Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ମେଡ଼ିକାଲ ୭ ଦିନ ପାଇଁ ସଟ୍‌ଡାଉନ୍

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ତାଣ୍ଡବ ମଚାଉଛି। ସାଧାରଣ ଜନତାଙ୍କ ଠୁ ନେଇ କରୋନା ଯୋଦ୍ଧା ସମସ୍ତେ ଦିନକୁ ଦିନ କରୋନାରେ ଆକ୍ରାନ୍ତ ହେଉଛନ୍ତି। ବିଶେଷ କରି ବାଣପୁର ବ୍ଲକ ଏବଂ ଏନ.ଏ.ସି ଅଞ୍ଚଳରେ ଏହା ଏବେ ପିକ୍‌ରେ ଅଛି। ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପାଖାପାଖି ୧୨ରୁ ଉର୍ଦ୍ଧ୍ବ  ସ୍ୱାସ୍ଥ୍ୟ କର୍ମଚାରୀ ତଥା କରୋନା ଯୋଦ୍ଧାମାନେ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଯାହାଫଳରେ ମେଡିକାଲ ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାତ ଦିନ ଯାଏଁ ସଟ ଡ଼ାଉନ କରାଯାଇଅଛି।

ଉକ୍ତ ସାତ ଦିନ ଯାଏଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ.ପି.ଡ଼ି ଏବଂ ଆଇ.ପି.ଡ଼ି ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। ଉକ୍ତ ସାତ ଦିନ ଭିତରେ ମେଡିକାଲ କ୍ୟାମ୍ପସ ବିଶୋଧନ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ଏବଂ ସ୍ୱାବ ସଂଗ୍ରହ କରାଯିବ। ଏହି ସମୟରେ ଜନସାଧାରଣମାନେ ଟେଲି ମେଡ଼ିସିନର ଲାଭ ଉଠାଇବା ପାଇଁ ମେଡିକାଲ ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ନିୟନ୍ତ୍ରଣ ପାଇଁ ଭୁବନେଶ୍ବରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ନେଇ ବିଏମ୍‌ସି ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି । ସହରରେ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ପାଇଁ 565ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ କାର୍ଯ୍ୟ କରିବେ। ସେହିପରି ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ କରିବ ରାପିଡ୍‌ ରେସପନ୍ସ ଟିମ୍‌ । ହୋମ୍‌ ଆଇସୋଲେସନ୍‌ରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍‌ସି ।  ଆକ୍ରାନ୍ତମାନେ କରୋନା ନିୟମ ମାନୁଛନ୍ତି କି ନାହିଁ, ତାହା ଉପରେ କଡା ନଜର ରହିବ । କରୋନାକୁ ନେଇ ସନ୍ଦେହ ହେଲେ 1929କୁ କଲ୍‌ କରି ତଥ୍ୟ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌ ଦାୟିତ୍ବରେ ଥିବା ଆଇଏଏସ୍‌ ପାରୁଲ୍‌ ପଟ୍‌ଓ୍ବାରୀ ।

ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଭୁବନେଶ୍‌ବର ମହାନଗରରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କ୍ବାରେଣ୍‌ଟାଇନ୍‌ କେସଠାରୁ ଏଠାରେ ଲୋକାଲ୍‌ କେସ୍‌ ଅଧିକ ରହୁଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 24 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ 17ହଜାର 115ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 6 ହଜାର 812 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 82ଜଣଙ୍କର ମୃତ୍ୟୁ ହେଲାଣି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବର, କଟକ, ପୁରୀରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡା, ନୟାଗଡ, ଗଞ୍ଜାମ, କୋରାପୁଟ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭଦ୍ରକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 51 ବର୍ଷ ହୋଇଥିବାବେଳେ ଭୁବନେଶ୍‌ବରର ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଆକ୍ରାନ୍ତ ଦ୍ବୟଙ୍କ ବୟସ ଯଥାକ୍ରମେ 70 ବର୍ଷ ଓ 57 ବର୍ଷ । ସେହିପରି କଟକରୁ ଜଣେ 80 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ଥିବାବେଳେ ଗଞ୍ଜାମରୁ 75 ବର୍ଷୀୟ ପୁରୁଷ ରହିଛନ୍ତି । କୋରାପୁଟରୁ 71 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ  ନୟାଗଡରୁ 68 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀରୁ ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 60 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 17ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ରାୟଗଡାରୁ 65 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକର 51 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା 591କୁ ବୃଦ୍ଧି ହୋଇଛି ।

