ଭୁବନେଶ୍ବର : ରାଜ୍ୟରେ ଆଜି 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 446ଜଣ ଚିହ୍ନଟ ହୋଇଥିବାବେଳେ 227ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 110କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 533ଜଣ । ସେହିପରି ସୁସ୍ଥ ହୋଇଛନ୍ତି 12 ହଜାର452 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 91ଜଣ । ସେହିପରି 28 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
Tag: କରୋନା
ଝାଡଖଣ୍ଡ : ଝାଡଖଣ୍ଡର କୋଏଲା ନଗରୀ ଧନବାଦର ଏକ ପରିବାରର କରୋନା ସଂକ୍ରମଣ ତଥା ଏହି ମହମାରୀ କରୋନାର ଗାଇଡଲାଇନ୍କୁ ଅଣଦେଖା କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ପରିବାରର ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ କତରାସର ଚୌଧୁରୀ ପରିବାରର ସବୁଠୁ ବୃଦ୍ଧା ମହିଳା ଜୁନ୍ 27 ତାରିଖରେ ଏକ ବିବାହ ସମାରୋହରେ ସାମିଲ୍ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଏହି 90 ବର୍ଷୀୟା ବୃଦ୍ଧାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ପରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତା ବୃଦ୍ଧାଙ୍କର ଜୁଲାଇ 4 ତାରିଖରେ ମୃତ୍ୟୁ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ପୂରା ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ଦୁଇ ପୁତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଦୁଇ ପୁତ୍ର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହାପରେ ମହିଳାଙ୍କ ଆଉ ଦୁଇ ପୁତ୍ର ମଧ୍ୟ ଅସୁସ୍ଥ ହୋଇଥିଲେ । ଦୁହେଁ କରୋନା ଡର ଓ ଡିପ୍ରେସନ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।
ମାତ୍ର 12 ଦିନ ଭିତରେ ଏହି ପରିବାରର ପାଞ୍ଚଜଣଙ୍କର କରୋନା ଭାଇରସ୍ଯ ଯୋଗୁଁ ଜୀବନ ଚାଲିଯାଇଛି । ବୃଦ୍ଧାଙ୍କ ପଞ୍ଚମ ପୁତ୍ର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ରାଜଧାନୀ ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ଧାନବାଦଠାରେ ରହୁଥିବା ସମସ୍ତ ବୃଦ୍ଧ ଲୋକଙ୍କର ଯାଞ୍ଚ କରାଯାଇଛି । ତେବେ ବୃଦ୍ଧାଙ୍କ ଆଉ ଏକ ପୁତ୍ର ଦିଲ୍ଲୀରେ ରହୁଥିବାର ସୂଚନା ରହିଛି ।
ବୟସାଧିକ୍ୟ ହେବା ସତ୍ତ୍ବେ ବୃଦ୍ଧା ମହିଳା ଜଣକ ନିଜ ନାତିର ବାହାଘରରେ ସାମିଳ୍ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ପୁନଶ୍ଚ ତାଙ୍କର କରୋନା ଜନିତ ମୃତ୍ୟୁ ହେବା ପରେ ମଧ୍ୟ କୋଭିଡ୍ ଗାଇଡ ଲାଇନ୍ ଅନୁସାରେ ଅନ୍ତିମ ସଂସ୍କାର ନ କରି ସାଧାରଣ ଭାବରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯାହା ଫଳରେ କରୋନା ଅନ୍ୟମାନଙ୍କୁ ସଂକ୍ରମଣ ହୋଇଥିଲା । ଯାହାର ପରିଣତି ସ୍ବରୂପ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । (ଏଜେନ୍ସି)
ବେଙ୍ଗାଲୁରୁ : କରୋନାଠାରୁ ଦୂରେଇ ରହିବାକୁ ସାମାଜିକ ଦୂରତା ଆଳରେ ଆମ ସମାଜ ଅଧିକ ଅମାନବୀୟ ଓ ଅସଭ୍ୟ ହେବାକୁ ଲାଗିଛି । କରୋନା ସଂକଟ ଯୋଗୁଁ ମାନବିକତାର ହତ୍ୟା ହେଉଛି । । ଏଠାରେ ରୋଗ ସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଘୃଣା କରାଯାଉଛି । ଏପରି ଏକ ଘଟଣା ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । ।
କରୋନା ସଂକଟ କାଳରେ କର୍ଣ୍ଣାଟକର ବେଲଗ୍ରାମରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ବାମୀଙ୍କ ଶବକୁ ଏକ ଠେଲାଗାଡିରେ ନେଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯାଉଥିବାର ଦେଖିବାକୁ ମିଳିଛି । ଏହି ମହିଳାଙ୍କୁ ସାହାଯ୍ୟ କରିବାକୁ ପାଖ ପଡୋଶୀ ତ ଦୂରର କଥା ନିଜ ସମ୍ପର୍କୀୟମାନେ ମଧ୍ୟ ଆସିନାହାନ୍ତି । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହର କେହି ଶବକୁ କାନ୍ଧ ଦେବାକୁ ଆସୁନାହାନ୍ତି ।
ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରର ଅଭାବ ଅନାଟନ ଦେଇ ଗତି କରୁଥିବାରୁ ପାଖରେ ପଇସା ନଥିବାରୁ ସେ ତାଙ୍କ ସ୍ବାମୀଙ୍କ ଶବକୁ ଏକ ଠେଲା ଗାଡିରେ ଲଦି ନେଇଥିଲେ ।
ବୁଧବାର ରାତ୍ରି 55 ବର୍ଷୀୟ ସଦାଶିବ ହିର୍ତ୍ରିଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା । ଏହି ସମୟରେ ଘରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଥିଲେ । ହୃଦ୍ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । କିନ୍ତୁ ମହିଳା ଜଣଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ, ଯାହା ଫଳରେ ମହିଳା ଜଣକ ନିଜ ସ୍ବାମୀଙ୍କ ଶବକୁ ଏକ କପଡାରେ ଗୁଡାଇ ଠେଲା ଗାଡିରେ ଲଦି ଶ୍ମଶାନ ନେଇ ଯାଇଥିଲେ ।
କରୋନା ରୋଗଠାରୁ ଦୂର କରି ନାହିଁ ବରଂ ଆମ ମଣିଷପଣିଆକୁ ମାରି ଦେଇଛି । କରୋନା ଭୟରେ ଆମେ ଆମର କର୍ତ୍ତବ୍ୟ ଓ ଦାୟିତ୍ବକୁ ମଧ୍ୟ ଭୁଲି ଯାଉଛୁ ।(ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରୁ 5ଟି ମୁଣ୍ଡ ନେଇଛି କରୋନା । ଆଜି ପାଞ୍ଚ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଗଞ୍ଜମାରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୟା ବୃଦ୍ଧା ଥିବାବେଳେ 44 ବର୍ଷୀୟ ପୁରୁଷ ଓ ଆଉ ଜଣେ 39 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଜଗତସିଂହପୁରରୁ ଆଜି ପ୍ରଥମ ମୁଣ୍ଡ ନେଇଛି କରୋନା । ମୃତକଙ୍କ ବୟସ 67 ବର୍ଷ ବୋଲି ସୂଚନା ରହିଛି । ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ସୁନ୍ଦରଗଡ ଜିଲ୍ଲାର ସେ 65 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । 5 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 91କୁ ବୃଦ୍ଧି ହୋଇଛି ।
ସେହିପରି ଅନ୍ୟ ଦୁଇ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦୁଇ ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର 53 ବର୍ଷୀୟ ଥିବାବେଳେ ଅନ୍ୟ ଜଣେ ଭୁବନେଶ୍ବରରେ 83 ବର୍ଷୀୟ ବୋଲି ସୂଚନା ରହିଛି ।
ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ସ୍ଥିତି ଜଟିଳ ହୋଇପଡିଲାଣି। ନିକଟରେ ବାଣପୁର ସବ ଜେଲ ରୁ ଜଣେ ବିଚାରାଧୀନ କଏଦୀ ଜାମିନରେ ଘରକୁ ଗଲା ପରେ ରିପୋର୍ଟ ପଜିଟିଭ ଆସିଥିବେଳେ ସେହି ଆଧାରରେ ଗତ ଚଉଦ ତାରିଖରେ ବାଣପୁର ସବ ଜେଲ ରୁ ୩୫ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ତନ୍ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ଗଞ୍ଜାମ ଜିଲ୍ଲା କୋଦଳା ଜେଲ ରୁ ବାଣପୁର ସବ ଜେଲକୁ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇ ଜେଲ୍ କୁ ବିଶୋଧନ କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେହିପରି ଭାବେ ଆଜି ବାଣପୁର ରୁ ଆଉ ୪ ଜଣ କରୋନା ପଜିଟିଭି ବାହାରିଥିବା ସୂଚନା ମିଳିଛି। ସେଥିରୁ ଦୁଇ ଜଣ କ୍ବାରେଣ୍ଟିନରେ ଥିବାବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି। ସ୍ଥାନୀୟ ଆକ୍ରାନ୍ତ ଜଣକ ତୁମୁରାପୁଟ ପଞ୍ଚାୟତ ରାଣୀପଡା ଗ୍ରାମର ବୋଲି ଜଣାପଡିଛି। ସେ କିଛି ଦିନ ପୂର୍ବେ ନିଜ ସ୍ୱାବ ଟେଷ୍ଟ ବ୍ୟକ୍ତିଗତ ଭାବେ କରାଇଥିବାସ୍ଥଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ତୁମୁରାପୁଟ ସରପଞ୍ଚ ଶଶୀ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରାଥମିକ ପଦକ୍ଷେପ ଭାବେ ସରପଞ୍ଚ ରାଣୀପଡା ଗ୍ରାମକୁ ସିଲ କରିବା ସହ ସାନିଟାଇଜେସନ ପ୍ରକ୍ରିୟା ଆରମ୍ଭ କରିଥିବାସ୍ଥଳେ ଆଗକୁ ସଟ ଡ଼ାଉନ କରିବେ ବୋଲି ସୂଚନା ଦେଇଛନ୍ତି।
ବାଣପୁର ଏନ.ଏ.ସିର ଜଣେ ବ୍ୟକ୍ତି ପୂର୍ବରୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କର ସ୍ବାବ୍ ନମୁନା ରିପୋର୍ଟ ଆସିନଥିବାବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଏକ ଉଡା ଖବର ଶୁଣିବାକୁ ମିଳିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିଜଣଙ୍କର ରିପୋର୍ଟ ଆସିବା ପରେ ସେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ।
ଦିନକୁ ଦିନ ବାଣପୁର ଏବଂ ଚିଲିକା ବ୍ଲକ ରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି। ଗତ କାଲିଠାରୁ ଲକ ଡ଼ାଉନ କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିବାସ୍ଥଳେ କେତେକ ଅମାନିଆ ମାନେ ବିନା କାରଣରେ ଯାନବାହାନ ଦ୍ୱାରା ବଜାର ରେ ବୁଲାବୁଲି କରୁଥିବାରୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଅଛି ଏବଂ ପୋଲିସ ପାଟ୍ରୋଲିଂ କୁ ଆହୁରି କଡ଼ାକଡ଼ି କରି ସବୁ ପ୍ରବେଶ ପଥରେ ପ୍ରଥମ ପର୍ଯ୍ୟାୟ ଲକ ଡ଼ାଉନ ସମୟରେ ବାଣପୁର ପୋଲିସ ଦ୍ୱାରା ତିଆରି କରାଯାଇଥିବା ବ୍ୟାରିକେଡ଼ ଗୁଡିକୁ ପୁନଃ ସ୍ଥାପନ ସହ ପୋଲିସ କର୍ମଚାରୀ ମୁତୟନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ମାନେ ଦାବି କରିଛନ୍ତି।
ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 34 ହଜାରରୁ ଅଧିକ ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି 671 ଜଣଙ୍କର ମୃତ୍ୟୁ ହୋଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ 24 ଘଣ୍ଟା ମଧ୍ୟରେ 34 ହଜାର 884 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 38 ହଜାର 716ରେ ପହଞ୍ଚିଛି । ସେହିପରି ଦେଶରେ ମୃତକଙ୍କ ସଂଖ୍ୟା 26 ହଜାର 273ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ 6 ଲକ୍ଷ 53 ହଜାର 751 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 58 ହଜାର 692ଜଣ ଚିକିତ୍ସାଧୀନ ରହିଚନ୍ତି । ସେହିପରି ଦେଶରେ ଜୁଲାଇ 17 ପର୍ଯ୍ୟନ୍ତ ଦେଶରେ 1 କୋଟି 34 ଲକ୍ଷ 742ଟି ସାମ୍ପଲ୍ ପରୀକ୍ଷଣ ହୋଇଛି । ଶୁକ୍ରବାର ଦିନ ଦେଶରେ ମୋଟ୍ 3 ଲକ୍ଷ 61 ହଜାରର ସାମ୍ପଲ୍ ଯାଞ୍ଚ ହୋଇଥିଲା ।
ସେହିପରି ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ 2 ଲକ୍ଷ 92 ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ 11 ହଜାର 452ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରୁ ଆଉ ଦୁଇଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ମୃତକ ଦ୍ବୟଙ୍କ ମଧ୍ୟରୁ ଜଣେ 51 ବର୍ଷ ପୁରୁଷ ଥିବାବେଳେ ସେ ମେଦବହୁଳତାରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ଥିବାବେଳେ ସେ ହାଇପରର୍ଟେନ୍ସରେ ପୀଡ଼ିତ ଥିଲେ। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ ତିନିଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 2 ଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ବୟସ 65 ଓ 86 ବୋଲି ସୂଚନା ରହିଛି । ଭୁବନେଶ୍ବରର ମୃତକ ଜଣକ 72 ବର୍ଷୀୟ ପୁରୁଷ ।
ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 77କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ଜନିତ 46କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି ।
ସେହିପରି ଆଜି ଦୁଇଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର 72 ବର୍ଷରହୋଇଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ଖୋରଦ୍ଧା ଜିଲ୍ଲାର ବୋଲି ସୂଚନା ରହିଛି । ସେହିପରି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂଖ୍ୟା 24ରେ ପହଞ୍ଚିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 618 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 411 ଜଣ ଚିହ୍ନଟ ହୋଇଥିବାବେଳେ 207ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 898ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 933ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର864ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବାହାର ଜିଲ୍ଲାର 5 ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି । 4 ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ଏହି 5 ଅଧିକାରୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବେ । 5ଜଣ ଓଏଏସ୍ ଅଧିକାରୀଙ୍କ ସହିତ 32ଜଣ ଓଆରଏସ୍ ଅଧିକାରୀଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି ।
20ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଏତଦ୍ବ୍ୟତୀତ 100 ଜଣ ଏଏମ୍ଓ ଓ ଏଚ୍ଏମ୍ଓଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି । ଏଏମ୍ଓ ଓ ଏଚ୍ଏମ୍ଓଙ୍କୁ 16 ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ସେହିପରି ବାହାର ଜିଲ୍ଲାରୁ 22 ଜଣ ଡାକ୍ତରଙ୍କୁ ଗଞ୍ଜାମ ଡିଏଚଏଚ୍କୁ ପଠାଯାଇଛି । ଡାକ୍ତରୀ ପିଜି ଶେଷ କରିଥିବା 8 ଡାକ୍ତରଙ୍କୁ ମଧ୍ୟ ଗଞ୍ଜମା ଡିଏଚଏଚ୍କୁ ପଠାଯାଇଛି । ଏକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମଧ୍ୟ ଗଞ୍ଜାମ ପଠାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ 6 ଜଣ ବରିଷ୍ଠ ଓଏଏସ୍ ଅଫିସର ଓ 3ଜଣ ଆଇଏଏସ ଅଫିସରଙ୍କୁ ଗଞ୍ଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ପଠାଇଥିଲେ ।
ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ 28 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 23 ହଜାର 727 ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 28 ହଜାର 498 ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି 553 ଜଣ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 06 ହଜାର 752 ରେ ପହଂଚିଛି । ଭାରତରେ 23 ହଜାର 727 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 71 ହଜାର 460 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଲକ୍ଷ 11 ହଜାର 565 ସକ୍ରିୟ ଅଛନ୍ତି।ଏବେ 3 ଲକ୍ଷ 11ହଜାର 565 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରୁ : ଆଜି ରାଜ୍ୟରୁ 6ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କ ଜୀବନ ଯାଇଥିବାବେଳ କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।
ଗଞ୍ଜାମରୁ ଆଜି 4ଜଣଙ୍କ ଜୀବନ ଯାଇଛନ୍ତି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45, 63, 72, 49 ରହିଛି ।
ଭୁବନେଶ୍ୱରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ବୟସ 67 ବର୍ଷ । ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମାତ୍ର 40 ବର୍ଷ ବୋଲି ସୂଚନା ରହିଛି ।
ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 43କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା10କୁ ବୃଦ୍ଧି ହୋଇଛି । ସେହିପରି କଟକରେ 7 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ଆଜି ରାଜ୍ୟର 23ଟି ଜିଲ୍ଲାରୁ 616 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଗଞ୍ଜାମରୁ ସର୍ବାଧିକ 283 ଜଣ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 50, ନବରଙ୍ଗପୁରରୁ 40,ବରଗଡରୁ 31, ଖୋର୍ଦ୍ଧାରୁ 29, ବାଲେଶ୍ବରରୁ 27, କଟକ ଓ କେଉଁଝରରୁ 23, ଜଗତସିଂପୁରରୁ 18, ଯାଜପୁରରୁ 17, ମାଲକାନଗିରରୁ 14, ମୟୁରଭଞ୍ଜରୁ 13, ଝାରସୁଗୁଡାରୁ 11, ଢେଙ୍କାନାଳ ଓ ଅନୁଗୁଳରୁ 7, କନ୍ଧମାଳରୁ 6, ନୂଆପଡା ଓ ସୁନ୍ଦରଗଡରୁ 5, ଭଦ୍ରକ ଓ ବଲାଙ୍ଗିରରୁ 2, ଗଜପତି, କେନ୍ଦ୍ରାପଡା, ପୁରୀରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 616 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 415 ଜଣ ଚିହ୍ନଟ ହୋଇଥିବାବେଳେ 201ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 13ହଜାର 737ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 896ଜଣ । ସେହିପରି ସୁସ୍ଥ ହୋଇଛନ୍ତି 8ହଜାର750ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 64ଜଣ । ସେହିପରି 20ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ 570ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 19ଟି ଜିଲ୍ଲାରୁ 570ଜଣ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 218 ଚିହ୍ନଟ ହୋଇଥିବାବେଳେ କଟକରୁ 46, ସୁନ୍ଦରଗଡରୁ 44, ଯାଜପୁରରୁ 40, ଖୋର୍ଦ୍ଧା ଓ ନୟାଗଡରୁ 37 ଜଣ ଲେଖାଏଁ ରହିଥିବାବେଳେ,ଝାରସୁଗୁଡାରୁ 31, ଗଜପତିରୁ 25, ପୁରୀରୁ 15, ଜଗତସିଂହପୁରରୁ 16, କେଉଁଝରରୁ 14, କେରାପୁଟ ଓ ଅନୁଗଳୁର 11ଜଣ ଲେଖାଏଁ ରହିଛନ୍ତି । ସେହିପରି, ମୟୂରଭଞ୍ଜରୁ 10,କେନ୍ଦ୍ରାପଡାରୁ 6, ବୌଦ୍ଧ ଓ ବାଲେଶ୍ବରରୁ 3ଜଣ ଲେଖାଏଁ ରହିଛନ୍ତି । ଭଦ୍ରକରୁ 2 ଜଣ ରହିଥିବାବେଳେ ସମ୍ବଲପୁରରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ 570 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 384 ଜଣ ଚିହ୍ନଟ ହୋଇଥିବାବେଳେ 186ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର 526ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 475ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର972ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି17ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 27,114 ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ 519 ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,20,916 ହୋଇଛି।ଗତ ୩ ଦିନରେ ପାଖାପାଖି ଲକ୍ଷେ ସଂକ୍ରମିତ ହୋଇଛନ୍ତି। ସକ୍ରିୟ ମାମଲା 2,83,407 ରହିଥିବାବେଳେ 5,15,386 ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆରୋଗ୍ୟ ହାର ୬୨.୪୨ ପ୍ରତିଶତ ରହିଛି।
ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା 22ହଜାର 123କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁ୍ଦ୍ଧା 5 ଲକ୍ଷ 15 ହଜାର 385ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ଅଛନ୍ତି 2 ଲକ୍ଷ 83 ହଜାର 407ଜଣ । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ 2 ଲକ୍ଷ 38 ହଜାର 461 ଆକ୍ରାନ୍ତ ହୋଇଥିବାବେଳ 9ହଜାର 893ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 3 ହଜାର 300, ଗୁଜୁରାଟରେ 2ହଜାର 22 ଜଣ, ତାମିଲନାଡୁରେ 1ହଜାର 829ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 86, ସୁନ୍ଦରଗଡରୁ 62, ଖୋର୍ଦ୍ଧାରୁ 59, କଟକରୁ 55, କେଉଁଝରରୁ 32, ଗଜପତିରୁ 30, ମାଲ୍କାନଗିରିରୁ 18, ନୟାଗଡରୁ 16, ବଲାଙ୍ଗିର ଓ ମୟୂରଭଞ୍ଜରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 11, ବାଲେଶ୍ବରରୁ 9, କୋରାପୁଟ, କେନ୍ଦ୍ରାପଡା ଓ ଜଗତସିଂହପୁରର 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ, ଢେଙ୍କାନାଳରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ, କନ୍ଧମାଳ ଓ ସମ୍ବଲପୁରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 508 ଜଣ ଚିହ୍ନଟ ହୋଇଥିବାବେଳେ 247ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 11ହଜାର 956ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 476ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର407ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି15ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦିନକରେ 26 ହଜାର 500ରୁ ଅଧିକ ଆକ୍ରାନ୍ତ ସହଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 93ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 21 ହଜାର 604 ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ24 ଘଣ୍ଟାରେ 26 ହଜାର 506 ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ 475 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 93 ହଜାର 802ରେ ପହଂଚିଛି । ଭାରତରେ 21 ହଜାର 604 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 4 ଲକ୍ଷ 95 ହଜାର 513 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2ଲକ୍ଷ 76 ହଜାର 685 ସକ୍ରିୟ ଅଛନ୍ତି।
କେଉଁ ରାଜ୍ୟରେ କିପରି ଅଛି ସ୍ଥିତି :
କ୍ରମାଙ୍କ | ରାଜ୍ୟର ନାମ | ମୋଟ୍ ପଜିଟିଭ୍ |
ସୁସ୍ଥ | ମୃତ |
---|---|---|---|---|
1 | ଆଣ୍ଡାମାନ ନିକୋବର | 151 | 63 | 0 |
2 | ଆନ୍ଧ୍ରପ୍ରଦେଶ | 23814 | 12154 | 277 |
3 | ଅରୁଣାଚଳ ପ୍ରଦେଶ | 302 | 120 | 2 |
4 | ଆସାମ | 14032 | 8726 | 22 |
5 | ବିହାର | 13944 | 9816 | 115 |
6 | ଚଣ୍ଡୀଗଡ | 523 | 403 | 7 |
7 | ଛତିଶଗଡ | 3675 | 2903 | 15 |
8 | ଦିଲ୍ଲୀ | 107051 | 82226 | 3258 |
9 | ଗୋଆ | 2151 | 1273 | 9 |
10 | ଗୁଜୁରାଟ | 39194 | 27718 | 2008 |
11 | ହରିୟାଣା | 19369 | 14510 | 287 |
12 | ହିମାଚଳ ପ୍ରଦେଶ | 1140 | 846 | 11 |
13 | ଜମ୍ମୁକାଶ୍ମୀର | 9501 | 5695 | 154 |
14 | ଝାଡଖଣ୍ଡ | 3246 | 2208 | 23 |
15 | କର୍ଣ୍ଣାଟକ | 31105 | 12833 | 486 |
16 | କେରଳ | 6534 | 3708 | 27 |
17 | ଲଦାଖ | 1055 | 915 | 1 |
18 | ମଧ୍ୟପ୍ରଦେଶ | 16341 | 12232 | 634 |
19 | ମହରାଷ୍ଟ୍ର | 230599 | 127259 | 9667 |
20 | ମଣିପୁର | 1450 | 799 | 0 |
21 | ମେଘାଳୟ | 113 | 66 | 2 |
22 | ମିଜୋରାମ | 197 | 133 | 0 |
23 | ଓଡ଼ିଶା | 11201 | 7407 | 52 |
24 | ପୁଡୁଚେରୀ | 1151 | 584 | 14 |
25 | ପଞ୍ଜାବ | 7140 | 4945 | 183 |
26 | ରାଜସ୍ଥାନ | 22563 | 17070 | 491 |
27 | ତାମିଲ୍ନାଡୁ | 126581 | 78161 | 1765 |
28 | ତେଲେଙ୍ଗାନା | 30946 | 18192 | 331 |
29 | ତ୍ରିପୁରା | 1776 | 1338 | 1 |
30 | ଉତ୍ତରାଖଣ୍ଡ | 3305 | 2672 | 46 |
31 | ଉତ୍ତରପ୍ରଦେଶ | 32362 | 21127 | 862 |
32 | ପଶ୍ଚିମବଙ୍ଗ | 25911 | 16826 | 854 |
ଭାରତରେ ମୋଟ୍ ପଜିଟିଭ୍ | 793802 | 495513 | 21604 |
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଟି ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ, ରାୟଗଡାରୁ ଜଣେ ଓ କେନ୍ଦ୍ରାପଡାରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।
ଗଞ୍ଜାମରୁ ଆଜି କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ 56 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 64 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 55 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ରାୟଗଡା ଅଞ୍ଚଳରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 80 ବର୍ଷ ବୋଲି ସୂଚନା ରହିଛି । ସେହିପରି କେନ୍ଦ୍ରାପଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 49 ବୋଲି ସୂଚନା ରହିଛି ।
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ହୋଇଛି । ଗଞ୍ଜାମରେ ମୃତ୍ୟୁସଂଖ୍ୟା 27ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟାକୁ 8କୁ ବୃଦ୍ଧି ହୋଇଛି । ସେହିପରି ଅନ୍ୟ 12ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।