ପଶ୍ଚିମବଙ୍ଗର ତିନିଟି ଜିଲ୍ଲାରେ ପାଞ୍ଚଟି ଲୋକସଭା ଆସନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ଭୋଟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏପ୍ରିଲ ୨୩ ରେ ପାଞ୍ଚଟି ଲୋକସଭା ଆସନ ବାଲୁରାଘାଟ,ଉତ୍ତର ମାଲଦା,ଦକ୍ଷିଣ […]
ଶ୍ରୀଲଙ୍କାରେ ରବିବାର ଦିନ ଇଷ୍ଟର ଅବସରରେ ପଞ୍ଚତାରକା ହୋଟେଲ୍ ଓ ଚର୍ଚ୍ଚରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍ରେ ୧୯୦ଜଣ ମୃତ୍ୟୁବରଣ କରିଥିବାବେଳେ ପାଖାପାଖି ୪୦୦ ଜଣ ଆହତ ହୋଇଛନ୍ତି। ତେବେ ଦ୍ବିପ୍ରହରରେ କଲମ୍ବୋ ସହରରେ ଆଉ ଦୁଇଟି ବିସ୍ଫୋରଣ ଘଟି […]
ରବିବାରଠାରୁ ଦୋହାରେ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ନୂଆ ନ୍ୟାଶନାଲ୍ ରେକର୍ଡ ସ୍ଥାପନ କରିବା ସହ ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ […]
ରାୟଗଡ଼ା କିନିଡ଼ି ନିକଟରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ରାୟଗଡ଼ା ଜିଲ୍ଳା ଗୁଡ଼ାରି ଥାନା କିନିଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। […]
ଭାରତୀୟ ସିନେମାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ମୁମ୍ବଇରେ ଏହି ଆୱାର୍ଡ଼ ସମାରୋହର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ବଡ଼ ପରଦା ଓ ଛୋଟ ପରଦାର ଅଭିନେତା ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି। ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍ […]
ରବିବାର ଦିନ ଥେରୁପର ନିକଟରେ ମେଥୁୟାମ୍ପାଲୟମ୍ର କରୁପନ୍ନା ସ୍ବାମୀ ମନ୍ଦିରରେ ଚାଲିଥିବା ଏକ ଉତ୍ସବ ସମୟରେ ଅଘଟଣ ଘଟି ଚାରିଜଣ ମହିଳା ସମେତ ସାତଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ୧୦ଜଣ ଆହତ ହୋଇଛନ୍ତି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଏଠାରେ ଆଜି ସକାଳେ […]
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ଶେଷ ପ୍ରଚାର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର କୁଚିଣ୍ଡା ସହରର ମୁକୁନ୍ଦି ଖେଳ ପଡ଼ିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ରବିବାର ଦିନ ଆୟୋଜିତ ଏହି ସଭାରେ ବିଜେଡି […]
ଶନିବାର ଦିନ ଦେଡିଆପାପାଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଗୁଜୁରାଟର ଆଦିବାସୀ ବିକାଶ ମନ୍ତ୍ରୀ ଗଣପତ୍ ବାସ୍ବା ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସର ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ‘ପପି’ କହିବା ସହ ପାକିସ୍ତାନ ଓ ଚୀନ୍ ପ୍ରତି ନିଷ୍ଠା […]
ଆମ୍ ଆଦ୍ମୀ ପାର୍ଟି ରବିବାର ଦିନ ହରିୟାଣା ପାଇଁ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଫରିଦାବାଦ ପାଇଁ ନବୀନ ଜୟହିନ୍ଦ, ଅମ୍ବାଲା ପାଇଁ ପୃଥ୍ବୀରାଜ ଓ କର୍ଣ୍ଣଲ୍ ପାଇଁ କ୍ରିଷ୍ଣନ କୁମାର ପ୍ରମୁଖଙ୍କ ନାମ ରହିଛି। ହରିୟାଣାରେ ଆସନ୍ତା ମେ […]
ଦେଶରେ ନିର୍ବାଚନୀ ବାତାବରଣ ବେଶ୍ ସରରଗମ। ଦୁଇଟି ପର୍ଯ୍ୟାୟର ନିର୍ବାଚନ ସରିଯାଇଥିବାବେଳେ ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭିତରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ସହ ଭୋଟର୍ଙ୍କୁ ଆକୃଷ୍ଟ ପାଇଁ ପ୍ରାଣମୂର୍ଛା ଉଦ୍ୟମ। […]
ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନଜନକ ଯୁଦ୍ଧକାଳୀନ ମେଡାଲ ‘ବୀର ଚକ୍ର’ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସୁପାରିସ କରାଯାଇଛି। ସେ ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିବାର ପରାକ୍ରମ ଦେଖାଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉ […]
ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ […]
ରବିବାର ଦିନ ଶ୍ରୀଲଙ୍କାର ସିରିଏଲ୍ ବ୍ଲାଷ୍ଟରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟର ଅବସରରେ କଲମ୍ବୋର ଚାରୋଟି ଚର୍ଚ୍ଚ ଓ ଦୁଇଟି ପଞ୍ଚତାରକା ହୋଟେଲ୍ରେ ବିସ୍ଫୋରଣ ଘଟିଛି। କଲମ୍ବୋ ସହର ସମେତ ଅନ୍ୟାନ୍ୟ […]
ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଇସି ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ବାଚନ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ସାଧ୍ବୀ […]
କଂଗ୍ରେସର ବରିଷ୍ଠ ନେତା ତଥା କେରଳର କୋଲାମର ସାଂସଦ ଏସ.କ୍ରିଷ୍ଣା କୁମାର ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପରେ ଏବେ ନିର୍ବାଚନ ଆୟୋଗ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଓ୍ଵେବ୍ ସିରିଜ ମୋଦି – ଜର୍ଣ୍ଣି ଅଫ୍ ଏ କମନ୍ମ୍ୟାନ୍ର ପ୍ରସାରଣ ଉପରେ ମଧ୍ୟ ପ୍ରତିବନ୍ଧକ […]
କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି। ବେଦ ପ୍ରକାଶଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବିଜେଡ଼ିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ […]
ପ୍ରତିଦ୍ବନ୍ଦୀ କମ୍ପାନୀ ଜେଟ୍ ଏୟାର ଓ୍ବେଜ୍ର ସମସ୍ତ ବିମାନ ଉଡାଣ ବାତିଲ ହେବା ପରେ ଏହାର ୫ଟି ବୋଇଙ୍ଗ ୭୭୭ ବିମାନ ଭଡାରେ ନେବାର ପ୍ରସ୍ତାବ ଦେଇଛି ଏୟାର ଇଣ୍ଡିଆ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ […]
ବହୁଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡରେ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ୩୬୦୦ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ଜାମିୁନ ଆବେଦନକୁ କୋର୍ଟ ଖାରଜ କରିଥିବା ବେଳେ ସେ […]
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଆକ୍ରମଣ କରିଛନ୍ତି। ମୋଦିଙ୍କୁ ନିର୍ବାଚନ ହାରିବାର ଭୟ (ହାରାତଙ୍କ) ରହିଛି ବୋଲି କହିଛନ୍ତି ମମତା। ଏହା ସହିତ ଦେଶ ବଞ୍ଚାଇବାକୁ ବିଜେପିକୁ ଭୋଟ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି। ମୋଦିଙ୍କ ମନ୍ତବ୍ୟ ରାଜ୍ୟରେ […]
ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ। ସେ ତାଙ୍କ […]