Categories
ଆଞ୍ଚଳିକ

ବାଣପୁର ବିଡିଓଙ୍କୁ କରୋନା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ବାଣପୁର ବ୍ଲକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଆଜି ବାଣପୁର ବ୍ଲକ ଉନ୍ନୟନ ଅଧିକାରୀ ଡ. ଶୁଭଶ୍ରୀ ତ୍ରିପାଠୀ କରୋନାରେ ସଂକ୍ରମଣ ହୋଇଛନ୍ତି। ଏନେଇ ଡ. ଶୁଭଶ୍ରୀ ନିଜେ ସୂଚନା ଦେଇଛନ୍ତି।

ତେବେ ବିଡିଓ କରୋନା ପଜିଟିଭ ହେବା ପରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। କରୋନା ଭୂତାଣୁ ଆମ ଶରୀର ମଧ୍ୟକୁ ଆସିବା ପାଇଁ ସୁଯୋଗ ଖୋଜୁଥିବାରୁ ଆମ ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ ପଡିବ ବୋଲି ବିଡିଓ କହିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ରଖିବା, ହାତକୁ ଭଲଭାବରେ ସାବୁନରେ ଧୋଇବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ବାଣପୁର ତହସିଲଦାର ମନ୍ମଥ ବେହେରା ମଧ୍ୟ କରୋନାରେ ସଂକ୍ରମଣ ହୋଇଥିଲେ। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଥିବାବଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ବାଲୁଗାଁ ଏନ.ଏ.ସି କର୍ମଚାରୀ ଙ୍କ ମୃତ୍ୟୁ : କୋଭିଡ ଯୋଦ୍ଧା ମାନ୍ୟତା ପାଇଁ ଦାବି 

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ବର୍ତ୍ତମାନ ସମୟରେ କରୋନା ମହାମାରୀ କୁ ଜନସାଧାରଣ ମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ନିୟମ କୁ ମାନୁନାହାନ୍ତି ଯାହା ଦ୍ୱାରା ଆକ୍ରାନ୍ତ ଏବଂ ମୃତକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ମହାମାରୀ କେତେ ମାରାତ୍ମକ ତାହାର ଉଦାହରଣ ଗତକାଲି ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ ସହରରେ ଦେଖିବାକୁ ମିଳିଛି । କୋଭିଡ ଲାଗି ପ୍ରାଣ ହରାଇଛନ୍ତି ଜଣେ ସ୍ଥାନୀୟ ଏନ.ଏ.ସି କର୍ମଚାରୀ ।  ଏଭଳି ଦୁଖଃଦଘଟଣା ଘଟିଯାଇଛି ବାଲୁଗାଁ ଏନ.ଏ.ସି ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ବାଲୁଗାଁ ଏନ.ଏ.ସି ର ଠିକା କର୍ମଚାରୀ କବିନ୍ଦ୍ର ଜାଲି(୫୯) ଯିଏ କି ବିଗତ ୨୫ ବର୍ଷ ହେବ ଏନ.ଏ.ସି ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।  କବିନ୍ଦ୍ରଙ୍କ ଘର ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଛେଡ଼ାପଦର ଗ୍ରାମ । କବିନ୍ଦ୍ର ପୂର୍ବରୁ କୋଭିଡ ଟେଷ୍ଟ କରାଇ ନେଗେଟିଭ ଆସିଥିଲେ ।  କିନ୍ତୁ ଗତ ପାଞ୍ଚ ଦିନ ହେଲା ତାଙ୍କୁ ଜ୍ୱର ହେଉଥିଲା ତଥାପି ସେ ଟେଷ୍ଟ ନ କରି ସାମୟିକ ଔଷଧ ସେବନ କରି ଏନ.ଏ.ସି ରେ କାର୍ଯ୍ୟ କରିଆସୁଥିଲେ । ଗତକାଲି ତାଙ୍କ ଶରୀର ଅସୁସ୍ଥ ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କୋଭିଡ ଲକ୍ଷଣ ଥିବାରୁ ଡାକ୍ତର ତାଙ୍କୁ ଅପରାହ୍ନ ରେ ଏନ.ଏ.ସି ଅଡ଼ିଟୋରିଅମ ହଲରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟ ପାଇଁ ପଠାଇଥିଲେ ।ଟେଷ୍ଟ ଦେବାର କିଛି ସମୟ ପରେ ସେହି ହଲରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ପରେ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ ଥିବା ଜଣାପଡିଛି ।

ଏହାପରେ ଗତ କାଲି ରାତିରେ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ଗାଇଡ଼ଲାଇନ ଅନୁଯାୟୀ କବିନ୍ଦ୍ରଙ୍କ ମୃତ ଶରୀରକୁ ଭୁବନେଶ୍ୱର ନେଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ବୋଲି ଚିଲିକା ତହସିଲଦାର ପୁନମ ମହାପାତ୍ର ସୂଚନା ଦେଇଛନ୍ତି ।ଅପରପକ୍ଷେ ଠିକା କର୍ମଚାରୀ କବିନ୍ଦ୍ର ଙ୍କୁ ସରକାର ଙ୍କ ଦ୍ୱାରା କୋଭିଡ ଯୋଦ୍ଧା ମାନ୍ୟତା ମିଳୁ ବୋଲି କବିନ୍ଦ୍ରଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି । କୋଭିଡ – ୧୯ କାର୍ଯ୍ୟରେ କାର୍ଯ୍ୟରତ ଯେକୌଣସି କର୍ମଚାରୀ ଉଭୟ ଠିକା ହେଉ କିମ୍ବା ସ୍ଥାୟୀ ନିଶ୍ଚିତରୂପେ ସେ ଜଣେ କୋଭିଡ ଯୋଦ୍ଧା ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ମତ ପ୍ରକାଶ କରିବା ସହିତ ସରକାରୀ ସ୍ତରରେ ସହିଦ କବିନ୍ଦ୍ର ଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ମିଳିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି ।

କବିନ୍ଦ୍ର ଜଣେ ଉତ୍ତମ ମେଳାପୀ ଏବଂ ନିଷ୍ଠାପର କର୍ମଚାରୀ ଥିଲେ l ଆଜି ଉଭୟ ଅଡ଼ିଟୋରିଅମ ହଲ ଏବଂ ଏନ.ଏ.ସି କାର୍ଯ୍ୟାଳୟ ବିଶୋଧନ ପରେ ଏହାର କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଉପଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର 15 ଯା‌ଏ ମନୋରମା ଉପଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ଆଜି ଭଦ୍ରକରୁ 76 ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଭଦ୍ରକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 545 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 775 । ସେହିପରି ଜିଲ୍ଲାରେ 8ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 758ଜଣ ।

Categories
ଆଞ୍ଚଳିକ

ବାଣପୁର ତହସିଲଦାରଙ୍କୁ କରୋନା

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକରେ ମଧ୍ୟ ଦିନକୁ ଦିନ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବାଣପୁର ବ୍ଲକରୁ  ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ବାଣପୁର ତହସିଲଦାର୍‌ ମନ୍ମଥ ବେହେରା ରହିଛନ୍ତି। ତହସିଲଦାର୍‌ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ ଚାରିଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଶ୍ରୀ ବେହେରା ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ ତାଙ୍କର କରୋନା ପଜିଟିଭ୍‌ ଆସିଥିବା ନେଇ ସେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ସହିତ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି।

ଜଣେ ଉତ୍ତମ ତହସିଲଦାର ଭାବେ ନିଜ ଦାୟିତ୍ବ ସମ୍ପାଦନ କରୁଥିବା ଶ୍ରୀ ବେହେରା କରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। କାମ ନଥିଲେ ଅଯଥାରେ ବାହାରକୁ ଆସି କରୋନାକୁ ସାଥୀରେ ନେଇ ଘରକୁ ଯାଆନ୍ତୁନି ବୋଲି କହିଛନ୍ତି ଶ୍ରୀ ବେହେରା। ତେବେ ବାଣପୁର ତହସିଲଦାରଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ ଲାଗି କାମନା କରିଛନ୍ତି ବାଣପୁରବାସୀ।

Categories
ଆଜିର ଖବର ଜାତୀୟ ଖବର

ଦିନକରେ 67,151 ଆକ୍ରାନ୍ତ, 1059 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 59,449ରେ ପହଞ୍ଚିଲା । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32ଲକ୍ଷ 34 ହଜାର 475କୁ ବୃଦ୍ଧି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତ 24 ଘଣ୍ଟାରେ 67 ହଜାର 151 ଆକ୍ରାନ୍ତ ହୋଇଥିବାବେଳେ 1059 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ 7 ଲକ୍ଷ 07 ହଜାର 267 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 24 ଲକ୍ଷ 67ହଜାର 758ଜଣ ।

ତେବେ ଆଶ୍ବସ୍ତିକର କଥା ହେଉଛି ଦେଶରେ ମୃତ୍ୟ ହାର ଓ ଆକ୍ଟିଭ୍‌ କେସ ରେଟ୍‌ ଲଗାତାର ଭାବରେ ହ୍ରାସ ପାଉଛି । ମୃତ୍ୟ ହାର ଏବେ ଖସି 1.83%ରେ ରହିଥିବାବେଳେ ଆକ୍ଟିଭ କେସ୍‌ ରେଟ୍‌ ମଧ୍ୟ ହ୍ରାସ ପାଇ 22 ପ୍ରତିଶତ ରହିଛି । ଏହା ସହିତ ସୁସ୍ଥ ହାର 76%ରେ ପହଞ୍ଚିଛି ।

ଆଇସିଏମ୍ଆରର ସୂଚନା ମୁତାବକ ଅଗଷ୍ଟ 25 ସୁଦ୍ଧା ଦେଶରେ 3 କୋଟି 95 ଲକ୍ଷ ସାମ୍ପଲ୍‌ ପରୀକ୍ଷା ହୋଇଛି । ତେବେ କରୋନା ଆକ୍ଟିଭ ମାମଲାରେ ଟପ ପାଞ୍ଚଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ପଶ୍ଚିମବଙ୍ଗ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

30ଟି ଜିଲ୍ଲାରୁ 2ହଜାର 752ଜଣ ଚିହ୍ନଟ : ଜାଣନ୍ତୁ କେଉଁଠାରୁ ଅଛନ୍ତି କେତେ ଆକ୍ରାନ୍ତ

ଭୁବନେଶ୍ବର : ଆଜି  30ଟି ଜିଲ୍ଲାରୁ ମୋଟ୍‌ 2 ହଜାର 752 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ 423 ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 247,  ଯାଜପୁରରୁ 217, ଗଞ୍ଜାମରୁ 212, ରାୟଗଡାରୁ 177, କୋରାପୁଟରୁ 174, ପୁରୀରୁ 144,   ମୟୂରଭଞ୍ଜରୁ 137, ବାଲେଶ୍ବରରୁ 129, ନୟାଗଡରୁ 103, ମାଲକାନଗିରି ଓ ଜଗତସିଂହପୁରରୁ 101ଜଣ ଲେଖାଏଁ, , କେନ୍ଦ୍ରାପଡାରୁ 97, କନ୍ଧମାଳରୁ 95, ଗଜପତିରୁ 60, ଭଦ୍ରକରୁ 58, ସମ୍ବଲପୁରରୁ 55, ସୁନ୍ଦରଗଡରୁ 44, କେଉଁଝର ଓ ବରଗଡରୁ 28 ଜଣ ଲେଖାଏଁ,  ନବରଙ୍ଗପୁରରୁ 27, ଅନୁଗୁଳରୁ 23, କଳାହାଣ୍ଡିରୁ 16, ଝାରସୁଗୁଡାରୁ 15, ବଲାଙ୍ଗିରରୁ 14,  ବୌଦ୍ଧରୁ 11, , ନୂଆପଡାରୁ 8, ଦେବଗଡରୁ 6,  ସୋନପୁର ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ 267, ସୁସ୍ଥ ହେଲେ 174

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗରରୁ 267ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍‌ 267 ଆକ୍ରାନ୍ତଙ୍କ ମଧ୍ୟରୁ 153 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 114 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 153ଜଣଙ୍କ ମଧ୍ୟରେ ଜାଗମରା ଆଇଟିଆର କ୍ୟାମ୍ପସ୍‌ରୁ 10 ଜଣ, ଗୌତମନଗର, ବିଏମ୍‌ସି ଅଫିସ୍‌ ନିକଟରୁ 4 ଜଣ, ଜୟଦେବ ବିହାରରୁ 3ଜଣ, ବିଏମ୍‌ସି ହସ୍ପିଟାଲ ନିକଟରୁ 3 ଜଣ, ଝାରପଡ଼ାରୁ 4 ଜଣ, ପ୍ରାଇଭେଟ ହସ୍ପିଟାଲର 3ଜଣ କର୍ମଚାରୀ ରହଥିବାବେଳେ କିମସ୍‌ରୁ 3 ଜଣ,କୋଳଥିଆରୁ 3 ଜଣ, ସତ୍ୟବିହାରରୁ 4 ଜଣ, ଶୈଳଶ୍ରୀ ବିହାରରୁ 4 ଜଣ ରହିଛନ୍ତି ।

Image

ଲୋକାଲ କଣ୍ଟାକ୍ସ କେସ୍‌ 114ଜଣଙ୍କ ମଧ୍ୟରେ ଝାରପଡ଼ାରୁ 8 ଜଣ, ସିଆର୍‌ଏଫ କ୍ୟାମ୍ପସ୍‌ରୁ 5 ଜଣ, ଶ୍ରୀବିହାରରୁ 3 ଜଣ ରହିଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବର ମହାନଗର ନିଗମରେ 174 ଜଣ ସୁସ୍ଥ ହୋଇଛନ୍ତି ।ନୂତନଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ମହାନଗରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 599ରେ ପହଞ୍ଚିଥିବାବେଳେ ସୁସ୍ଥହୋଇଛନ୍ତି 4 ହଜାର 563ଜଣ । ସେହିପରି 33ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ରହିଛନ୍ତି 2 ହଜାର994 ଜଣ ।

Image

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ବର : କରୋନା କବଳରେ ଆଉ ଜଣେ ବିଧାୟକ । ଭୁବନେଶ୍ବରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଖୋଦ୍‌ ବିଧାୟକ ଅନନ୍ତ ନାରାୟଣ ଜେନା । ଟୁଇଟ୍‌ ଯୋଗେ ଏନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକେ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ।କରୋନା ପଜିଟିଭ୍‌ ହେବା ପରେ ଏବେ ବିଧାୟକ ଅନନ୍ତ ନାରାୟଣ ଜେନା ହୋମ୍‌ କ୍ବାରେଣ୍ଟାଇନରେ ରହିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ନିକଟରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଜେଡି ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 8ଜଣଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି

ଭୁବନେଶ୍ବର : ସେହିପରି ଆଜି ରାଜ୍ୟରୁ କରୋନା ଯୋଗୁଁ ଆଜି 8 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 166ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା 52କୁ ବୃଦ୍ଧି ହୋଇଥିବାବେଳେ କଟକରେ 19, ପୁରୀରେ 10 ଓ ଢେଙ୍କାନାଳରେ 2 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 2239ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 64 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 239 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1416ଜଣ ଚିହ୍ନଟ ହୋଇଥିବାବେଳେ 823ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  64ହଜାର533କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 20 ହଜାର 339ଜଣ । ସେହିପରି ସୁସ୍ଥ ହୋଇଛନ୍ତି 43 ହଜାର 779ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 2244 ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି  2 ହଜାର 224 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1390ଜଣ ଚିହ୍ନଟ ହୋଇଥିବାବେଳେ 854ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  62ହଜାର294କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 19 ହଜାର 612 । ସେହିପରି ସୁସ୍ଥ ହୋଇଛନ୍ତି 42 ହଜାର 276ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍‌ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର :  ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 29ଟି ଜିଲ୍ଲାରୁମୋଟ୍‌ 2 ହଜାର 496ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 378 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ 327ଜଣ, ବାଲେଶ୍ବରରୁ 165, ସୁନ୍ଦରଗଡରୁ 156, ରାୟଗଡାରୁ 146ଜଣ, କଟକରୁ 128 , କୋରାପୁଟରୁ 133, ବୌଦ୍ଧରୁ 115, ଭଦ୍ରକରୁ 102, କନ୍ଧମାଳରୁ 98,ପୁରୀରୁ 93, ବଲାଙ୍ଗିରରୁ 92, ସମ୍ବଲପୁରରୁ 81, ମାଲ୍‌କାନଗିରିରୁ 73, ଢେଙ୍କାନାଳରୁ 69, ଗଜପତିରୁ 68, କେଉଁଝରରୁ 51, କଳାହାଣ୍ଡିରୁ 42, ବରଗଡରୁ 36, ମୟୂରଭଞ୍ଜରୁ 23, ସୋନପୁରରୁ 20, ଝାରସୁଗୁଡାରୁ 19, ନୂଆପଡାରୁ 16, ଜଗତସିଂହପୁରରୁ 14,  କେନ୍ଦ୍ରାପଡାରୁ 13, ଅନୁଗୁଳୁରୁ 12, ଯାଜପୁରଓ ନବରଙ୍ଗପୁରରୁ 11,ନୟାଗଡରୁ 4ଜଣ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଟପିଲା : ଆଜି ରାଜ୍ୟରୁ ସର୍ବାଧିକ 2 ହଜାର 496 ପଜିଟିଭ୍‌

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 496 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1591ଜଣ ଚିହ୍ନଟ ହୋଇଥିବାବେଳେ 905ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  57 ହଜାର 126କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 17ଜାର535 । ସେହିପରି ସୁସ୍ଥ ହୋଇଛନ୍ତି 39ହଜାର 205ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 324ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 1981 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 52 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି 1981 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1225ଜଣ ଚିହ୍ନଟ ହୋଇଥିବାବେଳେ 756ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  52 ହଜାର 653କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 808ଜଣ । ସେହିପରି ସୁସ୍ଥ ହୋଇଛନ୍ତି 36ହଜାର 478ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 305ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଆଜି ହୋଇଛନ୍ତି ଚିହ୍ନଟ

1. Angul: 6

2. Balasore: 59

3. Bargarh: 27

4. Bhadrak: 65

5. Balangir: 27

6. Boudh: 22

7. Cuttack: 131

8. Deogarh: 16

9. Dhenkanal: 39

10. Gajapati: 8

11. Ganjam: 267

12. Jagatsinghpur: 42

13. Jajpur: 60

14. Jharsuguda: 8

15. Kalahandi: 39

16. Kandhamal: 179

17. Kendrapada: 29

18. Keonjhar: 23

19. Khurda: 274

20. Koraput: 97

21. Malkangiri: 64

22. Mayurbhanj: 37

23. Nawarangpur: 18

24. Nayagarh: 56

25. Nuapada: 16

26. Puri: 77

27. Rayagada: 55

28. Sambalpur: 38

29. Sonepur: 57

30. Sundargarh: 145

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 1876 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 50 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି 1876 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1182ଜଣ ଚିହ୍ନଟ ହୋଇଥିବାବେଳେ 694ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  50 ହଜାର 672କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 509ଜଣ । ସେହିପରି ସୁସ୍ଥ ହୋଇଛନ୍ତି 34ହଜାର 805ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 296ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକରୁ 73 ପଜିଟିଭ୍‌ : ଜାଲୁଆସାହିରୁ ଚିହ୍ନଟ ହୋଇଛନ୍ତି 43

କଟକ : ଆଜି କଟକରୁ 73 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ 68ଜଣ  କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ   5 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 68 ଜଣଙ୍କ ମଧ୍ୟରେ 43 ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ସରକାରୀ କ୍ବାରେଣ୍ଟାଇନ୍‌ ଓ 12 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ।  କଟକ ମାଲଗୋଦାମ ଜାଲୁଆ ସାହିରୁ ଆଜି 43 ଜଣ ଚିହ୍ନଟ ହୋଇଛନ୍ତି । ବେହେରା ସାହି ପରେ ଏବେ ଜାଲୁଆ ସାହି ଚିନ୍ତା ବଢାଇଛି । ଜାଲୁଆ ସାହିରୁ 23 ଜଣ ପୁରୁଷ ଥିବାବେଳେ 20 ଜଣ ମହିଳା ରହିଛନ୍ତି।ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 12 ଜଣଙ୍କ ମଧ୍ୟରୁ ସୂତାହାଟରୁ 8 ଜଣ ଚିହ୍ନଟ ହୋଇଛନ୍ତି ।

Image

ଆଜି ଚିହ୍ନଟ 5  ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ 2 ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି  ଅନ୍ୟ ତିନି ଜଣଙ୍କ ମଧ୍ୟରେ  କାଠଗଡା ସାହିରୁ ଜଣେ 31 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 75 ବର୍ଷୀୟ ପୁରୁଷ ରହିଛନ୍ତି । ବାଦାବାଡି ବିକାଶ ନଗରରୁ ଜଣେ 50 ବର୍ଷୀୟ ପୁରୁଷ ରହିଛନ୍ତି ।

ଆଜି ନୂତନ 73 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସହରରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା 1ହଜାର 794ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 914 ଜଣ । 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା କଟକରେ 870 ଜଣ ଚିକିତ୍ସାଧୀନ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ବର : କରୋନାର କାୟା ମାଡି ମାଡି ଚାଲିଛି । ଓଡ଼ିଶାରେ ମଧ୍ୟ ଏହା ଦ୍ରୁତ ଗତିରେ ବଢି ଚାଲିଛି । ରାଜ୍ୟରେ 296ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 48 ହଜାର ଟପିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି  ଅନେକ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହି କରୋନା କବଳରେ ପଡୁଛନ୍ତି । ବରଗଡର ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଆଉ ଜଣେ ଲୋକପ୍ରିୟ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

କରୋନା ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି  ସୌମ୍ୟରଞ୍ଜନ ପଟ୍ଟନାୟକ । ଟୁଇଟ୍‌ କରି ସୌମ୍ୟ କହିଛନ୍ତି ଯେ, ସେ ପଜିଟିଭ୍‌ ଅଛନ୍ତି ବୋଲିଜଣାପଡିଛି । ସେ ସୁସ୍ଥ ଅଛନ୍ତ । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସେ ଡାକ୍ତରୀ ପରାମର୍ଶ କରିବାକୁ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ 53 ହଜାର ନୂତନ ଆକ୍ରାନ୍ତ, 871 ମୃତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ 53 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 871 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 68 ହଜାର 676ରେ ପହଞ୍ଚିଛି । ସେହିପରି 871 ଜଣଙ୍କ ପ୍ରାଣହାନି ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 45 ହଜାର ୨୫୭ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟ 15 ଲକ୍ଷ 83 ହଜାର 489ରେ ପହଞ୍ଚିଛି । ମହାରାଷ୍ଟ୍ରରେ କରୋନା ପରସ୍ଥିତି ସବୁଠୁ ଅଧିକ ଭୟଙ୍କର ରହିଛି । ଏଠାରେ କରୋନାରେ 3 ଲକ୍ଷ 58 ହଜାର 421 ଜଣ ଆକ୍ରାନ୍ତ ହୋଇଥିବା ବେଳେ 18 ହଜାର 50ଜଣଙ୍କର ମୃତ୍ୟୁ ଘଟିଛି ।