Categories
ଆଜିର ଖବର ରାଜ୍ୟ ଖବର

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା। ପ୍ରଥମ ଦିବସରେ ବିଭିନ୍ନ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝା ଯାଇଥିଲା ଯାଇଥିଲା। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏହି ପାଠ୍ୟକ୍ରମ ସମ୍ବନ୍ଧରେ ଅଧିକ ସଚେତନ କରିବା ପାଇଁ ଏକ ସେମିନାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ମାନସ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାହୁ, ସୁଶୀଲ କୁମାର ରଣା, ନୃସିଂହ ଚରଣ ଚୌଧୁରୀ ଓ ତପସ୍ୱିନୀ ଷଡ଼ଙ୍ଗୀ ଭାଗ ନେଇ ନିଜର ମତାମତ ଉପସ୍ଥାପନା କରିଥିଲେ। ଏହି ସେମିନାର କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ ଭଟ୍ଟ, ରାଜସୁନାଖଳା ଶିକ୍ଷକ ତାଲିମ କେନ୍ଦ୍ରର ପ୍ରଶିକ୍ଷକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ।

ସେହିପରି ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ମଝିଆଖଣ୍ଡ ଗ୍ରାମ ପଂଚାୟତର ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ରଥ ମଝିଆଖଣ୍ଡ ଗ୍ରାମ ସହ ବ୍ଲକର ବିଭିନ୍ନ ଗ୍ରାମରେ ବୁଲିଥିଲା। ଏହା ସହ ପିଲାମାନେ ହାତରେ ଶିକ୍ଷା ସଚେତନତା ସମ୍ବନ୍ଧୀୟ ବିଭିନ୍ନ କାର୍ଡ, ବ୍ୟାନର ଧରି ସ୍ଲୋଗାନ ଦେଇ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିଥିଲେ। ଏହା ସହ ଘୋଡା ନାଚ ନାମକ ଏକ ପଥ ପ୍ରାନ୍ତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଏହି ନୃତ୍ୟକୁ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ଦାସ ଓ ଭାସ୍କର ପ୍ରଧାନ ଆୟୋଜନ କରିଥିଲେ।

ଏହା ପରେ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ନୃତ୍ୟ, ନାଟକ ଓ ଅଭିନୟ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ କପ୍ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ, ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ, ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ଅଶୋକ କୁମାର ଦାଶ, ସାଧନ କେନ୍ଦ୍ର କର୍ମୀ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ କର, ଦୀନବନ୍ଧୁ ଜେନା, ପବିତ୍ର ମୋହନ ସାମନ୍ତରାୟ, ସୋନୁ ପ୍ରଧାନ, ରସାନନ୍ଦ ବେହୁରା, ରାମଚନ୍ଦ୍ର ବେହେରା, ସୁଶୀଲ କୁମାର ରଣା, କୈଳାଶ ମାଝୀ, ରାଜ କିଶୋର ଦାଶ, ସୁବାଷ ଚନ୍ଦ୍ର ବେହେରା, ମାନସ କୁମାର ପଟ୍ଟନାୟକ, ପ୍ରଭାତ ପଣ୍ଡା, ରବିନ୍ଦ୍ର ବେହେରା, ଯୁଧିଷ୍ଠିର ପ୍ରଧାନ, ଅଶୋକ ସାମନ୍ତରାୟ, କୁଳମଣି ପ୍ରଧାନ, ପଦ୍ମ ଚରଣ ସେଠିଙ୍କ ସହ ସମସ୍ତ ସାଧନ କେନ୍ଦ୍ର କର୍ମୀ ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମଝିଆଖଣ୍ଡରେ ଅଶୋକଷ୍ଟମୀ ପାଳିତ, ଟଣା ହେଲା ରୁକୁଣା ରଥ

ରଣପୁର: ରଣପୁର ବ୍ଲକ ନିକଟସ୍ଥ ମଝିଆଖଣ୍ଡ ଗ୍ରାମପଂଚାୟତରେ ୧୩୬୫ ମସିହାରୁ ପାଳନ କରାଯାଉଛି ଏହି ନିଆରା ପର୍ବ ଅଶୋକା ଅଷ୍ଟମୀ। ନୀତି ଅନୁଯାୟୀ ପ୍ରଭୁ କମଳେଶ୍ୱର ଦେବ ଶହ ଶହ ଭକ୍ତଙ୍କର ଗହଣରେ ରୁଙ୍କୁଣା ରଥରେ ବସି ୭ ଦିନ ପାଇଁ ମାଉସୀ ମା ‘ ମନ୍ଦିର କୁ ବିଜେ କରିବେ। ତେଣୁ ନୀତି ପରମ୍ପରା ଅନୁଯାୟୀ ରଥର ସମସ୍ତ ନୀତିକାନ୍ତି ପରେ ରଥ ଉପରକୁ ପ୍ରଭୁ କମଳେଶ୍ୱର ଦେବ ବିଜେ କରିଥିଲେ।

