Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୨ ହଜାର ୧୯୬ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୯୨୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ହଜାର ୩୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୧ ହଜାର ୩୮୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୭୮୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୦୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭ ବାଲେଶ୍ବରରୁ ୧୦୪, ବରଗଡରୁ ୮୦, ଭଦ୍ରକରୁ ୧୬, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୩୨, କଟକରୁ ୧୭୫, ଢେଙ୍କାନାଳରୁ ୩୩, ଗଜପତିରୁ ୭, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୮୬, ଯାଜପୁରରୁ ୧୧୩, ଝାରସୁଗୁଡାରୁ ୭୧, କଳାହାଣ୍ଡିରୁ ୯୪, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୮୨, କେଉଁଝରରୁ ୬୭, କୋରାପୁଟରୁ ୨୯, ମାଲକାନଗିରିରୁ ୧୧୯, , ନବରଙ୍ଗପୁରରୁ ୫୦, ନୟାଗଡରୁ ୨୦, ନୂଆପଡାରୁ ୧୦୮, ପୁରୀରୁ ୭୭, ରାୟଗଡାରୁ ୧୪,  ସମ୍ବଲପୁରରୁ ୩୭, ସୋନପୁରରୁ ୭୦, ସୁନ୍ଦରଗଡରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୫୦ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁଣି କରୋନା ହାରିଲା: ସମ୍ କୋଭିଡ ହସପିଟାଲରେ ସୁସ୍ଥ ହେଲେ ୯୩ ବର୍ଷୀୟା ମହିଳା

ଭୁବନେଶ୍ୱର: କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠ ମାନେଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ। ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସପିଟାଲରେ। କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ ହସପିଟାଲ୍‌ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ଶ୍ରୀମତି ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାବେଳେ ୫ ତାରିଖରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସପିଟାଲରେ ଭର୍ତି ହୋଇଥିଲେ। ଏହି ବୟୋଜ୍ୟେଷ୍ଠ ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡନି ଜନିତ ସମସ୍ୟା ରହିଥିବାବେଳେ ପିତକୋଷରେ ପଥର ଥିବା ଜଣା ପଡ଼ିଥିଲା। ଏହାଛଡ଼ା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ତାଙ୍କର ଥିବାର ଜଣାପଡ଼ିଥିଲା। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ହୋଇଥିବା ଏହି ୯୩ ବର୍ଷୀୟା ମହିଳାଙ୍କର ଚିକିତ୍ସା କରିବା ଏକ ପ୍ରକାର ଆହ୍ୱାନ ଥିଲା।

ତେବେ ସମ୍ କୋଭିଡ ହସପିଟାଲର ଡାକ୍ତର ଓ ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ କର୍ମଚାରୀମାନଙ୍କର ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ନିଜର ଖୁସି ବ୍ୟକ୍ତ କରବା ସହ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ଅନେକ ଆଶୀର୍ବାଦ କରିଛନ୍ତି ବୟୋଜ୍ୟେଷ୍ଠ ମହିଳା ଜଣକ। ସେହିପରି ନିଜ ମାଆ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ ଟିମ୍ ଓ ସୋଆ କର୍ତୃପକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଧାୟକ ଶ୍ରୀ ପାତ୍ର। ସମ୍ କୋଭିଡ ଟିମ୍‌ର ସେବା, ଯତ୍ନ, ଚିକିତ୍ସା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ହିଁ ଅନେକ ବୟସ୍କ କରୋନା ସଂକ୍ରମିତ ଏହି ମହାମାରୀରୁ ସୁସ୍ଥ ହୋଇ ପାରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୭୩ ହଜାର ୨୭୨ କରୋନା ଆକ୍ରାନ୍ତ ଚିହ୍ନଟ: ୯୨୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭୩ ହଜାର ୨୭୨ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୯୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଲକ୍ଷ ୮୩ ହଜାର ୧୮୫ ଜଣ ଚିକିତ୍ସାଧୀନ ଥିବା ବେଳେ ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧ ଲକ୍ଷ ୭ ହଜାର ୪୧୬ ଜଣ କରୋନା ଯୁଦ୍ଧରେ ହାରିଯାଇଛନ୍ତି।

ସୁସ୍ଥ ହାର ୮୫.୫୨ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୫୪ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ କୁହାଯାଇଛି। ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକର ମୋଟ ପ୍ରତିଶତ ୧୨.୯୪ ପ୍ରତିଶତ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଖସିଲା କରୋନା ସଂଖ୍ୟା, ଏକ ମାସ ପରେ ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି

ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି। ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮.୯୩ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ଏହି ସଂଖ୍ୟା ୮.୯୭ ଲକ୍ଷ ଥିଲା ।

ଏବେ ସକ୍ରିୟ ମାମଲା ୮,୯୩,୫୯୨ ରହିଛି, ଯାହାକି ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧୨.୯୪% । ମୋଟ ପଜିଟିଭର ପ୍ରତିଶତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ସୁସ୍ଥତା ହାର କ୍ରମେ ବୃଦ୍ଧି ପାଉଥିବରୁ ସକ୍ରିୟ ମାମଲାର ପ୍ରତିଶତ ନିମ୍ନମୁଖୀ ହେବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୫୯,୦୬,୦୬୯ ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ୫୦ ଲକ୍ଷକୁ ଅତିକ୍ରମ (୫୦,୧୨,୪୭୭) କରିଛି।

ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି।

ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ୮୫.୫୨%ରେ ପହଞ୍ଚି ପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି ୭୦,୪୯୬।

କ୍ରମାଗତ ତୃତୀୟ ସପ୍ତାହରେ ସୁସ୍ଥ ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାରୁ ଅଧିକ ରହିପାରିଛି । ଏହି ତିନି ସପ୍ତାହରେ ନୂଆ ପଜିଟିଭ୍ ସଂଖ୍ୟା କ୍ରମେ ନିମ୍ନମୁଖୀ ହେବାରେ ଲାଗିଛି।

କେନ୍ଦ୍ର ସରକାରଙ୍କ ଟେଷ୍ଟିଂ, ଟ୍ରାକିଂ, ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ ଉଭୟ ସରକାରୀ/ବେସରକାରୀ ହସପିଟାଲ ଗୁଡ଼ିକରେ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଗ୍ରହଣ କରିବା ଏବଂ ହୋମ୍ ଆଇସୋଲେସନ ନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗ୍ରହଣ କରିବାରୁ ଏହା ସମ୍ଭବ ହୋଇପାରିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୫% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି; ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରୁ ଆସିଛନ୍ତି ।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ୧୫ ହଜାର ଲୋକ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୭୦,୪୯୬ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି। ଏଥିରୁ ୭୮% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପଜିଟିଭ୍ ମାମଲା ଅର୍ଥାତ୍, ୧୩ ହଜାର ସାମନାକୁ ଆସିଛି । ଏହା ପଛକୁ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ମାମଲା ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୨% କେବଳ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଏହି ମୃତ୍ୟୁ ସଂଖ୍ୟାରୁ ୩୭% ମହାରାଷ୍ଟ୍ର (୩୫୮ ମୃତ୍ୟୁ)ରେ ହୋଇଛି ।

