Categories
ଆଜିର ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତିରେ ଜାଣନ୍ତୁ ତାଙ୍କର କଣ ଥିଲା ଶେଷ କଥା

ପ୍ରଦୀପ ସେନାପତି

୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍‌ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍‌ସାଇଟ୍‌ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି।

ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତି ବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି।

୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍‌କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ କୋମାର ବିମାନ ୧୯୪୫ ଅଗଷ୍ଟ ୧୮ରେ ଭିଏତ୍‌ନାମାର ଟୋରେନ୍ସରୁ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ନେତାଜୀଙ୍କ ସହ ଜାପାନ ସେନାବାହିନୀର ଲ୍ୟୁଟନାଣ୍ଟ ଜେନେରାଲ ସୁନାମାସା ଶିଦେଇ ମଧ୍ୟ ଉପସ୍ଥିତ ଥିଲେ। ପାଗ ଭଲ ଥିବାରୁ ଏବଂ ବିମାନ ଅବସ୍ଥା ମଧ୍ୟ ଠିକ୍ ଥିବାରୁ ବିମାନଟି ହୋଇତୋ ଉପର ଦେଇ ଅଗଷ୍ଟ ୧୮ରେ ତେଇପେଇ ପହଞ୍ଚିବ ବୋଲି ପାଇଲଟ ସୂଚନା ଦେଇଥିଲେ।

ବିମାନରେ ଯାତ୍ରା କରୁଥିବା ଜାପାନର ଏୟାରଷ୍ଟାଫ୍ ଅଫିସର ମେଜର ଟାରୋ କାନୋ ଉକ୍ତ କମିଟିକୁ ଜଣାଇଥିଲେ ଯେ, ବିମାନର ବାମ ପାଶ୍ୱର୍ର ଇଞ୍ଜିନ ଠିକ୍ ଭାବେ କାମ କରୁନଥିବା ଲକ୍ଷ୍ୟ କରିଥିଲେ। ଏହାପରେ ସେ ଯାଞ୍ଚ କରିଥିଲେ ଏବଂ ଠିକ୍ ଥିବା ଜାଣିବାକୁ ପାଇଥିଲେ। ତାଙ୍କ ସହ ଥିବା ଇଞ୍ଜିନିୟର ମଧ୍ୟ ଏହାକୁ ଯାଞ୍ଚ କରିଥିଲେ।

ତେବେ ବିମାନଟି ରନ୍‌ୱେରେ ଉଡ଼ିବା ଆରମ୍ଭ କରିବା କ୍ଷଣି ସେଥିରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତୋପ ମାଡ଼ ହେବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ବିମାନଟି ବାମପାଶ୍ୱର୍କୁ ଢଳି ଯାଇଥିବା ରନ୍‌ୱେରେ ଥିବା ଇଞ୍ଜିନିୟର କ୍ୟାପ୍‌ନେଟ ନକମୁରା ପ୍ରକାଶ କରିଥିଲେ। ଏହି ସମୟରେ ବିମାନଟି ମାତ୍ର ୩୦ରୁ ୪୦ ମିଟର ଉପରେ ଉଡୁଥିଲା। ରନ୍‌ୱେର ମାତ୍ର ୧୦୦ ମିଟର ଦୂରରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ସମ୍ମୁଖ ଭାଗରେ ଅଗ୍ନି ସଂଯୋଗ ହୋଇଯାଇଥିଲା।

ତେବେ ବିମାନର ମୁଖ୍ୟ ପ୍ରବେଶ ପଥ ଦେଇ ଆମେ ବାହାରି ପାରିବା ନାହିଁ ଏବଂ ପଛପଟ ଦେଇ ବାହାରିବା ବୋଲି ତାଙ୍କ ସହ ଯାତ୍ରା କରୁଥିବା ଜେନେରାଲ ରହମାନଙ୍କୁ ନେତାଜୀ କହିଥିଲେ। ଏହାପରେ ରହମାନ ନେତାଜୀଙ୍କୁ ବିମାନ ଭିତରୁ ବାହାର କରିଥିଲେ। ତାଙ୍କ ମୁଣ୍ଡର ବାମପାଶ୍ୱର୍ରେ ଗଭୀର କ୍ଷତ ହୋଇଥିଲା। ନିଆଁରେ ତାଙ୍କ ମୁହଁ ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଥିଲା। ଶରୀରରେ ଥିବା ପୋଷାକ ମଧ୍ୟ ପୋଡ଼ି ଯାଇଥିଲା। ତମକୁ ଅଧିକ କ୍ଷତି ହୋଇନାହିଁ ତ ବୋଲି ନେତାଜୀ ଏହି ସମୟରେ ତାଙ୍କ ଉତ୍ତର ଦେଇଥିଲେ।

