Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍ ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ, ଉତ୍ତେଜନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନାଉଗାଁ ବଜାରରେ ଟ୍ରକ୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନାଉଗାଁ ପୋଲିସ ସେଠାରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକାକରଣ

ରମେଶ ମହାନ୍ତି 
ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିଃବିଭାଗ ଠାରେ ବରିଷ୍ଠ ନାଗରିକ ମାନଙ୍କର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୧.୧.୨୦୨୨ ସୁଦ୍ଧା ୬୦ ବର୍ଷ କିମ୍ବା ୬୦ବର୍ଷରୁ ଉର୍ଦ୍ଧ୍ଵ ସେମାନଙ୍କୁ ସହରାଞ୍ଚଳ ଆଶା ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟୀକା ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂହପୁର ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିରିଡ଼ି ଠାରେ ମାର୍ଚ୍ଚ ୧ ଓ ୨ ତାରିଖରେ ଟୀକାକରଣ କରାଯିବ।

ସୋମବାର ଦିନ (ଗତକାଲି)ପ୍ରଥମ ଦିବସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଠାରେ ୬୯ଜଣଙ୍କୁ ଓ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କରାଯାଇଛି।

ଉକ୍ତ ଜିଲ୍ଲା ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରମୋଦ କୁମାର ବାରିକ, ଡଃ କ୍ଷେତ୍ରବାସୀ ଦାଶ, ଡି.ପି.ଏମ୍ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଡି.ଭି.ଏଲ୍.ଏମ୍ ପାର୍ଥ ସାରଥି କରଶର୍ମା, ଭ୍ୟାକ୍ସିନେଟର ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଦିପ୍ତିମୟୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେଶନ: ଆତ୍ମାହୁତି ଉଦ୍ୟମ କଲେ ଜଗତସିଂହପୁର ଜିଲ୍ଲାର ଜଣେ ମହିଳା

ଭୁବନେଶ୍ବର: ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବୋଲି ଜଣାପଡିଛି। ସେ ବିଧାନସଭା ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ମହିଳାଙ୍କୁ କାବୁ କରିନେଇଥିବା ଜଣାପଡିଛି। ହେଲେ ସେ ମହିଳାଜଣଙ୍କ କଣ ପାଇଁ ଆତ୍ମାହୁତି ଉଦ୍ୟମ କରୁଥିଲେ, ଏଯାଏଁ କିଛି କାରଣ ଜଣାପଡି ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ କରାଯାଇଛି। ଯାହାଫଳରେ ରାସ୍ତାଘାଟ ଜାମ ହେବାର ଦେଖାଦେଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି।

Categories
ଆଜିର ଖବର ଆଞ୍ଚଳିକ

ସଡ଼କ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ଜଗତସିଂହପୁରରେ ବାଇକ୍ ଶୋଭାଯାତ୍ରା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇଯାଇଛି। ଏହି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିନରେ ଏକ ବାଇକ୍ ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ।

ଏହି ବାଇକ୍ ଶୋଭାଯାତ୍ରାରେ ୩୦ଜଣ ପୋଲିସ୍, ହୋଣ୍ଡା ସୋରୁମ୍, ଟିଭିଏସ୍ ସୋରୁମ୍ ଓ ହିରୋ ସୋରୁମ୍ ର ପ୍ରତ୍ୟେକ ୧୦ଜଣ ଲେଖାଏଁ କର୍ମଚାରୀ ଭାଗ ନେଇଥିଲେ। ଏହି ବାଇକ୍ ଶୋଭାଯାତ୍ରା ଏସ୍.ପି ଅଫିସରୁ ବାହାରି ତିର୍ତ୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧୀଛକ ବାଟେ ଏସ୍.ପି ଅଫିସରେ ପହଞ୍ଚିଥିଲେ। ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ମୋବାଇଲ ବ୍ୟବହାର ନକରିବା, ଦୃତ ଗତିରେ ଗାଡ଼ି ନ ଚଲାଇବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଜାନୁୟାରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା। ସଡ଼କ ସୁରକ୍ଷା ସଚେତନତା ରଥକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ଥାନୀୟ କଲେଜ ଛକଠାରେ ଉଦଘାଟନ କରିଥିଲେ। ଏକ ସଚେତନତା ଶୋଭାଯାତ୍ରା କଲେଜ ଛକଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା କରିଥିଲା। ସେହିପରି ସ୍ଥାନୀୟ ଏସ୍.ପି ଅଫିସ୍ ଠାରୁ ୭୦ଜଣ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାଲିଭଉଁରି ଛକ ପର୍ଯ୍ୟନ୍ତ ଯାଇଥିଲେ। ଜାନୁୟାରୀ ୨୦ ତାରିଖରେ ଏସ୍.ପି ଶ୍ରୀ ପ୍ରକାଶ ଆର୍ ଏହି ସାଇକେଲ୍ ଶୋଭାଯାତ୍ରାକୁ ଉଦଘାଟନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ଶୋଭାଯାତ୍ରାରେ କ୍ୟାରିଅର କ୍ରିଏଟରର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଶେଷଦିନର ଏହି ବାଇକ୍ ଶୋଭାଯାତ୍ରାରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ଟ୍ରାଫିକ ଇନିସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଡି.ଏସ୍.ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଇ.ଆଇ.ସି ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୁଷ୍ପାଭିଷେକ ଓ ରାଜ୍ୟାଭିଷେକ ଉତ୍ସବ ପାଳିତ

ରମେଶ ମହାନ୍ତି

ଜଗତସିଂହପୁର: ଜ଼ିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ପୁଷ୍ପାଭିଷେକ ଓ ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ମହାପ୍ରଭୁଙ୍କ ସମସ୍ତ ଦେବନୀତି କାନ୍ତି ସମାପ୍ତ ପରେ ରାଜ୍ୟାଭିଷେକ ଉତ୍ସବ ପାଳିତ ହୋଇଥିଲା।

ଠାକୁର ରାଜା ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇଥିଲେ। ବଡ଼ ଦାଣ୍ଡରୁ ଅତାଧିକ ସେବାୟତ ଓ ପରିଚାଳନା ଟ୍ରଷ୍ଟ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଠାକୁର ରାଜାଙ୍କୁ ବେଢା ପରିକ୍ରମା କରିବା ସହ ଶ୍ରୀଜୀଉ ମାନଙ୍କ ଦର୍ଶନ ପରେ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏଠାରେ ଉପସ୍ଥିତ ଥିବା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବିଡିଓ, ତହସିଲଦାର ମାନସ ଭୋଇ, ଏନ୍.ଆର୍.ଏଚ୍.ଏମ୍ ଡେପୁଟି ଡିରେକ୍ଟର ସୁକାନ୍ତ କୁମାର ପ୍ରଧାନ, ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଙ୍କର ଆଚାର୍ଯ୍ୟ, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ରାମଚନ୍ଦ୍ର ଦାଶ, ପ୍ରଫୁଲ ଚନ୍ଦ୍ର ସାହୁ, ପୁରୋଧା ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବିନା ଲିଜ୍ ରେ ରାହାମା ହରିପୁର ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ: ପ୍ରଶାସନ ସ୍ଥାଣୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନସ୍ଥ ରାହାମା ହରିପୁର ମହାନଦୀ ଘାଟ ପ୍ରଶାସନ ପକ୍ଷରୁ ଲିଜ୍ ହୋଇନଥିବା ବେଳେ ସେଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେବା ସହ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଏମିତିକି ଦିନ ହେଉ ଅବା ରାତି ସର୍ବ ସମ୍ମୁଖରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ରାହାମା ବଜାର ନିକଟସ୍ଥ ହରିପୁର ଜଙ୍ଗଲ ବାଟଦେଇ ମହାନଦୀରୁ ଦିର୍ଘଦିନ ହେବ ଦୈନିକ ଶହଶହ ଟ୍ରିପ୍ ବାଲି ଟ୍ରାକ୍ଟରରେ ଚୋରା ଚାଲାଣ ହେବା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ କ’ଣ ପାଇଁ ହାତବନ୍ଧି ବସିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଉକ୍ତ ସ୍ଥାନରୁ ବାଲି ଚୋରା ଚାଲାଣ କରିବା ପାଇଁ ଟ୍ରାକ୍ଟର ମାଲିକ ମାନଙ୍କ ଠାରୁ ସେହି ଗାଁର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନକୁ ୪ହଜାର ଟଙ୍କା ଲେଖାଏଁ ଚାନ୍ଦା ନେଉଥିବା ଶୁଣିବାକୁ ମିଳୁଛି। ଏମିତିକି ଭୋର ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାନଦୀର ଏହି ଘାଟରୁ ବାହାରକୁ ବାଲି ଚୋରା ଚାଲାଣ ହେବା ସହିତ ଉକ୍ତ ଗାଁ ମଝିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶହଶହ ଟ୍ରିପ୍ ବାଲି ବେଆଇନ୍ ବିକ୍ରୟ ପାଇଁ ଷ୍ଟକ୍ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏପରିକି ସ୍ଥାନୀୟ ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କୁ ଉକ୍ତ ବାଲି ମାଫିଆମାନେ କରାୟତ କରି ତାଙ୍କ ଠାରୁ ଅଭୟ ବର ପାଇଥିବାରୁ ନିର୍ଭୟରେ ଏଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଏନେଇ ଉକ୍ତ ତହସିଲ୍ ଅଧିନସ୍ଥ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି। ସରକାରଙ୍କ ବିପୁଳ ରାଜସ୍ବ ହାନିକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରୁ ହେଉଥିବା ଚୋରା ବାଲି ଚାଲାଣକୁ ଯଥାଶୀଘ୍ର ବନ୍ଦ କରାଯିବା ସହ ଚୋରା ଚାଲାଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ସତ୍ୟବ୍ରତଙ୍କ ଅଭିନବ ପ୍ରୟାସ: ଦୀର୍ଘ ୯୦୦୦ କିମି ପଦଯାତ୍ରା କରି ବାଣପୁର ବିଡିଓଙ୍କୁ ଦେଲେ ସ୍ମାରକପତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାଲାଗି ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟସାରା ପଦଯାତ୍ରା ଆରମ୍ଭ କରିଥିବାବେଳେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ପହଁଚି ଏବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯୁବ ସମାଜସେବୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳର ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନକରି ଏକ ଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି। ଏ ନେଇ ବାଣପୁର ସହରରେ ସତ୍ୟବ୍ରତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି।

