Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କ ମନ୍‌ କୀ ବାତ୍‌ : କରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ର ଘୋଷଣା

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ସମୟରେ ମନ୍‌ ମୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍‌-19 ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ କରିଛନ୍ତି । କୋଭିଡ୍‌19 ମୁକାବିଲାରେ ସମଗ୍ର ଦେଶବାସୀ ଏକତ୍ର ହୋଇଛନ୍ତି । ଦେଶର ପ୍ରତ୍ୟେକ ନାଗରିକ କରୋନା ମୁକାବିଲାର ଜଣେ ଜଣେ ଯୋଦ୍ଧା ତେଣୁ ସମସ୍ତେ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌ରେ ଯୋଗଦାନ କରିବା ଉଚିତ୍‌ । ବର୍ତ୍ତମାନ ସୁଦ୍ଧା 1.25 କୋଟି ଭାରତୀୟ ଏହି ଓ୍ବେବ୍‌ସାଇଟ୍‌ରେ ଯୋଗ ଦେଇଛନ୍ତି । ଭାରତୀୟ ମାନେ କରୋନା ସହିତ ଲଢୁଛନ୍ତି ଏହା ବ୍ୟତିତ ଅନାହାର ଏବଂ ଦାରିଦ୍ର୍ୟ ସହିତ ମଧ୍ୟ ଲଢିବାକୁ ପଡୁଛି । କରୋନା ସମୟରେ ଦେଶବାସୀ ଦୃଢ ଭାବରେ କରୋନାର ମୁକାବିଲା କରୁଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଗତକାଲି ଦେଶରେ ନୂତନ ଭାବରେ 1990 ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 26496 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 800 ଅତିକ୍ରମ କରି ସାରିଛି ।

ମାସ୍କ ବ୍ୟବହାର ବର୍ତ୍ତମାନ ଦେଶର ପରମ୍ପରା ପାଲିଟିଛି । ଆଗାମୀ ଦିନରେ କରୋନା ସଙ୍କଟ ଦୂର ହେଲେ ମଧ୍ୟ ମାସ୍କର ପରମ୍ପରା ଜାରି ରହିବ ବୋଲି ମୋଦି କହିଛନ୍ତି । ଏହା ସହିତ ମୋଦି ଦେଶବାସୀଙ୍କୁ ରମ୍‌ଜାନ୍‌ ଏବଂ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲାରେ ମୋଦିଙ୍କ ଅଦମ୍ୟ ନେତୃତ୍ବକୁ ପ୍ରଶଂସା କରି ପତ୍ର ଲେଖିଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ : କରୋନାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଭିନ୍ନ ଭିନ୍ନ ଉପାୟ ଜରିଆରେ ଏହି ମହାମାରୀକୁ ରୋକିବାକୁ ଚେଷ୍ଟା କରାଯାଉଛି । ଭାରତ ମଧ୍ୟ ଏହି ମହାମାରୀର ପ୍ରସାର ରୋକିବା ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଏପ୍ରିଲ୍‌ 24 ରେ ଦେଶରେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ମୁକାବିଲାକୁ ନେଇ କରୁଥିବା ଭିନ୍ନ ଭିନ୍ନ ପ୍ରୟାସକୁ ପ୍ରଶଂସା କରାଯାଉଛି । ମାଇକ୍ରୋସ୍ପଟ କମ୍ପାନୀର ସଂସ୍ଥାପକ ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ଲେଖି କରୋନା ଲଢେଇ ପାଇଁ ଭାରତର ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ।

ଏହି ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କରୋନା ମହାମାରୀକୁ ନେଇ ସରକାର ଉଠାଇଥିବା ପଦକ୍ଷେପକୁ ଠିକ୍‌ ବୋଳି କହିଛନ୍ତି । ଏହି ପତ୍ରରେ ବିଲ୍‌ ଗେଟସ୍‌ କହିଛନ୍ତି, ’କରୋନା ମହାମାରୀ ସଂକ୍ରମଣକୁ ରୋକିବା ଦିଗରେ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ମୋଦିଙ୍କ ସରକାରଙ୍କ ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ବିଲ ଗେଟ୍ସ ଚିଠିରେ ଲେଖିଛନ୍ତି ଯେ ଭାରତରେ ହଟସ୍ପଟ୍ ଚିହ୍ନିତ କରିବା ଏବଂ ଲୋକଙ୍କୁ ଆଇସୋଲେସନ୍‌ ରଖିବା ପାଇଁ ଗ୍ରହଣ କରାଯାଉଥିବା ପଦ୍ଧତିକୁ ପ୍ରଶଂସା ଯୋଗ୍ୟ କରିଛନ୍ତି। ଏହା ବ୍ୟତୀତ ଏହି ମହାମାରୀର ମୁକାବିଲା ପାଇଁ ଭାରତରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇଛି, ଯାହା ପ୍ରଶଂସନୀୟ ବୋଲି କହିଛନ୍ତି ବିଲ୍‌ ଗେଟସ୍‌ ।

ସେ ଲେଖିଛନ୍ତି ଯେ ଏହି ମହାମାରୀ ସମ୍ବନ୍ଧରେ ଭାରତ ସରକାର ଗବେଷଣା ଏବଂ ବିକାଶ ତଥା ଡିଜିଟାଲ ନବୀକରଣ ଉପରେ ଧ୍ୟାନ ଦେଇଛନ୍ତି। ସେହିପରି ଭାରତ  ସରକାରଙ୍କ ଦ୍ବାରା ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କରିଛନ୍ତି ବିଲ୍‌ ଗେଟସ୍‌ । ଆରୋଗ୍ୟ ସେତୁ ଆପ୍‌ ଜରିଆରେ ଭାରତସରକାର କରୋନା ମହାମାରୀ ବିରୁଦ୍ଧରେ ଡିଜିଟାଲ୍‌ ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି । ଏହି ଆପ୍‌ ଜରିଆରେ କରୋନା ଭାଇରସ୍‌ ଟ୍ରାକିଂ, ଯୋଗାଯୋଗ ଚିହ୍ନଟ କରିବା ସହିତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ସହ ସଂଯୋଗୀକରଣର କାମ କରୁଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲିଞ୍ଚିଂ ବିରୋଧୀ ଆଇନ ପ୍ରଣୟନ ପାଇଁ ମୋଦିଙ୍କ ନିକଟରେ ଆବେଦନ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭିଡ ହିଂସା ବଢି ଚାଲିଥିବା ବେଳେ ଏହ ବିରୋଧରେ ଆଇନ ପ୍ରଣୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି ଏକ ମୁସ୍‌ଲିମ୍‌ ସଙ୍ଗଠନ । ମୁସଲିମ୍‌ ସଙ୍ଗଠନ ଅଲ ଇଣ୍ଡିଆ ମୁସଲିମ୍‌ ମଜଲିସ୍‌ ଏ ମୁଶାଓ୍ବରା ପକ୍ଷରୁ ମୋଦିଙ୍କୁ ଏହି ଅନୁରୋଧ କରାଯାଇଛି । ବର୍ତ୍ତମାନ ଭିଡ ହିଂସା ଦେଶର ପରମ୍ପରା ସଦୃଶ ହୋଇଯାଇଛି ଏବଂ ଏହାକୁ ସଂଖ୍ୟାଲଘୁଙ୍କ ବିରୋଧରେ କରାଯାଉଛି ଅଥବା ଦାୟୀ କରାଯାଉଛି । ଗତ 16 ତାରିଖରେ ପାଲଗଡରେ ଘଟିଥିବା ହିଂସା ପାଇଁ ମଧ୍ୟ ମୁସଲିମଙ୍କୁ ଦାୟୀ କରାଯାଇଥିଲା । ତେଣୁ ଲିଞ୍ଚିଂ ବିରୋଧରେ ଦୃଢ ନିୟମ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଅଲ ଇଣ୍ଡିଆ ମୁସଲିମ୍‌ ମଜଲିସ୍‌ ଏ ମୁଶାଓ୍ବରାର ସଭାପତି ନାଭେଦ୍‌ ହମିଦ୍‌ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଲକ୍‌ଡାଉନ୍‌ର ଅନ୍ତିମ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ମଙ୍ଗଳବାର ସକାଳ ୧୦ଟା ସମୟରେ ମୋଦି ଦେଶକୁ ସମ୍ବୋଧିତ କରିବେ। ଏହି ଘୋଷଣାରେ ମୋଦି ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାର ଅନୁମାନ କରାଯାଉଛି। ପୂର୍ବରୁ ଦେଶର ୫ଟି ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବଢିପାରେ ଲକ୍‌ ଡାଉନ୍‌ ! ସର୍ବଦଳୀୟ ବୈଠକରେ ଏନେଇ ମୋଦି ଦେଲେ ସଂକେତ

ନୂଆଦିଲ୍ଲୀ : କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ର ଅବଧି ବଢିପାରେ ବୋଲି ସୂଚନା ରହିଛି । ବିଭିନ୍ନ ଦଳର ନେତାଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ସୂଚନା  ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସଂକେତ ଦେଇଥିବାର କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏବେ ଲକ୍‌ ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।  ମାର୍ଚ୍ଚ 24 ତାରିଖରୁ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ର ଅବଧି ଏପ୍ରିଲ୍‌ 14 ତାରିଖରେ ସରିବାର ଥିଲା ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଥିଲେ ଯେ କରୋନା ସହ ଏହା ଏକ ଲମ୍ବା ଲଢେଇ ଅଟେ । ସମସ୍ତଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା ଅଟେ । ଦେଶରେ ସ୍ଥିତି ଏବେ ସାମାଜିକ ଆପାତକାଳର ସହ ସମାନ ଅଟେ । ଏଥିପାଇଁ କିଛି ନିଷ୍ପତ୍ତି ନେବା ପୂର୍ବରୁ ଆମେ ନିରନ୍ତର ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।

କରୋନା ଭାଇରସ୍‌ ଓ ଲକ୍‌ ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜନୈତିକ ଦଳର ଦଳୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।  ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ବିଜେପି, କଂଗ୍ରେସ, ଡିଏମ୍‌କେ, ଏଆଇଏଡିଏମ୍‌କେ, ଟିଆରଏସ୍‌, ସିପିଆଇଏମ୍‌, ଟିଏମ୍‌ସି, ଶିବସେନା, ଏନ୍‌ସିପି, ଅକାଳୀ ଦଳ, ଏଲଜେପି, ଜେଡିୟୁ, ଏସ୍‌ସିପି, ବିଏସ୍‌ପି, ଓ୍ବାଇଏସଆର୍‌ କଂଗ୍ରେସ ଓ ବିଜେଡିର ନେତାମାନାଙ୍କ ସହ ଆଲୋଚନା କରିଥିଲେ ।

ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ଏହି ଭାଇରସର ପ୍ରସାରକୁ ରୋକିବା ପାଇଁ ଲକ୍‌ ଡାଉନ୍‌ ନିୟର୍ମକୁ ବିସ୍ତାର କରିବା ପାଇଁ ପ୍ରସ୍ତାବ ଦେଇଥିବାର କହିଥିଲେ ମୋଦି । 80 ପ୍ରତିଶ ରାଜନୈତିକ ଦଳ ଏହି ଲକ୍‌ ଡାଉନ୍‌ ବଢାଇବା ସପକ୍ଷରେ ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ମିଶି ଏନେଇ  ଆଲୋଚନା କରିବା ପରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧିରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା 11 ତାରିଖରେ ନିଆଯିବ। ଶନିବାର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମୋଦିଙ୍କୁ ଚିଠି ଲେଖିଲେ ବ୍ରାଜିଲ୍‌ ରାଷ୍ଟ୍ରପତି: ହନୁମାନଙ୍କ ସଞ୍ଜିବିନୀ ଆଣିବା ସହ ଭାରତର ସାହାଯ୍ୟକୁ ତୁଳନା କଲେ

ବ୍ରାଜିଲ୍‌: କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଏହା ମଧ୍ୟରେ ଭାରତ ତରଫରୁ  ଅଧିକ ପ୍ରଭାବିତ ଦେଶକୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି। ଆମେରିକା ପରେ ଏବେ ବ୍ରାଜିଲ୍‌ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। ଏହି ଚିଠିରେ ବ୍ରାଜିଲ୍‌ ରାଷ୍ଟ୍ରପତି ଭାରତର ସାହାଯ୍ୟକୁ ହନୁମାନଙ୍କ ଦ୍ବାରା ଅଣାଯାଇଥିବା ସଞ୍ଜୀବନୀ ସହିତ ତୁଳନା କରିଛନ୍ତି।

ବ୍ରାଜିଲ୍‌ ରାଷ୍ଟ୍ରପତି ଏପ୍ରିଲ୍‌ ସାତ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ଚିଠି ଲେଖିଥିଲେ। ଏଥିରେ ଭାରତ-ବ୍ରାଜିଲ୍‌ର ବନ୍ଧୁତ୍ବ କଥାର ଉଲ୍ଲେଖ କରିଥିଲେ।

ବ୍ରାଜିଲ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ସଂକଟ ସମୟରେ ଭାରତ ଯେପରି ଭାବରେ ବ୍ରାଜିଲ୍‌ର ସାହାଯ୍ୟ କରିଛି। ଏପରି ତ ରାମୟାଣରେ ହନୁମାନଜୀ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ସମୟରେ ସଞ୍ଜିବନୀ ଆଣି କରିଥିଲେ। ଆଜି ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି।

ବ୍ରାଜିଲ୍‌ ରାଷ୍ଟ୍ରପତି ନିଜ ଚିଠିରେ ତାଙ୍କ ଦେଶରେ ଦୁଇଟି ଲ୍ୟାବ୍‌ରେ କରୋନା ଭ୍ୟାକସିନ୍‌ ପ୍ରସ୍ତୁତ ହେଉଛି, କିନ୍ତୁ ଏହାର ବିତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଭାରତ ଉପରେ ନିର୍ଭର କରୁଛି। ଏହି କ୍ଷେତ୍ରରେ ଭାରତର ସାହାଯ୍ୟ ଆଶା କରିଛି ବ୍ରାଜିଲ୍‌। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ମୁକାବିଲାରେ ମୋଦିଙ୍କ ଉଦ୍ୟମକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଶଂସା

ନୂଆଦିଲ୍ଲୀ : ଭାରତରେ କରୋନାର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ । ଗରିବ ଲୋକଙ୍କ ପାଇଁ ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ହୁର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସ୍ୟସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତାକୁ ଟେଡ୍ରୋସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ବୋଲି ଟେଡ୍ରୋସ୍ ଟ୍ୱିଟ୍ କରିଛନ୍ତି । ସେହିପରି ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ ପରି ପଦକ୍ଷେପକୁ ଟେଡ୍ରୋସ୍ ପ୍ରଦାନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଭାରତର କରୋନା ବିରୋଧୀ ଲଢ଼େଇରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଭୂମିକା

ସୌଜନ୍ୟ-ପି ଆଇ ବି

କୋଭିଡ-୧୯ ମୁକାବିଲା ନେଇ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଭୟାବହ କରୋନା ବ୍ୟାଧି ବିରୋଧରେ ଭାରତ ଯେଉଁ ଲଢେଇ ଲଢୁଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଯୋଦ୍ଧା ଭାବେ ରଣାଙ୍ଗନରେ ସର୍ବାଗ୍ରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ଏ ସଂପର୍କରେ ନିୟମିତ ସଂପର୍କ ରକ୍ଷା ପୂର୍ବକ ବିଚାର ଆଲୋଚନା ଜାରି ରଖିଛନ୍ତି। ଦୈନିକ ସେ ୨୦୦ରୁ ଅଧିକ ଲୋକଙ୍କ ସହ ଏ ସଂପର୍କରେ ମତ ବିନିମୟ କରୁଛନ୍ତି । ଏହା ମାଧ୍ୟମରେ ସେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ସୂଚନା ପାଉଛନ୍ତି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଆଦିଙ୍କୁ ପ୍ରଧାନମନ୍ତ୍ରୀ ଦୈନିକ ଟେଲିଫୋନ କରି କରୋନା ବିରୋଧୀ ଲଢେଇର ଫଳାଫଳ ଓ ତତ୍ ସଂଲଗ୍ନ ବିଷୟ ସଂପର୍କରେ ଖବର ସଂଗ୍ରହ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ବିଶୋଧନ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କ ସହ ମତ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବା ସହ ସମାଜ ଓ ଦେଶପାଇଁ ସେମାନେ ଯେଉଁ ତ୍ୟାଗ ସ୍ୱୀକାର କରି କାମ କରୁଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କଠାରୁ ଏହି କରୋନା ସଂକ୍ରମଣର ଗତିବିଧି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସିଧାସଳଖ ତଥ୍ୟ ପାଉଛନ୍ତି ।

ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗ ଓ କ୍ଷେତ୍ରର ଲୋକମାନଙ୍କ ସହ କରୋନା ସ୍ଥିତି ଓ ଏହାର ମୁକାବିଲା ଜନିତ କାର୍ଯ୍ୟ ସଂପର୍କରେ ଆଲୋଚନା କରୁଛନ୍ତି । ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଛପା ଗଣମାଧ୍ୟମର ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ସିଂରେ ରୋଗ ସଂକ୍ରମଣ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ଏହାଛଡ଼ା ସେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡିଆର ପ୍ରମୁଖ କର୍ମକର୍ତ୍ତା ଓ ମୁଖ୍ୟମାନଙ୍କ ସହ ଏ ସଂପର୍କରେ ମତ ବିନିମୟ କରିଥିଲେ ।