କିନ୍ତୁ ନେତାଜୀ ମୁଁ ଆଉ ବଞ୍ଚିବିନି ବୋଲି ପ୍ରକାଶ କରିଥିଲେ। ନେତାଜୀ କହିଥିଲେ ଯେ, ଯେତେବେଳେ ଭାରତକୁ ଫେରିବ ନେତାଜୀ ଶେଷ ମୁହୂର୍ତ୍ତ ଯାଏ ଭାରତର ସ୍ୱାଧୀନତା ଲାଗି ସଂଗ୍ରାମ ଜାରି ରଖିଥିଲେ ବୋଲି ମୋ ଦେଶର ଭାଇଭଉଣୀମାନଙ୍କୁ ଜଣାଇବ। ସେମାନେ ସ୍ୱାଧୀନତା ସଂଗ୍ରାମକୁ ଜାରି ରଖିଥିବେ। ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ। ‘ତାକୁ କେହି ଭୃତ୍ୟ କରି କରି ରଖିପାରିବେ ନାହିଁ’। ଏହା ଥିଲା ନେତାଜୀଙ୍କ ଶେଷକଥା ବୋଲି ରହମାନ ଉକ୍ତ କମିଟିକୁ କହିଥିଲେ।

ଉକ୍ତ ବିମାନରେ ଯାତ୍ରା କରିଥିବା ଲ୍ୟୁଟନାଣ୍ଟ କଲୋନେଲ ଶିରୋ ନୋନୋଗାକି କହିଥିଲେ ଯେ, ବିମାନର ବାମ ୱିଙ୍ଗସ୍ ନିକଟରେ ଛିଡ଼ା ହୋଇଥିଲେ ତାଙ୍କ ପୋଷାକ ପୋଡ଼ି ଯାଇଥିଲା ଏବଂ ରହମାନ ତାଙ୍କ କୋର୍ଟ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୁର୍ଘଟଣାର ୧୧ ବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ କଲୋନେଲ ରହମାନ (ନୋନୋଗାକି ଘକ୍ଟଦ୍ଭକ୍ଟଶବଳସ) ତାକାହାସି ଏବଂ ନକମୁରା ଦେଇଥିବା ବୟାନରେ କିଛିଟା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଉକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଦୁର୍ଘଟଣାରେ ନେତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ନାନ୍‌ମୋନ୍ ସେନା ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ତେବେ, ନେତାଜୀଙ୍କର ଦେଶପ୍ରେମର ଆଦର୍ଶ ଥିଲା ଭିନ୍ନ। ସେ ସୁଦୂରଦର୍ଶୀ ଭାବରେ ଜାଣିଥିଲେ ଇଂରେଜମାନଙ୍କୁ ପରାସ୍ତ କରି ହଟାଇବା ପାଇଁ ମାର୍ଗ ହିଁ ଆପଣେଇବା ପାଇଁ ବାଧ୍ୟ। ଅହିଂସାର ମାର୍ଗଦର୍ଶନରେ ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ହାତରେ ବଳି ପଡ଼ିଯାଉଛନ୍ତି। କେତେଯେ, ନିରୀହ ସ୍ୱାଧୀନତା ସଂଗ୍ରାମୀ ଏହି ଆନ୍ଦୋଳନର ଝାସ ଦେଲେଣି ତା’ର ହିସାବ ଗାନ୍ଧିଜୀ ଦେଇପାରିବେ କି? ବୋଲି ଥରେ ଗାନ୍ଧୀଙ୍କୁ ପଚାରିଥିଲେ। ମୁଁ ଏହାକୁ ହୃଦୟତାର ସହ କୌଣସି ପ୍ରକାରେ ବରଦାସ୍ତ କରିପାରିବି ନାହିଁ। ଆମକୁ ଯେଶାକୁ ତେସା ନୀତିରେ ଲଢେଇ କରିବାକୁ ହିଁ ପଡ଼ିବ।

ଇଂରେଜମାନେ ଜାଣିଥିଲେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଭାରତୀୟ ମାନଙ୍କୁ ସହଜରେ ପରାସ୍ତ କରି ନିୟନ୍ତ୍ରଣ କରାଯାଇ ପାରିବ। ଆମେ ନିରୀହ, ସରଳ, ଆମେ ଶାନ୍ତିପ୍ରିୟ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ହଜାର ହଜାର ନିରୀହ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶରଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସତ୍ୟଯୁଗରେ ମଧ୍ୟ ମହାଭାରତରେ ଅହିଂସାର ନିର୍ଦ୍ଦଶନ ପ୍ରତିଫଳିତ ହୋଇଥିବା ବେଳେ ଆବଶ୍ୟକସ୍ଥଳେ ହିଂସାର ରୂପ ନେବା ପାଇଁ ଆମକୁ ଦିଗ୍‌ଦର୍ଶନ ଦେଇଛି। ଯାହା ସମସ୍ତ ବିଶ୍ୱକୁ ଚକିତ କରିଥିଲା।

ତେଣୁ, ଆଜି ସେହି ସଂଗ୍ରାମୀ ମହାପୁରୁଷଙ୍କର ମହତ୍ତ୍ୱ ଉପଦେଶକୁ ନିଶ୍ଚିତ ରୂପେ ଆଜିର ପବିତ୍ର ଦିବସରେ ଭାରତୀୟମାନଙ୍କୁ ସ୍ମରଣ କରିବାର ଯଥାର୍ଥତା ଜରୁରୀ। ନେତାଜୀଙ୍କର ସେହି ଚେତନାଶୀଳ ଭାବନାର ଉତ୍ତର ବାସ୍ତବରେ ପ୍ରତିଫଳନ ରୂପାନ୍ତରିତ ହୋଇଥିଲା କି ନାହିଁ ତାହା ମୁଁ ଆଜି ଭାରତୀୟ ମାନଙ୍କୁ ପଚାରିବା ପାଇଁ ଚାହେଁ।

