Author: thesamikhsya

ଭୁବନେଶ୍ୱର : ରାଜ୍ୟର ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସର୍ଭେ କରାଯାଉଅଛି । ଏହି ସର୍ଭେ ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ କରାଯିବ । ଏହି ସର୍ଭେ ପ୍ରତିଦିନ (ଛୁଟିଦିନ ସହିତ) ସକାଳ ୧୦ଘଟିକାରୁ ୧୨ଘଟିକା ଏବଂ ଅପରାହ୍ନ ୩ଟା ଠାରୁ ୬ଟା ପର୍ଯ୍ୟନ୍ତ କରାଯାଉଛି। ପ୍ରତ୍ୟେକ ରବିବାର ଦିନ ଏହି ସର୍ଭେ କାର୍ଯ୍ୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କରାଯିବ । ସର୍ଭେ ସେଣ୍ଟର ସମ୍ବନ୍ଧୀୟ ତଥ୍ୟ ନିକଟସ୍ଥ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ବା ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିପାରିବ । ଏହି ସର୍ଭେ ପାଇଁ ନିଜ ନିଜର ତଥ୍ୟ, ସର୍ଭେ କେନ୍ଦ୍ରକୁ ଯାଇ କିମ୍ବା ଅନ୍‌-ଲାଇନ୍‌ ମାଧ୍ୟମରେ ଦିଆଯାଇପାରିବ । ଅନ୍‌-ଲାଇନ୍‌ ମାଧ୍ୟମରେ www.oscbc.odisha.gov.in ରେ ନିଜ ମୋବାଇଲ୍‌ / ଲ୍ୟାପଟପ୍‌/ ଡେସ୍କଟପ୍‌ ବ୍ୟବହାର କରି ବିନାମୂଲ୍ୟରେ ତଥ୍ୟ ପ୍ରଦାନ କରାଯାଇପାରିବ । ପରିବାରର ମୂଖ୍ୟ କିମ୍ବା…

Read More

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ ‘ଅବକାଶକାଳୀନ ଗୃହକାର୍ଯ୍ୟ’ (Holiday Homework Programme) ମଇ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୱୟନ ପ୍ରଣାଳୀ (SOP) ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି। ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ((Help Desk Cell) ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଅଛି। ଏହି କାର୍ଯ୍ୟକ୍ରମ ମଇ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬.୦୦ଘଟିକା ରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଶିକ୍ଷାର୍ଥୀ ପାଖରେ ସହୟତା କେନ୍ଦ୍ରର…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତିକ ଶ୍ରମ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ପାଳନ କରାଯାଇଛି। ଉକ୍ତ ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଆମ ରାଜ୍ୟ ତଥା ଦେଶର କ୍ରମାଗତ ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିନ୍ନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି। ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପସଂସ୍ଥା ତଥା ବାଣିଜ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜିର ଶ୍ରମ ଦିବସ ଅବସରରେ…

Read More

ଭୁବନେଶ୍ବର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ 74154 ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ 10416 ମିନି ଅଙ୍ଗନବାଡି ଥିଲା। ତନ୍ମଧ୍ୟରୁ 2836 ମିନି ଅଙ୍ଗନବାଡି ଏବେ ଉନ୍ନୀତ ହେଲା। ଏହାସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ…

Read More

ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ ହେବ। ଘରର ବଜେଟ୍ ଖରାପ ହେବ। ଅନ୍ୟମାନଙ୍କଠାରୁ ଲାଭା ପାଇବା ଆଶା କରନ୍ତୁ ନାହିଁ । ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ। ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ। ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଶୁଭ ହେବ। ଭାଇମାନଙ୍କ ସମର୍ଥନ ପାଇବେ। ଘର ବାହାରେ ସୁଖ ମିଳିବ। ଭାଗ୍ୟ ଅନୁକୂଳ ଅଟେ। ସମୟର ସୁଯୋଗ ନିଅନ୍ତୁ। ଲଜ୍ଜିତ ହୁଅନ୍ତୁ ନାହିଁ । ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା…

Read More

ଭୁବନେଶ୍ୱର: ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଏବଂ କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଏବଂ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ। ମହାନଦୀ ଓଡିଶାର ଅଧା ଜିଲ୍ଲା ଦେଇ ପ୍ରବାହିତ ହେଉଛି ଏବଂ ଓଡିଶାର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ। ଓଡିଶା ଏବଂ ମହାନାଦୀର ଇତିହାସ ପରସ୍ପର ସହ ଜଡିତ। ହେଲେ ଛତିଶଗଡର ବେଆଇନ୍‍ କାର୍ଯ୍ୟ ଯୋଗୁଁ ମହାନଦୀ ଶୁଖିଲା ପଡିଥିବାବେଳେ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏବଂ ପ୍ୟାନେଲିଷ୍ଟ ସ୍ୱୟଂ ପ୍ରକାଶ ମହାପାତ୍ର। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡିଶାର ସମୃଦ୍ଧତା ମଧ୍ୟ ମହାନାଦୀର ସମୃଦ୍ଧତା ସହିତ ସିଧାସଳଖ ଜଡିତ। ମହାନଦୀକୁ କେବଳ ଓଡିଶାର ଏକ ନଦୀ ଭାବରେ ବିବେଚନା କରାଯାଏ ନାହିଁ…

Read More

ଭୁବନେଶ୍ବର: ଆଜି ରାଜଧାନୀରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା। କଳାହାଣ୍ଡିଆ ମେଘ ସହିତ କୋହଲା ପବନ ରାଜଧାନୀକୁ ଅନ୍ଧାର କରିଦେଇଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି। ଫଳରେ ବର୍ଷା ସହିତ ପବନ ଲାଗିରହିବ ବୋଲି ବିଭାଗ କହିଛି। ପାଣିପାଗ ବିଭାଗ ଅନୁସାରେ ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଂଜାମ , ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି।

Read More

ଭୁବନେଶ୍ବର: ଆଜି ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନଟି ହାୱାଡରୁ ବାହାରି ଭୁବନେଶ୍ବର ଦେଇ ପୁରୀ ଯିବ। ତେବେ ଏହା ହେଉଛି ଏକ ପରୀକ୍ଷା ମୂଳକ ଯାତ୍ରା। ଏହା ସଫଳତା ହାସଲ କରିବା ପରେ ଯାତ୍ରୀ ଯିବାର ବନ୍ଦୋବସ୍ତ କରାଯିବ। ସୂଚନା ମୁତାବକ ଆଜି ଏହି ବନ୍ଦେ ଭାରତ ଏକ୍ସପ୍ରେସ ସକାଳ 6ଟା 10 ମିନିଟରେ ହାୱାଡାରୁ ବାହାରିଥିବ। ଏହା ଭୁବନେଶ୍ବରରେ ଦିନ 11 ଟା 22 ରେ ପହଁଚିବ। ଏଠାରେ ଦୁଇ ମିନିଟ ରହଣୀ ପରେ ପୁରୀ ଯିବ। ପୁରୀ ଏହି ଟ୍ରେନଟି ଦିନ 12 ଟା 35 ରେ ପହଁଚିବ ବୋଲି ଜଣାପଡିଛି। ଏହି ଟ୍ରେନଟି ଚେନ୍ନାଇ କୋଚ ଫାକ୍ଟ୍ରିରୁ ହାୱାଡା ଅଭିମୁଖେ ଯିବା ବେଳେ ଚିଲିକା କୂଳ ଦେଇ ଗତି କରିଥିଲା। ଏହାର ଭିଜୁୟାଲ ଖୋଦ ରେଳମନ୍ତ୍ରୀ ନିଜ ଟୁଇଟରରେ ପୋଷ୍ଟ କରି ଲୋକଙ୍କୁ ସ୍ଥାନଟି ଚିହ୍ନଟ କରିବା ପ୍ରଶ୍ନ କରିଛନ୍ତି।

Read More

ଭୁବନେଶ୍ବର: ଗତକାଲି ଛତିଶଗଡ ଦାନ୍ତେୱାଡାରେ ମାଓବାଦମାନେ ଯେପରି ବର୍ବରକାଣ୍ଡ କଲେ ସେଥିରେ ଦଶ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସାରା ଭାରତ ବର୍ଷକୁ ସ୍ତବ୍ଧ କରିଦେଇଛି। ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି। ବିଭିନ୍ନ ସ୍ଥାନରେ ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦିଆଯାଉଛି। ଏହିପରି କ୍ଷେତ୍ରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ କଳା ମାଧ୍ୟମରେ ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେ ପୁରୀ ବେଳାଭୂମିରେ ଏକ ରଂଗୀନ ବାଲୁକା ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ସେଥିରେ ସେ ଯବାନମାନଙ୍କ ଟୋପିଗୁଡିକ ବିକ୍ଷିପ୍ତ ହୋଇପଡିଥିବାରୁ ଦୃଶ୍ୟକୁ କଳା ମାଧ୍ୟମରେ ଅବଗତ କରାଇଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ବରରୁ ସିଧା ସିଙ୍ଗାପୁର ଓ ବ୍ୟାଙ୍କକୁ ଉଡିବ ବିମାନ। ଏ ନେଇ ଇଣ୍ଡିଗୋ ବିମାନ ତାହାର ପ୍ରସ୍ତୁତି ଆରମ୍ଭ କରିଛି। ସେହି ଅନୁସାରେ ଇଣ୍ଡିଗୋ ଏୟାରଲାଇନସ ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ଆରମ୍ଭ କରିବ। ସପ୍ତାହକୁ ଦୁଇଦିନ ଏହି ବିଦେଶ ଯାତ୍ରା କରାଯିବ ବୋଲି ଜଣାପଡିଛି। ଏହି ଯାତ୍ରା ସଂପର୍କରେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୁପକ୍ଷ ମଧ୍ୟ ନିଶ୍ଚିତ କରିଛନ୍ତି। ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ଘୋଷଣା କରିଛି। ସେହି ଅନୁସାରେ ଦୁବାଇକୁ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ କରିଛି। ସେହିପରି ସିଙ୍ଗାପୁର ଓ ବ୍ୟାଙ୍କକ୍‌ ନେଇ ଖୁବ ଶିଘ୍ର ଟିକେଟ ବୁକିଂ ଆରମ୍ଭ କରାଯିବ ବୋଲି ଇଣ୍ଡିଗୋ ତରଫରୁ କୁହାଯାଇଛି।

Read More

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ସେ ଆସନ୍ତା ମେ ୯ ତାରିଖରେ ଆସିବାର ସମୟ ନିର୍ଦ୍ଧାରିତ ହୋଇଥିଲା। ହେଲେ ସେହି ଦିନ ପରିବର୍ତ୍ତେ ସେ ୪ ତାରିଖରେ ଓଡିଶା ଆସି ମୟୂରଭଞ୍ଜ ଯିବେ। ତେବେ ୯ ତାରିଖରୁ ଯାହା କାର୍ଯ୍ୟକ୍ରମ ଥିଲା ତାହା ପୂର୍ବ ନିର୍ଦ୍ଧାରିତ ଅନୁସାରେ ୪ ତାରିଖରୁ କରାଯିବ। ରାଷ୍ଟ୍ରପତି ସେଦିନ ଓଡିଶା ଆସି ରାତିରେ ବାରିପଦା ସର୍କିଟ୍ ହାଉସରେ ରହିବେ । ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ତାଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ।

Read More

ଭୁବନେଶ୍ବର: ଗତକାଲି ଛତିଶଗଡର ଦାନ୍ତେୱାଡାରେ ମାଓବାଦୀଙ୍କ ବର୍ବରତା ପରେ ଓଡିଶାର ହାଇଆଲର୍ଟ ଜାରୀ କରାଯାଇଛି। କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରିରେ ଏହି ହାଇ ଆଲର୍ଟ ଜାରୀ କରାଯାଇଛି। ଦାନ୍ତେୱାଡାରୁ ପଡୋଶୀ ଜିଲ୍ଲାକୁ ମାଓବାଦୀମାନେ ଖସି ପଳାଇ ଆସିବାର ସମ୍ଭାବନା ରହିଥିବାରୁ ତାଙ୍କ ଗତିବିଧୀ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ଏହି ଜିଲ୍ଲାଗୁଡିକର ସୀମା ସିଲ କରାଯିବା ସହିତ ଯାନବାହନସବୁ କଡା ଯାଞ୍ଚ କରାଯାଉଛି।ଗତକାଲି ଛତିଶଗଡ ଦାନ୍ତେୱାଡରେ ମାଓବାଦୀଙ୍କ ଆକ୍ରମଣରେ ଦଶ ଜଣ ଯବାନ ସହିଦ ହୋଇଛନ୍ତି। ଦୀର୍ଘମାସ ପରେ ମାଓବାଦୀଙ୍କର ଏହା ହେଉଛି ଏକ ବଡ ଧରଣର ଆକ୍ରମଣ। ଯବାନଙ୍କ ଗତିବିଧୀକୁ ଲକ୍ଷ୍ୟ ରଖି ମାଓବାଦୀ ପଚାଶ କେଜି ବିସ୍ପୋରକ ଦ୍ରବ୍ୟ ମାଟିରେ ପୋତି ରଖିଥିଲେ। ସେହି ରାସ୍ତାରେ ଯବାନଙ୍କ ଗାଡି ଯିବା ପରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା। ସେହି ଘଟଣା ସ୍ଥଳରେ ଦଶ ଜଣ ଯବାନ ମୃତ୍ୟୁବରଣ କରିବା ସହିତ ଜଣେ ବେସରକାରୀ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଘଟଣାରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଗୁରୁଜଙ୍ଗ ନିକଟରେ ଥିବା ଏନଜିଓ ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଦ୍ୱାରା ଗୋଡ଼ ନଥିବା ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଛି। ପ୍ରକାଶଥାଉକି ଉକ୍ତ ଏନଜିଓ ଅଙ୍ଗ ପ୍ରତ୍ୟଙ୍ଗ ନଥିବା ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଯୋଗାଇ ଦେବା ଭଳି ଏକ ମହତ ଓ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି। ଯାହାକି ରାଜସ୍ଥାନ ର ଜୟପୁର ଠାରେ ଏହାର ଉତ୍ପାଦନ କରାଯାଏ। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ମାଧ୍ୟମରେ ଉକ୍ତ ଏନଜିଓ ପରିଚାଳକ ଚାରିଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରିଛନ୍ତି। ଯେଉଁମାନେ କି ଶତକଡା ସତୁରି ପ୍ରତିଶତ ଦିବ୍ୟାଙ୍ଗ ଭାବରେ ପରିଗଣିତ। କୃତ୍ରିମ ଗୋଡ଼ ଲଗାଇବା ପରେ ଦିବ୍ୟାଙ୍ଗ ମାନେ ଉକ୍ତ ଅନୁଷ୍ଠାନ ଉପରେ ଖୁସିବ୍ୟକ୍ତ କରିଛନ୍ତି। ତେବେ ଆଜି ପ୍ରଥମ…

Read More

ଭୁବନେଶ୍ୱର: ୨୦୧୯ ମସିହାରେ ମେ ମାସରେ ଓଡିଶାରେ ଗ୍ରୀଷ୍ମକାଳୀନ ବାତ୍ୟା “ଫନୀ” ସଂଘଠିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଋତୁ ପାଇଁ ଏବଂ ଆଗକୁ ମୌସୁମୀ ଋତୁକୁ ଆଖି ଆଗରେ ରଖି ଆଗକୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଆଭାସି ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗମାନକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ କେତେ ଟାଓ୍ୱାର ଆଲୋକ କାର୍ଯ୍ୟକ୍ଷମ ରହିଛି ତାହାର ତାଲିକା ପ୍ରସ୍ତୁତି, ଅଚଳ ଥିବା ଟାଓ୍ୱାର ଆଲୋକକୁ ଅପସାରଣ କରି ନୂତନ ଆଲୋକ ଲଗାଯିବା, ଏବି ବିଭିନ୍ନ ସ୍ଥାନରେ ଥିବା ଯନ୍ତ୍ରପାତି ଓ ଆନୁଷଙ୍ଗିକ…