ଏହା ପରେ ଭକ୍ତମାନେ ରଥକୁ ଟାଣି ଟାଣି ଅଶୋକ ବଜାର ଠାରେ ଥିବା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଏହି ରଥ ଟଣା ସମୟରେ ରଣପୁର ଦେବୋତ୍ତର ବିଭାଗ ଅଧିକାରୀ ତଥା ରଣପୁର ତହସିଲଦାର ଇପ୍ସିତ ସାହୁ, ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଏହି ନିଆରା ପରମ୍ପରାଟିକୁ ଆଗାମୀ ଦିନରେ ଆହୁରି ଅଧିକ କିପରି ଉନ୍ନତି ହୋଇପାରିବ ସେ ନେଇ ଦେବୋତ୍ତର ବିଭାଗର ଅଧିକାରୀ ତଥା ରଣପୁର ତହସିଲଦାର ମତାମତ ଦେଇଛନ୍ତି। ରଣପୁର ପୋଲିସ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଗ୍ରାମପଞ୍ଚାୟତରେ ତାଲା ପକାଇ ଧାରଣା ବସିଲେ ଯୋଗ୍ୟ ହିତାଧିକାରୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବାରୁ ଅସନ୍ତୋଷର ବାତାବରଣ ଖେଳି ଯାଇଛି। କିଛି ଦିନ ତଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ତାଲିକାରେ ନଥିବାରୁ ବ୍ଲକ ପରିସରରେ ଧାରଣାରେ ବସିଥିଲେ।

ଆଜି ରଣପୁର ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନେ ମେଳି ହୋଇ ଗୋପାଳପୁର ଗ୍ରାମ ପଞ୍ଚାୟତରେ ତାଲା ପକାଇବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଗୋପାଳପୁର ସରପଞ୍ଚଙ୍କୁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଗୋପାଳପୁର ଗ୍ରାମପଞ୍ଚାୟତ ପୁରୁଷ ମହିଳାମାନେ ଧାରଣା ବସିଥିଲେ। ପ୍ରାୟ ୪୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ସ୍ଥଳେ ୧୫୮ ଜଣଙ୍କ ନାମ ତାଲିକାରେ ଆସିଛି ଏବଂ ଯେଉଁ ମାନଙ୍କର ନାମ ତାଲିକାରେ ନାହିଁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯେଉଁ ମାନଙ୍କ ନାମ ତାଲିକାରେ ନାହିଁ, ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ନାମକୁ ସରକାରୀ ସ୍ତରରେ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଲକ କାର୍ଯ୍ୟାଳୟକୁ ଘେରିଲେ ଶହ ଶହ ସଂଖ୍ୟକ ହିତାଧିକାରୀ

ରଣପୁର: ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭବ୍ୟ ତାଲିକା ପ୍ରକାଶ ପାଇବା ପରେ କିଛି ଯୋଗ୍ୟ ହିତାଧିକାରୀ ସେଥିରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆଜି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବଳଭଦ୍ର ପୁର, ବାଉଁଶ ଗଡ଼, ତାଳକଣି, ଖତିଆ, ଦର୍ପନାରାୟଣ ପୁର ଓ ନରସିଂହ ପୁର ଗ୍ରାମ ପଞ୍ଚାୟତର ଶହ ଶହ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ରଣପୁର ବ୍ଲକ ସମୁଖରେ ଧାରଣାରେ ବସିବା ସହ ପ୍ରତିବାଦ କରିଥିଲେ।

ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ରଣପୁର ବିଡ଼ିଓ ବୁଝାସୁଝା କରିଵା ସହ ଖୁବ ଶୀଘ୍ର ସେମାନଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ତେବେ ଘଟଣା ସ୍ଥଳରେ ବିଜେପିର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ବ୍ଲକ ପରିସରରେ ପହଞ୍ଚି ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ କିପରି ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ରଣପୁର ବିଡ଼ିଓଙ୍କ ସହ ଆଲୋକପାତ କରିଥିଲେ।

ରଣପୁର ବ୍ଲକରେ ମୋଟ ୬୨୬୨ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩୮୨୫ ଜଣ ହିତାଧିକାରୀଙ୍କ ନାମ ଆସିଥିବା ବେଳେ ଖୁବଶୀଘ୍ର ଅନ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଅବସରପ୍ରାପ୍ତ ପ୍ରଧ୍ୟାପିକାଙ୍କ ପରଲୋକ: ଗୋଦାବରୀଶ ମହାବିଦ୍ୟାଳୟରୁ ନେଇଥିଲେ ଅବସର

