Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ଆଗୁଆ ନିର୍ବାଚନ, ଏହା କେବଳ ଚର୍ଚ୍ଚା ନା କିଛି ରହିଛି ସମ୍ଭାବନା??
ଜାତୀୟ ଖବର

ଓଡିଶାରେ ଆଗୁଆ ନିର୍ବାଚନ, ଏହା କେବଳ ଚର୍ଚ୍ଚା ନା କିଛି ରହିଛି ସମ୍ଭାବନା??

December 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଆଗୁଆ ନିର୍ବାଚନ, ଏହା କେବଳ ଚର୍ଚ୍ଚା ନା କିଛି ରହିଛି ସମ୍ଭାବନା??

ଭୁବନେଶ୍ବର: କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଆମେ ଶୁଣୁଛୁ ଓଡିଶାରେ କୁଆଡେ ଆଗୁଆ ନିର୍ବାଚନ ହେବ। ଏହି ମନ୍ତବ୍ୟ ପରେ ଓଡିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି। କେବଳ ଧର୍ମେନ୍ଦ୍ର ନୁହଁନ୍ତି, ବହୁ ପୂର୍ବରୁ ଓଡିଶାରେ ଏହି ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ଏହିପରି ଏକ ସୂଚନା ପ୍ରଦାନ କରି ରାଜ୍ୟ ରାଜନୀତିକୁ ତାଜା କରି ଦେଇଛନ୍ତି। ସେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପାଖରେ ଭିତିରି ଖବର ସଂଗ୍ରହ କରିବାର ଏକ ଲୋକବଳ କାମ କରୁଛି। ତେଣୁ ସେ ସେହିପରି କିଛି ସୂରାକ ପାଇଥିବାରୁ ଏପରି ଏକ ବିବୃତି ମିଡିଆ ଆଗରେ କହିଲେ ବୋଲି ଧରାଯିବ। ତେବେ କେବଳ ଓଡିଶାର ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି କୁଆଡେ ଆଗୁଆ ନିର୍ବାଚନ କରିବ ବୋଲି ଚର୍ଚ୍ଚା ଚାଲିଛି। ଯାହା ଧର୍ମେନ୍ଦ୍ର କହି ନାହାଁନ୍ତି ବା କହିପାରି ନାହାଁନ୍ତି।

ସେ ଯାହା ହେଉ ନା କାହିଁକି ଏବେ ପ୍ରଶ୍ନ ଉଠିଛି ଯେ, ପ୍ରକୃତରେ ଓଡିଶାରେ ଆଗୁଆ ନିର୍ବାଚନ ହେବ କି ? ଯଦି ହେବ ତେବେ କାହିଁକି ହେବ ? ଏଥିରେ କେଉଁ ଦଳ ଲାଭବାନ ହେବ ଏବଂ କେଉଁ ଦଳର କ୍ଷତି ହେବ ? ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ମଧ୍ୟ ଏକାସାଥୀରେ ନିର୍ବାଚନ ହେବ କି ?

ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନକୁ ନେଇ ସୃଷ୍ଟି ହେବାରେ ଲାଗିଛି। ତେବେ ଏହାରି ଭିତରେ ଆଉ ଏକ ପ୍ରସଂଗ ରହିଛି ତାହା ହେଲା ଓଡିଶାରେ ବିଜେଡି ବର୍ତ୍ତମାନ ଯେପରି ସ୍ଥିତିରେ ରହିଛି ସେ କାହିଁକି ଆଗୁଆ ନିର୍ବାଚନ ପାଇଁ ଇଚ୍ଛା ପ୍ରକାଶ କରିବ। କାରଣ ବିଗତ ଦିନର ରାଜ୍ୟ ରାଜନୀତି ବା ଉପନିର୍ବାଚନର ପରିସ୍ଥିତକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ବିଜେଡି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ ନମ୍ବର। ଯାହାର ସ୍ଥିତି ସୁଦୃଢ ରହିଛି।

