Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ଆଗୁଆ ନିର୍ବାଚନ !! ଓଡିଶା ଆସିବେ ଭାରତ ନିର୍ବାଚନ କମିଶନଙ୍କ ଏକ ବରିଷ୍ଠ ଟିମ୍
ଜାତୀୟ ଖବର

ରାଜ୍ୟରେ ଆଗୁଆ ନିର୍ବାଚନ !! ଓଡିଶା ଆସିବେ ଭାରତ ନିର୍ବାଚନ କମିଶନଙ୍କ ଏକ ବରିଷ୍ଠ ଟିମ୍

August 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଆଗୁଆ
ରାଜ୍ୟରେ ଆଗୁଆ ନିର୍ବାଚନ !! ଓଡିଶା ଆସିବେ ଭାରତ ନିର୍ବାଚନ କମିଶନଙ୍କ ଏକ ବରିଷ୍ଠ ଟିମ୍

ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିଶନଙ୍କ ଏକ ବଡ ଟିମ। ଏହି ଟିମ ଓଡିଶାରେ ସବୁ ଜିଲ୍ଲାପାଳଙ୍କ ସହିତ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସେ ବିସ୍ତୁତ ଆଲୋଚନା କରିବେ। ଏହିପରି ଏକ ସୂଚନା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିବା ପରେ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠିଛି ଯେ, ସତରେ କଣ ଆଗୁଆ ନିର୍ବାଚନ ହେବ କି ?

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଭାରତ ନିର୍ବାଚନ କମିଶନରଙ୍କ ଏକ ବରିଷ୍ଠ ଅଧିକାରୀ ଦଳ ଓଡିଶା ଆସିବେ। ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ଯେତେ ପରିମାଣର ଇଭିଏମର ଆବଶ୍ୟକ ତାହା ପହଞ୍ଚି ସାରିଛି। ସେହିପରି ଭିଭିପାଟ ମଧ୍ୟ ମହଜୁଦ ରହିଛି। କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମଧ୍ୟ ଜାରୀ ରହିଛି।

ତେବେ ସେ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ କଥା କହିଲେ। ତାହା ହେଲା ଯେ, ନଭେମ୍ବର ୧୫ ତାରିଖ ପରେ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ଆମେ ପ୍ରସ୍ତୁତ। କାରଣ ନଭେମ୍ବର ସୁଦ୍ଧା ଆମର ସମସ୍ତ ପ୍ରସ୍ତୁତି ଶେଷ ହେବ। ଏହି ଉକ୍ତି ପରେ ଓଡିଶାରେ ଡିସେମ୍ବର ମାସରେ ନିର୍ବାଚନ ହେବାର ସମ୍ଭାବନାକୁ ଆହୁରି ଦୃଢିଭୂତ କରିବାରେ ଲାଗିଛି।

ଚର୍ଚ୍ଚା ଅନୁସାରେ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିବ ଏବଂ ଡିସେମ୍ବରରେ ଅନ୍ୟ ପାଞ୍ଚ ରାଜ୍ୟ ସହିତ ଓଡିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେବେ ଓଡିଶାରେ ଡିସେମ୍ବରରେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଧଳ କହିଛନ୍ତି। ତେବେ ନିର୍ବାଚନ କମିଶନରଙ୍କ ଟିମ ଏବେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିବା ପରେ ସେ କହିଥିଲେ ଯେ ଏହା ନିୟମିତ କାର୍ଯ୍ୟ। ନିର୍ବାଚନ ପ୍ରସ୍ତୁତି ତଦାରଖ କରିବାକୁ ଆସୁଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ଯେପରି ପ୍ରସ୍ତୁତ ହେଉଛନ୍ତି, ସେହିପରି ରାଜ୍ୟର ସମସ୍ତ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତ ବୋଲି ସ୍ବୀକାର କରିଛନ୍ତି। କଂଗ୍ରେସ କହିଛି ଯେ, ବର୍ତ୍ତମାନ ତାଙ୍କ ଦଳ ରାଜ୍ୟର ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛି। କର୍ମିମାନେ ଲୋକ ସଂପର୍କ ଯୋଡିବାରେ ଲାଗିଛନ୍ତି। ତେଣୁ ଓଡିଶାରେ ଯେଉଁ ମୂର୍ହୁତରେ ନିର୍ବାଚନ ହେଲେ ମଧ୍ୟ ଆମେ ସମ୍ମୁଖୀନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେହିପରି ବିଜେଡି ଏବଂ ବିଜେପି ତରଫରୁ ମଧ୍ୟ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଆସୁଛନ୍ତି। ବିଜେଡି କହିଛି ଯେ, ଓଡିଶାରେ ବିଜୁ ଜନତା ଦଳ ଲୋକଙ୍କର ସେବା କରିଆସିଛି, ଲୋକଙ୍କ ପ୍ରିୟଭାଜନ ହୋଇଛି, ସେଥିପାଇଁ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ରାଜ୍ୟର ଶାସନ ଭାର ଗ୍ରହଣ କରିବ। ସେହିପରି ବିଜେପି ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ସଭାପତି ମନମୋହନ ସାମଲ କହିଛନ୍ତି।

ସବୁ ରାଜନୈତିକ ଦଳ, ନିର୍ବାଚନ କମିଶନର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବେଳେ ଭୋଟରମାନେ କାହାକୁ ଭୋଟ ଦେବେ ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Election Commissioner Election24 ଆଗୁଆ ନିର୍ବାଚନ ନିର୍ବାଚନ ସାଧାରଣ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026

ତ୍ରିରଙ୍ଗା ଉଡ଼ାଇବା ଅପରାଧ ନୁହେଁ, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ବିଜେଡିର ଦୃଢ଼ ସମର୍ଥନ

October 17, 2026
Latest News

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026

ତ୍ରିରଙ୍ଗା ଉଡ଼ାଇବା ଅପରାଧ ନୁହେଁ, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ବିଜେଡିର ଦୃଢ଼ ସମର୍ଥନ

October 17, 2026

ସତ୍ତା ପରିବର୍ତ୍ତନ କଥାକୁ ନେଇ ତୀବ୍ର ରାଜନୀତି : ମହୁଆ-ସିବଲଙ୍କ ଆକ୍ରମଣ, ବିଜେପିର ପଲଟା ଜବାବ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.