Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ବିଜେପି ଯେତିକି ବିଫଳ, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ସେତେ ଅଧିକ ସଫଳ-କାରଣ କଣ? 
ବିଶେଷ ଖବର

ଓଡିଶାରେ ବିଜେପି ଯେତିକି ବିଫଳ, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ସେତେ ଅଧିକ ସଫଳ-କାରଣ କଣ? 

October 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Role of Dharmendra Pradhan for Odisha BJP

କେଦାର ମିଶ୍ର

ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟି ଓଡିଶାରେ ଆଉ ଏକ ଲଜ୍ଜାଜନକ ପରାଜୟର ପୀଡା ଭୋଗୁଛି ସେତେବେଳେ ତାର ପ୍ରତିକ୍ରିୟାରେ ସେମାନେ ଅଧିକ ଉଗ୍ର ହେବା ସମସ୍ତଙ୍କୁ ଚକିତ କରିଛି। ଟଙ୍କା ଓ ଶାସନର ଉଲଗ୍ନ ନାଚ (ନଙ୍ଗା ନାଚ) ଯୋଗୁଁ ବିଜେପୁରରେ ବିଜେଡ଼ିର ବିପୁଳ ବିଜୟ ଘଟିଲା ବୋଲି ଓଡିଶା ସଂଗଠନ ଦାୟିତ୍ବରେ ଥିବା ବିଜେପି ପ୍ରଭାରି ଅରୁଣ ସିଂ କହିଛନ୍ତି। ତେବେ ପରାଜୟ ପରେ ଏହା ହେଉଛି ଏକ ପ୍ରକାର ଫର୍ମୁଲା ପ୍ରତିକ୍ରିୟା। ଗୋଟେ ନିର୍ବାଚନ ମଣ୍ଡଳୀର ୭୩% ଭୋଟଦାତା ଯଦି ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି, ସେଥିରେ ବିଜେତା ଦଳର ଅର୍ଥବଳ ଓ ବାହୁବଳ ଅପେକ୍ଷା ବିରୋଧୀ ପକ୍ଷର ଦୁର୍ବଳତା କିଛି କମ ଦାୟୀ ନୁହେଁ। ଦୁର୍ଭାଗ୍ୟକ୍ରମେ ଓଡିଶା ବିଜେପି ନିଜର ରାଜନୈତିକ ବିଫଳତାକୁ ଲୁଚାଇବାକୁ ଯାଇ ସେଇ ପୁରୁଣା ଢାଲ ବ୍ୟବହାର କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ପାଇଁ ସେମାନେ ଯେଉଁ ମିଶନ-୧୨୦+ ର ଲକ୍ଷ୍ୟ ରଖିଥିଲେ, ତାହା ଭୟଙ୍କର ଭାବେ ବିଫଳ ହେବା ପରେ, ବିଜେପି କହିଲା ଆମେ ମୁଖ୍ୟ ବିରୋଧୀ ଦଳର ଭୂମିକାକୁ ଆସିଛୁ, ଏହା କଣ ସଫଳତା ନୁହେଁ।ଓଡିଶାରେ ବିଜେପିର ଏକମାତ୍ର ସଫଳତା ହେଉଛି,ଏହା କଂଗ୍ରେସକୁ ଧୂଳିସାତ କରି ବିଜୁ ଜନତା ଦଳକୁ ନିର୍ବିକଳ୍ପ ରାଜନୈତିକ ଶକ୍ତି ହେବାର ସୁଯୋଗ ଦେଇଛି।

ବିଜେପିର କ୍ରମାଗତ ପରାଜୟ ଓ ବିଫଳତାରୁ ଗୋଟେ ବଡ ସଫଳତାର ଚାବିକାଠି ମିଳିଛି ଓ ସେ ଚାବିକାଠିର ମାଲିକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶା ବିଜେପି ଯେତେ ବିଫଳ ହେଉଛି, ଧର୍ମେନ୍ଦ୍ର ସେତେ ଉପରକୁ ଉଠୁଛନ୍ତି। ବିଜେପିର ମୂଳ କ୍ଷମତାକେନ୍ଦ୍ର ଭାବେ ପରିଗଣିତ ଏକ ଛୋଟ ଗୋଷ୍ଠୀରେ ଧର୍ମେନ୍ଦ୍ର ଅତ୍ୟନ୍ତ ପ୍ରଭାବଶାଳୀ ସଦସ୍ୟ। ଭାରତର ପ୍ରଶାସନିକ ଇତିହାସରେ ଏତେ ଦୀର୍ଘ ସମୟ କୌଣସି ମନ୍ତ୍ରୀ ପେଟ୍ରୋଲିୟମ ବିଭାଗର ଦାୟିତ୍ଵ ନେବାକୁ ସକ୍ଷମ ହୋଇ ନାହାନ୍ତି। ଗୋଟେ ସମୟରେ ପେଟ୍ରୋଲିୟମ ମୁମ୍ବାଇ ଲବିର କବଜାରେ ରହିଥିଲା। ରାମ ନାଏକ, ମୁରଲୀ ଦେଓରାଙ୍କ ଭଳି ଲୋକ ମଧ୍ୟ ଏ ବିଭାଗରେ ବେଶୀ ଦିନ ତିଷ୍ଠି ପାରିନଥିଲେ। ଏକଦା ୟୁପିଏ ସରକାରରେ ଜୟପାଲ ରେଡ୍ଡୀ ପେଟ୍ରୋଲିୟମ ବିଭାଗ ଦାୟିତ୍ବରେ ଥିବା ବେଳେ ଅମ୍ବାନୀ ଓ ରିଲାଏନ୍ସ  ଗୃପ ବିରୋଧରେ କିଛିଟା ଅପ୍ରିୟ କାର୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ, ତାଙ୍କର ରାଜନୈତିକ ଭବିଷ୍ୟତ ନଷ୍ଟ ହୋଇଯାଇଥିଲା। ସେମିତି ଏକ ବିଭାଗକୁ ଏକାଦିକ୍ରମେ ଧର୍ମେନ୍ଦ୍ର ସାଢେ ପାଞ୍ଚ ବର୍ଷ ଚଳାଇଲେଣି। ଏଥିରୁ ତାଙ୍କର ଦକ୍ଷତା ଓ କର୍ପୋରେଟ ସଂଯୋଗର ପ୍ରମାଣ ଅବଶ୍ୟ ମିଳୁଛି। ହେଲେ ଏହା ସହିତ ଓଡିଶା ବିଜେପିର ସମ୍ପର୍କ କଣ?

