Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର
ଆଜିର ଖବର

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଲାଣ ହେଉଥିବା ବେଳେ ଶିଶୁକୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ଉଦ୍ଧାର
ଚାଲାଣ ହେଉଥିବା ବେଳେ ଶିଶୁକୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ଉଦ୍ଧାର

ପାରଳାଖେମୁଣ୍ଡି (କୈଳାଶ ଚନ୍ଦ୍ର ଚୌଧୁରୀ): ନିକଟ ଅତିତରେ ରାଜ୍ୟ ବାହାରୁ (ହାଇଦ୍ରାବାଦ) କୁ ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଗଜପତି ଦ୍ୱାରା ଉଦ୍ଧାର କରି ଥଇଥାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ଶିଶୁ ଚାଲାଣ ମୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିମ୍ନଲିଖିତ କାର୍ଯ୍ୟକ୍ରମ ହାତକୁ ନେଇଛି। ଯେପରିକି ଚିହ୍ନଟ ହୋଇଥିବା ଅସୁରକ୍ଷିତ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୧୧୨ଟି ଗ୍ରାମରେ ଶିଶୁ ଚାଲାଣ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ସମ୍ପୂର୍ଣ୍ଣ କରାଯାଇଛି। ଅସୁରକ୍ଷିତ ଗ୍ରାମ ପଞ୍ଚାୟତଗୁଡ଼ିକ ଅଧୀନରେ ଥିବା ୧୦୭ଟି ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ବୈଠକ ଆୟୋଜନ କରାଯାଇଛି।

ଶିଶୁ ଚାଲାଣର ଆଶଙ୍କା ଥିବା ଶିଶୁମାନଙ୍କୁ ଚିହ୍ନଟ ଓ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥ, ବସ୍‌ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍‌ ଗୁଡ଼ିକରେ ଅଚାନକ ଯାଞ୍ଚ ଆରମ୍ଭ କରାଯାଇଛି। ଚିହ୍ନଟ ହୋଇଥିବା ୩ଟି ଅସୁରକ୍ଷିତ ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ୩ଟି ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଗଜପତି ଜିଲ୍ଲାପାଳ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ସମସ୍ତ ସଭାପତିଙ୍କୁ ନିୟମିତ ଭାବେ ବୈଠକ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।

ଗତ ତା ୩୧.୮.୨୦୨୬ ରିଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶ୍ରମ ବିଭାଗ, ଶିଶୁ ସହାୟତା କେନ୍ଦ୍ର ଓ ପୋଲିସ ବିଭାଗର ମିଳିତ ଭାବେ ଯାନବାହାନ ଯାଞ୍ଚ ପ୍ରକିୟା ପାରଳାଖେମୁଣ୍ଡିର ଫରେଷ୍ଟ ଗେଟ, ପୁରୁଣାପାଟଣା ରାସ୍ତା, ପାରଳାଖେମୁଣ୍ଡି ବସଷ୍ଟାଣ୍ଡ, ରାଣିପେଣ୍ଠ ଛକ ଓ ରେଲୱେ ଷ୍ଟେସନ ଆଦି ପରିଭ୍ରମଣ କରି ଯାଞ୍ଚ କରିବା ବେଳେ ରେଲୱେ ଷ୍ଟେସନରୁ ବିଶାଖା ପାଟନମକୁ ଚାଲାଣ ହେଉଥିବା ଏକ ୧୬ ବର୍ଷର ଶିଶୁ (ବାଳକ) କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥାପନ କରାଯାଇଛି। ଶିଶୁ କଲ୍ୟାଣ ସମିତି ଉକ୍ତ ଶିଶୁଙ୍କୁ ଉତ୍କଳ ବାଳଶ୍ରମ ପାରଳାଖେମୁଣ୍ଡିରେ ଥାଇଥାନ କରିଛନ୍ତି। ଶିଶୁ ଚାଲାଣକୁ ବନ୍ଦ କରିବା ପାଇଁ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ଗନ୍ତବ୍ୟ ସ୍ଥଳଗୁଡିକରେ ଯାତାୟତ କରୁଥିବା ଯାନବାହାନକୁ ନିୟମିତ ଯାଞ୍ଚ କରାଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି।

ଗଜପତି ଜିଲ୍ଲା ପ୍ରଶାସନ ନାବାଳିକା ଉଦ୍ଧାର ପାରଳାଖେମୁଣ୍ଡି ରେଳ ଷ୍ଟେସନ ହାଇଦ୍ରାବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

September 23, 2026

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026

ଝାଡ଼ଖଣ୍ଡରେ କରମ୍‌ ବିସର୍ଜନ ବେଳେ ବଡ଼ ଅଘଟଣ: ପାଣିରେ ବୁଡ଼ି ୬ ଶିଶୁଙ୍କ ମୃତ୍ୟୁ

September 23, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

September 23, 2026
Latest News

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

September 23, 2026

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026

ଝାଡ଼ଖଣ୍ଡରେ କରମ୍‌ ବିସର୍ଜନ ବେଳେ ବଡ଼ ଅଘଟଣ: ପାଣିରେ ବୁଡ଼ି ୬ ଶିଶୁଙ୍କ ମୃତ୍ୟୁ

September 23, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

September 23, 2026

Odisha Assembly News: ଦ୍ବିତୀୟ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.