Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଅନୁଭବ ଜାରୀ କଲେ ଆଉ ଏକ ଭିଡିଓ, ଏଥିର ସେ ସିଧା ବର୍ଷାଙ୍କ ନାଁ ନେଲେ
ବିଶେଷ ଖବର

ପୁଣି ଅନୁଭବ ଜାରୀ କଲେ ଆଉ ଏକ ଭିଡିଓ, ଏଥିର ସେ ସିଧା ବର୍ଷାଙ୍କ ନାଁ ନେଲେ

May 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ଅନୁଭବ ଜାରୀ କଲେ ଆଉ ଏକ ଭିଡିଓ, ଏଥିର ସେ ସିଧା ବର୍ଷାଙ୍କ ନାଁ ନେଲେ

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ଜାରୀ କରିଛନ୍ତି। ଏଥର ସେ ସିଧା ବର୍ଷାଙ୍କ ନାଁ ନେଇ ତାଙ୍କର କଣ ଭୁଲ ଥିଲା ତାହା କହିଛନ୍ତି। ଏହି ଭିଡିଓକୁ ନିଜେ ଅନୁଭବ ତାଙ୍କ ୟୁଟିୟୁବରେ ଲୋଡ କରି ସମସ୍ତେ ଦେଖନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଏଥିରେ ସେ ତାଙ୍କର ଆଠ ବର୍ଷର ବାହାଘରର ଭିତିରି କଥାକୁ ଲୋକଲୋଚନକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ବର୍ଷାଙ୍କୁ ବାହା ହେଲି ସତ ହେଲେ ସେ ମୋତେ ସ୍ବାମୀର ଯାହା ଅଧିକାର ତାହା ଦେଲେ ନାହିଁ। ଜଣେ ସ୍ବାମୀ ହିସାବରେ ମୋର କଣ ସେହି ଅଧିକାର ପାଇବା ଯୋଗ୍ୟ ନୁହେଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ସ୍ବାମୀ ସ୍ତ୍ରୀ ମଧ୍ୟରେ ଶାରିରୀକ ସଂପର୍କ ଏକ ପବିତ୍ର ସଂପର୍କ। ହେଲେ ବର୍ଷା ସେ ସବୁକୁ ବିଭିନ୍ନ ଆଳ ଦେଖାଇ ଆଡେଇ ଦେଇଥିଲେ। ଏହା କଣ ଜଣେ ସ୍ତ୍ରୀର କର୍ତ୍ତବ୍ୟ ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ଏହି ପ୍ରସଂଗ ଉଠାଇ ଅନୁଭବ ନିଜକୁ କହିଛନ୍ତି ମ୍ୟାରେଡ ବ୍ୟାଚଲର।

ସେ କହିଛନ୍ତି ଯେ, ମୁଁ ବର୍ଷାକୁ ବହୁ ଭଲ ପାଇ ବାହା ହେଲି। ବାହା ଘର ପରେ ମଧ୍ୟ ତାଙ୍କୁ ଭଲ ପାଇଲି। ହେଲେ ପରେ ମୁଁ ଜାଣିଲି ଯେ, ତାଙ୍କର ଭଲ ପାଇବାର ଆଗ୍ରହ ନାହିଁ। ଯାହା ମୋତେ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାପରେ ଆମ ଭିତରେ ଆରମ୍ଭ ହେଲା ଟଣା ଓଟରା। ତାଙ୍କର ବ୍ୟବହାର ନେଇ ଆମ ପରିବାରର ସମସ୍ତେ ବିଶେଷ କରି ଗୁରୁଜନମାନେ ବ୍ୟତିବ୍ୟସ୍ତ ହୋଇପଡିଲେ।

ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

ଏହି ଭିଡିଓଟି ଅପଲୋଡ ହେବା ପରେ ବର୍ତ୍ତମାନ ପ୍ରାୟ ଦେଢଲକ୍ଷ ଲୋକ ଦେଖିସାରିଲେଣି। ଏପରିକି ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କୁ ଧର୍ଯ୍ୟ ଧରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ଜାରି କରି ନ୍ୟାୟ ପ୍ରଦାନରେ ବିଳମ୍ବକୁ ଦୁଃଖର ସହ କହିଥିଲେ। ହେଲେ ଏଥର ସେ ବର୍ଷା ତାଙ୍କୁ ସ୍ବାମୀର ଅଧିକାରରୁ ବଞ୍ଚିତ କରିଛନ୍ତି ବୋଲି କହିଛନ୍ତି।

ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ବର୍ଷା-ଅନୁଭବ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026
Latest News

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.