ଆମୋଦପ୍ରମୋଦ ପାର୍କକୁ ଏବେ ବହୁ ସଂଖ୍ୟାରେ ଲୋକ ଯାଉଛନ୍ତି । ଏସବୁ ପାର୍କ ଏବଂ ସେହିପରି ସ୍ଥାନ ଗୁଡ଼ିକରେ କୋଭିଡ-୧୯ର ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କ’ଣ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସ୍ୱତନ୍ତ୍ର ଏସଓପି ଜାରି କରିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାଜିତ କଲେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ: ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଲେ ଘରକୁ

ଭୁବନେଶ୍ୱର: ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ। ସମ୍ କୋଭିଡ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି।

ଭୁବନେଶ୍ୱରର ଶ୍ରୀ ଲୋକନାଥ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ଜ୍ୱର ରହିଥିବା ବେଳେ ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସମ୍ କୋଭିଡ୍ ଟିମ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଶରୀରରେ ଜଟିଳ କିଡ୍‌ନୀ ରୋଗ ଓ ଡାଏବେଟିସ୍ ଭଳି ସମସ୍ୟା ମଧ୍ୟ ରହିଥିଲା। ତୁରନ୍ତ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ଶ୍ରୀ ନାୟକଙ୍କୁ ଆଂଟି ଭାଇରାଲ୍ ଚିକିତ୍ସା ପ୍ରଦାନ କରାଯିବା ସହିତ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା। ଏହି ବୟୋଜ୍ୟେଷ୍ଠଙ୍କୁ ସୁସ୍ଥ କରିବା ପାଇଁ ସମ୍ କୋଭିଡ ଟିମ୍ ଅତି ନିଷ୍ଠା ଓ ଯତ୍ନର ସହିତ ତାଙ୍କର ଚିକିତ୍ସା କରିଥିଲେ। ସୁସ୍ଥ ହେବା ପରେ ଶ୍ରୀ ନାୟକ କହିଛନ୍ତି ମୋତେ ଯେଉଁ ଭଳି ଚିକିତ୍ସା କରାଗଲା ତାହା ମୋର ଆଶାତୀତ। ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ନିଷ୍ଠା ଓ ଯତ୍ନର ସହ ମୋର ଚିକିତ୍ସା କରିଛନ୍ତି। ମୁଁ ସେମାନଙ୍କ ଠାରେ କୃତଜ୍ଞ ବୋଲି ସେ କହିଛନ୍ତି।

ଶ୍ରୀ ନାୟକଙ୍କ ପୁଅ ଶ୍ରୀ ମନୋରଞ୍ଜନ ନାୟକ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଉଚ୍ଚ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଲୋକନାଥ ନାୟକ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ ଆସିଲା ଗାଇଡ ଲାଇନ, ନିୟମ ଭାଙ୍ଗିଲେ କରାଯିବ ସିଲ୍

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଘୋଷଣା କରିଥିବା ଅନଲକ 5.0 ରେ ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ କଡା ନିୟମ ଲାଗୁ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଏହି ବ୍ୟବସାୟିକ ସଂସ୍ଥା ଚଳାଉଥିବା ବ୍ୟକ୍ତି ବା କଂପାନୀ କୋଭିଡ19 ନିୟମକୁ କଡାକଡି ପାଳନ କରିବେ। ଯେପରି ଗ୍ରାହକଙ୍କ ସେବା କରିବା ପୂର୍ବରୁ ଏବଂ ପରେ ସଂପୂର୍ଣ୍ଣ ଭାବେ ବିଭିନ୍ନ ଉପକରଣ ଏବଂ ସେହି ସ୍ଥାନକୁ ସାନିଟାଇଜେସନ କରିବେ। ଯେଉଁ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଫେସ ମାସ୍କ ପରିଧାନ କରିବେ। ହାତରେ ସାନିଟାଇଜ ହୋଇଥିବା ଗ୍ଲୋବ ପିନ୍ଧିବେ। ଏହି ନିୟମକୁ ଭାଙ୍ଗିବାର ଅଭିଯୋଗ ଆସିଲେ ତୁରନ୍ତ ତାହାକୁ ବନ୍ଦ କରିଦିଆଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ଟପିଲା, ଜାଣନ୍ତୁ କେଉଁ ଦେଶରେ କେତେ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩୨.୧ ନିୟୁତ ମାର୍କ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୮୧,୦୦୦ ରୁ ଅଧିକ ହୋଇଯାଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୨୧ ଲକ୍ଷ ୩୫ ହଜାର ୨୨୦ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୧ ହଜାର ୭୫୪ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ବର୍ତ୍ତମାନ ମଧ୍ୟ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ସଂଖ୍ୟାରେ ଆମେରିକା ଆଗରେ ଅଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭୬,୨୧୫ ଏବଂ ମୃତ୍ୟୁ ସଂଖ୍ୟା ୨୦୨,୭୬୨ ରହିଛି।

ସେହିପରି କରୋନା ଆକ୍ରାନ୍ତରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ସଂଖ୍ୟା ୫,୭୩୨,୫୧୮ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୧,୧୪୯ କୁ ବୃଦ୍ଧି ପାଇଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୬୫୭,୭୦୨), ଋଷ (୧,୧୨୩,୯୭୬), କଲମ୍ବିଆ (୭୯୦,୮୨୩), ପେରୁ (୭୮୨,୬୯୫), ମେକ୍ସିକୋ (୭୧୫,୪୫୭), ସ୍ପେନ୍ (୭୦୪,୨୦୯), ଆର୍ଜେଣ୍ଟିନା (୬୭୮,୨୬୬), ଦକ୍ଷିଣ ଆଫ୍ରିକା (୬୬୭,୦୪୯), ଫ୍ରାନ୍ସ (୫୩୬,୨୮୯), ଚିଲି (୪୫୧,୬୩୪), ଇରାନ (୪୩୬,୩୧୯), ବ୍ରିଟେନ (୪୧୮,୮୮୯), ବାଂଲାଦେଶ (୩୫୫,୩୮୪), ଇରାକ (୩୩୭,୧୦୬) ଏବଂ ସାଉଦି ଆରବ (୩୩୧,୮୫୭), ଆକଳନରୁ ଜଣାପଡିଛି।