ସତ୍ୟବ୍ରତ ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକଠାରୁ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିଲେ। ସେ ରାଜ୍ୟର ୩୧୪ ବ୍ଲକରେ ପହଞ୍ଚି  ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାର ଲକ୍ଷ ରଖିଛନ୍ତି। ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୫୨୫ ଦିନରେ ୨୯୪ଟି ବ୍ଲକରେ ପହଁଚି ୯୦୦୦ କିମି ରୁ ଉର୍ଦ୍ଧ୍ଵ ପଥ ଅତିକ୍ରାନ୍ତ କରିବା ସହ ଆଗାମୀ ୨୦୨୧ ମସିହା ଜାନୁଆରୀ ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏହି ଯାତ୍ରାର ସମାପନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅବସରରେ ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକ ପହଁଚି ଏବିଡ଼ିଓ ସୀମାଦ୍ରୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ଶେଖ ମୋଇନୁଲ ହକ ସତ୍ୟବ୍ରତଙ୍କୁ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିବା ସ୍ଥଳେ ସାମ୍ବାଦିକ ପ୍ରସନ୍ନ ମିଶ୍ର, ସୀତାରାମ ଅଗ୍ରୱାଲ, ସୁଧୀର ପାତ୍ର, ଚନ୍ଦନ ସୁନ୍ଦରାୟ ଏବଂ ନୀଲେଶ ବରାଳ ଆଦି ଉପସ୍ଥିତି ଥାଇ ଉତ୍ସାହିତ କରିଥିଲେ। ସୂଚନାଥାଉକି ଗତ ଦୁଇ ଦିନ ତଳେ ଅନୁରୂପ ଭାବେ ସତ୍ୟବ୍ରତ ଚିଲିକା ବିଡ଼ିଓଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏଭଳି ପ୍ରୟାସ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବିମାନେ ସତ୍ୟବ୍ରତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏରସମା ମେଡିକାଲରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଶୁକ୍ରବାର ଦିନ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୀର୍ଘ ୨୦ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତାଙ୍କର ଶୁକ୍ରବାର ଦିନ ଏରସମା ମେଡିକାଲରେ ମୃତ୍ୟୁ ହୋଇଥିଲା। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପରିବାର ଲୋକ ଓ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିଥିଲେ। ଅସ୍ତ୍ରୋପଚାର ପରେ ବିନ୍ଦୁଲତାଙ୍କ ମୃତ୍ୟୁ ଯୋଗୁଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରତାପ କୁମାର ଦାସ ମେଡିକାଲରୁ ଚମ୍ପଟ ମାରିଥିଲେ ବୋଲି କୁହାଯାଉଛି।

ମହିଳାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ଗତକାଲି ଏରସମା ମେଡିକାଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ୨୦ଘଣ୍ଟା ଧରି ଆନ୍ଦୋଳନ ଚାଲିଥିଲା। ଏହାର ସମାଧାନ ପାଇଁ ସ୍ଥାନୀୟ ସର୍ବଦଳୀୟ ଛାମୁଆଁ ନେତାମାନଙ୍କ ସହ ଜଗତସିଂହପୁର ଏଡିଏମ,ଏଡିଏମଓ, ସ୍ଥାନୀୟ ତହସିଲଦାର, ତିର୍ତ୍ତୋଲ ଏସଡିପିଓ, କୁଜଙ୍ଗ ଓ ଏରସମା ଥାନା ଆଇଆଇସି, ବିଡ଼ିଓ, ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀର୍ଘ ୨ଘଣ୍ଟାଧରି ଆଲୋଚନା କରିବା ପରେ ଘଟଣାର ସମାଧାନ କରାଯାଇଥିଲା।

