Categories
ଆଞ୍ଚଳିକ

ଚନ୍ଦନଯାତ୍ରା ପାଇଁ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରୀ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଏବଂ ପୂର୍ବ ବର୍ଷ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବରେ ହୋଇଥିବା ଜନସମାଗମକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବ ନିମନ୍ତେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ଚଳିତ ମାସ ୨୬.୦୪.୨୦୨୦ରିଖରୁ ୦୩.୦୫.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂପୃକ୍ତ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ସମେତ ଚନ୍ଦନ ଯାତ୍ରା ପୋଖରୀ ନିକଟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କନକପୁର ମା’ଶାରଳାଙ୍କ ମନ୍ଦିର, ତିର୍ତ୍ତୋଲ ଅରିଲୋ ଶିଶୁ ଅନନ୍ତ ଆଶ୍ରମ, ପାରାଦ୍ୱୀପ ମ୍ୟୁନିସିପାଲିଟିର ମଧୁବନ ଜଗନ୍ନାଥ ମନ୍ଦିର, ଏରସମା ତହସିଲ୍ ଅଞ୍ଚଳର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର, ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର , ସରବନ୍ତ ଜଗନ୍ନାଥ ମନ୍ଦିର, ଗୋଡା ର ସାହାଡାବେଦୀ ଶ୍ରୀ ବୃନ୍ଦାବନ ବିହାରୀଜୀୟୁ ମନ୍ଦିର ଏବଂ ନାଉଗାଁ ତହସିଲ୍ ଅଞ୍ଚଳର ଗାରୋଇ ଜଗନ୍ନାଥ ମନ୍ଦିର, ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର,କୋରୁଅ , ଗୋଠଦା ମଠ, ଗୋଠଦା,ଚାନ୍ଦପୁରା ଜଗନ୍ନାଥ ମନ୍ଦିର, ଅଲଣା -(।।) ଜଗନ୍ନାଥ ମନ୍ଦିର ଆଖପାଖରେ ୧୪୪ ଧାରା ଜାରୀ କରାଯାଇଛି। ଏହାର ଅବମାନନା କଲେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ ସୁଶାନ୍ତ କାନୁନଗୋ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା/ଏରସମା ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଗରିବ ଅସହାୟ ମାନଙ୍କୁ ମାସ୍କ, ସାବୁନ୍, ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରି ନିଜେ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି ଜାତୀୟ ମାନବାଧିକାର କମିସନ ଓଡିଶା ଶାଖା ଏଆଇସିସି ର ରାଜ୍ୟ ସଂଯୋଜକ ତଥା ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଡକ୍ଟର ଶୁସାନ୍ତ କୁମାର କାନୁନଗୋ। ସାରା ବିଶ୍ୱକୁ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଚେତନତା ବାର୍ତ୍ତା ପ୍ରସାରିତ କରି ଲୋକମାନଙ୍କୁ ସଚେତନତା କରାଯାଉଛି। ଏପରିକି ପେଟ ଚାଖଣ୍ଡକ ପାଇଁ କେତେକ ଲୋକ ନିଜ ଅଞ୍ଚଳ ଛାଡି ବାହାର ରାଜ୍ୟରେ ଦାଦନ ଖଟି ନିଜେ ବଞ୍ଚିବା ସହିତ ଉପାର୍ଜିତ ଅର୍ଥରୁ କିଛି ନିଜ ପରିବାର ପରିଜନଙ୍କ ଭରଣ ପୋଷଣ ନିମନ୍ତେ କିଛି ଅର୍ଥ ନିଜ ଘରକୁ ପଠାଉଥିଲେ କିନ୍ତୁ ଏବେ କୋରନା ପାଇଁ ସେମାନଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି।

ମାର୍ଚ୍ଚ ୨୬ ତାରିଖରୁ ସରକାର ରିଲିଫ ଘୋଷଣା କରିଥିଲେ ମଧ୍ୟ ତାହା ଲୋକଙ୍କ ପାଖରେ ଏବେ ଅପହଁଚ ହେଇ ରହିଥିବା ସାଧାରଣ ଲୋକଙ୍କ ଠାରୁ ଜଣାଯାଇଛି। ଏପରି ମହାମାରୀ ସମୟରେ ଅସହାୟ ଗରିବ ପରିବାରଙ୍କୁ ବରିଷ୍ଠ ଆଇନଜୀବୀ ଶ୍ରୀ କାନୁନଗୋ ସହାୟତାର ହାତ ବଢ଼ାଇଥିବାରୁ ଉକ୍ତ ଅଞ୍ଚଳର ଅଗ୍ନି କୁଣ୍ଡ, ଦୁଆ, ବଡ଼ଗା, କୁସୁପୁର ଗଡହରିଶପୁର, ଅlମ୍ବିକ, ଆଦି ଅଞ୍ଚଳରେ ତାଙ୍କୁ ଭୂୟସୀ ପ୍ରଶଂସାକରାଯାଉଛି।