ମୃତ୍ୟୁରେ ବର୍ତ୍ତମାନ ବ୍ରାଜିଲ  ୧୩୯,୮୦୮ ରେ ଦ୍ୱିତୀୟ ସ୍ଥାନରେ ରହିଛି

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୭୫,୪୩୯), ବ୍ରିଟେନ (୪୧,୯୯୧), ଇଟାଲୀ (୩୫,୭୮୧), ପେରୁ (୩୧,୮୭୦), ଫ୍ରାନ୍ସ (୩୧,୫୨୪), ସ୍ପେନ୍ (୩୧,୧୧୮), ଇରାନ (୨୫,୦୧୫), କଲମ୍ବିଆ (୨୪,୭୪୬), ରୁଷ (୧୯,୮୭୬), ଦକ୍ଷିଣ ଆଫ୍ରିକା (୧୬,୨୮୩), ଆର୍ଜେଣ୍ଟିନା (୧୪,୭୬୬), ଚିଲି (୧୨,୪୬୯), ଇକ୍ୟୁଏଡର୍ (୧୧,୨୧୩) ଏବଂ ଇଣ୍ଡୋନେସିଆ (୧୦,୧୦୫)।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦିନକରେ ୫୦ ହଜାରରୁ ଉର୍ଦ୍ଧ୍ଵ  କରୋନା ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ କରୋନାର ସ୍ଥିତି ଭୟଙ୍କର ହେବାକୁ ଲାଗୁଛି। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କରୋନା ପରୀକ୍ଷା ବୃଦ୍ଧି ହେଉଥିବା କାରଣରୁ ପଜିଟିଭ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୫୭୦ ଟି କରୋନା ପରୀକ୍ଷା ହୋଇଛି। ଆରଟିପିସିଆର ରେ ୮ ହଜାର ୪୪୫ ଟି ଟେଷ୍ଟ ହୋଇଥିଲା ବେଳେ ଆଣ୍ଟିଜେନ’ରେ ୪୨ ହଜାର ୦୨୪ ଟି ଟେଷ୍ଟ ହୋଇଛି ଏବଂ ଟ୍ରୁନଟରେ ୧୦୧ ଟି ଟେଷ୍ଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦, ବାଲେଶ୍ବରରୁ ୧୮୫, ବଲାଙ୍ଗିରିରୁ ୧୮୩, କେନ୍ଦ୍ରାପଡାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨,  ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, କୋରାପୁଟରୁ ୭୪, ଝାରସୁଗୁଡାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡାରୁ ୨୨, ଦେବଗଡରୁ ୨୦, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୩୨୪ ଜଣ ଏବଂ ୭୨୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ,ଭାରତର ସୁସ୍ଥ ହାର 80%ର ଅତିକ୍ରମ କଲା

ନୂଆଦିଲ୍ଲୀ, ଭାରତରେ ଜାତୀୟ ସୁସ୍ଥତା ହାର 80%ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି। ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 93,356 ଜଣ ଆକ୍ରାନ୍ତ ଡିସଚାର୍ଜ ହୋଇଛନ୍ତି।

12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ ଅଧିକ ସୁସ୍ଥ ହୋଇପାରିଛନ୍ତି । 79% ନୂତନ ସୁସ୍ଥ କେବଳ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛନ୍ତି ।

ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ(43,96,399) ପାଖାପାଖି।  ସୁସ୍ଥ ସଂଖ୍ୟାରେ ଭାରତ ବିଶ୍ୱରେ ଏକ ନମ୍ବରରେ ଅଛି । ବିଶ୍ୱର ମୋଟ ସୁସ୍ଥଙ୍କ ମଧ୍ୟରେ 19% ଭାରତରୁ ରହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ସର୍ବାଧିକ ଆରୋଗ୍ୟରେ ପୁଣି ରେକର୍ଡ, ଗୋଟିଏ ଦିନରେ ସୁସ୍ଥ ହେଲେ ୮୭,୪୭୨ ଜଣ କୋଭିଡ ରୋଗୀ

ନୂଆଦିଲ୍ଲୀ, ଭାରତରେ ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ଅପ୍ରାତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୭,୪୭୨ ଜଣ ସକ୍ରିୟ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏମାନେ ଘରୋଇ, ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବିଗତ ୧୧ ଦିନ ମଧ୍ୟରେ ଭାରତରେ ଆରୋଗ୍ୟ ହାର ଅତିଉଚ୍ଚରେ ରହିଛି ଫଳରେ ଦୈନିକ ୭୦ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି।

ଆଜିକୁ ମିଶାଇ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଁ ୭୮.୮୬% ରେ ପହଞ୍ଚିଛି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧,୧୨,୫୫୧ ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ୪.୦୪ ଗୁଣ ଅଧିକ ହୋଇଯାଇଛି। ବର୍ତ୍ତମାନ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦,୯୪,୭୯୭ ରେ ପହଞ୍ଚିଛି।

ସର୍ବାଧିକ ସକ୍ରିୟ ସଂକ୍ରମିତ ଥିବା ୫ଟି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଅଧିକ ରହିଛି।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୫୯.୮% ସକ୍ରିୟ ସଂକ୍ରମିତ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ତୁଳନାରେ ଏହିସବୁ ରାଜ୍ୟରେ ମଧ୍ୟ ୫୯.୩% ଆରୋଗ୍ୟ ରହିଛନ୍ତି।

୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ ୯୦% ଆରୋଗ୍ୟ ଲାଭ କରିଥିବା ରେକର୍ଡ କରାଯାଇଛି। ୧୯,୫୨୨ ଜଣ ସୁସ୍ଥ ହେବା ସହିତ ମହାରାଷ୍ଟ୍ରରେ ୨୨.୩୧% ନୂଆ ଆରୋଗ୍ୟ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ (୧୨.୨୪%), କର୍ଣ୍ଣାଟକ (୮.୩%), ତାମିଲନାଡୁ (୬.୩୧%) ଏବଂ ଛତିଶଗଡ (୬.୦%) ମିଶି ମୋଟ ୩୨.୮% ଆରୋଗ୍ୟ ହାର ସହିତ ଏହା ପଛକୁ ରହିଛନ୍ତି। ଏ ସମସ୍ତ ରାଜ୍ୟରେ ମୋଟ ନୂଆ ଆରୋଗ୍ୟଙ୍କ ସଂଖ୍ୟାର ୫୫.୧% ନୂଆ ଆରୋଗ୍ୟ ରହିଛନ୍ତି।

ନୂଆ ମାମଲା ଦେଖାଦେବା କ୍ଷଣି ତୁରନ୍ତ ବିକଶିତ ହୋଇପାରୁଥିବା କେନ୍ଦ୍ର ସରକାରଙ୍କ ପ୍ରଭାବୀ ଚିକିତ୍ସା ପରିଚାଳନା ଏବଂ ଚିକିତ୍ସା ନିୟମ ଲାଗୁ କରାଯିବା କାରଣରୁ ଲଗାତାର ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସର ସହଯୋଗରେ ‘କୋଭିଡ-୧୯ ପରିଚାଳନା ଲାଗି ଜାତୀୟ ଇ-ଆଇସିୟୁ ପରିଚାଳନା’ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରାଯାଉଛି। ଉତ୍କର୍ଷ କେନ୍ଦ୍ର ଜରିଆରେ ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଇସିୟୁ ଡାକ୍ତରମାନଙ୍କୁ ସାମିଲ କରାଯାଉଛି।

ସପ୍ତାହକୁ ଦୁଇ ଥର ମଙ୍ଗଳବାର ଓ ଶୁକ୍ରବାର ଆୟୋଜିତ ହେଉଥିବା ଏସବୁ ଅଧିବେଶନ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ଏବଂ ମୃତ୍ୟୁହାର ହ୍ରାସ ପାଇବାରେ ବିଶେଷ ସହାୟତା ମିଳିପାରିଛି। ବର୍ତ୍ତମାନସୁଦ୍ଧା ଦେଶର ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୨୪୯ଟି ଡାକ୍ତରଖାନା ପାଇଁ ୧୯ ଏପରି ଇ-ଆଇସିୟୁ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇସାରିଛି।