ନେତାଜୀଙ୍କ ଆଦର୍ଶକୁ ଆଜି ଆମ୍ଭେ ଭୁଲିଯାଇ ସ୍ୱାଧୀନ ଦେଶର ଏକ ଶାନ୍ତିପ୍ରିୟ ରାଷ୍ଟ୍ରର ମାନ୍ୟତା ପାଇଥିବାରୁ ଏହାକୁ ଦୁର୍ବଳ ମନେ କରି ସ୍ୱାଧୀନ ଦେଶର ନାଗରିକ ହୋଇଥିଲେ ମଧ୍ୟ ପଡ଼ୋଶୀ ଦେଶ ଭାବରେ ଆମଠାରୁ ଜନ୍ମ ନେଇ ପାକିସ୍ତାନ ଓ ଚୀନ୍ ଆମକୁ ଶାନ୍ତିପ୍ରିୟ ଭାବରେ ରହିବା ପାଇଁ ଚାହୁଁନାହାଁନ୍ତି। ଏହି ପରିପ୍ରେକ୍ଷୀରେ ନେତାଜୀ ସେତେବେଳେ ଯଦି ଥାଆନ୍ତେ, ଭାରତକୁ ଖଣ୍ଡବିଖଣ୍ଡିତ କିରବାର ଆସ୍ଫାଳନ ବିଫଳ ହୋଇଥାନ୍ତା ନିଶ୍ଚୟ।

ତେଣୁ, ହେ ମହାପୁରୁଷ, କେଉଁଠାରେ ଅଛ? ଖୋଜୁଛି ତୁମକୁ ଏଇ ଭାରତବର୍ଷ। ତୁମେ କହିଥିଲ, ମୋତେ ରକ୍ତ ଦିଅ ଭୁଲିଯିବ ନାହିଁ ଏଇ ମଣିଷ ଯେଉଁଠି ବଞ୍ଚିବେ, ଯେଉଁଠାରେ ଥାଅ ଭାରତମାତାକୁ ଆଶୀର୍ବାଦ ଦିଅ। ସର୍ବଶେଷରେ, ଆଜି ତାଙ୍କର ପୂଣ୍ୟତିଥି ଜୟନ୍ତୀ ଅବସରରେ ମୁଁ ଜଣେ ଆନ୍ତରିକତାର ସହିତ ଗର୍ବିତ ଭାରତୀୟ ଭାବେ ତାଙ୍କର ନୀତି, ଆଦର୍ଶ, ନୈତିକତା, ଜଳାଞ୍ଜଳି, ଚିନ୍ତାଧାରାକୁ ଅନୁସରଣ, ଅନୁକରଣ କରିବାର ସମୟ ଉପନୀତ ହୋଇଥିବାରୁ ତାଙ୍କର ହୃଦୟକୁ, ସହୃଦୟତାର ସହିତ ସସମ୍ମାନ ଜଣାଇ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜୟହିନ୍ଦ, ଜୟ ନେତାଜୀ, ଜୟ ଭାରତମାତା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣକୁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍‌ଡମା) ଏବଂ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ଅନୁଷ୍ଠାନ ବର୍ଗରେ ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଦୁଇ ସଂସ୍ଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହି ସମ୍ମାନଜନକ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅମୂଲ୍ୟ ଓ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସହିତ ସେମାନଙ୍କୁ ପୁରସ୍କୃତ କରିବାକୁ ଏହି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩ ଉଦ୍ଦିଷ୍ଟ।

ପ୍ରତିବର୍ଷ ନେତାଜୀ ଜୟନ୍ତୀ ଜାନୁୟାରୀ ୨୩ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ପୁରସ୍କାର ବାବଦରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ୫ଲକ୍ଷ ଟଙ୍କାର ନଗଦ ଅର୍ଥ ଓ ପ୍ରମାଣପତ୍ର ଦିଆଯାଏ। କୌଣସି ଅନୁଷ୍ଠାନ ଯଦି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୁଏ ତାହେଲେ ତାହାକୁ ନଗଦ ୫୧ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ଦେବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦିଗ୍‌ଦର୍ଶନରେ ଦେଶ ବିପର୍ଯ୍ୟୟ ପରିଚାଳନା ନୀତି, ପ୍ରସ୍ତୁତି, ବିପର୍ଯ୍ୟୟ ହ୍ରାସ ଓ ମୁକାବିଲା ବ୍ୟବସ୍ଥାରେ ଉଲ୍ଲେଖନୀୟ ପ୍ରଗତି କରିଛି। ଏହା ଫଳରେ ପ୍ରାକୃତିକ ବିପତ୍ତିଜନିତ ମୃତାହତଙ୍କ ସଂଖ୍ୟା ଏବଂ କ୍ଷୟକ୍ଷତିର ପରିମାଣ କମିଛି।

