Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୋଷ ଲଦିବାର ରାଜନୀତି ଅପେକ୍ଷା କରୋନା ମୁକାବିଲା ଲାଗି ରାଜ୍ୟମାନେ ପରସ୍ପରର ସହଯୋଗୀ ହେବା ଜରୁରୀ 
ବିଶେଷ ଖବର

ଦୋଷ ଲଦିବାର ରାଜନୀତି ଅପେକ୍ଷା କରୋନା ମୁକାବିଲା ଲାଗି ରାଜ୍ୟମାନେ ପରସ୍ପରର ସହଯୋଗୀ ହେବା ଜରୁରୀ 

April 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାରା ପୃଥିବୀରେ କରୋନା ଭୂତାଣୁର ମୁକାବିଲା ବେଳେ ଗୋଟେ ବିଚିତ୍ର ରାଜନୈତିକ ଚିତ୍ର ଆମେ ଦେଖୁଛୁ। କରୋନା ମୁକାବିଲାରେ ସଂପୂର୍ଣ୍ଣ ବିଫଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏଥିପାଇଁ କେତେବେଳେ ତାଙ୍କର ପୂର୍ବସୂରୀ ବାରାକ ଓବାମାଙ୍କୁ ଦାୟୀ କରୁଛନ୍ତି ତ ଆଉ କେତେବେଳେ ଚୀନ କୁ ଏଥିପାଇଁ ଦାୟୀ କରୁଛନ୍ତି। କେବେ କେମିତି ସେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘକୁ ମଧ୍ୟ ଏଥିଲାଗି ଦାୟୀ କରୁଛନ୍ତି। ହେଲେ ନିଜ ଦେଶର ଜଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ତାଙ୍କ ପ୍ରଶାସନର ବିଫଳତାକୁ ସେ ସ୍ଵୀକାର କରୁନାହାନ୍ତି। ସେମିତି ଭାରତରେ କରୋନା ସଂକ୍ରମଣ ଲାଗି କେତେବେଳେ ବିଦେଶୀ, ପୁଣି କେତେବେଳେ ତବଲିଗି ଜମାତକୁ ଦାୟୀ କରି ପ୍ରଚାର ଚାଲିଛି। ହେଲେ ଅସଲ ସତ୍ୟ ହେଉଛି କରୋନା ଭୂତାଣୁ କୌଣସି ରାଜନୈତିକ ସୀମା ଭିତରେ ନାହିଁ। ଏହା ପୃଥିବୀର ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗଙ୍କୁ ଆକ୍ରମଣ କରି ଚାଲିଛି। ତେଣୁ ଦେଶ ଦେଶ ଭିତରେ ଶତ୍ରୁତା ଅପେକ୍ଷା ଆଜି ସହଯୋଗୀ ହେବାର ଆବଶ୍ୟକତା ବେଶୀ।

ଗତ ସପ୍ତାହରେ ହଠାତ ଓଡିଶାରେ ଆକ୍ରାନ୍ତଙ୍କର ସଂଖ୍ୟା ବଢିଯାଇଛି। ଆଜି ସୁଦ୍ଧା ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ସପ୍ତାହରେ ପ୍ରାୟ ୨୪ ଜଣ ଆକ୍ରାନ୍ତଙ୍କର “କଲିକତା ସଂଯୋଗ” ବା “ବେଙ୍ଗଲ ଯାତ୍ରା” ର କଥା ଉଠିଛି। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ଭିତରୁ ଅଧିକାଂଶ କଲିକତା କିମ୍ବା ସୀମାନ୍ତ ପଶ୍ଚିମ ବଙ୍ଗ ଅଞ୍ଚଳରୁ ଆସିଛନ୍ତି। ତେବେ ଏଥିପାଇଁ ପଶ୍ଚିମବଙ୍ଗ ହିଁ ଓଡିଶାରେ କରୋନା ସଂକ୍ରମଣ ପାଇଁ ଦାୟୀ ବୋଲି କହିବା ଠିକ ହେବ କି? ଭାରତର ବିଭିନ୍ନ ରାଜ୍ୟ ଭିତରେ ଯିବା ଆସିବା ଏକ ସାଧାରଣ ବ୍ୟବସ୍ଥା। ଲକ ଡାଉନ ସମୟରେ ଏହା ବନ୍ଦ ରହିଥିଲେ ମଧ୍ୟ ବିଭିନ୍ନ ସ୍ତରରେ ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିଛି। ଭୂତାଣୁ ସଂକ୍ରମଣ ଲାଗି ଏକ ନିର୍ଦ୍ଦିଷ୍ଟ ରାଜ୍ୟକୁ ଦାୟୀ କରିବା କେବଳ ପିଲାଳିଆମୀ ନୁହେଁ, ଏହା ନିର୍ବୋଧତା।