କୋଭିଡ ରୋଗୀଙ୍କ ଚିକିତ୍ସା ଲାଗି ଭାରତରେ ରେମଡିସିଭିର, କୋଭାଲସେଣ୍ଟ ପ୍ଲାଜମା ଏବଂ ତୋସିଲିଜୁମାବ ଭଳି ‘ଅନୁସନ୍ଧାନକାରୀ ଚିକିତ୍ସା’ର ଯୁକ୍ତିଯୁକ୍ତ ପ୍ରୟୋଗକୁ ଅନୁମତି ମିଳିଛି। ଏହାବ୍ୟତୀତ ପ୍ରୋନିଂ, ହାଇ ଫ୍ଲୋ ଅକ୍ସିଜେନ, ନନ-ଇନଭାସିଭ ଭେଣ୍ଟିଲେସନ, ଷ୍ଟେରୋଏଡ ଏବଂ ଆଣ୍ଟି-କୋଗ୍ୟୁଲାଣ୍ଟର ଭଳି ଚିକିତ୍ସା ପଦ୍ଧତି କାର୍ଯ୍ୟକାରୀ କରାଯାଇଛି। ଘରୋଇ ସଙ୍ଗରୋଧର ଅନୁଧ୍ୟାନ, ରୋଗୀଙ୍କୁ ତୁରନ୍ତ ଏବଂ ସମୟବଦ୍ଧ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଉନ୍ନତ ଆମ୍ବୁଲାନ୍ସ ସୁବିଧା ଫଳରେ ରୋଗୀଙ୍କ ଚିକିତ୍ସା ପରିଚାଳନା ବାଧାମୁକ୍ତ ଓ ପ୍ରଭାବୀ ହୋଇପାରିଛି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଶେଷଜ୍ଞ ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଚିକିତ୍ସା ଅକ୍ସିଜେନ ବ୍ୟବସ୍ଥାର ଯଥେଷ୍ଟ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିୟମିତ ସମୀକ୍ଷା କରାଯାଉଛି। ଏସବୁ ପଦକ୍ଷେପ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ନିମ୍ନ ମୃତ୍ୟୁ ହାର (ସିଏଫଆର) ବଜାୟ ରହିଛି ଯାହାକି ବର୍ତ୍ତମାନ ୧.୬୨% ରହିଛି

Categories
ଆଞ୍ଚଳିକ

ଆଜି ପୁଣି ବାଣପୁର ବ୍ଲକର ଏହି ସବୁ ଗ୍ରାମ ହେଲା କଣ୍ଟେନମେଣ୍ଟ ଜୋନ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ବିଶେଷ କରି ବାଣପୁର ଗ୍ରାମାଞ୍ଚଳରେ ସ୍ଥିତି ବର୍ତ୍ତମାନ ବେଶ ଗମ୍ଭୀର ଅଛି। ଗତକାଲି ବାଣପୁର ବ୍ଲକର ଏକାଧିକ ଗ୍ରାମ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାସ୍ଥଳେ ଆଜି ମଧ୍ୟ ବାଣପୁର ବ୍ଲକର ଏକାଧିକ ଗ୍ରାମଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେଗୁଡିକ ହେଲା-

ନନ୍ଦପୁର ଗ୍ରାମ ପଞ୍ଚାୟତର ସୁନାକେରା ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତର ଦେଓଗାଁ ଏବଂ ଓଡଗାଁ ଗ୍ରାମ, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଗ୍ରାମ ଏବଂ ତୁମୁରାପୁଟ ଗ୍ରାମ ପଞ୍ଚାୟତର ପ୍ରତାପ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୭.୦୯.୨୦ ଠାରୁ ୨୪.୦୯.୨୦ ଯାଏଁ କଟକଣା ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 362 କରୋନା ପଜେଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 286

ଭୁବନେଶ୍ବର, ଆଜି ମଧ୍ୟ ଭୁବନେଶ୍ବରରୁ 362 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତେବେ କ୍ବାରଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ସବୁଠାରୁ ଅଧିକ ରହୁଛି। ଆଜି କ୍ବାରଣ୍ଟାଇନରୁ ମାତ୍ର 76 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ଅଛି 286। ଆଜିର ପଜେଟିଭ ସଂଖ୍ୟା ମିଶାଇଲେ ଭୁବନେଶ୍ବରରେ କରୋନା ସ୍ଥିତି ରହିଛି ଏହିପରି

ମୋଟ କରୋନା ପଜେଟିଭ-17295

ଆରୋଗ୍ୟ ଲାଭ-12694

ସକ୍ରିୟ ସଂଖ୍ୟା-4524

ମୃତ୍ୟୁ ବରଣ-64

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତା ନଭେମ୍ବର ମାସରେ ଚୀନର ଲୋକଙ୍କୁ ମିଳିବ କୋଭିଡ19 ଟୀକା, ଚାଇନିଜ୍ ବୈଜ୍ଞାନିକ

ବେଜିଂ, ଆସନ୍ତା ନଭେମ୍ବର ମାସ କିମ୍ବା ଡିସେମ୍ବରରେ ଚୀନର ଲୋକମାନଙ୍କୁ କୋଭିଡ19 ଟୀକା ମିଳି ପାରିବ। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଚାଇନିଜ୍ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ମୁଖ୍ୟ ଡ. ହୁୟୁ ଗୁଝେନ୍। ଚୀନର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି। ଏପରିକି ଏହା ଏକାଥରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରିବା ପାଇଁ ମଧ୍ୟ ସବୁ କାମ ସରିଛି ବୋଲି ସେ କହିଛନ୍ତି।

ହୁୟୁ ଆହୁରି କହିଛନ୍ତି ଯେ, ଏହାର କ୍ଲିନିକାଲ ପରୀକ୍ଷା ପ୍ରାୟ ସଫଳ ଆଡକୁ ଗତି କରିଛି। ଆଉ ମୁଁ ନିଜେ ମଧ୍ୟ ଏହି ଟୀକା ପରୀକ୍ଷା ପାଇଁ ନେଇଛି ବୋଲି ହୁୟୁ କହିଛନ୍ତି। ଗତ ଏପ୍ରିଲ ମାସରେ ମୋତେ ଏହି ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋର କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ଯନ୍ତ୍ରଣା ଦେଖାଯାଇ ନାହିଁ , ମୋତେ ବେଶ୍ ଭଲ ଲାଗୁଛି ବୋଲି ହୁୟୁ କହିଛନ୍ତି।

ଯେତେବେଳେ ଚୀନରେ କରୋନା ଭାଇରସ ସଂକ୍ରାମଣର ଫେଜ-3 , ଚାଲିଥିଲା ସେତେବେଳେ ଏହି ଟୀକାର ପରୀକ୍ଷା କରାଯାଇ ଥିଲା। ଯାହା ସଫଳତା ଆଡକୁ ଗତି କରିଛି। ହେଲେ ରୁଷିଆ ଫେଜ-3 ସରିବା ପରେ ତାଙ୍କ ଟୀକା ପରୀକ୍ଷା କରିଛନ୍ତି। କରୋନା ସଂକ୍ରାମଣ ଶୀର୍ଷରେ ଥିବା ବେଳେ ଆମେ 5 ଜଣଙ୍କ ନିକଟରେ ଏହି ପରୀକ୍ଷା କରିଛୁ ବୋଲି ହୁୟୁ କହିଛନ୍ତି।

ଏହି ଟୀକାର ନାମ ରଖାଯାଇଛି Ad5-nCoV, ଯାହାକୁ ଚୀନ ମିଲିଟାରୀ ଗବେଷଣା କେନ୍ଦ୍ର ଏବଂ କ୍ୟାନସିନୋ ବାଓଲଜିକ୍ସ ସଂସ୍ଥାର ମିଳିତ ଉଦ୍ୟମରେ ବିକଶିତ କରିଛନ୍ତି। ବର୍ତ୍ତମାନ ଏହି ଟୀକାକୁ ଗ୍ରହଣ କରିବା ପାଇଁ ଚୀନ ମିଲିଟାରୀ ସ୍ବୀକୃତ ଦେଇସାରିଛି ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସାରା ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ପାଖାପାଖି ୩ କୋଟିରେ ପହଞ୍ଚିଲା, ମୃତ୍ୟୁ ସଂଖ୍ୟା ୯ ଲକ୍ଷ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ମୋଟ ସଂଖ୍ୟା ୨୯.୧ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୨୭,୦୦୦ ରୁ ଅଧିକ ହୋଇଛି।  ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨୯,୧୮୨,୧୯୮ ରେ ପହଞ୍ଚିଛି ଏବଂ ମୃତ୍ୟୁହାର ୯୨୭,୦୧୫ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ଏହାର ନୂତନ ଅଦ୍ୟତନରେ ପ୍ରକାଶ କରିଛି।