ମୃତ ମହିଳାଙ୍କ ପରିବାରକୁ ରୋଗୀକଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କା, ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର, ତହସିଲ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପକ୍ଷରୁ ମୃତକଙ୍କ ପାଇଁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ସମ୍ପୃକ୍ତ ଡାକ୍ତର ପ୍ରତାପ ଦାସଙ୍କ ବିରୁଦ୍ଧରେ ଅପରାଧିକ ମାମଲାରେ ଏତଲା ଦିଆଯିବାର ଲିଖିତ ପ୍ରତିଶୃତି ଦିଆଯାଇଥିବା ଜଣାପଡିଛି। ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ। ମନ୍ତ୍ରୀଙ୍କ ପ୍ରତିନିଧି ମୃତକଙ୍କ ସ୍ୱାମୀଙ୍କୁ ଏକଲକ୍ଷ ଟଙ୍କା, ଅତିରିକ୍ତ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାପାଳ-ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬.୧୧.୨୦୨୦ରିଖ ଠାରୁ ସମଗ୍ର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତା ୧୬.୧୧.୨୦୨୦ ରିଖ ଠାରୁ ସମସ୍ତ ନିର୍ବାଚନ ମଣ୍ଡଳୀର ପଂଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମତଦାନ କେନ୍ଦ୍ର(ବୁଥ୍‌)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତା ୧୫.୧୨.୨୦୨୦ରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ସମୟ ମଧ୍ୟରେ ମତଦାତାମାନେ ସେମାନଙ୍କର ଭୋଟର ତାଲିକା ସଂକ୍ରାନ୍ତୀୟ ତଥ୍ୟ ଯାଚଂ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ୨୦୨୧ ମସିହା ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରବାକୁ ଥିବା ଯୁବକ ଯୁବତୀ ମାନେ ଭୋଟର ତାଲିକାରେ ନିଜର ନାମ ସାମିଲ କରିବା ପାଇଁ ଫର୍ମ-୬ରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ ଭୋଟର ତାଲିକା ସଂଶୋଧନ ପାଇଁ ନିୟୋଜିତ ହୋଇଛନ୍ତି। ସେ ଘରକୁ ଘର ବୁଲି ଭୋଟର ତାଲିକାରେ ମୃତ, ସ୍ଥାନାନ୍ତରିତ ଏବଂ ଦୋହରା ନାମ ସଂଯୋଗ ହୋଇଥିବା ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବେ ଓ ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ସହାୟକ ହେବେ।

ନାଗରୀକମାନେ ସେମାନଙ୍କର ଆପତ୍ତି, ଆଭିଯୋଗ ଏବଂ ସଂଶୋଧନ ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଉପ-ଜିଲ୍ଲାପାଳ/ବି.ଡି.ଓ/ତହସିଲଦାରଙ୍କ କାର୍ଯ୍ୟାଳୟ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରେ ଦାଖଲ କରିପାରିବେ। ଏତଦ୍‌ବ୍ୟତାତ ଏହି କାର୍ଯ୍ୟକ୍ରମ ନିମନ୍ତେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରାଯିବ। ଏହି ଦିବସରେ ବୁଥ୍ ସ୍ତରୀୟ ଅଧିକାରୀମାନେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖରେ ସଂପୃକ୍ତ ବୁଥ୍‌ରେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବେ।

ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା କରାଇବା ସହ ଯେପରି କୈାଣସି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା। ୧୫ ଜାନୁୟାରୀ-୨୦୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଏହି ବୈଠକରେ ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସହକାରୀ ଜିଲ୍ଲାପାଳ, ନିର୍ବାଚନ ଶାଶ୍ୱତ ଦାଶ, ସହକାରୀ ଜିଲ୍ଲାପାଳ ଦିନେଶ ମିଶ୍ର, ସହକାରୀ ଜିଲ୍ଲାପାଳ ପ୍ରମୋଦ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବି.ଜେ.ଡି ପ୍ରତିନିଧି ଅଲେଖ ଚରଣ ବାରିକ, ବି.ଜେ.ପି ପ୍ରତିନିଧି ଶାରଦା ପ୍ରସାଦ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପତିନିଧି ମାନସ କୁମାର ରଥ, ବି.ଏସ୍‌.ପି ପ୍ରତିନିଧି ଅଜୟ କୁମାର ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନରେ ଜାତୀୟ ଆଇନସେବା ଦିବସ ପାଳିତ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନ ମାଧ୍ୟମରେ ଜାତୀୟ ଆଇନସେବା ଦିବସ ପାଳନ କରାଯାଇଛି। ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ ଅନଲାଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ଜାତୀୟ ଆଇନସେବା ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।