Categories
ଆଞ୍ଚଳିକ

ଗୋରେଖନାଥ ମନ୍ଦିରରେ ୧୪୪ ଧାରା ଜାରୀ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଭାବେ ପରିଚିତ କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥଙ୍କ ପୀଠରେ ଆସନ୍ତା ତା.୨୬.୪.୨୦ ଠାରୁ ୦୩.୦୫.୨୦ରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ଯଜ୍ଞ ଓ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସେଠାରେ୧୪୪ ଧାରା ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ପୂଜକଙ୍କୁ ମିଶାଇ ଚାରି ଜଣରୁ ଅଧିକ ଏକାଠି ହୋଇ ପାରିବେ ନାହିଁ। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି। ୧୪୪ ଧାରା ତା.୨୬. ୪.୨୦ ରିଖରୁ ତା.୦୩.୦୫.୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାର ଅବମାନନା କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ଭୁତାଣୁର ଦ୍ରୁତ ସଂକ୍ରମଣ କୁ ପ୍ରତିରୋଧ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

ରମେଶ ମହାନ୍ତି
ଜଗତସିଂହପୁର: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭି.ସି ରୁମ୍ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କରିଥିଲେ।

ଜିଲ୍ଲାର ଗ୍ରାମାଞ୍ଚଳରେ ଗତକାଲି ସୁଦ୍ଧା ୧୬୯ଟି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୌରାଞ୍ଚଳର ୪ଟି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତକାଲି ସୁଦ୍ଧା ୧୬ ହଜାରରୁ ଉର୍ଦ୍ଧ୍ଵ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୧୪୯୩.୮୨ କ୍ୱିଣ୍ଟାଲ ଚାଉଳ/ଗହମ ବଣ୍ଟନ କରାଯାଇଛି। ଜିଲ୍ଲାର ୮୨ଟି ପଞ୍ଚାୟତରେ ନିରାଶ୍ରୟ, ଅଭାବଗ୍ରସ୍ତ, ପୀଡିତ ବୃଦ୍ଧ, ବୃଦ୍ଧା ୧୧୯୬୯ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୧୧୫୯ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୧,୦୪,୨୧୯ ହିତାଧିକାରୀଙ୍କୁ ଗତକାଲି ସୁଦ୍ଧା ୨୨କୋଟି ୨୬ଲକ୍ଷ ୫୨୧ ହଜାର ଟଙ୍କା ବଣ୍ଟନ କରାଯାଇଛି। ୭୭ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଏପ୍ରିଲ ୫ ସୁଦ୍ଧା ସମସ୍ତ ଭତ୍ତା ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟାହ୍ନ ଭୋଜନ ବାବଦରେ ରାଇସ୍ କୁପନ ୭୫,୮୬୫ ପିଲାଙ୍କର ଅଭିଭାବକ ମାନଙ୍କୁ ବଣ୍ଟାଯାଇ ୯୯.୭୩ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଉପଯୁକ୍ତ ଜୀବାଣୁ ଶୁନ୍ୟ କରିବା ଓ ସଫାସୁତୁରା ରଖିବା ପ୍ରତି କେନ୍ଦ୍ର ସହିତ ଅଙ୍ଗନବାଡ଼ି ଓ ଏ. ଏନ୍.ଏମ୍ ସମନ୍ୱୟ ରକ୍ଷାକରିବେ।ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଚାଉଳ ସହିତ ୧ହଜାର ଟଙ୍କା ପ୍ରଦାନ କରାଯିବ। ସମୂହ ପ୍ରାର୍ଥନା, ନମାଜ୍ ଉପରେ କଟକଣା ଜାରି କରାଯାଇଛି। କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସର୍ବସାଧାରଣଙ୍କ ସାମାଜିକ ଦୂରତ୍ୱ ଓ ବାହାରେ ବୁଲାବୁଲି, ଗୃହ ସଂଗରୋଧ ଏବଂ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତେଜରାତି ସଉଦା, ପନିପରିବା,ମାଛ,ମାଂସ,ଫଳ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି। ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ସବୁଦିନ ଖୋଲା ରହିବ। ସାପ୍ତାହିକ ହାଟ ସପ୍ତାହରେ ଗୋଟିଏ ଦିନ ଏହି ସମୟରେ ଖୋଲାରହିବ। ଏହି କଟକଣା ଔଷଧ ଦୋକାନ ପାଇଁ ଲାଗୁ ହେବନାହିଁ। ଜଗତସିଂହପୁର ସୋମନାଥ ହାଟ ପୋଷ୍ଟଅଫିସ୍ ଛକଠାରୁ କଲେଜ୍ ଛକ ପର୍ଯ୍ୟନ୍ତ ଏବଂ ଏସ୍.ଭି.ଏମ୍ କଲେଜ୍ କ୍ୟାମ୍ପସରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ଖାଦ୍ୟସୁରକ୍ଷା ହିତାଧିକାରୀ ମାନଙ୍କୁ ଦିଆଯିବ ଅଗ୍ରୀମ ୩ମାସର ଚାଉଳ, ଗହମ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଗାମୀ ଏପ୍ରିଲ, ମେ ଏବଂ ଜୁନ୍ ମାସ ନିମନ୍ତେ ଚାଉଳ ଓ ଗହମ ଯୋଗାଇ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଜାତୀୟ ଖାଦ୍ୟସୁରକ୍ଷା, ରାଜ୍ୟ ଖାଦ୍ୟସୁରକ୍ଷା, ଅନ୍ତୋର୍ଦୟ ଓ ଅନ୍ନପୂର୍ଣା ହିତାଧିକାରୀଙ୍କୁ ଚାଉଳ, ଗହମ ସେମାନଙ୍କ ଘରେ ପହଂଚାଇବା ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତ ବି.ଡି.ଓ ଏବଂ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଚାଉଳ ଓ ଗହମ ବଣ୍ଟନ ସମୟରେ ଯେପରି ସାମାଜିକ ଦୂରତା ବଜାୟ ରହେ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି।