CSSE ଅନୁଯାୟୀ ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୫୫୩,୩୦୩ ଏବଂ ୧୯୪,୪୮୯ ରେ ରହିଛି। ସେହିପରି ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୪୬,୪୨୭ ରହି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୯,୭୨୨ ରହିଛି।

ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୩୪୫,୬୧୦), ଏବଂ ପରେ ଜଙ୍କଗ୍ଦଗ୍ଦସବ ଷ (୧,୦୬୪,୪୩୮), ପେରୁ (୭୨୯,୬୧୯), କଲମ୍ବିଆ (୭୧୬,୩୧୯), ମେକ୍ସିକୋ (୬୭୧,୭୧୬), ଦକ୍ଷିଣ ଆଫ୍ରିକା (୬୫୦,୭୪୯), ସ୍ପେନ୍ (୫୯୩,୭୩୦), ଆର୍ଜେଣ୍ଟିନା (୫୬୫,୪୪୬) ), ଚିଲି (୪୩୬,୪୩୩), ଫ୍ରାନ୍ସ (୪୨୫,୮୭୦), ଇରାନ (୪୦୪,୬୪୮), ବ୍ରିଟେନ (୩୭୩,୫୫୩), ବାଂଲାଦେଶ (୩୩୯,୩୩୨), ସାଉଦି ଆରବ (୩୨୬,୨୫୮), ପାକିସ୍ଥାନ (୩୦୨,୦୨୦), ଇରାକ (୨୯୪,୪୭୮), ତୁର୍କୀ (୨୯୨,୮୭୮), ଇଟାଲୀ । (୧୦୬,୯୨୦), ରୋମାନିଆ (୧୦୪,୧୮୭), ଡୋମିନିକାନ୍ ରିପବ୍ଲିକ୍ (୧୦୪,୧୧୦), ପାନାମା (୧୦୨,୨୦୪) ଏବଂ ଇଜିପ୍ଟ (୧୦୧,୧୭୭), ରିପୋର୍ଟରୁ ଜଣାପଡିଛି।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ (୧୩୨,୦୦୬), ମେକ୍ସିକୋ (୭୧,୦୪୯), ବ୍ରିଟେନ (୪୧,୭୨୬), ଇଟାଲୀ (୩୫,୬୨୪), ଫ୍ରାନ୍ସ (୩୦,୯୫୮), ପେରୁ (୩୦,୭୧୦), ସ୍ପେନ୍ (୨୯,୮୪୮), ଇରାନ (୨୩,୩୧୩), କଲମ୍ବିଆ (୨୨,୯୨୪), ରୁଷ (୧୮,୫୭୩), ଦକ୍ଷିଣ ଆଫ୍ରିକା (୧୫,୪୯୯), ଚିଲି (୧୨,୦୧୩), ଆର୍ଜେଣ୍ଟିନା (୧୧,୬୬୭) ଏବଂ ଇକ୍ୟୁଏଡର୍ (୧୦,୯୨୨) ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ଆରୋଗ୍ୟ ପରେ ମଧ୍ୟ ଶରୀର ଅସୁସ୍ଥ, ଜାଣନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କଣ ଜାରି କଲେ ନିୟମାବଳୀ

ନୂଆଦିଲ୍ଲୀ, ଗୁରୁତର କୋଭିଡ-19 ରୋଗରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଥକାପଣ, ଶରୀର ଯନ୍ତ୍ରଣା, କାଶ, ଗଳା ଦରଜ, ନିଶ୍ୱାସ ନେବାରେ ଅସୁବିଧା ସମେତ ବିଭିନ୍ନ ପ୍ରକାର ସଙ୍କେତ ଓ ଲକ୍ଷଣ ଦେଖିବାକୁ ମିଳୁଛି। କୋଭିଡ ରୋଗରେ ଅଧିକ ଗୁରୁତର ଭାବେ ପୀଡ଼ିତ ଏବଂ ପୂର୍ବରୁ କୌଣସି ରୋଗ ଥିବା ଲୋକମାନେ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିପାରେ।

କୋଭିଡ ପରେ ଠିକ ହେଉଥିବା ସମସ୍ତ ରୋଗୀଙ୍କ ପରବର୍ତ୍ତୀ ଯାଞ୍ଚ ଏବଂ ସେମାନଙ୍କର ସ୍ଵାସ୍ଥ୍ୟ ଯତ୍ନ ଲାଗି ଏକ ସାମଗ୍ରିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ କୋଭିଡ ପରବର୍ତ୍ତୀ ଚିକିତ୍ସା ପରିଚାଳନା ନିୟମାବଳୀ ଜାରି କରାଯାଇଛି। ଯେଉଁ ରୋଗୀମାନେ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଘରେ ସେମାନଙ୍କର ଯତ୍ନର ଆବଶ୍ୟକତା ରହିଛି ସେମାନଙ୍କ ପାଇଁ ଚିକିତ୍ସା ପରିଚାଳନା ନିମନ୍ତେ ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ।

