Categories
ବିଶେଷ ଖବର ରାଜ୍ୟ ଖବର

ଶନିବାର ସଂଧ୍ୟାରେ ଚାରୋଟି ଜିଲ୍ଲାରେ ଆସିପାରେ ବନ୍ୟା; ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଶନିବାର ସଂଧ୍ୟା ସୁଦ୍ଧା 4ଟି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ସେହି ଚାରୋଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଗତ ତିନିଦିନ ଧରି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହୀରାକୂଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ଏହି ଡ୍ୟାମର 28ଟି ଗେଟ ଖୋଲାଯାଇଛି। ସେଥିପାଇଁ କେତେକ ସ୍ଥାନରେ ବନ୍ୟା ସମ୍ଭାବନା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

ବର୍ତ୍ତମାନ ହୀରାକୂଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ଅନ୍ୟପକ୍ଷରେ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଶନିବାର ସୁଦ୍ଧା ମୁଣ୍ଡଳୀରେ ଆଠ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବର ସମ୍ଭାବନା ରହିଛି।

ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ରେଙ୍ଗାଳିରେ ମଧ୍ୟ ଗୋଟିଏ ଗେଟ ଖୋଲାଯାଇଛି। ଏହି ନଦୀ ଫୁଲୁଥିବାରୁ ଏହାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଶ୍ରୀ ଜେନା କହିଛନ୍ତି।

ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଥିପାଇଁ ତିରିଶିଟି ଓଡ୍ରାଫ ଟିମ ଏବଂ ବାରଟି ଏନଡିଆରଫ ଟିମକୁ ବନ୍ୟା ସାମ୍ଭବ୍ୟ ଜିଲ୍ଲାକୁ ପଠାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଗ୍ଲେସିୟର ଫାଟି ଭୁସ୍ଖଳନ: ବନ୍ୟାରେ ୧୦୦ ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଆଶଙ୍କା

ଚମେଲୀ: ଉତ୍ତରାଖଣ୍ଡର ଚମେଲୀରେ ଗ୍ଲେସିୟର ଭାଙ୍ଗି ଭୁସ୍ଖଳନର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ଵାରା ଅଳକାନନ୍ଦା ଏବଂ ଧୌଳି ଗଙ୍ଗାରେ ଭୟଙ୍କର ବନ୍ୟା ଆସିଛି। ଋଷିଗଙ୍ଗା ପାୱାର ପ୍ରକଳ୍ପ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ୧୦୦ ରୁ ଅଧିକ ଲୋକ ଏହି ବନ୍ୟାରେ ଭାସିଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳକୁ ଏନଡିଆରଏଫ ଟିମ ପହଞ୍ଛି ଉଦ୍ଧାରକାର୍ଯ୍ଯ ଆରମ୍ଭ କରିଛି। ହେଲେ ଏଥିପାଇଁ ବଡ ଧରଣର ଉଦ୍ଧାରକାର୍ଯ୍ଯ ଆବଶ୍ୟକ ବୋଲି କୁହାଯାଉଛି। ସେଥିପାଇଁ ଖୁବଶୀଘ୍ର ବାୟୁସେନାକୁ ନିୟୋଜିତ କଲେ ବହୁ ଧନ ଜୀବନ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି। ଏନେଇ ବର୍ତ୍ତମାନ ୧୦୭୦ କିମ୍ବା ୯୫୫୭୪୪୪୪୮୬ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।

ତେବେ ଏହି ବିପର୍ଯ୍ୟୟ ପାଇଁ ଉତ୍ତରପ୍ରଦେଶକୁ ସତର୍କ କରାଇ ଦିଆଯାଇଛି। ୟୁପିର ବିଜେନୌର, କନୌଜ ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ଵର, ଗାଜିପୁର, ବାରଣାଶୀକୁ ସତର୍କ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅସରାଏ ବର୍ଷାରେ ସହରରେ ବନ୍ୟା: ବ୍ରହ୍ମପୁର ମହାନଗର ନିଗମ ଏବଂ ପୂର୍ତ୍ତବିଭାଗ ଆଖି ଥାଇ ଅନ୍ଧ…!

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା ରାସ୍ତାଘାଟ, ଡ଼୍ରେନେଜ ଏବଂ ପାଣି ସମସ୍ୟା। ଯାହାକି ଏହି ତିନୋଟି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ମଂଜୁର କରନ୍ତି। ଯାହାକି କିଛି ଅସାଧୁ ଅଫିସର ଏବଂ କଣ୍ଟ୍ରାକ୍ଟରମାନଙ୍କର ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳୁଛି।

ଦୀର୍ଘ ୨୦ ବର୍ଷରୁ ଅଧିକ ହେଲା ନା’ ପାଣି ସମସ୍ୟାର ସମାଧାନ ହେଲା ନା’ ଡ଼୍ରେନେଜ। ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରର ପ୍ରତ୍ୟେକ ୱାର୍ଡ଼ରେ ପାଣି ଉବୁଟୁବୁ। ଅନେକ ଜାଗାରେ ଦେଖିବାକୁ ମିଳୁଛି ରାସ୍ତାର ପାଣି ଘର ଭିତରେ ମଧ୍ୟ ପ୍ରବେଶ କଲାଣି। ସହରବାସୀ ଅଭିଯୋଗ କରିବେ କାହାକୁ? କାରଣ ବର୍ତ୍ତମାନ କୌଣସି ଲୋକପ୍ରତିନିଧି ନାହାନ୍ତି। ପୌର ନିର୍ବାଚନ କେବେ ହେବ ତାହାର ମଧ୍ୟ ସଠିକ୍ ଉତ୍ତର କାହା ପାଖରେ ନାହିଁ। ଅଫିସରଙ୍କ ପାଖରେ ଲୋକଙ୍କର ଅସୁବିଧା ଶୁଣିବାକୁ ସମୟ ହିଁ ନାହିଁ।

ବର୍ତ୍ତମାନ ଏକ ମେଗା ଟେଣ୍ଡର ଜରିଆରେ ପୂର୍ତ୍ତବିଭାଗକୁ ଡ଼୍ରେନେଜ ସିଷ୍ଟମ୍ ହସ୍ତାନ୍ତରିତ କରିବା ଦେଖିବାକୁ ମିଳିଛି। କିନ୍ତୁ ଦୁଃଖର ବିଷୟ ଏହି ଡ଼୍ରେନେଜ ପାଇଁ କେତେ ଟଙ୍କା ବ୍ୟୟ ଅଟକଳ ହୋଇଛି, ତାହାର ସୂଚନା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଠିକ୍ ଉତ୍ତର ମିଳୁନାହିଁ। ମୁଖ୍ୟତଃ ସହରର ରେଡ଼ିଓ ଷ୍ଟେସନଠାରୁ ଲୋଚାପଡ଼ା ରାସ୍ତା ଦେଇ ଯାଇଥିବା ଡ଼୍ରେନେଜ ସିଷ୍ଟମ ଧର୍ମକୁ ଆଖିଠାର ନୀତିରେ ଚାଲିବାକୁ ଥିବା ଦେଖିବାକୁ ମିଳିଛି। ସଂକୀର୍ଣ୍ଣ ରାସ୍ତାରେ ଡ଼୍ରେନେଜ ନାମରେ ରାସ୍ତା ଖୋଳା ହୋଇ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଆଜିର ଏହି ବର୍ଷାରେ ଖାସ୍ କରି ଏହି ଅଂଚଳରେ ଡ଼୍ରେନର ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି। ଯାହାଫଳରେ କିଛି ଦୋକାନ ଘରେ ମଧ୍ୟ ମଧ୍ୟ ଏହି ଡ଼୍ରେନେଜ ପାଣି ପଶିଥିବାର ଦୃଶ୍ୟ ଦୃଷ୍ଟିମାନ ହୋଇଛି। ସହରର ଗାନ୍ଧିନଗର, ଗଜପତି ନଗର, ତୁଳସୀ ନଗର, ବ୍ୟାଙ୍କ କଲୋନୀ, ଶକ୍ତିନଗର, ଶ୍ରୀରମନଗର, ଅଶୋକ ନଗର, ବିଜିପୁର ଆଦି ଅଂଚଳରେ ଆଜିର ଏହି ଲଗାଣ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଦେଖିବାକୁ ମିଳିଛି। ବ୍ରହ୍ମପୁରର ଯେଉଁ ଡ଼୍ରେନଜ ହୋଇଥିଲା ସେ ଡ଼୍ରେନେଜ୍ ସିଷ୍ଟମ କିଭଳି ହୋଇଥିଲା, ଏବଂ କେଉଁଠି ହୋଇଥିଲା ତାହା ମଧ୍ୟ ଦେଖାଯାଉନାହିଁ।

ପ୍ରତ୍ୟେକ ଦିନ ନାଳ ଏବଂ ରାସ୍ତା ମରାମତି ଚାଲିଛି ବୋଲି ଖୋଦ୍ ବିଏମ୍‌ସି କମିଶନର ଏବଂ ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଉଛନ୍ତି। କାମ ବି ଚାଲୁଛି, କିନ୍ତୁ ସାମାନ୍ୟ ବର୍ଷା ହେଲେ, ରାସ୍ତାରୁ ପିଚୁ ଉଠିଯାଉଛି ଏବଂ ନାଳରେ ପାଣି ରାସ୍ତାରେ ଭାସୁଛି। ଏହା ହିଁ ବ୍ରହ୍ମପୁରର ନଗ୍ନ ଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବନ୍ୟାରେ ନଦୀବନ୍ଧ ଓ କେନାଲର କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଚଳିତ ବନ୍ୟାରେ ନଦୀବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ ୨୮୩ କୋଟି ଟଙ୍କାର କ୍ଷତି ହୋଇଛି। ଚଳିତ ମଧ୍ୟମ ଧରଣ ବନ୍ୟାରେ ୩୮ ଟି ଘାଇ ସହ ୯୯୬ କିଲୋ ମିଟରର ନଦୀବନ୍ଧ ନଷ୍ଟ ହୋଇଛି। କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସୁଶାନ୍ତ ରଥ। ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କା ଆବଶ୍ୟକ ନେଇ ଚିଠି ଲେଖି ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ। ଚିଠି ମାଧ୍ୟମରେ ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ରକୁ ନିବେଦନ ନିମନ୍ତେ ଅନୁରୋଧ କଲେ ଶ୍ରୀ ରଥ। ତେବେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ସୂଚନା ରହିଛି।