Read More

ଭୁବନେଶ୍ୱର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ୨୦୨୩ ଅପ୍ରେଲ ୨୫ ତାରିଖରେ ପରଲୋକ ଗମନ କରିଛନ୍ତି। ଦିବଙ୍ଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସାରା ଭାରତରେ ଅପ୍ରେଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ସମସ୍ତ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟ ଯେଉଁଠାରେ ସାଧାରଣତଃ ଜାତୀୟ ପତାକା ଉଡ଼ିଥାଏ ଏହି ଦୁଇଦିନ ଅର୍ଦ୍ଧନମିତ ରହିବ। ଏହି ଦୁଇଦିନ କୌଣସି ସରକାରୀ ମନୋରଞ୍ଜନର କାର୍ଯ୍ୟକ୍ରମ ହେବ ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଆର୍‌.କେ.ସିଂହ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ବେତାରବାର୍ତ୍ତା ଯୋଗେ ଜଣାଇଛନ୍ତି। ଫଳରେ ଓଡିଶାରେ ଯେଉଁ କୋଠାରେ ଜାତୀୟ ପତାକା ଉଡୁଛି ସେଠାରେ ଆଜିଠାରୁ ତାହାକୁ ଅର୍ଦ୍ଧନମିତ କରିବା ପାଇଁ କୁହାଯାଇଛି। ଏଥିସହିତ ଏହି…

Read More

ଭୁବନେଶ୍ୱର: ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଈରାଶିଷ ଆଚାର‌୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିର ନେତାମାନେ ଶୋଭାଯାତ୍ରାରେ ବୁଲାଇ ସ୍ଵାଗତ ସମ୍ବର୍ଦ୍ଧନା ଦେଉଛନ୍ତି। ସଂଗୀନ ଅପରାଧରେ ଜଡ଼ିତ ବାହୁବଳି ନେତାଙ୍କୁ ଏଭଳି ପ୍ରୋତ୍ସାହନ କେବଳ ୟୁପି, ବିହାରରେ ଦେଖିବାକୁ ମିଳେ। ଓଡ଼ିଶାରେ ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି ? ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଜେପିକୁ ତୀବ୍ର ସମାଲୋଚନା କରାଯିବା ସହ ଏଭଳି ପ୍ରଶ୍ନ ପଚରାଯାଇଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଈରାଶିଷଙ୍କ ନାଁରେ ଏକାଧିକ ସଂଗିନ ଅପରାଧିକ ମାମଲା ରହିଛି। ବିଜେପି ନେତାମାନଙ୍କ ଛତ୍ରଛାୟା ତଳେ ରହି ବିଭିନ୍ନ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରୁଥିବା ଈରାଶିଷଙ୍କୁ ଏହି କାରଣରୁ ଓଡ଼ିଶା ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସଭାପତି କରିଛି ।…

Read More

ଭୁବନେଶ୍ବର: ପଂଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଙ୍ଗଳବାର ରାତି ପ୍ରାୟ ୮.୩୦ ସମୟରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ଅକାଳୀ ଦଳର ଏହି ବରିଷ୍ଠ ନେତା ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରକାଶ ସିଂ ବାଦଲ ଡିସେମ୍ବର୧୯୨୭ ରେ ପଞ୍ଜାବର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ। ପଞ୍ଜାବ ତଥା ରାଷ୍ଟ୍ର ନିର୍ମାଣ ବିକାଶରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ଏହି ମହାନ ନେତାଙ୍କୁ ସ୍ମରଣ କରାଯିବ।  ପ୍ରାର୍ଥନା ଶୋକସନ୍ତପ୍ତ ପରିବାରଙ୍କୁ ମୋର ସମବେଦନା।”

Read More

ଭୁବନେଶ୍ୱର: ସାଧାରଣ ଲୋକଙ୍କ ବାସ୍ତବ ସମସ୍ୟା ସାହିତ୍ୟରେ ପ୍ରତିଫଳିତ ହେବା ଉଚିତ । ସାହିତ୍ୟ ସବୁ ସମୟରେ ସମାଜକୁ ପ୍ରଭାବିତ କରିଆସିଛି । ଆମର ଜୀବନଧାରା ସାହିତ୍ୟରେ ବିିଭିନ୍ନ ଭାବରେ ପ୍ରତିବିମ୍ବିତ ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି । ‘ଚଲାପଥ’ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଘଡେଇ ଏହି ମର୍ମରେ ସାହିତ୍ୟ ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ସାହିତି୍ୟକମାନଙ୍କୁ ଅନୁରୋଧ କରିଛନ୍ତି । ଜୟଦେବ ଭବନରେ ଅନୁଷ୍ଠିତ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ସାଂସ୍କୃତିକ ଅଭୁ୍ୟଦୟ ନିମନ୍ତେ ଲେଖକମାନେ ଉଦ୍ୟମ ଅବ୍ୟାହତ ରଖିବାକୁ ମତବ୍ୟକ୍ତ କରିଥିବାବେଳେ ପ୍ରାକ୍ତନ ବିଚାରପତି ଭିକାରୀ ଚରଣ ରାଉତ ସାହିତ୍ୟରେ ପରମ୍ପରା ଓ ଐତିହ୍ୟର ଉପାଦାନ ରହିବା ଉଚିତ ବୋଲି ଉଲ୍ଲେଖ କରିଥିଲେ । ବିଶିଷ୍ଟ ଭାଷାବିତ୍‌…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ…

Read More

ଭୁବନେଶ୍ୱର: ଝାରସଗୁଡା ଉପନିର୍ବାଚନର ଗତକାଲି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନ ମଣ୍ଡଳୀରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କୁ ବଳଦି କରାଯାଇଥାଏ। ସେହି ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ୧୮ତାରିଖରେ ଝାରସୁଗୁଡାରେ କାର୍ଯ୍ୟରତ ୧୦ଜଣ ପୋଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିଲା। ଏହା ଭିତରେ ବଦଳିର ୩୭ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ଅଧିକାରୀଙ୍କୁ ସେଠାରୁ କାର୍ଯ୍ୟରୁ ନିବୃତ କରାଯାଇ ନାହିଁ। ଫଳରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାରର କ୍ରିୟା କଳାପରେ ଶାସକ ଦଳ ସପକ୍ଷରେ ସେମାନେ ପ୍ରଚାର କାର୍ଯ୍ୟ କରୁଥିବାର ଦେଖାଯାଉଛି। ବଦଳି ହୋଇଥିବା ଅଧିକାରୀମାନେ ସେ ସ୍ଥାନ ନଛାଡିବା ପର୍ଯ୍ୟନ୍ତ ଅବାଧ, ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ। ତୁରନ୍ତ ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ଝାରସୁଗୁଡାରୁ…

Read More

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଭାରତର ବିପଦରେ ଥିବା ଆଦିବାସୀ ଭାଷା ଏବଂ ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଡକ୍ଟର ସାନ୍ତନୁ କୁମାର ଦାସଙ୍କ ସ୍ୱାଗତ ସହିତ କର୍ମଶାଳା ଆରମ୍ଭ ହୋଇଥିଲା। ଡ. ଦାସ ବକ୍ତାମାନଙ୍କୁ ପରିଚିତ କରାଇ ଆଦିବାସୀ ଭାଷା ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ବକ୍ତାମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, କୁଳସଚିବ ଡ.ଅଭୟ କୁମାର ନାୟକ, ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ କାହ୍ନୁ ଚରଣ ଶତପଥୀ ଯୋଗଦେଇଥିଲେ।…

Read More