  1. ବ୍ୟକ୍ତିଗତ ସ୍ତରରେ
  • କୋଭିଡ ଲାଗି ନିର୍ଦ୍ଦିଷ୍ଟ ଉପଯୁକ୍ତ ଅଭ୍ୟାସ (ମୁହଁରେ ମାସ୍କ ଲଗାଇବା, ହାତ ଓ ବ୍ୟକ୍ତିଗତ ସ୍ଵଚ୍ଛତା, ଶାରୀରିକ ଦୂରତା ବଜାୟ ରଖିବା) ଜାରି ରଖନ୍ତୁ।
  • ଯଥେଷ୍ଟ ମାତ୍ରାରେ ଗରମ ପାଣି ପିଅନ୍ତୁ (ଯଦି କୌଣସି ବିପରୀତ ଲକ୍ଷଣ ଦେଖାଯାଉ ନାହିଁ)
  • ଯୋଗ୍ୟ ଆୟୁଷ ଚିକିତ୍ସଙ୍କ ପରାମର୍ଶକ୍ରମେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଆୟୁଷ ଔଷଧ ସେବନ କରନ୍ତୁ।
  • ସ୍ଵାସ୍ଥ୍ୟ ଠିକ ରହୁଥିଲେ ନିୟମିତ ଭାବେ ଘରୋଇ କାମ କରନ୍ତୁ, ପେସାଦାର କାମକୁ ପର୍ଯ୍ୟାୟକ୍ରମେ ପୁଣିଥରେ ଆରମ୍ଭ କରିବା ଉଚିତ।
  • ହାଲୁକା/ମଧ୍ୟମ ବ୍ୟାୟାମ।
  • ଦୈନିକ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନର ଅଭ୍ୟାସ।
  • ଚିକିତ୍ସକଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିବା ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ କରନ୍ତୁ।
  • ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ସହି ପାରିବା ଭଳି ଆରାମଦାୟକ ଗତିରେ ଚଲାବୁଲା କରନ୍ତୁ।
  • ସନ୍ତୁଳିତ ପୁଷ୍ଟିକର ଆହାର, ସତେଜ ରନ୍ଧା ହୋଇଥିବା ନରମ ଆହାର ଗ୍ରହଣ କରନ୍ତୁ ଯାହା ଶୀଘ୍ର ହଜମ ହୋଇଯିବ।
  • ଯଥେଷ୍ଟ ନିଦ୍ରା ଯାଆନ୍ତୁ ଏବଂ ବିଶ୍ରାମ କରନ୍ତୁ।
  • ଧୂମପାନ ଓ ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।
  • କୋଭିଡ ଓ ସହ-ଅସୁସ୍ଥତା ଲାଗି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ନିଅନ୍ତୁ, ଆପଣ ନେଉଥିବା ସମସ୍ତ ଔଷଧ (ଏଲୋପାଥିକ/ଆୟୁଷ) ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦିଅନ୍ତୁ।
  • ଆତ୍ମ ସ୍ୱାସ୍ଥ୍ୟ ନିରୀକ୍ଷଣ – ତାପମାତ୍ରା, ରକ୍ତଚାପ, ରକ୍ତ ସର୍କରା (ବିଶେଷ କରି ମଧୁମେହରେ ପୀଡ଼ିତ ହୋଇଥିଲେ), ପଲ୍ସ ଅକ୍ସିମିଟର ଆଦି (ଚିକିତ୍ସକ ପରାମର୍ଶ ଦେଇଥିଲେ)।
  • ଲଗାତାର ଶୁଖିଲା କାଶ/ଗଳା ଦରଜ ଥିଲେ ଲୁଣ ମିଶା ଗରମ ପାଣିରେ କୁଳକୁଳି କରନ୍ତୁ ଏବଂ ବାମ୍ଫ ନିଅନ୍ତୁ। କୁଳକୁଳି କିମ୍ବା ବାମ୍ଫ ନେବା ଲାଗି ଆୟୁର୍ବେଦିକ ଔଷଧ/ମସଲାକୁ ସାମିଲ କରାଯାଇପାରିବ। ଡାକ୍ତର କିମ୍ବା ଯୋଗ୍ୟ ଆୟୁଷ ଚିକିତ୍ସକଙ୍କ ପରାମର୍ଶକ୍ରମେ କାଶ ଔଷଧ ସେବନ କରନ୍ତୁ।
  • ଅଧିକ ଜ୍ୱର, ନିଃଶ୍ୱାସ ନେବାରେ କଷ୍ଟ, ଏସପିଓ 2 <95, ଛାତିରେ ଅସହନୀୟ ଯନ୍ତ୍ରଣା, ଦ୍ୱନ୍ଦ୍ୱ ଭଳି ନୂଆ ଲକ୍ଷଣ, ଦୃଷ୍ଟିଶକ୍ତି କମିଯିବା ଭଳି ପ୍ରାରମ୍ଭିକ ସଂକେତ ପ୍ରତି ଧ୍ୟାନ ଦିଅନ୍ତୁ।

ଗୋଷ୍ଠୀ ସ୍ତରରେ:

  • କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନେ ଏ ସମ୍ପର୍କରେ ସାଧାରଣ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସୋଶାଲ ମିଡିଆ ଜରିଆରେ ନିଜ ବନ୍ଧୁ, ସମ୍ପର୍କୀୟ, ସମୁଦାୟର ପ୍ରଭାବଶାଳୀ ଲୋକ, ମତ ସୃଷ୍ଟିକାରୀ, ଧାର୍ମିକ ନେତାମାନଙ୍କୁ ନିଜ ସକାରାତ୍ମକ ଅଭିଜ୍ଞତା ବାଣ୍ଟନ୍ତୁ ଯାହାଫଳରେ ଏହାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଏବଂ କଳଙ୍କ ଦୂର କରାଯାଇପାରିବ।
  • ଆରୋଗ୍ୟ ଲାଭ କରିବା ଏବଂ ପୁନର୍ବାସ ପ୍ରକ୍ରିୟା (ଚିକିତ୍ସା, ସାମାଜିକ, ବ୍ୟବସାୟିକ, ଜୀବିକା) ଲାଗି ସ୍ୱୟଂସହାୟକ ଗୋଷ୍ଠୀ, ନାଗରିକ ସମାଜ ସଂଗଠନ ଏବଂ ଯୋଗ୍ୟ ପେସାଦାରଙ୍କ ସହାୟତା ନିଅନ୍ତୁ।
  • ସହକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମଚାରୀ, ପରାମର୍ଶଦାତାଙ୍କ ଠାରୁ ମାନସିକ-ସାମାଜିକ ସହାୟତା ନିଅନ୍ତୁ। ଆବଶ୍ୟକ ହେଲେ ମାନସିକ ସ୍ୱାସ୍ଥ୍ୟ ସହାୟତା ସେବା ନିଅନ୍ତୁ।
  • ପରସ୍ପର ସହ ଦୂରତା ବଜାୟ ରଖିବା ଭଳି ସମସ୍ତ ସାବଧାନତା ଅବଲମ୍ବନ କରି ଯୋଗ, ଧ୍ୟାନ ଆଦି ସାମଗ୍ରିକ ଅଧିବେଶନରେ ଅଂଶଗ୍ରହଣ କରନ୍ତୁ।

ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ

  • ପ୍ରଥମ ପରବର୍ତ୍ତୀ ଯାଞ୍ଚ (ଫଲୋ ଅପ) (ଶାରୀରିକ/ଟେଲିଫୋନିକ) ଡାକ୍ତରଖାନାରୁ ଛାଡ଼ ପାଇବାର 7 ଦିନ ଭିତରେ ସେହି ଡାକ୍ତରଖାନାରେ କରନ୍ତୁ ଯେଉଁଠି ଆପଣଙ୍କର ଚିକିତ୍ସା ହୋଇଥିଲା।
  • ପ୍ରଥମ ଫଲୋଅପ ପରେ ଚିକିତ୍ସା/ପରବର୍ତ୍ତୀ ଯାଞ୍ଚ ନିକଟତମ ଯୋଗ୍ୟ ଏଲୋପାଥି/ଆୟୁଷ ଚିକିତ୍ସକ/ଚିକିତ୍ସା ପ୍ରଣାଳୀର ଅନ୍ୟ ଚିକିତ୍ସା କେନ୍ଦ୍ରରେ ହୋଇପାରିବ। ଅନେକ ପ୍ରକାରର ଚିକିତ୍ସା ପଦ୍ଧତି ପାଇଁ ଉଦ୍ଦିଷ୍ଟ ଔଷଧ ସହିତ ଏକସଙ୍ଗେ ନେବା ଅନୁଚିତ, କାରଣ ଏହା ଦ୍ୱାରା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
  • ଯେଉଁ ରୋଗୀ ଘରେ ପୃଥକବାସରେ ରହି ଚିକିତ୍ସା କରାଇଛନ୍ତି ଯଦି ତାଙ୍କ ଠାରେ କୌଣସି ଲକ୍ଷଣ ଲଗାତାର ଦେଖିବାକୁ ମିଳୁଛି ତା’ହେଲେ ସେମାନେ ନିକଟତମ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରକୁ ଯାଇପାରିବେ।
  • ଗମ୍ଭୀର ଚିକିତ୍ସା ଯତ୍ନ ଆବଶ୍ୟକ କରୁଥିବା ଗୁରୁତର ମାମଲାରେ ଅଧିକ ସତର୍କତା ସହିତ ଫଲୋଅପ କରିବାର ଆବଶ୍ୟକତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ଅଧିକରୁ ଅଧିକ ସୁସ୍ଥତା ହାର ଅବ୍ୟାହତ, ଆରୋଗ୍ୟ ସଂଖ୍ୟା ୩୭ ଲକ୍ଷ ଟପିଲା

