Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଦଖଲରେ ପ୍ରଶାନ୍ତ ଜଗଦ୍ଦେବ, ଅଣ ରାଜନୈତିକ ସଂଗଠନ କରି ଆରମ୍ଭ କଲେଣି ରାଜନୀତି
ବିଶେଷ ଖବର

ଖୋର୍ଦ୍ଧା ଦଖଲରେ ପ୍ରଶାନ୍ତ ଜଗଦ୍ଦେବ, ଅଣ ରାଜନୈତିକ ସଂଗଠନ କରି ଆରମ୍ଭ କଲେଣି ରାଜନୀତି

July 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Khordha2
ଖୋର୍ଦ୍ଧାରେ ଆସ୍ଥାନ ଜମେଇଲେଣି ପ୍ରଶାନ୍ତ ଜଗଦ୍ଦେବ, ଗଢିଲେ ଦୁଇଟି ଅଣ ରାଜନୈତିକ ସଂଗଠନ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ମୁହାଁ ହେଲେଣି। ନିର୍ବାଚନ ଆଉ ମାସ କେଇଟା ଥିବାରୁ ସେ ନିଜର ଆସନକୁ ସୁଦୃଢ କରିବା ପାଇଁ ଲାଗିପଡିଛନ୍ତି। କୋର୍ଟ ପ୍ରତିବନ୍ଧକ ଯୋଗୁଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେଠାକାର ସଂଗଠନ ଦୁର୍ବଳ ହୋଇପଡିଛି। ସେଥିପାଇଁ ସେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧାରେ ନିଜର ରାଜନୈତିକ ଭବିଷ୍ୟତ ଦେଖିବା ପାଇଁ ସେଠାରେ ସଂଗଠନ ଆରମ୍ଭ କରିଛନ୍ତି।

ବିଜେଡିରୁ ବହିସ୍କୃତ ହୋଇଥିବାରୁ ସେ ବର୍ତ୍ତମାନ ସିଧା ଦଳୀୟ ରାଜନୀତି କରିପାରିବେ ନାହିଁ। ସେଥିପାଇଁ ସେ ଖୋର୍ଦ୍ଧାରେ ଗଠନ କରିଛନ୍ତି ଦୁଇଟି ଅଣ ରାଜନୈତିକ ସଂଗଠନ। ଗୋଟିଏ ଟାଙ୍ଗୀ ବିକାଶ ପରିଷଦ ଏବଂ ଅନ୍ୟଟି ଖୋର୍ଦ୍ଧା ବିକାଶ ପରିଷଦ। ଏହି ଦୁଇ ସଂଗଠନ ମାଧ୍ୟମରେ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ସେଠାକାର ପୁରୁଣା ବିଜେଡି ନେତା ତଥା ଯୁବକମାନଙ୍କୁ ନେଇ ଅଣରାଜନୈତିକ କାର୍ଯ୍ୟ ଜାରୀ ରଖିଛନ୍ତି।

ନିକଟରେ ସେ ଟାଙ୍ଗୀଠାରେ ଏହି ସଂଗଠନ ମାଧ୍ୟମରେ ଏକ ସଭା କରିଥିଲେ। ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହିତ ଖୋର୍ଦ୍ଧାରୁ ଲଢେଇ କରିବା ପାଇଁ ଦାବୀ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ସେ ବିଭିନ୍ନ ଉତ୍ସବ ଅନୁଷ୍ଠାନ ଏବଂ କ୍ଲବ ସଂଘ ପ୍ରଭୃତି ଗସ୍ତ କରି ତାଙ୍କର ପୁରୁଣା ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ପୁରା ଖୋର୍ଦ୍ଧାଗଡରେ ଡେରା ପକାଇ ନିଜର ଜାନ ଲଗାଇ ଦେଇଛନ୍ତି ଏହି ପାଇକ ପୁଅ।

ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ପରିଷଦର ସଭାପତି ଥିବା ସହିତ ବିଜେଡିର ଦୁଇଥର ଜିଲ୍ଲା ସଭାପତି ମଧ୍ୟ ହୋଇଛନ୍ତି।ଏପରିକି ସେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବଡପୋଖରୀଆ ହେଉଛି ତାଙ୍କର ଜନ୍ନସ୍ଥାନ। ସେହି ନିର୍ବାଚନ ମଣ୍ଡଳୀରୁ ସେ ଛାତ୍ର ନେତା ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ଚିଲିକା ଅପେକ୍ଷା ଖୋର୍ଦ୍ଧା ତାଙ୍କ ପାଇଁ ଉପଯୁକ୍ତ ବୋଲି ଭାବି ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଅନ୍ୟପଟେ ଖୋର୍ଦ୍ଧାର ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଚିନ୍ତା କରିଛନ୍ତି। ସେ ତାଙ୍କ ପୁତ୍ର କିମ୍ବା ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେଥିପାଇଁ ଖୋର୍ଦ୍ଧାରେ ପ୍ରଶାନ୍ତଙ୍କ ସଂଗଠନ ପାଇଁ ଜିତୁ ମିତ୍ର ପୁରା ରାସ୍ତା ଛାଡି ଦେଇଛନ୍ତି। ଏପରିକି ଉଭୟ ମିଶି ବିଭିନ୍ନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାରେ ଜାରୀ ରଖିଛନ୍ତି।

ଅନ୍ୟପକ୍ଷରେ ଖୋର୍ଦ୍ଧାର ପୂର୍ବତନ ଏବଂ ବର୍ତ୍ତମାନ ବେଗୁନିଆର ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ପୁଣି ଖୋର୍ଦ୍ଧା ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ ଆଉ ବେଗୁନିଆରେ ମନ ଲାଗୁ ଲାଗୁ ନାହିଁ। ହେଲେ ସେ ଖୋର୍ଦ୍ଧାର ବିଧାୟକ ଥିବା ବେଳେ ତାଙ୍କ ଉପରେ ବହୁ କର୍ମି ଅସନ୍ତୁଷ୍ଠ ଅଛନ୍ତି। ତେଣୁ ସେ ଆସିଲେ ତାଙ୍କ ବିରୋଧରେ ବିଦ୍ରୋହ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ରାଜେନ୍ଦ୍ର ସାହୁ ଚିଲିକା ନିର୍ବାଚନ ମଣ୍ଡଳୀ ଆଡେ କୁଆଡେ ମୁହାଁଉଛନ୍ତି ବୋଲି କୁହାଯାଉଛି। ଇତିମଧ୍ୟରେ ସେ ଦଳୀୟ କାର୍ଯ୍ୟକ୍ରମ ନେଇ ଚିଲିକାକୁ ତିନିଥର ଗସ୍ତ କରିସାରିଲେଣି।

ସବୁ ଦୃଷ୍ଟିରୁ ଦେଖିଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଖୋର୍ଦ୍ଧା ବେଶ ସୁରକ୍ଷିତ ହୋଇ ଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ତାଙ୍କୁ ବିଜେଡି ଟିକେଟ ଦେବ କି ନାହିଁ। ପ୍ରଶାନ୍ତ ନିଜେ ମଧ୍ୟ ବିଜେଡି ଟିକେଟ ମିଳିବା ନେଇ ଦ୍ବନ୍ଦରେ ଅଛନ୍ତି। କାରଣ ତାଙ୍କ ଉପରୁ ଦଳ ଏ ପର୍ଯ୍ୟନ୍ତ ବହିସ୍କାର ଆଦେଶ ଉଠାଇ ନାହିଁ। ହେଲେ ତାଙ୍କ ମନ ଏବଂ ରକ୍ତ କିନ୍ତୁ ବିଜେଡି ସାଥୀରେ ରହିଛି। ଦଳରୁ ଦୂରରେ ରହିଥିବାରୁ ସେ ସେଥିପାଇଁ ବିଭିନ୍ନ ଅଣ ରାଜନୈତିକ ସଂଗଠନ କରି ଗାଁକୁ ଗାଁ ବୁଲୁଛନ୍ତି। ନିଜର ପତିୟାରା ଜାହିର କରିବାରେ ଲାଗିଛନ୍ତି।

election Election2024 PRASANTJAGDEV ଖୋର୍ଦ୍ଧା ନିର୍ବାଚନ ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ : ୬ ଗୁରୁତର

June 16, 2026

ସ୍ଵାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ

June 16, 2026

ମଟରସାଇକେଲ ଦୁର୍ଘଟଣା: ଗଛରେ ପିଟିହୋଇ ଭାଇ ଭଉଣୀ ମୃତ

June 16, 2026
Latest News

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ 

June 16, 2026

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

June 16, 2026

ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’

June 16, 2026

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026

ପକେଟ ଉପରେ ମୁଦ୍ରାସ୍ଫୀତିର ‘ନୀରବ ଆକ୍ରମଣ’ : ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ହେଲା ମହଙ୍ଗା

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.