ନୂଆଦିଲ୍ଲୀ : ଦେଶରେ କରୋନା ପ୍ରକୋପ ଲଗାତାର ଭାବରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 61 ହଜାର 537 ଜଣ ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା 20 ଲକ୍ଷ 86 ହଜାର ପାର୍ କରିସାରିଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 42 ହଜାର 518କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ 88 ହଜାର 612 ପାର୍ କରିଛି । ଦିନକରେ 61, 537 କରୋନା ଆକ୍ରାନ୍ତ ହୋଇଥିବାବେଳେ 933 ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 14.27 ଲକ୍ଷ ଛୁଇଁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ରହିଛି । ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା 68. 32% ରହିଛି । (ଏଜେନ୍ସି)
Tag: corona
ନୂଆଦିଲ୍ଲୀ: ଯଦି ସବୁ ପରୀକ୍ଷା ସଫଳ ହୁଏ ତାହେଲେ ଭାରତର ସେରମ ଇନଷ୍ଟିଚ୍ୟୁଟ ଆଗାମୀ ଦିନରେ ୧୦ କୋଟି ଟୀକା ପ୍ରସ୍ତୁତ କରିବ। ସହଜ ଓ ସୁଲଭ ମୂଲ୍ୟରେ ପୃଥିବୀର ଗରୀବ ଲୋକଙ୍କ ପାଇଁ ଏହି ଟୀକାର ମୂଲ୍ୟ ୩ ଡଲାର ଭିତରେ ସୀମିତ ରହିବ। ଏଥିଲାଗି ସେରମ କୁ ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କର “ଦି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ” ସହାୟତା ପ୍ରଦାନ କରୁଛି। ଭାରତୀୟ ମୂଲ୍ୟ ହିସାବରେ ଏହି ଟୀକାର ଦାମ ୨୨୫ ଟଙ୍କା ରହିବ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ଵାରା ଏହି ଟୀକା ପ୍ରସ୍ତୁତ ହୋଇଥିବା ବେଳେ ଏହାର ଉତ୍ପାଦନ ଓ ବିତରଣ ସେରମ କରିବ ବୋଲି ସୂଚନା ମିଳିଛି।
ଭୁବନେଶ୍ବର: ଆଜି ୨୯ ଜିଲ୍ଲାରୁ ମୋଟ୍ ୧୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୭୯ଜଣ, ସୁନ୍ଦରଗଡରୁ ୧୧୦, କଟକରୁ ୧୨୪, ସମ୍ବଲପୁରରୁ ୩୯, ବରଗଡରୁ ୮, କନ୍ଧମାଳରୁ ୧୬, ମାଲ୍କାନଗିରିରୁ ୩୬, ପୁରୀରୁ ୬୭, ଭଦ୍ରକରୁ ୫୦, ଗଜପତିରୁ ୩୫, କେଉଁଝରରୁ ୧୬, କୋରାପୁଟରୁ ୪୭, ଯାଜପୁରରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୩୪, ଢେଙ୍କାନାଳରୁ ୪୩, ନୟାଗଡରୁ ୬୧, ମୟୂରଭଞ୍ଜରୁ ୩୪, ବଲାଙ୍ଗିରରୁ ୩୭, ରାୟଗଡାରୁ ୧୫୨, ଅନୁଗୁଳୁରୁ ୯, ବାଲେଶ୍ବରରୁ ୬୯ ଜଣ, ଜଗତସିଂହପୁରରୁ ୧୬, ନବରଙ୍ଗପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୩୩, ଝାରସୁଗୁଡାରୁ ୩୦, ବୌଦ୍ଧରୁ ୩୪ ଜଣ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିତ ସୂଚନା ଅନୁସାରେ ଗତ 24ଘଣ୍ଟାରେ ସର୍ବାଧିକ 62,539ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ଟପିଲାଣି । ସେହିପରି ଗତ 24 ଘଣ୍ଟାରେ 886ଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଭାରତରେ 41,585 ଜଣଙ୍କର ପ୍ରାଣ ଯାଇ ସାରିଛି। ଦେଶରେ ଏବେ ସୁଧା 6, 07, 384 ଟି ସକ୍ରିୟ ମାମଲା ରହିଥିବା ବେଳେ 13, 78,106 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 118 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରେ 71 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 47ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛନ୍ତି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ 71 ଜଣଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗରୁ 10 ଜଣ ରହିଥିବାବେଳ ରିଜର୍ଭ ପୋଲିସ୍ କଲୋନୀ, କଳିଙ୍ଗ ଷ୍ଟାଡିୟମ୍ନିକଟରୁ 7 ଜଣ, ନୟାପଲ୍ଲୀ ନୂଆ ସାହିରୁ 6 ଜଣ,ସୂର୍ଯ୍ୟ ନରଗରରୁ 4 ଜଣ, ୟୁନିଟ୍ -1ରୁ 3ଜଣ, ଗଜପତି ନଗରରୁ 2 ଜଣ ରହିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୋଲିସ୍ କର୍ମଚାରୀ ରହିଛନ୍ତି ।
