Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ: ଏସିଡ୍‌ମାଡ଼ ଘଟଣାରେ ଜଣେ ଗିରଫ
ଅପରାଧ

ବାଲୁଗାଁ: ଏସିଡ୍‌ମାଡ଼ ଘଟଣାରେ ଜଣେ ଗିରଫ

July 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରେ ଘଟିଥିବା ଏସିଡ୍‌ମାଡ ଘଟଣାରେ ପୋଲିସ ଶନିବାର ଦିନ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଣିଆସାହିର ବିଜୟ ପୃଷ୍ଟି।

ପ୍ରକାଶ ଯେ, ଇଟାମାଟି ଥାନା ଚମ୍ପତିପୁର ଗ୍ରାମର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସଦରଥାନା ବାଲୁଗାଁର ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ଅନେକ ସମୟରେ ଲକ୍ଷ୍ମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ସମାଧାନ ହୋଇଥିଲା।

ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀକୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହ ଘରକୁ ପଳାଇ ଯାଇଥିଲେ। ଗତକାଲି ମାନସ ବାଲୁଗାଁକୁ ସାର ନେବାକୁ ଆସି ଗାଁକୁ ଫେରୁଥିବା ବେଳେ ବିଜୟ ଏବଂ ଅନ୍ୟ ଦୁଇଜଣ ପୂର୍ବରୁ ପ୍ରସ୍ତୁତ ହୋଇ ଶିବମନ୍ଦର ପଛପଟେ ଲୁଚିଥିଲେ। ସେ ଆସିବା ଦେଖି ହଠାତ୍ ତାଙ୍କ ପଛପଟକୁ ଏସିଡ୍ ଫୋପାଡିଥିଲେ।

ସ୍ଥାନୀୟ ଲୋକେ ମାନସଙ୍କୁ ଡାକ୍ତରଖାନା ପଠାଇଥିଲେ ହେଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ସଦରଥାନା କେସ୍ ନଂ ୧୧୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଆଇଆଇସି ଅନିତା ସାହୁ ସୂଚନା ଦେଇଛନ୍ତି। ସଦରଥାନାରେ ମାମଲା ରୁଜୁ କରିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ନୟାଗଡ ବାଲୁଗାଁ ସଦରଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026

ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ

April 23, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.