ଶ୍ରୀ ରାଉତ ଉଦବୋଧନରେ କହିଥିଲେ ଯେ ୧୯୮୦ ମସିହାରେ ଶ୍ରୀ ଜଷ୍ଟିସ ଭଗବତୀଙ୍କ ନେତୃତ୍ୱରେ ଏକ ଆଇନସେବା ବୋର୍ଡ଼ ଗଠନ କରାଯାଇଥିଲା। ଉକ୍ତ ବୋର୍ଡ଼ ୧୯୮୬ ମସିହାରେ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ ଆଇନସେବା ପ୍ରାଧିକରଣ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ୧୯୮୭ ମସିହାରେ ଆଇନସେବା ପ୍ରାଧିକରଣ ଅଧିନିୟମ ସଂସଦ ଦ୍ୱାରା ପ୍ରଣୟନ ହୋଇଥିଲା।ପରେ ଆଜିକାର ଦିନ ଯଥା ୯.୧୧.୧୯୯୫ ଦିନ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା।

ଏହି ଆଇନରେ ଦେଶର ଗରିବ ନିଷ୍ପେଷିତ ଲୋକ ଯେପରି ନ୍ୟାୟ ପାଇପାରିବେ ସେଥିପାଇଁ ଜାତୀୟ ସ୍ତରରେ ଜାତୀୟ ଆଇନସେବା ପ୍ରାଧିକରଣ ରାଜ୍ୟ ସ୍ତରରେ ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ତରରେ ଜିଲ୍ଲା ଆଇନସେବା କମିଟି ମାନ ଗଠନ କରାଯାଇ ଲୋକଙ୍କୁ ମାଗଣାରେ ଆଇନସେବା ଯୋଗାଇ ଦିଆଯିବା ସହିତ ପୀଡିତା ମାନଙ୍କୁ କ୍ଷତିପୂରଣ ଆଦି ପ୍ରଦାନ କରାଯାଉଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା କରୋନା ଅପଡେଟ: ଆଜି ଆକ୍ରାନ୍ତ ହେଲେ ୮୦, ସୁସ୍ଥ ହେଲେ ୧୪୩

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୮ଜଣ, ବିରିଡ଼ି ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୪ଜଣ ,କୁଜଙ୍ଗ ବ୍ଲକ ଓ ତିର୍ତ୍ତୋଲ ବ୍ଲକରୁ ୭ଜଣ ଲେଖାଏଁ,ନାଉଗାଁ ବ୍ଲକରୁ ଜଣେ, ରଘୁନାଥପୁର ବ୍ଲକରୁ ୬ଜଣ, ଜଗତସିଂହପୁର ବ୍ଲକରୁ ୨୦ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୧ଜଣ ଓ ପାରାଦ୍ବୀପରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ରଘୁନାଥପୁର ବ୍ଲକର ଜଣେ ୪୮ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୫୬୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୭୮୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୭୩ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୧୬୪

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ପୁଣି ୧୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ସର୍ବାଧିକ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୧୪ଜଣ, ବିରିଡ଼ି ବ୍ଲକରୁ ୧୭ଜଣ, ଏରସମା ବ୍ଲକରୁ ୨୯ଜଣ, ଜଗତସିଂହପୁର ବ୍ଲକରୁ ୧୮ଜଣ, କୁଜଙ୍ଗ ବ୍ଲକରୁ ୨୧ଜଣ, ରଘୁନାଥପୁର ବ୍ଲକରୁ ୧୪ଜଣ, ତିର୍ତ୍ତୋଲ ବ୍ଲକରୁ ୧୨ଜଣ, ପାରାଦ୍ଵୀପରୁ ୧୩ଜଣ ଓ ଅନ୍ୟ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ଜିଲ୍ଲାରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୪୩୮୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୧୨୦୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର କରୋନା ଅପଡେଟ: ଚିହ୍ନଟ ହେଲେ ସର୍ବାଧିକ ୧୮୮ ସୁସ୍ଥ ହେଲେ ୯୭

