Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ସରକାରଙ୍କ ନାଗରିକତା ନୀତି, ବିଶ୍ଵାସ ଓ ଅବିଶ୍ଵାସର ଦୋ ଛକିରେ ବିଜୁ ଜନତା ଦଳ
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ନାଗରିକତା ନୀତି, ବିଶ୍ଵାସ ଓ ଅବିଶ୍ଵାସର ଦୋ ଛକିରେ ବିଜୁ ଜନତା ଦଳ

January 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏକଥା ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳର ସମର୍ଥନ ବିନା ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହିତ ହୋଇ ପାରି ନଥାନ୍ତା। କେବଳ ଏହି ବିଲ ନୁହଁ, ଗତ ଛଅ ମାସ ଭିତରେ ସଂସଦରେ ଅନେକ ବିଲ ଆସିଛି, ଯାହାକୁ ବିଜେଡ଼ିର ସମର୍ଥନ ବିନା ଗୃହିତ କରାଇବା ସମ୍ଭବ ହୋଇନଥାନ୍ତା। ସଂସଦୀୟ ରଣନୀତିରେ ବିଜେପି ପାଇଁ ବିଜେଡି ଏକ ପ୍ରକାର ତ୍ରାଣକର୍ତ୍ତା ଭୂମିକା ନିଭାଇ ଆସୁଛି। ଜାତୀୟ ରାଜନୀତିରେ ବିଜେଡ଼ିର ବିଶେଷ କିଛି ସ୍ଵାର୍ଥ ନ ଥିବାରୁ ଏହା ତଥାକଥିତ “ରାଜ୍ୟର ସ୍ଵାର୍ଥ” ସ୍ଵାର୍ଥ ପାଇଁ ବିଜେପି ସହିତ କେତେବେଳେ ବୁଝାମଣା ଓ ପୁଣି କେବେ ମୂଲଚାଲ କରିବାକୁ ଉଚିତ ମନେ କରୁଛି। ତେବେ ବିଜେପି କୁ ନିଃସର୍ତ୍ତ ସମର୍ଥନ ଦେଇ ବିଜେଡି ଜାତୀୟ ରାଜନୀତିରେ ଏକ ପ୍ରକାର ଅଲୋଡା ହୋଇପଡିଥିବା ବେଳେ ରାଜ୍ୟ ରାଜନୀତିରେ ନିଜର ଚରମ ଶତ୍ରୁ ବିଜେପିକୁ କୋଣଠେସା କରିଦେଇଛି ବୋଲି ଭାବୁଛି। କାଶ୍ମୀର ଓ ନାଗରିକତା ନୀତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ବିଭାଜନକାରୀ ରାଜନୀତି ସହିତ ନିଜର ସମର୍ଥନ ଦେଇ ବିଜେଡି ଅନ୍ତତଃ ଜାତୀୟ ରାଜନୀତିରେ ସାମ୍ପ୍ରଦାୟିକ ରାଜନୀତିର ନୀରବ ସମର୍ଥକ ବୋଲି ପ୍ରମାଣିତ କରିଛି।

ବିଜେଡି ଲାଗି ବୈଚାରିକ ଦୃଷ୍ଟିରୁ ଏହା ଏକ ପ୍ରକାର ଦୋ ଛକି ବୋଲି କୁହା ଯାଇପାରେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିଜକୁ ଗାନ୍ଧୀବାଦର ସମର୍ଥକ ଓ ସାମ୍ପ୍ରଦାୟିକ ରାଜନୀତିର ଘୋର ବିରୋଧୀ ବୋଲି ବିଭିନ୍ନ ସମୟରେ କହି ଆସିଛନ୍ତି। ହେଲେ କାର୍ୟତଃ ତାଙ୍କ ନେତୃତ୍ବରେ ବିଜେଡି ସବୁ ବେଳେ ବିଜେପିର ବିଭାଜନକାରୀ ନୀତି ରାଜନୀତିକୁ ସମର୍ଥନ ଦେଇଛି। ୨୦୦୯ ମସିହା ପରଠୁ ଓଡିଶାରେ ଯଦିଓ ସାମ୍ପ୍ରଦାୟିକ ରାଜନୀତିର ପ୍ରଭାବ କମିଛି, ତଥାପି ବିଜେପି ତରଫରୁ ଯେ କୌଣସି ସମୟରେ ସାମ୍ପ୍ରଦାୟିକ ରାଜନୀତିର ସମ୍ଭାବନାକୁ ଅସ୍ଵୀକାର କରି ହେବନାହିଁ। ଓଡିଶାରେ ମାତ୍ର ୪% ସଂଖ୍ୟାଲଘୁ ଭୋଟ ଯୋଗୁଁ, ଏଠାରେ ଧୃବୀକରଣ ରାଜନୀତି କାମ ଦେଉନାହିଁ। ହେଲେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଓ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକାର ଭୟ ଲୋକଙ୍କୁ ଗ୍ରାସିବା ପରେ, ଏକ ନୂଆ ରାଜନୈତିକ ଧୃବିକରଣ ଆରମ୍ଭ ହୋଇଛି।