ନୂଆଦିଲ୍ଲୀ, ଦେଶରେ ଦୈନିକ ୭୦ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବାରେ ଲାଗିଛନ୍ତି। ସମ୍ମିଳିତ ଉଦ୍ୟମ, ବ୍ୟାପକ ପରୀକ୍ଷା ଓ ଗୁଣାତ୍ମକ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୯୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାଫଳରେ ମୋଟ ୭୭.୮୮ ପ୍ରତିଶତ ଅର୍ଥାତ ୩୭,୦୨,୫୯୫ ରୋଗୀ ସୁସ୍ଥ ହୋଇଛନ୍ତି। ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡା ୫୮ ଭାଗ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୩,୦୦୦ ଆରୋଗ୍ୟ ଲାଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଦିନରେ ୧୦,୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯୪,୩୭୨ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୨୨,୦୦୦, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ପ୍ରତ୍ୟେକ ୯,୦୦୦ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ମାମଲାଗୁଡିକର ଶତକଡା ୫୭ ଭାଗ ୫ଟି ରାଜ୍ୟରୁ ହୋଇଥିବା ବେଳେ ଆରୋଗ୍ୟ ସଂଖ୍ୟାର ଶତକଡା ୫୮ ଭାଗ ମଧ୍ୟ ସେହି ରାଜ୍ୟରୁ ବୋଲି ଜଣାପଡିଛି।

ଦେଶରେ ବର୍ତ୍ତମାନ ୯,୭୩,୧୭୫ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେଥି ମଧ୍ୟରୁ ୨.୮୦ ଲକ୍ଷରୁ ଉର୍ଦ୍ଧ୍ଵ ମହାରାଷ୍ଟ୍ରରୁ ହୋଇଥିବା ବେଳେ ୯୭,୦୦୦ରୁ ଉର୍ଦ୍ଧ୍ଵ କର୍ଣ୍ଣାଟକରୁ ବୋଲି ଜଣାପଡିଛି। ଶତକଡା ୬୦ ଭାଗ ସକ୍ରିୟ ରୋଗୀ ୫ଟି ରାଜ୍ୟରୁ ଆସିଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୨୮.୭୯, କର୍ଣ୍ଣାଟକରୁ ୧୦.୦୫, ଆନ୍ଧ୍ରପ୍ରଦେଶରୁ ୯.୮୪, ଉତ୍ତରପ୍ରଦେଶରୁ ୬.୯୮ ଓ ତାମିଲନାଡୁରୁ ୪.୮୪ ବୋଲି ଜଣାପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କର୍ଣ୍ଣାଟକରେ ୯୪ ଜଣ ଓ ତାମିଲନାଡୁରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଦିନରେ ଗୁଜୁରାଟରେ ୧,୩୪୪ ନୂତନ କୋଭିଡ ମାମଲା, ୧୬ ଜଣଙ୍କର ମୃତ୍ୟୁ, ସୁରତ ଆଗରେ

ଗାନ୍ଧିନଗର, ଗୁଜୁରାଟରେ ଶୁକ୍ରବାର ଦିନ ୧,୩୪୪ ଟି ନୂଆ କରୋନାଭାଇରସ୍ ମାମଲା ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୯୭୧ ରେ ପହଞ୍ଚିଛିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୧୮୩ କୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ, ଗୁଜୁରାଟରେ ଦୈନିକ ହାରାହାରି ୧୩୨୧ ସହିତ ୧୪,୫୩୬ ମାମଲା ଯୋଡି ହେବାରେ ଲାଗିଛି।

ଏହି ସମୟରେ, ଶୁକ୍ରବାର ଦିନ ୧,୨୪୦ ରୋଗୀଙ୍କୁ ଡିସଚାର୍ଜ କରାଯାଇ ମୋଟ ୯୧,୪୭୦ କୁ ନିଆଯାଇଥିବାବେଳେ ୧୬,୩୧୮ ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ ୯୪ ଗୁରୁତର ରୋଗୀ ଭେଣ୍ଟିଲେଟରରେ ଅଛନ୍ତି।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ସୁରତ ସବୁଠାରୁ ଆଗରେ ରହିଛି। ଏହି ସହରରେ ୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଅହମ୍ମଦାବାଦରେ ୧୭୪, ରାଜକୋଟରେ ୧୫୦, ଭଦୋଦାରାରେ ୧୩୨ ଏବଂ ଜାମନଗର ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୈନିକ ନୂତନ ଆରୋଗ୍ୟଙ୍କ ମଧ୍ୟରୁ ୬୦ ପ୍ରତିଶତ ୫ଟି ରାଜ୍ୟରୁ,ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୩୫.୫ ଲକ୍ଷ

ନୂଆଦିଲ୍ଲୀ, ଭାରତରେ କ୍ରମାଗତ ଭାବରେ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୦,୮୮୦ ଜଣ ସୁସ୍ଥ ହୋଇଛନ୍ତି। ଏଥି ମଧ୍ୟରୁ ମହାରାଷ୍ଟ୍ରରୁ ୧୪,୦୦୦ ଏବଂ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ ସୁସ୍ଥ ହୋଇଛନ୍ତି। ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୩୫,୪୨,୬୬୩ ଛୁଇଁଥିବା ବେଳେ ଏହା ୭୭.୬୫ ପ୍ରତିଶତ ବୋଲି ଜଣାପଡିଛି।

୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟାର ଶତକଡା ୬୦ ଭାଗ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୬,୫୫୧ଟି ନୂତନ ସଂକ୍ରମିତ ମାମଲା ରେକର୍ଡ ହୋଇଥିବା ବେଳେ ସେଥିରୁ କେବଳ ମହାରାଷ୍ଟ୍ରରେ ୨୩,୦୦୦ରୁ ଉର୍ଦ୍ଧ୍ଵ ଓ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ରୁ ଉର୍ଦ୍ଧ୍ଵ ଅଛନ୍ତି।