ସେହିପରି ଲୋକାଲ୍ କଣ୍ଟାକ୍ଟ 47ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ଜଣେ,ବରଗଡ ବ୍ରିଟ୍ କଲୋନୀରୁ ଜଣେ, ଭୀମଟାଙ୍କିରୁ ଜଣେ, କଳିଙ୍ଗନଗରରୁ 2 ଜଣ, ଚାରିନମ୍ବର ମସ୍ଜିଦ୍ କଲୋନୀରୁ ଜଣେ, ପୁରୁଣା ଭୁବନେଶ୍ବରରୁ 2 ଜଣ, ଭିଏସ୍ଏସ ନରରୁ ଜଣେ, ପଟିଆରୁ ଜଣେ, ନୟାପଲ୍ଲୀ ବ୍ରିଟ୍ କଲୋନୀରୁ2 ଜଣ, ଜୟଦେବ ବିହାର ବାଜପେୟୀ ନଗରରୁ ଜଣେ, ବମିଖାଲରୁ ତିନିଜଣ, ଭରତପୁରରୁ ତିନିଜଣ, ଘାଟିକିଆରୁ 2ଜଣ, ଝାରପଡାରୁ ଜଣେ, ବମିଖାଲରୁ 2 ଜଣ, ରସୁଲଗଡ ଜିଜିପି କଲୋନୀରୁ ଜଣେ, ସହିଦ ନଗରରୁ ଜଣେ, ରେଲ୍ଓ୍ବେ କଲୋନୀରୁ ଜଣେ, ନୟାପଲ୍ଲୀ ସିଆରପି ସ୍କୋୟାରରୁ 2 ଜଣ, ସହିଦନଗର ତେଲୁଗୁ ବସ୍ତିର ଜଣେ, କପିଳ ପ୍ରସାଦରୁ ଜଣେ, ନାଗେଶ୍ବରଟାଙ୍ଗିରୁ 2 ଜଣ, କୋଳଥିଆରୁ ଜଣେ, ମୈତ୍ରୀ ବିହାରରୁଜଣେ, ଲକ୍ଷ୍ମୀସାଗରରୁ ଜଣେ, ବାଣୀବିହାର କ୍ୟାମ୍ପସ୍ରୁ ଜଣେ ରହିଛନ୍ତି ।
ଆଜି ଭୁବନେଶ୍ବରରୁ 90 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 472କୁ ବୃଦ୍ଧି ହୋଇଛି। ସେହିପରି 18 ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି ମୋଟ୍ 2ହଜାର151ଜଣ । ଏବେ ସୁଦ୍ଧା ରାଜଧାନୀରେ 1ହଜାର 301ଟି ସକ୍ରିୟ ମାମଲା ରହିଛି ।
ବଲାଙ୍ଗିର : ଓଡ଼ିଶାର ଏହି ଜିଲ୍ଲା 4 ଦିନ ପାଇଁ ସଟ୍ଡାଉନ୍ ରହିବ । ବଲାଙ୍ଗିର ଜିଲ୍ଲାକୁ ଆସନ୍ତା 4 ଦିନ ପାଇଁ ସଟ୍ଡାଉନ୍ କରାଯିବ । ଚାରି ଦିନ ସଟ୍ଡାଉନ୍ ହେବା ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା 8 ତାରିଖରୁ 11 ତାରିଖ ଯାଏଁ ବଲାଙ୍ଗିର ଜିଲ୍ଲା ସଟ୍ଡାଉନ୍ ରହିବ ।
କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ କରିବା ନେଇ ନିଷ୍ପତ୍ତି ନେଇଛି । ସଟ୍ଡାଉନ୍ ବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଏହି ସମୟରେ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠା ବନ୍ଦ ରହିବ। ମେଡିକାଲ, ଜଳ ଯୋଗାଣ, ପରିମଳ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ସେହିପରି ମାଲବାହୀ ଗାଡି, ନିର୍ମାଣ କାର୍ଯ୍ୟ ଓ ଶିଳ୍ପ ପ୍ରତିଷ୍ଠାନକୁ ଅନୁମତି ରହିଛି ।
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆଉ 10ଜଣଙ୍କ ଜୀବନ ଯାଇଛି। ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 2 ଜଣ, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଗଞ୍ଜାମର ମୃତକ ତିନିଜଣ ପୁରୁଷ ରହିଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 52 ବର୍ଷ, 40 ବର୍ଷ ଓ 55 ବର୍ଷ ବୋଲି ସୂଚନା ରହିଛି ।
ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 54 ବର୍ଷୀୟ ପୁରୁଷଥିବାବେଳେ ଅନ୍ୟ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି । ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି ।
ଭଦକ୍ରରୁ ଜଣେ 53 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି କେଉଁଝରରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ 52 ବର୍ଷ ବୋଲି ସୂଚନା ରହିଛି । ସେହିପରି ନୟାଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 39 ବର୍ଷ ବୋଲି ସୂଚନା ରହିଛି ।