ସେମାନେ କ୍ଷେତ୍ରୀୟ କର୍ମଚାରୀଙ୍କ ଦ୍ୱାରା ଚାଉଳ, ଗହମ ଉଠାଣ ଓ ବଣ୍ଟନ ପ୍ରକ୍ରିଆକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ରିଟେଲର୍ ତୁରନ୍ତ ହିତାଧିକାରୀଙ୍କୁ ବଣ୍ଟନ ଆରମ୍ଭ କରିବେ, ଗୋଟିଏ ଗ୍ରାମ କିମ୍ବା ୱାର୍ଡରେ ବଣ୍ଟନ ସମୟରେ ସ୍ୱଳ୍ପ ହିତାଧିକାରୀଙ୍କୁ ଏକାଠି କରିବେ, ଡିଲର୍ ମାନେ ଏକରୁ ଅଧିକ ଗ୍ରାମ କିମ୍ବା ୱାର୍ଡରେ ବାଣ୍ଟିବାକୁ ଥିଲେ ନିର୍ଦ୍ଦିଷ୍ଟ ଗ୍ରାମ/ୱାର୍ଡରେ ବଣ୍ଟନର ସୁବ୍ୟବସ୍ଥା କରିବେ। ଯେପରି ହିତାଧିକାରୀମାନେ ଡିଲର୍ ପଏଣ୍ଟକୁ ଆସିବେ ନାହିଁ। କୌଣସି ଅନୁଷ୍ଠାନ ଯଥା ଗ୍ରାମପଂଚାୟତ, ମହିଳା ସ୍ୱୟଂ ସହାୟକ ଦଳ, ସମବାୟ ସମିତି ଦ୍ୱାରା ବଣ୍ଟନ ବେଳେ ସଂପୃକ୍ତ ଗ୍ରାମ/ୱାର୍ଡରେ ଉପକେନ୍ଦ୍ର ଗୁଡିକ ଖୋଲାଯାଇ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ।ଯେପରି ହିତାଧିକାରୀ ମାନେ ଡିଲର ମାନଙ୍କ ପାଖକୁ ନଆସନ୍ତି। ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅସୁସ୍ଥ ହିତାଧିକାରୀଙ୍କୁ ସେମାନଙ୍କ ଘରେ ଚାଉଳ, ଗହମ ପହଂଚାଇବା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ଯେପରି ଅଧିକ ସମାଗମ ନହୁଏ ସେପରି ବ୍ୟବସ୍ଥା କରିବାକୁ କୁହାଯାଇଛି। ବଣ୍ଟନ ସମୟରେ ହିତାଧିକାରୀଙ୍କ ବାୟୋମାଟ୍ରିକ୍ ନନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜଗତସିଂହପୁର ଜିଲ୍ଲାରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ୧୪୭୪୪୮ ପରିବାରର ୫୬୪୯୦୭ ସଦସ୍ୟଙ୍କ ନିମନ୍ତେ ପ୍ରତ୍ୟେକ ମାସପାଇଁ ୧୮୫୬୭.୨୯ କ୍ୱିଣ୍ଟାଲ ଚାଉଳ /୯୬୭୮.୦୬ କ୍ୱିଣ୍ଟାଲ ଗହମ ଓ ଅନ୍ତର୍ଦୋୟ ଅନ୍ନ ଯୋଜନାରେ ୧୮୪୩୫ ପରିବାରର ୬୮୩୮୨ ସଦସ୍ୟଙ୍କ ନିମନ୍ତେ ୬୮୪୫୨.୨୫ କ୍ୱିଣ୍ଟାଲ ଚାଉଳ, ଅନ୍ନପୁର୍ଣା ଯୋଜନାରେ ୬୦୪ଜଣ ହିତାଧିକାରୀଙ୍କ ନିମନ୍ତେ ୬୦.୪୦ କ୍ୱିଣ୍ଟାଲ ଚାଉଳ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ୧୪୬୯ ପରିବାରର ୫୧୦୦ ସଦସ୍ୟଙ୍କ ନିମନ୍ତେ ୨୫୫ କ୍ୱିଣ୍ଟାଲ ଚାଉଳ ଯୋଗାଣ କରାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ କରୋନା ପାଇଁ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ବାତିଲ୍

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀକୁ ବାତିଲ କରାଯାଇଛି। ଏଥିସହିତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ପରିକ୍ଷା ଗୁଡିକ ଯଥାରିତୀ ଅନୁଷ୍ଠିତ ହେବ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମଣ ସଂକ୍ରାନ୍ତୀୟ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଡିସପେନସାରୀ, ସବ୍ ସେଣ୍ଟରରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ମୁଖ୍ୟ ଚିକିତ୍ସାଳୟ ପରିସରରେ ଲାଗିଥିବା ଏଲ୍.ଇ.ଡି ଟିଭି ମାଧ୍ୟମରେ କରୋନା ସଂକ୍ରାନ୍ତୀୟ ସତର୍କ ସୂଚନା ପ୍ରଦର୍ଶନ କରାଯାଉଛି। ଚିକିତ୍ସା ଅଧିକାରୀ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ମାନେ ପଂଚାୟତ ଓ ସାଧାରଣ ସ୍ଥାନରେ କରୋନା ସଂକ୍ରାନ୍ତୀୟ ସତର୍କ ସୂଚନା ଓ ପ୍ରତିଷେଧକ ବ୍ୟବସ୍ଥା ସଂମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି।

ବାହାର ଦେଶରୁ ଆସୁଥିବା ଲୋକମାନଙ୍କ ସଂମ୍ପର୍କରେ ସଠିକ୍ ବିବରଣୀ ଓ କେଉଁମାନଙ୍କ ସଂଷ୍ପର୍ଶରେ ଆସିଛନ୍ତି ସେ ସଂମ୍ପର୍କରେ ସଠିକ ତଥ୍ୟ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇଦିଆଯାଇଛି। ପାରାଦ୍ୱୀପ ପୋର୍ଟରେ ବାହାରୁ ଆସୁଥିବା ଲୋକଙ୍କୁ ପୋର୍ଟ ହସପିଟାଲରେ ସ୍ର୍କିନିଂ କରାଯାଉଛି।ଯେଉଁମାନଙ୍କୁ ସଂନ୍ଦେହ କରାଯାଉଛି ସେମାନଙ୍କର ସାମ୍ପଲ ଟେଷ୍ଟ ପାଇଁ ପଠାଯାଉଛି।

ଏପରିକି ମେଳା,ମହୋତ୍ସବ, ଜନସମାବେଶ ଇତ୍ୟାଦି ଉପରେ କଟକଣା ଜାରି କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଦାୟୀତ୍ୱ ପ୍ରଦାନ କରିଛନ୍ତି। ଏହାର ବ୍ୟତିକ୍ରମ ହେଲେ ଆଇନ୍ ଅନୂଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ନୀତି ନିୟମ ଆଦେଶନାମା ଜାରି କରିଛନ୍ତି। କୌଣସି ସାଂସ୍କୃତିକ ଦଳକୁ ରାଜ୍ୟ ଭିତରେ ଓ ବାହାରକୁ ପ୍ରେରଣ କରାଯିବ ନାହିଁ।