ଗଣମାଧ୍ୟମ ଅସ୍ତିବାଚକ ଖବର ଓ ଯୋଗାଯୋଗକୁ ପ୍ରୋତ୍ସାହିତ କରି ନକାରାତ୍ମକ ଓ ନୈରାଶ୍ୟଜନକ ଖବରକୁ ଏଭଳି ଘଡ଼ିସନ୍ଧି କ୍ଷଣରେ ନିରୁତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଉଭୟ ଗଣମାଧ୍ୟମର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ରେଡିଓଜୀବୀ ଓ ଆକାଶବାଣୀର ଉଦଘୋଷକମାନଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ସେମାନେ କରୋନା ଲଢେଇରେ ସ୍ଥାନୀୟ ନାୟକଙ୍କ ଉଦାହରଣୀୟ କାର୍ଯ୍ୟ ଓ ସଫଳତାର କାହାଣୀ ସବୁକୁ ଲୋକଙ୍କ ପାଖରେ ନିରନ୍ତର ଭଲଭାବରେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଶ୍ରୀ ମୋଦୀ ମଧ୍ୟ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ସେମାନଙ୍କ ମନୋବଳ ଦୃଢ କରିଥିଲେ । ସେହିଭଳି କରୋନା ସଂକ୍ରମଣରୁ ଚିକିତ୍ସା ପରେ ଭଲ ହୋଇଥିବା କିଛି ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କଥା ହୋଇଛନ୍ତି ଏବଂ ସେମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି । ୨୦୨୦ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ଭିଡିଓ କାର୍ଯ୍ୟକ୍ରମରେ ନିଜର ନିର୍ବାଚନମଣ୍ଡଳୀ ବାରଣାସୀର ଲୋକଙ୍କ ସହ ଆଲୋଚନା କରିଥିଲେ । ସଂକଟର ଏହି କ୍ଷଣରେ ସମସ୍ତେ ସଂକଳ୍ପ, ସଂଯମ ଓ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । କରୋନା ଭୂତାଣୁର ମୁକାବିଲା ପାଇଁ ସଂକଳ୍ପ ଓ ସଂଯମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ନିୟମିତ ବିଚାରବିମର୍ଶ ଓ ବୈଠକ ଜାନୁଆରୀଠାରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହିତ କରୋନା ସଂକ୍ରମଣ ଓ ଏହାର ମୁକାବିଲା ନେଇ ନିୟମିତ ବିଚାର ଆଲୋଚନା ଓ ବୈଠକ କରି ଆସୁଛନ୍ତି । ସେ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବରାବର ଏ ସଂପର୍କରେ ଆଲୋଚନା କରୁଛନ୍ତି । ଏହି ସଂକ୍ରମଣର ସଫଳ ମୁକାବିଲା ପାଇଁ ବିଭିନ୍ନ ପକ୍ଷଙ୍କ ସହିତ ତାଙ୍କର ଆଲୋଚନା ଜାରି ରହିଛି ।

ପ୍ରଧାନମନ୍ତ୍ରୀ ପ୍ରତିଦିନ ଉଚ୍ଚସ୍ତରୀୟ ବୈଠକ ଡକାଇ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ସଚିବଙ୍କଠାରୁ କରୋନା ସଂକ୍ରମଣ ଓ ଏହାର ପ୍ରତିକାର ସଂକ୍ରାନ୍ତ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି । ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ
ଗଠିତ କରୋନା ସଂକ୍ରାନ୍ତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦୈନିକ କରୋନା ସଂପର୍କରେ ସବିଶେଷ ତଥ୍ୟ ଅବଗତ କରାଉଛି । ସରକାରୀ ସ୍ତରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁଫଳ ଓ ଅନ୍ୟାନ୍ୟ ପ୍ରସଙ୍ଗ ସଂପର୍କରେ କେନ୍ଦ୍ର ସ୍ୱା୍‌ସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନିରନ୍ତର ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି ।

ଉଦାହରଣ ମାଧ୍ୟମରେ ନେତୃତ୍ୱ ପ୍ରଦାନ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ନେତୃତ୍ୱର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଦେଶର ଏହି ସଂକଟରେ ସେ ହୋଲି ଉତ୍ସବରେ ଭାଗ ନେଇ ନଥିଲେ । ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଜାତି ଉଦ୍ଦେଶ୍ୟରେ ବାର୍ତ୍ତା- ଜନତା କର୍ଫ୍ୟୁ ଓ ତିନି ସପ୍ତାହ ଲକ୍‌ଡାଉନ୍‌ କରୋନା ମୁକାବିଲା ପାଇଁ ଦେଶକୁ ପ୍ରସ୍ତୁତ କରିବା
ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୯ରେ ଜାତି ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ଜାନୁଆରୀ ୨୨ରେ ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ସେଦିନ ସକାଳ ୭ରୁ ରାତି ୯ଟା ଯାଏ ସାରା ଭାରତକୁ ବନ୍ଦ ରଖିବାକୁ ଲୋକେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ସେ ଅନୁରୋଧ ଜଣାଇଥିଲେ ।

ସାମାଜିକ ବ୍ୟବଧାନ ବଜାୟ ରଖିବାକୁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇବା ସହିତ ସାମାଜିକ ଦୂରତ୍ୱ ରକ୍ଷା ଦ୍ୱାରା କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ପାଳନ କରିବାକୁ ସେ ମାର୍ଚ୍ଚ ୨୪ରେ ଦେଶବାସୀଙ୍କୁ ନିବେଦନ କରିଥିଲେ । ଭୂତାଣୁ ସଂକ୍ରମଣର ଏହା ଏକମାତ୍ର ପ୍ରତିଷେଧକ ହୋଇଥିବାରୁ ଏହାକୁ ସଫଳ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । କରୋନା ଭୂତାଣୁ ସଂକ୍ରମଣର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଦୁଇଟି ମନ୍ତ୍ର ଦେଇଛନ୍ତି । ତାହାହେଲା ସଂକଳ୍ପ ଓ ସଂଯମ ।

ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୟଭୀତ ହୋଇ ଜିନିଷପତ୍ର ନକିଣିବାକୁ ପରାମର୍ଶ ଦେଇଥିଲେ । ନାଗରିକଙ୍କୁ ନିୟମିତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇ ଲୋକଙ୍କ ମନୋବଳ ଟାଣ କରିଥିଲେ ।

