Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ: ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର
ଆଜିର ଖବର

ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ: ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର

March 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ। ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର ପାଳିତ ହୋଇଥିବା ବେଳେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସୁସ୍ୱାଦୁ ଖାଦ୍ୟ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ” ପକ୍ଷରୁ ଆଜି ‘ପଖାଳ ଦିବସ’ ଭୁବନେଶ୍ଵର ଓଡିଟିସି ପାନ୍ଥନିବାସ ସ୍ଥିତ ‘କଳିଙ୍ଗ’ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ,ପଖାଳ ବିଭିନ୍ନ ଭାବରେ ଖିଆଯାଇଥାଏ। ଓଡିଶାର ‘ପଖାଳ’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ସଂପର୍କ ରହିଛି। ଏଣୁ ପଖାଳକୁ ଆମେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବୋଲି ମନେ କରୁ। ‘ପଖାଳ’ ଖାଦ୍ୟ  କେଉଁ ଆବହମାନ କାଳରୁ ରହିଆସିଛି। ପଖାଳ ଖାଇ ଆମେ ଦିନସାରା ନିଜ ପାଇଁ ଶକ୍ତି ସଂଚୟ କରୁ। ବିଶ୍ୱ ପଖାଳ ଦିବସ ପାଳନ କରି ଆନ୍ତର୍ଜାତିକ  ସ୍ତରରେ ଓଡିଶା ‘ପଖାଳ’ର ପ୍ରଚାର ପ୍ରସାର ଏବଂ  ଲୋକପ୍ରିୟତା ବୃଦ୍ଧି ପାଇଁ ଓଟିଡିସିର ପ୍ରୟାସ ଅତ୍ୟନ୍ତ  ପ୍ରଶଂସନୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର  ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷ ଡଃ.ଲେନିନ୍ ମହାନ୍ତି ଯୋଗଦେଇ ‘ପଖାଳ’ର ଉପକାରିତା ଏବଂ ପୁଷ୍ଟିକାରିତା ସମ୍ପର୍କରେ ସେ ଆଲୋକପାତ କରିଲେ ଯେ, ପଖାଳ ହେଉଛି ଆମ ଐତିହ୍ୟର ପରିଚୟ। ଗରୀବ, ମଜଦୁରଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଏବଂ ଧନୀଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଇଥା’ନ୍ତି। ବିଶ୍ୱ ପଖାଳ ଦିବସ ଅବସରରେ ଓଟିଡିସି ତରଫରୁ ନିଆରା ପ୍ରୟାସ କରାଯାଇ ସାମୁହିକ ଭାବେ ଏକତ୍ରିତ ହୋଇ  ଶହ ଶହ ସଂଖ୍ୟାରେ ସମସ୍ତେ ପଖାଳ ଖାଇବାର ଆୟୋଜନ, ଆମ ଐତିହ୍ୟ ଓ ପରଂପରାର ସୁରକ୍ଷା ଦିଗରେ ଅନନ୍ୟ ପ୍ରୟାସ ବୋଲି ଡଃ ମହାନ୍ତି ମତବ୍ୟକ୍ତ କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ, ପଖାଳ ଏବେ କେବଳ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ,ବରଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ଭାବେ ବିଶ୍ୱସ୍ତରରେ ଆଦୃତି ଲାଭ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇ ଓଟିଡିସିର ସାଧାରଣ ପରିଚାଳକ ଲଗ୍ମଜିତ୍ ରାଉତ କହିଲେ ଯେ, ଓଡିଆମାନଙ୍କର ପ୍ରିୟ ଖାଦ୍ୟ ପଖାଳକୁ  ବିଶ୍ୱରେ  ଅଧିକରୁ ଅଧିକ ପରିଚିତ କରାଇବା ଓଟିଡିସିର ପ୍ରମୁଖ ପ୍ରୟାସ ରହିଛି। କିମ୍ସ ହସ୍ପିଟାଲର ଡାକ୍ତର ଡ. ସଂଘମିତ୍ରା ନାୟକ ଯୋଗଦେଇ ପଖାଳ ଏବଂ ପଖାଳରେ ଲୁଣ ସହ ଖିଆଯାଉଥିବା ବିଭିନ୍ନ ବ୍ୟଞ୍ଜନ ଯଥା, ଭଜା, ଶାଗ, ବଡି,ଲଙ୍କା,ଲେମ୍ବୁ  ଓ ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍, ଖଣିଜ ପୋଷକ ଯଥା,ସୋଡିୟମ୍, ପୋଟାସିୟମ, କ୍ୟାଲସିଅମ ଏବଂ ପଖାଳ ତୋରାଣୀରୁ  ଇଲେକ୍ଟୋଲାଇଟ୍ ଆଦି କଠିନ ପରିଶ୍ରମ ପାଇଁ ଶକ୍ତି ଯୋଗାଇଥାଏ ବୋଲି କହିଥିଲେ। ମାଷ୍ଟର ସେଫ୍ ଇଣ୍ଡିଆ ସ୍ମୃତିଶ୍ରୀ ସିଂ ଯୋଗଦେଇ ପଖାଳର ପ୍ରଚଳନ ଦଶମ ଶତାବ୍ଦୀରୁ ଚଳି ଆସିଥିବା ବେଳେ ଏବେ ସାମାଜିକ ଗଣମାଧ୍ୟମରେ  ବହୁଳ ବ୍ୟବହାର  ଆମର ଲୋକପ୍ରିୟ ଖାଦ୍ୟ ପଖାଳକୁ ଭଲ ପାଇବା ଓ ଏହାର ପ୍ରଚାର ଓ ପ୍ରସାରରେ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ପଖାଳ ତଥା ଓଡିଆ ସୁସ୍ୱାଦୁ ଖାଦ୍ୟର ପ୍ରସ୍ତୁତି  ପ୍ରଚାର ପ୍ରସାର ପାଇଁ ମାଷ୍ଟର ସେଫ ଇଣ୍ଡିଆ ସ୍ମୃତିଶ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବଅନନ୍ତ ନାରାୟଣ ସିଂ ଲାଗୁରୀ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥଙ୍କ ସମେତ ବିଭାଗ ତଥା ଓଟିଡିସିର ସମସ୍ତ ଅଧିକାରୀ , କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖାରେ ଉପସ୍ଥିତ ଥିଲେ। ବିଶିଷ୍ଟ ଟିଭି ଉପସ୍ଥାପିକା ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଓଟିଡିସି ନିମନ୍ତ୍ରଣ ପଖାଳ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.