ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-2’ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଫାଷ୍ଟଲୁକ୍‌ ଜାରି

Published: Jul 29, 2020, 12:04 pm IST

ମୁମ୍ବାଇ :  ସୁପରହିଟ୍‌ ଫିଲ୍ମ କେଜିଏଫ୍‌-2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଖୁଲାସା ହୋଇଛି । ଆଜି ତାଙ୍କର 61 ତମ ଜନ୍ମଦିବସରେ ଏହି କେଜିଏଫ୍‌ରେ ଅଭିନୟ କରିଥିବା ତାଙ୍କ ଚରିତ୍ରର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ସଞ୍ଜୟଙ୍କ ଚରିତ୍ରର ନାମ ଅଧୀରା ରହିଛି । ସଞ୍ଜୟ ଏହି ଲୁକ୍‌ରେ ବେଶ୍‌ ଭୟଙ୍କର ଲାଗୁଛନ୍ତି ।

ବହୁ ପ୍ରୀତକ୍ଷିତ ‘କେଜିଏଫ୍‌-2ର ପ୍ରଥମ ଭାଗଟି ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥଲା । ଏହି ଫିଲ୍ମଟି କେବଳ ଭାରତ ନୁହଷଁ ଭାରତ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମରେ ରକିଂ ସୁପରଷ୍ଟାର୍‌ ୟଶ୍‌ଙ୍କ ସହିତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ମଧ୍ୟ ମୁଖ୍ୟ ଚରିତ୍ରରେ ଆସୁଛନ୍ତି ।

ବିଜୟ କିରାଙ୍ଗଦୁରଙ୍କ ଦ୍ବାରା ନିର୍ମିତ ତଥା ପ୍ରଶାନ୍ତ ନୀଲ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ’କେଜିଏଫ୍‌-2’ କନ୍ନଡ, ତାମିଲ୍‌, ତେଲୁଗୁ, ମଲୟାଲମ୍‌  ହିନ୍ଦୀ ଭାଷାରେ ରିଲିଜ୍‌ ହେବ। (ଏଜେନ୍ସି)

Related posts