Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦, ବାଲେଶ୍ବରରୁ ୧୮୫, ବଲାଙ୍ଗିରିରୁ ୧୮୩, କେନ୍ଦ୍ରାପଡାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨,  ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, କୋରାପୁଟରୁ ୭୪, ଝାରସୁଗୁଡାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡାରୁ ୨୨, ଦେବଗଡରୁ ୨୦, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୩୨୪ ଜଣ ଏବଂ ୭୨୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗରରୁ ଚିହ୍ନଟ ହେଲେ ୩୪୫: ସୁସ୍ଥ ହେଲେ ୪୧୨

ଭୁବନେଶ୍ବର: ଭୁବନେଶ୍ବର ମହାନଗରରୁ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୪୧୨ ଜଣ। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ କ୍ବାରେଣ୍ଟିନରୁ ଆସିଥିବା ବେଳେ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ।  ଲଖ୍ମିସାଗରରୁ ୧୩ଟି ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀ ବିହାର ରୁ ୯ ଜଣ ଚିହ୍ନଟ ହୋଇଛନ୍ତି, ସେହିପରି କେନ୍ଦ୍ରୀୟ ହସ୍ପିଟାଲ ଷ୍ଟାଫ ୭ ଜଣ, ୟୁନିଟ-୮ ରୁ ୭ ଜଣ, ସୁନ୍ଦରପଦା, ଝାରପଡା, ଭକ୍ତମଧୁନଗର, ନୟାପଲ୍ଲୀରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବମିଖାଲ, ନୟାପଲ୍ଲୀ ବେହେରା ସାହି ଓ ଗଣ୍ଡମୁଣ୍ଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାର, ବରମୁଣ୍ଡା ଓ ୟୁନିଟ-୮ ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ରେଳବିହାର, ପାତ୍ରପଡା, ଟଙ୍କପାଣି ରୋଡ ଓ ୟୁନିଟ-୯ ରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବର ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୨୪୩କୁ ବୃଦ୍ଧି ହୋଇଛି। ତେବେ ସେଥିରୁ ୧୫୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୮୦୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଏବଂ ୬୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Image

Image

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ୨୭୮୭ ଜଣ କରୋନା ଆକ୍ରାନ୍ତ: ୧ ଲକ୍ଷ ଅତିକ୍ରମ କଲା ସୁସ୍ଥ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୮୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୨୩୦ , ପୁରୀରୁ ୧୯୨, ମୟୂରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ବରରୁ ୭୮, କେନ୍ଦୁଝରରୁ ୭୬, ବରଗଡରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାରସୁଗୁଡାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢେଙ୍କାନାଳରୁ ୩୫, ବଲାଙ୍ଗିରିରୁ ୨୮, କନ୍ଧମାଳରୁ ୨୮, ନୂଆପଡାରୁ ୨୫, ସୁନ୍ଦରଗଡରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡାରୁ ୧୫, ନୟାଗଡରୁ ୧୨, ଅନୁଗୁଳରୁ ୯, ବୌଦ୍ଧରୁ ୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୧ ଲକ୍ଷ ୨ ହଜାର ୧୮୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ ହଜାର ୩୮୨ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୨୮ ହଜାର ୫୭୫ ଜଣ ଏବଂ ମୃତ୍ୟୁବରଣ କରିଛନ୍ତି ୫୬୯ ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ 3 ହଜାର 343ଜଣ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ 3 ହଜାର 343ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 732 ଜଣ ସୁସ୍ଥ ହୋଇଥିବାବେଳେ, ସୁନ୍ଦରଗଡରୁ 261, ଭଦ୍ରକରୁ 245ଜଣ, ଗଞ୍ଜାମରୁ 238 ଜଣ, ରାୟଗଡାରୁ 217 ଜଣ, କଟକରୁ 181, ବାଲେଶ୍ବରରୁ 155, ସମ୍ବଲପୁରରୁ 127 ଜଣ, ପୁରୀରୁ 121 ଜଣ, କୋରାପୁଟରୁ 119ଜଣ, ମୟୂରଭଞ୍ଜରୁ112, ସୋନପୁରରୁ 103, ବୌଦ୍ଧରୁ 84, ବରଗଡରୁ 78, କନ୍ଧମାଳରୁ 68, ବଲାଙ୍ଗିରରୁ 65ଜଣ, ନୟାଗଡରୁ 60ଜଣ, କଳାହାଣ୍ଡିରୁ 56ଜଣ, ମାଲକାନଗିରିର 54 ଜଣ, ଢେଙ୍କାନାଳରୁ 49 ଜଣ, ନବରଙ୍ଗପୁର ଓ କେଉଁଝରରୁ 34 ଜଣ, ଯାଜପୁରରୁ 32 ଜଣ, ଗଜପତିରୁ 27 ଜଣ,ଅନୁଗୁଳରୁ 22 ଜଣ, ଝାରସୁଗୁଡାରୁ 20ଜଣ,କେନ୍ଦ୍ରାପଡାରୁ19 ଜଣ, ଜଗତସିଂହପୁରରୁ 16ଜଣ, ନୂଆପଡାରୁ 11 ଜଣ, ଦେବଗଡରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା 62 ହଜାର 813ରେ ପହଞ୍ଚିଛି ।