ଦେଶର ନୂତନ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୫୭ ପ୍ରତିଶତ ରୋଗୀ କେବଳ ୫ଟି ରାଜ୍ୟରୁ ଆସିଥିବା ବେଳେ ଏହି ରାଜ୍ୟଗୁଡିକରୁ ଶତକଡା ୬୦ ଭାଗ ନୂତନ ସୁସ୍ଥ ରୋଗୀ ଅଛନ୍ତି।
ବର୍ତ୍ତମାନ ଦେଶରେ ୯,୪୩,୪୮୦ ସକ୍ରିୟ ରୋଗୀ ରହିଛନ୍ତି। ସକ୍ରିୟ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୨,୬୦,୦୦୦ରୁ ଅଧିକ ମହାରାଷ୍ଟ୍ରରୁ ହୋଇଥିବା ବେଳେ କର୍ଣ୍ଣାଟକରୁ ୧,୦୦,୦୦୦ରୁ ଅଧିକ ଅଛନ୍ତି। ୯ଟି ରାଜ୍ୟରେ ସର୍ବାଧିକ ୭୪ ପ୍ରତିଶତ ସକ୍ରିୟ ମାମଲା ରହିଥିବା ବେଳେ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମୋଟ ସକ୍ରିୟ ମାମଲାର ଶତକଡା ୪୮ ଭାଗ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦୯ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୪୯୫ ରୋଗୀ ମହାରାଷ୍ଟ୍ରରୁ ହୋଇଛି, ସେହିପରି କର୍ଣ୍ଣାଟକରୁ ୧୨୯ ଏବଂ ଉତ୍ତରପ୍ରଦେଶରୁ ୯୪ ଜଣଙ୍କର ମୃତ୍ୟୁ ଘଟିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷକୁ ଟପିଥିବା ବେଳେ ମୃତ୍ୟୁ ୯ ଲକ୍ଷ ରୁ ଅଧିକ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବର କରୋନାଭାଇରସ୍ ରୋଗର ଆକ୍ରାନ୍ତ ମୋଟ ସଂଖ୍ୟା ୨ କୋଟି ୮୦ ଲକ୍ଷକୁ ଟପିଥିବାବେଳେ ମୃତ୍ୟୁ ୯ ଲକ୍ଷ ରୁ ଅଧିକ ହୋଇଛି।

ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୮୦ ଲକ୍ଷ ୫୪ ହଜାର ୩୯୬ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮ ହଜାର ୧୭ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟ ରିପୋର୍ଟରେ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ, ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୩୯୫,୯୦୪ ଏବଂ ୧୯୧,୭୫୩ ରେ ରହିଥିଲା।

୪,୪୬୫,୮୬୩ ମାମଲାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୫,୦୬୨ ରହିଛି।

ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୨୩୮,୪୪୬), ଏବଂ ପରେ ରୁଷିଆ (୧,୦୪୨,୮୩୬), ପେରୁ (୭୦୨,୭୭୬), କଲମ୍ବିଆ (୬୮୬,୮୫୧), ମେକ୍ସିକୋ (୬୫୨,୩୬୪), ଦକ୍ଷିଣ ଆଫ୍ରିକା (୬୪୪,୪୩୮), ସ୍ପେନ୍ (୫୫୪,୧୪୩), ଆର୍ଜେଣ୍ଟିନା (୫୨୪,୧୯୮) ), ଚିଲି (୪୨୮,୬୬୯), ଇରାନ (୩୯୫,୪୮୮), ଫ୍ରାନ୍ସ (୩୯୨,୨୪୩), ବ୍ରିଟେନ (୩୬୦,୫୩୪), ବାଂଲାଦେଶ (୩୩୨,୯୭୦), ସାଉଦି ଆରବ (୩୨୩,୭୨୦), ପାକିସ୍ଥାନ (୨୯୯,୯୪୯), ତୁର୍କୀ (୨୮୬,୪୫୫), ଇଟାଲୀ (୨୮୩,୧୮୦), ଇରାକ । (୧୦୬,୬୬୧), ଡୋମିନିକାନ୍ ରିପବ୍ଲିକ୍ (୧୦୧,୭୧୬) ଏବଂ ଇଜିପ୍ଟ (୧୦୦,୫୫୭), ଏହି ରିପୋର୍ଟରୁ ଜଣାପଡିଛି ।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ (୧୨୯,୫୨୨), ମେକ୍ସିକୋ (୬୯,୬୪୯), ବ୍ରିଟେନ (୪୧,୬୯୭), ଇଟାଲୀ (୩୫,୫୮୭), ଫ୍ରାନ୍ସ (୩୦,୮୧୯), ପେରୁ (୩୦,୨୩୬), ସ୍ପେନ୍ (୨୯,୬୯୯), ଇରାନ (୨୨,୭୯୮), କଲମ୍ବିଆ (୨୨,୦୫୩), ରୁଷିଆ (୧୮,୨୦୭), ଦକ୍ଷିଣ ଆଫ୍ରିକା (୧୫,୨୬୫), ଚିଲି (୧୧,୭୮୧), ଆର୍ଜେଣ୍ଟିନା (୧୦,୯୦୭) ଏବଂ ଇକ୍ୟୁଏଡର୍ (୧୦,୭୪୯) ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ସାରା ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୨ କୋଟି ୭୭ ଲକ୍ଷରେ ପହଞ୍ଚିଲା, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ଉପରେ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୨୭.୭ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ୯୦୧,୦୦୦ କୁ ବୃଦ୍ଧି ପାଇଛି। ଗୁରୁବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୭୭ ଲକ୍ଷ ୧୯ ହଜାର ୯୫୨ ରେ ପହଞ୍ଚିଛି। ସେହିପରି ମୃତ୍ୟୁହାର ୯ ଲକ୍ଷ ୧ ହଜାର ୫୦ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୩୫୯,୩୧୩ ଏବଂ ୧୯୦,୭୯୬ ରେ ରହିଥିଲା। ୪,୩୭୦,୧୨୮ ମାମଲାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୩,୮୯୦ ରହିଛି।

ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୧୬୨,୦୭୩), ଏବଂ ପରେ ଋଷିଆ (୧,୦୩୭,୫୨୬), ​​ପେରୁ (୬୯୬,୧୯୦), କଲମ୍ବିଆ (୬୭୯,୫୧୩), ମେକ୍ସିକୋ (୬୪୭,୩୨୧), ଦକ୍ଷିଣ ଆଫ୍ରିକା (୬୪୨,୪୩୧), ସ୍ପେନ୍ (୫୪୩,୩୭୯), ଆର୍ଜେଣ୍ଟିନା (୫୧୨,୨୯୩) ), ଚିଲି (୪୨୭,୦୨୭), ଇରାନ (୩୯୩,୪୨୫), ଫ୍ରାନ୍ସ (୩୮୩,୨୭୨), ବ୍ରିଟେନ (୩୫୭,୫୯୭), ବାଂଲାଦେଶ (୩୩୧,୦୭୮), ସାଉଦି ଆରବ (୩୨୩,୦୧୨), ପାକିସ୍ଥାନ (୨୯୯,୬୫୯), ତୁର୍କୀ (୨୮୪,୯୪୩), ଇଟାଲୀ (୨୮୧,୫୮୩), ଇରାକ । (୧୦୬,୪୯୮), ଡୋମିନିକାନ୍ ରିପବ୍ଲିକ୍ (୧୦୦,୯୩୭) ଏବଂ ଇଜିପ୍ଟ (୧୦୦,୦୪୧), ଆକଳନରୁ ଜଣାପଡିଛି ।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ (୧୨୮,୫୩୯), ମେକ୍ସିକୋ (୬୯,୦୪୯), ବ୍ରିଟେନ (୪୧,୬୮୩), ଇଟାଲୀ (୩୫,୫୭୭), ଫ୍ରାନ୍ସ (୩୦,୮୦୫), ପେରୁ (୩୦,୧୨୩), ସ୍ପେନ୍ (୨୯,୬୨୮), ଇରାନ (୨୨,୬୬୯), କଲମ୍ବିଆ (୨୧,୮୧୭), ରୁଷିଆ (୧୮,୦୮୦), ଦକ୍ଷିଣ ଆଫ୍ରିକା (୧୫,୧୬୮), ଚିଲି (୧୧,୭୦୨) ଏବଂ ଆର୍ଜେଣ୍ଟିନା (୧୦,୬୫୮) ।