ପଶ୍ଚିମ ବଙ୍ଗରୁ ଯେଉଁମାନେ ଫେରିଛନ୍ତି, ସେମାନେ ସମସ୍ତେ ଓଡିଆ। ତେଣୁ ସେ ଦିଗ ପ୍ରତି ଆମେ ଅଧିକ ସଂବେଦନ ରହିବା ଉଚିତ। କୋଟି କୋଟି ଲୋକ ଏବେ ଲକ ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ହୁଏତ ଯୋଗାଡଯନ୍ତ୍ର କରି ନିଜ ଘରକୁ ଫେରି ଆସୁଛନ୍ତି। ସେମାନଙ୍କ ଭିତରେ କିଛି ସଂକ୍ରମିତ ମଧ୍ୟ ଅଛନ୍ତି। ସେମାନଙ୍କ ଭିତରେ କିଏ ଓଡିଆ, କିଏ ବଙ୍ଗାଳୀ, ତାହା ଜଣା ପଡିବ ନାହିଁ। କରୋନାକୁ ଭୌଗୋଳିକ, ସାମାଜିକ ଏବଂ ଧାର୍ମିକ ବନ୍ଧନୀରେ ବାନ୍ଧିବାକୁ ଚେଷ୍ଟା କଲେ ଆମେ ଏହାର ମୁକାବିଲା କରି ପାରିବା ନାହିଁ।

ଆଜି ହଠାତ ପଶ୍ଚିମବଙ୍ଗ କୁ ଦୋଷ ଦେଇ ଆମେ ଗଣମାଧ୍ୟମରେ କିମ୍ବା ସୋସିଆଲ ମିଡିଆରେ ବଡ ବଡ କଥା କହୁଛେ। ଏ କଥା କହିଲା ବେଳେ ଭୁଲି ଯାଆନ୍ତୁ ନାହିଁ ଯେ ଲକ୍ଷ ଲକ୍ଷ ଓଡିଆ ଆଜି ବି କଲିକତାରେ ଅଛନ୍ତି ଓ ପଶ୍ଚିମ ବଙ୍ଗ ସହିତ ଆମର ରୋଜ ଯିବା ଆସିବା ରହିଛି। ଦେଶ ଭିତରେ ରାଜ୍ୟ ରାଜ୍ୟକୁ ନେଇ ବିଭାଜନ ରେଖା ଟାଣିବା ଆମକୁ ମହଙ୍ଗା ପଡିବ। କେହି କେହି ଏହି ଘଟଣାରେ ପଶ୍ଚିମ ବଙ୍ଗ ସରକାରଙ୍କୁ ଖଳ ନାୟକ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତ୍ୟେକ ରାଜ୍ୟ ସରକାର ନିଜ ନିଜ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ତେଣୁ ସବୁ ରାଜ୍ୟ ସରକାରଙ୍କ ଭିତରେ ସହଯୋଗର ସମ୍ପର୍କ ଆଜି ଜରୁରୀ। ଯେଉଁମାନେ ଆନ୍ତଃ ରାଜ୍ୟ ସୀମା ସିଲ ହୋଇନାହିଁ କାହିଁକି ବୋଲି ପ୍ରଶ୍ନ କରୁଛନ୍ତି, ସେମାନେ ଦେଶ ଭିତରେ ରାଜ୍ୟ ଗୁଡିକର ସୀମା କେମିତି ଥାଏ, ତାହା ବୋଧହୁଏ ଜାଣନ୍ତି ନାଇଁ। କେବଳ ଜାତୀୟ ରାଜପଥକୁ ଛାଡି ଦେଲେ ଅନ୍ୟ ସବୁ ରାସ୍ତା ଓ ସୀମାକୁ ସିଲ କରିବା ସମ୍ଭବ କି?

ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ତେଣୁ ଏଠି ରାଜ୍ୟ ରାଜ୍ୟ ଭିତରେ ସୀମାରେଖା କେବଳ ଏକ ରାଜସ୍ୱ ଆବଶ୍ୟକତା। ଏହାକୁ ଆମେ ପାକିସ୍ତାନ ବା ଚୀନର ସୀମା ବୋଲି ଭାବିବା ଉଚିତ ନୁହଁ। ପଶ୍ଚିମ ବଙ୍ଗ ଓ ଓଡିଶା ଭିତରେ ପ୍ରାୟ ୫୦୦ କିଲୋମିଟର ର ସୀମାରେଖା ରହିଛି। ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ। ସେ କଥା ଭାବିବା ମଧ୍ୟ ମୂର୍ଖାମୀ। ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିବ ଓ ଏହାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ଆମଲାଗି ସବୁଠୁ ବଡ ଆହ୍ଵାନ ହେଉଛି, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ କଣ କଣ କରିପାରିବା। ଆଜି ସଂକ୍ରମଣ ଗୋଷ୍ଠୀ ସ୍ତରରେ ପହଞ୍ଚି ସାରିଛି। ଲକ ଡାଉନ ମାଧ୍ୟମରେ ତାକୁ କିଛିଟା ନିୟନ୍ତ୍ରଣରେ ସିନା ରଖିହେବ,  ହେଲେ ଏହାକୁ ସମୂଳେ ମାରି ହେବନାଇଁ।

ଧର୍ମ, ଗୋଷ୍ଠୀ ଓ ରାଜ୍ୟ ଗୁଡିକ ଏବେ ପରଷ୍ପରର ସହଯୋଗୀ ହୋଇ କାମ କରିବାର ସମୟ ଆସିଛି। ତାହା ନକରି ପରଷ୍ପରକୁ ଦୋଷ ଦେବାର ରାଜନୀତି କଲେ ଆମେ ନିଜେ ନିଜ ଗୋଡରେ କୁରାଢି ମାରିବା।

corona mamatabanarjee odisha govt
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.