କୋଭିଡ-୧୯ ଆର୍ଥିକ ମୁକାବିଲା ଟାସ୍କଫୋର୍ସ କରୋନା ମହାମାରୀ ଦ୍ୱାରା ଦେଶର ଆର୍ଥିକ କ୍ଷେତ୍ରରେ ଯେଉଁ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି ତାହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ଆର୍ଥିକ ରେସପନ୍ସ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ପରାମର୍ଶ, ଅନ୍ୟାନ୍ୟ କ୍ଷେତ୍ରରୁ ସଂଗୃହୀତ ତଥ୍ୟାବଳୀକୁ ବିଚାରକୁ ନେଇ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଆର୍ଥିକ ପଦକ୍ଷେପ ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ଦେଶର ବ୍ୟବସାୟୀ ସମୁଦାୟ ଓ ଉଚ୍ଚ ଅଧିକାରୀବର୍ଗର ସଦସ୍ୟମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଭଳି ସଂକଟଜନକ ସ୍ଥିତିରେ ସେମାନେ ନିମ୍ନ ଆୟକାରୀବର୍ଗର ଆର୍ଥିକ ଅନାଟନ ପ୍ରତି ଦୃଷ୍ଟି ଦେବା ଉଚିତ । ସେବା ପ୍ରଦାନ କରୁଥିବା ଏହି ବର୍ଗର ଲୋକେ କରୋନା ଯୋଗୁ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ହୋଇ ନପାରିଲେ ସେମାନଙ୍କ ବେତନ କାଟ ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଭଳି ସମୟରେ ମାନବିକତା ପ୍ରଦର୍ଶନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କରୋନା ସଙ୍କଟ : ନିଜ ରାଜ୍ୟର ଦାୟିତ୍ବ ଗ୍ରହଣ ପାଇଁ ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ : ନିଜ ନିଜ ରାଜ୍ୟର ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜର ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଭାବରେ ବିଭିନ୍ନ ନେତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନେତାମାନେ ନିଜ ରାଜ୍ୟର କରୋନା ସମ୍ପର୍କିତ ଅପଡେଟ୍‌ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସ୍ଥାନୀୟ ପ୍ରଶାସନ ସହିତ ନିୟମିତ ସମ୍ପର୍କ ରଖିବା ସହିତ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ । ମୁଖ୍‌ତାର ଆବ୍ବାସ ନକ୍‌ଭୀଙ୍କୁ ଝାରଖଣ୍ଡର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରକାଶ ଜାଭଡେକର ଏବଂ ନୀତିନ୍‌ ଗଡକରୀଙ୍କୁ ମହାରାଷ୍ଟ୍ରର ଦାୟିତ୍ବ ପ୍ରଦାନ କରାଯାଇଛି । ରାଜନାଥ ସିଂ, ମହେନ୍ଦ୍ର ନାଥ ପାଣ୍ଡେ, ସଞ୍ଜୀବ ବଲ୍ୟାନ ଏବଂ କ୍ରିଷ୍ଣପାଲ ଗୁର୍ଜରଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ବ ପ୍ରଦାନ କରାଯାଇଛି ।

ରବିଶଙ୍କର ପ୍ରସାଦଙ୍କୁ ବିହାରର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ରାମ ବିଳାଶ ପାଶ୍ବାନ ଏବଂ ଗଜେନ୍ଦ୍ର ଶିଂ ଶେଖାଓ୍ବାତଙ୍କୁ ଯଥାକ୍ରମେ ରାଜସ୍ଥାନ ଏବଂ ପଞ୍ଜାବର ଦାୟିତ୍ବ ପ୍ରଦାନ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ସମ୍ପର୍କରେ ବାରଣାସୀ ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା । ମାତ୍ର ଦିଲ୍ଲୀରେ ଚାଲିଥିବା ପରିସ୍ଥିତି କାରଣରୁ ତାହା ସମ୍ଭବ ହୋଇପାରୁନାହିଁ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ବେ ସେ ନିୟମିତ ଭାବେ ନିଜ ସହଯୋଗୀମାନଙ୍କ ଠାରୁ ବାରଣାସୀର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି । କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।

କରୋନା ଭୂତାଣୁ ବିରୋଧରେ ଦେଶର ଲଢ଼େଇକୁ ସବଳ କରିବା ଲାଗି ଦେବୀ ଶୈଳପୁତ୍ରୀଙ୍କ ନିକଟରେ ପରମ୍ପରା ମୁତାବକ ପ୍ରାର୍ଥନା କରିବା ନିମନ୍ତେ ବାରଣାସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ, “ଅନେକ ସମୟରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବର୍ତମାନ ଭାରତରେ ତାହା ହିଁ ଘଟୁଛି ।” ମହାଭାରତ ଯୁଦ୍ଧରେ ଜିତିବା ଲାଗି ୧୮ ଦିନ ଲାଗିଥିଲା କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ଭାରତକୁ ୨୧ ଦିନ ଆବଶ୍ୟକ । କରୋନା ଭୂତାଣୁ ସମ୍ପର୍କରେ ସଠିକ ସୂଚନା ଦେବା ଲାଗି ହ୍ୱାଟ୍ସଆପ ସହିତ ମିଶି ସରକାର ଏକ ହେଲ୍ପ ଡେସ୍କ ପ୍ରତିଷ୍ଠା କରିଛନ୍ତି । ଇଂରାଜୀ କିମ୍ବା ହିନ୍ଦୀରେ ‘ନମସ୍ତେ’ ଲେଖି ୯୦୧୩୧୫୧୫୧୫ ହ୍ୱାଟ୍ସ ଆପ ନମ୍ବରରେ ମେସେଜ କଲେ ସଠିକ ସୂଚନା ମିଳିପାରିବ ।

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ଯଦି ସେମାନେ ଡାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର କରୁଥିବା କୌଣସି ସ୍ଥାନରେ ଦେଖନ୍ତି ତେବେ ସେମାନେ ଭୁଲ କାମ କରୁଥିବା ଲୋକମାନଙ୍କୁ ଚେତାଇଦେବା ଉଚିତ । ଏହି କଷ୍ଟକର ସମୟରେ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ପେସାଦାରଙ୍କୁ ସହଯୋଗ କିମ୍ବା ସମର୍ଥନ କରୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଜିପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଥିଲେ । ସେ ଆହୁରି କହିଥିଲେ ଯେ ଡାକ୍ତରଖାନାଗୁଡ଼ିକରେ ଧଳା ୟୁନିଫର୍ମରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା ପେସାଦାରମାନେ ଆମ ପାଇଁ ଭଗବାନ ସଦୃଶ । ସେମାନେ ନିଜ ଜୀବନକୁ ବାଜି ଲଗାଇ ଆମକରୁ ରୋଗ କବଳରୁ ରକ୍ଷା କରୁଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରଶ୍ନର ଉତର ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ୍‌ ୧୯କୁ ନେଇ ଦେଶକୁ ସମ୍ବୋଧିତ କଲେ ମୋଦି: ସମଗ୍ର ଦେଶରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ ଦେଶରେ ଲକ୍‌ଡାଉନ୍‌ ଜାରି କରିବା ପାଇଁ ମୋଦି ଘୋଷଣା କରିଛନ୍ତି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍‌ ଜାରି ରହିବା ନେଇ ମୋଦି ଘୋଷଣା କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ । ଆସନ୍ତା ୨୧ ଦିନ ମଧ୍ୟରେ ଏହି ଭାଇରସ୍‌କୁ ନିୟନ୍ତ୍ରଣରେ ରଖିବାକୁ ପଡିବ। କୌଣସି ଟୀକାକରଣ ବ୍ୟବସ୍ଥା ନଥିବାରୁ ସୋସିଆଲ୍‌ ଡିଷ୍ଟାନ୍ସିଂ ଏହି ଭାଇରସ୍‌ରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ମୋଦି କହିଛନ୍ତି। ଏହି ୨୧ ଦିନ ପରସ୍ଥିତି ନିୟନ୍ତ୍ରଣ ନକଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ମୋଦି କହିଛନ୍ତି।