 

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆରୋଗ୍ୟ ଲାଭ କଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ: ଆରୋଗ୍ୟ ସଂଖ୍ୟା ୫୦ ହଜାର ଡେଇଁଲା

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୪୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗୀରିରୁ ୭୫, ଯାଜପୁରରୁ ୭୪, ବାଲେଶ୍ବରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡିରୁ ୨୧, କେନ୍ଦ୍ରାପଡାରୁ ୧୯, କେଉଁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬, ଅନୁଗୁଳରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୦, ୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୯୧ ଜଣ ଆକ୍ରାନ୍ତ କଟକ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଗଜପତିରୁ ୮୮, କୋରାପୁଟରୁ ୬୬, ଖୁର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡରୁ ୩୦, ସୁବର୍ଣ୍ଣପୁରରୁ ୨୫, କନ୍ଧମାଳରୁ ୨୦, କେନ୍ଦୁଝର ଓ ଢେଙ୍କାନାଳରୁ ୧୮,  ଭଦ୍ରଖରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂପୁରା ଓ ଯାଜପୁରରୁ ୧୪, ଦେବଗଡରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦, ଝାରସୁଗୁଡା ଓ କଳାହାଣ୍ଡି ରୁ ୭, ବଲାଙ୍ଗୀରରୁ ୬, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରିରୁ ୫, କେନ୍ଦ୍ରାପଡା ରୁ ୪ ଓ ବୌଦ୍ଧ ରୁ ଜଣେ ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୧,୯୫୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ 864, ଜାଣନ୍ତୁ କେଉଁଠୁ ରହିଛନ୍ତି କେତେ

ଭୁବନେଶ୍ବର : ଆଜି ରାଜ୍ୟରୁ 1376 କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 864 ଜଣ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 432 ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ 137 ଜଣ, ବରଗଡରୁ 31, ଖୋର୍ଦ୍ଧା ଓ କଟକରୁ 26 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକରୁ 23, ମୟୂରଭଞ୍ଜରୁ 22, ଯାଜପୁରରୁ 19, କନ୍ଧମାଳରୁ 15, ଗଜପତି ଓ ସମ୍ବଲପୁରୁର 14 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରୁ 12 ଜଣ ରହିଥିବାବେଳେ ଢେଙ୍କାନାଳରୁ 10, ସୁନ୍ଦରଗଡରୁ 10, ନୟାଗଡରୁ 7 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ବର, କେନ୍ଦ୍ରାପଡା ଓ ମାଲ୍‌କାନଗିରିରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଝାରସୁଗୁଡା ଓ କୋରାପୁଟରୁ 5 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 4 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ 3 ଜଣ, ବୌଦ୍ଧରୁ 2 ଜଣ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 16 ହଜାର 792କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ 149

ଭୁବନେଶ୍ବର : ଆଜି ରାଜ୍ୟରେ 149 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 49 ଜଣ ରହିଥବାବେଳେ ଖୋର୍ଦ୍ଧାରୁ 24ଜଣ, ମୟୂରଭଞ୍ଜରୁ 14 ଜଣ, କଟକରୁ 13 ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡାରୁ 6ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ 5ଜଣ ରହିଥିବାବେଳେ ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ତିନି ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର, ଜଗତସିଂହପୁର ଓ ନୟାଗଡରୁ 2 ଜଣ ଲେଖାଏଁ ରହିଛନ୍ତି ।  ସେହିପରି ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 502ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ 164

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 164 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 48 ଜଣ ରହିଥିବାବେଳେ ଜଗତସିଂହପୁରରୁ 31, ବାଲେଶ୍ବରରୁ 26, କଟକରୁ 25, ଯାଜପୁର ଓ ଖୋର୍ଦ୍ଧାରୁ 12 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ 3 ଜଣ ଲେଖାଏଁ ରହିଥିବାବେଳେ କେଉଁଝରର 2 ଜଣ ରହିଛନ୍ତି । ସେହିପରି ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 353କୁ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ନୂତନ 251ଟି ପଜିଟିଭ୍‌ ମାମଲା ଆସିଥିବାବେଳେ ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 316 ରହିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛ । ଏବେ ସୁଦ୍ଧା ରାଜ୍ୟରେ 25ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 8ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଛନ୍ତି

ଭୁବନେଶ୍ବର : ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ 59 ଜଣ ରହିଛନ୍ତି । ସେହିପରି ଆଜି ଗଞ୍ଜାମରୁ 41 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 38, କନ୍ଧମାଳରୁ 17, ଝାରସୁଗୁଡାରୁ 15, ସୁନ୍ଦରଗଡରୁ 10, ଭଦ୍ରକ,  ଯାଜପୁର ଓ କେନ୍ଦ୍ରାପଡାରୁ 8ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ 7, ବରଗଡ ଓ ମୟୂରଭଞ୍ଜରୁ 6 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁରରୁ 5, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ 2 ଜଣ ଓ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଆଉ 203 ସୁସ୍ଥ ହେଲେ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 203 ଜଣ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 60 ଜଣ ସୁସ୍ଥ ହୋଇଥିବାବେଳେ ଗଜପତି 20ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 19, କଟକରୁ 18, ଭଦ୍ରକରୁ 14, କେଉଁଝରରୁ 13, ନୟାଗଡରୁ 12, ମୟୂରଭଞ୍ଜରୁ 10, ଯାଜପୁରରୁ 9 ଜଣ, ବାଲେଶ୍ବରରୁ 8 ଜଣ, କେନ୍ଦ୍ରାପଡାରୁ 7ଜଣ, ଅନୁଗୁଳରୁ 4ଜଣ, ଢେଙ୍କାନାଳରୁ 3 ଜଣ, ବଲାଙ୍ଗିର ଓ ଜଗତସିଂହପୁରର 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4ହଜାର946ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 137ଜଣ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି 137 ଜଣ ସୁସ୍ଥ ହୋଇଛନ୍ତି ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 33 ଜଣ ରହିଥିବାବେଳେ ଖୋର୍ଦ୍ଧାରୁ 29 ଜଣ, କଟକରୁ 22 ଜଣ, ବାଲେଶ୍ବରରୁ 13 ଜଣ, ଯାଜପୁରରୁ 9 ଜଣ, କଳାହାଣ୍ଡିରୁ 6 ଜଣ, ଭଦ୍ରକରୁ ଚାରି ଜଣ ଓ ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ବରଗଡ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ 2ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳୁ ବଲାଙ୍ଗିର, ଜଗତସିଂହପୁର ଓ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4743ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ନୂତନ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର614 କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 21ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ : କଟକରୁ ସର୍ବାଧିକ

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ 237 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି କଟକରୁ ସର୍ବାଧିକ 70 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 54, ଜଗତସିଂହପୁରରୁ 20, କନ୍ଧମାଳରୁ 19 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ 17, ଭଦ୍ରକ  ଓ ମୟୂରଭଞ୍ଜରୁ 9 ଲେଖାଏଁ ସୁସ୍ଥ ହୋଇଛନ୍ତି । କେନ୍ଦୁଝରରୁ 8, ଢେଙ୍କାନାଳର ଓ ପୁରୀରୁ ସାତ ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡା ଓ ନୟାଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି, ମାଲକାନଗିରି, ସମ୍ବଲପୁରରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବୌଦ୍ଧ, ଝାରସୁଗୁଡା,ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 3534କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ 99

ଭୁବନେଶ୍ବର : ଆଜି ଆଉ 99 ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ସୁସ୍ଥଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 16 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 13 ଜଣ, କେନ୍ଦ୍ରାପଡାରୁ11 ଜଣ, ଗଞ୍ଜାମରୁ 9 ଜଣ, ଦେବଗଡରୁ 8, କଟକରୁ ଓ ଜଗତସିଂହପୁରର 7 ଜଣ ଲେଖାଏଁ ରହିଥିବାବେଳେ ବାଲେଶ୍ବର, ବରଗଡ ଓ ବଲାଙ୍ଗିରରୁ 6 ଜଣ ଲେଖାଏଁ ରହିଛନ୍ତି । କେଉଁଝରରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ନୟାଗଡରୁ 3 ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କସଂଖ୍ୟା 1993ରେ ପହଞ୍ଚିଛି । ଆଜି ରାଜ୍ୟରେ 138 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2994ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହେଲେ ଆଉ 91

ଭୁବନେଶ୍ବର : ଆଜି ରାଜ୍ୟରେ 143ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 91 ଜଣ ସୁସ୍ଥ ହୋଇଥିବାର ସୂଚନା ମିଳିଛି । ରାଜ୍ୟରେ ଆଜି ଆଉ 91 ଜଣ ସୁସ୍ଥ ହୋଇଛନ୍ତି । ଦେବଗଡରୁ ସର୍ବାଧିକ 22 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ 16, ନୟାଗଡରୁ 15, ବଲାଙ୍ଗିରରୁ 9, ଅନୁଗୁଳ ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ସୁନ୍ଦରଗଡରୁ3 ଜଣ ଲେଖାଏଁ, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବରଗଡରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଗଜପତି ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର 91 ଜଣ ସୁସ୍ଥକୁ ମିଶାଇ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 1416ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଆଜି ରାୟଗଡା ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରୋନା ବ୍ୟାପି ସାରିଛି । ତେବେ ରାଜ୍ୟରେ ସୁସ୍ଥ ହାର ବଢିଥିବାରୁ ରାଜ୍ୟବାସୀଙ୍କୁ ଏହା ଆଶ୍ବସ୍ତି ପ୍ରଦାନ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହେଲେ ଆଉ 84 ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥ ହେଲେ 733 ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 84 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 84 ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 24 ଜଣ, ଯାଜପୁରର 18 ଜଣ, ବାଲେଶ୍ବରରୁ 11 ଜଣ, କଟକରୁ 7 ଜଣ, ଭଦ୍ରକରୁ 6 ଜଣ, କେନ୍ଦ୍ରାପଡାରୁ 5ଜଣ, ଖୋର୍ଦ୍ଧା ଓ ପୁରୀରୁ 4 ଜଣ ଲେଖାଏଁ ରହିଥିବାବେଳେ ନୟାଗଡ ଓ ମୟୂରଭଞ୍ଜରୁ ଦୁଇଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଜଣେ ସୁସ୍ଥ  ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 733ରେ ପହଞ୍ଚିଛି। ଆଜି ରାଜ୍ୟରେ 79 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1513ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ  30 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସୁସ୍ଥ ହୋଇଥିବା 30 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20 ଜଣ  ରହିଥିବାବେଳେ କେନ୍ଦ୍ରାପଡାରୁ ପାଞ୍ଚଜଣ, ନୟାଗଡରୁ ଜଣେ  ଏବଂ ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।  ସୂଚନାଯୋଗ୍ୟ ଗଞ୍ଜାମରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଥିବାବେଳେ ଗତ 24 ଘଣ୍ଟାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିବାସ୍ଥଳେ ଆଜି 20 ଜଣ ସୁସ୍ଥ ହୋଇ ଜିଲ୍ଲା ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 303କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978 ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ : ଟୁଇଟ୍‌ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ଦେଇଛି।    ଏହି ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 70 ବର୍ଷୀୟ ବୃଦ୍ଧ ରହିଥିଲେ । ସମେସ୍ତ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବାର ସୂଚନା ରହିଛି ।

ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହୋଇଥିଲା । ଏବେ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁନଶ୍ଚ ଏହି ଜିଲ୍ଲାଟି ଗ୍ରୀନ୍‌ ଜୋନରେ ପରିବର୍ତ୍ତନ ହେବା ନେଇ ଆଶା ସୃଷ୍ଟି ହୋଇଛି ।  ସେହିପରି ଜିଲ୍ଲାରେ ୧୫ ତାରିଖରେ ୧୨୩ଟି ନମୁନା ପରୀକ୍ଷଣ ହେବାକୁ ଯାଇଥିବାବେଳେ ୭୩ଟି ନେଗେଟିଭ୍‌ ଆସିଥିବାବେଳେ 50ଟି ରିପୋର୍ଟର ଫଳାଫଳ ଆସିନାହିଁ।

ଶନିବାର ଦିନ ଜଗତସିଂହପୁରକୁ ୬୪୮ଜଣ ପ୍ରବାସୀ ଆସିଥିବାବେଳେ ଏହି ପ୍ରବାସୀମାନଙ୍କୁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି। ଏହି କ୍ରମରେ ନାଉଗାଁ ବ୍ଲକକୁ ୫୬ଜଣ, ଜଗତସିଂହପୁର ବ୍ଲକକୁ ୧୧୬ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିକୁ ୧୬ଜଣ, ବାଲିକୁଦା ବ୍ଲକକୁ ୧୬୭ଜଣ, କୁଜଙ୍ଗ ବ୍ଲକକୁ ୩୧ଜଣ, ଏରସମା ବ୍ଲକକୁ ୭୯ଜଣ, ତିର୍ତ୍ତୋଲ ବ୍ଲକକୁ ୧୩୫ଜଣ, ରଘୁନାଥପୁର ବ୍ଲକକୁ ୩୬ଜଣ, ବିରିଡ଼ି ବ୍ଲକକୁ ୪୭ଜଣ ଏବଂ ପାରାଦ୍ବୀପ ମ୍ୟୁନିସିପାଲିଟିକୁ ୦୧ଜଣଙ୍କୁ ସଂଗରୋଧରେ ପଠାଯାଇଛି। ଗତ ମେ ମାସ ୧୩ତାରିଖ ଓ ୧୪ତାରିଖରେ ସଂଗୃହୀତ ହୋଇଥିବା ସ୍ୱାବ ରିପୋର୍ଟ ମଧ୍ୟରୁ ୨୫୬ଟି ନେଗେଟିଭ ଆସିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

କେବଳ ମେ ୧୪ତାରିଖର ରିପୋର୍ଟ ଆସିବା ବାକିଅଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ଥିବା ନେଗେଟିଭ କେସ୍ ଗୁଡିକୁ ହୋମ୍ କ୍ୱାରେଣ୍ଟାଇନ୍ ରେ ଯିବାକୁ ଅନୁମତି ଦେବାକୁ ସମସ୍ତ ବିଡିଓ ଏବଂ ସି. ଏଚ୍.ସି ସୁପରିଟେଣ୍ଡେଣ୍ଟଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏସ୍.ଭି.ଏମ୍ କଲେଜରେ ପ୍ରବାସୀ ମାନଙ୍କୁ ଟିଫିନ୍,ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ, ପାନୀୟଜଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍‌’କୁ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ପାରାଦ୍ବୀପ ପୌରପରିଷଦ ପକ୍ଷରୁ ମଙ୍ଗଳବାର ମାଇକ୍ ମାଧ୍ୟମରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପ୍ରଚାର ପ୍ରସାର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 8 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର :  ଆଜି ରାଜ୍ୟରେ ଆଉ 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ଚାରି ଜଣ, ଭଦ୍ରକରୁ ଦୁଇ ଜଣ ଓ ବାଲେଶ୍ବର ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ 8 ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି।

ସୂଚନାଯୋଗ୍ୟ ରାଜ୍ୟରେ ଏ ଯାବତ୍‌ 672 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 166। ଆଜି ରାଜ୍ୟରେ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ ଭଦ୍ରକରୁ 6 ଜଣ, ନୟାଗଡରୁ ତିନି,ଯାଜପୁରରୁ ଦୁଇ, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ ରହିଛନ୍ତି।

ତେବେ ଆଜି 8 ଜଣ ସୁସ୍ଥ ହେବା ପରେ ଯାଜପୁରରେ ଏବେ ସୁସ୍ଥଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ ଭଦ୍ରକରେ ସୁସ୍ଥଙ୍କ ସଂଖ୍ୟା 21ରେ ପହଞ୍ଚିଛି। ସେହିପରି ବାଲେଶ୍ବରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 21 ଓ କେନ୍ଦୁଝରରେ 2 ଜଣ ସୁସ୍ଥ ହୋଇଛନ୍ତି।