Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ସହ ଅଧିକ ଆଇସିୟୁ ବେଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍‌ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନେକ ଲୋକ ନିୟମାବଳୀ ଠିକ୍ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ବର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।

ଯେଉଁ ଜିଲ୍ଲା ମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ TMC, Covid Care Centre ଏବଂ Covid Care Home ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନା ଗୁଡିକରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବା, ଗୋଷ୍ଠୀକୁ ସାଥିରେ ନେଇ ବିଭିନ୍ନ ଜୋନ୍ଭିତ୍ତିକ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ସରକାରୀ କର୍ମଚାରୀ ମାନେ ସଂକ୍ରମିତ ହେଉଥିବା ଖବରରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସରକାରୀ ଅଫିସରେ କୋଭିଡ ନିୟମାନବଳୀକୁ ଆହୁରି କଡାକଡି ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ। ହଟ୍ ସ୍ପଟ୍ ଜିଲ୍ଲାକୁ ଅଧିକ ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।
କୋଭିଡ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୭.୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ସାମାନ୍ୟ ଅଧିକ।

ସେହିପରି ମୃତ୍ୟୁ ହାର ସାରା ଦେଶରେ ସର୍ବନିମ୍ନ ରହିଛି ଏବଂ ଏହା ୦.୪୩ ପ୍ରତିଶତ । ଗୁରୁତର ରୋଗୀଙ୍କ ପାଇଁ Step-down ICU ସୁବିଧା କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର‌୍ୟ୍ୟବେକ୍ଷକ ଦ୍ବୟ ଏବଂ ଭୁବନେଶ୍ବର-କଟକ ମ୍ୟୁନିସପାଲ କର୍ପୋରେସନର କମିଶନର ଦ୍ବୟ କୋଭିଡ ପରିସ୍ଥିତ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ଏବଂ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି କହିଥିଲେ।

ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ବର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।

 

Categories
ଆଜିର ଖବର ଜାତୀୟ ଖବର

ସାରା ବିଶ୍ବରେ ୮ ଲକ୍ଷ ୯୦ ହଜାର ଅତିକ୍ରମ କଲା କୋଭିଡ19 ମୃତ୍ୟୁ ସଂଖ୍ୟା

ନ୍ୟୁୟର୍କ, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ  ଅନୁଯାୟୀ ସୋମବାର ଦିନ ବିଶ୍ୱ କୋଭିଡ -୧୯ ମୃତ୍ୟୁ  ୮୯୦,୦୬୪ କୁ ବୃଦ୍ଧି ପାଇଛି, ଯେଉଁଥିରେ ସାରା ବିଶ୍ୱରେ ୨୭.୨ ମିଲିୟନରୁ ଅଧିକ ମୃତ୍ୟୁ ହାର ରହିଛି।

ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ତାଲିକାର ଶୀର୍ଷରେ ରହିଛି, ଏଥିରେ ୬,୨୯୬,୬୨୯ ମାମଲା ଏବଂ ୧୮୯,୧୧୪ ମୃତ୍ୟୁ ଘଟିଛି, ଯାହା ବିଶ୍ବର ମୃତ୍ୟୁର ୨୦% ରୁ ଅଧିକ ଅଟେ।

ବ୍ରାଜିଲରେ ୧୨୬,୬୫୦ ମୃତ୍ୟୁ ରେକର୍ଡ ହୋଇଛି, ତା’ପରେ ଭାରତରେ ୭୧,୬୪୨ ମୃତ୍ୟୁ ଘଟିଛି। ଏହି ସମୟରେ, ଭାରତ ବ୍ରାଜିଲକୁ ଅତିକ୍ରମ କରି ଦ୍ୱିତୀୟ ବୃହତ୍ତମ ମାମଲା ସହିତ ଦେଶ ହୋଇପାରିଛି, ଯାହା ୪,୨୦୪,୬୧୩ ରେ ପହଞ୍ଚିଛି।

୩୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶ ମଧ୍ୟରେ ମେକ୍ସିକୋ, ବ୍ରିଟେନ

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଶ୍ବରେ ଗ୍ଲୋବାଲ୍ କୋଭିଡ୍ -୧୯ ମାମଲା ୨ କୋଟି ୭ ଲକ୍ଷ ଅତିକ୍ରମ କରିଛି: ଜନ୍ ହପକିନ୍ସ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୭ ନିୟୁତ ମାର୍କକୁ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୮୮୨,୦୦୦ ରୁ ବୃଦ୍ଧି ପାଇଛି। ସୋମବାର ସକାଳ ସୁଦ୍ଧା ମୋଟ ମାମଲା ୨୭,୦୦୨,୨୨୪ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮୮୨,୦୫୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବା ସିଏସଏସଇ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ସିଏସଏସଇ ଅନୁଯାୟୀ ବିଶ୍ବରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୨୭୫,୬୧୪ ଏବଂ ୧୮୮,୯୩୨ ରେ ରହିଥିଲା। ୪,୧୩୭,୫୨୧ ସଂକ୍ରମଣ ଏବଂ ୧୨୬,୬୫୦ ମୃତ୍ୟୁ ସହିତ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଲା।

ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୪,୧୧୩,୮୧୧), ଏବଂ ପରେ ରୁଷିଆ (୧,୦୨୨,୨୨୮), ପେରୁ (୬୮୩,୭୦୨), କଲମ୍ବିଆ (୬୫୮,୪୫୬), ଦକ୍ଷିଣ ଆଫ୍ରିକା (୬୩୮,୫୧୭), ମେକ୍ସିକୋ (୬୩୪,୦୨୩), ସ୍ପେନ୍ (୪୯୮,୯୮୯), ଆର୍ଜେଣ୍ଟିନା (୪୭୮,୭୯୨) ), ଚିଲି (୪୨୨,୫୧୦), ଇରାନ (୩୮୬,୬୫୮), ବ୍ରିଟେନ (୩୪୯,୫୦୦), ଫ୍ରାନ୍ସ (୩୪୭,୨୬୮), ବାଂଲାଦେଶ (୩୨୫,୧୫୭), ସାଉଦି ଆରବ (୩୨୦,୬୮୮), ପାକିସ୍ଥାନ (୨୯୮,୫୦୯), ତୁର୍କୀ (୨୭୯,୮୦୬), ଇଟାଲୀ (୨୭୭,୬୩୪), ଇରାକ (୨୬୦,୩୭୦), ଜର୍ମାନୀ ୨୫୧,୭୨୮), ଫିଲିପାଇନ୍ସ (୨୩୭,୩୬୫), ଇଣ୍ଡୋନେସିଆ (୧୯୪,୧୦୯), ୟୁକ୍ରେନ (୧୩୯,୧୭୧), କାନାଡା (୧୩୩,୮୯୦), ଇସ୍ରାଏଲ (୧୩୦,୬୪୪), ବୋଲିଭିଆ (୧୨୦,୨୪୧), କତାର (୧୨୦,୦୯୫), ଇକ୍ୟୁଏଡର (୧୧୮,୦୪୫) ଏବଂ କାଜାଖସ୍ତାନ ୧୦୬,୩୦୧), ସିଏସଏସଇ ଆକଳନଗୁଡିକ ଦର୍ଶାଇଛି।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ଭାରତ (୭୦,୬୨୬), ମେକ୍ସିକୋ (୬୭,୫୫୮), ବ୍ରିଟେନ (୪୧,୬୪୦), ଇଟାଲୀ (୩୫,୫୪୧), ଫ୍ରାନ୍ସ (୩୦,୭୩୦), ସ୍ପେନ୍ (୨୯,୪୧୮), ପେରୁ (୨୯,୬୮୭), ଇରାନ (୨୨,୨୯୩), କଲମ୍ବିଆ (୨୧,୧୫୬), ରୁଷିଆ (୧୭,୭୬୮), ଦକ୍ଷିଣ ଆଫ୍ରିକା (୧୪,୮୮୯) ଏବଂ ଚିଲି (୧୧,୫୯୨)।

Categories
ଆଜିର ଖବର ଜାତୀୟ ଖବର

ବୃଦ୍ଧି ପାଇବାରେ ଲାଗିଛି ଦେଶରେ ଆରୋଗ୍ୟ ହାର; ଗତ ୨୪ ଘଣ୍ଟାରେ ରେକର୍ଡ ୭୩,୬୪୨ ସୁସ୍ଥ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ଜନିତ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦିନକରେ ୭୦,୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୩,୬୪୨ ରୋଗୀ ସୁସ୍ଥ ହୋଇ ଘରୋଇ ଏକାନ୍ତବାସ ଏବଂ ହସ୍ପିଟାଲରୁ ଛୁଟି ପାଇଛନ୍ତି ।

ଏଥିସହିତ ଗତକାଲି ସୁଦ୍ଧା ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୩୧ ଲକ୍ଷ ୮୦ ହଜାର ୮୬୫ ରେ ପହଞ୍ଚିଛି। ଦେଶରେ ଦୈନିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଫଳରେ ହାରାହାରି ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୭୭.୩୨ ପ୍ରତିଶତକୁ ଛୁଇଁଛି ।

କେନ୍ଦ୍ର ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ନମୁନା ପରୀକ୍ଷା କରାଯାଇପାରୁଛି । ଏଥିସହିତ କରୋନା ନିୟମାବଳୀକୁ ଅନୁସରଣ କରି ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ସଠିକ ଚିକିତ୍ସା କରାଯାଇପାରୁଛି ।

କେନ୍ଦ୍ରର ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଶେଷଜ୍ଞ ଡାକ୍ତରମାନେ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲ ଆଇସିୟୁ ପରିଚାଳନା କରୁଥିବା ଡାକ୍ତରମାନଙ୍କୁ ବିଶେଷ ପରାମର୍ଶ ଦେଉଛନ୍ତି, ଯାହାଫଳରେ ଦେଶର କୋଭିଡ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଆମ ଦେଶର ମୃତ୍ୟୁହାର ବିଶ୍ଵରେ ସର୍ବନିମ୍ନ । ଆଜି ଏହି ହାର ୧.୭୨ ପ୍ରତିଶତରେ ରହିଛି । ସେଦୃଷ୍ଟିରୁ ଦେଶର ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୬୨,୩୨୦ ରହିଛି, ଯାହା ମୋଟ ସଂକ୍ରମିତଙ୍କ ମାତ୍ର ୨୦.୯୬ ଭାଗ ବୋଲି ଜଣାପଡିଛି ।

Categories
ଆଞ୍ଚଳିକ

ଏଲ୍ଲାଏନସ କ୍ଳବ୍ ପକ୍ଷରୁ କରୋନା ପ୍ରତିଷେଧକ ଔଷଧ ବଣ୍ଟନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏଲ୍ଲାଏନସ୍ କ୍ଳବ୍ ରୟାଲ ପକ୍ଷରୁ ଆଙ୍କୁଲି ଶିଳ୍ପାଞ୍ଚଳ ମୁଖ୍ୟରାସ୍ତାରେ ରବିବାର କରୋନାର ପ୍ରତିଷେଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା। କ୍ଳବ୍‌ର ଅଧ୍ୟକ୍ଷ ଏ.ଟି. ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିପିଏମ୍ ନେତା ତଥା ପୂର୍ବତନ କାଉନ୍‌ସିଲର ବାବୁଲା ନାୟକ, ଏଲ୍‌. ସୁଦାମ ଦାସ ଯୋଗଦେଇ କରୋନା ରୋଗର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିୟମମାନି ଚଳିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସରକାରୀ ହୋମିଓପାଥିକ ମେଡ଼ିକାଲ୍ ପକ୍ଷରୁ ଏହି ଔଷଧ ମାଗଣାରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସଂଜୟ ସାବତ, ମନୋଜ ପାତ୍ର, ପ୍ରମୋଦ ସାବତ, ସୋମନାଥ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ଭଗବାନ ମହାନ୍ତି, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ବିଶେଷ ଖବର ରାଜ୍ୟ ଖବର

