Categories
ଆଜିର ଖବର ଖେଳ ଜାତୀୟ ଖବର

ଟି -୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଧୋନୀଙ୍କୁ ମିଳିଲା ବଡ ଦାୟିତ୍ଵ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଖେଳାଯିବାକୁ ଥିବା ୨୦୨୧ ଟି -୨୦ ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହା ବ୍ୟତୀତ ବିସିସିଆଇ ତିନି ଜଣ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ଯେଉଁମାନେ ଟିମ୍ ଇଣ୍ଡିଆ ସହିତ ଯିବେ। ଏଥି ସହିତ ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ବିଶ୍ୱକପ ପାଇଁ ଏକ ବଡ଼ ଦାୟିତ୍ଵ ଦେଇଛି।

ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ:

ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର୨୪ ତାରିଖରେ ଖେଳାଯିବ। ଏହା ପରେ ଟିମ୍ ଇଣ୍ଡିଆ ଅକ୍ଟୋବର ୩୧ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ଏବଂ ନଭେମ୍ବର ୫ ତାରିଖରେ ସୁପର ୧୨ ରେ ଯୋଗ୍ୟତା ଦଳ (ବି -୧) ବିରୋଧରେ ଖେଳିବ।

ଟି -୨୦ ବିଶ୍ୱକପ ପାଇଁ ୧୫ ସଦସ୍ୟ ଭାରତୀୟ ଦଳ:

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (କିପର), ଇଶାନ କିଶନ (କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ , ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଚତୁର୍ଥ ଟେଷ୍ଟ ଜିତିବାକୁ ହେଲେ ଭାରତୀୟ ଦଳରେ ଏଭଳି ପରିବର୍ତ୍ତନ ଆବଶ୍ୟକ: ଜାଣନ୍ତୁ କେଉଁ ଖେଳାଳି ସାମିଲ ହେବା ଉଚିତ୍

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅତ୍ୟନ୍ତ ରୋମାଞ୍ଚକର ମୋଡ଼ ନେଇଛି। ସିରିଜର ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ଜିତିଥିଲା, କିନ୍ତୁ ଇଂଲଣ୍ଡ ତୃତୀୟ ଟେଷ୍ଟ ଜିତି ସିରିଜକୁ ୧-୧ରେ ବରାବର କରିଥିଲା। ବର୍ତ୍ତମାନ ଯେଉଁ ଦଳ ଚତୁର୍ଥ ଟେଷ୍ଟରେ ଜିତିବ, ସେହି ଦଳ ସିରିଜ୍ ହରାଇବା ଭୟରୁ ମୁକ୍ତ ହେବ।

ତୃତୀୟ ଟେଷ୍ଟରେ ଭାରତ ସାଧାରଣ ପ୍ରଦର୍ଶନ କରିଥିଲା। ଲର୍ଡସରେ ଜିତିଥିବା ଟିମ୍ ଇଣ୍ଡିଆ ଲିଡ୍ସରେ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ ସଂଗ୍ରହ କରିଥିଲା। ଏଥି ସହିତ ଚତୁର୍ଥ ଦିନରେ ମଧ୍ୟ ଭାରତ ୬୩ ରନ୍ ପାଇଁ ଆଠଟି ୱିକେଟ୍ ହରାଇଥିଲା। ଏହି କାରଣରୁ ଭାରତକୁ ଏକ ଇନିଂସ ଏବଂ ୭୬ରନ ବ୍ଯବଧାନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ଭାରତର ଏହି ପରାଜୟ ପରେ ସମସ୍ତେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଆଣିବାକୁ ଦାବି କରୁଛନ୍ତି। ତେବେ ଯଦି ଚତୁର୍ଥ ଟେଷ୍ଟରେ ଅଧିନାୟକ କୋହଲିଙ୍କୁ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ, ତା’ହେଲେ ତାଙ୍କୁ ଅନେକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ, କାରଣ ବର୍ତ୍ତମାନର ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା।

କ୍ୟାପଟେନ କୋହଲିଙ୍କୁ ତିନୋଟି ପରିବର୍ତ୍ତନ କରିବାକୁ ପଡିବ:

୧- ଯଦି ଅଧିନାୟକ ବିରାଟ କୋହଲି ଚତୁର୍ଥ ଟେଷ୍ଟରେ ଏକ ବିଜୟ ପଞ୍ଜିକରଣ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଖେଳୁଥିବା ଏକାଦଶରେ ତିନୋଟି ପରିବର୍ତ୍ତନ କରିବାକୁ ପଡିବ। ଇଂଲଣ୍ଡର ଅବସ୍ଥାକୁ ଦୃଷ୍ଟିରେ ରଖି ଇଶାନ୍ତ ଶର୍ମାଙ୍କୁ ଦଳ ଛାଡିବାକୁ ପଡ଼ିବ। ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଏକ ସୁଯୋଗ ଦିଆଯାଇପାରେ। କାରଣ ଶାର୍ଦ୍ଦୁଲ ଏୟାରରେ ଏକ ପ୍ରାକୃତିକ ସ୍ୱିଙ୍ଗ୍ ପାଆନ୍ତି। ଏହା ବ୍ୟତୀତ ସେ ବ୍ୟାଟିଂ କରି ଦଳ ପାଇଁ ମଧ୍ୟ ଅବଦାନ ରଖିପାରିବେ।

୨- ଏହା ବ୍ୟତୀତ ଦଳକୁ ଷ୍ଟାର୍ ଅଫ୍ ସ୍ପିନର ଆର ଅଶ୍ୱିନ୍ ମଧ୍ୟ ଆବଶ୍ୟକ କରନ୍ତି। ଦ୍ରୁତ ବୋଲରଙ୍କ ଅନୁଗ୍ରହରେ ପିଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ପ୍ରଥମ ତିନୋଟି ଟେଷ୍ଟରେ ଦଳରେ ସ୍ଥାନ ଦିଆଯାଇନଥିଲା। ଅଧିନାୟକ ଏବଂ ଦଳ ପରିଚାଳନାର ଏହି ନିଷ୍ପତ୍ତି ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଓଭାଲରେ ଥିବା ପିଚ୍ ବହୁତ ଶୁଖିଲା ରହିବ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ସେଠାରେ ଅଶ୍ୱିନଙ୍କୁ ଆବଶ୍ୟକ କରିବ।

୩- ଏହା ସହିତ ଅଧିନାୟକ କୋହଲିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିସିସିଆଇ ଅନୁରୋଧ କରି ଶ୍ରୀଲଙ୍କାରୁ ଇଂଲଣ୍ଡକୁ ସୂର୍ଯ୍ୟକୁମାର ଯାଦବଙ୍କୁ କୋହଲି ଡାକିଛନ୍ତି। ଯେଉଁ ଫର୍ମରେ ସୂର୍ଯ୍ୟକୁମାର ଅଛନ୍ତି, ତାହା ବିଚାରକୁ ନେଇ ତାଙ୍କୁ ଚତୁର୍ଥ ଟେଷ୍ଟରେ ଦଳରେ ଅନ୍ତର୍ଭୁକ୍ତ ନକରିବା ଭୁଲ ନିଷ୍ପତ୍ତି ହେବ। ତଥାପି, ଯଦି ସୂର୍ଯ୍ୟକୁମାର ଦଳରେ ପ୍ରବେଶ କରନ୍ତି, ତେବେ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ଦଳରୁ ବାଦ ପଡିବାକୁ ହେବ। କାରଣ ତୃତୀୟ ଟେଷ୍ଟରେ ହାରିବା ପରେ ଅଧିନାୟକ କୋହଲି ସ୍ପଷ୍ଟ କରିଛନ୍ତି ଯେ, ସେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳିବା ସପକ୍ଷରେ ନାହାଁନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦ ଟି ୱିକେଟ୍ ନେବା।

ଏଭଳି ପରିସ୍ଥିତିରେ ସୁର୍ଯ୍ୟକୁମାରଙ୍କୁ ରାହାଣେଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ। ଏହା ବ୍ୟତୀତ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଇ କେ.ଏଲ୍ ରାହୁଲଙ୍କ ଦ୍ଵାରା ୱିକେଟ୍ କିପିଂ କରାଯାଇପାରିବ ଏବଂ ପନ୍ତଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରାଯାଇପାରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପୃଥ୍ଵୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଇଂଲଣ୍ଡ ଗସ୍ତ ପାଇଁ ଟିକେଟ: ଏହି ତିନି ଖେଳାଳି ହେଲେ ଆହତ

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତିନି ଜଣ ଖେଳାଳି ଆହତ ହେବା ପରେ କିଛି ନୂତନ ଖେଳାଳିଙ୍କୁ ସାମିଲ କରାଯାଇଛି।

ଶ୍ରୀଲଙ୍କାରେ ଟି-୨୦ ସିରିଜ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଡକାଯାଇଛି। ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର, ଦ୍ରୁତ ବୋଲର ଆଭେଶ ଖାନ ଏବଂ ଓପନର୍ ଶୁବମାନ ଗିଲ ଆହତ କାରଣରୁ ଇଂଲଣ୍ଡ ଗସ୍ତରୁ ବାଦ ପଡିଛନ୍ତି। ୱାଶିଂଟନ୍ ସୁନ୍ଦରଙ୍କ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବାବେଳେ ଆବେଶ ଖାନଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏଥି ସହିତ ଶୁଭମାନ ଗିଲଙ୍କ ବାମ ଗୋଡରେ ଆଘାତ ଲାଗିଛି। ସେ ଟେଷ୍ଟ ଚାମ୍ପିଅନସିପରେ ଆହତ ହୋଇଥିଲେ।

ବର୍ତ୍ତମାନ ଏହି ଖେଳାଳିଙ୍କ ବଦଳରେ ଶ୍ରୀଲଙ୍କାରେ ଟି -୨୦ ସିରିଜ୍ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ପଠାଯାଉଛି। ଏମାନଙ୍କ ବ୍ୟତୀତ ରିଷଭ ପନ୍ତ କରୋନାରୁ ସୁସ୍ଥ ହୋଇଯାଇଛନ୍ତି, ତେଣୁ ସେ ଟେଷ୍ଟ ସିରିଜ ପାଇଁ ଫିଟ୍ ଅଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ: ଶିଖର ଧୱନ ଅଧିନାୟକ, ଭୁବନେଶ୍ବର କୁମାର ଉପଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଦୃତ ବୋଲର ଭୁବନେଶ୍ଵର କୁମାରଙ୍କୁ ଏହି ସିରିଜ ପାଇଁ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି। ଆସନ୍ତା ମାସ ତଥା ଜୁଲାଇ ମାସରୁ ଶ୍ରୀଲଙ୍କାରେ ଭାରତୀୟ ଦଳ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ। ଶ୍ରୀଲଙ୍କା ବିପକ୍ଷରେ ଶିଖର ବାହିନୀ ୩ ଟି ଦିନିକିଆ ମ୍ୟାଚ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳିବ। ତେବେ ଜୁଲାଇ ୧୩, ୧୬ ଓ ୧୮ ରେ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଜୁଲାଇ ୨୧, ୨୩ ଏବଂ ୨୫ ତାରିଖରେ ଟି-୨୦ ମ୍ୟାଚ ଖେଳାଯିବ।

ମନୋନୀତ ଭାରତୀୟ ଦଳ:

ଶିଖର ଧୱନ (ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର (ଉପଅଧିନାୟକ), ଚେତନ ସାକରିଆ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର ଓ ନବଦୀପ ସାଇନି।

Categories
ଆଜିର ଖବର ଖେଳ ଜାତୀୟ ଖବର

ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ୍ ର ଫାଇନାଲ ମ୍ୟାଚ: ଘୋଷଣା ହେଲା ଭାରତୀୟ ଦଳ, ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସ୍ପିନର କୁଳଦୀପ ଯାଦବକୁ ଏହି ଦଳରେ ସ୍ଥାନ ମିଳିନାହିଁ। ଏହି ଦୁଇ ଖେଳାଳି ଗତ ଇଂଲଣ୍ଡ ସିରିଜରେ ସ୍ଥାନ ପାଇଥିଲେ। ଚାରି ମ୍ୟାଚ ବିଶିଷ୍ଟଏହି ସିରିଜରେ ହାର୍ଦ୍ଦିକ ଗୋଟିଏ ମ୍ୟାଚ ଖେଳିନଥିବା ବେଳେ କୁଳଦୀପଙ୍କୁ ଦ୍ଵିତୀୟ ମ୍ୟାଚରେ ସୁଯୋଗ ମିଳିଥିଲା।

କିନ୍ତୁ ସେହି ମ୍ୟାଚରେ କୁଳଦୀପଙ୍କ ପ୍ରଦର୍ଶନ ଭଲ ନଥିଲା। ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ହାର୍ଦ୍ଦିକଙ୍କୁ ବୋଲିଂ ସୁଯୋଗ ମିଳିନଥିଲା। ଏହାପରେ ଆଇପିଏଲରେ ମଧ୍ୟ ପାଣ୍ଡ୍ୟା ବୋଲିଂ କରିନଥିଲେ। କିନ୍ତୁ ଅଧିକ ଚାପ ଯୋଗୁଁ ପାଣ୍ଡ୍ୟାଙ୍କୁ ବୋଲିଂ ସୁଯୋଗ ଦିଆଯାଉନାହିଁ  ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହିଲି କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକରିବା ମହଙ୍ଗା ପଡିଲା। ଯାହା ଫଳରେ ତାଙ୍କୁ ଆଗାମୀ ସିରିଜ ପାଇଁ ମନୋନୀତ କରାଗଲା ନାହିଁ ବୋଲି କୁହାଯାଉଛି।

ମନୋନୀତ ୨୦ ଜଣିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ରୋହିତ ଶର୍ମା, ଶୁବମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ଵର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ଆର. ଅଶ୍ଵିନୀ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଜସପ୍ରିତ ବୁମରା, ଇଶାନ୍ତ ଶର୍ମା, ମୋହମ୍ମଦ ସିରାଜ, ମୋହମ୍ମଦ ଶାମି, ଶ୍ରାଦ୍ଦୁଳ ଠାକୁର, ଉମେଶ ଯାଦବଙ୍କୁ ମନୋନୀତ କରାଯାଇଛି। ଏହାସହ ଫିଟ୍ ହେବା ପରେ କେଏଲ ରାହୁଲ ଏବଂ ଋଦ୍ଦିମାନ ସାହଙ୍କୁ ଦଳରେ ସାମିଲ କରାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତିମ ଟି-୨୦ ପାଇଁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଅନ୍ତିମ ଟି-୨୦ ମ୍ୟାଚ ଜିତି ଭାରତ ୩-୨ରେ ସିରିଜକୁ ହାତେଇ ନେଇଛି। ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ ପାଇଁ ଜରିମାନା ଲାଗିଛି। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ମ୍ୟାଚ ଫି’ ର ୪୦ ପ୍ରତିଶତ କାଟି ଦିଆଯାଇଛି। ସ୍ଲୋ ଓଭର ବୋଲିଂ ପାଇଁ ଆଇସିସି ପକ୍ଷରୁ ଖେଳାଳିଙ୍କୁ ଏହି ଜରିମାନା ଲାଗିଛି।

ଏହି ସିରିଜରେ ବିରାଟ କୋହଲୀଙ୍କ ନେତୃତ୍ବରେ ଦୁଇଥର ଭାରତୀୟ ଦଳକୁ ଜରିମାନା ଲାଗିଛି। ଏହା ପୂର୍ବରୁ ଦ୍ଵିତୀୟ ଟି-୨୦ରେ ମଧ୍ୟ ଭାରତ ନିର୍ଦ୍ଧାରିତ ସମୟ ଠାରୁ ୨ ଓଭର କମ ବୋଲିଂ କରିଥିଲା। ମ୍ୟାଚ ରେଫରୀ ତଥା ଭାରତୀୟ ଦଳର ପୂର୍ବ ଦ୍ରୁତ ବୋଲର ଜବାଗଲ ଶ୍ରୀନାଥ ଭାରତୀୟ ଦଳକୁ ଏହି ଜରିମାନା ଲଗାଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ: ଧୂଆଁଧାର ପାଳି ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା।

ତେବେ ସୂର୍ଯ୍ୟ କୁମାର ଯାଦବ ଚତୁର୍ଥ ଟି-୨୦ରେ ଧୂଆଁଧାର ପାଳି ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ୩୧ ଟି ବଲସାମ୍ନା କରି ୫୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାରଙ୍କ ଏହି ଧୂଆଁଧାର ପାଳି ଯୋଗୁଁ ଇଂଲଣ୍ଡ ଠାରୁ ଭାରତ  ୮ ରନରେ ବିଜୟ ଲାଭ କରି ପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଏବଂ ଦିନିକିଆ ମ୍ୟାଚରେ ସାମିଲ କରାଯାଇ ସୂର୍ଯ୍ୟ କୁମାରଙ୍କୁ ଆଉ ଏକ ପୁରସ୍କାର ମିଳିଲା।

ଦିନିକିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧବନ, ଶୁବମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ କିପର), କେଏଲ ରାହୁଲ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଳ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଶ୍ରାଦ୍ଧୁଳ ଠାକୁର।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ କୌଣସି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। କେବଳ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦୃତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି।

ଭାରତୀୟ ଦଳ‌:

ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା,  ଶୁଭମାନ ଗିଲ୍‌, ଚେତେଶ୍ଵର ପୂଜାରା, କେ.ଏଲ. ରାହୁଲ, ମୟଙ୍କ ଅଗ୍ରୱାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଉଇକେଟ୍‌ କିପର), ରିଦ୍ଧିମାନ ଶାହ (ଉଇକେଟ୍‌ କିପର), ଆର. ଅଶ୍ଵିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଏବଂ ମହମ୍ମଦ ସିରାଜ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ତୃତୀୟ ଦିବାରାତ୍ର ମ୍ୟାଚଟି ଆରମ୍ଭ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟେଷ୍ଟ ସିରିଜ ବିଜୟ ପରେ ଭାରତୀୟ ଦଳକୁ ପ୍ରଶଂସା: ପାକିସ୍ଥାନକୁ ଭର୍ତ୍ସନା କଲେ ଏହି ପାକିସ୍ଥାନୀ ଖେଳାଳି

ଇସ୍ଲାମବାଦ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଏତିହାସିକ ବିଜୟ ପରେ ଭାରତୀୟ ଦଳକୁ ସମଗ୍ର ବିଶ୍ୱରୁ ପ୍ରଶଂସାର ଶୁଅ ଛୁଟିଛି। ଏହି କ୍ରମରେ ପାକିସ୍ଥାନର ବରିଷ୍ଠ କ୍ରିକେଟ ଖେଳାଳି ମହମ୍ମଦ ହାଫିଜଙ୍କ ସମେତ ବହୁ ପୁରୁଖା ଖେଳାଳି ମଧ୍ୟ ପ୍ରଶଂସା କରିଛନ୍ତି। ହାଫିଜ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ଖେଳରେ ରହିବାକୁ ହେଲେ କେବଳ ଖେଳାଳିଙ୍କ ପ୍ରତିଭା ପର୍ଯ୍ୟାପ୍ତ ନୁହେଁ। ଯୁବ ଖେଳାଳିଙ୍କ କୌଶଳକୁ ଠିକ ଭାବରେ ପରିମାର୍ଜିତ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।ପାକିସ୍ତାନରେ ପ୍ରତିଭାଶାଳୀ ଖେଳାଳିଙ୍କୁ ପରିମାର୍ଜିତ କରିବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ୪୦ ବର୍ଷୀୟ ହାଫିଜ ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ମୁଁ ଏହି ସିରିଜର ସଂପୂର୍ଣ୍ଣ ଆନନ୍ଦ ନେଇଥିଲି। ପ୍ରଥମ ଟେଷ୍ଟରେ ୩୬ ରନରେ ଅଲ ଆଉଟ ହୋଇଥିବା ଭାରତୀୟ ଦଳର ମନୋବଳ ସଂପୂର୍ଣ୍ଣ ଦୁର୍ବଳ ଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଉଁପରି ଭାବରେ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିଥିଲେ, ତାହା ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।

ଅଧିନାୟକ ବିରାଟ କୋହିଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ବିଜୟ ଲାଭ କରିବା ଏକ ଚମତ୍କାର ଘଟଣା। ଏହା କେବଳ ଯୁବ ଖେଳାଳିଙ୍କ ଦ୍ଵାରା ସମ୍ଭବ ହୋଇପାରିଲା। ଏହାର କାରଣ ହେଉଛି, ଭାରତ ସବୁବେଳେ ଭବିଷ୍ୟତ ଲାଗି ଯୁବ ଖେଳାଳିଙ୍କୁ ଭଲ ଭାବରେ ପ୍ରସ୍ତୁତ କରୁଛି। ଯାହା ଏହି ସିରିଜରେ ଭାରତକୁ ସଫଳତା ମିଳିଛି। କିନ୍ତୁ ପାକିସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ।

ସେ ଆହୁରି କହିଥିଲେ ଯେ, ପାକିସ୍ଥାନରେ କେବଳ ବ୍ୟାଟିଂ ଏବଂ ବୋଲିଂ ଉପରେ ଧ୍ୟାନ ଦେଉଛି। ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ ଖେଳ ପାଇଁ ଠିକ ଭାବେ ପ୍ରସ୍ତୁତ କରିପାରୁ ନାହିଁ। ଦୁଃର୍ଭାଗ୍ୟ ହେଉଛି ଆମ ପାଖରେ ଏଭଳି ବ୍ୟବସ୍ଥା ନାହିଁ, ଯାହା ଆଧୁନିକ କ୍ରିକେଟରେ ଆବଶ୍ୟକ ଅନୁଯାୟୀ ଖେଳାଳିଙ୍କୁ ପ୍ରସ୍ତୁତ କରାଯାଇପାରିବ। ଯାହା ଫଳରେ ଆମର ବହୁ ଯୁବ ଖେଳାଳି ଅନ୍ତରାଷ୍ଟ୍ରୀୟ ଖେଳରେ ବିଫଳ ହୋଇଥାନ୍ତି।

ଭାରତର ଏହି ବିରାଟ ବିଜୟ ପରେ ପାକିସ୍ଥାନର ପୂର୍ବତନ ମହାନ କ୍ରିକେଟର ୱାଶିମ ଆକ୍ରମ, ସୋଏବ ଅଖତର, ୱାକର ୟୁନୁସ, ଇଞ୍ଜାମମ ଉଲ ହକ, ରଶିଦ ଲତିଫ ଏବଂ ମୋଇନ ଖାଁ ପ୍ରମୁଖ ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳର ୧୮ ଜଣିଆ ଖେଳାଳି ତାଲିକା

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆକୁ ଧୁଳି ଚଟାଇବା ପରେ ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳର ମନୋବଳ ବଢିଛି। ଏହି ସିରିଜ ଶେଷ ହେବା ସହ  ଆସନ୍ତା ଫେବୃୟାରୀ ୫ ତାରିଖରୁ ଟେଷ୍ଟ ଖେଳିବା ନେଇ ଇଂଲଣ୍ଡ ଦଳ ଭାରତ ଆସୁଛି। ଭାରତୀୟ ଦଳ ନିଜ ଘରୋଇ ପିଚରେ ଖେଳିବା ନେଇ ବହୁତ ଉତ୍ସାହିତ ଅଛି। ଏଥିପାଇଁ ଭାରତୀୟ ଦଳର ୧୮ ଜଣିଆ ଖେଳାଳୀକୁ ମନୋନୀତ କରାଯାଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ହେଲେ ଚୟନ କମିଟି ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆରେ କ୍ରମାଗତ ବିଫଳ ହୋଇଥିବା ପୃଥ୍ବୀ ଶ’ ଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜର ଅଧାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିବା ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ। ଶେଷ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଟି ନଟରାଜନ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି।

ଭାରତୀୟ ଦଳର ୧୮ ଜଣିଆ ମନୋନୀତ ଖେଳାଳୀ:

ରୋହିତ ଶର୍ମା, ଶୁବମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହଣେ(ଉପ ଅଧିନାୟକ), ଋଷଭ ପନ୍ତ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ର ଅଶ୍ୱିନ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲା ଭାରତୀୟ ଦଳ: ଅଷ୍ଟ୍ରେଲିଆକୁ ହରାଇ ଜିତିଲା ଟେଷ୍ଟ ସିରିଜ

ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ ବଡ ସ୍କୋରର ଲକ୍ଷକୁ ପୂରଣ କରିବାରେ ସକ୍ଷମ ହେଲା ଭାରତୀୟ ଦଳ। ପୂର୍ବରୁ ଅନ୍ୟ କୌଣସି ଦଳ ୨୫୦ ରନରୁ ଉର୍ଦ୍ଧ୍ଵ ସ୍କୋରକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲେ। ଅଷ୍ଟ୍ରେଲିଆର ୩୨୮ ରନକୁ ପୂରଣ କରିବା ଭାରତୀୟ ଦଳ ପାଇଁ ଅସମ୍ଭବ ଥିଲା। କିନ୍ତୁ ଭାରତ ଏହାକୁ ପୂରଣ କରି ଦେଶ ପାଇଁ ଗୌରବ ଆଣିପାରିଛି। ଅନଭିଜ୍ଞ ଖେଳାଳୀକୁ ନେଇ ଜିତିବା ଭାରତ ପାଇଁ ଏକ ବଡ ଉପଲବ୍ଧି।

ଗତକାଲି ଭାରତ ୪ ରନରୁ ଖେଳ ଆରମ୍ଭ କରି ଆଜି ୩୨୮ ରନର ଟାର୍ଗେଟ ପୂରଣ କରିନେଇଥିଲା। ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରିଷଭ ପନ୍ତ, ଶୁବମାନ ଗିଲ, ଚେତେଶ୍ଵର ପୂଜାରା ଏବଂ ୱାସିଙ୍ଗଟନ ସୁନ୍ଦର। ଶୁବମାନ ଗିଲ ସର୍ବାଧିକ ୯୧ ରନ ସଂଗ୍ରହ କରିଥିବା ବେଳେ ରିଷଭ ପନ୍ତ ଅପରାଜିତ ୮୯ ରନ କରିଥିଲେ। ଆଜି ରିଷଭ ପନ୍ତ ଏବଂ ୱାସିଙ୍ଗଟନ ଶେଷ ସମୟରେ ଟେଷ୍ଟ ମ୍ୟାଚକୁ ଟି-ଟ୍ୱେଣ୍ଟି ଖେଳରେ ରୂପାନ୍ତରିତ କରି ଦଳକୁ ଏଭଳି ବଡ ବିଜୟ ଦେଇଥିଲେ।

ସେହିପରି ଚେତେଶ୍ଵର ପୂଜରା ୫୬ ରନ, ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୪ ରନ, ୱାସିଙ୍ଗଟନ ୨୨ ରନର ଉପଯୋଗୀ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ସବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ନାଥନ ଲାୟନ ୨ ଟି ଏବଂ ଜୋସ ହଜିଲଉଡ଼ ୧ ଟି ୱିକେଟ ହାସଲ କରିଥିଲେ।

ଭାରତୀୟ ଦଳର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବିଜୟୀ ଦଳକୁ ବିସିସିଆଇ ୫ କୋଟି ଟଙ୍କାର ପୁରଷ୍କୃତ ରାଶି ଦେବା ଲାଗି ଘୋଷଣା କରିଛି।

Categories
ଆଜିର ଖବର ଖେଳ

ଭାରତୀୟ ଦଳରେ ଆହତ ସମସ୍ୟା ଜାରି: ଜାଣନ୍ତୁ ଚତୁର୍ଥ ଟେଷ୍ଟ ପାଇଁ କିଏ ହେବେ ସାମିଲ

ସିଡନୀ:ଆହତ ସମସ୍ୟାରେ ଗତି କରୁଥିବା ଭାରତୀୟ ଦଳଙ୍କୁ ପୁଣି ଥରେ ବଡ ଝଟକା ଲାଗିଛି। ଦ୍ରୁତ ବୋଲର ଜସପ୍ରିତ ବୁମରା ଆହତ ହୋଇ ଚତୁର୍ଥ ଟେଷ୍ଟରୁ ବିଦା ହୋଇଛନ୍ତି।

କେବଳ ସେତିକି ନୁହେଁ, ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରି ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ଵିନୀ ମଧ୍ୟ ଆହତ ହୋଇଛନ୍ତି। ତେବେ ହନୁମା ବିହାରୀଙ୍କ ବିକଳ୍ପ ରୂପେ ମୟଙ୍କ ଅଗ୍ରୱାଲ ଥିବା ବେଳେ ସେ ନେଟ୍ସ ଅଭ୍ୟାସ ବେଳେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି। ହେଲେ ତାଙ୍କ ଆଙ୍ଗୁଠି ଫ୍ୟାକ୍ଚର ହୋଇଥିଲେ ଦଳରେ ସ୍ଥାନ ପାଇବା ଅସମ୍ଭବ। ଭାରତୀୟ ଦ୍ରୁତ ବୋଲର ବୁମରାଙ୍କ ଆହତ ସମସ୍ୟା ତୃତୀୟ ଟେଷ୍ଟ ସମୟରେ ହୋଇଥିଲା।

ସୂଚନା ମୁତାବକ ବୁମରାଙ୍କ ସ୍କାନ ରିପୋର୍ଟରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି, ହେଲେ ଚତୁର୍ଥ ଟେଷ୍ଟ ଖେଳିଲେ ତାଙ୍କର ଆଘାତ ବଢିବା ଆଶଙ୍କା କରାଯାଉଛି। ତେଣୁ ତାଙ୍କୁ ଏହି ମ୍ୟାଚ ଖେଳାଇ ଦଳ ରିସ୍କ ନେବା ପାଇଁ ଚାହିଁବ ନାହିଁ। ଯଦ୍ୱାରା ସେ ଆଗାମୀ ସିରିଜରେ ଇଂଲଣ୍ଡ ବିରୋଧରେ ଖେଳିପାରିବେ। ଏହି ସିରିଜ ଭାରତ ପାଇଁ ମହତ୍ବପୂର୍ଣ୍ଣ ଅଟେ। କାରଣ ଏହି ସିରିଜରେ ବିଶ୍ଵ ଟେଷ୍ଟ ଚାମ୍ପିଆନ୍ସ ର ଫାଇନାଲ କ୍ବାଲିଫିକେସନ ସ୍ପଷ୍ଟ ହେବ। ସେଥିପାଇଁ ବୁମରାଙ୍କୁ ଫିଟ ରହିବା ଜରୁରୀ।

ତେବେ ଆଶା ମୁତାବକ ୧୫ ଜାନୁୟାରୀରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ପାଇଁ ମହମ୍ମଦ ସିରାଜ, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର ଏବଂ ଟି. ନଟରାଜନ ଖେଳିବେ। ସେହିପରି କେଏଲ ରାହୁଲ ଆହତ ହେବା ଏବଂ ହନୁମା ବିହାରୀ ଗ୍ରେଡ଼ ୨ ର ଆହତ ହେବା ଦ୍ଵାରା ମଧ୍ୟକ୍ରମ ବ୍ୟାଟ୍ସମେନର ସମସ୍ୟା ଦେଖାଦେଇଛି। ଏହା ସହିତ ଫର୍ମରେ ନଥିବା ଦୁଇ ବ୍ୟାଟ୍ସମେନ ମୟଙ୍କ ଅଗ୍ରୱାଲ ଏବଂ ପୃଥ୍ବୀ ଶ’ ଦଳ ପାଇଁ ଚିନ୍ତାରେ ପକାଇଛନ୍ତି।

ଏବେ ଦେଖିବା ବାକି ରହିଲା କି, ମୁଖ୍ୟ ଖେଳାଳିଙ୍କ ଦଳରେ ଅନୁପସ୍ଥିତ ଏବଂ ଲମ୍ବା ନିମ୍ନ ଭାଗକୁ ଦେଖି ଦଳ ୬ ଜଣ ବ୍ୟାଟ୍ସମେନ ଏବଂ ୪ ଜଣ ବୋଲରଙ୍କୁ ଖେଳାଇବା ନିଷ୍ପତ୍ତି ନେଉଛି ନା ନାହିଁ। ଏହି ସ୍ଥିତିରେ ରିଷଭ ପନ୍ତ ୱିକେଟ କିପର ରହିବେ। ଅଗ୍ରୱାଲଙ୍କ ସ୍କାନ ପରେ ଯଦି ସାମାନ୍ୟ ଆଘାତ ଲାଗିଥାଏ, ତେବେ ପୃଥ୍ବୀ ଶ’ ତିନି ନମ୍ବର ସ୍ଥାନରେ ଆସିବେ। ତାପରେ ବ୍ୟାଟିଂ ପାଇଁ ଚେତେଶ୍ଵର ପୂଜାରା, ଅଜିଙ୍କ୍ୟ ରାହାଣେ, ଅଗ୍ରୱାଲଙ୍କ ନମ୍ବର ଆସିପାରେ।

ଉଲ୍ଲେଖ ଯୋଗ୍ୟ ଯେ, ଯେଉଁ ୪ ଜଣ ବୋଲରଙ୍କୁ ନେଇ ଭାରତ ପଡିଆକୁ ଓହ୍ଳାଇବ, ସେମାନଙ୍କର ଅଭିଜ୍ଞତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସିରାଜ ମାତ୍ର ୨ ଟି ଟେଷ୍ଟ ଖେଳିଥିବା ବେଳେ ସାଇନି ଓ ଠାକୁର ମାତ୍ର ଗୋଟିଏ ଲେଖାଏଁ ଟେଷ୍ଟ ଖେଳିଛନ୍ତି ଏବଂ ନଟରାଜନ କୌଣସି ଟେଷ୍ଟ ଖେଳିନାହାନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଦଳର ଚୁଡାନ୍ତ ଏକାଦଶ ଘୋଷଣା

ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ସିଡନୀ ଠାରେ ଖେଳିବ। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଚୁଡାନ୍ତ ଏକାଦଶ ଘୋଷଣା କରିଛି। ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵରେ ଦଳ ପୁଣି ଥରେ ସିଡନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ଭେଟିବ। ବର୍ତ୍ତମାନ ସିରିଜ ୧-୧ରେ ବରାବର ଅଛି। ଏହି ଗ୍ରାଉଣ୍ଡରେ ବିଜୟ ହୋଇ ଦୀର୍ଘ ୪୩ ବର୍ଷର ରେକର୍ଡକୁ ଭାଙ୍ଗିବା ପାଇଁ ରାହାଣେ ବାହିନୀ ଚେଷ୍ଟା କରିବ। ରୋହିତ ଶର୍ମା ଦଳରେ ସାମିଲ ହୋଇ ଉପଅଧିନାୟ ଭାବେ ଦାୟିତ୍ଵ ତୁଲାଇବେ। ଦ୍ରୁତ ବୋଲର ନବଦୀପ ସାଇନୀ ଏହି ମ୍ୟାଚରେ ପଦାର୍ପଣ କରିବେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁ ତୃତୀୟ ମ୍ୟାଚରୁ ବାଦ ଦିଆଯାଇଛି।

ଭାରତୀୟ ଦଳ:

୧-ଅଜିଙ୍କ୍ୟ ରାହାଣେ (ଅଧିନାୟକ)

୨-ରୋହିତ ଶର୍ମା ( ଉପଅଧିନାୟକ)

୩-ଶୁଭମାନ ଗିଲ

୪-ଚେତେଶ୍ଵର ପୂଜାରା

୫-ହନୁମା ବିହାରୀ

୬-ଋଷଭ ପନ୍ତ (ୱିକେଟ କିପର)

୭-ରବୀନ୍ଦ୍ର ଜାଡ଼େଜା

୮-ରବିଚନ୍ଦ୍ରନ ଅଶ୍ଵିନୀ

୯-ଜସପ୍ରିତ ବୁମରା

୧୦-ମହମ୍ମଦ ସିରାଜ

୧୧-ନବଦୀପ ସାଇନୀ

Categories
ଆଜିର ଖବର ଖେଳ

ଭାରତ ବନାମ ଅଷ୍ଟ୍ରେଲିଆ: ହାର୍ଦ୍ଦିକଙ୍କ ଲଢୁଆ ବ୍ୟାଟିଂ ବଳରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ବିରାଟ ବାହିନୀ

ସିଡନୀ: ଆଜି ଭାରତୀୟ ଦଳ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଦୁଇଟି ବଲ ବାକି ଥାଇ ବିଜୟ ଲାଭ କରିଛି। ଭାରତ ଏହି ମ୍ୟାଚକୁ ୬ ୱିକେଟରେ ବିଜୟ ଲାଭ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ବଳରେ ବିରାଟ ବାହିନୀ ଏହି ସଫଳତା ପାଇଛି। ଏହା ସହିତ ଭାରତ  ଆଉ ଗୋଟିଏ ମ୍ୟାଚ ପୂର୍ବରୁ ୨-୦ ରେ ସିରିଜକୁ ଜିତି ନେଇଛି। ହାର୍ଦ୍ଦିକଙ୍କ ଦମଦାର ବ୍ୟାଟିଂ ଯୋଗୁଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି। ସେ ମାତ୍ର ୨୨ ଟି ବଲରେ ୪୨ ରନ ସଂଗ୍ରହ କରିଥିଲେ। ସେହିପରି ଶିଖର ଧାବନ ୩୬ ଟି ବଲରେ ଧୂଆଁଧାର ବ୍ୟାଟିଂ କରି ୫୨ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହିଲିଙ୍କ ଉପଯୋଗୀ ୨୪ ଟି ବଲରେ ୪୦ ରନ ଦଳକୁ ବିଜୟୀ କରିବାରେ ସହାୟ ହୋଇଥିଲା।

ତେବେ ଭାରତ ଦଳରେ ଦ୍ଵିତୀୟ ପଦାର୍ପଣ ମ୍ୟାଚରେ ଖେଳୁଥିବା ଦ୍ରୁତ ବୋଲର ଟି. ନଟରାଜନ ୪ ଓଭର ବୋଲିଂ କରି ମାତ୍ର ୨୦ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୨୦ ଓଭର ଖେଳି ୫ ଟି ୱିକେଟ ହରାଇ ୧୯୪ ରନ କରିଥିଲା। ଯାହାକି ଭାରତ ୧୯.୪ ଓଭରରେ ୪ ଟି ୱିକେଟ ହରାଇ ୧୯୫ ରନ କରି ବିଜୟ ଲାଭ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୩୨ ଟି ବଲରେ ୫୮ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୩୮ ବଲରେ ୪୬ ରନ ଏବଂ ହେନ୍ରୀକ୍ସ ୧୮ ବଲରେ ୨୬ ରନ ସଂଗ୍ରହ କରିଥିଲେ।

Categories
ଫଟୋ ଖବର

ନେଟ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଣ୍ଡିୟମ ଭିତରକୁ ପ୍ରବେଶ କରୁଛନ୍ତି ବିରାଟ ବାହିନୀ

ନେଟ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଣ୍ଡିୟମ ଭିତରକୁ ପ୍ରବେଶ କରୁଛନ୍ତି ବିରାଟ ବାହିନୀ