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ମହାମାରୀ। ଯେମିତି କମିବାର ନାଁ ଧରୁନି ତଥାପି ସଚେତନ ହେଉନାହାନ୍ତି ଲୋକେ। ଜଗତସିଂହପୁର ଜିଲ୍ଲାରେ ଆଜି କରୋନା ପୂ୍ର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ଜିଲ୍ଲାରୁ ଆଜି ସର୍ବାଧିକ ୧୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୧୬ଜଣ, ବିରିଡ଼ି ବ୍ଲକରୁ ୧୧ଜଣ ,ତିର୍ତ୍ତୋଲ ବ୍ଲକରୁ ୧୯ଜଣ, ଏରସମା ବ୍ଲକରୁ ୭ଜଣ, କୁଜଙ୍ଗ ବ୍ଲକରୁ ୩୦ଜଣ, ନାଉଗାଁ ବ୍ଲକରୁ ୫ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ଜଗତସିଂହପୁର ବ୍ଲକରୁ ୨୫ଜଣ, ଜଗତସିଂହପୁର ୟୁଏଲବି ରୁ ୧୩ଜଣ, ପାରାଦ୍ଵୀପ ୟୁଏଲବି ରୁ ୩୩ଜଣ ଓ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଜିଲ୍ଲାରୁ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୩୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୨୯ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୧୦୩୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ଆଜି ଜଗତସିଂହପୁର ଜିଲ୍ଲାରୁ ୬୦ ପଜିଟିଭ୍, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ: ସୁସ୍ଥ ହେଲେ ୪୯

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ପୁଣି ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୩୬ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ସହିତ ବିରିଡ଼ି ଓ କୁଜଙ୍ଗ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହିତ କୁଜଙ୍ଗ ବ୍ଲକ ଅଞ୍ଚଳରୁ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା  ବେଳେ ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୯୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୬୭୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକରୁ ୩୩ଜଣ, ବାଲିକୁଦା ବ୍ଲକରୁ ୨ଜଣ, ଏରସମା ବ୍ଲକରୁ ୩ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ରଘୁନାଥପୁର ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ଆଜି ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ପାରାଦ୍ବୀପରୁ ସର୍ବାଧିକ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ ୩୦ଜଣ ପିପିଏଲ୍ କର୍ମଚାରୀ ହୋଇଥିବା ବେଳେ ୪ଜଣ ପିପିଏଲ୍ ଟାଉନସିପ୍ ଏରିଆରୁ ଓ ୧୪ଜଣ ଜେ.ଏସ୍.ଡବ୍ଲୁ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୪୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୬ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୪୬୧ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଞ୍ଚଳିକ

ସୁନାମି ପ୍ରସ୍ତୁତି ନେଇ ଜଗତସିଂହପୁର ଜିଲ୍ଲାକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ

ରମେଶ ମହାନ୍ତି

ଜଗତସିଂହପୁର: ସୁନାମି ପ୍ରସ୍ତୁତି ନେଇ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡହରିଶପୁର ନୋଳିଆସାହି ଗାଁକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ। ଜିଲ୍ଲା ପ୍ରଶାସନ ତରଫରୁ ସୁନାମି ମୁକାବିଲା ନିମନ୍ତେ ଡିସେମ୍ବର ୧୪.୨୦୧୯ ମସିହାରେ କରାଯାଇଥିବା ପ୍ରସ୍ତୁତିକୁ ଆନ୍ତର୍ଜାତିୟ ସଦସ୍ୟମାନେ ଦେଖିବା ପରେ ଜଗତସିଂହପୁର ଜିଲ୍ଲା ଏହି ସମ୍ମାନର ଅଧିକାରୀ ହୋଇପାରିଛି। ଜଗତସିଂହପୁର ଜିଲ୍ଲାକୁ ମିଳିଥିବା ଏହି ଆନ୍ତର୍ଜାତିୟ ସମ୍ମାନ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଏନେଇ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି।

ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିଥିବା ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ଏରସମା ବ୍ଲକର ଗଡହରିଶପୁର ନୋଳିଆସାହି ଗାଁର ସମସ୍ତ ଗ୍ରାମବାସୀ, ସରପଞ୍ଚ ଓ କମ୍ୟୁନିଟିକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ବାତ୍ୟା ମୁକାବିଲା ନିମନ୍ତେ ଆଗକୁ ଆହୁରି ଅଧିକ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ଏହି ଆନ୍ତର୍ଜାତିୟ ସମ୍ମାନ।

Categories
ଆଜିର ଖବର ଆଞ୍ଚଳିକ

ଆଜି ଜଗତସିଂହପୁର ଜିଲ୍ଲାର ୧୪ କରୋନା ପଜେଟିଭ୍ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଗତକାଲି ୨୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୪ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏରସମା ବ୍ଲକରୁ ୪ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏରସମା ବ୍ଲକରେ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏବଂ ସେମାନେ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଜଗତସିଂହପୁର ବ୍ଲକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଭୂବନେଶ୍ବରର କଳିଙ୍ଗ ହସପିଟାଲ ଓ ଉତ୍କଳ ହସପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଜଗତସିଂହପୁର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହେବା ସହ ଜଣେ ମଣ୍ଡାସାହି ସି.ଏଚ୍.ସି ର କର୍ମଚାରୀ ଏବଂ ଅନ୍ୟଜଣେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମା’।

