Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁଟାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍‌ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି।

ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍‌ଗେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହିତ ତୃତୀୟ ଥର ପାଇଁ ତାଙ୍କର ଏହି ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ଏଭଳି ଭବ୍ୟ ଅଭିନନ୍ଦନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍‌ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଟାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରେ ଏବଂ ଏହା ଦ୍ୱିପାକ୍ଷିକ ସହଭାଗୀତାର ଏକ ଅନୁକରଣୀୟ ଉଦାହରଣ। ଭୁଟାନ ଓ ଭାରତ ମଧ୍ୟରେ ରହିଥିବା ଏହି ଅଭିନବ ବନ୍ଧୁତା ଓ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ସକଳ କ୍ଷେତ୍ରରେ ସର୍ବାଧିକ ଆସ୍ଥା, ଶୁଭେଚ୍ଛା ଏବଂ ପାରସ୍ପରିକ ବୁଝାମଣା ଉପରେ ଭାରତ- ଭୁଟାନ ସହଭାଗୀତାର ଭିତ୍ତି ଆଧାରିତ ଏବଂ ଏହାକୁ ଜନ-ଜନ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଆହୁରି ସୁଦୃଢ଼ କରୁଛି ଏବଂ ଏଥି ସହିତ ଦୁଇ ଦେଶ ମଧ୍ୟରେ ନିବିଡ଼ ଆର୍ଥିକ ଓ ବିକାଶ ସହଭାଗିତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର

କନ୍ୟାକୁମାରୀରେ ସାଧନାରୁ ଜନ୍ମ ନେଲା ନୂଆ ସଂକଳ୍ପ : ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଲେଖକ: ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

 ମୋର ପ୍ରିୟ ଦେଶବାସୀଗଣ,

ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି। ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି… ମୁଁ ନିଜ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛି ।

ବାସ୍ତବରେ ଏହି ୨୪ ନିର୍ବାଚନରେ ଅନେକ ସୁଖଦ ସଂଯୋଗ ଦେଖିବାକୁ ମିଳିଛି। ଅମୃତକାଳର ଏହି ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଠରୁ ପ୍ରଚାର ଆରମ୍ଭ କରିଥିଲି । ମା’ ଭାରତୀର ପରିକ୍ରମା କରି ଏହି ନିର୍ବାଚନର ମୋର ଶେଷ ସଭା ପଞ୍ଜାବର ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା। ସନ୍ଥ ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି ପଞ୍ଜାବରେ ଶେଷ ସଭା ହେବାର ସୌଭାଗ୍ୟ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର।

ଏହାପରେ କନ୍ୟାକୁମାରୀରେ ଭାରତ ମାତାଙ୍କ ଚରଣରେ ବସିବାର ସୁଯୋଗ ପାଇଥିଲି। ସେହି ପ୍ରାରମ୍ଭିକ ମୁହୂର୍ତ୍ତରେ ମୋ ମନରେ ନିର୍ବାଚନର କୋଳାହଳ ଗୁଞ୍ଜରିତ ହେଉଥିଲା। ସଭା, ସଡ଼କ ଶୋଭାଯାତ୍ରାରେ ମୁଁ ଦେଖିଥିବା ଅଗଣିତ ଚେହେରା ମୋ ଆଖି ସାମ୍ନାକୁ ଆସୁଥିଲା। ମା’, ଭଉଣୀ ଓ ଝିଅମାନଙ୍କର ଅସୀମ ସ୍ନେହର ସେହି ଜୁଆର, ସେମାନଙ୍କ ଆଶୀର୍ବାଦ… ସେହି ବିଶ୍ୱାସ, ଯାହା ସେମାନଙ୍କ ଆଖିରେ ମୋ ପାଇଁ ପ୍ରତିଫଳିତ ହୋଇଥିଲା … ମୁଁ ସବୁ କିଛି ଅନୁଭବ କରୁଥିଲି । ମୋ ଆଖି ଆର୍ଦ୍ର ହୋଇଯାଇଥିଲା… ମୁଁ ଶୂନ୍ୟତା ଭିତରକୁ ଯାଉଥିଲି, ସାଧନାରେ ପ୍ରବେଶ କରୁଥିଲି।

ଅଳ୍ପ କିଛି ମୁହୂର୍ତ୍ତରେ ରାଜନୈତିକ ବିବାଦ, ଆକ୍ଷେପ ଓ ପ୍ରତିଆକ୍ଷେପ… ଅଭିଯୋଗର ସ୍ୱର ଓ ଶବ୍ଦ ଶୂନ୍ୟତା ଭିତରେ ସମାହିତ ହୋଇଯାଇଥିଲା। ମନରେ ଥିବା ବୈରାଗ୍ୟ ଭାବନା ଆହୁରି ତୀବ୍ର ହୋଇଗଲା… ମୋ ମନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା।

ଏତେ ବଡ଼ ଦାୟିତ୍ୱ ମଧ୍ୟରେ ଏଭଳି ସାଧନା କଷ୍ଟକର, କିନ୍ତୁ କନ୍ୟାକୁମାରୀର ମାଟି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ଏହାକୁ ସହଜ କରିଦେଇଥିଲା। ମୁଁ ମଧ୍ୟ ମୋ କାଶୀ ଭୋଟରଙ୍କ ଚରଣରେ ସାଂସଦ ଭାବେ ମୋର ନିର୍ବାଚନକୁ ଛାଡି ଏଠାକୁ ଆସିଥିଲି।

ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ସେ ମୋତେ ଜନ୍ମରୁ ଏହି ସଂସ୍କାର ଦେଇଛନ୍ତି। ମୁଁ ଏହା ମଧ୍ୟ ଭାବୁଥିଲି ଯେ ସ୍ୱାମୀ ବିବେକାନନ୍ଦ ଜୀ ସେହି ସ୍ଥାନରେ ତାଙ୍କ ସାଧନା ସମୟରେ କ’ଣ ଅନୁଭବ କରିଥିବେ ! ମୋ ସାଧନାର କିଛି ଅଂଶ ଏହି ପ୍ରକାର ବିଚାରରେ ପ୍ରବାହିତ ହେଲା ।

ଏହି ବୈରାଗ୍ୟ ମଧ୍ୟରେ, ଶାନ୍ତି ଏବଂ ନିରବତା ମଧ୍ୟରେ, ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାରତର ଲକ୍ଷ୍ୟ ପାଇଁ ନିରନ୍ତର ବିଚାରରେ ବୁଡ଼ି ରହିଥିଲି। କନ୍ୟାକୁମାରୀର ଉଦୀୟମାନ ସୂର୍ଯ୍ୟ ମୋ ବିଚାରକୁ ନୂତନ ଉଚ୍ଚତା ଦେଇଥିଲା, ସମୁଦ୍ରର ବିଶାଳତା ମୋ ବିଚାରକୁ ବିସ୍ତାର କରିଥିଲା, ଆଉ ଦିଗନ୍ତର ବିସ୍ତାର ମୋତେ ବ୍ରହ୍ମାଣ୍ଡର ଗଭୀରତାରେ ଥିବା ଏକାତ୍ମ ଭାବନା ଏବଂ ମୁକ୍ତ ବିଚାର ବିଷୟରେ ନିରନ୍ତର ଅନୁଭବ କରାଇଥିଲା । ଲାଗୁଥିଲା, ଯେମିତି କିଛି ଦଶନ୍ଧି ପୂର୍ବେ ହିମାଳୟ କୋଳରେ କରିଥିବା ଚିନ୍ତନ ଓ ଅନୁଭୂତି ପୁନର୍ଜୀବିତ ହେଉଛି।

ସାଥୀମାନେ,

କନ୍ୟାକୁମାରୀର ଏହି ସ୍ଥାନ ସବୁବେଳେ ମୋ ମନର ଅତି ନିକଟତର ରହିଆସିଛି। କନ୍ୟାକୁମାରୀଠାରେ ବିବେକାନନ୍ଦ ଶିଳା ସ୍ମାରକୀକୁ ଶ୍ରୀ ଏକନାଥ ରାନାଡେ ଜୀ ନିର୍ମାଣ କରାଇଥିଲେ। ଏକନାଥଜୀଙ୍କ ସହ ମୋତେ ବହୁତ ଭ୍ରମଣ କରିବାର ସୁଯୋଗ ମିଳିଥିଲା। ଏହି ସ୍ମାରକୀ ନିର୍ମାଣ ସମୟରେ କିଛି ସମୟ କନ୍ୟାକୁମାରୀରେ ରହିବା ଓ ଦର୍ଶନ କରିବା ସ୍ୱାଭାବିକ ଥିଲା।

କାଶ୍ମୀରରୁ କନ୍ୟାକୁମାରୀ… ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଏହା ହେଉଛି ଆମର ସାଧାରଣ ପରିଚୟ। ଏହା ହେଉଛି ସେହି ଶକ୍ତିପୀଠ ଯେଉଁଠାରେ ମା’ ଶକ୍ତି କନ୍ୟାକୁମାରୀ ଭାବରେ ଅବତାର ନେଇଥିଲେ। ଏହି ଦକ୍ଷିଣ ପ୍ରାନ୍ତରେ ମା’ ଶକ୍ତି ତପସ୍ୟା କରି ଭାରତର ଉତ୍ତର ପ୍ରାନ୍ତରେ ହିମାଳୟରେ ବସିଥିବା ଭଗବାନ ଶିବଙ୍କୁ ଅପେକ୍ଷା କରି ରହିଥିଲେ।

କନ୍ୟାକୁମାରୀ ହେଉଛି ସଙ୍ଗମସ୍ଥଳୀର ଭୂମି। ଆମ ଦେଶର ପବିତ୍ର ନଦୀଗୁଡ଼ିକ ବିଭିନ୍ନ ସମୁଦ୍ରରେ ମିଶିଥାନ୍ତି ଏବଂ ଏଠାରେ ସେହି ସମୁଦ୍ରମାନେ ମିଶିଛନ୍ତି ।  ଏଠାରେ ଆଉ ଏକ ମହାନ ସମାଗମ ହୋଇଥାଏ – ଭାରତର ଆଦର୍ଶଗତ ସଙ୍ଗମ!

ବିବେକାନନ୍ଦ ଶିଳା ସ୍ମାରକୀ ସହିତ ସନ୍ଥ ତିରୁୱଲ୍ଲୁବରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି, ଗାନ୍ଧୀ ମଣ୍ଡପମ୍ ଏବଂ କାମରାଜର୍‌ ମଣି ମଣ୍ଡପମ୍ ରହିଛି। ମହାନ ବୀରମାନଙ୍କର ବିଚାର ଏଠାରେ ରାଷ୍ଟ୍ର ଚିନ୍ତନର ସଂଗମ ସୃଷ୍ଟି କରିଥାଏ। ଏହା ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ମହାନ ପ୍ରେରଣା ସୃଷ୍ଟି ହୋଇଥାଏ । ଯେଉଁମାନେ ଭାରତ ଓ ରାଷ୍ଟ୍ରର ଏକତା ଉପରେ ସନ୍ଦେହ କରନ୍ତି, ସେମାନଙ୍କୁ କନ୍ୟାକୁମାରୀର ଏହି ଭୂମି ଏକତାର ଏକ ଅବିସ୍ମରଣୀୟ ବାର୍ତ୍ତା ଦେଇଥାଏ।

କନ୍ୟାକୁମାରୀରେ ଥିବା ସନ୍ଥ ତିରୁୱଲ୍ଲୁବରଙ୍କ ବିଶାଳ ପ୍ରତିମୂର୍ତ୍ତି ସମୁଦ୍ରରୁ ମା’ ଭାରତୀଙ୍କ ବିସ୍ତାରକୁ ଦେଖୁଥିବା ପ୍ରତୀୟମାନ ହୋଇଥାଏ। ତାଙ୍କ ରଚନା ‘ତିରୁକୁରଲ’ ତାମିଲ ସାହିତ୍ୟର ରତ୍ନ ସହ ଜଡ଼ିତ ଏକ ମୁକୁଟ ପରି । ଏଥିରେ ଜୀବନର ପ୍ରତ୍ୟେକ ଦିଗକୁ ବର୍ଣ୍ଣନା କରାଯାଇଛି, ଯାହା ଆମକୁ ନିଜ ପାଇଁ ଏବଂ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ । ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ମଧ୍ୟ ମୋର ବଡ଼ ସୌଭାଗ୍ୟ।

ସାଥୀମାନେ,

ସ୍ୱାମୀ ବିବେକାନନ୍ଦ କହିଥିଲେ- ପ୍ରତ୍ୟେକ ରାଷ୍ଟ୍ରର ଏକ ବାର୍ତ୍ତା ଥାଏ, ପୂରଣ କରିବା ଲାଗି ଏକ ଲକ୍ଷ୍ୟ ଥାଏ, ପହଞ୍ଚିବା ପାଇଁ ଏକ ଭାଗ୍ୟ ଥାଏ।

ହଜାର ହଜାର ବର୍ଷ ଧରି ଭାରତ ଏହି ଭାବନା ସହିତ ସାର୍ଥକ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି। ଭାରତ ହଜାର ହଜାର ବର୍ଷ ଧରି ବିଭିନ୍ନ ବିଚାରର ଗବେଷଣା କେନ୍ଦ୍ର ପାଲଟିଛି। ଆମେ ଆର୍ଥିକ କିମ୍ବା ଭୌତିକ ମାନଦଣ୍ଡରେ ଯାହା ଅର୍ଜିତ କରିଥିଲୁ ତାହାକୁ ଆମର ବ୍ୟକ୍ତିଗତ ପୁଞ୍ଜି କେବେ ବି ଭାବିନାହୁଁ। ସେଥିପାଇଁ ‘ଇଦଂ ନ ମମ’ ଏହା ଭାରତ ଚରିତ୍ରର ଏକ ପ୍ରାକୃତିକ ଓ ସ୍ୱାଭାବିକ ଅଙ୍ଗ ପାଲଟିଯାଇଛି।

ଭାରତର କଲ୍ୟାଣ ମାଧ୍ୟମରେ ବିଶ୍ୱକଲ୍ୟାଣ ଏବଂ ଭାରତର ପ୍ରଗତି ମାଧ୍ୟମରେ ବିଶ୍ୱର ପ୍ରଗତି,  ସ୍ୱାଧୀନତା ଆନ୍ଦୋଳନ ମଧ୍ୟ ଏହାର ଏକ ବଡ଼ ଉଦାହରଣ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା। ସେତେବେଳେ ପୃଥିବୀର ଅନେକ ଦେଶ ଦାସତ୍ୱରେ ଥିଲେ । ଭାରତର ସ୍ୱାଧୀନତା ମଧ୍ୟ ସେହି ଦେଶଗୁଡ଼ିକୁ ପ୍ରେରଣା ଦେଇଥିଲା ଓ ସୁଦୃଢ଼ କରିଥିଲା ଫଳରେ ସେମାନେ ସ୍ୱାଧୀନତା ପାଇଥିଲେ । ନିକଟରେ କରୋନା ଭଳି କଠିନ ସମୟର ଉଦାହରଣ ମଧ୍ୟ ଆମ ସାମ୍ନାରେ ରହିଛି । ଯେତେବେଳେ ଗରିବ ଏବଂ ବିକାଶଶୀଳ ଦେଶଗୁଡ଼ିକ ବିଷୟରେ ଆଶଙ୍କା ପ୍ରକାଶ କରାଯାଉଥିଲା, ଭାରତର ସଫଳ ପ୍ରୟାସ ସେସବୁ ଦେଶକୁ ଉତ୍ସାହିତ କରିଥିଲା ଏବଂ ସେମାନଙ୍କୁ ସହଯୋଗ ମଧ୍ୟ ମିଳିଲା ।

ଆଜି ଭାରତର ଶାସନ ମଡେଲ ବିଶ୍ୱର ଅନେକ ଦେଶ ପାଇଁ ଉଦାହରଣ ପାଲଟିଛି । ମାତ୍ର ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବା ଅଭୂତପୂର୍ବ। ଜନହିତକର ସୁଶାସନ, ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକ ଭଳି ଅଭିନବ ପରୀକ୍ଷଣ ଆଜି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଗରିବଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଅନ୍ତିମ ସୋପାନରେ ସୁବିଧା ଓ ସେବା ପହଞ୍ଚାଇବା ପର୍ଯ୍ୟନ୍ତ ଅନ୍ତିମ ପଙ୍କ୍ତିରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବା ପାଇଁ ଆମର ପ୍ରୟାସ ବିଶ୍ୱକୁ ପ୍ରେରଣା ଦେଇଛି।

ଆମେ କିପରି ଗରିବମାନଙ୍କୁ ସଶକ୍ତ କରିବା, ସ୍ୱଚ୍ଛତା ଆଣିବା ଏବଂ ସେମାନଙ୍କୁ ଅଧିକାର ଦେବା ପାଇଁ ପ୍ରଯୁକ୍ତିର ବ୍ୟବହାର କରିପାରିଛୁ, ବିଶ୍ୱ ପାଇଁ ତାହାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନ। ଭାରତରେ ଶସ୍ତା ଡାଟା ଗରିବ ଲୋକଙ୍କୁ ସୂଚନା ଓ ସେବା ମିଳିବା ସୁନିଶ୍ଚିତ କରି ସାମାଜିକ ସମାନତାର ମାଧ୍ୟମ ପାଲଟିଛି। ସମଗ୍ର ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଏହି ସାର୍ବଜନୀନକରଣକୁ ଗବେଷଣା ଦୃଷ୍ଟିକୋଣରୁ ଦେଖୁଛି ଏବଂ ବଡ଼ ବଡ଼ ବୈଶ୍ୱିକ ସଂଗଠନମାନେ ଆମ ମଡେଲରୁ ଶିଖିବା ପାଇଁ ଅନେକ ଦେଶକୁ ପରାମର୍ଶ ଦେଉଛନ୍ତି।

ଆଜି ଭାରତର ପ୍ରଗତି ଏବଂ ଭାରତର ଉନ୍ନତି କେବଳ ଭାରତ ପାଇଁ ଏକ ବଡ଼ ସୁଯୋଗ ନୁହେଁ। ସମଗ୍ର ବିଶ୍ୱରେ ଥିବା ଆମର ସମସ୍ତ ସାଥୀ ଦେଶ ମାନଙ୍କ ପାଇଁ ମଧ୍ୟ ଏହା ଏକ ଐତିହାସିକ ଅବସର । ଜି-୨୦ର ସଫଳତା ପରେ ଭାରତର ଏହି ଭୂମିକାକୁ ବିଶ୍ୱ ଅଧିକ ମୁଖର ହୋଇ ଗ୍ରହଣ କରୁଛି। ଆଜି ଭାରତ ଗ୍ଲୋବାଲ୍‌ ସାଉଥ୍‌ ବା ଦକ୍ଷିଣ ବିଶ୍ୱର ଏକ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବରେ ସ୍ୱୀକୃତି ହାସଲ କରିଛି। ଭାରତର ଉଦ୍ୟମରେ ଆଫ୍ରିକୀୟ ସଂଘ ଜି-୨୦ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା। ଏହା ସମସ୍ତ ଆଫ୍ରିକୀୟ ଦେଶର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇଛି।

ବନ୍ଧୁଗଣ,

ନୂଆ ଭାରତର ଏହି ରୂପ ଆମକୁ ଗର୍ବ ଓ ଗୌରବରେ ଭରି ଦେଇଥାଏ, କିନ୍ତୁ ଏହା ସହିତ ୧୪୦ କୋଟି ଦେଶବାସୀଙ୍କୁ ନିଜ କର୍ତ୍ତବ୍ୟର ମଧ୍ୟ ଅନୁଭବ କରାଇଥାଏ। ଏବେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନକରି ଆମକୁ ବଡ଼ ଦାୟିତ୍ୱ ଓ ବଡ଼ ଲକ୍ଷ୍ୟ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ଆମର ନୂଆ ସ୍ୱପ୍ନ ଅଛି । ନିଜ ସ୍ୱପ୍ନକୁ ନିଜ ଜୀବନ ଭାବେ ଗ୍ରହଣ କରନ୍ତୁ ଏବଂ ସେହି ସ୍ୱପ୍ନକୁ ସାକାର କରିବା ଆରମ୍ଭ କରନ୍ତୁ।

ଆମକୁ ଭାରତର ବିକାଶକୁ ଏକ ବିଶ୍ୱ ପରିପ୍ରେକ୍ଷୀରେ ଦେଖିବାକୁ ପଡିବ ଏବଂ ଏଥିପାଇଁ ଆମେ ଭାରତର ଅନ୍ତର୍ନିହିତ ସମ୍ଭାବନାକୁ ବୁଝିବା ଜରୁରୀ । ଆମକୁ ଭାରତର ଶକ୍ତିକୁ ସ୍ୱୀକାର ଏବଂ ସୁଦୃଢ଼ କରିବାକୁ ପଡିବ ଏବଂ ବିଶ୍ୱର ସ୍ୱାର୍ଥ ପାଇଁ ଏହାର ପୂର୍ଣ୍ଣ ଉପଯୋଗ କରିବାକୁ ହେବ। ଆଜିର ବୈଶ୍ୱିକ ପରିସ୍ଥିତିରେ, ଏକ ଯୁବ ରାଷ୍ଟ୍ର ଭାବରେ ଭାରତର ସାମର୍ଥ୍ୟ ଆମ ପାଇଁ ଏକ ଏପରି ସୁଖଦ ସଂଯୋଗ, ଯେଉଁଠାରୁ ଆମକୁ ଆଉ ପଛକୁ ଫେରି ଦେଖିବାକୁ ପଡିବ ନାହିଁ।

ଏକବିଂଶ ଶତାବ୍ଦୀର ବିଶ୍ୱ ଭାରତକୁ ବହୁତ ଆଶାର ସହ ଦେଖୁଛି । ଆହୁରି ବିଶ୍ୱ ପରିପ୍ରେକ୍ଷୀରେ ଆଗକୁ ବଢ଼ିବାକୁ ହେଲେ ଆମକୁ ଅନେକ ପରିବର୍ତ୍ତନ କରିବାକୁ ପଡ଼ିବ। ସଂସ୍କାରକୁ ନେଇ ଆମର ପାରମ୍ପରିକ ଚିନ୍ତାଧାରା ମଧ୍ୟ ଆମକୁ ବଦଳାଇବାକୁ ପଡିବ । ଭାରତ କେବଳ ସଂସ୍କାରକୁ ଆର୍ଥିକ ପରିବର୍ତ୍ତନରେ ସୀମିତ ରଖିପାରିବ ନାହିଁ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଦିଗରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆମ ସଂସ୍କାର ମଧ୍ୟ ୨୦୪୭ର ବିକଶିତ ଭାରତ ସଂକଳ୍ପ ସହିତ ସମାନ ହେବା ଉଚିତ୍ ।

ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ସଂସ୍କାର କେବେ ବି କୌଣସି ଦେଶ ପାଇଁ ଏକ ଅଲଗା ପ୍ରକ୍ରିୟା ହୋଇପାରିବ ନାହିଁ । ସେଥିପାଇଁ ମୁଁ ଦେଶ ନିମନ୍ତେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର’ର ଲକ୍ଷ୍ୟ ରଖିଥିଲି। ସଂସ୍କାରର ଦାୟିତ୍ୱ ନେତୃତ୍ୱ ଉପରେ ରହିଛି। ସେହି ଆଧାରରେ ଆମ ଅମଲାତନ୍ତ୍ର କାର୍ଯ୍ୟ କରିଥାଏ ଏବଂ ତା’ପରେ ଯେତେବେଳେ ଜନସାଧାରଣ ଏଥିରେ ସାମିଲ ହୁଅନ୍ତି, ସେତେବେଳେ ଆମେ ପରିବର୍ତ୍ତନ ଘଟୁଥିବା ଦେଖିଥାଉ ।

ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ହେଲେ ଆମକୁ ଶ୍ରେଷ୍ଠତାକୁ ମୌଳିକ ଭାବନା ରୂପେ ଗ୍ରହଣ କରିବାକୁ ପଡିବ । ଆମକୁ ସ୍ପିଡ୍, ସ୍କେଲ୍, ସ୍କୋପ୍ ଓ ଷ୍ଟାଣ୍ଡାର୍ଡ ଅର୍ଥାତ୍‌ ଗତି, ବ୍ୟାପକତା, ସୁଯୋଗ ଓ ମାନ, ଏସବୁ ଦିଗରେ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ। ଆମକୁ ଉତ୍ପାଦନ ସହିତ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପଡିବ, ଆମକୁ ତ୍ରୁଟି ଶୂନ୍ୟ-ପ୍ରଭାବ ଶୂନ୍ୟ ବା ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ ମନ୍ତ୍ର ଗ୍ରହଣ କରିବାକୁ ପଡିବ।

ସାଥୀମାନେ,

ଆମେ ପ୍ରତି ମୁହୂର୍ତ୍ତରେ ଗର୍ବିତ ହେବା ଉଚିତ ଯେ ଭଗବାନ ଆମକୁ ଭାରତ ମାଟିରେ ଜନ୍ମ ଦେଇଛନ୍ତି । ଭାରତର ସେବା କରିବା ଏବଂ ଏହାର ଶିଖର ଯାତ୍ରାରେ ଆମର ଭୂମିକା ନିର୍ବାହ କରିବାକୁ ଭଗବାନ ଆମକୁ ଚୟନ କରିଛନ୍ତି।

ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ ସ୍ୱରୂପରେ ଗ୍ରହଣ କରି ଆମକୁ ଆମ ଐତିହ୍ୟକୁ ଆଧୁନିକ ଢଙ୍ଗରେ ପୁନଃ ପରିଭାଷିତ କରିବାକୁ ପଡ଼ିବ।

ଏକ ରାଷ୍ଟ୍ର ଭାବରେ ଆମକୁ ପୁରୁଣା ଚିନ୍ତାଧାରା ଏବଂ ମାନ୍ୟତାକୁ ମଧ୍ୟ ସଂଶୋଧନ କରିବାକୁ ପଡିବ । ଆମ ସମାଜକୁ ପେସାଦାର ନିରାଶାବାଦୀଙ୍କ ଚାପରୁ ଆମକୁ ବାହାର କରିବାକୁ ହେବ। ଆମକୁ ମନେ ରଖିବାକୁ ହେବ ଯେ, ନକାରାତ୍ମକତାରୁ ମୁକ୍ତି ହିଁ ସଫଳତାର ସିଦ୍ଧିରେ ପହଞ୍ଚିବା ପାଇଁ ପ୍ରଥମ ପୁଞ୍ଜି । ସକାରାତ୍ମକତାର କୋଳରେ ହିଁ ସଫଳତା ମିଳିଥାଏ।

ଭାରତର ଅସୀମ ଓ ଅମର ଶକ୍ତି ପ୍ରତି ମୋର ଆସ୍ଥା, ଶ୍ରଦ୍ଧା ଓ ବିଶ୍ୱାସ ଦିନକୁ ଦିନ ବଢିବାରେ ଲାଗିଛି । ମୁଁ ଗତ ୧୦ ବର୍ଷ ମଧ୍ୟରେ ଭାରତର ଏହି ସାମର୍ଥ୍ୟକୁ ଅଧିକ ବୃଦ୍ଧି ପାଉଥିବା ଦେଖିଛି ଏବଂ ଏହାକୁ ଅଧିକ ଅନୁଭବ କରିଛି ।

ଆମେ ଯେପରି ବିଂଶ ଶତାବ୍ଦୀର ଚତୁର୍ଥ-ପଞ୍ଚମ ଦଶନ୍ଧିକୁ ସ୍ୱାଧୀନତା ପାଇଁ ବ୍ୟବହାର କରିଥିଲୁ, ଠିକ୍ ସେହିଭଳି ଏକବିଂଶ ଶତାବ୍ଦୀର ଏହି ୨୫ ବର୍ଷରେ ଆମକୁ ଏକ ବିକଶିତ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ। ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ଆଗରେ ବଳିଦାନର ସମୟ ଆସିଥିଲା । ଆଜି ବଳିଦାନର ସମୟ ନୁହେଁ ବରଂ ନିରନ୍ତର ଯୋଗଦାନର ସମୟ।

ସ୍ୱାମୀ ବିବେକାନନ୍ଦ ୧୮୯୭ ରେ କହିଥିଲେ ଯେ ଆମକୁ ଆଗାମୀ ୫୦ ବର୍ଷ କେବଳ ଦେଶ ପାଇଁ ସମର୍ପିତ କରିବାକୁ ପଡିବ । ତାଙ୍କ ଆହ୍ୱାନର ଠିକ୍ ୫୦ ବର୍ଷ ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା।

ଆଜି ଆମ ପାଖରେ ଏଭଳି ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଆସନ୍ତୁ ଆଗାମୀ ୨୫ ବର୍ଷ କେବଳ ଦେଶକୁ ସମର୍ପିତ କରିବା । ଆମର ଏହି ପ୍ରୟାସ ଆଗାମୀ ପିଢ଼ି ଏବଂ ଆଗାମୀ ଶତାବ୍ଦୀ ପାଇଁ ନୂତନ ଭାରତର ଏକ ମଜଭୁତ ଭିତ୍ତିଭୂମି ଭାବରେ ଅମର ହୋଇ ରହିବ । ଦେଶର ଶକ୍ତିକୁ ଦେଖି ମୁଁ କହିପାରିବି ଯେ ଏହି ଲକ୍ଷ୍ୟ ଅଧିକ ଦୂରରେ ନାହିଁ। ଆସନ୍ତୁ ତୁରନ୍ତ ପଦକ୍ଷେପ ନେବା… ଆସନ୍ତୁ ମିଳିମିଶି ଆଗକୁ ବଢ଼ିବା, ଭାରତକୁ ବିକଶିତ କରିବା।

(କନ୍ୟାକୁମାରୀରୁ ଦିଲ୍ଲୀ ବିମାନରେ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ 1 ଅପରାହ୍ନ 4 ଟା 15 ରୁ ସନ୍ଧ୍ୟା 7 ଟା ମଧ୍ୟରେ ଏହି ଆଲେଖ୍ୟ ଲେଖିଥିଲେ)

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରୟୋଗ କରିବେ ଶେଷ ଅସ୍ତ୍ର

ଭୁବନେଶ୍ବର: ଆଜି ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉପଡିଆ, ଅପରାହ୍ନ ୨ ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀଙ୍କ ଓଡିଶା ପାଇଁ ଏହା ହେବ ଶେଷ ପ୍ରଚାର। କାରଣ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଚାରର ଶେଷ ଦିନ। ସେଥିପାଇଁ ମୋଦି ଓଡିଶାରେ ବିଜେପିର ସଫଳତା ପାଇଁ ଶେଷ ଅସ୍ତ୍ର ପ୍ରୟୋଗ କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଫୁଲବାଣୀରେ ପ୍ରଧାନମନ୍ତ୍ରୀ ମୋଦୀ, ନବୀନଙ୍କ ନାଁ ନେଇ କଲେ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ଆଜି ଫୁଲବାଣୀରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବ ଅପେକ୍ଷା ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇଛନ୍ତି।

ଫୁଲବାଣୀ ସଭାରେ ମୋଦୀ କହିଛନ୍ତି ଯେ, ମୁଁ ନବୀନବାବୁଙ୍କୁ ଆହ୍ବାନ କରୁଛି, ସେ ବିନା କାଗଜରେ ଓଡିଶାର ସମସ୍ତ ଜିଲ୍ଲାର ନାମ କହିପାରିବେ କି ? ଯିଏ ନିଜ ରାଜ୍ୟର ଜିଲ୍ଲା ଜାଣିପାରି ନାହିଁ ସେ ଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କର ଦରକାର କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଓଡିଶା ମାଟିର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିବୁ।

ସେ ବିଶାଳ ଜନସମାବେଶକୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ କେବଳ ପାଞ୍ଚ ବର୍ଷ ଆମକୁ ଶାସନ କରିବା ପାଇଁ ଦିଅନ୍ତୁ। କେବଳ ପାଞ୍ଚବର୍ଷ ପାଇଁ ଶାସନ କ୍ଷମତା ଦିଅନ୍ତୁ ଦେଖିବେ ଓଡିଶା କିପରି ଦେଶରେ ନମ୍ବର ୱାନ ରାଜ୍ୟ ଭାବେ ପରିଗଣତି ହେବ। ଆମର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାନ୍ତୁ। ସେହିପରି ସବୁ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆମର ଯେଉଁ ଚାରିଶହ ପାର ନାରା ରହିଛି ତାହାକୁ ସାକାର କରାନ୍ତୁ।

ସେହିପରି ମୋଦୀ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ପ୍ରସଂଗ ମଧ୍ୟ ଲୋକଙ୍କ ସମ୍ମଖରେ ରଖିଥିଲେ। ସେ କହିଥିଲେ ଯେ, ଯେଉଁ ମୁଖ୍ୟମନ୍ତ୍ରୀ ରତ୍ନ ଭଣ୍ଡାର ଚାବି ସୁରକ୍ଷିତ ରଖିପାରୁ ନାହାଁନ୍ତି ସିଏ କିପରି ରାଜ୍ୟ ସମ୍ଭାଳିବ। ରତ୍ନ ଭଣ୍ଡାରର କୁଆଡେ ଡୁପ୍ଲିକେଟ ଚାବି ଅଛି, ହେଲେ ଏହି ଡୁପ୍ଲେକେଟ ଚାବି କିଏ କଲା। ଏହାଦ୍ବାରା ରତ୍ନ ଭଣ୍ଡାରରୁ ଜିନିଷ କୁଆଡେ ଉଭାନ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡିଶା ଖଣିଜ ସଂପଦରେ ଭରପୁର। ହେଲେ ଏହି ରାଜ୍ୟର ଲୋକେ ଦୁଃଖି କାହିଁକି। ମୋଦୀ କହିଥିଲେ ଯେ, ମୁଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି। ସେହି ରାଜ୍ୟ ବର୍ତ୍ତମାନ ବେଶ ସମୃଦ୍ଧ ରାଜ୍ୟ ହୋଇପାରିଛି। କିପରି ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଗୁଜୁରାଟରେ ଲୁଣକୁ ଛାଡି ଦେଲେ ଆଉ କୌଣସି ଖଣିଜ ସଂପଦ ନାହିଁ। ହେଲେ ଆଜି ସେହି ରାଜ୍ୟର ଲୋକେ ବେଶ ଖୁସି ରହିଛନ୍ତି। ସେମିତି ଆପଣମାନେ ଆମକୁ ଶାସନ କରିବାକୁ ଦିଅନ୍ତୁ ଦେଖିବେ ଓଡିଶା ନମ୍ବର ୱାନ ରାଜ୍ୟ କରାଇଦେବୁ।

ଏହି ସଭାରେ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀଙ୍କ ସହିତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ। ଏହାପରେ ସେଠାରୁ ସେ ନବରଂଗପୁର ଯିବେ ବୋଲି ଜଣାପଡିଛି।

ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ସେ ପ୍ରଚାର କରିବେ।

ସେହିପରି ମୋଦି ଆସନ୍ତା 11 ତାରିଖରେ ପୁଣି ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ ଏପରି କଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦି ଆଜି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୩.୩୦ମିନିଟ୍‌ରେ ପାଖ ପଡିଆରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିଶାଳ ସଭାରେ “ବିକଶିତ ଓଡ଼ିଶା-ବିକଶିତ ଭାରତ” ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇଛନ୍ତି। ମୋଦିଜୀ ୨୦୧୯ ମସିହାରେ ଓଡ଼ିଶାବାସୀଙ୍କୁ କହିଥିଲେ “ ମୁଁ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବି”। ବିଗତ ୧୦ବର୍ଷ ଭିତରେ ମୋଦି ସରକାର “ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ”।

ଓଡିଆଙ୍କ ପାଇଁ ମୋଦିଜୀଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସୀ ଲୋକସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ତୃତୀୟଥର ପ୍ରଧାନମନ୍ତ୍ରୀଭାବେ ବିଜୟ ମୁକଟ ପିନ୍ଧାଇ ସ୍ୱାଗତ କରିବେ। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଂଟି ଅଟେ। ଏହାର ପ୍ରତିଫଳନ ଜି-୨୦ ସମ୍ମିଳନୀ ସମୟରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ କୋଣାର୍କ ଚକ୍ରକୁ ବିଶ୍ୱ ଦରବାରରେ ପୁନଃଉପସ୍ଥାପିତ କରିଥିଲେ ମୋଦି।

ସେହିପରି ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଛନ୍ତି । ମୋଦିଜୀଙ୍କ ଓଡ଼ିଆ ପ୍ରୀତି ଓ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ପୁଣି ତାଙ୍କୁ ଓଡ଼ିଶାମାଟିକୁ ଟାଣିଆଣିଛି । ଚଣ୍ଡିଖୋଲ ଜନସଭାରେ ମୋଦିଜୀଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତାଙ୍କୁ ନୂତନ ଉର୍ଜ୍ଜା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ:ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ହେଲିକାପ୍ଟରରେ ଚଣ୍ଡିଖୋଲ ଯିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ସେଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅଟେ।

ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ। ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିବେ। ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିବେ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକ୍ସନର ଚାରି ଲେନ୍, ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନର ୪ ଲେନ୍; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନର ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନର ୪ ଲେନ୍ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ସେକ୍ସନର ଆଠ ଲେନ୍ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ କରିବେ।

ରେଳ ସଂଯୋଗର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହିତ ରେଳ ନେଟୱାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି – ଦୈତାରୀ – ଟମକା – ଜଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନକୁ ସହଜ କରିବ, ଯାହା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯିବ । ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହୋଲିଂ ୱାର୍କସପ୍, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିଓଡିକାଲ୍‌ ଓଭରହୋଲିଂ ୱାର୍କସପ୍ ଏବଂ ବାଘୁଆପାଳରେ ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଗସ୍ତ ସମୟରେ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ହାତକୁ ନିଆଯିବ।

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସ୍ୟାଣ୍ଡସ କମ୍ପ୍ଲେକ୍ସରେ ୫ ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଡିସାଲିନେସନ ପ୍ଲାଣ୍ଟକୁ ଉଦଘାଟନ କରିବେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଡିସାଲିନେସନ୍ ଟେକ୍ନୋଲୋଜିର କ୍ଷେତ୍ର ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଜେପି କୁ କାହିଁକି ୨୦୦୦ ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିଜେପି ସୁପ୍ରିମୋ ନରେନ୍ଦ୍ର ମୋଦି ଦଳକୁ ୨୦୦୦ ଟଙ୍କା ଦେଇଛନ୍ତି। ଏ ସଂପର୍କରେ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ବହୁତ ଖୁସି ଯେ, ଆଜି ବିକଶିତ ଭାରତ ଗଠନ ପାଇଁ ବିଜେପିକୁ କିଛି ଦାନ କଲି। ଏଥିସହିତ ସମସ୍ତଙ୍କୁ ଅନୁରୋଧ ଯେ ‘ଡୋନେସନ ଫର ନେସନ’ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ।

ନିକଟରେ ବିଜେପି ଚାନ୍ଦା ଅଭିଯାନ ଆରମ୍ଭ କରିଛା। ଯାହାର ନାମ ରହିଛି ଡୋନେସନ ଫର ନେସନ ବିଲିଡିଂ। ଏଥିରେ ସମସ୍ତେ ଅନଲାଇନ ମାଧ୍ୟମରେ ବିଜେପିକୁ ଦାନ କରିପାରିବେ। ସେଥିପାଇଁ ଦଳ ତରଫରୁ ସ୍ବତନ୍ତ୍ର ଅନଲାଇନ ବ୍ୟବସ୍ଥା କରାଯାଇଛି। ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମଧ୍ୟ ଏକ ହଜାର ଟଙ୍କା ଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାରିଖ ଏବଂ ସ୍ଥାନ ହେଲା ନିର୍ଦ୍ଧାରିତ

ଭୁବନେଶ୍ବର: ଓଡିଶା ଗସ୍ତରେ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଆଜି ବିଜେପି ସହ ପ୍ରଭାରୀ ପ୍ରଭାରୀ ଲତା ଉସେଣ୍ଡି। ଭୁବନେଶ୍ବରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆସିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇସାରିଛି। ସେହି ଅନୁସାରେ ସେ ଆସନ୍ତା ପାଞ୍ଚ ତାରିଖରେ ଓଡିଶା ଆସିବେ।

ଏହି ଦିନିକିଆ ଗସ୍ତରେ ସେ ଚଣ୍ଡିଖୋଲର ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ମୋଦି କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ସେ ଏକ ଦଳିୟ ସଭାରେ ମଧ୍ୟ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଗତ ଫେବୃୟାରୀ 10 ତାରିଖରେ ମୋଦି ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଉଦବୋଧନ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଶ୍ରୀ ଶ୍ରୀ ବିଦ୍ୟାସାଗରଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଲେ ଏହି ଆଲେଖ୍ୟ

ଆଲେଖ୍ୟ:- ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି। ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା। ଅନେକ ବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି। ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ଆଗକୁ ଆଲୋକବର୍ତ୍ତିକା ଭଳି ପଥ ପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି। ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ। ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନଥିଲା। ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା। ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ ପ୍ରେରଣାକୁ ଅବଶ୍ୟ ଅନୁଭବ କରିଥିବେ।