ଶହେ ତଳକୁ ଖସିଲା ସଂକ୍ରମଣ: ତଥାପି ସତର୍କ ରହିବାକୁ ପଡ଼ିବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବହୁ ଦିନ ପରେ ଆଜି କରୋନା ସଂକମ୍ରଣ ଶହେ ତଳକୁ ଖସିଛି। ଫଳରେ ଗଂଜାମବାସୀ ଟିକେ ଅଶ୍ୱସ୍ତି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଅଶ୍ୱସ୍ତିକୁ ନିୟମ ମାନିବାରେ ଅବହେଳାରେ ପରିଣତ କରିଲେ ପୁନର୍ବାର ସଂକ୍ରମଣ ବ୍ୟାପିବାର ଭୟ ରହିଛି। ଅନେକ ଦେଶରେ ତଥା ଆମ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଯେ, ସଂକ୍ରମଣ ସଂଖ୍ୟା କମିଯାଇଥିଲେ ମଧ୍ୟ ଲୋକଙ୍କ ନିୟମ ନ ମାନିବା ଯୋଗୁଁ ପୁଣିଥରେ ଦ୍ୱିତୀୟ ୱେଭ୍ ଆସିଛି। ଫଳରେ ସଂକ୍ରମଣ ସଂଖ୍ୟା ପୁନର୍ବାର ବଢ଼ିଛି। ତେଣୁ ଜିଲ୍ଲା ପ୍ରଶାସନ ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି କହିଛି। ତେଣୁ ଦୋକାନୀଙ୍କୁ ପଞ୍ଚସୂତ୍ର ମାନିବାକୁ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେନି ସେମାନଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ମନା କରିବା, ମାସ୍କଗୁଡ଼ିକ ସଠିକ୍ ଢ଼ଂଗରେ ପିନ୍ଧିବା ନାକ ଏବଂ ପାଟିକୁ ଘୋଡ଼ାଇ ରଖିବାକୁ ହେବ।

ଗଂଜାମରେ ମୁଖ୍ୟତଃ ସଂକ୍ରମଣ କମିବାର କାରଣ ସାମାଜିକ ଦୂରତା ଅବଲମ୍ବନ, ଦ୍ୱାର ଦ୍ୱାର ସର୍ଭେ, ଦୃଢ଼ କଣ୍ଟେନମେର୍ଟ ପଲିସି, କମ୍ୟୁନିଟି ଏବଂ କୋଭିଡ଼୍ ମନିଟେରିଂ, ଅତ୍ୟଧିକ ଟେଷ୍ଟିଂ, ଭଲ ଚିକତ୍ସା ପାଇଁ ସଂକ୍ରମଣ ସଂଖା ୧୦୦ରୁ କମିଥିବା ଗଂଜାମ ପ୍ରଶାସନ କହିଛି। ତେଣୁ ଆଗାମୀ ଦିନରେ ମଧ୍ୟ ସମସ୍ତେ ପଞ୍ଚସୂତ୍ରୀ ନିୟମ ମାନିବା ସହ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଅନ୍ୟାନଞ ନିୟମକୁ ମାନି ଚଳିଲେ ଜିରୋ ଆକ୍ଟିଭ୍‌ର ଲକ୍ଷ୍ୟ ହାସଲ ହେବ। ଆଜି ୯୭ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସମୁଦାୟ ୯୯୯୯ ଟି ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୩ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି।

ଆଜି ସଂକ୍ରମିତ ତାଲିକାରେ ୭ ଜଣ କରୋନା ଯୋଦ୍ଧା ଥିବାବେଳେ ୯୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ବ୍ଲକ୍‌ରୁ ରହିଛନ୍ତି। ବୁଗୁଡ଼ା, ଧରାକୋଟ, ଖଲିକୋଟ, ସାନଖେମୁଣ୍ଡି, ଶେରଗଡ଼ ବ୍ଲକ୍‌ରୁ ଜଣେ ହେଲେ ବି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ କେବଳ ୧୨ ଜଣ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ସମୁଦାୟ ୩୩୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୪୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୧୯ ଜଣ ଆକ୍ଟିଭ୍ ମାମଲା ଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ସମୁଦାୟ ଗଂଜାମ ଜିଲ୍ଲାରେ ୧୮୪୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୧୨ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୭୩୭୪ରେ ପହଞ୍ଚିଛି। ୮୬୧ ଜଣ ଆକ୍ଟଭ୍ ଥିବାବେଳେ ୧୯୯ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାରୁ ଆଜି ୧୬୯ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁଣି ଥରେ ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ହେଲା ମୃତ୍ୟୁର ସଂଖ୍ୟା କମ୍ ଥିବାବେଳେ ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୬୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ୬୩ ବର୍ଷୀୟ ମହିଳା, ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗତକାଲି ୯୭୦୪ ଟି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୧ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି। ସଂକ୍ରମିତ ମଧ୍ୟରୁ ୧୭ ଜଣ କରୋନା ଯୋଦ୍ଧାଥିବାବେଳେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି।

ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୬, ବ୍ରହ୍ମପୁର ମହାନଗର ନିଗମରୁ ୧୮, ଭଂଜନଗରରୁ ୨, ବୁଗୁଡ଼ାରୁ ୧, ଛତ୍ରପୁରରୁ ୦୬, ଚିକିଟି ୨୩, ଧରକୋଟ ୧, ଦିଗପହଣ୍ଡି ୪, ଗଂଜାମ ୧୫, ହିଂଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୪, କବିୂସର୍ଯ୍ୟନଗର ୫, ଖଲିକୋଟ ୫, କୁକୁଡ଼ାଖଣ୍ଡି ୯, ପାତ୍ରପୁର ୧୦, ପୋଲସରା ୧୦, ରଙ୍ଗେଇଲୁଣ୍ଡା ୧୧, ସାନଖେମୁଣ୍ଡି ୪, ଶେରଗଡ଼ ୧, ସୋରଡ଼ା ୩ ଏବଂ ଅନ୍ୟାନ୍ୟ ସ୍ଥାନର ୨ ଜଣ ଅଛନ୍ତି। ସମୁଦାୟ ୧୮୨୩୮ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଆଜିର ୨୦୯ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୬୭୯୪ରେ ପହଞ୍ଚିଛି। ବର୍ତ୍ତମାନ ୧୨୪୨ ଜଣ ଆକ୍ଟିଭ୍ ରୋଗୀ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୯୪ ଜଣଙ୍କ ମୁଣ୍ଡ ନେଲାଣି କରୋନା। ସେହିପରି ବ୍ରହ୍ମପୁର ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ୩୨୮୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୯୭୬ ଜଣ ସୁସ୍ଥ ହୋଇଛନ୍ତି। ୨୫୫ ରୋଗୀ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ୫୬ ଜଣଙ୍କ ମୁଣ୍ଡ ନେଇଛି କରୋନା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୮୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪, ରାୟଗଡାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡରୁ ୧୨୬, ବାଲେଶ୍ବରରୁ ୧୦୫, ମାଲକାନଗିରିରୁ ୮୭, ସୁନ୍ଦରଗଡରୁ ୮୬, ସମ୍ବଲପୁରରୁ ୮୪, ପୁରୀରୁ ୮୨, ଭଦ୍ରକରୁ ୬୩, ଜଗତସିଂହପୁରରୁ ୬୨, ଝାରସୁଗୁଡାରୁ ୫୯, ବରଗଡରୁ ୫୭, ବଲାଙ୍ଗିରିରୁ ୫୪, କନ୍ଧମାଳରୁ ୫୨, ଅନୁଗୁଳରୁ ୫୧, କେନ୍ଦୁଝରରୁ ୪୬, ସୋନପୁରରୁ ୩୫, ନବରଙ୍ଗପୁରରୁ ୨୫, ଢେଙ୍କାନାଳରୁ ୨୩, ଗଜପତିରୁ ୨୩, କଳାହାଣ୍ଡିରୁ ୧୬, ବୌଦ୍ଧରୁ ୧୨, ଦେବଗଡରୁ ୭,ଏବଂ ନୂଆପଡ଼ାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧ ଜଣରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଥିବା ସଂଖ୍ୟା ୮୦ ହଜାର ୭୭୦କୁ ବୃଦ୍ଧି ହୋଇଛି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୨୩୫ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦୩ ରେ ପହଞ୍ଚିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକରୁ ୩୩ଜଣ, ବାଲିକୁଦା ବ୍ଲକରୁ ୨ଜଣ, ଏରସମା ବ୍ଲକରୁ ୩ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ରଘୁନାଥପୁର ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ଆଜି ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ପାରାଦ୍ବୀପରୁ ସର୍ବାଧିକ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ ୩୦ଜଣ ପିପିଏଲ୍ କର୍ମଚାରୀ ହୋଇଥିବା ବେଳେ ୪ଜଣ ପିପିଏଲ୍ ଟାଉନସିପ୍ ଏରିଆରୁ ଓ ୧୪ଜଣ ଜେ.ଏସ୍.ଡବ୍ଲୁ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୪୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୬ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୪୬୧ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୨୫୪୬ ଜଣ କରୋନା ଆକ୍ରାନ୍ତ 

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୧୪୩, ପୁରୀରୁ ୧୪୧, ରାୟଗଡାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡାରୁ ୭୪, କନ୍ଧମାଳରୁ ୭୩, ସୁନ୍ଦରଗଡରୁ ୭୩, କଳାହାଣ୍ଡିରୁ ୭୨, ମୟୂରଭଞ୍ଜରୁ ୭୦, ବାଲେଶ୍ବରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ବଲପୁରରୁ ୩୨, ବରଗଡରୁ ୨୯, ଢେଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗିରିରୁ ୧୮, ଝାରସୁଗୁଡାରୁ ୧୭ ଏବଂ ଦେବଗଡରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୨୪,୨୮୦ ଜଣ ଏବଂ  ମୋଟ ୫୯, ୪୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ କୋରୋନଜନିତ ମୃତ୍ୟୁ ସଂଖ୍ୟା ୪୨୮ ରେ ପହଞ୍ଚିଛି।

Categories
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ ଆଜି ୫୧ ପଜିଟିଭ୍ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୪ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୫ଜଣ, କୁଜଙ୍ଗ ବ୍ଲକରୁ ୬ଜଣ, ତିର୍ତ୍ତୋଲ ବ୍ଲକରୁ ୯ଜଣ, ପାରାଦ୍ଵୀପରୁ ୧୬ଜଣ ଓ ନୂଆଗାଁ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୩୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬୫ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହେବା ସହିତ ବର୍ତ୍ତମାନ ୪୧୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମରେ କାମ କରୁନି ପ୍ଲାଜମା ଥେରାପୀ ! ନୂତନ ୧୭୯ ସଂକ୍ରମିତ ଚିହ୍ନଟ: ୫ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ପୂର୍ବବତ୍ତ ଉଚ୍ଚ ରହିଛି। କାହିଁକି ଏହି ମୃତ୍ୟୁଦର କମୁନାହିଁ ତାହା ନେଇ କୌଣସି ସଠିକ୍ ଉତ୍ତର ମଧ୍ୟ ମିଳୁନାହିଁ। ସେପଟେ ଯେତିକି ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ପ୍ରାୟ ସମସ୍ତେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରହିଛନ୍ତି। ତେବେ କ’ଣ ମେଡ଼ିକାଲ୍‌ରେ କରୋନା ସହ ଏହି ରୋଗଗୁଡ଼ିକର ଚିକିତ୍ସାରେ ଅବହେଳା କରାଯାଉଛି କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ତେବେ କରୋନା ପାଇଁ ପ୍ଲାଜମା ରାମବାଣ ହୋଇଥିବା ପ୍ରଶାସନ କହୁଥିବାବେଳେ ଗତ ଜୁଲାଇ ୨୧ ତାରିଖରୁ ପ୍ଲାଜମା ପ୍ରଦାନ ଆରମ୍ଭ ହୋଇଥିଲା। ସେହିଦିନ ପର୍ଯ୍ୟନ୍ତ ଗଂଜାମରେ ମୃତ୍ୟୁସଂଖ୍ୟା ୫୯ ଥିବାବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୧୭୯ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ପ୍ଲାଜମା ଥେରାପୀ କୌଣସି କାମ କରୁଛି କି ନାହିଁ ବୋଲି ବି ଲୋକେ ପ୍ରଶ୍ନ ଉଠାଇଲେଣି।

ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଆଜି ପର୍ଯ୍ୟନ୍ତ ଗଂଜାମରେ ୨୮୭ ଜଣ ପ୍ଲାଜମା ଦେବା ପାଇଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୬୭ ୟୁନିଟ୍ ପ୍ଲାଜମା ସଂଗ୍ରହ ହୋଇଛି। ୬୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ ୧୬ ଜଣ ସୁସ୍ଥ ହୋଇଥିବା ନେଇ ପ୍ରଶାସନ ସ୍ପଷ୍ଟ କରିଛି। ଆଜି ମଧ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୮ ବର୍ଷୀୟ ବୃଦ୍ଧା ଯେକି ମଧୁମେହ ରୋଗୀ, ୬୦ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ, ୬୩ ବର୍ଷୀୟ ବୃଦ୍ଧ ଯେକି ମଧୁମେହ ରୋଗୀ ଏବଂ ଅନ୍ୟଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛିି।

ଆଜି ନୂତନ ସଂକ୍ରମିତ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଥିବାବେଳେ ୧୬୧ ଜଣ ବିଭିନ୍ନ ବ୍ଲକ୍‌ର ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ନୂତନ ଭାବେ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଂକ୍ରମିତ ସଂଖ୍ୟା ୩ ହଜାର ଛୁଇଁଛି। ୨୬୨୬ (୮୭.୫%) ସୁସ୍ଥ, ୩୨୨ (୧୦.୭୩ ଆକ୍ଟିଭ୍‌), ୫୩ (୧.୭୭%) ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୬୦୧୨ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଆଜି ୧୪୧୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୨୮୭ ଜଣ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ୨୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ପର୍ଯ୍ୟନ୍ତ ୧୬୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୬୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬୬୦ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି।  

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ ହୋଇଥିବା ୨ହଜାର ୯୯୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି ହୋଇଛି। କୋରୋନରୁ ୫୨,୨୭୬ ଜଣ ସୁସ୍ଥ ହୋଇଥିବାବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି।  

ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୨୭୧ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫୮, ପୁରୀରୁ ୧୫୬, ନୟାଗଡରୁ ୧୫୩, ରାୟଗଡାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଞ୍ଜରୁ ୧୨୦, ବାଲେଶ୍ବରରୁ ୧୧୫, ସମ୍ବଲପୁରରୁ ୧୦୪, ବରଗଡରୁ ୯୮, କୋରାପୁଟରୁ ୯୫, ଭଦ୍ରକରୁ ୯୨, ମାଲକାନଗିରିରୁ ୮୫, ସୁନ୍ଦରଗଡରୁ ୭୦, ନବରଙ୍ଗପୁରରୁ ୬୮, କେନ୍ଦୁଝରରୁ ୬୩, ବଲାଙ୍ଗିରିରୁ ୬୨, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ଜଗତସିଂହପୁରରୁ ୪୬, ଝାରସୁଗୁଡା, ଗଜପତି ଓ କେନ୍ଦ୍ରାପଡାରୁ ୪୩ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୪୦, କଳାହାଣ୍ଡିରୁ ୩୬, ଅନୁଗୁଳରୁ ୨୧, ବୌଦ୍ଧ ଏବଂ ଦେବଗଡରୁ ୯ ଜଣ ଲେଖାଏଁ , ନୂଆପଡାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ସଂସ୍କୃତି

କରୋନା ସମୟର ନୂଆଖାଇ ଜୁହାର, ଇତିହାସରେ ଇଏ ବି ଗୋଟେ ସ୍ମରଣୀୟ ଅଧ୍ୟାୟ

କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ  ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ  ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି। ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

ଦିନେ ଏମିତି ବି ସମୟ ଆସିବ ଯେ, ନୂଆଖାଇ ଭଳି ପାର୍ବଣ ବି ଫିକା ପଡିଯିବ, ଏକଥା କେହି କେବେ ସ୍ଵପ୍ନରେ ବି ଚିନ୍ତା କରିନଥିବେ। ନୂଆଖାଇ ସହିତ ସବୁଠୁ ବଡ ସମ୍ପର୍କ ହାଟର। ବିନା ହାଟରେ କି ନୂଆଖାଇ? ତିହାର ଆଗରୁ ତାର ସଜବାଜରେ ଦୁଇ ସପ୍ତାହ ବିତିଯାଏ। ହାଟରୁ ଖାଇବା, ପିନ୍ଧିବା, ମଉଜ କରିବାର ସବୁ ସାମାନ କିଣିବା ଲାଗି କେତେ ଯୋଜନା ଚାଲେ। ଏଥରର ନୂଆଖାଇରେ ହାଟ ଆଉ ବସିନାହିଁ। ହାଟରୁ କରଡି କିଣାହୋଇ “ଲେଥା” ( ଆମ୍ବିଳ- ବହୁ ପରିବା ମିଶାମିଶି ଖଟା ଜାତୀୟ ଏକ ବ୍ୟଞ୍ଜନ) ବନାଇବାର ମଜା ଏଥର ଆଉ ନାହିଁ। “ଜୀଇଁ ଜାଗିଥିଲେ ବଚ୍ଛରେ”- ବଞ୍ଚିଥିଲେ ବର୍ଷକ ଥରେ ନୂଆଖାଇରେ ସମସ୍ତଙ୍କର “ଭେଟଘାଟ”- ସେ ବି ହେବାର ସମ୍ଭାବନା ନାହିଁ। ନୂଆଖାଇ ସମୟରେ ପୂରା ପରିବାର ଯିଏ ଯେଉଁଠି ଥିଲେ ଘରକୁ ଫେରନ୍ତି। ଆଜିର “ଲକ ଡାଉନ-ଶଟ ଡାଉନ” ସମୟରେ ସେ ବି ହେବାର ନାହିଁ। ଏମିତି ଗୋଟେ ସର୍ବନାଶୀ ସମୟରେ ନୂଆଖାଇ ପାଳିବାର ଆନନ୍ଦ ଆଜି ନାହିଁ।

ଆଜିର ଏ ଉଜୁଡା ସମୟରେ ନୂଆଖାଇ ଆମ ଜୀବନକୁ ସଜାଡି ପାରିବ କି? ଗତ ସାଢେ ପାଞ୍ଚମାସ ହେଲା, ଭାରତର ସବୁ ପର୍ବ ପର୍ବାଣି ଫିକା ପଡିଯାଇଛି। ଭାରତ ପାର୍ବଣର ଦେଶ। ଭାରତ ଭିତରେ ଓଡିଶା, ବାର ମାସରେ ତେର ପର୍ବ ଲାଗି ପ୍ରସିଦ୍ଧ। ସେଥିରେ ଅଧା ବର୍ଷ ଆମର ବିନା ପାର୍ବଣରେ ଯାଇ ସାରିଛି। କରୋନା ମହାମାରୀ ପରଠୁ ଚନ୍ଦନ ଯାତ୍ରା, ରଜ,ଇଦ, ସାବିତ୍ରୀ, ସ୍ନାନଯାତ୍ରା,  ରଥଯାତ୍ରା, ଝୁଲଣ ଯାତ୍ରା, ଗହ୍ମା ପୂର୍ଣ୍ଣମୀ,  ଗଣେଶ ପୂଜା ଓ ଆଜି ନୂଆଖାଇ- କୌଣସି ପାର୍ବଣ ସାମୁହିକ ଭାବରେ ପାଳିତ ହୋଇ ପାରିନାହିଁ। ସାଢେ ପାଞ୍ଚ ମାସ ପରେ ବି ଆମେ କରୋନା ଭୂତାଣୁକୁ ଆମ ଜଣ ଜୀବନରୁ ମୁକ୍ତ କରିପାରିନାହୁଁ।

ଆଜି ଯେତେବେଳେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ କେବଳ ପରିବାର ଭିତରେ ନାମକୁ ମାତ୍ର ପାଳନ ହେଉଛି, ସେତେବେଳେ ଚୀନ ର “ଉହାନ” ସହରରେ ବିନା ମୁଖା ଲଗାଇ ଶହ ଶହ ଲୋକ “ୱାଟର ପାର୍କ” ରେ ଉତ୍ସବ ମନାଉଛନ୍ତି।ଆମେ ଜାଣୁ ଉହାନ ସହର ହେଉଛି କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ।ଆଜି ସେଠାରୁ ଭୂତାଣୁ ବିଦାୟ ନେଇଛି।ଚୀନରେ ପ୍ରଥମ ସୋପାନ ପରେ ଦ୍ଵିତୀୟ ସୋପାନରେ କରୋନା ସଂକ୍ରମଣ ଆସିଛି ଓ ଯାଇଛି।

ଆଜି ଆମ ଲାଗି ନୂଆ କିଛି ଚିନ୍ତା କରିବାର ଆବଶ୍ୟକତା ଆସିଛି। ଜୀବନ ଭୟକୁ ସାଥି କରି ଚାଲି ପାରିବ ନାହିଁ। ବିନା ପାର୍ବଣ ଓ ଉତ୍ସବରେ ଜୀବନ କରୋନା ଜ୍ଵରଠୁ ଅଧିକ ମାରାତ୍ମକ ରୋଗ ପାଲଟିଯିବ।ତେଣୁ ଆମ ଜୀବନରେ ଉତ୍ସବର ପରିବେଶ ଫେରିବା ଜରୁରୀ। ଭୂତାଣୁ ଲାଗି ସତର୍କତା ରହୁ, ହେଲେ ଏହା ଏକ ଚିରସ୍ଥାୟୀ ଭୟ ହୋଇ ଆମ ଜୀବନରେ ନ ରହୁ।

ପଶ୍ଚିମ ଓଡିଶାର ସାମାଜିକ ଜୀବନ ବହୁ ଘାତ ପ୍ରତିଘାତକୁ ସାମ୍ନା କରିଛି। ସବୁ ସଂଘର୍ଷ ଓ ସଙ୍କଟର ମହୌଷଧି ହେଉଛି ନୂଆଖାଇ। ଭୋକ, ଅଭାବ ଓ ଦାରିଦ୍ର୍ୟକୁ ତୁଚ୍ଛ କରି ଆମେ ନୂଆ ଧାନର ଉତ୍ସବ ପାଳି ଆସିଛୁ। ସଙ୍କଟ ଆଗରେ ଆମେ କେବେ ହାର ମାନିନୁ। ଆଜି ବି ମାନିବାର ନାହିଁ।

ମହାମାରୀ ସମୟର ଏ ନୂଆଖାଇ ଆମକୁ ନୂଆ କିଛି ସୁଯୋଗ ଦେବା ନିଶ୍ଚୟ। ସମସ୍ତଙ୍କୁ ନୂଆଖାଇର ଜୁହାର।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀରୁ ଚିହ୍ନଟ ହେଲେ ୨୯୫, ସୁସ୍ଥ ହେଲେ ୧୫୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୫୩ ଜଣ ଥିବାବେଳେ ୧୪୨ ଜଣ ସ୍ଥାନୀୟ କେସ। ପୋଲିସ ସିକ୍ଯୁରିଟି ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ଜଣ, ପଟିଆ କିଟ କ୍ୟାମ୍ପସରୁ ୧୧ଜଣ , ରିଜର୍ଭ ପୋଲିସ କଲୋନୀରୁ ୮, ଚନ୍ଦ୍ରଶେଖରପୁର ଏଚ ବି କଲୋନୀରୁ ୪, ରସୁଲଗଡରୁ ୪, ବିଜେବି ନଗରରୁ ୩, ବଦଗଡ କେନାଲ ରୋଡରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର

କରୋନା କାଳରେ ସରକାରୀ ପ୍ରଚାର ପାଇଁ ନୂଆ ପ୍ୟାକେଜ , ଭାବମୂର୍ତ୍ତି ସଜାଡିବା ଲାଗି ଗଣମାଧ୍ୟମକୁ ଦାନ ଓ ଦକ୍ଷିଣା!!

