Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଗୋପାଳନ ସମ୍ମିଳନୀ
ଜାତୀୟ ଖବର

ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଗୋପାଳନ ସମ୍ମିଳନୀ

December 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
AshitTripathy
ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଗୋପାଳନ ସମ୍ମିଳନୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ବଲାଙ୍ଗିର ଗସ୍ତରେ ଯାଇ ଆଜି ସେଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଗୋପାଳନ ସମ୍ମିଳନୀର ଶୁଭ ଉଦ୍‌ଘାଟନ କରିଛନ୍ତି।

ବଲାଙ୍ଗିର ଏବେ ଗୋପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଗତ ଅକେଫାବର ମାସରେ ସଇଁତଳାଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇଥିବା ବୃହତ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ତା’ର ଏକ ଉଦାହରଣ।

ଏହି ଅବସରରେ ଉପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଦୁଗ୍ଧ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ନିର୍ବାଚିତ ଜନପ୍ରତିନିଧିଗଣ ମିଳିତ ଭାବରେ ଦଳଗତ ମନୋଭାବ ନେଇ ଏ ଦିଗରେ କାର୍ଯ୍ୟକଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି କହିଥିଲେ। ବିଜୁ ଏକ୍ସପ୍ରେସ୍‌ କରିଡୋରର ଲାଭ ଉଠାଇବା ସହ କୃଷି ଉଦ୍ୟୋଗ, ଗୋପାଳନ, ଉଦ୍ୟାନ କୃଷି, ପିସିକଲଚର ଭଳି ଉଦ୍ୟୋଗରେ ବିକାଶ କରାଯାଇପାରିବ ବୋଲି ସେ ଆଶାପୋଷଣ କରିଥିଲେ।

ସଂପ୍ରତି ବଲାଙ୍ଗିର ଜିଲ୍ଲାରେ ଉତ୍ପାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବିଶେଷ ଚାହିଦା ରହିଛି। ଦୁଗ୍ଧ ଉତ୍ପାଦନ ସଂସ୍ଥାଗୁଡ଼ିକର କ୍ଷମତାକୁ ଉଚିତ ମାର୍ଗରେ ପରିଚାଳିତ କରିପାରିଲେ ତାହା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ପ୍ରକୃତରେ ସାମାଜିକ ଓ ଅର୍ଥନୈତିକ ଭାବେ ସଶକ୍ତ କରିପାରିବ ବୋଲି କହିଥିଲେ।

ସେ ଯୁବବର୍ଗଙ୍କୁ ଆହ୍ୱାନ ଜଣାଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର, ବିଶେଷ କରି, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକର୍ଷିତ ହେବା ଏବଂ ବାହାରୁ ଆସୁଥିବା କମ୍ପାନୀଗୁଡ଼ିକ ସହ ସହବନ୍ଧିତ ହୋଇ ଲାଭାନ୍ୱିତ ହେବାକୁ ସେ ପରାମର୍ଶ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା, ବିକେଏମ୍‌ ଦୁଗ୍ଧ ସଂଘର ଅଧ୍ୟକ୍ଷା ଶ୍ରୀମତୀ ସୀମା ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶିଷ ଚନ୍ଦ୍ର ସିହ୍ନା, ଡବ୍ଲୁ୍ୟଓଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର୍ ଲିକ୍ ପ୍ରସଙ୍ଗ: ମୋଦି ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଲା କଂଗ୍ରେସ

July 23, 2026

ରାମ ମନ୍ଦିରରେ ଦାନ ଚୋରି ପରେ ସନ୍ଥ ସମାଜର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

July 23, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର କାର୍ଯ୍ୟସୂଚୀ ନିଶ୍ଚିତ କଲା ICC : ଜାଣନ୍ତୁ ତାରିଖ ଏବଂ ସ୍ଥାନ

July 23, 2026

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026
Latest News

ପେପର୍ ଲିକ୍ ପ୍ରସଙ୍ଗ: ମୋଦି ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଲା କଂଗ୍ରେସ

July 23, 2026

ରାମ ମନ୍ଦିରରେ ଦାନ ଚୋରି ପରେ ସନ୍ଥ ସମାଜର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

July 23, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର କାର୍ଯ୍ୟସୂଚୀ ନିଶ୍ଚିତ କଲା ICC : ଜାଣନ୍ତୁ ତାରିଖ ଏବଂ ସ୍ଥାନ

July 23, 2026

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.