ପୂଜ୍ୟ ଆଚାର୍ଯ୍ୟଜୀ ସଦାବେଳେ ଜ୍ଞାନ, ସମ୍ବେଦନା ଓ ସେବାର ତ୍ରିବେଣୀ ସଂଗମ ରୂପରେ ସମସ୍ତଙ୍କ ସ୍ମୃତିରେ ରହିଥିବେ। ପ୍ରକୃତରେ ସେ ଥିଲେ ଜଣେ ତପସ୍ୱୀ ଓ ତାଙ୍କ ଜୀବନ ଭଗବାନ ମହାବୀରଙ୍କ ଆଦର୍ଶର ଏକ ଅନୁକରଣୀୟ ଉଦାହରଣ ଥିଲା । ତାଙ୍କର ପ୍ରତିଟି କର୍ମରେ ଜୈନଧର୍ମର ମୂଳ ନୀତି ପ୍ରତିଫଳିତ ହେଉଥିଲା। ନିଜ ବଚନ ଓ ଜ୍ଞାନ ବିତରଣରେ ତାହା ପରିଲକ୍ଷିତ ହେଉଥିଲା। ସଂସାରର ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଜୈନଧର୍ମର ପ୍ରତିଟି ଜୀବଙ୍କ ପ୍ରତି ସମ୍ମାନର ପ୍ରତିଫଳନ ବୋଲି କୁହାଯାଇପାରେ । ସେ ସତ୍ୟର ଜୀବନ ବଞ୍ଚୁଥିଲେ- ଏହା ମଧ୍ୟ ଜୈନଧର୍ମର ଚିନ୍ତନ, କଥନ ଓ କାର୍ଯ୍ୟର ସାଧୁତାକୁ ପ୍ରମାଣିତ କରେ । ତାଙ୍କ ଜୀବନଶୈଳୀ ଥିଲା ସରଳ। ତାଙ୍କ ଭଳି ମହାନ ସନ୍ଥଙ୍କ ପାଇଁ ହିଁ ଜୈନଧର୍ମ ଓ ଭଗବାନ ମହାବୀରଙ୍କ ଭଳି ଦିବ୍ୟାତ୍ମାଙ୍କ ପ୍ରତି ସମଗ୍ର ବିଶ୍ୱର ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇଚାଲିଛି। ଜୈନବାଦ ଶୃଙ୍ଖଳାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ଥିଲେ ସତ, କିନ୍ତୁ ତାହା କେବଳ ସେହି ଗୋଷ୍ଠୀ ମଧ୍ୟରେ ସୀମିତ ନଥିଲା, ବରଂ ତାଙ୍କ ସତ୍ୟନିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ଓ ବ୍ୟାପ୍ତି ସମଗ୍ର ମାନବ ସମାଜ ଉପରେ ପଡ଼ିଥିଲା। ସବୁ ଧର୍ମ, ଆସ୍ଥା ଓ ସଂସ୍କୃତିର ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ ଏବଂ ସେମାନଙ୍କ ମନରେ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ସେ ଅବିଶ୍ରାନ୍ତ ଭାବେ ସଦାବେଳେ ତତ୍ପର ଥିଲେ ।

ଶିକ୍ଷା ଥିଲା ସନ୍ଥ ମହାରାଜଙ୍କର ସବୁଠାରୁ ପ୍ରିୟ ଏବଂ ହୃଦୟର ନିକଟତର। ବିଦ୍ୟାଧର (ତାଙ୍କର ବାଲ୍ୟକାଳର ନାମ) ଠାରୁ ବିଦ୍ୟାସାଗର ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ଜ୍ଞାନ ଆହରଣ ଓ ଜ୍ଞାନ ବିତରଣ ସକାଶେ ହିଁ ସମର୍ପିତ ଥିଲା। ତାଙ୍କର ଅତୁଟ ବିଶ୍ୱାସ ଥିଲା ଯେ କେବଳ ଶିକ୍ଷାଦ୍ୱାରା ହିଁ ଏକ ଉଚିତ ଏବଂ ପ୍ରଜ୍ଞାଦୀପ୍ତ ସମାଜ ଗଠନ କରାଯାଇପାରିବ। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ନିମନ୍ତେ ସେ ଜ୍ଞାନକୁ ସାଧନ ରୂପେ ଉପଯୋଗ କରିବା ଉପରେ ପ୍ରାଧାନ୍ୟ ଦେଉଥିଲେ। ଏହାଦ୍ଵାରା ସେ ସମସ୍ତଙ୍କୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଓ ସମାଜ ପ୍ରତି ସମର୍ପିତ ଜୀବନ ବଞ୍ଚିବାକୁ ପ୍ରେରଣା ଯୋଗାଉଥିଲେ। ତାଙ୍କ ଶିକ୍ଷାରେ ସ୍ଵା-ଧ୍ୟାୟ ଓ ଆତ୍ମ-ସଚେତନତାକୁ ବାସ୍ତବ ପ୍ରଜ୍ଞା ପ୍ରାପ୍ତିର ମାର୍ଗ ରୂପେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଉଥିଲେ । ତେଣୁ ସେ ନିଜର ଅନୁଗାମୀମାନଙ୍କୁ ଆଜୀବନ ଜ୍ଞାନାନୁସନ୍ଧାନୀ ଏବଂ ଆଧ୍ୟାତ୍ମିକ ବିକାଶ ମାର୍ଗରେ ପଥିକ ହେବା ଲାଗି ଉପଦେଶ ଦେଉଥିଲେ।

ଏହା ସହିତ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜ ଆମର ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରାପ୍ତି ନିମନ୍ତେ ପ୍ରବର୍ତ୍ତାଉଥିଲେ। ବାସ୍ତବ ଶିକ୍ଷା ଆମର ସାଂସ୍କୃତିକ ଚିନ୍ତାଧାରାରେ ନିହିତ ରହିଛି ବୋଲି ମତ ପୋଷଣ କରୁଥିଲେ। ଆମେ ଅତୀତର ସାଂସ୍କୃତିକ ବୈଠକ ଏବଂ ଶିକ୍ଷାଠାରୁ ଦୂରେଇ ଯାଉଥିବା ହେତୁ ଏବେ ଜଳସଂକଟର ସମାଧାନ ସୂତ୍ର ଖୋଜି ପାଇବାକୁ ଅସମର୍ଥ ହୋଇଛୁ । ସାମଗ୍ରିକ ଶିକ୍ଷା ଜଣେ ବିଦ୍ୟାର୍ଥୀକୁ କୁଶଳୀ ଓ ସୃଜନଶୀଳ କରିଥାଏ ବୋଲି ତାଙ୍କର ଦୃଢ଼ ଯୁକ୍ତି ଥିଲା। ଭାରତର ଭାଷାଭିଭିକ ବିବିଧତାକୁ ନେଇ ସେ ସଦାସର୍ବଦା ଗର୍ବ ଓ ଗୌରବ ଅନୁଭବ କରୁଥିଲେ ଏବଂ ଭାରତୀୟ ଭାଷା ଅଧ୍ୟୟନ ସକାଶେ ଯୁବବର୍ଗଙ୍କୁ ପରାମର୍ଶ ଦେଉଥିଲେ ।

ପୂଜ୍ୟ ଆଚାର୍ଯ୍ୟଜୀ ନିଜେ ସଂସ୍କୃତ, ପ୍ରାକୃତ ଓ ହିନ୍ଦୀରେ ବ୍ୟାପକ ରଚନା କରିଛନ୍ତି। ଜଣେ ମୁନି ଭାବେ ସେ ସୁଉଚ୍ଚ ଶିଖରରେ ପହଞ୍ଚିଥିଲେ, ତଥାପି ସଦାବେଳେ ସେ ଥିଲେ ଆଭୂମ। ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ମୂକମାଟି’ରୁ ଏହା ସୁସ୍ପଷ୍ଟ । ନିଜର କାର୍ଯ୍ୟାବଳୀ ମାଧ୍ୟମରେ ସେ ଅବହେଳିତ ଲୋକମାନଙ୍କୁ ସ୍ୱର ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପୂଜ୍ୟ ଆଚାର୍ଯ୍ୟଜୀଙ୍କ ଅବଦାନ ଥିଲା ଯୁଗାନ୍ତକାରୀ ଓ ପଟ୍ଟପରିବର୍ତ୍ତନକାରୀ। ସେ ଅନେକ ଲୋକହିତକର କାର୍ଯ୍ୟକ୍ରମ ସହିତ ଏକାଧାରରେ ସଂଶ୍ଳିଷ୍ଟ ଥିଲେ। ବିଶେଷକରି ଅବହେଳିତ କ୍ଷେତ୍ରର ବିକାଶ କର୍ମରେ ସେ ଓତଃପ୍ରୋତ ଭାବରେ ଜଡ଼ିତ ରହିଥିଲେ। ସ୍ୱସ୍ଥ୍ୟସେବା ପ୍ରତି ତାଙ୍କର ଆଭିମୁଖ୍ୟ ଥିଲା ସାମଗ୍ରିକ। ସମନ୍ୱିତ ଶାରୀରିକ ନିରାମୟତା ସହିତ ଆଧ୍ୟାତ୍ମିକ କଲ୍ୟାଣ ଏଥିରେ ସାମିଲ ଥିଲା। ତେଣୁ ଜଣେ ବ୍ୟକ୍ତିର ସକଳ ପ୍ରକାର ଆବଶ୍ୟକତା ପୂରଣ ଦିଗରେ ସେ ପ୍ରୟାସୀ ଥିଲେ ।

ଆଗାମୀ ପିଢ଼ିଙ୍କୁ ମୁଁ ବିଶେଷ ଭାବରେ ନିବେଦନ କରିବି ଯେ, ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ବ୍ୟାପକ ମାତ୍ରାରେ ଅଧ୍ୟୟନ କରନ୍ତୁ। ସନ୍ଥଜୀ ସଦାସର୍ବଦା ନିବେଦନ କରୁଥିଲେ ଯେ ପକ୍ଷପାତପୂର୍ଣ୍ଣ ବିଚାରଧାରାଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ଜାତୀୟ ସ୍ୱାର୍ଥ ପାଇଁ ଧ୍ୟାନକେନ୍ଦ୍ରିତ କରିବା ଉଚିତ । ଭୋଟଦାନର ସେ ଥିଲେ ଜଣେ ଦୃଢ଼ ପ୍ରବକ୍ତା, କାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ଓ ମତପୋଷଣ କରିବାର ଏହା ହେଉଛି ସବୁଠାରୁ ବଡ଼ ସାଧନ। ଏକ ସୁସ୍ଥ ଓ ସ୍ଵଚ୍ଛ ରାଜନୈତିକ ବ୍ୟବସ୍ଥା ପାଇଁ ମଧ୍ୟ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ। ଏହି ବ୍ୟବସ୍ଥା ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ହେବା ଉଚିତ ବୋଲି ତାଙ୍କର ବଳିଷ୍ଠ ମତ ଥିଲା। ଏହା କୌଣସି ଆତ୍ମ ସ୍ବାର୍ଥ ପାଇଁ ନୁହେଁ। ଲୋକନୀତି ହେଉଛି ଲୋକସଂଗ୍ରହ ପାଇଁ, ଲୋକସଂଗ୍ରହ ପାଇଁ ନୁହେଁ।

ସେ ବିଶ୍ଵାସୀ ଥିଲେ ଯେ, ନାଗରିକମାନେ ସମାଜ ଓ ରାଷ୍ଟ୍ର ପାଇଁ ନିଷ୍ଠାବାନ ଓ ସମର୍ପିତ ରହିଲେ ରାଷ୍ଟ୍ରର ଭିତ୍ତି ସୁଦୃଢ଼ ହୋଇପାରିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସାଧୁତା, ନିଷ୍ଠାବାନ ଓ ଆତ୍ମନିର୍ଭରଶୀଳ ହେବା ସକାଶେ ସେ ପରାମର୍ଶ ଦେଉଥିଲେ । ତାହା ଏକ ଉଚିତ, ସମ୍ବେଦନଶୀଳ ତଥା ପ୍ରଗତିଶୀଳ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ଵାସ ଥିଲା। ଆମେ ଏବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଥିବାବେଳେ ସନ୍ଥ ଶିରୋମଣି ଶ୍ରୀ ବିଦ୍ୟାସାଗରଜୀଙ୍କର ଏଭଳି ଉପଦେଶ ବିଶେଷ ଗୁରୁତ୍ବ ବହନ କରେ ।

ସାରା ବିଶ୍ଵରେ ଅଧୁନା ଯେତେବେଳେ ଜଳସଂକଟ ଭଳି ସମସ୍ୟା ବ୍ୟାପକ ମାତ୍ରାରେ ଘଟିଚାଲିଛି, ସେତେବେଳେ ପୂଜ୍ୟ ଆଚାର୍ଯ୍ୟଜୀ ପ୍ରକୃତି ପ୍ରତି ସଂବେଦନା ଅନୁକରଣୀୟ। ଆମେ ସଭିଏଁ ଯେପରି ପ୍ରକୃତିକୁ ସାମାନ୍ୟତମ କ୍ଷତି ନ ପହଞ୍ଚାଇବା ସେଥିପ୍ରତି ସଦାସର୍ବଦା ସଚେତନ ରହିବା ସେଥ୍ ନିମନ୍ତେ ସେ ପରାମର୍ଶ ଦେଉଥିଲେ । ଆମ ଅର୍ଥନୀତିରେ କୃଷିର ଭୂମିକା ଉପରେ ସେ ଗୁରୁତ୍ବାରୋପ କରୁଥିଲେ ଏବଂ ଏଥିସହିତ କୃଷିକୁ ଆଧୁନିକ ଓ ପୋଷଣୀୟ କରିବା ନିମନ୍ତେ ପରାମର୍ଶ ଦେଉଥିଲେ । ଜେଲ୍‌ର ଅନ୍ତେବାସୀଙ୍କ ପାଇଁ ତାଙ୍କ ସଂସ୍କାର ପରାମର୍ଶ ମଧ୍ୟ ଥିଲା ଗୁରୁତ୍ବପୂର୍ଣ୍ଣ।

ଆମ ଭୂମିର ସୌନ୍ଦର୍ଯ୍ୟ ଅତୁଲ୍ୟ ଏବଂ ତାହା ହଜାର ହଜାର ବର୍ଷ ଧରି ଅତୁଟ ରହିଆସିଛି। ଆମ ଭୂମି ଅସଂଖ୍ୟ ମହାପୁରୁଷଙ୍କୁ ଜନ୍ମ ଦେଇଛି, ଯେଉଁମାନେ ସମାଜକୁ ଉତ୍ତମ ରୂପେ ଗଢ଼ିବା ସହ ଆଲୋକବର୍ତ୍ତିକା ସାଜିଛନ୍ତି। ସେହିଭଳି ସନ୍ଥ ଓ ସମାଜ ସଂସ୍କାରକଙ୍କ ସୂଚୀରେ ପୂଜ୍ୟ ଆଚାର୍ଯ୍ୟଜୀ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ରୂପେ ବିଦ୍ୟମାନ । ସେ ଯାହାକିଛି କରୁଥିଲେ ତାହା କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ଅଭିପ୍ରେତ ଥିଲା। ଗତବର୍ଷ ନଭେମ୍ବର ମାସରେ, ଛତିଶଗଡ଼ର ଡୋଙ୍ଗରଗଡ଼ ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନର ସୌଭାଗ୍ୟ ମୋତେ ମିଳିଥିଲା। ସେତେବେଳେ କିନ୍ତୁ ମୁଁ ସାମାନ୍ୟତମ ଆଭାସ ସୁଦ୍ଧା ପାଇନଥିଲି ଯେ, ପୂଜ୍ୟ ଗୁରୁଜୀଙ୍କ ସହ ତାହା ଥିଲା ମୋର ଅନ୍ତିମ ସାକ୍ଷାତ । ସେ ମୁହୂର୍ତ୍ତ, ବିଶେଷ ମହତ୍ତ୍ୱ ବହନ କରିଥିଲା। ଦୀର୍ଘ ସମୟ ଧରି ସେ ମୋ ସହ ବାର୍ତ୍ତାଳାପ କରିଥିଲେ । ରାଷ୍ଟ୍ର ନିର୍ମାଣ ପାଇଁ ମୋର ପ୍ରୟାସକୁ ଆଶୀର୍ବାଦ ଦେଉଥିଲେ। ଆମ ଦେଶର ପ୍ରଗତି ଓ ସମଗ୍ର ବିଶ୍ଵରେ ଏହା ପାଉଥିବା ସମ୍ମାନ ପାଇଁ ସେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ।

ସେ ଯେଉଁସବୁ କାର୍ଯ୍ୟ କରୁଥିଲେ ସେକଥା କହିଲାବେଳେ ଆନନ୍ଦରେ ଗଦ୍‌ଗଦ୍ ହୋଇ ଉଠୁଥିଲେ। ସେତେବେଳେ ଓ ସଦାବେଳେ ତାଙ୍କର ସେଇ ନିରୀହ ଦୃଷ୍ଟି ଓ ପ୍ରଶାନ୍ତ ସ୍ମିତହାସ୍ୟ ପ୍ରତ୍ୟେକଙ୍କ ମନରେ ଶାନ୍ତି ଓ ଉତ୍ସାହ ଭରିଦେବା ପାଇଁ ପର୍ଯ୍ୟାପ୍ତ । ତାଙ୍କ ଆଶୀର୍ବାଦ ଥିଲା ଆତ୍ମାକୁ ପ୍ରଶାନ୍ତି ପ୍ରଦାନ କରିବା ଭଳି ଅଞ୍ଜନ ସଦୃଶ, ଯାହାକି ତାଙ୍କ ଭିତରେ ଓ ଚତୁଃପାର୍ଶ୍ବରେ ଏକ ଦିବ୍ୟ ବାତାବରଣକୁ ପ୍ରତିପାଦିତ କରୁଥିଲା।

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଙ୍କ ଅବର୍ତ୍ତମାନରେ ସ୍ପଷ୍ଟ ଶୂନ୍ୟତା ସଭିଏଁ ଗଭୀର ଭାବେ ଅନୁଭବ କରୁଛନ୍ତି। ଯେଉଁମାନେ ତାଙ୍କୁ ଜାଣିଥିଲେ ସେମାନେ ତାଙ୍କର ଶିକ୍ଷା ଓ ଜୀବନ ଦ୍ୱାରା ଅନୁପ୍ରାଣିତ । ଯେଉଁ ଅସଂଖ୍ୟ ଲୋକଙ୍କୁ ସେ ପ୍ରଭାବିତ କରିଥିଲେ ସେମାନଙ୍କ ହୃଦୟରେ ସନ୍ଥ ଶିରୋମଣି ଆଚାର୍ଯ୍ୟଜୀ ସଦାସର୍ବଦା ବିରାଜମାନ ରହିଛନ୍ତି। ତାଙ୍କ ସ୍ମୃତିକୁ ସମ୍ମାନ ପ୍ରଦର୍ଶନପୂର୍ବକ, ସେ ଯେଉଁ ଆଦର୍ଶରେ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ, ତା’କୁ ସଭିଏଁ ଆହରଣ ପାଇଁ ସଂକଳ୍ପବଦ୍ଧ ହେବା। ତଦ୍ବାରା କେବଳ ଏହି ମହାନ ଆତ୍ମାଙ୍କ ପ୍ରତି ଆମର ଉପଯୁକ୍ତ ଓ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବନାହିଁ, ଅପରପକ୍ଷେ ଆମ ରାଷ୍ଟ୍ର ଓ ଲୋକମାନଙ୍କୁ ଆଗକୁ ଆଗେଇ ନେବା ସକାଶେ ତାଙ୍କ ଅଭିଯାନ ମଧ୍ୟ ସାକାରିତ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୬୮,୦୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗେଦେବେ।ଏଥିରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡିକ ହେଲା

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ୬୮,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ସମ୍ବଲପୁର ଠାରେ ଶୁଭାରମ୍ଭ, ରାଷ୍ଟ୍ରକୁ ସମର୍ପିତ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ପ୍ରାକୃତିକ ଗ୍ୟାସ, କୋଇଲା ଏବଂ ବିଦ୍ୟୁତ୍ ଉତ୍ପାଦନ ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦ୍ଘାଟନ, ଉତ୍ସର୍ଗୀକୃତ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ମାଧ୍ୟମରେ ଶକ୍ତି କ୍ଷେତ୍ରରେ କ୍ଷମତା ବୃଦ୍ଧି କରାଯିବ।

ସଡକ, ରେଳବାଇ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟ ଉଦ୍ଘାଟିତ ହୋଇ ଦେଶ ପାଇଁ ଉତ୍ସର୍ଗୀକୃତ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ଯାହାର ସ୍ଥାପତ୍ୟ ଶୈଳଶ୍ରୀ ରାଜପ୍ରାସାଦରୁ ଅନୁପ୍ରାଣିତ ହୋଇଛି।

ପ୍ରଧାନମନ୍ତ୍ରୀ ଗୌହାଟୀ ଠାରେ ୧୧,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

କାମାକ୍ଷା ମନ୍ଦିର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇବା ପାଇଁ ମା କାମାକ୍ଷା ଦିବ୍ୟ ପରିଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଗୌହାଟୀରେ କ୍ରୀଡା ଏବଂ ଚିକିତ୍ସା ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ପ୍ରକଳ୍ପଗୁଡିକର କ୍ଷମତାବୃଦ୍ଧି କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩-୪ ଫେବୃଆରୀ, ୨୦୨୪ ରେ ଓଡିଶା ଏବଂ ଆସାମ ଗସ୍ତ କରିବେ।

ଓଡିଶାର ସମ୍ବଲପୁରରେ ଏକ ସାଧାରଣ କାର‌୍ୟ୍ୟକ୍ରମରେ ଫେବୃଆରୀ ୩ ତାରିଖ ପ୍ରାୟ ଅପରାହ୍ନ ୨ଘ.୧୫ ମି.ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଉଦଘାଟନ, ଦେଶ ପାଇଁ ସମର୍ପଣ ଏବଂ ଭିତ୍ତିଭୂମି ସ୍ଥାପନ କରାଯିବ।  ଏହା ପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ। ଫେବୃଆରୀ ୪ ତାରିଖ ପୂର୍ବାହ୍ନ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ଗୌହାଟୀରେ ଏକ ସାଧାରଣ କାର‌୍ୟ୍ୟକ୍ରମ ସମୟରେ ୧୧,୦୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ

ଦେଶର ଶକ୍ତି ନିରାପତ୍ତାକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଓଡ଼ିଶାର ସମ୍ବଲପୁରରେ ହେବାକୁ ଥିବା ସାଧାରଣ କାର‌୍ୟ୍ୟକ୍ରମରେ ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏକାଧିକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ରକୁ ସମର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

‘ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ JHBDPL ‘ଧାମରା – ଅନୁଗୁଳ ୪୧୨ କିମି ଦୈର୍ଘ୍ୟ ପାଇପଲାଇନ ସେକ୍ସନ’ କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ‘ପ୍ରଧାନ ମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନା ଅଧୀନରେ ୨୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ ଗ୍ରୀଡ ସହିତ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପଲାଇନର ‘ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ବିଭାଗ’ (୬୯୨ କିମି) ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୬୬୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡିଶା, ମହାରାଷ୍ଟ୍ର ଏବଂ ଛତିଶଗଡ ଭଳି ରାଜ୍ୟରେ ପ୍ରାକୃତିକ ଗ୍ୟାସ ଉପଲବ୍ଧତାକୁ ସୁଦୃଢ କରିବ।

ଏହି କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦ କୋଟି ମୂଲ୍ୟର ଏକାଧିକ ଶକ୍ତି ପ୍ରକଳ୍ପ ଗୁଡିକର ଦେଶ ପାଇଁ ସମର୍ପିତ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦେଶ ପାଇଁ ଉତ୍ସର୍ଗୀକୃତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ଓଡିଶାର ସୁନ୍ଦରଗଡ ଜିଲ୍ଲାର ଏନଟିପିସି ଡର୍ଲିପଲ୍ଲୀ ସୁପର ଥର୍ମାଲ ପାୱାର ଷ୍ଟେସନ (୨* ୮୦୦ ମେଗାୱାଟ) ଏବଂ NSPCL ରାଉରକେଲା ପିପି-ଓଓ ପ୍ରକଳ୍ପ (୧*୨୫୦ ମେଗାୱାଟ) ବିସ୍ତାର ଅନ୍ତର୍ଭୁକ୍ତ। ସେ ଓଡିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ୍ -୩ (୨ *୬୬୦ ମେଗାୱାଟ) ର ମୂଳଦୁଆ ପକାଇବେ। ଏହି ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଓଡିଶା ତଥା ଅନ୍ୟାନ୍ୟ ରାଜ୍ୟକୁ ସ୍ୱଳ୍ପ ମୂଲ୍ୟର ଶକ୍ତି ଯୋଗାଇବ।

ପ୍ରଧାନମନ୍ତ୍ରୀ ୨୭୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନଏଲ୍ସି) ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆତ୍ମନିର୍ଭର ଭାରତକୁ ମଜବୁତ କରିବା ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତା ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ସମୃଦ୍ଧତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ନିର୍ଭରଯୋଗ୍ୟ, ସୁଲଭ ତଥା ନିରନ୍ତର ଶକ୍ତି ଯୋଗାଇବ।

ମହାନଦୀ କୋଲ ଲିମିଟେଡ଼ର ଫାଷ୍ଟ ମାଇଲ କନେକ୍ଟିଭିଟି (ଏଫଏମସି) ପ୍ରୋଜେକ୍ଟ ଗୁଡିକ ଯଥା ଅନୁଗୁଳ ଜିଲ୍ଲାର ତାଳଚେର କୋଇଲା ଫିଲ୍ଡରେ ଭୁବନେଶ୍ୱରୀ ଫେଜ-ଓ ପର‌୍ୟ୍ୟାୟ ଏବଂ ଲାଜକୁରା ରାପିଡ ଲୋଡିଂ ସିଷ୍ଟମ (ଆରଏଲଏସ) ସହିତ କୋହଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ। ପ୍ରାୟ ୨୧୪୫ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଓଡିଶାରୁ ଶୁଖିଲା ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣ ବୃଦ୍ଧି କରିବ।

ଓଡିଶାର ଝାରସୁଗୁଡା ଜିଲ୍ଲାରେ ୫୫୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ଇବ ଭ୍ୟାଲି ୱାଶେରୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏହା ଏକ ଦୃଷ୍ଟାନ୍ତ ପରିବର୍ତ୍ତନକୁ ଚିହ୍ନିତ କରିବ ଯାହା ନୂତନତା ଏବଂ ସ୍ଥିରତାକୁ ସୂଚାଇବ। ପ୍ରାୟ ୮୭୮ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ପ୍ରଧାନମନ୍ତ୍ରୀ ମହାନଦୀ କୋଇଲଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ପ୍ରଥମ ସୋପାନର ୫୦ କିଲୋମିଟର ଲମ୍ବା ଦ୍ୱିତୀୟ ଟ୍ରାକ୍ ଦେଶକୁ ଉତ୍ସର୍ଗ କରିବେ।

ପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ତିନୋଟି ସଡକ କ୍ଷେତ୍ର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ NH ୨୧୫ ର ରିମୁଲି-କୋଇଡା ସେକ୍ସନର ଚାରୋଟି ଲେନ୍ (ନୂତନ NH ନମ୍ବର ୫୨୦), ବିରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ପାର୍ଶ୍ୱ ସେକ୍ସନ (NH ୨୩) (ନୂତନ NH ନମ୍ବର ୧୪୩) ଏବଂ ବ୍ରାହ୍ମଣୀ ବାଇପାସ୍ ପାର୍ଶ୍ୱ -ରାଜାମୁଣ୍ଡା ସେକ୍ସନର ଚାରି ଲେନ୍ ଅନ୍ତର୍ଭୁକ୍ତ। NH ୨୩ ର (ନୂତନ NH ନମ୍ବର ୧୪୩) ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ବୃଦ୍ଧି କରାଇବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିବେ ଏବଂ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଯାହାର ସ୍ଥାପତ୍ୟ ଶୈଳଶ୍ରୀ ରାଜବାଟୀରୁ ଅନୁପ୍ରାଣିତ ହୋଇଛି। ସେ ଏହି ଅଞ୍ଚଳରେ ରେଳ ନେଟୱାର୍କର କ୍ଷମତା ବୃଦ୍ଧି କରି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ (୧୬୮ କିମି) ଏବଂ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥର ଝାରତରଭା-ସୋନପୁର ନୂତନ ରେଳ ଲାଇନ (୨୧.୭ କିମି) କୁ ଦେଶକୁ ସମର୍ପିତ କରିବେ।

ପ୍ରଧାନମନ୍ତ୍ରୀ ମଧ୍ୟ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇବେ ଯାହା ଏହି ଅଞ୍ଚଳର ରେଳ ଯାତ୍ରୀମାନଙ୍କ ପାଇଁ ସଂଯୋଗକୁ ସୁଦୃଢ କରିବ। ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ। ଅଧିକନ୍ତୁ, ସେ ଝାରସୁଗୁଡା ହେଡ୍ ପୋଷ୍ଟ ଅଫିସ୍ ହେରିଟେଜ୍ ବିଲଡିଂକୁ ଦେଶ ପାଇଁ ଉତ୍ସର୍ଗ କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଅଯୋଦ୍ଧାକୁ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ନୂଆ ରେକର୍ଡ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସହ ଜଡ଼ିତ ଏକ ନିଆରା ରେକର୍ଡ କରିବେ। ପ୍ରଧାନମନ୍ତ୍ରୀ ଭାବରେ ସେ ପଞ୍ଚମ ଥର ପାଇଁ ଅଯୋଧ୍ୟାରେ ଗସ୍ତରେ ଆସୁଛନ୍ତି।

୨୦୧୯ରେ ଗୋସାଇଗଞ୍ଜରେ ସାଧାରଣ ସଭା, ୨୦୨୦ରେ ରାମ ମନ୍ଦିର ଭୂମି ପୂଜନ, ୨୦୨୨ରେ ଦୀପୋତ୍ସବ-୨୦୨୨ ପରେ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ସେ ଚତୁର୍ଥ ଥର ପାଇଁ ଡିସେମ୍ବର ୩୦ରେ ଅଯୋଧ୍ୟାରେ ଗସ୍ତରେ ଯିବେ। ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବେ ଯିଏ କି ୫ ଥର ଅଯୋଧ୍ୟା ଗସ୍ତ କରିବେ। ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ରାମଲାଲାଙ୍କ ପୂଜା ଅର୍ଚ୍ୟନା କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ ମଧ୍ୟ କେହି ରାମଲାଲାଙ୍କୁ ଭେଟି ନାହାନ୍ତି। ସାଂସଦ ଲଲ୍ଲୁ ସିଂହ କହିଛନ୍ତି ଯେ ଅଯୋଧ୍ୟା ପ୍ରତି ବହୁତ ସମ୍ମାନ ରଖୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆଚରଣ ମାଧ୍ୟମରେ ପ୍ରମାଣିତ କରିଛନ୍ତି ଯେ ସେ ଜଣେ ପ୍ରକୃତ ରାମ ଭକ୍ତ ଯିଏ କି ରାମଶକ୍ତିରେ ବିଶ୍ୱାସ କରନ୍ତି।

ଇନ୍ଦିରା ଓ ରାଜୀବ ତିନିଥର ଆସିଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୩ ଥର ରାମନଗରୀ ଗସ୍ତ କରିଥିଲେ। ୧୯୬୬ ମସିହାରେ ସେ ସରଜୁ ସେତୁର ଉଦ୍‌ଘାଟନ କରିଥିଲେ। ଏହାପରେ ୧୯୭୫ମସିହାରେ ସେ ନରେନ୍ଦ୍ର ଦେବ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଆସିଥିଲେ। ତୃତୀୟ ଥର ପାଇଁ ସେ ୧୯୭୯ରେ ଅଯୋଧ୍ୟା ଗସ୍ତ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୪ ଓ ୧୯୮୯ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଏଠାକୁ ଆସିଥିଲେ। ୧୯୯୦ ମସିହାରେ ସେ ଏକ ସଦ୍ଭାବନା ଯାତ୍ରାରେ ଏଠାକୁ ଆସିଥିଲେ।

ମୋଦି ପ୍ରଥମେ ୧୯୯୨ରେ ଅଯୋଧ୍ୟା ଆସିଥିଲେ

୧୯୯୨ ଜାନୁଆରୀରେ ନରେନ୍ଦ୍ର ମୋଦି ତତ୍କାଳୀନ ବିଜେପି ସଭାପତି ଡ. ମୁରଲୀ ମନୋହର ଯୋଶୀଙ୍କ ସହ ଅଯୋଧ୍ୟା ଗସ୍ତ କରିଥିଲେ। ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ସେ ଅଯୋଧ୍ୟାରେ ସାଧାରଣ ସଭା ମଧ୍ୟ କରିଥିଲେ। ନରେନ୍ଦ୍ର ମୋଦିଙ୍କ ଜନସଭାରେ ପ୍ରବଳ ଜନସମାଗମ ଏକ ରେଖା ଆଙ୍କିଥିଲା ଯାହା ଯେ କୌଣସି ନେତାଙ୍କ ପାଇଁ ଅତିକ୍ରମ କରିବା ଚ୍ୟାଲେଞ୍ଜିଂ ଅଟେ।

ଦୁଇ ଥର ଆସିଥିଲେ ଅଟଳ ବିହାରୀ ବାଜପେୟୀ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଥର ଅଯୋଧ୍ୟା ଗସ୍ତ କରିଥିଲେ। ତାଙ୍କର ପ୍ରଥମ ଗସ୍ତ ୨୦୦୨ ମସିହାରେ ମନ୍ଦିର ଆନ୍ଦୋଳନର ଅନ୍ୟତମ ନାୟକ ପରମହଂସ ରାମଚନ୍ଦ୍ର ଦାସଙ୍କ ସାକେତବାସରେ ଅଯୋଧ୍ୟା ଆସିଥିଲା।

ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରମହଂସଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେ କହିଛନ୍ତି। ଅଟଳଜୀଙ୍କ ଏହି ବୟାନ ଏବଂ ପରମହଂସଜୀଙ୍କ ସ୍ୱପ୍ନ ଜାନୁଆରୀ ୨୨ରେ ଦିବ୍ୟ ଭବ୍ୟ ଏବଂ ଚିରଞ୍ଜୀବୀ ଭବନରେ ରାମଲଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ପୂରଣ ହେବ।

ଦ୍ୱିତୀୟ ଥର ପାଇଁ ସେ ୨୦୦୪ମସିହାରେ ସରୟୁ ରେଳ ଓଭରବ୍ରିଜ ଉଦ୍‌ଘାଟନ ପାଇଁ ଏଠାକୁ ଆସିଥିଲେ ଏବଂ ବିମାନବନ୍ଦରରେ ଏକ ସଭା ମଧ୍ୟ କରିଥିଲେ।

ଦେବେଗୌଡ଼ା ମଧ୍ୟ ଆସିଥିଲେ

୧୯୯୭ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏଠାକୁ ଆସିଥିଲେ। ସେ ସରଜୁ ରେଳ ଓଭରବ୍ରିଜ୍‌ର ଶିଳାନ୍ୟାସ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମୁଁ ୨୦ ବର୍ଷଧରି ଅପମାନ ସହି ଆସୁଛି, ଉପରାଷ୍ଟ୍ରପତିଙ୍କୁ ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁଁ ଦୀର୍ଘ ୨୦ ବର୍ଷ ଧରି ଅପମାନ ସହି ଆସୁଛି। ମୋତେ ବି ବହୁତ ଯନ୍ତ୍ରଣା ଦିଆଯାଉଛି। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟେଲିଫୋନ କରି ଏପରି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେତିକି ନୁହେଁ ସେ କହିଛନ୍ତି ଯେ, ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ମାନ୍ୟବର ସାଂସଦ ସାମ୍ବିଧିକ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା ଠିକ ନୁହେଁ।

ଗତକାଲି ସଂସଦ ଭବନରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ଭାବଭଙ୍ଗିକୁ ଥଟ୍ଟା କରି ଅଭିନୟ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ରାହୁଳ ଗାନ୍ଧି ସେଠାରେ ଛିଡା ହୋଇ ନିଜ ମୋବାଇଲରେ ରେକର୍ଡିଂ କରୁଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ମହଲରେ ସଂସଦ ଭବନରେ ଏପରି କାର୍ଯ୍ୟକୁ ନିନ୍ଦା କରାଯାଉଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି ଉପରାଷ୍ଟ୍ରପତିଙ୍କୁ ଟେଲିଫୋନରେ କଥା ହୋଇଥିଲେ। ଏହାକୁ ଆଜି ଉପରାଷ୍ଟ୍ରପତି ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ଘଟଣାକୁ ପ୍ରକାଶ କରିଛନ୍ତି। ଯାହାକୁ ବିଭିନ୍ନ ମହଲରେ ଉପରାଷ୍ଟ୍ରପତିଙ୍କୁ ସମର୍ଥନ କରାଯାଇଛି। ବିଜେପି ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ପୋଷ୍ଟରେ ନିଜର ମତାମତ ରଖିଛନ୍ତି।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତି କଣ ଉତ୍ତର ଦେଲେ ତାହା ମଧ୍ୟ ସେ ଉଲ୍ଲେଖ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଲି ଯେ, କେତେଜଣଙ୍କ ଥଟ୍ଟାପରିହାସ ମୋତେ ମୋ କର୍ତ୍ତବ୍ୟ ଓ ଆମ ସମ୍ବିଧାନକୁ ମହନୀୟ କରିଥିବା ନୀତିକୁ ବଜାୟ ରଖିବାରେ ବାଧା ଦେଇ ପାରିବ ନାହିଁ। ମୁଁ ଆନ୍ତରିକ ଭାବେ ସମ୍ବିଧାନର ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ। କୌଣସି ଅପମାନ ମୋତେ ଏଥିରୁ ବିଚ୍ୟୁତ କରିପାରିବ ନାହିଁ।

ସାଂସଦମାନଙ୍କୁ ନିଲମ୍ବନ ପ୍ରତିବାଦରେ ଗତକାଲି ସଂସଦ ଭବନର ମକର ଦ୍ବାରରେ ବିରୋଧୀ ଦଳର ସଦସ୍ୟମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜି ଉପରାଷ୍ଟ୍ରପତିଙ୍କ ଭାବଭଙ୍ଗିକୁ ଥଟ୍ଟା ପରିହାସ କରି ଅଭିନୟ କରିଥିଲେ। ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ହେଲେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ” ଆଜି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ବର୍ତ୍ତମାନ ରାଜ୍ୟପାଳ ବିଶ୍ବଭୂଷଣ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ କରାଇବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଶପଥପାଠ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କାରଣ ସେହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ।

ଗତକାଲି ମଧ୍ୟ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳାମାନେ ପ୍ରମୁଖ ଅଂଶୀଦାର ଅଟନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ ।

ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍‌ଏଚ୍‌ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ ।

ଆନ୍ଧ୍ରପ୍ରଦେଶର ପ୍ରାକସମ୍ ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କୋମଲାପତି ଭେଙ୍କଟା ରାବନାମ୍ମା କୃଷି ଉଦ୍ଦେଶ୍ୟରେ ଡ୍ରୋନ୍ ଉଡ଼ିବା ଶିଖିବାର ଅଭିଜ୍ଞତା ବାଣ୍ଟିଥିଲେ । ଡ୍ରୋନ୍ ଉଡ଼ାଇବା ପାଇଁ ତାଲିମ ଶେଷ କରିବାକୁ ତାଙ୍କୁ ୧୨ ଦିନ ସମୟ ଲାଗିଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ଗ୍ରାମ ଗୁଡିକରେ କୃଷି ପାଇଁ ଡ୍ରୋନ୍ ବ୍ୟବହାର କରିବାର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଜିଜ୍ଞାସା ପରେ ସେ କହିଛନ୍ତି ଯେ ଏହା ଜଳ ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତର ମହିଳା ମାନଙ୍କ ଶକ୍ତି ଉପରେ ସନ୍ଦେହ କରୁଥିବା ଲୋକଙ୍କ ପାଇଁ ଶ୍ରୀମତୀ ଭେଙ୍କଟାଙ୍କ ଭଳି ମହିଳାମାନେ ଗୋଟିଏ ଗୋଟିଏ ଉଦାହରଣ । କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିକଟ ଭବିଷ୍ୟତରେ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ଉଭା ହେବ ବୋଲି ସେ କହିଛନ୍ତି । ସେ ମଧ୍ୟ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳା ମାନଙ୍କର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ଲେଖକ: ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ୍ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇସାରିଛି।

ଗତ ବର୍ଷ ଯେତେବେଳେ ଆମେ ଏହି ଦାୟିତ୍ୱ ଗ୍ରହଣ କରିଥିଲୁ, ବିଶ୍ୱ ପରିଦୃଶ୍ୟ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଥିଲା: କୋଭିଡ୍ -୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଋଣ ସଙ୍କଟ ସହିତ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ କ୍ଷତିଗ୍ରସ୍ତ ହୋଇଛି, ପ୍ରଗତିରେ ବାଧା ସୃଷ୍ଟି ହୋଇଛି।

ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା, ଯାହା ଜିଡିପି-କେନ୍ଦ୍ରୀତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରୀତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିଲା। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତାହା ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେ ପକାଇବାକୁ ଭାରତ ଲକ୍ଷ୍ୟ ରଖିଥିଲା। ଶେଷରେ, ଏକ ବିଶ୍ୱସ୍ତରୀୟ ବିଚାରବିମର୍ଶ ବିକଶିତ ହୋଇଥିଲା – ଅନେକଙ୍କ ଆକାଂକ୍ଷା ପାଇଁ ଅଳ୍ପ କିଛି ଲୋକଙ୍କ ସ୍ୱାର୍ଥ ବାଧ୍ୟ ହୋଇ ବାଟ ଛାଡ଼ିଥିଲା। ଏଥିପାଇଁ ବହୁପକ୍ଷବାଦର ମୌଳିକ ସଂସ୍କାର ଆବଶ୍ୟକ ଥିଲା ଯାହା ଆମେ ପୂର୍ବରୁ ଜାଣିଥିଲୁ।

ସମାବେଶୀ, ଉଚ୍ଚାକାଂକ୍ଷୀ, କାର୍ଯ୍ୟଭିତ୍ତିକ ଏବଂ ନିର୍ଣ୍ଣାୟକ – ଜି-୨୦ ଅଧ୍ୟକ୍ଷ ଭାବରେ ଏହି ଚାରିଟି ଶବ୍ଦ ଆମର ଆଭିମୁଖ୍ୟକୁ ବ୍ୟାଖ୍ୟା କରିଥିଲା ଏବଂ ସମସ୍ତ ଜି-୨୦ ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମା (ଏନଡିଏଲଡି) ଏହି ନୀତିଗୁଡ଼ିକୁ କାର‌୍ୟ୍ୟକାରୀ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ।

ଅନ୍ତର୍ଭୁକ୍ତିକରଣ ଆମ ଅଧ୍ୟକ୍ଷତାର କେନ୍ଦ୍ରରେ ରହିଛି। ଆଫ୍ରିକୀୟ ସଂଘ (ଏୟୁ)କୁ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ୫୫ଟି ଆଫ୍ରିକୀୟ ଦେଶ ଏହି ମଞ୍ଚରେ ସାମିଲ ହୋଇଥିଲେ ଏବଂ ବିଶ୍ୱ ଜନସଂଖ୍ୟାର ୮୦% ଭାଗକୁ ସାମିଲ କରିବା ପାଇଁ ଏହି ମଞ୍ଚକୁ ବିସ୍ତାର କରିଥିଲେ। ଏହି ସକ୍ରିୟ ଆଭିମୁଖ୍ୟ ବୈଶ୍ୱିକ ଆହ୍ୱାନ ଏବଂ ସୁଯୋଗ ଉପରେ ଅଧିକ ବ୍ୟାପକ ଆଲୋଚନାକୁ ପ୍ରୋତ୍ସାହିତ କରିଛି।

