ ସରକାର ବିଦ୍ୟୁତ ଭିତ୍ତିଭୂମି ପାଇଁ ୨୦୦୦ କୋଟି ଟଙ୍କା ଦେଇଥିଲେ। ତାହା କେଉଁଥିରେ ଖର୍ଚ୍ଚ କରାଗଲା ନା ହାତ ଚିକ୍କଣ କରାଗଲା ବୋଲି ସେ କଟୁ ସମାଲୋଚନା କରିଛନ୍ତି ସଭାପତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ବର୍ତ୍ତମାନ ଉପହାର ଦେବା ଏକ ଫ୍ୟାସନରେ ପରିଣତ ହୋଇଛି। ବିଭିନ୍ନ ପର୍ବପର୍ବାଣୀରେ ଏହି ଉପହାର ଦିଆଯାଏ। ହେଲେ ସେଥିରେ କେବଳ ଡ୍ରାଏ ଫୁଡ କିମ୍ବା ମିଠା ପ୍ୟାକେଟ ପ୍ରଦାନ କରାଯାଏ। ହେଲେ ଏବେ ପିଠାକୁ ମଧ୍ୟ ଆପଣ ଉପହାର ଦେଇପାରିବେ। କାରଣ ତାହାକୁ ସେହିପରି ପ୍ୟାକେଜିଂ କରାଯାଇଛି। ବାଉଁଶ କାଠିରେ ତିଆରି ଉପହାର ପେଡିରେ ପିଠା ରଖାଯାଇ ହଳଦିଆ ଜରିରେ ପ୍ୟାକେଟ କରାଯାଇଛି। ଫଳରେ ଯାହାକୁ ଦେବେ ଏକ ସମ୍ମାନ ଜନକ ପରିସ୍ଥିତି ସୃଷ୍ଟି ହେଉଛି। ଏହି ପ୍ୟାକେଟରେ ପୋଡପିଠା, ଆରିଶା ପିଠା, ନଡିଆପିଠା, କାକରା ପ୍ରଭୃତି ପିଠା ରଖାଯାଇଛି। ଏହି ପରି ଅତ୍ୟାଧୁନିକ ପିଠା ପ୍ୟାକେଟ ପାନ୍ଥନିବାସରେ ଆୟୋଜିତ ରଜ ଉତ୍ସବରେ ମିଳୁଛି।

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ଜୀବନର ସନ୍ତୁଳନ ପ୍ରଦାନ କରେ। ଯେତେବେଳେ ଏହି ସନ୍ତୁଳନ ଅସମାନ ହୁଏ, ମଣିଷ ଏକାକୀ ଏବଂ ସମୁଦାୟ ଭାବରେ ଅନେକ ପ୍ରକାରର ଅସୁବିଧା ଏବଂ ସମସ୍ୟାର ଶିକାର ହୁଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ପାଞ୍ଚଟି ଉପାଦାନରୁ ସୃଷ୍ଟି ହୋଇଥିବା ଜୀବଙ୍କର ଦକ୍ଷତା ବିକାଶ କରିବାର ଶକ୍ତି ସ୍ୱୟଂଚାଳିତ ଭାବରେ ପାଞ୍ଚଟି ଉପାଦାନ – ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶର ଉପଯୁକ୍ତ ବ୍ୟବହାର ଦ୍ୱାରା ନିର୍ମିତ ଏକ ବାସଗୃହରେ ସୃଷ୍ଟି ହୁଏ। ମାନବ ଶରୀର 5 ଟି ଉପାଦାନରେ ଗଠିତ – ବାସ୍ତୁ ଏକ ପ୍ରାଚୀନ ବିଜ୍ଞାନ। ଆମ ସାଧୁମାନେ ଏହି ବିଜ୍ଞାନକୁ ଆମ ଚାରିପାଖରେ ଥିବା ବିଶ୍ବରେ ଥିବା ନକାରାତ୍ମକ ଶକ୍ତିରୁ ରକ୍ଷା କରିବାର ଲକ୍ଷ୍ୟରେ ବିକଶିତ କରିଥିଲେ। ବାସ୍ତୁ ବେଦରୁ ଉତ୍ପନ୍ନ ହୋଇଛି, ଯାହା ଅଥର୍ବବେଦର ଏକ ଅଂଶ। ଏହି ସୃଷ୍ଟି ସହିତ ମାନବ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, ସି, ବି-୧ ଏବଂ ବି-୬ ପରି ପୋଷକ ତତ୍ତ୍ୱରେ ଭରପୂର ଅଟେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଲ ପତ୍ର ସହାୟକ ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଏଗୁଡିକ ହୃଦୟ ସ୍ୱାସ୍ଥ୍ୟ ଏବଂ ଯକୃତର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହି ପତ୍ରକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ବେଲପତ୍ର ଦିନର ଯେକୌଣସି ସମୟରେ ଖାଇପାରିବେ। ତଥାପି, ଏହାକୁ ଖାଲି ପେଟରେ ଖାଇବା ଅଧିକ ଲାଭଦାୟକ ଅଟେ। କାରଣ ଏଥିରୁ…

Read More

ଚାଣକ୍ୟ ନୀତି: ମଣିଷର ସଫଳତାରେ ବାଧା ସୃଷ୍ଟି କରୁଥିବା ଜିନିଷଗୁଡ଼ିକ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତିର ଗୋଟିଏ ଖରାପ ଗୁଣ କିଛି ପରିମାଣରେ ବିଫଳ ହେବାର କାରଣ ଅଟେ। ଯେତେବେଳେ ସେ ଏହି ଅବସାଦର ଶିକାର ହୁଅନ୍ତି, ସେତେବେଳେ ତାଙ୍କର ସଫଳତା ମଧ୍ୟ ବିଫଳତାର ରୂପ ନେଇଥାଏ। ଏହା ଏପରି ଏକ ଗୁଣ ଯେ ଯଦି ସଠିକ୍ ଭାବରେ ବ୍ୟବହୃତ ନହୁଏ, ତେବେ ଏହା ବିଘ୍ନ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବିବୃତ୍ତିର ଅର୍ଥ ହେଉଛି ଯେ, ଜଣେ ବ୍ୟକ୍ତିର ବିନାଶ ଏବଂ ସଫଳତାର ରହସ୍ୟ ତାଙ୍କ ଭାଷଣରେ ଲୁଚି ରହିଛି। ଚାଣକ୍ୟଙ୍କ ଅନୁଯାୟୀ, ମାନବ ଜିଭରୁ ତିକ୍ତ ଏବଂ ମଧୁର ଶବ୍ଦ ବାହାରିଥାଏ। ଜିଭରେ ଏତେ ଶକ୍ତି ଅଛି ଯେ ଖରାପ କାମ ସୃଷ୍ଟି କରିବା ଏବଂ ସମ୍ପର୍କ କାଟିବାର କ୍ଷମତା ଅଛି। ଯଦି ଜଣେ ଧନୀ ବ୍ୟକ୍ତିଙ୍କ ଭାଷଣରେ ତିକ୍ତତା ଥାଏ,…

Read More

ଭୁବନେଶ୍ବର: ରଜ ନାମଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା। କାରଣ ଏହି ପୋଡପିଠା କେବଳ ରଜରେ ହିଁ କରାଯାଇଥାଏ। ପୋଡପିଠା ଆଉ ପାନଖିଆ ହେଉଛି ରଜର ଏକ ସ୍ବତନ୍ତ୍ର ପରଂପରା। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ରଜ ସମୟରେ କଣ ପାଇଁ ପୋଡପିଠା କରାଯାଏ। ଏହି ସମୟରେ କଣ ପାଇଁ ସମସ୍ତେ ପୋଡପିଠା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାର ଉତ୍ତର ଜାଣିବାକୁ ହେଲେ ଓଡିଶାର ମହାନ ପ୍ରାଚୀନ ସଂସ୍କୃତି ଏବଂ ଆୟୁର୍ବେଦ ଶାସ୍ତ୍ରକୁ ଯିବାକୁ ପଡିବ। ଓଡିଆ ଖାଦ୍ୟ ପ୍ରଣାଳୀରେ ପୋଡପିଠା ହେଉଛି ଏକ ଗରିଷ୍ଠ ବା ଗୁରୁ ଖାଦ୍ୟ ବୋଲି ଗ୍ରହଣ କରାଯାଇଛି। କାରଣ ଏହା ଚାଉଳ ଚୁନାର ଯନ୍ତା କରାଯାଇ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ନିଆଁରେ ବହୁ ସମୟ ଧରି ଘାଣ୍ଟିବାକୁ ପଡିଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ…