ଏଥିସହିତ ସାଧାରଣସଭା, ସେମିନାର, କର୍ମଶାଳା, କନଫରେନ୍ସ, ଜନତାସମାବେଶ, ମେଗାଇଭେଣ୍ଟ, ମେଳା, ସଚେତନତା ଅଭିଯାନ ଗୁଡିକୁ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥଗିତ ରଖାଯାଇଛି। ସଂସ୍କୃତି ବିଭାଗ ପାଠାଗାର ଓ ମଣ୍ଡପ ଗୁଡିକୁ ବନ୍ଦ ରଖାଯାଇଛି। ବାହାଘର ପ୍ରସେସନ୍ କୁ ବାରଣ କରାଯାଇଛି।ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରଶାସନିକ ଅନୁମତି ବିନା ଆୟୋଜନ କରାଯାଇ ପାରିବନାହିଁ। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ତିକ୍ଷ୍ଣ ଦୃଷ୍ଟି ରଖାଯାଇଛି।ଚଳିତମାସ ମାର୍ଚ୍ଚ ୧୭ ତାରିଖ ଦିନ ୧୨ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏସଂମ୍ପର୍କରେ ଏକ ବୈଠକ ଆୟୋଜନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ବ୍ଲକ୍‌ ଓ ମ୍ୟୁନିସିପାଲିଟି ପାଇଁ ବିଜେଡି ସଭାପତି ଚୟନ

ରଞ୍ଜିତ୍‌ ପଣ୍ଡା

ଜଗତସିଂହପୁର :  ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ମ୍ୟୁନିସିପାଲିଟି ତଥା ବ୍ଲକ୍‌ର ବିଜେଡି ସଭାପତି ଚୟନ କରାଯାଇଥିବାବେଳେ କେବଳ କୁଜଙ୍ଗର ସଭାପତି ଚୟନ କରାଯାଇନାହିଁ । ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବଂ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟ ଶ୍ରୀଯୁକ୍ତ ପ୍ରତାପ କିଶୋର ଦେବଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ଥିବା ୭ଟି ବ୍ଲକ୍‌ ଓ ୨ଟି ମ୍ୟୁନିସିପାଲଟିର ପାଇଁ ନିର୍ବାଚିତ ହୋଇଥିବା ବିଜୁଜନତା ଦଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ନିମ୍ନରେ ସମସ୍ତ ବ୍ଲକ ସଭାପତିଙ୍କ ନାମ:

୧-ଜଗତିସିଂହପୁର ବ୍ଲକ : ମନୋଜ କୁମାର ଭୋଇ

୨-ବାଲିକୁଦା ବ୍ଲକ : ରତ୍ନାକର ନାୟକ

୩-ନାଉଗାଁ ବ୍ଲକ : ସୁଜିତ୍‌ କୁମାର ମଲ୍ଲିକ

୪-ରଘୁନାଥପୁର ବ୍ଲକ : ଦେବାଶିଷ ତ୍ରିପାଠୀ

୫-ବିରିଡି ବ୍ଲକ : ରବୀନ୍ଦ୍ର ରାଉଳ

୬-ତିର୍ତ୍ତୋଲ ବ୍ଲକ : ଗଙ୍ଗାଧର ବିଶ୍ବାଳ

୭-ଏରସମା ବ୍ଲକ : ପୀତବାସ ଗୋଚ୍ଛାୟତ

ମ୍ୟୁନିସିପାଲଟି ସଭାପତିଙ୍କ ନାମ:

୧-ପାରାଦ୍ବୀପ ମ୍ୟୁନିସିପାଲଟି : ବସନ୍ତ ବିଶ୍ବାଳ

୨-ଜଗତସିଂହପୁର ମ୍ୟୁନିସିପାଲଟି : ପ୍ରିୟବ୍ରତ ମହାପାତ୍ର

Categories
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳ ଓ ଏରମାସ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ  ଏକ ସମୀକ୍ଷା  ବୈଠକ କରିଥିଲେ। ମୁଖ୍ୟ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବା ସହିତ ଜିଲ୍ଲାର ଶିକ୍ଷାର ମାନବୃଦ୍ଧି ଦିଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ ଓ କୃଷି ବିଭାଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଜିଲ୍ଲାରେ ହୋଇଥିବା ଉନ୍ନତି ତଥା ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।