 କେଦାର ମିଶ୍ର

ନିଜ ସରକାରର ଭାବମୂର୍ତ୍ତି ବଢାଇବାକୁ ଏକ ବିରାଟ “ମିଡିଆ ପ୍ଯାକେଜ” ଏବେ ସରକାରୀ ସ୍ତରରେ  ପ୍ରସ୍ତୁତ ହେଉଛି ବୋଲି ଏବେ ଖବର ମିଳିଛି। ପ୍ରତିଦିନ ହାରାହାରି ହଜାରେ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ, ଏ ପ୍ରକାର ପ୍ରଚାରର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନବାଚୀ ଅବଶ୍ୟ ଉଠିବ। ତେବେ କୌଣସି ପ୍ରଶ୍ନବାଚୀ ବା ସମାଲୋଚନାକୁ ଖାତିର କରିବା ଭଳି ଅବସ୍ଥା ମୋଦୀ ସରକାରଙ୍କର ନାହିଁ। ମୋଦୀ ସରକାରର ଗୋଟେ ବିଶିଷ୍ଟ ଗୁଣ ହେଉଛି, ସମାଲୋଚନା କୁ ଆଦୌ ଗୁରୁତ୍ଵ ନଦେବା। ସରକାର ଯାହା କରୁଛନ୍ତି ତାହା ହିଁ ଠିକ ଓ ତାକୁ ଗ୍ରହଣ କରିବାକୁ ଜନତା ବାଧ୍ୟ- ଏମିତି ଏକ ଧାରଣା ଉପରେ ମୋଦୀ ସରକାରର ଅସ୍ତିତ୍ଵ ଗଢା ହୋଇଛି। ଏହା ଏକ ପ୍ରକାର ପ୍ରଚଣ୍ଡ ଆତ୍ମବିଶ୍ଵାସ ବୋଲି କୁହାଯାଇ ପାରିବ।

ତେବେ କରୋନା ସମୟରେ କି ପ୍ରକାର ପ୍ରଚାର ବା ସରକାରୀ ଭାବମୂର୍ତ୍ତିର କି ପ୍ରକାର ବିସ୍ତାର ହୋଇପାରିବ? କରୋନା ସଂକ୍ରମଣ ସମୟରେ ପ୍ରଚାରର ପ୍ରବଳ ଆବଶ୍ୟକତା ରହିଛି ଏହା ସତ। ତେବେ ସେ ପ୍ରଚାରର ପରିସର କଣ? ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ ସ୍ଥିତିକୁ ନେଇ ତୁରନ୍ତ ଶବ୍ଦ ତିଆରି ହୋଇଯାଏ। ପାଣ୍ଡେମିକ୍ସ ବା ମହାମାରୀ ସମୟରେ ହଠାତ “ଇନ୍ଫୋଡେମିକ୍ସ” ଶବ୍ଦଟି ତିଆରି ହେବା ପଛର କାରଣଟି କେବଳ ଏକ ସାମ୍ବାଦିକ ଆବଶ୍ୟକତା ନୁହେଁ, ଏହା ଅନେକାଂଶରେ ଆମ ସମୟର ଏକ ଭୟଙ୍କର ଆବଶ୍ୟକତା। ଆଜିର ସମୟରେ ମହାମାରୀ ଯେତିକି ସାଂଘାତିକ ନୁହେଁ, ତାଠୁ ଅଧିକ ସାଂଘାତିକ ହେଉଛି ମହାମାରୀକୁ ନେଇ ତିଆରି ହେଉଥିବା ରାଜନୈତିକ ସୂଚନା। ନିଜ ନିଜର ରାଜନୀତିକୁ ବଞ୍ଚାଇ ରଖିବାଲାଗି ସବୁଠୁ କ୍ଷତିଗ୍ରସ୍ତ ଦେଶର ମୁଖିଆମାନେ କରୋନା କୁ କେନ୍ଦ୍ର କରି ବିଭିନ୍ନ କାହାଣୀ ପ୍ରଚାର କରି ଚାଲିଛନ୍ତି।

ଏହି ପ୍ରଚାର ପ୍ୟାକେଜରେ ପାଣ୍ଡେମିକ୍ସ ନା ଇନ୍ଫୋଡେମିକ୍ସ କିଏ ବେଶୀ ଗୁରୁତ୍ଵ ପାଇବ? ସରକାର ହୁଏତ ଆମକୁ କହିବାକୁ ଚାହାନ୍ତି ଯେ, କରୋନା ମୁକାବିଲାରେ ଭାରତ ସଫଳ ହୋଇଛି। ଦିନକୁ ପ୍ରାୟ ସତୁରୀ ହଜାର ଆକ୍ରାନ୍ତ ଓ ୧ ହଜାର ହଜାର ମୃତ ଲୋକଙ୍କ ଗ୍ରାଫ କୁ ସଫଳତା ବୋଲି ଦେଖାଇବା ଗୋଟେ ଆହ୍ୱାନର ବିଷୟ ନିଶ୍ଚୟ । ତେବେ ସରକାର ଏହାକୁ ସଫଳତା ବୋଲି ଦେଖାଇବାରେ ଗୋଟେ ନୂଆ ରଣନୀତି ନିଶ୍ଚୟ ତୟାର କରିଥିବେ।   