ଦୁଇଟି ସଂସ୍କରଣରେ ଭାରତ ପକ୍ଷରୁ ଆୟୋଜିତ ପ୍ରଥମ ‘ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ’ ବହୁପକ୍ଷବାଦର ଏକ ନୂତନ ପର‌୍ୟ୍ୟାୟର ଶୁଭାରମ୍ଭ କରିଛି। ଆନ୍ତର୍ଜାତିକ ଆଲୋଚନାରେ ଗ୍ଲୋବାଲ ସାଉଥର ଚିନ୍ତାକୁ ଭାରତ ମୁଖ୍ୟ ସ୍ରୋତରେ ସାମିଲ କରିଛି ଏବଂ ଏକ ଯୁଗ ଆରମ୍ଭ କରିଛି ଯେଉଁଠାରେ ବିକାଶଶୀଳ ଦେଶମାନେ ବିଶ୍ୱ ପରିଦୃଶ୍ୟକୁ ଆକାର ଦେବାରେ ଉପଯୁକ୍ତ ସ୍ଥାନ ଗ୍ରହଣ କରିବେ।

ଅନ୍ତର୍ଭୁକ୍ତିକରଣ ମଧ୍ୟ ଜି-୨୦ ପ୍ରତି ଭାରତର ଘରୋଇ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥିଲା ଏବଂ ଏହାକୁ ଏକ ପିପୁଲ୍ସ ପ୍ରେସିଡେନ୍ସି ରେ ପରିଣତ କରିଥିଲା ଯାହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅନୁରୂପ ହୋଇପାରିଛି। ‘ଜନ ଭାଗିଦାରୀ’ କାର‌୍ୟ୍ୟକ୍ରମ ଜରିଆରେ ଜି-୨୦ ୧୪୦ କୋଟି ନାଗରିକଙ୍କ ନିକଟରେ ପହଞ୍ଚିଛି, ଯେଉଁଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶୀଦାର ଭାବେ ସାମିଲ ହୋଇଛନ୍ତି। ଆହୁରି ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ରୂପରେ ଭାରତ ସୁନିଶ୍ଚିତ କରିଛି ଯେ ଜି-୨୦ର ଉଦ୍ଦେଶ୍ୟ ଅନୁରୂପ ବ୍ୟାପକ ବିକାଶମୂଳକ ଲକ୍ଷ୍ୟ ପ୍ରତି ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା।

୨୦୩୦ ଏଜେଣ୍ଡାର ଗୁରୁତ୍ୱପୂର୍ଣ୍ଣ କେନ୍ଦବିନ୍ଦୁରେ ଭାରତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଜି-୨୦ କାର‌୍ୟ୍ୟଯୋଜନା ୨୦୨୩ ପ୍ରଦାନ କରିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ପରିବେଶ ସ୍ଥାୟିତ୍ଵ ସମେତ ପରସ୍ପର ସହ ଜଡିତ ପ୍ରସଙ୍ଗଗୁଡିକ ପାଇଁ ଏକ କାର‌୍ୟ୍ୟକାରିତା ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛି ।
ଏହି ଅଗ୍ରଗତିର ଏକ ପ୍ରମୁଖ କ୍ଷେତ୍ର ହେଉଛି ସୁଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)। ଆଧାର, ୟୁପିଆଇ ଓ ଡିଜିଲକର ଭଳି ଡିଜିଟାଲ ଉଦ୍ଭାବନର ବୈପ୍ଳବିକ ପ୍ରଭାବ ପ୍ରତ୍ୟକ୍ଷ ଭାବେ ଦେଖିଥିବା ଭାରତ ଏଠାରେ ନିଜ ସୁପାରିସ କରିବାରେ ନିର୍ଣ୍ଣାୟକ ସାଜିଥିଲା।

ଜି-୨୦ ଜରିଆରେ ଆମେ ସଫଳତାର ସହ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ରିପୋଜିଟୋରୀକୁ ସମ୍ପୂର୍ଣ୍ଣ କରିଛୁ, ଯାହାକି ବିଶ୍ୱ ବୈଷୟିକ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୧୬ଟି ଦେଶର ୫୦ରୁ ଅଧିକ ଡିପିଆଇଙ୍କୁ ନେଇ ଗଠିତ ଏହି ଭଣ୍ଡାର ଗ୍ଲୋବାଲ ସାଉଥକୁ ଡିପିଆଇ ନିର୍ମାଣ, ଗ୍ରହଣ ଏବଂ ବିସ୍ତାର କରିବାରେ ସହାୟକ ହେବ। ଆମର ଏକ ପୃଥିବୀ ପାଇଁ, ଆମେ ଜରୁରୀ, ସ୍ଥାୟୀ ଏବଂ ସମାନ ପରିବର୍ତ୍ତନ ସୃଷ୍ଟି କରିବା ଲାଗି ଉଚ୍ଚାକାଂକ୍ଷୀ ଏବଂ ସମାବେଶୀ ଲକ୍ଷ୍ୟ ପ୍ରଚଳନ କରିଛୁ। ଘୋଷଣାନାମାର ‘ସବୁଜ ବିକାଶ ଚୁକ୍ତି’ ସମ୍ପାଦିତ ହୋଇଛି।

ନିଯୁକ୍ତି ଓ ପରିବେଶ ପରସ୍ପରର ଅନୁପୂରକ ହେବା, ଉପଭୋଗ ଜଳବାୟୁ ସଚେତନ ହେବା ଏବଂ ଉତ୍ପାଦନ ପୃଥିବୀ ଅନୁକୂଳ ହେବା ପାଇଁ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବା ଜରିଆରେ କ୍ଷୁଧା ମୁକାବିଲା ଓ ପୃଥିବୀର ସୁରକ୍ଷା ମଧ୍ୟରେ ରହିଥିବା ଆହ୍ବାନର ସମାଧାନ କରିବା ନିମନ୍ତେ ଏଥିରେ ଗୁରୁତ୍ଵ ଦିଆଯାଇଛି। ଏଥିସହିତ ଜି-୨୦ ଘୋଷଣାନାମାରେ ୨୦୩୦ ସୁଦ୍ଧା ବିଶ୍ଵ ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣା ବୃଦ୍ଧି କରିବାକୁ କୁହାଯାଇଛି। ବିଶ୍ଵ ଜୈବ ଇନ୍ଧନ ମେଣ୍ଟ ପ୍ରତିଷ୍ଠା ଏବଂ ସବୁଜ ହାଇଡ୍ରୋଜେନ ପାଇଁ ମିଳିତ ପ୍ରୟାସ ଏବଂ ଏକ ସ୍ୱଚ୍ଛ, ସବୁଜ ବିଶ୍ୱ ଗଠନ ପାଇଁ ଜି-୨୦ର ଆକାଂକ୍ଷା ଅନସ୍ୱୀକାରଯୋଗ୍ୟ । ଏହା ସର୍ବଦା ଭାରତର ନୀତି ରହିଆସିଛି। ଦୀର୍ଘସ୍ଥାୟୀ ବିକାଶ ପାଇଁ ଜୀବନଶୈଳୀ (ଏଲଆଇଏଫଇ) ମାଧ୍ୟମରେ ବିଶ୍ୱ ଆମର ବହୁ ପୁରୁଣା ସ୍ଥାୟୀ ପରମ୍ପରାରୁ ଉପକୃତ ହୋଇପାରିବ।

ଏହାବ୍ୟତୀତ, ଏହି ଘୋଷଣାନାମା ଜଳବାୟୁ ନ୍ୟାୟ ଏବଂ ସମାନତା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଇ ଦେଇଛି ଏବଂ ଗ୍ଲୋବାଲ ନର୍ଥଠାରୁ ଯଥେଷ୍ଟ ଆର୍ଥିକ ଏବଂ ବୈଷୟିକ ସହାୟତା ପାଇଁ ଅନୁରୋଧ କରିଛି। ପ୍ରଥମ ଥର ପାଇଁ, ବିକାଶ ଅର୍ଥଯୋଗାଣର ପରିମାଣରେ ଆବଶ୍ୟକ ବୃଦ୍ଧି ଲାଗି ସ୍ୱୀକୃତି ମିଳିଛି, ଯାହା ବିଲିୟନ ଡଲାରରୁ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଜି-୨୦ ସ୍ୱୀକାର କରିଛି ଯେ ବିକାଶଶୀଳ ଦେଶଗୁଡ଼ିକ ୨୦୩୦ ସୁଦ୍ଧା ସେମାନଙ୍କର ଜାତୀୟ ସଂକଳ୍ପବଦ୍ଧତା ଅବଦାନ (ଏନଡିସି) ପୂରଣ କରିବା ପାଇଁ ୫.୯ ଟ୍ରିଲିୟନ ଡଲାର ଆବଶ୍ୟକ କରନ୍ତି।

ଆବଶ୍ୟକ ବିପୁଳ ସମ୍ବଳକୁ ଦୃଷ୍ଟିରେ ରଖି ଜି-୨୦ ଉନ୍ନତ, ବୃହତ ଏବଂ ଅଧିକ ପ୍ରଭାବଶାଳୀ ବହୁପାକ୍ଷିକ ବିକାଶ ବ୍ୟାଙ୍କର ଗଠନ ଉପରେ ଗୁରୁତ୍ଵାରୋପ କରିଥିଲା। ଏହା ସହିତ ଭାରତ ଜାତିସଂଘ ସଂସ୍କାର, ବିଶେଷକରି ଜାତିସଂଘ ନିରାପତ୍ତା ପରିଷଦ ଭଳି ପ୍ରମୁଖ ଅଙ୍ଗର ପୁନର୍ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ଯାହା ଅଧିକ ସମାନ ବୈଶ୍ଵିକ ବ୍ୟବସ୍ଥା ସୁନିଶ୍ଚିତ କରିବ।

ଏହି ଘୋଷଣାନାମାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦିଆଯାଇଛି, ଯାହା ଆସନ୍ତା ବର୍ଷ ମହିଳା ସଶକ୍ତିକରଣ ଉପରେ ଏକ ସମର୍ପିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସହିତ ସାକାର ରୂପ ନେବ। ଭାରତର ମହିଳା ସଂରକ୍ଷଣ ବିଲ୍ ୨୦୨୩, ଦେଶର ସଂସଦ ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବ ଯାହାକି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।

ନୀତି ସମନ୍ଵୟ, ବିଶ୍ୱସନୀୟ ବାଣିଜ୍ୟ ଏବଂ ଉଚ୍ଚାକାଂକ୍ଷୀ ଜଳବାୟୁ କାର‌୍ୟ୍ୟ ଉପରେ ଗୁରୁତ୍ୱ ଦେଇ ଏହି ପ୍ରମୁଖ ପ୍ରାଥମିକତା ଗୁଡ଼ିକରେ ସହଯୋଗର ଏକ ନୂତନ ଭାବନାକୁ ନୂଆଦିଲ୍ଲୀ ଘୋଷଣାନାମାରେ ପ୍ରତିଫଳିତ କରାଯାଇଛି। ଏହା ଗର୍ବର ବିଷୟ ଯେ ଆମ ଅଧ୍ୟକ୍ଷତା କାଳରେ ଜି-୨୦ ୮୭ଟି ପରିଣାମ ବିଶିଷ୍ଟ ଏବଂ ୧୧୮ଟି ଗୃହୀତ ଦସ୍ତାବିଜ ହାସଲ କରିଛି, ଯାହା ଅତୀତ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି।

ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଭୂ-ରାଜନୈତିକ ପ୍ରସଙ୍ଗ ଏବଂ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶ ଉପରେ ଏହାର ପ୍ରଭାବ ଉପରେ ଆଲୋଚନାର ନେତୃତ୍ୱ ନେଇଥିଲା। ଆତଙ୍କବାଦ ଏବଂ ସାଧାରଣ ନାଗରିକଙ୍କ ଅଯଥା ହତ୍ୟା ଗ୍ରହଣୀୟ ନୁହେଁ ଏବଂ ଆମକୁ ଶୂନ୍ୟ ସହନଶୀଳତା ନୀତି ସହିତ ଏହାର ସମାଧାନ କରିବାକୁ ହେବ । ଶତ୍ରୁତାକୁ ଛାଡି ମାନବିକତାକୁ ଆମେ ଗ୍ରହଣ କରିବା ଉଚିତ ଏବଂ ଏହା ଯୁଦ୍ଧର ଯୁଗ ନୁହେଁ ବୋଲି ଦୋହରାଇବା ଉଚିତ୍।

ମୁଁ ଆନନ୍ଦିତ ଯେ ଆମ ଅଧ୍ୟକ୍ଷତା କାଳରେ ଭାରତ ଅସାଧାରଣ ସଫଳତା ହାସଲ କରିଛି: ଏହା ବହୁପକ୍ଷବାଦକୁ ପୁନର୍ଜୀବିତ କରିଛି, ଗ୍ଲୋବାଲ ସାଉଥର ସ୍ୱରକୁ ବିସ୍ତାର କରି, ବିକାଶକୁ ପ୍ରୋତ୍ସାହିତ କରିଛି ଏବଂ ସବୁଠି ମହିଳା ସଶକ୍ତିକରଣ ପାଇଁ ଲଢ଼େଇ କରିଛି। ଯେତେବେଳେ ଆମେ ବ୍ରାଜିଲକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର କରୁଛୁ, ଆମର ଏହି ବିଶ୍ୱାସ ରହିଛି ଯେ ଜନସାଧାରଣ, ପୃଥିବୀ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମର ସାମୂହିକ ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଉତ୍ତମ ପରିଣାମ ଆଣିବ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ବ୍ୟକ୍ତିତ୍ୱ

କିଏ ସେହି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜା, ଯାହାଙ୍କ ପାଦତଳେ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଛତିଶଗଡର ରାଜନନ୍ଦନ ଜିଲ୍ଲାର ଏକ ଲୋକପ୍ରିୟ ତୀର୍ଥସ୍ଥାନ ଡୋଙ୍ଗରଗଡ ପରିଦର୍ଶନ କରି ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ପାଦତଳେ ମୁଣ୍ଡିଆ ମାରି ପ୍ରଧାନମନ୍ତ୍ରୀ ଆର୍ଶିବାଦ ଭିକ୍ଷା କରିଥିଲେ।

ଏହାସହିତ ସେ ଡୋଙ୍ଗରଗଡର ଏକ ପାହାଡ ପାଦଦେଶରେ ଅବସ୍ଥିତ ମା ବାମଲେଶ୍ୱରୀ ମନ୍ଦିରରେ ମଧ୍ୟ ପ୍ରାର୍ଥନା କରିଥିଲେ। ସେ ତାଙ୍କର ଏକ୍ସ ରେ ଲେଖିଛନ୍ତି ଯେ, ଛତିଶଗଡର ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମଣ୍ଡପରେ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ଆଶୀର୍ବାଦ ଗ୍ରହଣ କରି ନିଜକୁ ଧନ୍ୟ ମନେ କରୁଛି।

ପ୍ରଧାନମନ୍ତ୍ରୀ ଛତିଶଗଡକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସେ ଏହି ମନ୍ଦିର ଏବଂ ସାଧୁଙ୍କୁ ସାକ୍ଷାତ କରିଛନ୍ତି। ଛତିଶଗଡର ପ୍ରଥମ ପର୍ଯ୍ୟାୟ ନିର୍ବଚନ ଆସନ୍ତା ନଭେମ୍ବର ୭ ତାରିଖରେ ହେବ। ସେଥିପାଇଁ ରବିବାର ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଯାଇଛି।

ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ କିଏ?

