Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିକୁ ପୁରିଲା 25 ବର୍ଷ, ଦେଶରେ ଏକ ଶ୍ରେଷ୍ଠ ରାଜନୈତିକ ଦଳ ଭାବରେ ଏହା କାହିଁକି ହେଲା ପରିଚିତ
ବିଶେଷ ଖବର

ବିଜେଡିକୁ ପୁରିଲା 25 ବର୍ଷ, ଦେଶରେ ଏକ ଶ୍ରେଷ୍ଠ ରାଜନୈତିକ ଦଳ ଭାବରେ ଏହା କାହିଁକି ହେଲା ପରିଚିତ

December 26, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିକୁ ପୁରିଲା 25 ବର୍ଷ, ଦେଶରେ ଏକ ଶ୍ରେଷ୍ଠ ରାଜନୈତିକ ଦଳ ଭାବରେ ଏହା କାହିଁକି ହେଲା ପରିଚିତ

ଭୁବନେଶ୍ବର: ଡିସେମ୍ବର 26 ତାରିଖ, ଠିକ 1997 ମସିହା ଆଜିର ଦିନରେ ଓଡିଶାରେ ପ୍ରତିଷ୍ଠା ହୋଇଥିଲା ଏକ ଆଞ୍ଚଳିକ ରାଜନୈତିକ ଦଳ, ଯାହାର ନାମ ବିଜୁ ଜନତା ଦଳ। ଏହାର ପ୍ରତିଷ୍ଠାତା ହେଲେ ନବୀନ ପଟ୍ଟନାୟକ। ଆଜି ଏହି ଦଳକୁ 25 ବର୍ଷ ପୁରିଲା। ଗୋଟିଏ ଆଞ୍ଚଳିକ ଦଳ ଭାବେ 25 ବର୍ଷ ସଫଳତାର ସହ ବିତାଇବା କିଛି କମ କଥା ନୁହେଁ। ଏହି 25 ବର୍ଷ ଭିତରେ ବିଜେଡି 21 ବର୍ଷ ଧରି ଓଡିଶାର ଶାସନ ଗାଦୀରେ ରହିଆସୁଛି। ଏତେ ବର୍ଷ ଧରି ନବୀନ ମୁଖ୍ୟମନ୍ତ୍ରୀ ରହିବା, ତାହା ପୁଣି ସଫଳତାର ସହ, ଭାରତ ରାଜନୈତିକ ଇତିହାସରେ ଏକ ବିରଳ ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ନବୀନ ପଟ୍ଟନାୟକଙ୍କ ପାଖରେ କଣ ଏପରି ଯାଦୁ ରହିଛି ଯେ, ଓଡିଶା ଜନସାଧାରଣ ତାଙ୍କୁ ପାଞ୍ଚଥର ମୁଖ୍ୟମନ୍ତ୍ରୀ କରାଇଛନ୍ତି। ଏହି ପ୍ରସଂଗକୁ ନେଇ ଚାରିଆଡେ ଚର୍ଚ୍ଚା। କାରଣ 2014 ଏବଂ 2019 ରେ ସାରା ଦେଶରେ ମୋଦି ଲହର ଖେଳୁଥିବା ବେଳେ ଓଡିଶାରେ ନବୀନଙ୍କ ପାଖରେ ସେହି ଲହର କାମ ଦେଲା ନାହିଁ। ରାଜ୍ୟରେ ବିରୋଧୀ ବିଜେପି ଆକ୍ରମଣାତ୍ମକ ରାଜନୀତି କରୁଥିଲେ ମଧ୍ୟ ନବୀନଙ୍କୁ ଦୋହଲାଇପାରୁ ନାହିଁ।

ସାଧାରଣତଃ ଲୋକମାନେ ପାଞ୍ଚ ବର୍ଷ ଗୋଟିଏ ଦଳକୁ ସରକାର ଗଠନ ପାଇଁ ସୁଯୋଗ ଦେଇ ପରବର୍ତ୍ତି ସମୟରେ ବଦଳାଇ ଦିଅନ୍ତି। ହେଲେ ନୀବନଙ୍କ ପାଖରେ ତାହା ଲାଗୁ ହୋଇପାରୁ ନାହିଁ। ନବୀନ 2000 ମସିହା ମାର୍ଚ୍ଚ 5 ତାରିଖରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେବେଠାରୁ ତାଙ୍କୁ ଓଡିଶାର ଲୋକେ ଶାସନ ଗାଦୀରେ ବସାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏବେ ବି ମଧ୍ୟ ସେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ଅଛନ୍ତି। ଦିନକୁ ଦିନ ତାଙ୍କ ଲୋକପ୍ରିୟତା ବଢୁଛି ସିନା କେବେ ବି ତାହା ହ୍ରାସ ପାଉ ନାହିଁ।

ତେବେ ବିଜେଡି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେ ବର୍ଷ ଶାସନ ଗାଦିରେ ବସିବାର କାରଣ କଣ ହୋଇପାରେ। ସେ ନେଇ ଅନେକ ଆଲୋଚନା ତଥା ଚର୍ଚ୍ଚା ଜାରୀ ରହିଛି। ତେବେ ଗୋଟିଏ ଧାଡିରେ ନବୀନଙ୍କ ସଫଳତା କଥା ଯଦି କୁହାଯାଏ ତେବେ ତାହା ହେବ ସେ ଜଣେ ସାଧାସିଧା ଶାନ୍ତ ମଣିଷଟିଏ, କଥା କମ କାମ ବେଶୀକୁ ବିଶ୍ବାସ କରନ୍ତି।

ଶାନ୍ତ କହିବାର କାରଣ ହେଲା, ନବୀନ ତାଙ୍କ ରାଜନୈତିକ କ୍ୟାରିୟର ଭିତରେ କେବେ ବି ହିଂସାତ୍ମକ କାର୍ଯ୍ୟ କରି ନାହାଁନ୍ତି। ବିରୋଧୀଙ୍କ ପ୍ରତି ଆର୍କମଣାତ୍ମକ ଭାବ ପରିପ୍ରକାଶ କରି ନାହାଁନ୍ତି। ଓଡିଶାର ଲୋକେ ସାଧାରଣତଃ ଶାନ୍ତ ସ୍ବଭାବକୁ ବେଶୀ ପସନ୍ଦ କରୁଥିବାରୁ ତାହାର ଲାଭ ନବୀନ ହିଁ ନେଉଛନ୍ତି। କାରଣ ବିରୋଧୀ ଦଳରେ ସେପରି ନେତା ଏ ପର୍ଯ୍ୟନ୍ତ କେହି ନାହାଁନ୍ତି। ଆଶ୍ଚର୍ଯ୍ୟର କଥା ବିରୋଧୀ ନେତାମାନେ ମଧ୍ୟ ନବୀନଙ୍କ ଏହି ରହସ୍ୟକୁ ଆଜି ପର୍ଯ୍ୟନ୍ତ ଠଉରାଇପାରୁ ନାହାନ୍ତି।

ନବୀନଙ୍କୁ ଯେ କେବଳ ଶାନ୍ତ କହିବା ତାହା ଭୁଲ ହେବ। କାରଣ ସେ ମଧ୍ୟ ଅନେକ ସମୟରେ କୋଠର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଜେଡି ଗଠନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ଟାଣୁଆ ନେତାଙ୍କୁ ଦଳରୁ ବହିସ୍କାର କରିଦେଇ ତାଙ୍କୁ ଧରାଶାୟୀ କରିଦେଇଛନ୍ତି। ତେଣୁ କହିବାକୁ ଗଲେ ନବୀନ ଲୋକଙ୍କ ପାଇଁ ଶାନ୍ତ, ହେଲେ ତାଙ୍କ ନେତାଙ୍କ ପାଇଁ କଠୋର।

ସେ ଯେତେବେଳେ ବିଜେଡି ଦଳ ଗଠନ କରି ସାଧାରଣ ନିର୍ବାଚନକୁ ଓହ୍ଲାଇଲେ ସେତେବେଳେ ତାଙ୍କୁ ନେଇ ବିରୋଧୀ ଅନେକ କୁତ୍ସାରଟନା କଲେ। ନବୀନ ଓଡିଆ ଜାଣି ନାହାଁନ୍ତି, ଓଡିଶାର ଜିଲ୍ଲା କେତେ କହିପାରିବେ ନାହିଁ, ଓଡିଆ ଜାଣି ନ ଥିବାରୁ ଓଡିଶା ଲୋକକଙ୍କ କଥା କେମିତି ବୁଝିବେ..ଏହିପରି ଅନେକ। ପ୍ରାୟ ତିନୋଟି ନିର୍ବାଚନରେ ନବୀନ ଓଡିଆ ଜାଣି ନାହାଁନ୍ତି ବୋଲି ପ୍ରସଂଗକୁ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ହେଲେ ତାହା ମଧ୍ୟ କାମ ଦେଇ ନ ଥିଲା। ପୁଣି ଲୋକେ ସେହି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଲାଗିଲେ। ଫଳରେ ଆଜିକାଲି ଆଉ କେହି ନବୀନ ଓଡିଆ ଜାଣି ନାହାଁନ୍ତି ବୋଲି କହୁ ନାହାଁନ୍ତି।

ନବୀନ ଓଡିଶାରେ ନ ଥିଲେ ସତ, ଓଡିଆ ଜାଣି ନ ଥିଲେ ସତ, ହେଲେ ଓଡିଆଙ୍କ ନାଡିକୁ ସେ ଭଲ ଭାବେ ଚିପି ପାରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଓଡିଶାରେ ଅଛନ୍ତି, ସ୍ପଷ୍ଟ ଓଡିଆ କହୁଛନ୍ତି ସେହି ନେତାମାନେ କିନ୍ତୁ ଓଡିଆ ଲୋକଙ୍କ ମନ କଣ ତାହା ଏ ପର୍ଯ୍ୟନ୍ତ ଜାଣିପାରୁ ନାହାଁନ୍ତି। କେନ୍ଦ୍ର ସରକାରଙ୍କଠାରୁ ଅଖଣ୍ଡ ଶକ୍ତି ହାସଲ କରିଥିଲେ ମଧ୍ୟ ଓଡିଆ ଲୋକଙ୍କ ମନ ଜିଣିବାରେ ସେମାନେ ସକ୍ଷମ ହୋଇପାରି ନାହାଁନ୍ତି। ଫଳରେ ସେମାନଙ୍କ ପାଇଁ ବାରମ୍ବାର ନିର୍ବାଚନ ହାରିବା ଶ୍ରେୟ ହେଉଛି।

କହିବାକୁ ଗଲେ ଯାହାର ପ୍ରକୃତି ଯାହା ତାହା କିପରି କିଏ ପରିବର୍ତ୍ତନ କରାଯାଇପାରିବ। ସେମାନେ ଭାବନ୍ତି ହିଂସାତ୍ମକ କାର୍ଯ୍ୟ କରି ନବୀନଙ୍କୁ ବଦନାମ କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବେ। ହେଲେ ଓଡିଶାବାସୀ ସେମାନଙ୍କର ସେହି ସ୍ବପ୍ନକୁ ସାକାର କରାଇ ଦେଉ ନାହାଁନ୍ତି। ଭବିଷ୍ୟତରେ ମଧ୍ୟ ସେମାନେ ଯେ ନିର୍ବାଚନ ଜିଣିବେ ତାହା ମଧ୍ୟ ସନ୍ଦେହ ଜନକ। ଫଳରେ ଓଡିଶାରେ ନବୀନ ଅପରାଜୟ ନେତା ଭାବେ ପ୍ରତିଷ୍ଠିତ ହୋଇ ଆସୁଛନ୍ତି।

ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ବିଜେଡି ବିଜେଡ଼ି ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026
Latest News

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପାର ସ୍ଥିତି

October 16, 2026

ଦୀପାବଳି ପୂର୍ବରୁ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍!: ସରକାର ଡାକିବେ ସଂସଦୀୟ ଅଧିବେଶନ?

October 16, 2026

ବାଂଲାଦେଶ ଭଳି ସରକାର ବଦଳାଇବାକୁ ଚାଲିଛି ଷଡ଼ଯନ୍ତ୍ର : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 16, 2026

ୟେମେନର ରାଷ୍ଟ୍ରପତି ଭବନରେ ହୁତି ଆକ୍ରମଣ: ୫ ମୃତ ଓ ୧୬ ଆହତ

October 16, 2026

୭.୦ ତୀବ୍ରତାର ଭୂକମ୍ପରେ ଥରିଲା ରୁଷର କାମଚାଟ୍‌କା ଉପଦ୍ୱୀପ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.