Read More

ଭୁବନେଶ୍ବର: ରଜର ମୁଖ୍ୟ ଆକର୍ଷଣ ହେଉଛି ପୋଡ ପିଠା। ଚାଉଳ ଜନ୍ତୁଣୀରୁ ପ୍ରସ୍ତୁତ ହୋଇଥାଏ ଏହି ପିଠା। ଯାହାକି ପ୍ରତିଟି ଓଡିଆ ଘରେ ଏହି ପୋଡପିଠାର ମହକ ଖେଳିହୋଇଯାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୋଡପିଠା ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ। ରଥଯାତ୍ରା ବେଳେ ଲାଗି ହୁଏ ଏହି ଭୋଗ। ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ…

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ। ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ। କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ।…

Read More

କୋଲକାତା: ଆଜି କୋଲକାତାସ୍ଥିତ ନେତାଜୀ ସୁବାଷଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିଆଁ ଲାଗିଛି। ଏହି ବିମାନ ବନ୍ଦରର ପ୍ରବେଶ ପଥରେ ନିଆଁ ଲାଗିଥିବାର ଜଣାପଡିଛି। ଆଜି ରାତି ପ୍ରାୟ ୯ଟା ୧୦ ମିନିଟ ବେଳକୁ ଏହି ନିଆଁ ଲାଗିଥିବାର ବିମାନ ବନ୍ଦର କର୍ତ୍ତୁପକ୍ଷ କହିଛନ୍ତି। ତେବେ ନିଆଁ ଲାଗିବାର କିଛି ସମୟ ପରେ ଦମକଳ ବାହିନୀ ଆସି ଆୟତ କରିଛନ୍ତି। ଏଥିପାଇଁ ଛଅଟି ଦମ କଳ ନିୟୋଜିତ ହୋଇଥିଲେ। ନିଆଁ ଲାଗିବା କ୍ଷଣି ଯାତ୍ରୀମାନଙ୍କୁ ବାହାରକୁ ବାହାର କରି ଦିଆଯାଇଥିଲା। ଫଳରେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି।

Read More

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜନ କରାଯାଇଥିବା ଗାଁ ଆମ୍ୱ ପସରା ବଜାର ମଙ୍ଗଳବାର ଶେଷ ହୋଇଛି। ଏହି ଛଅ ଦିନିଆ ଆମ୍ୱ ବଜାରରେ ୧୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ, ମୋଟ୍ ୨୨୯ କ୍ୱିଣ୍ଟାଲ ଆମ୍ୱ ବିକ୍ରି ହୋଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଛି। ସେଥି ମଧ୍ୟରୁ  ଆମ୍ରପଲ୍ଲୀ ଆମ୍ୱ ସର୍ବାଧିକ ବିକ୍ରି ହୋଇଥିବା ଜଣାପଡ଼ିଛି। ମେଳାର ଉଦଯାପନୀ  ଅବସରରେ ଅଂଶଗ୍ରହଣକାରୀ ଚାଷୀମାନଙ୍କୁ ଓରମାସ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଏହି ଗାଁ ଆମ୍ୱ ପସରା ମେଳାରେ ୭ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସମ୍ୱଲପୁରର ଚାଷୀମାନଙ୍କ ବଗିଚାର ଆମ୍ବ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନି ଏବଂ ଏଫ.ପି.ଓ. ମାନଙ୍କ ସହଯୋଗରେ ବିକ୍ରି କରାଯାଇଥିଲା। ଏଥିସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗ୍ରାହକଙ୍କୁ ଏହି ଆମ୍ୱ ଯୋଗାଇ ଦେବା ପାଇଁ, ଓରମାସ…

Read More

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି। ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ ଲୋକକଳାର ପରମ୍ପରା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ବୋଲି କହିଥିଲେ। ଓଡିଶାର ଭାଷା,ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ। ଏହାର ଲୋକପ୍ରିୟତା ବଜାୟ ରଖିବାର ସମୟ ଆସିଛି। ସେହିଭଳି ଗଣପର୍ବ ରଜ ମଧ୍ୟ ମୌଳିକତା ହରେଇ ନଥିବା ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଲେ ଯେ ଆଧୁନିକତାର ଚାକଚକ୍ୟରେ ଲୋକକଳା ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି। ଲୋକକଳାର ସୁରକ୍ଷା ଓ ଏହାକୁ…

Read More

କଟକ: ଆଜି କଟକ ବଡ ମେଡିକାଲରେ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଛନ୍ତି ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ। ଅପରାହ୍ନରେ ରାଜ୍ୟପାଳ ମେଡିକାଲରେ ପହଞ୍ଚିବା ପରେ ସେଠାରେ ପ୍ରଶାସନ ତରଫରୁ ତାଙ୍କୁ ଆହତଙ୍କ ପାଖକୁ ନିଆଯାଇଥିଲା। ସେମାନଙ୍କୁ ଭେଟିବା ପରେ ସେ ଡାକ୍ତରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଛତିଶଗଡ ରାଜ୍ୟପାଳଙ୍କ ୪ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନରେ କଟକ ମେଡିକାଲ ଗସ୍ତ କରିଥିଲେ। ଆସନ୍ତାକାଲି ସକାଳେ ସେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଯିବେ। ସଂଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ ଏବଂ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡାକ୍ତର…

Read More

ଭୁବନେଶ୍ବର: କେନ୍ଦ୍ର ସରକାର ବାରମ୍ବାର ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜଭଭନ ସମ୍ମୁଖରେ ଏହି ଦରବୃଦ୍ଧି ପ୍ରତିବାଦରେ ଦଳ ତୀବ୍ର ବିରୋଧ କରିଛି। ଧାରଣା ସ୍ଥଳରେ ଗ୍ୟାସ ସିଲିଣ୍ଡର ଏବଂ କାଠଚୁଲାରେ ରୋଷେଇ କରି ଅଭିନବ ପ୍ରତିବାଦ କରିଛି ଦଳ। ଆଜି ସକାଳୁ ଦଳର ବରିଷ୍ଠ ନେତାମାନେ ସେଠାରେ ଏକାଠି ହୋଇ ଏହି ଦରବୃଦ୍ଧିକୁ ପ୍ରତିବାଦ କରିଥିଲେ। ଦଳ କହିଛି ଯେ, ବିଗତ ନଅ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦର ପ୍ରାୟ ତିନିଗୁଣା ବୃଦ୍ଧି ପାଇଛି। ସେହିପରି ଉଜ୍ଜଳା ଯୋଜନା ବର୍ତ୍ତମାନ ହିତାଧିକାରୀଙ୍କ ପାଇଁ ହୋଇପଡିଛି ଅନ୍ଧାରୀ ଯୋଜନା। ଯେଉଁମାନଙ୍କୁ ଏହି ସିଲିଣ୍ଡର ଦିଆଯାଇଥିଲା ସେମାନେ ତାହା ଫେରାଇ ଦେବାକୁ ବସିଛନ୍ତି। ଦିନକୁ ଦିନ ଗ୍ୟାସ ଦର ଖାଉଟିଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ତୁରନ୍ତ ଏହାର ଦର ହ୍ରାସ କରନ୍ତୁ ବୋଲି ଦଳ ଦାବୀ କରିଛି। ଏହା ଓଡିଶାର ମା ଭଉଣୀଙ୍କ ମଧ୍ୟରେ ତୀବ୍ର…