ସେହିପରି ପାରାଦୀପ ରୁ ଚିହ୍ନଟ ହୋଇଥିବା ୨ଜଣ ଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନରେ ଥିବାବେଳେ ଅନ୍ୟଜଣେ ମହାରାଷ୍ଟ୍ର ଫେରନ୍ତା। ସେ ମହାରାଷ୍ଟ୍ରରୁ ଭୁବନେଶ୍ବରରେ ପହଞ୍ଚି ସ୍ଵାବ ନମୁନା ପରୀକ୍ଷା କରିଥିଲେ। ବିରିଡି ବ୍ଲକର ଜଣେ ଆକ୍ରାନ୍ତ ହୋମ କ୍ୱାରେଣ୍ଟାଇନରେ ଥିଲେ ଏବଂ ବାଲିକୁଦା ବ୍ଲକର ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଡି ଏଚ ଏଚ ଆଇସୋଲେସନ ସେଣ୍ଟରରେ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା

ରମେଶ ମହାନ୍ତି

ଜଗତସିଂହପୁର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୫.୦୮.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ପ୍ରଶାସନର ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ନଚେତ୍ ହ୍ୱାଟସଆପ୍ ମାଧ୍ୟମରେ ଦାଖଲ କରିପାରିବେ।

ଏତଦବ୍ୟତୀତ ଜନସାଧାରଣ ତଥା ଅଧିକାରୀ ଓ କର୍ମଚାରୀଙ୍କ ନିରାପଦ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ନିକଟରେ ଥିବା ଅଭିଯୋଗ ବାକ୍ସରେ ପକାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜି ଜଗତସିଂହପୁର ଜିଲ୍ଲାରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଳକରୁ ୮ଜଣ, ବିରିଡ଼ି ବ୍ଲକରୁ ୪ଜଣ, ବାଲିକୁଦା ବ୍ଲକରୁ ୪ଜଣ, ଜଗତସିଂହପୁରରୁ ୫ଜଣ ଓ ରଘୁନାଥପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ୮ଜଣ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ସାଉଦିଆରବ, ତାମିଲନାଡୁ, ତେଲେଙ୍ଗାନା, ୱେଷ୍ଟବେଙ୍ଗଲ ଓ ଦୁବାଇ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ସେମାନେ ସମସ୍ତେ କ୍ଲଷ୍ଟର ଲେବଲ୍ ଟି.ଏମ୍.ସି ରେ ଥିଲେ। ବିରିଡ଼ି ବ୍ଲକରୁ ଚିହ୍ନଟ ହୋଇଥିବା ୪ଜଣ ଆଠଗଡ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ କ୍ଲଷ୍ଟର ଲେବଲ୍ ଟିଏମସି ରେ ଥିବା ବେଳେ ଅନ୍ୟ ୩ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ।

ଜିଲ୍ଲାରୁ ସମୁଦାୟ ୭୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୭ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ୧୬୨ଜଣ ଆକ୍ରାନ୍ତ ବର୍ତ୍ତମାନ ଆକ୍ଟିଭ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ, ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ତାଲିମ କାର୍ଯ୍ୟକ୍ରମ

ରମେଶ ମହାନ୍ତି

ଜଗତସିଂହପୁର, ରାଜ୍ୟ ସରକାଙ୍କ ନିର୍ଦେଶ ଅନୁଯାୟୀ କୋଭିଡ-୧୯ ପରିଚାଳନା ରଣନୀତି ସଂକ୍ରାନ୍ତ ସଚେତନତା ପାଇଁ ଗ୍ରାମ ପଂଚାୟତ ଓ ସହରାଞ୍ଚଳ ୱାର୍ଡ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ।

