Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?
ବିଶେଷ ଖବର

ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?

July 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?
ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?

ସମୀକ୍ଷା ବ୍ୟୁରୋ

ପାଟକୁରା ନିର୍ବାଚନ ସରିଛି ଓ ଆସନ୍ତା ୨୪ରେ ଏହାର ଫଳାଫଳ ଘୋଷଣା ହେବ। ହେଲେ ଫଳ ବାହାରିବା ଆଗରୁ ଇଭିଏମ କୁ ନେଇ ଯେଉଁ ପ୍ରକାର ଗଣ୍ଡଗୋଳ ଘଟୁଛି ଓ ଭୁବନେଶ୍ବରରେ ବିଜେପି ନେତାମାନେ ଯେଉଁପ୍ରକାର ପ୍ରତିକ୍ରିୟା ରଖୁଛନ୍ତି, ସେଥିରୁ ଗୋଟେ କଥା ର ଆଭାସ ଅବଶ୍ୟ ମିଳୁଛି। ପାଟକୁରାରେ ବିଜେପି ନିଜ ସଫଳତାକୁ ନେଇ ବିଶେଷ ଆଶାବାଦୀ ଥିବାଭଳି ଲାଗୁନାହିଁ। ଯଦିଓ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପରାଜୟକୁ ନେଇ ଦୃଢୋକ୍ତି ରଖିଛନ୍ତି ଓ ତାଙ୍କର ଅନୁଗତ କିଛିଜଣ ସାମ୍ବାଦିକ ସେ ଅତି କମ ବ୍ୟବଧାନରେ ଜିତିବେ ବୋଲି ପ୍ରଚାର ଚଳାଇଛନ୍ତି, ବିଜେପି କିନ୍ତୁ ନିଜ ଆଚରଣରେ ପରାଜୟକୁ ଏକ ପ୍ରକାର ସ୍ଵୀକାର କରିନେଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ପାଟକୁରାରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି ଓ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିକୁ ସାହାଯ୍ୟ କରିଛନ୍ତି।

ଏ ପ୍ରକାର କାହାଣୀ ନିର୍ବାଚନ ପରେ ଆତ୍ମା ବିଶ୍ବାସର ଅଭାବରୁ ଆସିଥାଏ। ବର୍ତ୍ତମାନ ସମୟରେ ସାରା ଦେଶରେ ବିଜେପି ଇଭିଏମ ଜାଲସାଜିକୁ ଅସ୍ଵୀକାର କରୁଥିବା ବେଳେ ପାଟକୁରାରେ ଏକାକୀ ତାହା ସମ୍ଭବ ହେବ କେମିତି? କେତୋଟି ସମ୍ବେଦନଶୀଳ ବୁଥରେ ହୁଏତ କିଛି ଅନିୟମିତତା ହୋଇଥାଇପାରେ, ହେଲେ ପୁରା ନିର୍ବାଚନ ସହ ସମ୍ପୃକ୍ତ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିର ସହଯୋଗୀ ବୋଲି କହିବା ହାସ୍ୟାସ୍ପଦ ବ୍ୟାପାର। ଗୋଟେ ପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ ରେ ଗଡବଡି ହେବା ଅସମ୍ଭବ ନିଶ୍ଚୟ। ତାପରେ ଏକାକୀ ଗୋଟିଏ ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ହେଉଥିବାରୁ ସବୁ ରାଜନୈତିକ ଦଳ, ଗଣମାଧ୍ୟମ ଓ ଭୋଟରଙ୍କ ନଜର ଏହାର ପ୍ରତ୍ୟେକ ବୁଥ ଉପରେ ରହିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ ଏହାକୁ ଲୋକଙ୍କ ନଜରରୁ ଲୁଚା ଯାଇପାରିବ ନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ବିଜେପି ନିଜର ପାଟକୁରା ଗଣିତ ବିଷୟରେ ମୂଳରୁ ସଚେତନ। ବିଜୟ ମହାପାତ୍ରଙ୍କୁ ଜିତାଇବା ଲାଗି ବିଜେପି ଯେ ଆବଶ୍ୟକୀୟ ହୋମୱାର୍କ କରିନାହିଁ, ସେକଥା ଜଳ ଜଳ ଦିଶୁଛି। ତେଣୁ ଫଳ ବାହାରିବା ଆଗରୁ ଇଭିଏମ ପ୍ରସଙ୍ଗ ଉଠାଇ ବିଜେପି ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଜାଣନ୍ତି ଯେ ଦଳ ତାଙ୍କ ପଛରେ ସେତେ ଦୃଢତାର ସହିତ ଛିଡା ହୋଇନାହିଁ। ଏବେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଇଭିଏମ ଓ ପ୍ରିଜାଇଡିଂ ଅଫିସରଙ୍କ ବାହାନା କରାଯାଉଛି। ଯଦି ସତରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି, ତେବେ ଏହାର ପ୍ରମାଣ ଦେଖାଇ ପୁରା ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିବ କି? ଯଦି ନିର୍ବାଚନ କମିଶନ ବିଜେପିର ଦାବି ଣ ମାନନ୍ତି ତାହେଲେ ବିଜେପି ହାଇକୋର୍ଟ ରେ ମାମଲା ଦାୟର କରିବ କି?

ସମସ୍ତେ ଜାଣନ୍ତି ଆସନ୍ତା ୪୮ ଘଣ୍ଟା ପାଇଁ ଏହା କେବଳ ଏକ ଗାଲୁଗପ। ରାଜ୍ୟସଭା ନିର୍ବାଚନରେ ବିଜେଡ଼ିଠାରୁ ମାତ୍ରାଧିକ ଅନୁଗ୍ରହ ନେଇ ସାରିଲା ପରେ ବିଜେଡି ବିରୋଧରେ କହିବାକୁ ବିଜେପି ପାଖରେ ଆଉ ବିଶେଷ କିଛି ନାହିଁ। ପାଟକୁରାରେ ବିଜେପି ବିଜେଡି ଲଢେଇ ଅପେକ୍ଷା ବିଜୟ ମହାପାତ୍ର ବନାମ ବିଜେଡି ଲଢେଇ ଦେଖିବାକୁ ମିଳିଥିଲା। ବିଜେପି ଭଲଭାବରେ ଜାଣେ ଯେ, ବିଜୟ ମହାପାତ୍ର ଜିତିଲେ ମଧ୍ୟ ତାହାର ଶ୍ରେୟ ବିଜେପିକୁ ମିଳିବ ନାହିଁ। ତେଣୁ ପ୍ରକାରାନ୍ତରେ ନିର୍ବାଚନ ଫଳ ବାହାରିବା ଆଗରୁ ବିଜେପି ନିଜ ପରାଜୟକୁ ସୁରକ୍ଷା ଦେବାଲାଗି ଇଭିଏମକୁ ଏକ କବଚ ଭାବରେ ବ୍ୟବହାର କରିବାକୁ ଚାହୁଁଛି।

bijoymohaptra BJP byeelection evm patkura
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.