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ଜୀ ଜଣେ ଅତ୍ୟନ୍ତ ସମ୍ମାନସ୍ପଦ ଦିଗମ୍ବର ଜୈନ ଆଚାର୍ଯ୍ୟ। ତାଙ୍କର ଅତୁଳନୀୟ ଶିଷ୍ୟ ପ୍ରେମ, ଗଭୀର ଆଧ୍ୟାତ୍ମିକ ଚିନ୍ତାଧାର ଏବଂ ଶାସ୍ତ୍ରଜ୍ଞାନର ଜଣେ ପ୍ରଗାଢ ବ୍ୟକ୍ତିତ୍ବ। ପ୍ରତ୍ୟେକ ଜୈନ ଧର୍ମର ବ୍ୟକ୍ତିଗଣ ତାଙ୍କୁ ଭଗବାନ ସଦୃଶ୍ୟ ପୂଜା କରିଥାନ୍ତି।

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ଅକ୍ଟୋବର ୧୦, ୧୯୪୬ ରେ କର୍ଣ୍ଣାଟକର ସାଦାଲଗାରେ ଜନ୍ମଗ୍ରହଣ କରି ସେ ଅଳ୍ପ ବୟସରୁ ଆଧ୍ୟାତ୍ମିକତାକୁ ଗ୍ରହଣ କରିଥିଲେ। ସେ ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।

ଆଜି ପର୍ଯ୍ୟନ୍ତ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଜୈନ ଶାସ୍ତ୍ର ଏବଂ ଦର୍ଶନ ଶାସ୍ତ୍ରର ଅଧ୍ୟୟନ ଏବଂ ଗବେଷଣାରେ ଗଭୀର ଭାବରେ ବୁଡି ରହିଛନ୍ତି। ସଂସ୍କୃତ ସହିତ ଅନେକ ଆଧୁନିକ ଭାଷାରେ ତାଙ୍କର ଦକ୍ଷତା ରହିଛି। ଫଳରେ ସେ ବିଭିନ୍ନ ଭାଷାରେ ଅନେକ କବିତା ଏବଂ ଆଧ୍ୟାତ୍ମିକ ପୁସ୍ତକ ଲେଖିବାରେ ସକ୍ଷମ ହୋଇଛନ୍ତି।

ନିରଂଜନ ଶତାକା, ଭବନ ଶତାକା, ପରିଷଦ ଜୟା ଶତାକା, ସୁନୀତି ଶତାକା ଏବଂ ଶ୍ରୀମାନା ଶତାକାଙ୍କ ସମେତ ତାଙ୍କର ଅନେକ ପୁସ୍ତକ ଜୈନ ସମ୍ପ୍ରଦାୟ ମଧ୍ୟରେ ବହୁ ଲୋକପ୍ରିୟ। ତାଙ୍କର ପାଣ୍ଡିତ୍ୟକୁ କଳନା କରିବା ଅସମ୍ଭବ। ଆଚାଯ୍ୟ ବିଦ୍ୟାସାଗର ମହାରାଜ ତାଙ୍କର କଠୋର ଅଭ୍ୟାସ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ନିରନ୍ତର ଉତ୍ସର୍ଗିକୃତ।

ଏହିପରି ଜଣେ ପ୍ରସିଦ୍ଧ ଆଧ୍ୟାତ୍ମିକ ବ୍ୟକ୍ତିତ୍ବଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ନିଜେ ସ୍ବୀକାର କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଦଶହରା ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ, ଦଶଟି ଶପଥ ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ଦ୍ୱାରିକାଠାରେ ଦଶହରା ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀର ଦ୍ବାରିକାଠାରେ ଦଶହରା ଉତ୍ସବ ସହିତ ରାବଣପୋଡିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଉପସ୍ଥିତ ଜନତାକୁ ସମ୍ବୋଧୀତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭରଶୀଳ ଭାରତ ତିଆରି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କର ସମାନ ଅଧିକାର ରହିଛି ବୋଲି ମୋଦୀ କହିଛନ୍ତି।

ଗତକାଲି ନୂଆଦିଲ୍ଲୀର ଦ୍ୱାରକାଠାରେ ହୋଇଥିବା ଦଶହରା ଉତ୍ସବ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଜାତିବାଦ ଭଳି ବିଭ୍ରାଟକୁ ଦୂର କରିବା ଏବଂ ସମାଜରେ ସୌହାର୍ଦ୍ଦ୍ୟକୁ କ୍ଷତି ନ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ମନ୍ଦିରକୁ ସମସ୍ତେ ଶତାବ୍ଦୀ ଧରି ଅପେକ୍ଷାରେ ଅଛନ୍ତି। ଆମ ଭାରତୀୟଙ୍କ ଧୈର‌୍ୟ୍ୟ ହେଉଛି ବିଜୟର ପ୍ରତୀକ। ସେ କହିଛନ୍ତି ଆସନ୍ତା ରାମ ନବମୀରେ ସେହି ମନ୍ଦିରରେ ପ୍ରାର୍ଥନା ସମଗ୍ର ବିଶ୍ୱରେ ଶାନ୍ତି ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଭଗବାନ୍ ଶ୍ରୀ ରାମ ବେସ୍ ହାନେ ୱାଲେ ହେଁ”, ପ୍ରଭୁ ରାମଙ୍କ ଆଗମନ ଆସୁଛି। ରାମଚରିତମାନସରେ ବର୍ଣ୍ଣିତ ଆଗମନ ତଥ୍ୟକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି। ଭାରତର ଅର୍ଥନୀତି ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା, ଚନ୍ଦ୍ରରେ ଅବତରଣ କରିବା, ନୂତନ ସଂସଦ ଭବନ, ନାରୀ ଶକ୍ତି ବନ୍ଦନ ଅଧିନିୟମ ଦେଶ ପାଇଁ ଏକ ମାଇଲ ଖୁଣ୍ଟ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜୟାଦଶମୀରେ ଅସ୍ତ୍ରଶସ୍ତ୍ର ପୂଜାର ପରମ୍ପରା ରହିଛି ଏବଂ ଭାରତୀୟ ମାଟିରେ ଅସ୍ତ୍ରଶସ୍ତ୍ର ପ୍ରାଧାନ୍ୟ ଦେବା ପାଇଁ ନୁହେଁ ବରଂ ନିଜ ଦେଶର ସୁରକ୍ଷା ପାଇଁ ପୂଜା କରାଯାଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ଶକ୍ତି ପୂଜା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଧିଷ୍ଠ।

ପ୍ରଧାନମନ୍ତ୍ରୀ ଦଶହରାରେ ମଧ୍ୟ ଦଶଟି ପ୍ରତିଶ୍ରୁତି ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଅନ୍ତତଃ ପକ୍ଷେ ଜଣେ ଗରିବ ପରିବାରର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଉନ୍ନତ କରିବା, ସ୍ଥାନୀୟ ପାଇଁ ଭୋକାଲ୍ ମନ୍ତ୍ର ଅନୁସରଣ କରିବା, ଡିଜିଟାଲ୍ କାରବାରକୁ ଉତ୍ସାହିତ କରିବା, ଜଳ ସଞ୍ଚୟ କରିବା ଏବଂ ଭାରତ ନିର୍ମିତ ଉତ୍ପାଦନ ବ୍ୟବହାର, ବିଦେଶକୁ ଦେଖିବା ପୂର୍ବରୁ ନିଜ ଦେଶକୁ ଦେଖ, ପ୍ରାକୃତିକ କୃଷିକୁ ଉତ୍ସାହିତ କରିବା, ମାଣ୍ଡିଆ ଖାଦ୍ୟକୁ ବ୍ୟବହାର କରିବା, ନିଜେ ଫିଟ ରହିବା ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ ୭୭ ବର୍ଷ ପୁରଣ କରି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ନିକଟରେ ତାଙ୍କର ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପାଇଁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଆଗରୁ ଘୋଷଣା କରିଥିଲେ।

ତେବେ ଆଜି ନବୀନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ମୋର ଅଭିନନ୍ଦନ। ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରୁଛି।”

Categories
ଆଜିର ଖବର ଜାତୀୟ ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରୁଛି । ତାଙ୍କ କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିଚାଲିଛି। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ସମଗ୍ର ମାନବିକତାକୁ ଏକତା ଏବଂ କରୁଣାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଏ।

ଆମେ ସର୍ବଦା ତାଙ୍କ ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବା। ତାଙ୍କ ଚିନ୍ତାଧାରା ପ୍ରତ୍ୟେକ ଯୁବକଙ୍କୁ ସେହି ପରିବର୍ତ୍ତନର ବାହକ ହେବାରେ ସକ୍ଷମ କରୁ, ଯାହାକି ସବୁବେଳେ ଏକତା ଏବଂ ସଦଭାବକୁ ପ୍ରୋତ୍ସହିତ କରିଥାଏ।’

Categories
ଆଜିର ଖବର ଜାତୀୟ ଖବର

ଏସପି ସାଂସଦ ଡଃ ଶଫିକୁର ରହମାନ ବର୍କଙ୍କୁ ଏଥିପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ ମୋଦୀ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ୟୁପିର ସମ୍ଭଲ ଆସନରୁ ଲୋକସଭା ସାଂସଦ ଡକ୍ଟର ଶଫିକୁର ରହମାନ ବର୍କ ତାଙ୍କ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ମୁସଲମାନମାନଙ୍କ ସମେତ ବିଭିନ୍ନ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି, ଅନେକ ଥର ତାଙ୍କ ବିବୃତ୍ତି ମଧ୍ୟ ବିବାଦ ସୃଷ୍ଟି କରିଥାଏ। ଆଜିକାଲି ଏସପି ସାଂସଦ ପୁଣି ଥରେ ଆଲୋଚନାକୁ ଆସିଛନ୍ତି, କିନ୍ତୁ ଏଥର ଆଲୋଚନା ହେବାର କାରଣ ସେ ନିଜେ ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯିଏ ଗୃହରେ ଏସପି ସାଂସଦଙ୍କୁ ପ୍ରଶଂସା କରିଛନ୍ତି।

ଏହା କାହାଠାରୁ ଲୁକ୍କାୟିତ ନୁହେଁ ଯେ, ଏସପି ସାଂସଦ ବୁର୍କ ପ୍ରାୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି। ସେ ମଧ୍ୟ ତାଙ୍କ ନୀତିକୁ ଖୋଲାଖୋଲି ବିରୋଧ କରୁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଡକ୍ଟର ବୁର୍କଙ୍କୁ ହୃଦୟରୁ ପ୍ରଶଂସା କରିଛନ୍ତି। ବାସ୍ତବରେ, ଏହି ଦିନ ସଂସଦର ଏକ ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଚାଲିଛି। ମଙ୍ଗଳବାର ଦିନ ଗଣେଶ ଚତୁର୍ଥୀରେ ପୁରୁଣା ସଂସଦରୁ ନୂତନ ସଂସଦରେ ପ୍ରବେଶ କରାଯାଇଥିଲା। ଯେତେବେଳେ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ସମ୍ବୋଧିତ କରିଥିଲେ, ସେତେବେଳେ ସେ ଡକ୍ଟର ବୁର୍କଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତାଙ୍କୁ ପ୍ରଶଂସା କରିଥିଲେ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୃହକୁ ସମ୍ବୋଧିତ କରୁଥିଲେ, ସେତେବେଳେ ସେ ଏସପି ସାଂସଦ ଶାଫିକୁର ରହମାନ ବୁର୍କଙ୍କ ବିଷୟରେ କହିଥିଲେ ଏବଂ ଗୃହ ପ୍ରତି ତାଙ୍କର ନିଷ୍ଠାକୁ ପ୍ରଶଂସା କରି କହିଥିଲେ, “୯୩ ବର୍ଷ ବୟସ ସତ୍ତ୍ୱେ ଏସପି ସାଂସଦ ଡକ୍ଟର ଶଫିକୁର ରେହମାନ ବୁର୍କ ଏହି ଗୃହରେ ବସିଛନ୍ତି। ହଁ, ସଦନ ପ୍ରତି ଏଭଳି ନିଷ୍ଠା ରହିବା ଉଚିତ।”

ଏସପି ସାଂସଦ ଡକ୍ଟର ଶଫିକୁର ରେହମାନ ବୁର୍କଙ୍କୁ ୯୩ ବର୍ଷ ବୟସ ଏବଂ ସେ ଗୃହର ସର୍ବ ପୁରାତନ ନେତାଙ୍କ ମଧ୍ୟରେ ଅଛନ୍ତି। ସେ ପାଞ୍ଚ ଥର ସାଂସଦ ହୋଇଛନ୍ତି। ୨୦୧୯ ନିର୍ବାଚନରେ ​​ଏସପି ଏବଂ ବିଏସପି ଏକ ମେଣ୍ଟ ଗଠନ କରିଥିଲେ, ଯେଉଁଥିରେ ସେ ୟୁପିର ସମ୍ଭଲ ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ।