Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦଘାଟିତ
ଆଜିର ଖବର

ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦଘାଟିତ

November 25, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିମା ପରମ୍ପରା କାହା ପାଇଁ ଧର୍ମ ହୋଇପାରେ, କାହା ପାଇଁ ସେମାନଙ୍କ ଠାରୁ ମିଳୁଥିବା ବାଉଁଶ ଛତା ଉପହାରର ବସ୍ତୁ ହୋଇପାରେ କିନ୍ତୁ ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ଓ ମହିମା ସଂସ୍କୃତିର ପରମ୍ପରାର ମାହାତ୍ମ୍ୟ ଉପରେ ଆୟୋଜିତ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଓଡ଼ିଶାର ଆତ୍ମା, ତା’ର ସାଧୁ ସଜ୍ଜନ ଓ ସନ୍ନ୍ୟାସୀମାନଙ୍କ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଏ ଦେଶର ଅନ୍ଧକାରାଚ୍ଛନ୍ନ ମଣିଷ ସମାଜକୁ ସେମାନେ ନିଜ ମହାନ୍‌ ଚିନ୍ତାଧାରା ଏବଂ ଭାବଧାରାରେ ଅନୁପ୍ରାଣିତ କରିଥାନ୍ତି। ଯେତେବେଳେ ସମାଜ ଅନ୍ଧକାରରେ ଥିଲା, ରାଜାରାଜୁଡା ଓ ଇଂରେଜ ଶାସନ ସହ ପ୍ରତିପ୍ରତ୍ତିଶାଳୀଙ୍କ ହାତରେ ସମାଜର ଦାୟିତ୍ୱ ଥିଲା, ସେ ସମୟରେ ମୃଷ୍ଟିମେୟ ଲୋକମାନେ ଏକ ବୃହତ ସମାଜକୁ ଉପେକ୍ଷା କରିଥିଲେ। ସେହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପରବ୍ରହ୍ଣ ଓ ନିରାକାରଙ୍କୁ ଆଖ୍ୟା ଦେବା ପାଇଁ ମହିମା ଗୋସାଇଙ୍କ ଅନନ୍ୟ ଭକ୍ତ ସନ୍ଥ କବି ଭୀମ ଭୋଇଙ୍କ ଆବିର୍ଭାବ ଓଡ଼ିଶାରେ ହୋଇଥିଲା।  ଭୀମ ଭୋଇ ସମାଜର କୁସ୍କାର, ଅନ୍ଧବିଶ୍ୱାସ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ତାଙ୍କ ସମୟରେ ଓଡ଼ିଶା ସାହିତ୍ୟରେ ସମାଜିକ ଉତ୍ଥାନର ନବଜାଗରଣର ସୁବର୍ଣ୍ଣ ଯୁଗର ଅଭ୍ୟୁଦୋୟ ହୋଇଥିଲା। ପ୍ରଜାତନ୍ତ୍ରିକ ସମାଜ ଗଣତନ୍ତ୍ରରେ ବିଶ୍ୱାସ କରେ। ଆଜି ବି ଅନେକ ଲୋକମାନେ ସମସ୍ୟାର ବାଟ ବନ୍ଧୁକର ତାକତରେ ଅଛି ବୋଲି କହୁଥିବା ବେଳେ ଓଡ଼ିଶାରେ ଦୀର୍ଘ ବର୍ଷ ପୂର୍ବେ ମହିମା ଗୋସାଇଁ ଓ ଭୀମ ଭୋଇଙ୍କ ପରି କ୍ରାନ୍ତିକାରୀମାନେ ସମାଜବାଦର ସଠିକ୍ ପ୍ରତିନିଧିତ୍ୱ କରିଥିଲେ। ଏମାନେ ଦାର୍ଶନିକ କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦୀ ଥିଲେ। ଅନ୍ୟ କାହାକୁ ଗାଳି ନ ଦେଇ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେବା ଭଳି କଳ୍ପନା କରିଥିଲେ।  ମହିମା ଧର୍ମର ମୁଁ ଅନୁୟାୟୀ, ଏହି ଧର୍ମ ମୋ ପାଇଁ ସଂସ୍କାର, ଉତ୍କଳୀୟ ପରମ୍ପରାକୁ ବିଶ୍ୱକୁ ନେବା ଦିଗରେ ମହିମା ଧର୍ମ ହେବ ସର୍ବଶ୍ରେଷ୍ଠ ମାଧ୍ୟମ।

ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ, ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ବାଜି ରାଉତ, ଧର୍ମପଦ, ଗୋପବନ୍ଧୁ ଦାସଙ୍କ ସହ ଦାସିଆ ବାଉରୀ, ବାଇମୁଣ୍ଡିଙ୍କ ପରି ସମାଜରେ କୀର୍ତ୍ତି ସ୍ଥାପନ କରିଥିବା ଲୋକମାନେ ସର୍ବଦା ନିଜ ଜାତି ଓ ସମାଜ ପାଇଁ ଆଗଭର ହୋଇଛନ୍ତି। ଓଡ଼ିଆ ଲୋକ ସମୟ ସମୟରୁ ସଂକୀର୍ଣ୍ଣ ବିଚାରରେ ନିଜକୁ ସୀମିତ ରଖିନାହିଁ। ଏଥିପାଇଁ ଓଡ଼ିଆ ଜାତିର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସମାଜର ଦୃଷ୍ଟିକୋଣ ସମାଜ କଲ୍ୟାଣ।