ରଣପୁର: ଆଜି ରଣପୁର ବ୍ଲକର ଜଣେ ଅବସରପ୍ରାପ୍ତ ପ୍ରଧ୍ୟାପିକା, ସମାଜସେବୀ, ମୋ ସ୍କୁଲ ଅଧ୍ୟକ୍ଷା ତଥା ଶିକ୍ଷାବିତଙ୍କ ପରଲୋକ ଘଟି ଯାଇଛି। ସେ ମହିୟସୀ ମହିଳା ହେଉଛନ୍ତି ଗୋପାଳପୁରର ସ୍ବର୍ଗତ ଲୋକନାଥ ସ୍ୱାଇଁ ଓ କୁନ୍ତଳା କୁମାରୀ ସ୍ୱାଇଁଙ୍କ ଝିଅ ସ୍ବର୍ଗତ ସୁବାସିନୀ ଦେଇ।

ସେ ୧୯୫୫ ମସିହା ମେ ମାସ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ସାହିତ୍ୟ ବିଭାଗର ପ୍ରଧ୍ୟାପିକା ଥିଲେ। ୧୯୮୦ ମସିହାରେ ସାହିତ୍ୟ ବିଭାଗର ଅଧ୍ୟାପିକା ଭାବେ ପ୍ରଥମେ ରଣପୁର ମହାବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହା ପରେ ୧୯୯୭ ମସିହାରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟକୁ ବଦଳି ହୋଇଥିଲେ ଏବଂ ସେଠାରେ ସେ ଓଡିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ସେ ୨୦୧୫ ମସିହାରେ ଚାକିରୀରୁ ଅବସର ନେଇଥିଲେ।

ଏହା ପରେ ନିଜ ଗ୍ରାମରେ ରହି ସମାଜସେବା କାମରେ ନିଜକୁ ଲିପ୍ତ ରଖି ଥିଲେ। ଏହା ସହିତ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ସେ ମୋ ସ୍କୁଲର ଅଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ସେ ଜଣେ ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ସ୍ଵଭାଵର ଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅମର ଆତ୍ମାର ସଦଗତି କାମନା କରି ରଣପୁର କଲେଜରେ ଛାତ୍ରଛାତ୍ରୀମାନେ ଗୀତା ପାଠ ଓ ଶୋକ ସଭା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଭାଇ ଭାଗ୍ୟଧାର ସ୍ୱାଇଁଙ୍କ ସହ ସମସ୍ତ ଭାଇ, ଭାଉଜ, ପୁତୁରା, ଝିଆରୀ, ଭଣଜା, ଭାଣେଜୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବାଣପୁରରେ ଦୀର୍ଘ ୧୮ ବର୍ଷର ଚାକିରି କାଳ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ଏହି ଦୁଃଖଦ ଖବର ପାଇବା ପରେ ବାଣପୁର ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମହାବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପିକାଙ୍କ ବିୟୋଗରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଯାଇଛି। ଦାରୁଣ ଦୁଃଖ ସହିବା ନିମନ୍ତେ ପ୍ରଭୁ ପରମେଶ୍ଵର ତାଙ୍କ ଶୋକାକୁଳ ପରିବାର ବର୍ଗକୁ ଶକ୍ତି ଦିଅନ୍ତୁ ବୋଲି କଲେଜ ପକ୍ଷରୁ ପ୍ରାର୍ଥନା କରାଯାଇଛି।

Categories
ଆଞ୍ଚଳିକ

ନପଲ୍ଲୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ

ରଣପୁର: ରଣପୁର ବ୍ଲକ ନପଲ୍ଲୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞାଞ୍ଜଳୀ ଚହଟ୍ଟରାୟ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପାତାଳ ସିଂ, ସମିତି ସଭ୍ୟା ଦିପଞ୍ଜଳି ପାଇକରାୟ, ମୋ ସ୍କୁଲ ସଭାପତି ଗୋଦାବରୀ ପ୍ରଧାନ, କୃଷ୍ଣଚନ୍ଦ୍ର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ ଧର୍ମ

ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନିକଟରେ ଥିବା କୃଷ୍ଣ ଦ୍ବିପାୟନ ବେଦ ପାଠଶାଳାରେ ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ତିରୁପତି ଜାତୀୟ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ମହର୍ଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ପ୍ରତିଷ୍ଠାନ ଉଜ୍ଜୟନୀ ଶିକ୍ଷା ମନ୍ତ୍ରଣାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ବେଦ ଶାସ୍ତ୍ର ଧର୍ମ ସମ୍ପର୍କରେ ବୁଝାଇଥିଲେ।

ସୁଧାକର ପଣ୍ଡା, ଡାଃ କଳ୍ପନା ରଥ, ପ୍ରଫେସର ପ୍ରମୋଦ କୁମାର ନନ୍ଦ, ଡାଃ. ନୀଳାଚଳ ମିଶ୍ର, ପ୍ରଫେସର ବିଜୟ କୁମାର ଜେନା ପ୍ରମୁଖ ବେଦ ପାଠ ଚକ୍ର ଉପରେ ଏହି ପାଠଶାଳାର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।