Read More

ଭୁବନେଶ୍ୱର: ପୁଣିଥରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଛି। ଏହି ସୂଚନା ଓଡିଶା ବିଜେପି ତରଫରୁ ଦିଆଯାଇଛି। କାରଣରେ କୁହାଯାଇଛି ଯେ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁଜୁରାଟ ଉପକୁଳବର୍ତ୍ତି ସ୍ଥଳଭାଗ ଛୁଇଁବ। ସେଥିପାଇଁ ଅମିତ ଶାହା ଆସିପାରିବେ ନାହିଁ। ଶାହାଙ୍କ ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ସେ ଢେଙ୍କାନାଳ ଯାଇ ସେଠାରେ ମହାଜନସଂପର୍କ ଯାତ୍ରାର ଶୁଭାରମ୍ଭ କରିଥାଆନ୍ତେ। ଏ ନେଇ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଥିଲା। ହେଲେ ତାହା ହୋଇପାରିଲା ନାହିଁ। ତେବେ କେବଳ ଏହି ଗୋଟିଏ ଥର ନୁହେଁ ପୂର୍ବରୁ ମଧ୍ୟ ତାଙ୍କ ଗସ୍ତ ଚାରିଥର ବାତିଲ କରାଯାଇଛି। ସେହି ଢେଙ୍କାନାଳକୁ ଆସିବେ ବୋଲି ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ତରଫରୁ ବାରମ୍ବାର ସୂଚନା ଦିଆଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତାହା ବାତିଲ ହୋଇଯାଉଥିଲା।

Read More

ଭୁବନେଶ୍ବର: ଆଜି ମହାନ ସମାଜସେବୀ, ଡାକ୍ତର ତଥା ଭୁବନେଶ୍ବର ପୌରାଞ୍ଚଳର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ  ବୟସ ହୋଇଥିଲା। ସେ ନିଜକୁ ଜନସେବାରେ ନିୟୋଜିତ ରଖିଥିଲେ। ଡାକ୍ତରୀ ପାଶ ପରେ ସେ ଭୁବନେଶ୍ବରର ସହୀଦନଗରରେ ଚିକିତ୍ସା କରୁଥିଲେ। ସେଠାରେ ବର୍ତ୍ତମାନ ଜଗନ୍ନାଥ ସେବା ସଦନ ନାମରେ ଡାକ୍ତରଖାନା ରହିଛି। ତାଙ୍କର ଧର୍ମପତ୍ନୀ ସଂଘମିତ୍ରା ମହାପାତ୍ର ଓଡିଶାର ଜଣେ ଜଣାଶୁଣା ସାହିତ୍ୟିକ ଭାବେ ପରିଚିତ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Read More

ଭୁବନେଶ୍ବର: ଆଜି ପ୍ରଥମ ରଜ। ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ ଖେଳିଯାଉଥିବା ବେଳେ ରାଜନୀତି ପାଣିପାଗ କିନ୍ତୁ ଭିନ୍ନ ରହିଛି। କାରଣ ଆଜି ଉଭୟ ବିଜେଡି ବିଜେପି ପିଠାପଣା ଛାଡି ରାଜରାସ୍ତାକୁ ଓହ୍ଲାଇବେ। ସେଥିପାଇଁ ସେମାନେ ଆସନ୍ତାକାଲିଠାରୁ ରଣ ହୁଙ୍କାର ଦେଇଛନ୍ତି। ଆଜି ବିଜେପି ରାଜ୍ୟରେ ହେଉଥିବା ବିଜୁଳି ବିଭ୍ରାଟ ନେଇ ଆନ୍ଦୋଳନ କରିବ। ମୁଖ୍ୟତଃ ଟାଟା ପାୱାରର ମନମୁଖୀ ଶାସନ ବାରମ୍ବାର ବିଜୁଳି କଟ ବିରୋଧରେ ଏହି ଆନ୍ଦୋଳନ। ଦଳ କର୍ମିମାନେ ରାଜ୍ୟର ସମସ୍ତ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ କରିବେ। ସେଥିପାଇଁ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି। ସେହିପରି ବିଜେଡି ମଧ୍ୟ ଆଜି ରାଜରାସ୍ତାକୁ ଓହ୍ଲାଇବ। କେନ୍ଦ୍ର ସରକାର ଗ୍ୟାସ ଦରରେ ଆହୁତେକ ବୃଦ୍ଧି ବିରୋଧରେ ଏହି ରଣହୁଙ୍କାର ଦେବ। ଦଳର କର୍ମିମାନେ ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବେ। ଦଳ କହିଛି ଯେ, ୨୦୧୪ ମସିହାରେ ଯେଉଁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର…