ସନ୍ଥ କବି ବଳରାମ ଦାସଙ୍କ ଲିଖିତ ଲକ୍ଷ୍ମୀ ପୂରାଣ ଓ ସନ୍ଥ କବିଙ୍କ ତତ୍ତ୍ୱ ସମାନ। ଗରିବ, ବଞ୍ଚିତ , ନିଷ୍ପେସିତ, ସମାଜର ତଳ ଲୋକମାନଙ୍କ ସେବା କଲେ ହିଁ ଭଗବାନ ମିଳିବେ, ଏହା ଓଡ଼ିଆ ଜାତିର ପରମ୍ପରା ଓ ସଂସ୍କାରରେ ଦୀର୍ଘଦିନରୁ ରହିଆସିଛି। ମହିମା ଧର୍ମର ସଂସ୍କୃତି ଓ ପରମ୍ପରା ଅନନ୍ୟ। ମହିମା ବିଚାର ତତ୍ତ୍ଵ ପାଞ୍ଚ ମୁଠା ନୁହେଁ, ମୁଠେ ଖାଇବାରେ ବିଶ୍ୱାସ କରେ। ମାତ୍ର ଆଜିର ଏ ସମ୍ମିଳନୀର ବମର୍ଷ କଣ ପାଇଁ? ଗାନ୍ଧିଜୀ ଖଦୀ ବସ୍ତ୍ର ପିନ୍ଧି ସ୍ୱଦେଶୀ ବସ୍ତ୍ରର ଆହ୍ୱାନ ଦେଇ ସମସ୍ତଙ୍କ ଆଦର୍ଶ ହୋଇଥିବା ବେଳେ ଶହେ ବର୍ଷ ପୂର୍ବରୁ ଜାତିପ୍ରଥା ବିରୋଧରେ କଷ୍ଟ ସହି ଏବଂ ମୁଠେ ଖାଇ ବଞ୍ଚିଥିବା ସନ୍ଥ କାହିଁକି ଅନାଲୋଚିତ? ମହିମା ଗୋସାଇଁ ଓ ସନ୍ଥ କବିଙ୍କ ବିଚାର ପ୍ରଭାବଶାଳୀ ଥିବା କାରଣରୁ ଜାତି ସଂଘର କାନ୍ଥରେ ଲେଖାଗଲା। ଏହା ବିଚାରକୁ ସେ ପର୍ଯ୍ୟନ୍ତ କିଏ ନେଲା? ଏହାକୁ ଜାଣିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ପ୍ରଣାଳୀର ସଂସ୍କାରରେ ମହିମା ଗୋସାଇଁ ଏବଂ ଭୀମ ଭୋଇଙ୍କ ବିଚାର ଅନ୍ତର୍ନିହିତ। ଆଜି ସବକା ସାଥ-ସବକା ବିକାଶ- ସବକା ପ୍ରୟାସ-ସବକା ବିଶ୍ୱାସ ମୋଦିଙ୍କ ମୂଳ ମନ୍ତ୍ର ହୋଇଛି।

ସମାଜ ପାଇଁ ଉତ୍ସର୍ଗୀକୃତ ବିଚାରକୁ ନୂଆପିଢି ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ନେବା ଦରକାର। ସନ୍ଥକବି ଭୀମଭୋଇ ଚେୟାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଭାରତର ଦକ୍ଷିଣାଞ୍ଚଳରେ ଏବଂ ଦେଶ ବାହାରେ ମହିମା ଗୋସାଇଁଙ୍କ ନାଁରେ ଚେୟାର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯିବ। ଆଜି ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ମହିମା ଧର୍ମ ସମ୍ପର୍କରେ ଲୋକାର୍ପିତ ପୁସ୍ତକଟିକୁ ସମାଜର ସବୁ ବର୍ଗର ଲୋକମାନେ ପଢନ୍ତୁ, ବିମର୍ଷ କରନ୍ତୁ ଓ ନିଜର ଅଭିବ୍ୟକ୍ତି ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବରେ ମହିମା ବିଚାରକୁ ସବୁ ଭାରତୀୟ ଭାଷାରେ ପହଞ୍ଚାଇବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ମହିମା ସାଧୁ ସନ୍ଥମାନେ ଓଡ଼ିଶାର ପୁଞ୍ଜି, ସଂସ୍କାର, ଓଡ଼ିଶାର ସ୍ପନ୍ଦନ। ସେମାନଙ୍କ ମାର୍ଗଦର୍ଶନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାର ସଂସ୍କୃତିକୁ ସୁରକ୍ଷିତ ରଖିବ। ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସରେ ଭରି ସମାଜର ମୂଳଧାରା ସହ ଯୋଡିବା ନେତୃତ୍ୱ ଦେଉଥିବାର ମହିମା ପରମ୍ପରା ସର୍ବଦା ବଜାୟ ରହୁ ବୋଲି ଶ୍ରୀ ପ୍ରଧାନ କାମନା କରିଥିଲେ। ମହିମା ସମାଜର ଆଶା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ସହଯୋଗୀ ହେବେ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି। ସମ୍ମିଳନୀରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଯୋଡିହୋଇଥିବା ବ୍ୟକ୍ତିବିଶେଷଙ୍କୁ ଶୂନ୍ୟ ମନ୍ଦିର ଓ ମହିମା ଗାଦି ବୁଲିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଅନ୍ତର୍ଜାତୀୟ ସମ୍ମିଳନୀ ନରେନ୍ଦ୍ର ମୋଦି ବୀର ସୁରେନ୍ଦ୍ର ସାଏ ମହିମା ଧର୍ମ ସ୍ୱାଧୀନତା ସଂଗ୍ରାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.