୨୦୨୩ ବର୍ଷର ପୁରସ୍କାର ପାଇଁ ୨୦୨୨ ଜୁଲାଇ ପହିଲାରୁ ମନୋନୟନପତ୍ର ଆହ୍ୱାନ କରାଯାଇଥିଲା। ଏଥିପାଇଁ ଛାପା, ଇଲେକ୍‌ଟ୍ରୋନିକ୍‌୍ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା। ଏହାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କ ପକ୍ଷରୁ ମୋଟ ୨୭୪ଟି ବୈଧ ମନୋନୟନ ସକରାରଙ୍କ ପାଖରେ ପହଞ୍ଚିଥିଲା।

ପୁରସ୍କୃତ ଦୁଇ ସଂସ୍ଥାଙ୍କ ସଫଳତା ନିମ୍ନରେ ପ୍ରଦାନ କରାଗଲା

୧) ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡମା) ୧୯୯୨ ମହାବାତ୍ୟା ପରେ ଗଠିତ ହୋଇଥିଲା। ଏହା ସେବେଠାରୁ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଆସୁଛି। ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ତିଆରି କରିଛି। ଏହା ମଧ୍ୟ ବିବିଧ ବିପଦର ଆଗୁଆ ସୂଚନା ସେବା ବ୍ୟବସ୍ଥା  ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଟେକ୍‌ନୋଲୋଜି ଉପଯୋଗ କରୁଛି। “ସତର୍କ” ବ୍ୟବସ୍ଥାରେ ଏହା ଲୋକଙ୍କୁ ଆଗୁଆ ପ୍ରାକୃତିକ ବିପଦର ସୂଚନା ଦେଉଛି। ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସ୍‌ଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି। ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଏହା ଗୋଷ୍ଠୀ  ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିଥିବାବେଳେ ସମୁଦ୍ରକୂଳଠାରୁ ୧.୫% କି.ମି. ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ତିଆରି କରିଛି।

୨) ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ୨୦୨୬ ଏପ୍ରିଲ ୨୪ରେ ଲାଗିଥିବା ପ୍ରଚଣ୍ଡ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ଏହି ଜଙ୍ଗଲଟି ଲୁଙ୍ଗଲେଇ ଟାଉନ ଓ ୧୦ଟି ଗ୍ରାମ ପରିଷଦ ଅଞ୍ଚଳକୁ ଘେରି ରହିଛି। ନିଆଁକୁ ଆୟତ୍ତତ କରିବା ଫଳରେ ଅନେକ ଧନଜୀବନ ରକ୍ଷା ହୋଇଥିଲା। ନିଆଁ ଲିଭାଇବାକୁ ଦମକଳ କର୍ମଚାରୀଙ୍କୁ ନିରନ୍ତର ୩୨ଘଣ୍ଟା କାମ କରିବାକୁ ପଡିଥିଲା। ଏଥିରେ କୌଣସି ଧନଜୀବନ ହାନି ଘଟି ନ ଥିଲା। ଏହି ଦମକଳ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବନାଗ୍ନିକୁ ଆୟତ୍ତ କରିବାକୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ନେତାଜୀଙ୍କ ଅବଶେଷ ଭାରତ ଆଣିବା ଉଚିତ୍: ପିତାଙ୍କ ଜନ୍ମ ବାର୍ଷିକୀରେ ନିବେଦନ କଲେ ଝିଅ

ନୂଆଦିଲ୍ଲୀ: ଆଜି ଜାନୁୟାରୀ ୨୩ ତାରିଖରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂତନ ଶକ୍ତି ପ୍ରଦାନ କରିଥିବା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ତାଙ୍କ ଝିଅ ଅନୀତା ବୋଷ ଫାଫ ମଧ୍ୟ ତାଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଶଂସା କରନ୍ତି ସେମାନେ ତାଙ୍କ ରାଜନୈତିକ ତଥା ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟ ନିଜର ମୂଲ୍ୟବୋଧକୁ ସମର୍ଥନ କରି ତାଙ୍କୁ ସମ୍ମାନିତ କରିପାରିବେ।

ଅନୀତା ବୋଷ ନେତାଜୀଙ୍କ ଏକମାତ୍ର ସନ୍ତାନ। ସୁଭାଷ ଚନ୍ଦ୍ର ବୋଷଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ସେ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଯେ ନେତାଜୀ ଭାରତର ସମସ୍ତ ଧର୍ମର ସଦସ୍ୟ ତଥା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ପାଇଁ ସମାନ ଅଧିକାର ସହିତ କଳ୍ପନା କରିଛନ୍ତି ଯେଉଁଠାରେ ସମସ୍ତ ଧର୍ମର ଲୋକମାନେ ଶାନ୍ତିରେ ଏକାଠି ରହିବେ।

ଅନୀତା ବୋଷ କହିଛନ୍ତି ଯେ ନେତାଜୀ ‘ସମସ୍ତ ଧର୍ମ, ଜାତି ଏବଂ ସମସ୍ତ ସାମାଜିକ ସ୍ତରର ସଦସ୍ୟମାନଙ୍କ ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର, ସୁଯୋଗ ଏବଂ କର୍ତ୍ତବ୍ୟ’ ଉପରେ ବିଶ୍ୱାସ କରୁଥିଲେ। ଏହାର ଅର୍ଥ ହେଉଛି ସମସ୍ତ ବର୍ଗର ସଶକ୍ତିକରଣ ଏବଂ ମୁକ୍ତି। ଜଣେ ବ୍ୟକ୍ତି ଭାବରେ ନେତାଜୀ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ସେ ଚାହୁଁଥିଲେ ସ୍ୱାଧୀନ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଉ।

ସରକାରୀ ଦଲିଲ ଅନୁଯାୟୀ, ନେତାଜି ସୁଭାଷ ଚନ୍ଦ୍ର ବୋଷ ଅଗଷ୍ଟ ୧୮ ତାରିଖ ୧୯୪୫ ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଜାପାନ ଯିବାବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ନେତାଜୀଙ୍କ ମୃତଦେହ ମିଳି ନଥିଲା। ସେଥିପାଇଁ ତାଙ୍କ ମୃତ୍ୟୁ ଏକ ବଡ ରହସ୍ୟ ଯାହା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନଙ୍କ ବିରୋଧରେ ଲଢିବା ପାଇଁ ଜାପାନର ସାହାଯ୍ୟରେ ନେତାଜୀ ଆଜାଦ ହିନ୍ଦ ସେନା ଗଠନ କରିଥିଲେ। ନେଟାଜୀଙ୍କ ୧୨୭ ତମ ଜନ୍ମ ବାର୍ଷିକୀ ଜାନୁୟାରୀ ୨୩ ତାରିଖରେ ପାଳନ କରାଯାଉଛି। ତାଙ୍କର ଚିନ୍ତାଧାରା ଲୋକମାନଙ୍କୁ ପ୍ରେରଣା ଯୋଗାଇଥାଏ। ସେ ବିଶ୍ୱାସ କରନ୍ତି ଯେ, ସବୁଠାରୁ ବଡ ଅପରାଧ ହେଉଛି ଅନ୍ୟାୟକୁ ସହ୍ୟ କରିବା ଏବଂ ଭୁଲ ସହିତ ଆପୋଷ ବୁଝାମଣା କରିବା।

Categories
ଆଜିର ଖବର ଜାତୀୟ ଖବର

‘ପରାକ୍ରମ ଦିବସ’ରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜନ କରାଯିବ ଦେଶବ୍ୟାପୀ ଚିତ୍ରାକଳା ପ୍ରତିଯୋଗିତା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷାର ଚାପ ଦୂର କରିବା ଲାଗି ଏକ ଅଭିନବ ପ୍ରୟାସ ସ୍ବରୂପ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ କରାଯିବା କ୍ରମରେ ଆଜି ସାରା ଦେଶର ୫୦୦ ଭିନ୍ନ ଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ରାଷ୍ଟ୍ରବ୍ୟାପୀ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯିବ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଭାରତ ସରକାର ଏହି ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରି ଆସୁଛନ୍ତି। ଛାତ୍ରଛାତ୍ରୀଙ୍କୁ ନେତାଜୀଙ୍କ ଜୀବନୀରେ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।

ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆସନ୍ତାକାଲି ଚିତ୍ରକଳା ପ୍ରତିଯୋଗିତା ସହିତ ସାରା ଦେଶର ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଆୟୋଜନ କରାଯାଉଛି।

ଚିତ୍ରକଳା ପ୍ରତିଯୋଗିତାରେ ବିଭିନ୍ନ ସିବିଏସଇ ବିଦ୍ୟାଳୟର, ରାଜ୍ୟ ବୋର୍ଡ, ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ସୃଜନଶୀଳ ଅଭିବ୍ୟକ୍ତି ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ପ୍ରତିଯୋଗିତାର ବିଷୟବସ୍ତୁ ‘ଏଗଜାମ ୱାରିଅର’ ପୁସ୍ତକ ଉପରେ ଆଧାରିତ ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି।

ସାରା ଦେଶର ମୋଟ୍‌ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଆଶା କରାଯାଉଛି। ଯେଉଁ ନୋଡାଲ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜନ କରାଯିବ ସେଠାରେ ବିଭିନ୍ନ ସ୍କୁଲର ୧୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ନିକଟସ୍ଥ ରାଜ୍ୟ ବୋର୍ଡ ଏବଂ ସିବିଏସଇ ସ୍କୁଲରୁ ୭୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ନବୋଦୟ ବିଦ୍ୟାଳୟର ୧୦ ଏବଂ ନୋଡାଲ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ।

ଶ୍ରେଷ୍ଠ ବିବେଚିତ ୫ ଜଣ ପ୍ରତିଯୋଗୀଙ୍କୁ ସ୍ବାଧୀନତା ସଂଗ୍ରାମୀ ଏବଂ ଜାତୀୟ ଗୁରୁତ୍ବ ବହନ କରୁଥିବା ବିଷୟ ଉପରେ ଏକ ବହି ସେଟ୍‌ ଦିଆଯିବା ସହିତ ଏକ ପ୍ରମାଣପତ୍ର ମିଳିବ।  ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ପ୍ରତିଯୋଗିତାକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପାଇଁ ଦରଖାସ୍ତ ଆହ୍ବାନ, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଃସ୍ବାର୍ଥ ସେବା ପାଇଁ ଭାରତ ସରକାର ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଦାନ କରି ଆସୁଛନ୍ତି। ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ ପାଇଁ ଆବେଦନ ଆହ୍ବାନ କରାଯାଉଛି।  ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ ହୋଇସାରିଥିବା ବେଳେ ଏଥିପାଇଁ ଆବେଦନର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୨ ରଖାଯାଇଛି।

ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଏହି ପୁରସ୍କାର ପାଇଁ ଚଳିତ ମାସ ୩୧ ତାରିଖ ସୁଦ୍ଧା ପୁରସ୍କାର ପାଇବାକୁ ଆବେଦନ କରିପାରିବେ । ଇଚ୍ଛୁକ ସଂସ୍ଥା ଓ ବ୍ୟକ୍ତି ବିଶେଷ http://awards.gov.in ଏବଂ http://ndma.gov.in ୱେବସାଇଟ୍‌ରେ ନାମାଙ୍କନ ଦାଖଲ କରିପାରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକ୍ରମେ ସବୁ ବର୍ଷ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଦାନ କରାଯାଉଛି। ପ୍ରତିବର୍ଷ ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷର ପୁରସ୍କାର ୨୩ ଜାନୁଆରୀ ୨୦୨୩ରେ ପ୍ରଦାନ କରାଯିବ।

ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାକୁ ୫୧ ଲକ୍ଷ ଟଙ୍କା ସହିତ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଂସ୍ଥା ଓ ବ୍ୟକ୍ତିବିଶେଷ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଭାରତ ସରକାରଙ୍କ ୱେବସାଇଟ୍‌ http://ndma.gov.in  କିମ୍ବା http://awards.gov.in  ପରିଦର୍ଶନ କରିପାରିବେ ।

Categories
ଆଜିର ଖବର ରାଜ୍ୟ ଖବର

ଚିର ନିଦ୍ରାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଶରତ ମାନସିଂହ

ଭୁବନେଶ୍ବର: ଚିର ନିଦ୍ରାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା କେନ୍ଦ୍ରୀୟ କମିଟି ସଭ୍ୟ ସାଥୀ ଶରତ ମାନସିଂହ। ଆଜି ସକାଳେ ତାଙ୍କ ବାଣପୁରସ୍ଥିତ ବାସଭବନରେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜଣେ ଦୃଢ ଅନୁଗାମୀ ଥିଲେ। ସେ ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟଧରି ନେତାଜୀଙ୍କ ପାର୍ଟି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।

ତାଙ୍କ ବିୟୋଗରେ ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ପାର୍ଟି ପତାକାକୁ ଅର୍ଦ୍ଧନିମିତ୍ତ କରାଯାଇଛି।

Categories
NetajiJayanthi ଆଞ୍ଚଳିକ

ପରାକ୍ରମ ଦିବସ ଅବସରରେ ପ୍ରତିଭାଶ୍ରମର ଶିଶୁମାନଙ୍କୁ ଡିଏଭି କଳିଙ୍ଗନଗର ତରଫରୁ ସହାୟତା ପ୍ରଦାନ

ଭୁବନେଶ୍ୱର: ଡିଏଭି କଳିଙ୍ଗନଗରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁଇ ଦେଶଭକ୍ତଙ୍କ ଜୀବନାଦର୍ଶରେ ଅନୁପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ସମର୍ପିତ ମନୋଭାବ ପୋଷଣକରିବାକୁ ସେ ଯୁବପିଢୀଙ୍କୁ ଆହ୍ୱାନ କରିଥିଲେ । ଛାତ୍ରୀ କ୍ରିଷ୍ଣା ଜେନା ଓ ଶିକ୍ଷକ ହେମକାନ୍ତ ପ୍ରଧାନ ମୁକ୍ତି ସଂଗ୍ରାମର ଦୁଇ ନାୟକଙ୍କ ବିଷୟରେ ଅଭିଭାଷଣ ରଖିଥିଲେ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଉତୁକିଆ ବେଶ ପ୍ରଦର୍ଶନୀ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଧ୍ୟକ୍ଷଙ୍କ ସମେତ ଇଂରାଜୀ ବିଭାଗର ଶିକ୍ଷକଶିକ୍ଷୟିତ୍ରୀ ପ୍ରତିଭାଶ୍ରମ ନାମକ ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇଥିଲେ । ସେଠାରେ କୋଭିଡ ମାର୍ଗଦର୍ଶିକା ପାଳନପୂର୍ବକ ପିଲାମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଚୂଡା, ଚାଉଳ, ଗୁଡ, ବିସ୍କୁଟ, ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଥିଲେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ୟୁଟୁବ ମାଧ୍ୟମରେ କରାଯାଇଥିଲା ।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

NetajiJayanti: ଆଜି ସାରା ଦେଶ ନେତାଜୀଙ୍କ ଜନ୍ମ ବାର୍ଷିକକୁ ପରାକ୍ରମ ଦିବସ ଭାବେ କରୁଛି ପାଳନ

ନୂଆଦିଲ୍ଲୀ: ଦେଶ ଆଜି ପରାକ୍ରମ ଦିବସ ଭାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ, ଏହି ହୋଲଗ୍ରାମ ପ୍ରତିମୂର୍ତ୍ତି ସ୍ଥାନରେ ନେତାଜୀଙ୍କ ଏକ ଗ୍ରାଣ୍ଡ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ନେତାଜୀଙ୍କ 125 ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଉଛି। ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ମହାନ ଅବଦାନ ପାଇଁ ଦେଶ ଏକ ଗ୍ରାନାଇଟ ପ୍ରତିମୂର୍ତ୍ତି ସ୍ଥାପନ କରିବ।

ବର୍ତ୍ତମାନ ଶୋଭାପାଇବାକୁ ଥିବା ହୋଲଗ୍ରାମ ମୂର୍ତ୍ତିଟି 28 ଫୁଟ ଉଚ୍ଚ ଏବଂ 6 ଫୁଟ ପ୍ରସସ୍ଥ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2019, 2020, 2021 ଏବଂ 2022 ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କର ପ୍ରଦାନ କରିବେ। ସମାରୋହରେ ମୋଟ ସାତୋଟି ପୁରସ୍କାର ପ୍ରଦାନ କରାଯିବ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବିଭିନ୍ନ ଲୋକ ତଥା ସଂଗଠନର ଅମୂଲ୍ୟ ଅବଦାନ ତଥା ନିଃସ୍ୱାର୍ଥପର ସେବାକୁ ପ୍ରଶଂସା ତଥା ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କର ପ୍ରଚଳନ କରିଛନ୍ତି।

ଅନୁଷ୍ଠାନ ହୋଇଥିଲେ ଏହି ପୁରସ୍କାର ଆକାରରେ 51 ଲକ୍ଷ ଟଙ୍କା ନଗଦ ଏବଂ ସାର୍ଟିଫିକେଟ୍ ଏବଂ ବ୍ୟକ୍ତିବିଶେଷଙ୍କୁ 5 ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନିରନ୍ତର ଭାବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରୟାସର ବିଶେଷ ଧ୍ୟାନ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ରହିଛି।

ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀକୁ ପାରକ୍ରାମ ଦିବସ ଭାବରେ ପାଳନ କରାଯିବ ବୋଲି ଘୋଷଣା ସହିତ ଏହି ପରିପ୍ରେକ୍ଷୀରେ ଅନେକ ପଦକ୍ଷେପ ନିଆଯାଇଛି। ଏହି ମହାନ ଦିବସଠାରୁ ଆଜି ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହେଉଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରାମ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ।

ଆଜି ଫିଲ୍ମ ଡିଭିଜିନ ନେତାଜୀଙ୍କ ଜୀବନୀ ଉପରେ ଦୁଇଟି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜାଦିର ଅମୃତ ମହୋତ୍ସବ ଅଧୀନରେ ନେତାଜୀଙ୍କ 125 ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଏହି ଡକ୍ୟୁମେଣ୍ଟାରୀଗୁଡିକ ବର୍ଷସାରା ଉତ୍ସବରେ ପ୍ରଦର୍ଶିତ ହେବ।

ଦୁଇଟି ଡକ୍ୟୁମେଣ୍ଟାରୀ ‘ ଦ ଫ୍ଲେମ୍ ବର୍ନସ୍ ବ୍ରାଇଟ’ ଏବଂ ଫିଲ୍ମ ଡିଭିଜନର ୱେବସାଇଟ୍ ‘ଫିଲ୍ମ ଡିଭିଜନ୍ ଡଟ୍ ଇନ୍’ ଏବଂ ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ଏହି ବୃତ୍ତଚିତ୍ର ସବୁବେଳେ ଉପଲବ୍ଧ ହେବ। ଏହି ଚଳଚ୍ଚିତ୍ରଗୁଡ଼ିକରେ ମହାନ ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଏବଂ ଭାରତର ସ୍ବାଧୀନତା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ନିରନ୍ତର ସଂଗ୍ରାମ ପ୍ରଦର୍ଶନ କରାଯାଇଛି।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କର 125 ତମ ଜନ୍ମ ବାର୍ଷିକୀରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଦେଶ ତାଙ୍କ ଜନ୍ମ ବାର୍ଷିକୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ କୃତଜ୍ଞତାର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Categories
NetajiJayanthi ଆଞ୍ଚଳିକ

ବ୍ରହ୍ମପୁରରେ ଡ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ନେତାଜୀ ଜନ୍ମଦିବସ ପାଳିତ

ବ୍ରହ୍ମପୁର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତି ବ୍ରହ୍ମପୁରରେ ପାଳିତ ହୋଇଯାଇଛି। ଡ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ବ୍ରହ୍ମପୁର ଟାଉନହଲ ସୁଭାଷ ଚନ୍ଦ୍ର ବୋଷ ମାର୍ଗରେ ଥିବା ଏହି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗଦେଇ ନେତାଜୀଙ୍କ ବିରତ୍ବର ଗାଥା ସଂପର୍କରେ ଅବଗତ କରାଇଥିଲେ।

Categories
NetajiJayanthi ଆଜିର ଖବର ଜାତୀୟ ଖବର

ନେତାଜୀଙ୍କ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ବିପଦ ବନ୍ଧୁ ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତାକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ କାଲି ଇଣ୍ଡିଆଗେଟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ହେଲୋଗ୍ରାମ ପ୍ରତିମୂର୍ତ୍ତି ଉନମୋଚିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2019, 2020, 2021 ଏବଂ 2022 ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପଦ ବନ୍ଧୁ ପୁରସ୍କରଙ୍କୁ ମଧ୍ୟ ପ୍ରଦାନ କରିବେ। ସମାରୋହରେ ମୋଟ ସାତଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ଦିଆଯାଇ ଥିବା ଅମୂଲ୍ୟ ଅବଦାନ ତଥା ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ତଥା ସମ୍ମାନିତ କରିବାକୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରାବନ୍ଧନ ପୁରସ୍କର ପ୍ରଚଳନ କରିଛନ୍ତି। ପ୍ରତିବର୍ଷ 23 ଜାନୁଆରୀରେ ଏହି ପୁରସ୍କାର ଘୋଷଣା କରାଯାଏ। ଅନୁଷ୍ଠାନ ହେଲେ ଏହି ପୁରସ୍କାର ଆକାରରେ 51 ଲକ୍ଷ ଟଙ୍କା ନଗଦ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ବ୍ୟକ୍ତିବିଶେଷଙ୍କୁ 5 ଲକ୍ଷ ଟଙ୍କା ଏବଂ ଏକ ସାର୍ଟିଫିକେଟ୍ ଦିଆଯିବ।

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ଢଙ୍ଗରେ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ। ଏହି ପ୍ରୟାସର ଏକ ବିଶେଷ ଧ୍ୟାନ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ରହିଛି। ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରାମ ଦିବସ ଭାବରେ ପାଳନ କରାଯିବ ବୋଲି ଘୋଷଣା ସହିତ ଏହି ପରିପ୍ରେକ୍ଷୀରେ ଅନେକ ପଦକ୍ଷେପ ନିଆଯାଇଛି। ସେହିପରି ଚଳିତ ବର୍ଷ 23 ଜାନୁୟାରୀ ଠାରୁ ରିପବ୍ଲିକ୍ ଡେ ଉତ୍ସବ ଦିନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

ଇଣ୍ଡିଆ ଗେଟରେ କିଛିଦିନ ପାଇଁ ଝଲସିବ ନେତାଜୀଙ୍କ ହେଲୋଗ୍ରାମ ମୂର୍ତ୍ତି, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ନୂଆଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସୂଚନା ଦେଇଛନ୍ତି।

ଏହି ପ୍ରତିମୂର୍ତ୍ତି ଗ୍ରାନାଇଟ ପଥରରେ ନିର୍ମିତ ହେବ। ଏହି ପ୍ରତିମୂର୍ତ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅପାର ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ତାଙ୍କ ପ୍ରତି ଦେଶର ଶ୍ରେଷ୍ଠ ସମ୍ମାନର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 23 ଜାନୁୟାରୀ ସଂଧ୍ୟା 6 ଟା ସମୟରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।

ଏହି ହୋଲଗ୍ରାମ ପ୍ରତିମୂର୍ତ୍ତି ହେଉଛି ଏପରି ଏକ ପ୍ରତିଛବି ଯାହା ଭିଡିଓ ଆଧାରିତ ହେବ। ହେଲେ ଦୂରରୁ ଏହା ପ୍ରସ୍ଥର ପ୍ରତିମୂର୍ତ୍ତି ପରି ଦେଖାଯିବ। ହୋଲଗ୍ରାମ ପ୍ରତିମୂର୍ତ୍ତିକୁ 30 ହଜାର ଲ୍ୟୁମେନ 4K ପ୍ରୋଜେକ୍ଟର ଦ୍ୱାରା ଚାଳିତ କରାଯିବ। ଏକ ଅଦୃଶ୍ୟ, ହାଇଗେନ୍, 90 ପ୍ରତିଶତ ସ୍ୱଚ୍ଛ ହୋଲୋଗ୍ରାଫିକ୍ ସ୍କ୍ରିନ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯାହା ଦ୍ବାରା ଏହା ପରିଦର୍ଶକମାନେ ସତ ମୂର୍ତ୍ତି ବୋଲି ଅନୁଭବ କରିବେ।

ଏହି ହୋଲଗ୍ରାମର ପ୍ରଭାବ ସୃଷ୍ଟି କରିବା ପାଇଁ ନେତାଜୀଙ୍କର 3D ପ୍ରତିଛବି ଏହା ଉପରେ ପ୍ରୋଜେକ୍ଟ ହେବ। ହୋଲଗ୍ରାମ ମୂର୍ତ୍ତିର ଆକାର 28 ଫୁଟ ଉଚ୍ଚତା ଏବଂ 6 ଫୁଟ ପ୍ରସସ୍ଥ ହୋଇଛି।