Read More

ଭୁବନେଶ୍ବର: ଆଜି ରଥଯାତ୍ରା ଶେଷ ସମନ୍ବୟ କମିଟ ବୈଠକ ଆୟୋଜିତ ହୋଇଯାଇଛି। ପୁରୀରେ ହୋଇଥିବା ଏହି ବୈଠକରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା ହେଲା, ମହାପ୍ରଭୂ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୂଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହିଥାଏ। ମହାପ୍ରଭୂଙ୍କ ରଥଯାତ୍ରା ସୁରୁଖୁରୁ ରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ । • ଠିକ୍ ସମୟରେ ମହାପ୍ରଭୂଙ୍କ ନୀତି ପାଳନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। • ପୁରୀକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର। • ଏ ବର୍ଷ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର। • ଦେଶ ,ବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର। ପୁରୀର…

Read More

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ଏବଂ ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ଏହି ତିନିଦିନିଆ ଉତ୍ସବ ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରଜକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଓଟିଡିସି ସମୁଚିତ ପଦକ୍ଷେପ ଗ୍ରହଣ କରିଛି। ୨୦୧୦ ମସିହାରୁ ଓଟିଡିସି ପକ୍ଷରୁ ଆରମ୍ଭ ହୋଇଥିବା ଏହି ରଜ ମହୋତ୍ସବ ମାଧ୍ୟମରେ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟ ସହ ରଜଦୋଳି, ପିଠା ଓ ରଜ ପାନକୁ ପ୍ରୋତ୍ସାହିତ କରିବାରେ ସଫଳତା ହାସଲ ହୋଇପାରିଛି। ଆଧୁନିକତା ମଧ୍ୟରେ କୃଷିଭିତ୍ତିକ ଗଣପର୍ବ ରଜ ଏହାର ମୌଳିକତା ବଜାୟ ରଖିବାରେ ସକ୍ଷମ ହୋଇଛି। ଏହି…

Read More

ଭୁବନେଶ୍ୱର :  ରାଜ୍ୟରେ ବିଜୁଳି ବିଭ୍ରାଟ ଏବଂ ଶକ୍ତି ବିଭାଗର ବିଫଳତା ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀ ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ କଣ ପାଇଁ ? ରାଜ୍ୟବାସୀଙ୍କୁ ନିରବିଚ୍ଛନ ଭାବେ ବିଜୁଳି ସେବା ଯୋଗାଇ ଦେବାର ଦାୟିତ୍ୱ ନେଇଥିବା ଟାଟା ପାୱାର ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଂଚଳରେ ଦିନକୁ ୪-୫ ଘଂଟାରୁ ଉଦ୍ଧ୍ୱର୍ ଏବଂ ସହରାଂଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ପାୱାର କଟ୍ କରୁଛି । ୧୯୯୫ ମସିହାରୁ ରାଜ୍ୟବାସୀଙ୍କ ଟ୍ୟାକ୍ସ ପଇସାରେ ବିଜୁଳି ବିଭାଗର ଭିତିଭୁମିର ଆଧୁନିକୀକରଣ ଆରମ୍ଭ ହୋଇଥିଲା। ରାଜ୍ୟର ସମସ୍ତ ବିଜୁଳି ଭିତିଭୁମିକୁ ମାଗଣାରେ ସଂପୂର୍ଣ୍ଣ ବ୍ୟବହାର…

Read More