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଲକ୍‌ଡାଉନ୍‌ ଦେଶବାସୀଙ୍କ ପାଇଁ ଲକ୍ଷ୍ମଣରେଖା। ଏହି ଲକ୍ଷ୍ମଣରେଖା ପାର ନକରି ଦେଶକୁ ଏବଂ ନିଜ ପରିବାରକୁ ରକ୍ଷା କରିବା ପାଇଁ ମୋଦି ନିବେଦନ କରିଛନ୍ତି। ବିଶ୍ବର ବିଭିନ୍ନ ରାଷ୍ଟ୍ର ସ୍ବାସ୍ଥ୍ୟବ୍ୟବସ୍ଥାରେ ସମୃଦ୍ଧ ଥିଲେ ମଧ୍ୟ କରୋନା ମୁକାବିଲାରେ ଅସମର୍ଥ ରହିଛନ୍ତି। ବିଭିନ୍ନ ଦେଶର ଅଭିଜ୍ଞତାରୁ ଶିଖି ଭାରତ ସୋସିଆଲ୍‌ ଡିଷ୍ଟାନ୍ସିଂଙ୍କୁ ଆପଣେଇବା ଉଚିତ୍‌ ବୋଲି ମୋଦି କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଶତାଧିକ ବ୍ୟକ୍ତିଙ୍କୁ ସଙ୍କ୍ରମିତ କରିଥାଏ। ବିଶ୍ବରେ ପ୍ରଥମ ଏକ ଲକ୍ଷ ସଂକ୍ରମଣ ପାଇଁ ୬୭ ଦିନ ସମୟ ଲାଗିଥିବା ବେଳେ ଦ୍ବିତୀୟ ଏକ ଲକ୍ଷ ସଂକ୍ରମଣ ପାଇଁ ୧୧ ଏବଂ ତୃତୀୟ ଏକଲକ୍ଷ ସଂକ୍ରମଣ ପାଇଁ ମାତ୍ର ୪ ଦିନ ସମୟ ଲାଗିଥିଲା। ଏହି ଭାଇରସ୍‌କୁ ହରାଇବା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ଏକମାତ୍ର ଉପାୟ ତେଣୁ ଦେଶବାସୀଙ୍କୁ ମୋର ବୀନିତ ଅନୁରୋଧ ଘରୁ ବାହାରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି। ଅତ୍ୟାବଶକୀୟ ସାମଗ୍ରୀର ଯୋଗାଣ ଯଥାପୂର୍ବ ଜାରି ରହିବ।

ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବିଭିନ୍ନ ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏହା ସହିତ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ୧୫ ହଜାର କୋଟିର ରାଶି ଘୋଷଣା କରିଛନ୍ତି। ଏହି ଅର୍ଥରାଶିରେ କରୋନା ରୋଗୀଙ୍କ ଚିକିତ୍ସା ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଦେଶରେ ନୂତନ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ମୋଦି ସୂଚନା ଦେଇଛନ୍ତି। ବିଭିନ୍ନ ଅନ୍ଧବିଶ୍ବାସ ଏବଂ ଗୁଜବରୁ ଦୂରେଇ ରହିବା ସହିତ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ପାଇଁ ମୋଦି ନିବେଦନ କରିଛନ୍ତି । ସମସ୍ତ ଭାରତୀୟ ଏହି ୨୧ ଦିନ ମଧ୍ୟରେ ନିୟମ ପାଳନ ପୂର୍ବକ ବିତାଇବା ଉଚିତ୍ ବୋଲି ମୋଦି ମତ ଦେଇଥିଲେ। (ଏଜେନ୍ସି)

Categories
ଆଜିର ଖବର ଖେଳ ଜାତୀୟ ଖବର

କୋରୋନା ମୁକାବିଲା : 2002ରେ କୈଫ୍‌-ଯୁବରାଜଙ୍କ ଉଦାହରଣ ଦେଲେ ମୋଦି

ନୂଆଦିଲ୍ଳୀ : କୋରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁର ଆହ୍ବାନ ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୈଫ୍‌-ଯୁବରାଜଙ୍କ ଭାଗିଦାରୀର ଉଦାହରଣ ଦେଇଛନ୍ତି । ମାର୍ଚ୍ଚ 22ରେ ମୋଦି ଜନତା କର୍ଫକ୍ୟୁର ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌ ପରେ ମହମ୍ମଦ କୈଫ୍‌ ଏହାକୁ ଟ୍ବିଟ୍‌ କରିବା ସହିତ ଦେଶବାସୀଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । କୈଫ୍‌ଙ୍କ ଟ୍ବିଟ୍‌ ପରେ ପ୍ରଧାନମନ୍ତ୍ରୀ 2002 ନାଟଓ୍ବେଷ୍ଟ ବିଜୟକୁ ମନେ ପକାଇବା ସହିତ ଉଭୟଙ୍କ ଭାଗିଦାରୀର ଉଦାହରଣ ଦେଇଥିଲେ । ଏହି ଦୁଇ ମହାନ ଖେଳାଳିଙ୍କ ପରି ବର୍ତ୍ତମାନ ଦେଶବାସୀଙ୍କୁ ମଧ୍ୟ ଭାଗିଦାରୀ କରିବାକୁ ପଡିବ । କୋରୋନା ଭାଇରସ୍‌ ମୁକାବିଲା ପାଇଁ ଦେଶବାସୀଙ୍କୁ ଏକତ୍ରିତ ହୋଇ ଭାଗିଦାରୀ କରିବାକୁ ପଡିବ ବୋଲି ମୋଦି ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ପରାସ୍ତ କରି ନାଟଓ୍ବେଷ୍ଟ ଟ୍ରଫିରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍‌ରେ କୈଫ୍‌-ଯୁବରାଜଙ୍କ ମଧ୍ୟରେ 121 ରନ୍‌ର ଭାଗିଦାରୀ ହୋଇଥିଲା ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କୋରୋନା ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କଲେ ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କୋରୋନା ସଙ୍କ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କିଛି ପଦକ୍ଷେପକୁ ପ୍ରଶଂସା କରିବା ସହିତ କିଛି ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ । ଏହା ସହିତ ଅର୍ଥନୈତିକ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ବିଦେଶରେ ମହଜୁଦ ଭାରତୀୟଙ୍କୁ ଏୟାରଲିଫ୍ଟ ଜରିଆରେ ଦେଶକୁ ଆଣିବା ଏବଂ ଏସ୍‌ଡିଆର୍‌ଏଫ୍‌ ଉପଲବ୍ଧ କରାଇବା ପାଇଁ ନବୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସେହିପରି ପରୀକ୍ଷା ଗାର ଏବଂ ପରୀକ୍ଷଣ କେନ୍ଦ୍ରର ସଂଖ୍ୟା ତ୍ବରିତ ଗତିରେ ବଢାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ । ଏହା ସହିତ ଘରୋଇ ଏବଂ ସରକାରୀ ଉଭୟ କେନ୍ଦ୍ରରେ ପରୀକ୍ଷଣ ମାଗଣା ଉପଲବ୍ଧ କରାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ । କୋରୋନା ମୁକାବିଲା ପାଇଁ ଆବଶ୍ୟକୀୟ ଉପକରଣ, ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ ।