ଏଠି ଆଉ ଗୋଟେ କଥା କହିବା ଉଚିତ ହେବ ଯେ, ଯେଉଁ ଦେଶର ନେତୃତ୍ଵ ବୈଜ୍ଞାନିକ ଚିନ୍ତାନକୁ ଆଧାର କରି ବାସ୍ତବାଭିମୁଖୀ ପଦକ୍ଷେପ ନେଇଛନ୍ତି, ସେ ଦେଶ କରୋନା ମୁକାବିଲା ରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଓ ଜର୍ମାନୀ ଏହାର ଉଦାହରଣ।  ଭିଏତନାମ ଓ ଦକ୍ଷିଣ କୋରିଆ ମଧ୍ୟ ଅନ୍ଯତମ ଉଦାହରଣ ସତ କହିବାକୁ ଗଲେ ପୃଥିବୀର ମୋଟ ଆକ୍ରାନ୍ତ ସଂଖ୍ୟା ୨,୨୯,୨୧୬୬୮ ହୋଇଥିବା ବେଳେ ଏହାର ପ୍ରାୟ ୬୦% କେବଳ ପାଞ୍ଚୋଟି ଦେଶରେ ରହିଛନ୍ତି। ଆମେରିକା, ବ୍ରାଜିଲ, ଭାରତ, ଋଷିଆ ଓ ଦକ୍ଷିଣ ଆଫ୍ରିକା ରେ ମୋଟ ୧.୩୬କୋଟି ଆକ୍ରାନ୍ତ ଅଛନ୍ତି।

ବ୍ରାଜିଲ ଓ ଆମେରିକା ତୁଳନାରେ ଆମ ଦେଶରେ ସୂଚନା-ମହାମାରୀର ସ୍ତର ଆହୁରି ଭୟଙ୍କର। ମାର୍ଚ୍ଚ ମାସରୁ ଆମକୁ କରୋନା ସଂକ୍ରମଣ କୁ ନେଇ ପ୍ରତିଦିନ ଗାଲୁଗପ ଶୁଣିବାକୁ ପଡୁଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ୨୧ ଦିନିଆ ମହାଭାରତ ଯୁଦ୍ଧ ବୋଲି କହି ଏକ ହାସ୍ୟାସ୍ପଦ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ପର୍ୟାୟ ରେ ମହାମାରୀକୁ ନେଇ ଧର୍ମ ସହିତ ଯୋଡିବାର ଉଦ୍ୟମ ମଧ୍ୟ ହୋଇଥିଲା। ମାର୍ଚ୍ଚ ମାସର ଶେଷ ବେଳକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ମହାମାରୀକୁ ଯୋଡିବାର ପ୍ରୟାସ ଦେଶର ଶାସକ ଦଳ ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ବୈଜ୍ଞାନିକ ମାନସିକତାର ପ୍ରଚାର ଅପେକ୍ଷା ଅଧିକ ନାଟକବାଜି ଉପରେ ଆମେ ଗୁରୁତ୍ଵ ଦେଲେ। ଆଜି ଯେତେବେଳେ ଦେଶରେ ସଂକ୍ରମଣ ସଂଖ୍ୟା ପାଖାପାଖି ୩୦ ଲକ୍ଷ ରେ ପହଞ୍ଚିଛି ଓ ପ୍ରତି ଦୁଇ ଦିନରେ ଲକ୍ଷେ ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେତେବେଳେ ମଧ୍ୟ ଆମେ ସଫଳତାର ମିଛ ବାହାନା ଖୋଜୁଛୁ। ପ୍ରତି ଦିନ ହଜାରେ ଭାରତୀୟ କରୋନା ଯୋଗୁଁ ପ୍ରାଣ ହରାଉଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ୧୨୦ ଟି ଦେଶକୁ କରୋନା କବଳରୁ ରକ୍ଷା କରିବାରେ ସହାୟକ ହୋଇଥିବାର ଦାବି କରୁଛନ୍ତି।

ଏ ପ୍ରକାର ତଥ୍ୟ ଆଜି ଲୋକଙ୍କ ପାଖରୁ ଲୁଚାଇବା ସମ୍ଭବ କି? ଗଣମାଧ୍ୟମରେ ସରକାରୀ ପ୍ରଚାର ଏହି ବାସ୍ତବତାକୁ ସତରେ ଲୁଚାଇବାରେ ସହାୟକ ହେବ କି? ତେବେ କରୋନା ଲକ ଡାଉନ ଯୋଗୁଁ ବିପର୍ୟସ୍ତ ଗଣମାଧ୍ୟମ ଏଥିରୁ କିଛି ଲାଭ ପାଇବ ନିଶ୍ଚୟ। ସରକାରୀ ସେବାରେ ନିଜକୁ ନିୟୋଜିତ କରିଥିବା କେତେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଲାଗି ଏହା ଅବଶ୍ୟ ଏକ ନୂଆ ସୁଯୋଗ।   

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୨ହଜାର ୮୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦,୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪,୫୮୨ ଜଣ ଚିକିତ୍ସାଧୀନ  ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆରୋଗ୍ୟ ଲାଭ କଲେ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବରରୁ: ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୦୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୨୩୨, କଟକରୁ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡରୁ ୧୧୧, ବାଲେଶ୍ବରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗିରିରୁ ୩୬, ଯାଜପୁର ରୁ ୩୬, ସମବଲପୁରରୁ ୩୫, ନୟାଗଡରୁ ୩୪, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁରରୁ ୩୧ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ସୋନପୁରରୁ ୩୦, କେଉଁଝରରୁ ୨୦, ଅନୁଗୁଳରୁ ୧୮, ବରଗଡରୁ ୧୫, ଝାରୁସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୪, ଦେବଗଡରୁ ୪ ଏବଂ ପୁରୀରୁ ଜଣେ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୩,୭୭୯ ରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୮ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୩୭୦ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୨୬ ହଜାର ୮୮୭ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୩୫ଜଣ। ସେହିପରି ୪୬ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୧୧୧୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୩୫୪ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୯୭, ଗଜପତିରୁ ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡରୁ ୩୭,ରାୟଗଡାରୁ ୩୫, ପୁରୀରୁ ୩୧, ବାଲେଶ୍ବରରୁ ୩୦, ମୟୂରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂପୁରରୁ ୨୭, ଢେଙ୍କାନାଳରୁ ୨୪, ସୁନ୍ଦରଗଡରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗୀରରୁ ୧୬, ସମ୍ବଲପୁରରୁ ୧୬, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡା ରୁ ୧୧, କୋରାପୁଟ ଓ ଅନୁଗୁଳରୁ ୫, ବରଗଡରୁ ୪, ସୋନପୁରରୁ ୩, ଝାରସୁଗୁଡାରୁ ଜଣେ  ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୩,୦୭୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।