କେନ୍ଦ୍ର ସରକାରଙ୍କ ନାଗରିକତା ନୀତିର ସବୁଠୁ ବଡ ପ୍ରଭାବ କେବଳ ସଙ୍ଖ୍ୟାଲଘୁଙ୍କ ଉପରେ ପଡିବ ନାହିଁ। “କାଗଜ ଦେଖାଇଲେ ଯାଇ ନାଗରିକତା ମିଳିବ” ବୋଲି ଯେଉଁ ନୀତି ବିଜେପି ସରକାର ତିଆରି କରୁଛନ୍ତି, ତାହା ସିଧାସଳଖ ଏ ଦେଶର ଦଳିତ, ପଛୁଆ ବର୍ଗ, ଭୂମିହୀନ, ଆଦିବାସୀ, ମହିଳା, ସଂଖ୍ୟାଲଘୁ ଓ ଯାଯାବର ଜାତିମାନଙ୍କ ଉପରେ ପଡିବ। ଏହି ସବୁ ବଞ୍ଚିତ ବର୍ଗ ଏବେ ନାଗରିକତା ନୀତି ବିରୋଧରେ ଏକାଠି ହେବା ଆରମ୍ଭ କରିଛନ୍ତି। ଆରମ୍ଭରୁ ନାଗରିକତା ସଂଶୋଧନ ବିରୋଧୀ ଆଇନକୁ ହିନ୍ଦୁ-ମୁସଲମାନ ବିଭାଜନର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ବିଜେପି ଚାହୁଁଥିଲା। ଏବେ କିନ୍ତୁ ଏହା ବିଜେପିର ଧାର୍ମିକ ଧୃବିକରଣ ବିରୋଧରେ ଦଳିତ-ସଂଖ୍ୟାଲଘୁ-ଆଦିବାସୀ ଓ ମହିଳାଙ୍କର ଏକ ପ୍ରତି ଧୃବିକରଣ (Counter polarization) ତିଆରି କରୁଛି। ଏ ପ୍ରକାର ରାଜନୈତିକ ପରିବର୍ତ୍ତନକୁ ସାମ୍ନା କରିବା ଲାଗି ବିଜେଡି ଏବେ ଏନପିଆର ଓ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଛି।

ମୂଳରୁ ରାଜ୍ୟରେ ଏନସିଆର ଲାଗୁ କରାଇ ଦିଆଯିବ ନାହିଁ ବୋଲି ବିଜେଡି ସ୍ପଷ୍ଟ କରିଥିଲା। ତେବେ ଜାତୀୟ ଜନସଂଖ୍ୟା ପଞ୍ଜିକା ତିଆରି ବେଳେ ଏହାକୁ ଏନସିଆର ର ଆଧାର ବୋଲି କେନ୍ଦ୍ର ସରକାର ଯାହା ଲେଖିଛନ୍ତି, ତାହା ବିଜେଡି ଲାଗି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନପିଆର କୁ କେନ୍ଦ୍ର ସରକାରଙ୍କ ଇଚ୍ଛା ମୁତାବକ ଲାଗୁ ନକରି ଓଡିଶା ସରକାର ଏଥିରେ କିଛି ପରିବର୍ତ୍ତନର ପ୍ରସ୍ତାବ ଦେଇଛନ୍ତି। ଏନପିଆର ମାଧ୍ୟମରେ ପଛୁଆ ବର୍ଗଙ୍କର ଗଣନା, ନାଗରିକର ପିତାମାତା ଙ୍କ ଜନ୍ମସ୍ଥାନ ଓ ତାରିଖ ଜାଣିବା ଭଳି ପ୍ରସଙ୍ଗକୁ ବାଦ ଦେବାକୁ ଓଡିଶା ସରକାର କହୁଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଓଡିଶା ପାଇଁ ଏକ ଭିନ୍ନ ଫର୍ମାଟ ତିଆରି କରିବେ କି?

ପଛୁଆ ବର୍ଗ ପ୍ରସଙ୍ଗ ଉଠାଇ ବିଜେଡି ବିଜେପି ପାଇଁ ଏକ ବଡ ଆହ୍ଵାନ ସୃଷ୍ଟି କରିଛି। ବିଜେପିର ଧାର୍ମିକ ଧୃବିକରଣରେ ପଛୁଆ ବର୍ଗର ସମର୍ଥନ ଅପରିହାର୍ୟ। ଏଥିରେ ପ୍ରଶ୍ନଚିହ୍ନ ଲଗାଇ ବିଜେଡି ପୂରା ଗଣିତକୁ ବିଗାଡି ଦେଇଛି। ଏବେ ପଛୁଆ ବର୍ଗଙ୍କର ଗଣନା ଲାଗି ଜାତୀୟ ନୀତି କଣ ହେବ, ତାହା ଭାବିବାକୁ କେନ୍ଦ୍ର ସରକାର ବାଧ୍ୟ ହେବେ। ଏନପିଆର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ଦିଲ୍ଲୀ ନିର୍ବାଚନ ପରେ ନିଜର ନୀତି ସ୍ପଷ୍ଟ କରିପାରନ୍ତି। ଏପରିକି ନାଗରିକତା ସଂଶୋଧନ ଆଇନରେ କିଛିଟା ସଂଶୋଧନ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେବାର ବାର୍ତ୍ତା ଲୋକଙ୍କ ପାଖକୁ ଯାଉ ବୋଲି ବିଜେପି ଚାହୁଁ ନାହିଁ।

ନାଗରିକତା ପ୍ରସଙ୍ଗରେ ବିଜୁ ଜନତା ଦଳ ଏବେ କୌଣସି ସ୍ପଷ୍ଟ ନୀତି ଅନୁସରଣ କରିବା ଅବସ୍ଥାରେ ନାହିଁ। ଅମିତ ଶାହାଙ୍କ ନେତୃତ୍ବରେ ଗୃହ ବିଭାଗର ଉଦ୍ଦେଶ୍ୟକୁ ବିଶ୍ଵାସ କରିବା ବିଜେଡି ଲାଗି ଯେତିକି ସଙ୍କଟଜନକ, ତାଙ୍କୁ ବିଶ୍ବାସକୁ ନ ନେବା ତାଠୁ ଅଧିକ ବିପଜ୍ଜନକ।

caa naveenpattanaik NRC
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.