କଟକ: ବହୁ ବାଦବିବାଦ ପରେ କଟକରେ ଚଳିତ ବର୍ଷ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଆଜି କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଏହାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ବିନା ଶ୍ରଦ୍ଧାଳୁରେ ପୂଜା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କଟକଣା ମାନି ପେଣ୍ଡାଲରେ କେବଳ ମୂର୍ତ୍ତି ରଖି ବିନା ଶ୍ରଦ୍ଧାଳୁରେ ପୂଜା କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାର୍ବଜନୀନ ପୂଜାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି କଟକର ଏକ ପୂଜା କମିଟି ଦୁର୍ଗାପୂଜା କରିବା ପାଇଁ ଅନୁମତି ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଏବେ ଅପେକ୍ଷା କରାଯାଇଛି। କଟକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସମାବେଶ, ପୂଜା ପାର୍ବଣରେ କଟକଣା ଜାରି କରାଯାଉଛି।
କଟକ : ଆଜି କଟକ ସହରରୁ 27 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 27 ଆକ୍ରାନ୍ତଙ୍କ ମଧ୍ୟରା 20 ଜଣ ଇନ୍ଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳ 4 ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ 3 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ରହିଛି ।
ଲୋକାଲ୍ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ2 ଟି ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍ ପାଟନା ଅଞ୍ଚଳରବୋଲି ସୂଚନା ରହିଛି ।
ସେହିପରି ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ମଧ୍ୟରୁ, ତିନି ଜଣ ଗୌଡ଼ସାହିର ପ୍ରତାପ ନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲେନ୍ର।
ସେହିପରି ସରକାରୀ କ୍ୱାରେଣ୍ଟାଇନ୍ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ 17 ଜଣ ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ ଓ ଆଟେଣ୍ଡାଣ୍ଟ। ଏହି 17ଜଣଙ୍କ 12 ଜଣ ପୁରୁଷ ଥିବାବେଳେ 5 ଜଣ ମହିଳା ରହିଛନ୍ତି । ଅନ୍ୟ ତିନି ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି।