Categories
ବିଶେଷ ଖବର ରାଜ୍ୟ ଖବର

ମଝି ନଈରେ ମାଝି, କେଉଁ କୂଳକୁ ଯିବେ ? ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ସଂଧ୍ୟାରେ ନାହିଁ

ଭୁବନେଶ୍ବର: ବର୍ତ୍ତମାନ ମଝି ନଈରେ ଭାସୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି। ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ପୁଣି ସଂଧ୍ୟାରେ ଶୁଭୁଛି ନାଇଁ ଛାଡିବେ ନାହିଁ। କେତେବେଳେ କୁହାଯାଉଛି ବିଜେଡି ଯିବେ, କେତେବେଳେ ବିଜେପି। ଏସବୁ ଦୋଛକି ଭିତରେ ବର୍ତ୍ତମାନ ଘାଣ୍ଟି ହେବାରେ ଲାଗିଛନ୍ତି ଏହି ପୂର୍ବତନ ସାଂସଦ ପ୍ରଦୀପ ମାଝି।

ନିକଟରେ ସେ ନୂଆଦିଲ୍ଲୀରେ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଦୀପ କଂଗ୍ରେସ ଛାଡିବା ନେଇ କୁଆଡେ ରାହୁଳ ଗାନ୍ଧୀଙ୍କ ପାଖରେ ଖବର ପହଞ୍ଚିଲା। ସେଥିପାଇଁ ରାହୁଳ ତାଙ୍କୁ ଡାକି ଆଲୋଚନା କଲେ। ଶୁଣାଗଲା ଯେ, ତାଙ୍କୁ ରାହୁଳ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବେ। ସେଥିପାଇଁ ସେ ଆଉ କଂଗ୍ରେସ ଛାଡିବେ ନାହିଁ। ହେଲେ ଏହା କିଛି ଦିନର ନିରବତା ପରେ ପୁଣି ଉଠିଲା ନା ପ୍ରଦୀପ କଂଗ୍ରେସ ଛାଡିବେ।

ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରି ଆସିବାର କିଛି ଦିନ ପରେ ପ୍ରଦୀପ କୁଆଡେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପୁଣି ଭେଟିଛନ୍ତି। ଏହି ଗୁପ୍ତ ଆଲୋଚନା ପରେ ପୁଣିଥରେ ପ୍ରଦୀପ କୁଆଡେ ମନ ପରିବର୍ତ୍ତନ କରିଛନ୍ତି। ବିଜେଡିରୁ ରାଜ୍ୟ ସଭାକୁ ଯିବେ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଛି। ଫଳରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି ପୁଣି ଆରମ୍ଭ ହେଲା ଚର୍ଚ୍ଚା।

ଥରେ ନୁହେଁ, ବହୁଥର ପ୍ରଣବଙ୍କୁ ଭେଟିଛନ୍ତି ପ୍ରଦୀପ। ସେ ବିଜେଡିରେ ଯୋଗ ଦେବା ଏକ ପ୍ରକାରର ନିଶ୍ଚିତ ବୋଲି ଜଣାପଡିଥିଲା। ଯାହାଫଳରେ ପ୍ରଦୀପଙ୍କ ମିଶ୍ରଣକୁ ନେଇ ନବରଂଗପୁର ବିଜେଡିରେ ଅସନ୍ତୋଷ ବୃଦ୍ଧି ପାଇଲା। ହେଲେ ସେସବୁକୁ ପ୍ରଣବ ମ୍ୟାନେଜ କଲେ। ସେମାନଙ୍କ ମିଶ୍ରଣ ପର୍ବ କେବେ ହେବ ତାହା ମଧ୍ୟ କୁଆଡେ ନିର୍ଦ୍ଧାରିତ ହେଲା। ହେଲେ ହଠାତ କଣ ହେଲା କେଜାଣି ସେଥିରେ ଭଟ୍ଟା ପଡିଲା।

ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ କଂଗ୍ରେସ ଛାଡିବା ପାଇଁ କାହିଁକି ଚାହୁଛନ୍ତି। ତାହାର କାରଣରେ ଏତିକି କୁହାଯିବ ଯେ, ସେ ଦୀର୍ଘ ବର୍ଷ ଧରି ପଦପଦବୀରୁ ଦୂରେଇ ରହିଲେଣି। କଂଗ୍ରେସ ଅବସ୍ଥା ଯାହା ସେଥିରେ ସଂଗଠନକୁ ବଞ୍ଚାଇ ରଖିବା ପାଇଁ ଯେଉଁ ଅର୍ଥର ଆବଶ୍ୟକ ତାହା ନାହିଁ। ପଦପଦବୀ ନ ଥିବାରୁ ପ୍ରଦୀପ ନିଜେ ମଧ୍ୟ ନିଜର ସଂଗଠନ ଚଳାଇବା ପାଇଁ ଅକ୍ଷମ ହୋଇପଡିଲେଣି। ବର୍ତ୍ତମାନ ପରିସ୍ଥିତିରେ କର୍ମିମାନଙ୍କୁ ବାନ୍ଧି ରଖିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡିଛି। ସେଥିପାଇଁ ସେ ଏକ ବିକଳ୍ପ ରାସ୍ତା ବାଛିବାକୁ ଚିନ୍ତା କରୁଛନ୍ତି ବୋଲି ଅନୁମାନ କରାଯାଇଛି।