ଧର୍ମେନ୍ଦ୍ରଙ୍କ ସବୁ ସଫଳତା ଭିତରେ ଓଡିଶା ମୁଖ୍ୟମନ୍ତ୍ରୀ ହେବାର ଏକ ଅଭିଳାଷ ରହିଛି। ରହିବା ଉଚିତ ମଧ୍ୟ। ତେବେ ରାଜନୀତିରେ ଲୋକପ୍ରିୟତା ଓ ନିର୍ବାଚନ ଜିତିବାର ଦକ୍ଷତା ନଥିଲେ ମୁଖ୍ୟମନ୍ତ୍ରୀ ହେବା ସହଜ କଥା ନୁହେଁ। ଧର୍ମେନ୍ଦ୍ର ଲୋକପ୍ରିୟତା ଓ ନିର୍ବାଚନ ଜିତିବାର ମାନକରେ ପୂରା ଶୂନ। ସେ ଗତ ୧୦ ବର୍ଷ ହେଲା ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ରାଜ୍ୟସଭା ସଦସ୍ୟ ଭାବରେ ସେ ବିହାର ଓ ମଧ୍ୟ ପ୍ରଦେଶରୁ ନିର୍ବାଚିତ ହୋଇ ଯାଇଛନ୍ତି। ତେଣୁ ଓଡିଶାର ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରେ ତାଙ୍କର ସମ୍ପୃକ୍ତି ନାହିଁ। ତେବେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ଥିଲେ ଓଡିଶା ବିଜେପିର ମୁଖ୍ୟ ନେତା। ଏହି ଦୁଇଟି ଯାକ ନିର୍ବାଚନରେ ବିଜେପି ଜିତିବା ତ ଦୂରର କଥା ୨୫ ଆସନ ମଧ୍ୟ ଟପି ପାରିନାହିଁ। ୨୦୧୮ ବିଜେପୁର ଉପ ନିର୍ବାଚନରେ ଧର୍ମେନ୍ଦ୍ର ବ୍ୟକ୍ତିଗତ ଭାବରେ ବିଜେପି ନିର୍ବାଚନର ମଙ୍ଗ ସମ୍ଭାଳିଥିଲେ। ତା ସତ୍ତ୍ୱେ ମଧ୍ୟ ସେହି ଉପ ନିର୍ବାଚନରେ ବିଜେପି ପ୍ରାୟ ଚାଳିଶ ହଜାର ଭୋଟରେ ହାରିଥିଲା। ଗତ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ଥିଲେ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାର ପରିଣତିରେ ବିଜେପି କଣ ପାଇଲା, ସେକଥା କହିବାର ଆବଶ୍ୟକତା ନାହିଁ। ମଇ ନିର୍ବାଚନ ପରେ ପାଟକୁରା ଓ ବିଜେପୁର ଉପ ନିର୍ବାଚନ ହୋଇଛି ଓ ଏହି ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି। ଫଳ ଘର କିନ୍ତୁ ବିଜେପି ପାଇଁ କେବଳ ଶୂନ। କେବଳ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯତସାମାନ୍ୟ ସଫଳତା ମିଳିଥିଲା, ତାହାର ଏକମାତ୍ର କାରଣ ଥିଲା ବିଜେଡିର ନିଷ୍କ୍ରିୟତା। ୨୦୧୪ ନିର୍ବାଚନ ପରେ କିଛି ବର୍ଷ ବିଜେଡି ସଂଗଠନ ଢିଲା ପଡିଥିଲା ଓ ତାହାରି ସୁଯୋଗରେ ବିଜେପି କିଛିଟା ସଫଳତା ପାଇଥିଲା। ବିଜେଡି ନିଜ ତ୍ରୁଟି ସଜାଡିଦେଲା ପରେ ବିଜେପି ପୁଣି ନିଜର ପୂର୍ବାବସ୍ଥାକୁ ଫେରି ଯାଇଛି।

ଏଠି ମୂଳ ପ୍ରଶ୍ନ ହେଉଛି, ରାଜ୍ୟ ବିଜେପି ଯେତେ ଅଧିକ ବିଫଳ ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଫଳତାର ହାର ସେତେ ବଢୁଛି, ଏହାର କାରଣ କଣ ହୋଇପାରେ? ରାଜ୍ୟ ବିଜେପି ବିଫଳ ହେଲେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର ମିଳିବାର ଅର୍ଥ କଣ- ବିଜେପି ଚାହୁଁଛି ଓଡିଶାରେ ନବୀନ ବାବୁଙ୍କ ସରକାର ଚିରସ୍ଥାୟୀ ହୋଇ ରହୁ??

ପଢନ୍ତୁ- ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାଁର ଯଦି ପୋଲିସ ବିଭାଗର ତଦନ୍ତ ଅଧିକାରୀ ହୁଅନ୍ତି ତେବେ କେମିତି ହୁଅନ୍ତା

odishabjp
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.