Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବଲପୁର ସାଂସଦଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କର ବିସ୍ପୋରକ ବୟାନ, ଧର୍ମେନ୍ଦ୍ରଙ୍କୁ କଲେ ଗାଳି
ବିଶେଷ ଖବର

ସମ୍ବଲପୁର ସାଂସଦଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କର ବିସ୍ପୋରକ ବୟାନ, ଧର୍ମେନ୍ଦ୍ରଙ୍କୁ କଲେ ଗାଳି

August 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର ସାଂସଦଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କର ବିସ୍ପୋରକ ବୟାନ, ଧର୍ମେନ୍ଦ୍ରଙ୍କୁ କଲେ ଗାଳି

ଭୁବନେଶ୍ବର: ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବିଶେଷ କରି ଓଡିଶା ବିଜେପି ରାଜନୀତିରେ ଏ ନେଇ ଚାଲିଛି ଗରମାଗରମ ଆଲୋଚନା। କାରଣ ଅରୁନ୍ଧତୀ ଦେବୀ ଯେପରି କଥା କହିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଜୋରଦାର ଚର୍ଚ୍ଚା।

ଅରୁନ୍ଧତୀ ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଛନ୍ତି। କେବଳ ଟାର୍ଗେଟ କହିଲେ ଠିକ ହେବ ନାହିଁ, ବଂର ତାଙ୍କୁ ଗାଳି କରିଛନ୍ତି। ଅରୁନ୍ଧତୀ ଧର୍ମେନ୍ଦ୍ରଙ୍କୁ ‘କୁଚକ୍ରୀ’, ‘ରୁଗ୍ନ ମାନସିକତା’, ‘ଦମ ଅଛି ତ ସମ୍ବଲପୁରରୁ ଆସି ଲଢେଇ କର’ ବୋଲି ଆହ୍ବାନ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ମଧ୍ୟ ଗାଳି କରିଛନ୍ତି। ସେ ଜଣେ ମାନସିକ ରୋଗାଗସ୍ତ ବିଧାୟକ ବୋଲି ଅରୁନ୍ଧତୀ କହିଛନ୍ତି। ତେବେ ସେ ଉଭୟଙ୍କ ନାମ ନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ବୋଲି କହିଛନ୍ତି।

ଅରୁନ୍ଧତୀ ଏପରି ଗାଳି କରିବାର କାରଣ ରହିଛି। ତାହା ହେଲା ନୀତିଶ ଗଙ୍ଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଶଙ୍କା ରହିଛି। କାରଣ ସେଠାରୁ କୁଆଡେ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନାଉରୀ ନାୟକ ମିଶି ସାଂସଦଙ୍କୁ ବଦନାମ କରୁଛନ୍ତି ବୋଲି ସେ କହିଛନ୍ତି। ଅରୁନ୍ଧତୀ କହିଛନ୍ତି ଯେ, ଯଦି ଧର୍ମେନ୍ଦ୍ର ସମ୍ବଲପୁରରୁ ଛିଡା ହେବାକୁ ଇଚ୍ଛା ତେବେ ରାଜାସାହେବଙ୍କୁ କହିଥାଆନ୍ତେ। ସେ ତାଙ୍କୁ ଖୁସିରେ ଏହି ଆସନ ଛାଡି ଦେଇ ଥାଆନ୍ତେ। ତେବେ ଏବେ ଆଉ ନୁହେଁ, ଆମେ ଲଢେଉ ନିଶ୍ଚିତ କରିବୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଅରୁନ୍ଧତୀ ତାଙ୍କ ଫେସବୁକ ପେଜରେ ଏହିସବୁ କଥା ଉଲ୍ଲେଖ କରିଛନ୍ତି। ସେ ଯାହା ପୋଷ୍ଟି କରିଛନ୍ତି ତାହା ହେଲା, “ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଲବା ଜଣେ କୁଚକ୍ରୀ ମନ୍ତ୍ରୀକୁ। ରାଜା ସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କର୍ବାକେ ଦିଆଯାଉ। ଜଣେ ମାନସିକ ରୋଗଗ୍ରସ୍ତ ବିଧାୟକ ଏବଂ ରୁଗ୍ନମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି। ରାଜା ସାହେବ ଙ୍କ ସରଲତାର ଫାଇଦା ଆଉ କେତେଦିନ ଉଠାଇବ।”

ସେ ଆହୁରି ଲେଖିଛନ୍ତି ଯେ, “ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାର କୁ ସୁଧାର ନ ହେଲେ ବହୁତ୍ ମହଙ୍ଗା ପଡ଼ିବ। ମୁଁ ଆହୁଆନ ଦଉଛି ଯଦି ଦମ୍ ଅଛି ତାହେଲେ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ। ଦୁହି କୁଚାକ୍ରି କୁ କହୁଛି ସୁଧୁରି ଯାଅ। ବାରମ୍ବାର ରାଜା ସାହେବ ଙ୍କ କାମ ରେ ମୁଣ୍ଡ ପୁରେଇବା କେତେ ଯୁକ୍ତି ଯୁକ୍ତ।”

ସେ ପୁଣି ଉଲ୍ଲେଖ କରିଛନ୍ତି ଯେ, “ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦ କୁ କାମ କରିବାରୁ କେତେ ଅଟକାଇବ ? ସାଂସଦ କୁ ବଦନାମ୍ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ। ଯଦି ଦମ୍ ଅଛି ତାହେଲେ ସାମ୍ନାରୁ ଲଢ଼ାଇ କର କାପୁରୁଷ ପରି ପଛରୁ ଲଢ଼ାଇ କର ନାହିଁ। ରାଜା ସାହେବ କୁ ଥରେ କହିଥାନ୍ତ କୁ ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଚି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଥିତେ। ଏବେ ତ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ। ରାଜା ସାହେବ ଙ୍କ ସରଲତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ। ”

ଅରୁନ୍ଧତୀଙ୍କ ଏହି ପୋଷ୍ଟିଂକୁ ନେଇ ବିଜେପି ଭିତରେ ବେଶ ଆଲୋଡନ ସୃଷ୍ଟି କରିଛି। ପୂର୍ବରୁ କେହି ଧର୍ମେନ୍ଦ୍ରଙ୍କ ବିରୋଧରେ କହିବାକୁ ସାହାସ କରୁ ନ ଥିଲେ। ହେଲେ ଏବେ ସାଂସଦଙ୍କ ପତ୍ନୀ ଏପରି ଧମକ ତଥା ଗାଳି କରିବା ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀକୁ ବେଶ ଖୁସି ଆଣି ଦେଇଛି। ତେବେ ଏହି ପୋଷ୍ଟିଂକୁ ହଟାଇବା ପାଇଁ ଅରୁନ୍ଧତୀଙ୍କ ଉପରେ କୁଆଡେ ପ୍ରବଳ ଚାପ ପଡୁଥିବାର ଜଣାପଡିଛି।

election Election2024 ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ନିର୍ବାଚନ2024 ନୀତିଶ ଗଙ୍ଗଦେବ ବିଜେପି ସମ୍ବଲପୁର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.