ତେବେ ଏହି ବିକଳ୍ପରେ ତାଙ୍କୁ ବାଧା ଦେଉଛି କଂଗ୍ରେସ ସହିତ ଥିବା ତାଙ୍କର ରକ୍ତ ସଂପର୍କ। ରାହୁଳ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସହ ଜାତୀୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ପ୍ରଦୀପଙ୍କ ଭଲ ସଂପର୍କ। ସେମାନଙ୍କରେ କଳାଦାଗ ଲଗାଇବା ପାଇଁ ସେ ଚାହୁଁ ନାହାଁନ୍ତି। ତାଙ୍କର ବାପା ଅବଶ୍ୟ ବିଜୁବାବୁଙ୍କ ସାଥୀରେ ଥିଲେ। ହେଲେ ସେ ନିଜେ ପୁରା ଖାଣ୍ଟି କଂଗ୍ରେସିଆ ଭାବେ ପରିଚୟ ସୃଷ୍ଟି କରିଛନ୍ତି।

ହେଲେ ସେ ଅନୁଭବ କରିସାରିଲେଣି ଯେ, ନିଜର ସଂଗଠନ ବଞ୍ଚିଲେ ତାଙ୍କ ରାଜନୀତି ବଞ୍ଚିବ। ନଚେତ ସେ ମୈଦାନରୁ କୁଆଡେ ହଜିଯିବେ। ଆଉ ସେଥିପାଇଁ ଆବଶ୍ୟକ ଅର୍ଥ। ସେହି ଦୃଷ୍ଟିରୁ ପ୍ରଦୀପ ବିଜେଡିରୁ ରାଜ୍ୟସଭା ଯାଇ ନିଜ ରାଜନୈତିକ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଚାହୁଁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ମୋହନ ଭାଗବତଙ୍କ ସହ ମହିଳାଙ୍କ ଫଟୋ ନ ଥିବା ନେଇ ରାହୁଳ ଗାନ୍ଧୀଙ୍କ ବୟାନ, ଭୋପାଳରେ ଋଜୁ ହେଲା ମାମଲା

ନୂଆଦିଲ୍ଲୀ: ରାହୁଳ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଭୋପାଳରେ ତାଙ୍କ ବିରୋଧରେ ଏଫଆଇଆର ଋଜୁ କରାଯାଇଛି। ଏଥିସହିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଋଜୁ ହେବା ପରେ ଆଇନି ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଛି।

ହିନ୍ଦୁ ଦେବାଦେବୀ ଏବଂ ଆରଏସଏସ ବିରୋଧରେ ରାହୁଳ ଗାନ୍ଧୀ ଯେପରି ବୟାନ ଦେଇଛନ୍ତି ତାହା ଠିକ୍ ନୁହେଁ। ରାହୁଳ ଗାନ୍ଧୀ ସୁବିଧାବାଦୀ ରାଜନୀତି କରିବା ପାଇଁ ଏପରି ବୟାନ ଦେଇଛନ୍ତି। ଯାହା କୋଟି କୋଟି ହିନ୍ଦୁଙ୍କୁ ଆଘାତ ଦେଇଛି। ଏହା ବିରୋଧରେ ଏକ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା ମଧ୍ୟ ଥାନାରେ ଏକ ମାମଲା ଋଜୁ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ହିନ୍ଦୁ ସମାଜକୁ ଆଘାତ କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ନିକଟରେ ରାହୁଳ ଗାନ୍ଧୀ ନୂଆଦିଲ୍ଲୀରେ ମହିଳା କଂଗ୍ରେସର ଏକ ସଭାରେ ବିଜେପି ଏବଂ ଆରଏସଏସ କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ, ସେଥିରେ ତାଙ୍କ ସହିତ ଦୁଇ ତିନି ଜଣ ମହିଳା ଥିବାର ନିଶ୍ଚିତ ନଜରକୁ ଆସିବ। ହେଲେ ଆପଣମାନେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ଦେଖିଛନ୍ତି। ତାଙ୍କ ସହିତ କେବେ ଜଣେ ମହିଳା ଥିବାର ଦେଖିଛନ୍ତି କି ? ଆପଣମାନେ କେବେ ଦେଖି ନ ଥିବେ।

ଏହାପରେ ସେ କହିଥିଲେ ଯେ, ଏହାର କାରଣ କଣ ଜାଣିଛନ୍ତି ? ଏହାର କାରଣ ହେଲା ଆରଏସଏସ ନାରୀମାନଙ୍କୁ ଦମନ କରିବାକୁ ଚାହେଁ। ହେଲେ କଂଗ୍ରେସ ମହିଳାମାନଙ୍କୁ ଉପରକୁ ଉଠିବା ପାଇଁ ମଞ୍ଚ ତିଆରି କରେ। ଏହାପରେ ସେ କହିଥିଲେ ଯେ, ଆରଏସଏସ ହିନ୍ଦୁ ଧର୍ମ ନାମରେ ଦଲାଲି କରୁଛି।

ରାହୁଳଙ୍କ ଏହି ଭାଷଣ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ସଂଘ ତରଫରୁ ତାଙ୍କର ଏହି ଭିଡିଓ ଉପରେ ତୀବ୍ର ସମାଲୋଚନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସାରା ଦେଶରେ ଲକଡାଉନ ଲାଗୁ କରିବା ପାଇଁ କେନ୍ଦ୍ରକୁ ପରାମର୍ଶ ଦେଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତି ଯେପରି ହେବାରେ ଲାଗିଛି ଏଥିପାଇଁ କେବଳ ସଂପୂର୍ଣ୍ଣ ଲକଡାଉନର ଆବଶ୍ୟକତା ରହିଛି। ଏହା କହିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପୂର୍ବରୁ କରୋନା ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଫଳରେ ପରିସ୍ଥିତି ଧିରେଧିରେ ଅଣଆୟତ ହେବାରେ ଲାଗିଛି। ସେଥିପାଇଁ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ବୋଲି ରାହୁଳ କହିଛନ୍ତି।

Categories
ଫଟୋ ଖବର

ରାହୁଳ ଗାନ୍ଧୀଙ୍କ ସହିତ ସେଲଫି ନେଉଛନ୍ତି କେରଳର ଛାତ୍ରଛାତ୍ରୀ

କେରଳ, କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେ ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ସେହି ସମୟରେ ରାହୁଳ ଗାନ୍ଧୀଙ୍କ ସହିତ ସେଲଫି ନେବାର ସୁଯୋଗ ଛାଡିଲେ ନାହିଁ ଛାତ୍ରଛାତ୍ରୀ।

Categories
ଫଟୋ ଖବର

ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛନ୍ତି ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ, ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି। ଇନ୍ଦିରା ମେମୋରିଆଲ ରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି

Categories
ଆଜିର ଖବର ଜାତୀୟ ଖବର

ହାଥରସ ପଦଯାତ୍ରା, ଧସ୍ତାଧସ୍ତିରେ ରାସ୍ତା ଉପରେ ପଡିଗଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ, ଆଜି ହାଥରସ ଦୁଷ୍କର୍ମ ଘଟଣାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପଦଯାତ୍ରା କରୁଥିବା ବେଳେ ତାଙ୍କୁ ଜମୁନା ଏକ୍ସପ୍ରେସ ୱେ ରେ ପୋଲିସ ଅଟକାଇଥିଲା। ତେବେ ପୋଲିସ ସହିତ କଂଗ୍ରେସ କର୍ମିଙ୍କ ଧସ୍ତାଧସ୍ତି ମଧ୍ୟରେ ରାହୁଳ ଗାନ୍ଧୀ ରୋଡ ଉପରେ ପଡିଗଲେ।

ଯାହାକୁ ନେଇ ଉତକ୍ଷିପ୍ତ ହୋଇଛି କଂଗ୍ରେସ। ଆଜି ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ ଦୁଷ୍କର୍ମ ଘଟଣାରେ ଏକ ରାଲି କରି ଉତ୍ତର ପ୍ରଦେଶ ଯାଉଥିଲେ। ହେଲେ ବାଟରେ ପୋଲିସ ଜମୁନା ଏକ୍ସପ୍ରେସ ୱେରେ ଅଟକାଇଥିଲା। ବର୍ତ୍ତମାନ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ସେହିଠାରେ ଅଟକ ରଖିଛି।

Categories
ଫଟୋ ଖବର

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ରାହୁଳ ଗାନ୍ଧି

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ରାହୁଳ ଗାନ୍ଧି