ରାଜ୍ୟରେ କରୋନା ଜନିତ ସଂଖ୍ୟା 235କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଥିବାବେଳେ ଭଦ୍ରକରେ ତିନି, କେନ୍ଦୁଝରରରେ2, ନୟାଗଡରେ 4, ଭଦ୍ରକରେ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ହୋଇଥିବାବେଳେ ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଛି ।
ଜିଲ୍ଲା | ପଜିଟିଭ୍ | ସୁସ୍ଥ | ସକ୍ରିୟ | ମୃତ | ମୃତ (ଅନ୍ୟାନ୍ୟ ରୋଗ) |
---|---|---|---|---|---|
ଗଞ୍ଜାମ | 12080 | 8621 | 3331 | 120 | 8 |
ଖୋର୍ଦ୍ଧା | 5531 | 2418 | 3074 | 31 | 8 |
କଟକ | 2731 | 1724 | 992 | 11 | 4 |
ସୁନ୍ଦରଗଡ | 1882 | 1182 | 684 | 13 | 3 |
ଗଜପତି | 1834 | 1159 | 660 | 14 | 1 |
ଯାଜପୁର | 1467 | 1149 | 314 | 3 | 1 |
ବାଲେଶ୍ବର | 1176 | 856 | 314 | 3 | 3 |
ରାୟଗଡା | 1173 | 680 | 483 | 10 | 0 |
ପୁରୀ | 1059 | 642 | 411 | 4 | 2 |
କୋରାପୁଟ | 1047 | 457 | 590 | 0 | 0 |
କେଉଁଝର | 992 | 689 | 299 | 2 | 2 |
ସମ୍ବଲପୁର | 836 | 341 | 494 | 1 | 0 |
ଜଗତସିଂହପୁର | 821 | 661 | 158 | 2 | 0 |
ଭଦ୍ରକ | 804 | 575 | 222 | 3 | 4 |
ନୟାଗଡ | 802 | 490 | 306 | 4 | 2 |
ମୟୂରଭଞ୍ଜ | 788 | 555 | 231 | 0 | 2 |
ମାଲ୍କାନଗିରି | 773 | 401 | 367 | 2 | 3 |
କନ୍ଧମାଳ | 772 | 428 | 341 | 3 | 0 |
କେନ୍ଦ୍ରାପଡା | 601 | 442 | 156 | 2 | 1 |
ବରଗଡ | 568 | 363 | 204 | 1 | 0 |
ବଲାଙ୍ଗିର | 551 | 362 | 189 | 0 | 0 |
ଢେଙ୍କାନାଳ | 452 | 195 | 257 | 0 | 0 |
ଅନୁଗୁଳ | 402 | 264 | 136 | 2 | 0 |
ଝାରସୁଗୁଡା | 353 | 297 | 55 | 1 | 0 |
କଳାହାଣ୍ଡି | 349 | 122 | 225 | 2 | 0 |
ନବରଙ୍ଗପୁର | 331 | 251 | 78 | 1 | 1 |
ବୌଦ୍ଧ | 162 | 130 | 32 | 0 | 0 |
ନୂଆପଡା | 161 | 117 | 44 | 0 | 0 |
ସୋନପୁର | 123 | 84 | 39 | 0 | 0 |
ଦେବଗଡ | 96 | 83 | 13 | 0 | 0 |
ମୋଟ୍ | 40717 | 25738 | 14699 | 235 | 45 |
ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା 19 ଲକ୍ଷ ଅତିକ୍ରମ କରିଛି, ଗୋଟିଏ ଦିନରେ 56,282 ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଏବଂ 904 ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ସେହିପରି ଏହା ସହ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 19 ଲକ୍ଷ 64 ହଜାର 536 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 5 ଲକ୍ଷ 95 ହଜାର ସକ୍ରିୟ ମାମଲା ଥିବାବେଳେ 13 ଲକ୍ଷ 28 ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 16ହଜାର 476 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 4 ହଜାର461 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 4 ହଜାର 44, କର୍ଣ୍ଣାଟକରେ 2 ହଜାର 804ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ 137ଜଣଙ୍କ ମଧ୍ୟରୁ 113 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 24ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଆଜି ଚିହ୍ନଟ 113 କ୍ବାରେଣ୍ଟାଇନ୍ରୁ ଏକ ଘରୋଇ ହସ୍ପିଟାଲର 4ଜଣ କର୍ମଚାରୀ ରହିଥିବାବେଳେ ସାଲିଆ ସାହିରୁ 10 ଜଣ, ଭୀମପୁରରୁ 9 ଜଣ, ଗଙ୍ଗନଗର ବସ୍ତିରୁ 8 ଜଣ, ଓସିସି ବସ୍ତିରୁ 7 ଜଣ ରହିଛନ୍ତି । ବଡଗଡରୁ 6 ଜଣ, ଚନ୍ଦ୍ରଶେଖର ପୁର ବିଡିଏ କଲୋନୀରୁ 5 ଜଣ, ୟୁନିଟ୍ -9ରୁ 5 ଜଣ, ସତ୍ୟନଗରରୁ 4 ଜଣ ରହିଛନ୍ତି ।
ସେହିପରି ଆଜି ଲୋକାଲ୍ 24 ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜରୁ 2 ଜଣ,ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡ୍ରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲ୍ଡ ଟାଉନ୍ ବ୍ରହ୍ମେଶ୍ବର ପାଟଣାରୁ ଜଣେ, ଝାରପଡାରୁ ଜଣେ, ସତ୍ୟ ନଗରରୁ ଜଣେ, ଗଙ୍ଗନଗରରୁ ଜଣେ, ସାମନ୍ତରାପୁରରୁ 2 ଜଣ, ରସୁଲଗଡରୁ ଜଣେ ବାପୁଜୀ ନଗରରୁ ଜଣେ, ଜୟଦେବ ବିହାରରୁ ଜଣେ, ବରମୁଣ୍ଡାରୁ 2 ଜଣ, ବମିଖାଲରୁ ଜଣେ, ରେଣ୍ଟାଲ କଲୋନୀରୁ ଜଣେ, ସତ୍ୟନଗର ପଞ୍ଜାବୀ କଲୋନୀରୁ ଜଣେ, ଝାରପଡା ଓ ଭଗବାନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ଆଜି ରାଜଧାନୀ ଭୁବନେଶ୍ବରରୁ 118 ଜଣ ସୁସ୍ଥ ହୋଇଛନ୍ତି । ନୂତନ 137 ଜଣ ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା 3 ହଜାର 354କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 2 ହଜାର 61ରେ ପହଞ୍ଚିଛି । 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 1 ହଜାର 273 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1337 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 815ଜଣ ଚିହ୍ନଟ ହୋଇଥିବାବେଳେ 522ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 39ହଜାର 018କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 267ଜଣ । ସେହିପରି ସୁସ୍ଥ ହୋଇଛନ୍ତି 24 ହଜାର 482ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 225ଜଣ। ସେହିପରି 46 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କେଦାର ମିଶ୍ର
ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ ସେଥିଲାଗି ଅନେକ ସାମ୍ବାଦିକଙ୍କର ଝଗଡା ମଧ୍ୟ ହେଲାଣି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଷ୍ଟ୍ରପତି ସାମ୍ବାଦିକଙ୍କୁ ତାଙ୍କ କଥା କହୁଛନ୍ତି ଓ ସାମ୍ବାଦିକ ତାଙ୍କ ନିଜ ଅଧିକାରରେ ରାଷ୍ଟ୍ରପତିଙ୍କ ମତକୁ ଖଣ୍ଡନ ମଧ୍ୟ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ଫଙ୍କ “ଡାଟା” କୁ ଦେଖିବା ବେଳେ ସାମ୍ବାଦିକମାନେ ଏମିତି ବ୍ୟବହାର କରୁଛନ୍ତି, ଯେମିତି ସେମାନେ ଜାଣନ୍ତି ଯେ ଏହା କେବଳ ଡାଟା ର ଖେଳ। ଏଥିରେ ସତ୍ୟତା ନାହିଁ।
ସଂଖ୍ୟା ଦୃଷ୍ଟିରୁ ଆମେରିକା ସର୍ବାଧିକ କରୋନା ପରୀକ୍ଷା କରିଛି। ପ୍ରତି ଦଶ ଲକ୍ଷ ଲୋକରେ ଆମେରିକାରେ ୧,୮୪,୦୦୭ ଲୋକଙ୍କର ପରୀକ୍ଷା ହେଉଛି। ଏ ଯାବତ ସର୍ବମୋଟ ୬୦.୯୯୩, ୭୨୨ ପରୀକ୍ଷା କରିବାରେ ଆମେରିକାର ରେକର୍ଡ ରହିଛି। ତେବେ ପ୍ରତି ଦଶ ଲକ୍ଷ ଜଣ ସଂଖ୍ୟାରେ ସର୍ବାଧିକ ପରୀକ୍ଷା କରିବାର ରେକର୍ଡ ୟୁଏଇ ବା ଆରବ ଏମିରେଟ୍ସ ପାଖରେ ରହିଛି। ଦଶ ଲକ୍ଷ ଜନସଙ୍ଖ୍ୟାର ୫,୨୭,୧୪୨ ପରୀକ୍ଷା ଏକ ବିରଳ ରେକର୍ଡ। ଦେଶର ୧୦୦ ରୁ ୫୨ ଜଣଙ୍କର ପରୀକ୍ଷା ସେଠାରେ ସମ୍ଭବ ହୋଇଛି। ଆରବ ପରେ ବାହାରିନ ୪,୯୮, ୫୬୮ ପରୀକ୍ଷା କରିଛି। ଋଷିଆର ପରୀକ୍ଷଣ ସଂଖ୍ୟା ମଧ୍ୟ ଆମେରିକା ଠୁ ଅଧିକ। ଋଷିଆ ପ୍ରତି ଦଶ ଲକ୍ଷ ଲୋକରେ ୨,୦୦୦, ୯୪ ପରୀକ୍ଷା କରୁଛି। ଅଧିକ ପରୀକ୍ଷା କରୁଥିବା ଆରବ ଦେଶ ସମୂହ, ୟୁରୋପ ଏବଂ ଋଷିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ କମ। ଆମେରିକାରେ ମୃତ୍ୟୁହାର ୩.୨୬ ହୋଇଥିବା ବେଳେ ଋଷିଆରେ ଏହା ମାତ୍ର ୧.୬୬%। ତେଣୁ ଡାଟା କୁ ନେଇ ଅଯଥାରେ ଛାତି ବାଡେଇ ହେବାର କୌଣସି ବିଶେଷ କାରଣ ନାହିଁ।
ତେବେ ଆମେରିକା ଓ ଋଷିଆ ଭଳି ଦେଶରେ ଡାଟା ବା ତଥ୍ୟକୁ ନେଇ ବିତର୍କ ଚାଲିଛି। ଭାରତରେ ତଥ୍ୟକୁ ନେଇ ବିତର୍କ କରିବା ଆମେ ଭୁଲିଯାଇଛୁ। ଆମେ ସବୁ ସରକାରୀ ତଥ୍ୟକୁ ମୁଣ୍ଡପାତି ଗ୍ରହଣ କରିନେବାକୁ ପ୍ରସ୍ତୁତ। ବର୍ତ୍ତମାନ ଭାରତ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି। ସର୍ବମୋଟ ସଂଖ୍ୟା ଦୃଷ୍ଟିରୁ ଆମ ଉପରେ ଆମେରିକା ଓ ବ୍ରାଜିଲ ରହିଥିଲେ ମଧ୍ୟ, ଗତ ତିନି ଦିନ ଧରି ପୃଥିବୀର ସର୍ବାଧିକ ସଂକ୍ରମିତ ଭାରତରୁ ବାହାରୁଛନ୍ତି। ଆମର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ହଜାର ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଦୈନିକ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ଆମର ପରୀକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଗତକାଲି ଦେଶରେ ୬,୬୧,୮୯୨ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହେ ତଳୁ ଦୈନିକ ୧୦ ଲକ୍ଷ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଦୈନିକ ୧୦ଲକ୍ଷ ପରୀକ୍ଷାରେ ପହଞ୍ଚିବାକୁ ଆମକୁ ଆହୁରି ଦୁଇ ସପ୍ତାହ ଲାଗିବ। ଶହେ ଲୋକରେ ଆଜି ମଧ୍ୟ ଆମେ ୧.୫ ଲୋକଙ୍କର ପରୀକ୍ଷା କରୁଛୁ। ତା ସତ୍ତ୍ୱେ ଆମର ସଙ୍କ୍ରମିତଙ୍କ ସଂଖ୍ୟା ପୃଥିବୀର ଏକ ନମ୍ବର।
ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ବହୁ ଅଧିକ ପରୀକ୍ଷା ହେବା ଜରୁରୀ। ଏ ପ୍ରକାର ହାରରେ ସଂକ୍ରମଣ ବଢିଲେ ବହୁ ଲୋକ ବିନା ପରୀକ୍ଷାରେ ସଂକ୍ରମଣ ବଢାଇ ଚାଲିବେ ଓ ଏମିତି ଅନେକ ଲୋକ ମୃତ୍ୟୁ ବରଣ କରିବେ ଯାହାର କୌଣସି ହିସାବ ରଖିବା ସମ୍ଭବ ହେବନାହିଁ। ସବୁଠୁ ବଡ ସଙ୍କଟ ହେଉଛି, ଭାରତରେ କୋଭିଡ ତଥ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବାର ସାହସ ବା ଅଧିକାର ଲୋକଙ୍କ ପାଖରେ ନାହିଁ। ଅନ୍ତତଃ ରାଷ୍ଟ୍ରପତି ଟ୍ରମ୍ଫ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ନିଜର ପକ୍ଷ ରଖୁଛନ୍ତି। ସମାଲୋଚନାର ସାମ୍ନା କରୁଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକ ପାଖିଆ ଭାଷଣ ଦେଇ ଚାଲିଛନ୍ତି। ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୫ ହଜାର ଲୋକଙ୍କର ପରୀକ୍ଷା କରିବାର ଅର୍ଥ ହେଉଛି, ମହାମାରୀ ଲାଗି ଖୋଲା ମଇଦାନ ତିଆରି କରିବା। ବିନା ପରୀକ୍ଷାରେ “ଲକ ଡାଉନ” ବା “ଅନଲକ” ର କିଛି ଅର୍ଥ ନାହିଁ। ଭାରତର ବିଭିନ୍ନ ରାଜ୍ୟଗୁଡିକ ଭିତରୁ ଦିଲ୍ଲୀ ସର୍ବାଧିକ ୫୪,୧୯୪ (ଦଶ ଲକ୍ଷ ଅନୁପାତରେ) , ପରୀକ୍ଷା କରିଛି। ବାକି ରାଜ୍ୟ ଗୁଡିକ ଏବେ ମଧ୍ୟ ୧୦ ରୁ ୨୦ ହଜାର ଭିତରେ ରହିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ୧୧,୬୬୦, ବିହାରରେ ମାତ୍ର ୫୪୨୯, ପଶ୍ଚିମ ବଙ୍ଗରେ ୯୮୭୨ ଓ ମଧ୍ୟପ୍ରଦେଶରେ ୯୮୭୮ ପରୀକ୍ଷା ହେଉଛି। ଦେଶର ଅଧାରୁ ଅଧିକ ଲୋକ ଏହି ସବୁ ରାଜ୍ୟରେ ବସବାସ କରନ୍ତି।
ବିନା ପରୀକ୍ଷାରେ “ଡାଟା ଗେମ” ଖେଳୁଥିବା ଆମର ରାଜନେତାମାନେ କୋଟି କୋଟି ଭାରତୀୟଙ୍କର ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ଏ ପ୍ରକାର ତଥଯର ହେରାଫେରିକୁ ନେଇ ଗଣମାଧ୍ୟମ ମଧ୍ୟ ମୁହଁ ରେ ତୁଣ୍ଡି ବାନ୍ଧି ବସିଛି।
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ହୋଇ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଫୋନ କରି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି ଯେ – ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ଖବର ପାଇବା ପରେ ମୁଁ ଚିନ୍ତିତ। ତାଙ୍କ ସହିତ କଥା ହୋଇଛି ଓ ତାଙ୍କର ଦ୍ରୁତ ଆରୋଗ୍ୟଲାଭ କାମନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ରାଜନୈତିକ ନେତା ଓ କର୍ମୀ ଶ୍ରୀ ପ୍ରଧାନଙ୍କର ଆରୋଗ୍ୟ କାମନା କରିଛନ୍ତି।
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ବୋଲି ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଲକ୍ଷଣ ଦେଖା ଦେବାରୁ ମୁଁ ନିଜର କଫ ପରୀକ୍ଷା ପାଇଁ ଦେଇଥିଲି ଓ ତାହା ପୋଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଛି ଓ ସୁସ୍ଥ ଅଛି’ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସପ୍ତାହେ ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ପରେ ମୋଦୀ କ୍ୟାବିନେଟର ଆଉ ଜଣେ ବରିଷ୍ଠ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ପ୍ରଧାନ କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ତାଙ୍କର ଆରୋଗ୍ଯ କାମନା କରିଛନ୍ତି।
ରମେଶ ମହାନ୍ତି
ଜଗତସିଂହପୁର : ଦିନକୁ ଦିନ ବୃଦ୍ଧି ପାଉଥିବା ଏହି କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ ଚିହ୍ନଟ ହେବା ସହ ଏରସମା,ବିରିଡି, ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଓ ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ସମସ୍ତ ୪ଜଣ ଆକ୍ରାନ୍ତ କ୍ଲଷ୍ଟର ଲେବଲ୍ ଟି.ଏମ୍.ସିରୁ ଚିହ୍ନଟ ହୋଇଛନ୍ତି।
ନୂତନ ୨୦ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨୪ଜଣ ସୁସ୍ଥ ହେବାସହ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୧୫୫ଜଣ ଆକ୍ରାନ୍ତ ଆକ୍ଟିଭ୍ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 149 ପଜିଟିଭ୍ ଚିହ୍ନଟ ହୋଇଛି । ଏହି ନୂତନ 149ଙ୍କ ମଧ୍ୟରୁ 98ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 51ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 98ଜଣଙ୍କ ମଧ୍ୟରେ ସାଲିଆ ସାହିରୁ 11 ଜଣ ଥିବାବେଳେ ଶିରିପୁରର କନ୍ଧ ସାହିରୁ 14ଜଣ ରହିଛନ୍ତି । ନୟାପଲ୍ଲୀ ବ୍ରିଟ୍ କଲୋନୀରୁ 7ଜଣ ରହିଛନ୍ତି । ସେହିପରି ଖଣ୍ଡଗିରି ତପୋବନ ବସ୍ତିରୁ 3 ଜଣ, ଡୁମୁଡୁମା ରଘୁନାଥ ନଗରରୁ 6 ଜଣ, ବରଗଡ ବ୍ରିଟ୍ କଲୋନୀରୁ 3 ଜଣ, ୟୁନିଟ୍-1ରୁ 3ଜଣ, ୟୁନିଟ୍ 6ରୁ ଚାରିଜଣ ରହିଛନ୍ତି ।
ଚିହ୍ନଟ 51 ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରେ ସେଣ୍ଟ୍ରାଲ୍ ସରକାରୀ ଚିକିତ୍ସାଳୟରୁ ଜଣେ, ଓଲ୍ଡ ଟାଉନ୍ରୁ 4 ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 2 ଜଣ, ଡୁମୁଡୁମାରୁ ଜଣେ, ଝାରପଡାରୁ ଜଣେ, ଛଅ ନମ୍ବର ଏଲ୍ଆଇସି କଲୋନୀରୁ ଜଣେ, ଲକ୍ଷ୍ମୀସାଗରରୁ 2 ଜଣ, ଆଇଆରସି ଭିଲେଜରୁ ଜଣେ, ତମାଣ୍ଡୋରୁ ଜଣେ, ବିଜେବି ନଗରରୁ ଜଣେ, ବାଣୀ ବିହାର କ୍ୟାମ୍ପସ୍ରୁ ଜଣେ, ରସୁଲଗଡରୁ ଜଣେ, ଜାଗମରାରୁ ଜଣେ, କଳିଙ୍ଗ ନଗରରୁ ଜଣେ, ୟୁନିଟ୍-1ରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ଶୈଳଶ୍ରୀ ବିହାରରୁ 2ଜଣ, ଆଠ ନମ୍ବରରୁ ଜଣେ, ପ୍ରଶାନ୍ତି ବିହାରରୁ ଜଣେ, ଜୟଦେବବିହାରରୁ 2 ଜଣ, ନୟାପଲ୍ଲୀରୁ 2 ଜଣ, ସାଲିଆ ସାହିରୁ 3 ଜଣ, ବରମୁଣ୍ଡା ଗାଁରୁ ଜଣେ ରହିଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 145 ଜଣ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା 3 ହଜାର 217ରେ ପହଞ୍ଚିଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 18 ଜଣ । 1ହଜାର943ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 254ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ସମ୍ବଲପୁର : ବର୍ଲା ଭୀମସାରର 9ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିସିନ ବିଭାଗର 9 ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ପଜିଟିଭ ଚିହ୍ନଟ ପରେ ମେଡିସିନ ବିଭାଗର ଓପିଡିକୁ ଆଜି ପାଇଁ ବନ୍ଦ ରଖାଯାଇଛି । ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମୋହନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ବହୁ ଡାକ୍ତର ଓ ଡାକ୍ତରଖାନାଗୁଡିକରୁ କରୋନା ସଂକ୍ରମିତ ଚିହ୍ନଟ ହୋଉଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 89 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ 89 ଜଣ ସଂକ୍ରମିତଙ୍କ ମଧ୍ୟରୁ 65ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ସ୍ଥଳେ 24 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥିବାର ସୂଚନା ଦେଇଛି ବିଏମ୍ସି ।
ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍ରୁ 65 ଜଣ ମଧ୍ୟରେ ଗୌତମ ନମର ବସ୍ତିରୁ 5 ଜଣ ଥିବାବେଳେ ରିଜର୍ଭ ପୋଲିସ୍ କଲୋନୀରୁ ଅଛନ୍ତି 7 ଜଣ । ସେହିପରି ଆଇଗିଣିଆରୁ ଅଛନ୍ତି 17ଜଣ ପଜିଟିଭ୍ ।
ସେହିପରି ଲୋକାଲ୍ 24 କେସ୍ ମଧ୍ୟରୁ ପୋଖରୀପୁଟରୁ 34 ବର୍ଷୀୟ ପୁରୁଷ ଥିବାବେଳେ ଗଙ୍ଗନଗରରୁ ଦୁଇଜଣ, ଡୁମୁଡୁମା ଫେଜ୍ 2ରୁ ଜଣେ 26 ବର୍ଷୀୟା ମହିଳା ରହିଛନ୍ତି । ରାମେଶ୍ବର ପାଟଣାରୁ ଜଣେ 48 ବର୍ଷୀୟ ପୁରୁଷ ଥିବାବେଳେ ବରଗଡ ବ୍ରିଟ୍ କଲୋନୀରୁ 72 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ବିଜେବି ନଗରରୁ 2 ଜଣ ରହିଥିବାବେଳେ ସିଆରପି ସ୍କୋୟାରରରୁ ଜଣେ 57 ବର୍ଷୀୟ ପୁରୁଷ ରହିଛନ୍ତି । କୋଳଥିଆରୁ ଜଣେ 41 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ତମାଣ୍ଡୋରୁ ଜଣେ 73 ବର୍ଷୀୟ ପୁରୁଷ ଥିବାବେଳେ ଭରତପୁର ଲେବର୍ ବସ୍ତିରୁ ଜଣେ 80 ବର୍ଷୀୟ ପୁରୁଷ ରହିଛନ୍ତି । ସତ୍ୟନଗର ବିଗ୍ବଜାର ନିକଟରେ ଜଣେ 25 ବର୍ଷୀୟ ମହିଳା ରହିଛନ୍ତି । ୟୁନିଟ୍ 6, ରାଧାକୃଷ୍ଣ ବସ୍ତିରୁ 2 ଜଣ ରହିଛନ୍ତି । ସେହିପରି ଛ ନମ୍ବର ନ୍ୟୁ ଫରେଷ୍ଟ ପାର୍କରୁ ଜଣେ , ଖାରବେଳ ନଗର ପ୍ରେସ୍ କଲୋନୀରୁ ଜଣେ, ଛଅ ନମ୍ବର ଭୀମପୁରର ଜଣେ ସତ୍ୟନଗର ହାଉସିଂ ବୋର୍ଡ କଲୋନୀରୁ ଜଣେ, ମଞ୍ଚେଶ୍ବର ବ୍ଲୁ ହୁଇଲ୍ ହସ୍ପିଟାଲ ନିକଟରୁ ଜଣେ, ମହତାବ ରେଡ୍, ଅନନ୍ତ ନଗରରୁ ଜଣେ, ନିଳାଦ୍ରି ବିହାରରୁ ଜଣେ ରହିଛନ୍ତି ।
ଆଜି ଭୁବନେଶ୍ବରରୁ 107 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 89ଜଣ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 3 ହଜାରୁ 68ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 1 ହଜାର 798ଜଣ । 18ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 250ଟି ସକ୍ରିୟ ମାମଲା ରହିଛି ।
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ରବିବାର ବିଳମ୍ବିତ ରାତ୍ରିରେ ଏ ସମ୍ପର୍କରେ ଜଣାପଡିବା ପରେ ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୟେଦ୍ୟୁରପ୍ପ କହିଛନ୍ତି ଯେ, କରୋନା ପରୀକ୍ଷାରେ ପଜିଟିଭ୍ ରିପୋର୍ଟ ଆସିଛି । ସେ ସୁସ୍ଥ ଅଛନ୍ତି । ତେବେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବା ସହିତ ଏକାନ୍ତବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କରୋନାରେ ପଜିଟିଭ୍ ହେବା ଜଣାପଡିଥିଲା । ସେହିପରି ତାମିଲନାଡୁର ରାଜ୍ୟପାଳ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରମୁଖ କରୋନାରେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ କରୋନା । ଅମିତ୍ ଶାହାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋବ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଗୃହମନ୍ତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ତାଙ୍କଠାରେ ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।
କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍ରେ ରହିବାକୁ ନିବେଦନ କରିଛନ୍ତି ଶାହା ।
ସୂଚନାଯୋଗ୍ୟ, ଆଜି କରୋନାରେ ଉତ୍ତରପ୍ରଦେଶର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୧, ୨୭୩ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨, ଗଞ୍ଜାମରୁ ୧୩୯, କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ ରୁ ୨୨, ରାୟଗଡାରୁ ୨୦, ବାଲେଶ୍ବରରୁ ୧୯, କୋରାପୁଟରୁ ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳ ଏବଂ ସମ୍ବଲପୁରରୁ ୧୦, କେନ୍ଦ୍ରାପଡା ଓ ଯାଜପୁରରୁ ୯, ଜଗତସିଂପୁରରୁ ୮, ବରଗଡରୁ ୭, ଝାରସୁଗୁଡା ଓ ଢେଙ୍କାନାଳରୁ ୬, କଳାହାଣ୍ଡି ଓ ବଲାଙ୍ଗୀରରୁ ୨, ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୯୮୦ ଜଣ ସକ୍ରିୟ କେସ ଥିବାବେଳେ ୨୧୨୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନକୁ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଭୁବନେଶ୍ବରରୁ 126 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କ ଜୀବନ ଯାଇଛି । ଆଜି କରୋନାକୁ ବିଏମ୍ସି କମିଶନର ଏକ ବୈଠକ କରିବା ସହ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଦୈନିକ ପରିବା କିଣିବାକୁ ନ ଯାଇ 4/5 ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି, ଜୀବନ ବଞ୍ଚିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଏମ୍ସି କମିଶନର ।
ଆଳୁ ଗଦିର ଜଣେ ସଂକ୍ରମିତଙ୍କ ପାଇଁ 41 ଜଣ ସଂକ୍ରମିତ ହୋଇଛନ୍ତି । ମାଛ ମାର୍କେଟ୍ ବି ବନ୍ଦ କରି ଟେଷ୍ଟ କଲୁ 21ଜଣ ପଜିଟିଭ୍ ବାହାରିଛନ୍ତି। ସେହିପରି ବଜାରକୁ ଗଲାବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଂ କରନ୍ତୁ । ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି । ଏଭଳି ଜାଗାକୁ ଯିବା ବେଳେ ଭିଡକୁ ନ ଯାଇ ଶୀଘ୍ର ଜିନିଷ ଧରି ପଳାନ୍ତୁ ବୋଲି କହିଛନ୍ତି । ରାସ୍ତାକଡ ଜଳଖିଆ ଦୋକାନୀଙ୍କୁ ଦୋକାନରେ ବିକ୍ରି ପାଇଁ ଅନୁମତି ନାହିଁ ବୋଲି ସୂଚନା ଦେଇଛନ୍ତି କମିଶନର । ଯେଉଁଠାରେ ଖାଦ୍ୟ ବିକ୍ରି ହେଉଛି ସେଠାରେ ଅନେକ ଜାଗାରେ ଖାଦ୍ୟ ଖାଉଥିବାର ଦେଖାଯାଉଛି । ତେବେ ଏମିତି ନ କରି ଘରକୁ ପାର୍ସଲ ନିଅନ୍ତୁ ବୋଲି କମିଶନର କହିଛନ୍ତି ।
ବସ୍ତିର ହୋମ୍ କ୍ବାରେଣ୍ଟିନ୍କୁ ଅନୁମତି ନାହିଁ । ସରକାରୀ କ୍ବାରେଣ୍ଟିନ୍ କରୁଛୁ । 60 ପ୍ରତିଶତ ବସ୍ତିରେ ଆମେ ଏଯାଏ କିଛି ବି କେସ୍ ପାଇନୁ ବୋଲି କମିଶନର କହିଛନ୍ତି। ବସ୍ତି କମିଟିର ତ୍ବରିତ କାର୍ଯ୍ୟ ପାଇଁ ଅନେକ ବସ୍ତିରେ ସଂକ୍ରମଣ ନାହିଁ ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । ଟେଷ୍ଟିଂରେ ଯିଏ ପଜିଟିଭ୍ ଆସିବ, ସେ ଆଇସୋଲେସନ୍ରେ ରହିବାକୁ ବାଧ୍ୟ । ତେଣୁ ଭୟଭୀତ ହୁଅନ୍ତୁନି, ଭିଡକୁ ଯାଆନ୍ତୁନି, ଭିଡ କରନ୍ତୁନି ବୋଲି କହିଛନ୍ତି ବିଏମ୍ସି କମିଶନର ।