ମନରେଗା କର୍ମୀ ମାନଙ୍କୁ ଆଗୁଆ ଭାବରେ 50 ଦିନର ବେତନ ଦେବା ପାଇଁ ନବୀନ ଦାବି କରିଥିଲେ । ସମସ୍ତ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା । ପିଏମ୍‌ କିଶାନ୍‌ ଯୋଜନାରେ ଆଗୁଆ କୃଷି କିସ୍ତି ପ୍ରଦାନ । ନିର୍ମାଣ ଶ୍ରମିକ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଆଗୁଆ ଅର୍ଥନୈତିକ ବ୍ୟବସ୍ଥା କରିବା ସହିତ ବିପର୍ଯ୍ୟୟ ପରିଚାଳନା ପାଇଁ ସମସ୍ତ ରାଜ୍ୟଙ୍କୁ ଆଗୁଆ ଅର୍ଥରାଶି ପ୍ରଦାନ କରିବା ପାଇଁ ନବୀନ ଦାବି କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋରୋନା ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କ ସମ୍ବୋଧିତ କଲେ ମୋଦି : ଜନତା କର୍ଫ୍ୟୁ ପାଇଁ ନିବେଦନ

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପ୍ରାଣଘାତୀ ଭାଇରସ୍‌ ସଚେତନତା ପାଇଁ ଦେଶବାସୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଆପଣ ମାନଙ୍କ ସମୟର କିଛି ସପ୍ତାହ ମୁଁ ଆବଶ୍ୟକ କରୁଛି ବୋଲି ମୋଦି ନିଜ ଭାଷଣ ଆରମ୍ଭ କରିଥିଲେ । 60 ରୁ 65 ବର୍ଷ ବୟସର ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ମୋଦି । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅଫିସ୍‌ର କାମ ଘରୁ କରିବା ପାଇଁ ମୋଦି ଅନୁରୋଧ କରିଥିଲେ । ଏହା ସହିତ 22 ମାର୍ଚ୍ଚ ତଥା ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ଦିନ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନବାହାରିବା ସହିତ ଅପରାହ୍ନ 5ଟାରେ ଘର ବାହାରେ ଘଣ୍ଟି ବା ତାଳି ବଜାଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ପାଇଁ ମୋଦି ନିବେଦନ କରିଛନ୍ତି । ସମସ୍ତ ରାଜ୍ୟ ସରକାର ଜନତା କର୍ଫ୍ୟୁ ପାଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ମୋଦି ଅନୁରୋଧ କରିଛନ୍ତି ।

ପ୍ରତ୍ୟୋକ ଦେଶବାସୀ ଅନ୍ୟୁନ 10 ଜଣ ବ୍ୟକ୍ତିଙ୍କୁ ଫୋନ୍‌ କରି ଏହି ଭାଇରସ୍‌ ସମ୍ପର୍କରେ ସୂଚନା ଦେବା ସହିତ ସଚେତନ କରାଇବା ପାଇଁ ନିବେଦନ କରିଥିଲେ । ଏହା ସହିତ ବିଭିନ୍ନ ଜରୁରୀ କାଳୀନ ବିଭାଗ ଯେପରିକି ଡାକ୍ତର, ପୋଲିସ୍‌, ସ୍ବାସ୍ଥ୍ୟକର୍ମୀ, ଡେଲିଭରୀ ବୟ, ସଫେଇ କର୍ମଚାରୀଙ୍କୁ ମୋଦି ଧନ୍ୟବାଦ ଜ୍ଞାପନ କରିଥିଲେ । କୋରୋନା ସମୟରେ ନିଜର ଦାୟିତ୍ବ ନିରନ୍ତର ନିର୍ବାହ କରୁଥିବା ଏହି ମହାନ ବ୍ୟକ୍ତିତ୍ବଙ୍କୁ 22 ମାର୍ଚ୍ଚ ଦିନ ଧନ୍ୟବାଦ ଜ୍ଞାପନ କରିବା ଉଚିତ୍‌ ବୋଲି ମୋଦି କହିଛନ୍ତି ।

ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ କୋଭିଡ୍‌-19 ନାମକ ଏକ ଅର୍ଥନୈତିକ ଟାସ୍କ ଫୋର୍ସ ଗଠନ କରିବା ନେଇ ମୋଦି ଘୋଷଣା କରିଛନ୍ତି । କୋରୋନା ଭାଇରସ୍‌ ଦ୍ବାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏହି ଅର୍ଥନୈତିକ ଟାସ୍କଫୋର୍ସ ଏହାକୁ ସୁଧାରିବାରେ ଭୂମିକା ଗ୍ରହଣ କରିବେ । ଏହି ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କ ବେତନ ନକାଟିବା ନିମନ୍ତେ ମୋଦି ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରିଛନ୍ତି । ଦେଶରେ ଆବଶ୍ୟକୀୟ ସାମଗ୍ରୀ ନିମିତ୍ତ କୌଣସି ସଙ୍କଟ ନାହିଁ ତେଣୁ ଦେଶବାସୀଙ୍କୁ ଭୟଭୀତ ହେବାର କୌଣସି ଅସୁବିଧା ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁକା କଳାରେ କୋରୋନା ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ଜରିଆରେ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାର୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପରେ ମୋଦିଙ୍କୁ ନେଇ ସୁଦର୍ଶନ ଏହି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । କୋରୋନା ଭାଇରସ୍‌କୁ ନେଇ ଭୟଭୀତ ନ ହୋଇ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସୁଦର୍ଶନ ଲେଖିଛନ୍ତି । ଏହା ସହିତ ନମସ୍କାରକୁ ହଁ ଏବଂ ହାତ ମିଳାଇବାକୁ ନାଁ ବୋଲି କହି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଲେଖିଛନ୍ତି ସୁଦର୍ଶନ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ : ଉଦ୍ଧବଙ୍କୁ ଫୋନ୍‌ କଲେ ମୋଦି

ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ଉଦ୍ଧବଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିବା ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମଧ୍ୟ ମୋଦି ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମହାରାଷ୍ଟ୍ରରେ 12 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୋଦି ଏବଂ ଶାହାଙ୍କୁ ଦିଗ୍‌ବିଜୟଙ୍କ ସମାଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂ ର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା ଦେଶର ଅର୍ଥନୀତି କିମ୍ବା ନିଯୁକ୍ତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ଉଭୟ କୋଟି କୋଟି ଟଙ୍କାର କଳାଧନ ବିନିଯୋଗ କରି କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିତରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଅବମାନନା କରିବା ସହିତ ଉଭୟ ସାମାଜିକ ବ୍ୟବସ୍ଥା ବିଗାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ପ୍ରକାଶ କରିଛନ୍ତି ଦିଗ୍‌ବିଜୟ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶରେ କମଲନାଥ ସରକାରକୁ ବିଜେପି ପକ୍ଷରୁ ଭଙ୍ଗାଯିବା ପ୍ରୟାସ ଉପରେ ଦିଗ୍‌ବିଜୟ ଏହି ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କ ଟ୍ବିଟ୍ଟର ଡ୍ରାମାକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଡ୍ରାମାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟ୍ଟର ଆକାଉଣ୍ଟକୁ ନେଇ ଡ୍ରାମା କରୁଛନ୍ତି ବୋଲି ରାହୁଲ ପ୍ରକାଶ କରିଛନ୍ତି । କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ଏପରି ଡ୍ରାମା କରି ସମୟ ଅପଚୟ କରୁଛନ୍ତି । ଏପରି କହିବା ସହିତ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ କ୍ଲିପ୍‌ ସେୟାର କରିଛନ୍ତି ରାହୁଲ । ଏହି ଭିଡିଓରେ କୋରୋନା ମୁକାବିଲା ପାଇଁ ସିଙ୍ଗାପୁର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋସିଆଲ୍‌ ମିଡିଆ ଛାଡିବା ଘଟଣା ଉପରୁ ପରଦା ଉଠାଇଲେ ମୋଦି

ନୂଆଦିଲ୍ଲୀ : ଗତକାଲି ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି 9 ଟା ସମୟରେ ମୋଦି ଏହି ଟ୍ବିଟ୍‌ କରିଥିଲେ । ଆସନ୍ତା ରବିବାର ସମସ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ମୋଦି ଘୋଷଣା କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଥିଲା । ବିଭିନ୍ନ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ମୋଦି ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ।

ସମାଜକୁ ନିଜ ଜୀବନ ଏବଂ କାର୍ଯ୍ୟଶୈଳୀ ଦ୍ବାରା ଅନୁପ୍ରାଣିତ କରୁଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ସୋସିଆଲ ମିଡିଆ ଛାଡିବାର ନିଷ୍ପତ୍ତି ନେଇଛନ୍ତି ମୋଦି । ଏହିପରି ମହିଳା ମାନଙ୍କ କାହାଣୀ #sheinspiresus ଜରିଆରେ ସେୟାର କରିବାକୁ ମୋଦି ନିବେଦନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ : ଓଓ୍ବେସୀ

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ହିଂସାକାଣ୍ଡରେ ମୃତାହତ ସମସ୍ତ ବ୍ୟକ୍ତି ଭାରତୀୟ ତେଣୁ ଭାରତବାସୀଙ୍କ ପ୍ରାଣହାନି ପାଇଁ ସରକାର ଦାୟିତ୍ବ ଗ୍ରହଣ କରିବା ଉଚିତ୍‌ ବୋଲି ଓଓ୍ବେସୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋ ହଲ୍ଲା କରାଯିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଟ୍ରମ୍ପ-ମୋଦି ଦ୍ବିପାକ୍ଷିକ ବୈଠକ : 3 ବିଲିୟନ୍‌ ଡଲାରର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଉଭୟ ନେତାଙ୍କ ପକ୍ଷରୁ ଏକ ମିଳିତ ବକ୍ତବ୍ୟ ଜାରି କରାଯାଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ 3 ବିଲିୟନ୍‌ ଡଲାରର ଚୁକ୍ତି ହୋଇଥିବା ଜଣାପଡିଛି । ମିଳିତ ବକ୍ତବ୍ୟରେ ଟ୍ରମ୍ପ ଭାରତ ଏବଂ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତକୁ ଆସିବା ପରେ ମୋଦି ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ମିଳିଥିବା ଉଚ୍ଛ୍ବସିତ ସମ୍ବର୍ଦ୍ଧନାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସେହିପରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ବ୍ୟସ୍ତ ସୂଚୀ ମଧ୍ୟରୁ ସମୟ ବାହାର କରି ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାରୁ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ପ୍ରତିରକ୍ଷା ଉପକରଣ ଯେପରିକି ଆପାଚେ ହେଲିକପ୍ଟର ଏବଂ ଏମ୍‌ଏଚ୍‌ 60 ରୋମିଓ ହେଲିକପ୍ଟର ଆମେରିକା ଠାରୁ କିଣିବ ବୋଲି ଜଣାପଡିଛି । ଏହି ଦ୍ବିପାକ୍ଷିକ ଆଲୋଚନାର ଅନ୍ୟ ଚୁକ୍ତି ଗୁଡିକ ସମ୍ପର୍କରେ ସୂଚନା ମିଳିନଥିଲେ ମଧ୍ୟ ମହିଳା ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ନିଯୁକ୍ତିକୁ ନେଇ ବିଭିନ୍ନ ଚୁକ୍ତି ସ୍ବାକ୍ଷରିତ ହୋଇଛି । (ଏଜେନ୍ସି)