Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋନପୁରରେ ଗର୍ଜିଲେ ଅମିତ ଶାହ, ଓଡିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ
ଜାତୀୟ ଖବର

ସୋନପୁରରେ ଗର୍ଜିଲେ ଅମିତ ଶାହ, ଓଡିଶାରେ ବିଜେପି ସରକାର ଆଣିବାକୁ ଦେଲେ ଆହ୍ବାନ

April 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋନପୁରରେ ଗର୍ଜିଲେ

ଭୁବନେଶ୍ବର: ଆଜି ବଲାଙ୍ଗିର ଲୋକସଭା କ୍ଷେତ୍ର ସୋନପୁରରେ ଗର୍ଜନ କରିଛନ୍ତି ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ସେ ଭରପୁର ଜନସମାବେଶରେ ଏଥର ଓଡିଶାରେ ବିଜେପି ସରକାର ଆସିବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଓଡିଶାରୁ 20 ରୁ ଅଧିକ ବିଜେପି ଲୋକସଭା ପ୍ରାର୍ଥୀ ଜିତିକି ଯିବେ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି।

ଶାହ ଭାଷଣରେ ସେ ନବୀନ ପଟ୍ଟନାୟକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡିଶାରୁ ନବୀନ ସରକାରକୁ ଉପାଡି ଦେଇ ବିଜେପି ସରକାର ଆଣ ଦେଖିବ ରାଜ୍ୟର କିପରି ବିକାଶ ହେଉଛି। ସେହିପରି ଓଡିଶାର ବିକାଶ ଦିଗରେ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଓଡିଶାର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ ଏଠାରେ କଳକାରଖାନା ହେବ। ଓଡିଶାର ଲୋକେ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ।

ସେହିପରି ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି ରାଜ୍ୟ ସରକାର ହଡପ କରି ନିଜ ନାମରେ କରିଦେଉଛନ୍ତି ତାହା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, କେନ୍ଦ୍ର ସରକାର ଚାଉଳ ଦେଉଛନ୍ତି , ହେଲେ ଏଠାରେ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ବାଣ୍ଟୁଛନ୍ତି। ସେହିପରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଘର ଯୋଗାଉଛନ୍ତି ହେଲେ ଏଠାକାର ସରକାର ନିଜର କହି ନାଁ ନେବାକୁ ଚେଷ୍ଠା କରୁଛନ୍ତି। ହେଲେ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଆସିଲେ ଏପରି କରିବାକୁ ଦିଆଯିବ ନାହିଁ।

ଅମିତ ଶାହ କହିଥିଲେ ଯେ, ସାରା ଦେଶରେ ଯଦି ଅଧିକ ଖଣିଜ ସଂପଦ ଯଦି କେଉଁଠି ଥାଏ ତେବେ ତାହା ହେଉଛି ଓଡିଶା ରାଜ୍ୟ। ଆଉ ଦେଶରେ ଯଦି ଗରିବ ରାଜ୍ୟ କେଉଁଠି ଥାଏ ତେବେ ତାହା ହେଉଛି ଓଡିଶା ରାଜ୍ୟ। ଏତେ ବର୍ଷ ଧରି ସରକାରରେ ରହି ନବୀନ ପଟ୍ଟନାୟକ ରାଜ୍ୟର ଲୋକଙ୍କୁ ଗରିବରୁ ଉପରକୁ ଉଠାଇ ପାରିଲେ ନାହିଁ। ବିଜେପି ସରକାର ଆସିଲେ ଏହି ରାଜ୍ୟର କିପରି ବିକାଶ ହେବ ତାହା ସାରା ଦେଶ ଦେଖିବ। ଆପଣମାନେ ଏଥର ଓଡିଶାରେ ଡବଲ ଇଂଜିନି ଆଣିବେ କି ନାହିଁ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ସେହିପରି ଶାହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପୁରୀର ବିକାଶ ନାମରେ ରାଜ୍ୟ ସରକାର ତାହାର ଐତିହ୍ୟ ନଷ୍ଟ କରିବାରେ ଲାଗିଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସିଲେ କାଶୀ ବିଶ୍ବନାଥ ପିଠକୁ ଯେପରି ବିଶ୍ବ ସ୍ତରୀୟ କରାଯାଇଛି, ସେହିପରି ପୁରୀ ଶ୍ରୀଜଗନ୍ନାଥ ଧାମକୁ ତାହା କରାଯିବ ବୋଲି ଶାହ କହିଥିଲେ। ଶାହ ପ୍ରଥମେ ଜୟ ଜଗନ୍ନାଥ, ଜୟ ମା ସମଲେଶ୍ବରୀ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଓଡିଶାରେ ବିଜେପିର ଏହା ହେଉଛି ପ୍ରଥମ ପ୍ରଚାର ସଭା। ଯେଉଁଥିରେ ଅମିତ ଶାହ ଆସି କର୍ମିଙ୍କୁ ଉତ୍ସାହିତ କରିଛନ୍ତି।

amit shah AmitShahInOdisha Election2024 odishaelection2024 ଓଡିଶାନିର୍ବାଚନ2024 ଓଡିଶାରେ ଅମିତ ଶାହ
Share. Facebook Twitter LinkedIn Email WhatsApp Copy Link

Related Posts

‘ସାହିତ୍ୟ ସଂସ୍କୃତି ସମାରୋହ’ ଅନୁଷ୍ଠାନର ଷଷ୍ଠ ବାର୍ଷିକୋତ୍ସବ

September 28, 2026

ୟୁପିଆଇ କାରବାରରେ ୦.୪% MDR ଶୁଳ୍କକୁ ଚ୍ୟାଲେଞ୍ଜ୍: ସୁପ୍ରିମକୋର୍ଟରେ ଆଜି ଶୁଣାଣି

September 28, 2026

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

September 28, 2026

ଏକ ହଜାର କୋଟିର ନିବେଶ ପାଇଁ ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

September 28, 2026
Latest News

‘ସାହିତ୍ୟ ସଂସ୍କୃତି ସମାରୋହ’ ଅନୁଷ୍ଠାନର ଷଷ୍ଠ ବାର୍ଷିକୋତ୍ସବ

September 28, 2026

ୟୁପିଆଇ କାରବାରରେ ୦.୪% MDR ଶୁଳ୍କକୁ ଚ୍ୟାଲେଞ୍ଜ୍: ସୁପ୍ରିମକୋର୍ଟରେ ଆଜି ଶୁଣାଣି

September 28, 2026

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

September 28, 2026

ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ

September 28, 2026

ଏକ ହଜାର କୋଟିର ନିବେଶ ପାଇଁ ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.