ସେଥିପାଇଁ ଗୋଟିଏ ସୁଦୃଢ ସରକାରଙ୍କୁ ଭାଙ୍ଗି ଆଗୁଆ ନିର୍ବାଚନ କରିବା ପାଇଁ ବିଜେଡି କେବେ ବି ଚାହିଁବ ନାହିଁ। ଅନ୍ୟପକ୍ଷରେ ଓଡିଶାରେ ଆଗୁଆ ନିର୍ବାଚନ କଲେ ବିଜେଡି ଏକ ବଡ ଭୁଲ କରି ବସିବ। କାରଣ ଓଡିଶା ବିଧାନସଭା ନିର୍ବାଚନ ହେଲେ ବିଜେପିର ମୋଦୀ ସାହାଙ୍କ ଠାରୁ ଆରମ୍ଭ କରି ଡଜନ ଡଜନ କେନ୍ଦ୍ରୀୟ ନେତା ଓଡିଶାରେ ପଡି ରହିବେ। ଫଳରେ ବିଜେଡିକୁ ଏହି କେନ୍ଦ୍ରୀୟ ମହାଶକ୍ତିକୁ ମୁକାବିଲା କରିବା ପାଇଁ କାଠିକର ପାଠ ହୋଇପଡିବ। ତେଣୁ ବିଜେଡି କାହିଁକି ଆଗୁଆ ନିର୍ବାଚନ କରି କାଦୁଅରେ ପଶିବ।

ତେବେ ଅନ୍ୟ ପ୍ରସଂଗ କଥା ଚିନ୍ତା କରାଯାଏ ତେବେ ବିଜେଡି ଆଗୁଆ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରିବାର ସମ୍ଭାବନା ଯଥେଷ୍ଠ ରହିଛି। ତାହା ହେଲା, ଯଦି କେନ୍ଦ୍ରରେ ବିଜେପି ସରକାର ଆଗୁଆ ନିର୍ବାଚନ ପାଇଁ ଘୋଷଣା କରନ୍ତି ତେବେ ବିଜେଡି ଆଗୁଆ ନିର୍ବାଚନ ଚିନ୍ତା କରିବ।  କାରଣ ଏହାଦ୍ବାରା ବିଜେଡି ଲାଭରେ ରହିବ। କେନ୍ଦ୍ରୀୟ ନେତୃତ୍ବ ସାରା ଦେଶରେ ନିର୍ବାଚନ ପାଇଁ ମାତିବେ। ଓଡିଶା ନିର୍ବାଚନରେ ସେମାନେ ପୁରା ଶକ୍ତି ଅପଚୟ କରିପାରିବେ ନାହିଁ। ଫଳରେ ଓଡିଶା ବିଜେପି ନେତାଙ୍କୁ ଏକା ନବୀନ ସମ୍ଭାଳି ନେଇ ନେବେ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ କେନ୍ଦ୍ରୀୟ ପାଣିପାଗକୁ ଅପେକ୍ଷା କରି ରହିଛି। ସେଠାରେ କଣ ଘଟୁଛି ବା ଆଗକୁ ଘଟିବାର ସମ୍ଭାବନା ରହିଛି ତାହାକୁ ପୁରା ତୀକ୍ଷ୍ମ ଦୃଷ୍ଟିରେ ଅନେଇ ରହିଛି। ସେତେବେଳର ପାଣିପାଗ ଦେଖି ବାତ୍ୟା ମୁକାବିଲାରେ ପାରଙ୍ଗମ ଥିବା ବିଜେଡି ସରକାର ନିର୍ବାଚନ ମହାବାତ୍ୟାକୁ ମୁକାବିଲା କରିବାକୁ ପଦକ୍ଷେପ ନେବ।

ଆଗୁଆ ନିର୍ବାଚନ ଓଡିଶା ନିର୍ବାଚନ କଂଗ୍ରେସ ବିଜେଡି ବିଜେପି ଶୋଭାଯାତ୍ରା ସାଧାରଣ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026
Latest News

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.