ସମସ୍ତ ସରପଂଚ, ଗ୍ରାମ ପଞ୍ଚାୟତ, ନୋଡାଲ ଅଧିକାରୀ, ୱାର୍ଡ ଅଫିସର, ସ୍ବଚ୍ଛସାଥୀ ସୁପରଭାଇଜରମାନଙ୍କୁ ଜିଲ୍ଲାସ୍ତରୀୟ ରେସପନସ ଟିମ୍, ବ୍ଲକ ଓ ପୌର ସ୍ତରରେ ସାମାଜିକ ଦୂରତା, ନିଜସ୍ବ ସୁରକ୍ଷା ମାଧ୍ୟମରେ ତାଲିମ ଦିଆଯାଉଛି। ଗତ ୨ ତାରିଖରେ ରାଜ୍ୟ ରିସୋର୍ସ ଟିମ୍ ଜିଲ୍ଲାସ୍ତରୀୟ ଓ ବ୍କକ ସ୍ତରୀୟ ରିସୋର୍ସ ଟିମଙ୍କୁ ଭିଡିଓ କନଫରେନସିଂ ଜରିଆରେ କୋଭିଡ-୧୯ ପରିଚାଳନାର ନୂଆ ବ୍ୟବସ୍ଥା ସମ୍ପରେ ତାଲିମ ଦିଆଯାଉଛି। ବ୍ଲକସ୍ତରୀୟ ରେସପନସ ଟିମ୍ ଗାଁ କଲ୍ୟାଣ ସମିତି ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦକ, ଆଶା ଓ ଅଙ୍ଗନବାଡି କର୍ମୀ, ୱାର୍ଡ କମିଟି ସଭ୍ୟଙ୍କୁ ମଧ୍ୟ କରୋନା ପରିଚାଳନା ନେଇ ତାଲିମ ଦିଆଯାଉଛି।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶରେ ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ପରିଚାଳନାରେ ସମସ୍ତ ବ୍ଲକ ଓ ପୌର ପରିଷଦରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଜଗତସିଂହପୁର ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ୨୧ ଜଣ ୱାର୍ଡ ଅଫିସର, ୨୫ ଜଣ ସୁପରଭାଇଜର, ୨ଜଣ ବ୍ଲକ ରେସପନସ ଟିମ୍ ସଭ୍ୟଙ୍କୁ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଷଗଙ୍ଗୀ ବିକେନ୍ଦ୍ରୀକରଣ କୋଭିଡ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ କିରୋସିନି କଳାବଜାରୀ: ୧୬୦୦ ଲିଟର କିରୋସିନି ସହ ଗାଡିକୁ ଜବତ କଲେ ଗ୍ରାମବାସୀ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପିଡିଏସ୍ କିରୋସିନିର ଚୋରା କାରବାର ବହୁଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହେଉଛି। ଏମିତିକି ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରୁ ଆରମ୍ଭ କରି ବାଲିକୁଦା ପର୍ଯ୍ୟନ୍ତ ଥିବା ଅନେକ ଚିଙ୍ଗୁଡ଼ି ଘେରିକୁ ବେଧଡକ ଭାବେ ଚୋରା କିରୋସିନି ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏସବୁ ଘଟଣା ଜିଲ୍ଲା ଯୋଗାଣ ବିଭାଗ ଅଜାଣତରେ ହେଉଥିଲା ନା କିଛି ଅସାଧୁ କର୍ମଚାରୀଙ୍କ ଇଶାରାରେ ହେଉଥିଲା ଏନେଇ ସାଧାରଣରେ ପଶ୍ନବାଚୀ ସୃଷ୍ଟି ହୋଇଛି।

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସ୍ଥିତ ତେନ୍ତୁଳି ବେଲାରୀ ନଗର ପଡା ଗାଁ ନିକଟରୁ ଏକ ଟାଟା ମ୍ୟାଜିଗରେ ଚୋରା ଚାଲାଣ ହେଉଥିବା ୧୬୦୦ ଲିଟର କିରାସିନି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଜବତ କରାଯାଇଛି। ସଦେଇପୁର ଅଞ୍ଚଳରୁ ତେନ୍ତୁଳି ବେଲାରୀ ଦେଇ ନିୟମିତ ଭାବରେ ବିଭିନ୍ନ ଚିଙ୍ଗୁଡ଼ି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଏ ବାବଦରେ ସ୍ଥାନୀୟ ଗ୍ରାମବାସୀ ମାନେ ଯୋଗାଣ ବିଭାଗକୁ ଅନେକଥର ଖବର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଗାଣ ବିଭାଗ ଏ ବାବଦରେ କୌଣସି ପଦକ୍ଷପ ନେଇନଥିଲା ବୋଲି ଅଭିଯୋଗ ହୋଇଛି। ଶେଷରେ ଗ୍ରାମବାସୀ ମାନେ ଚୋରା ଚାଲାଣ ହେଉଥିବା କିରାସିନିକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଆଜି ଭୋର ସମୟରେ ଏକ ଟାଟା ମ୍ୟାଜିଗରେ ୮ ଟି ଜାରରେ ୧୬୦୦ ଲିଟର କିରାସିନି ଘେରିକୁ ଚାଲାଣ ହେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଶାରେ ଗ୍ରାମବାସୀମାନେ ଗାଡିକୁ ଅଟକାଇ ତେଲ ଜବତ କରିବା ସହ ସ୍ଥାନୀୟ ଅନନ୍ତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସହ କିରାସିନି ଜବତ କରି ତଦନ୍ତ ଚଳାଇଛି ।ଚାଳକ ଫେରାର ହୋଇ ଯାଇଛି।