Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରୀତି ପାଣିଗ୍ରାହୀ, ଜାଣନ୍ତୁ କିଏ ଏହି ଯୁବତୀ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରୀତି ପାଣିଗ୍ରାହୀ, ଜାଣନ୍ତୁ କିଏ ଏହି ଯୁବତୀ

February 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରୀତି ପାଣିଗ୍ରାହୀ, ଜାଣନ୍ତୁ କିଏ ଏହି ଯୁବତୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି ପ୍ରୀତି ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସେ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କର କୃତିତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ନାଁ ରଖିବାକୁ ତାଙ୍କୁ ଉପଦେଶ ଦେଇଛନ୍ତି।

ତେବେ ପ୍ରଶ୍ନ ଉଠିଛି ଯେ, ଏହି ପ୍ରୀତି ପାଣିଗ୍ରାହୀ କିଏ ସେ। ସେ ହେଉଛନ୍ତି ଅନ୍ତର୍ଜାତୀୟ ଚଳଚିତ୍ରର ଅଭିନେତ୍ରୀ। ଓଡିଆ ଝିଅ, ଯିଏ କେ Girls will be Girls ଚଳଚିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି।

ଏହି ଚଳଚିତ୍ରର ଅଭିନୟ ପାଇଁ ସେ World Cinema Dramatic Special Jury Award  ହାସଲ କରିଛନ୍ତି। ସୁଇଡେନ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚିତ୍ରଟି ପ୍ରଦର୍ଶିତ ହୋଇ ପ୍ରୀତିଙ୍କ ଅଭିନୟକୁ ଜୁରୀ ସଦସ୍ୟ ପ୍ରଶଂସା କରିଥିଲେ।

ସେହିପରି ପ୍ରୀତି ମଧ୍ୟ ନିଜେ ଏକ ଚଳଚିତ୍ର ନିର୍ମାଣ କରିଛନ୍ତି। ଯାହାର ନାମ ହେଉଛି Journey to Bhakti ଚଳଚିତ୍ର। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିବା ସମୟରେ ଅଭିନୟ ଓ ଫିଲ୍ମନିର୍ମାଣ ଦିଗରେ ମନୋନିବେଶ କରିଥିଲେ। ସେ ପେସାଦାର ଥିଏଟର ସହ ସଂପୃକ୍ତ ରହି ୧୦ଟି କ୍ଷୁଦ୍ରଫିଲ୍ମ ନିର୍ମାଣ କରିଛନ୍ତି।

ସଂପ୍ରତି ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ୍ ଟିଭି ଇନଷ୍ଟିଚ୍ୟୁଟ୍‌ରେ ପ୍ରୀତି ଆନିମେସନ୍ ଓ ସିନେମାରେ ପିଜି ଡିପ୍ଲୋମା କରୁଛନ୍ତି। ୨୦୨୩ରେ ତାଙ୍କ ଅଭିନୀତ ‘ଜଗ୍ ପୁରନ୍’ ପରଦାକୁ ଆସିଥିଲା। ୨୦୧୫ରେ ତାଙ୍କୁ ସୃଜନଶୀଳ ପ୍ରଦର୍ଶନ ଲାଗି ଜାତୀୟ ବାଲ୍‌ଶ୍ରୀ ପୁରସ୍କାର ମିଳିଥିଲା।

ଚଳଚିତ୍ର ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ହେବ BRICS ସମ୍ମିଳନୀ

May 25, 2026

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026
Latest News

LPG ଓ PNG ସେବା ଯୋଗାଣ ନିୟମକୁ କୋହଳ କଲେ କେନ୍ଦ୍ର ସରକାର

May 25, 2026

ପୁରୀରେ ହେବ BRICS ସମ୍ମିଳନୀ

May 25, 2026

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.